ଆଜିର ଅନୁଚିନ୍ତା💞Ajira Anuchinta @ajiraanuchinta Channel on Telegram

ଆଜିର ଅନୁଚିନ୍ତା💞Ajira Anuchinta

@ajiraanuchinta


ଏମିତି ସବୁଦିନ ନୂଆ ନୂଆ ଅନୁଚିନ୍ତା ଜାଣିବା ପାଇଁ ଆମ ଚ୍ୟାନେଲ ସହିତ ଜଡ଼ି ହୋଇ ରୁହନ୍ତୁ ।

ସାଙ୍ଗମାନେ WhatsApp Channel କୁ ମଧ୍ୟ Follow କରନ୍ତୁ । 👇
https://whatsapp.com/channel/0029VaGxbqkA89Mk2mAMzO0W

ଆଜିର ଅନୁଚିନ୍ତା💞Ajira Anuchinta (Odia)

ଆଜିର ଅନୁଚିନ୍ତା💞Ajira Anuchinta ହେଉଛି ଏକ ନୂଆ ଟେଲିଗ୍ରାମ ସହିତ ଚ୍ୟାନେଲ ଯାହା ଅନେକ ନୂଆ ନୂଆ ଅନୁଚିନ୍ତା କୁ ଆପଣଙ୍କୁ ସମର୍ଥନ କରୁଛି। ଯଦି ଆପଣ ନୂଆ ଏବଂ ରେଫ୍ରେଶିଂ ଅନୁଚିନ୍ତା ସରନ୍ଧାନ କରୁଛନ୍ତି ତେବେ ଏହାକୁ ଆପଣଙ୍କୁ ପସନ୍ଦ ହେବ। ଚାନେଲ ଟ୍ୟାଗ୍ 'ajiraanuchinta' ଏହାକୁ ଗେଟ୍ କରିବାକୁ ଯାନ୍ତିକ କରନ୍ତୁ।

ସାଙ୍ଗମାନେ WhatsApp Channel କୁ ମଧ୍୭ୟ Follow କରନ୍ତୁ। ଆପଣ ଏହାକୁ ପୂର ସମର୍ଥନ ଦେବାକୁ ପାରିବେ। https://whatsapp.com/channel/0029VaGxbqkA89Mk2mAMzO0W

ଆଜିର ଅନୁଚିନ୍ତା💞Ajira Anuchinta

07 Sep, 03:18


🙏 Happy Ganesh Chaturthi 🙏

ଆଜିର ଅନୁଚିନ୍ତା💞Ajira Anuchinta

26 Aug, 03:45


🙏Happy 🦚 Janmashtami🙏

ଆଜିର ଅନୁଚିନ୍ତା💞Ajira Anuchinta

09 Aug, 12:52


🌼ଆଜିର ଅନୁଚିନ୍ତା🌼

ମନେରଖ...
ମଣିଷ ଦୁଇଟି ଜିନିଷ କେବେବି ଭୁଲେନି,ବାହାର ଲୋକଙ୍କଠାରୁ ମିଳିଥିବା ସମ୍ମାନ ଓ ନିଜ ଲୋକଙ୍କଠାରୁ ମିଳିଥିବା ଅପମାନ ।

ଆଜିର ଅନୁଚିନ୍ତା💞Ajira Anuchinta

09 Aug, 01:42


🌼ଆଜିର ଅନୁଚିନ୍ତା🌼

ମନେରଖ...
ଆପଣ ଯେତେ ଦୂର ଯାଇ ବୁଲି ଆସନ୍ତୁ ନା କାହିଁକି କିନ୍ତୁ ନିଜ ଘର ଠାରୁ ସୁନ୍ଦର ଜାଗା କୋଉଠି ପାଇବେ ନାହିଁ ।

ଆଜିର ଅନୁଚିନ୍ତା💞Ajira Anuchinta

03 Aug, 11:58


🌼ଆଜିର ଅନୁଚିନ୍ତା🌼

ମନେରଖ...
ସ୍ତ୍ରୀ କୁ ପାଇ ମାଆର ଭଲ ପାଇବାକୁ ଭୁଲି ଯାଅ ନାହିଁ । ମନେରଖ ସ୍ତ୍ରୀ ତୁମ ସହଧର୍ମିଣୀ ହେଲେ ମାଆ ତୁମର ଗର୍ଭଧାରିଣୀ ।

ଆଜିର ଅନୁଚିନ୍ତା💞Ajira Anuchinta

03 Aug, 00:46


🌼ଆଜିର ଅନୁଚିନ୍ତା🌼

ମନେରଖ...
ସମ୍ପର୍କ, ଦୋସ୍ତି ଓ ପ୍ରେମ ତାଙ୍କ ସହିତ ରଖିବ, ଯିଏ ତୁମ ହସ ପଛରେ ଥିବା କଷ୍ଟ, କ୍ରୋଧ ପଛରେ ଥିବା ପ୍ରେମ ଆଉ ତୁମ ନିରବତା ପଛରେ ଥିବା କାରଣ କୁ ବୁଝି ପାରୁଥିବ ।

ଆଜିର ଅନୁଚିନ୍ତା💞Ajira Anuchinta

02 Aug, 11:42


🌼ଆଜିର ଅନୁଚିନ୍ତା🌼

ମନେରଖ...
ଯେମିତି କରିବ ସେମିତି ତୁମକୁ ନିଶ୍ଚିତ ମିଳିବ । ସେଥି ପାଇଁ କିଛି କରିବା ପୂର୍ବରୁ ଭଲ ଭାବରେ ଥରେ ଭାବି ନିଅ କରୁଥିବା କର୍ମ ଟି କେତେଦୂର ଠିକ୍ ।

ଆଜିର ଅନୁଚିନ୍ତା💞Ajira Anuchinta

02 Aug, 00:44


🌼ଆଜିର ଅନୁଚିନ୍ତା🌼

ମନେରଖ...
ଜୀବନ ବାଟରେ ଅନେକ ବାଟୋଇ ସହ ଭେଟ ହୁଏ । କିଏ ଅଗାଢ ପ୍ରେମ,ସ୍ନେହ ଦିଏ ଆଉ କିଏ ଅମାପ ଆଘାତ, ଧୋକା ଦିଏ । ବାସ୍ତବରେ ଉଭୟଙ୍କୁ କେବେ ଭୁଲି ହୁଏନା । ପାଦ ଅଛି ମାନେ କଣ୍ଟା ତ ଫୁଟିବ, କିନ୍ତୁ ଚାଲିବା ବନ୍ଦ ହେବନି ।

ଆଜିର ଅନୁଚିନ୍ତା💞Ajira Anuchinta

01 Aug, 11:49


🌼ଆଜିର ଅନୁଚିନ୍ତା🌼

ମନେରଖ...
ତୁମେ କୌଣସି କାର୍ଯ୍ୟ କରିବାକୁ ନିଶ୍ଚୟ କଲେ ତାହା ତୁମେ କରିପାରିବ । କିନ୍ତୁ ଯଦି ପ୍ରଥମରୁ ଭାବିବ ଯେ ମୁଁ ଏହି କାମ କରିପାରିବି ନାହିଁ ତେବେ ତୁମେ ଅସଫଳ ହୋଇଯିବ । ଏଣୁ କୁହାଯାଇଛି- ମନ କେ ଜିତେ ଜିତ୍ ହୈ, ମନକେ ହାରେ ହାର । ଏଣୁ ଆତ୍ମ ବିଶ୍ଵାସ ସହିତ କାର୍ଯ୍ୟାରମ୍ଭ କର ।

ଆଜିର ଅନୁଚିନ୍ତା💞Ajira Anuchinta

01 Aug, 00:50


🌼ଆଜିର ଅନୁଚିନ୍ତା🌼

ମନେରଖ...
ଏ ଦୁନିଆରେ କେହି ନୁହେଁ କାହାର, ଆଜି ଯିଏ ନିଜର କାଲି ସିଏ ପର, ଆଜିର ବନ୍ଧୁତା କାଲିର ଶତ୍ରୁତା, ଆଜି ଯିଏ ମନେପକାଉଛି କାଲି ସିଏ ଭୁଲି ଯାଉଛି ।

ଆଜିର ଅନୁଚିନ୍ତା💞Ajira Anuchinta

31 Jul, 12:09


🌼ଆଜିର ଅନୁଚିନ୍ତା🌼

ମନେରଖ...
ତୁମେ ନିଜ ଭବିଷ୍ୟତ ବଦଳାଇବାରେ ସକ୍ଷମ ନୁହଁ କାରଣ ଏହା ପ୍ରାରବ୍ଧ ର ଅଧିନ । କିନ୍ତୁ ତୁମେ ନିଜର ସ୍ବଭାବ ବଦଳାଇବାକୁ ସକ୍ଷମ ।ସ୍ବଭାବ ବ୍ଯକ୍ତିର ଭବିଷ୍ୟତ ବଦଳାଇବାରେ ସହାୟକ ହୋଇଥାଏ ।

ଆଜିର ଅନୁଚିନ୍ତା💞Ajira Anuchinta

31 Jul, 01:07


🌼ଆଜିର ଅନୁଚିନ୍ତା🌼

ମନେରଖ...
ସମ୍ପର୍କ ରକ୍ତର ନୁହେଁ ବିଶ୍ୱାସର ହୁଏ, ଯଦି ସମ୍ପର୍କରେ ବିଶ୍ୱାସ ଥାଏ ପରଲୋକ ମାନେ ନିଜର ହୋଇଯାଆନ୍ତି ଆଉ ଯଦି ସମ୍ପର୍କରେ ବିଶ୍ୱାସ ନ ଥାଏ ରକ୍ତର ସମ୍ପର୍କ ବି ପର ହୋଇଯାଏ ।

ଆଜିର ଅନୁଚିନ୍ତା💞Ajira Anuchinta

30 Jul, 12:15


🌼ଆଜିର ଅନୁଚିନ୍ତା🌼

ମନେରଖ...
ଜନ୍ମରୁ ମିଳିଥିବା ସମ୍ପର୍କ ଭଗବାନଙ୍କ ପ୍ରସାଦ ଭଳିଆ ହୋଇଥାଏ, କିନ୍ତୁ ନିଜେ ଗଢ଼ି ଥିବା ସମ୍ପର୍କ ନିଜର ପୁଞ୍ଜି ହୋଇଥାଏ।ତେଣୁ ଏସବୁକୁ ସାଇତି କରି ରଖନ୍ତୁ ।

ଆଜିର ଅନୁଚିନ୍ତା💞Ajira Anuchinta

30 Jul, 00:50


🌼ଆଜିର ଅନୁଚିନ୍ତା🌼

ମନେରଖ...
ଈଶ୍ବରଙ୍କ ମାର୍ଗରେ ଯିଏ ପାଦେ ଆଗକୁ ବଢାଇଥାଏ, ଈଶ୍ବର ସ୍ବୟଂ ତା'ହାତ ଧରିବା ପାଇଁ ଶହେ ପାଦ ବଢେଇଥାନ୍ତି ।

ଆଜିର ଅନୁଚିନ୍ତା💞Ajira Anuchinta

29 Jul, 11:50


🌼ଆଜିର ଅନୁଚିନ୍ତା🌼

ମନେରଖ...
କେବେହେଲେ ନିଜ ବିଷୟରେ ଅନ୍ୟମାନଙ୍କୁ କୁହନ୍ତୁ ନାହିଁ।କାରଣ ଆପଣଙ୍କୁ ଯିଏ ବିଶ୍ବାସ କରୁଥିବ ତାକୁ କେବେ କିଛି କହିବାକୁ ପଡିବ ନାହିଁ ଏବଂ ଆପଣଙ୍କୁ ଯିଏ ବିଶ୍ବାସ କରୁନଥିବ ତାକୁ ଯେତେ ବୁଝେଇଲେ ମଧ୍ଯ ସେ କେବେ ବୁଝିବ ନାହିଁ ।

ଆଜିର ଅନୁଚିନ୍ତା💞Ajira Anuchinta

29 Jul, 00:40


🌼ଆଜିର ଅନୁଚିନ୍ତା🌼

ମନେରଖ...
ଅପମାନ କରିବା କାହାର ପ୍ରକୃତି ହୋଇପାରେ, କିନ୍ତୁ ସମ୍ମାନ କରିବା ଆମର ସଂସ୍କୃତି ହେବା ଉଚିତ୍ ।

ଆଜିର ଅନୁଚିନ୍ତା💞Ajira Anuchinta

28 Jul, 12:11


🌼ଆଜିର ଅନୁଚିନ୍ତା🌼

ମନେରଖ...
ଜୀବନରେ ସବୁ କିଣି ପାରିବ ହେଲେ ଆଶୀର୍ବାଦ କି ଭଲପାଇବା କିଣି ପାରିବା ନାହିଁ ତାହା ଆମର କର୍ମ ଅନୁସାରେ ମିଳିଥାଏ ।

ଆଜିର ଅନୁଚିନ୍ତା💞Ajira Anuchinta

28 Jul, 00:52


🌼ଆଜିର ଅନୁଚିନ୍ତା🌼

ମନେରଖ...
କଷ୍ଟ ତ ସେହି ମଣିଷ ଦେଇଥାଏ ଯାହାକୁ ଆମେ ଆପଣାର ଭାବି ଥାଉ, ନାଇଁ ତ ବାଟରେ ଗଲାବେଳେ ଅଜଣା ଲୋକ ତ ଟିକିଏ ଧକ୍କା ଲାଗିଲେ କ୍ଷମା ମାଗି ନେଇଥାନ୍ତି ।

ଆଜିର ଅନୁଚିନ୍ତା💞Ajira Anuchinta

27 Jul, 12:14


🌼ଆଜିର ଅନୁଚିନ୍ତା🌼

ମନେରଖ...
ମଣିଷ ନିଜର ମୁର୍ଖତା, ଅଜ୍ଞତା, ଅନ୍ତରଦର୍ଶନ ଭାବନାର ଅଭାବରେ ନିଜର ଦୋଷ ଥାଇ ଅପରକୁ ଭୁଲ ଦେଖାଇ ଅଙ୍ଗୁଠି ନିର୍ଦ୍ଦେଶ କରେ ।

ଆଜିର ଅନୁଚିନ୍ତା💞Ajira Anuchinta

27 Jul, 00:35


🌼ଆଜିର ଅନୁଚିନ୍ତା🌼

ମନେରଖ...
କହିବା ପୂର୍ବରୁ ଥରୁଟିଏ ଚିନ୍ତା କରିବା ଉଚିତ୍ କାହିଁକି ନା କୁହାଯାଇ ଥିବା ଶବ୍ଦ କେବଳ କ୍ଷମା କରାଯାଇପାରେ କିନ୍ତୁ କେବେ ଭୁଲା ଯାଇ ପାରେ ନାହିଁ ।