JOB & EDUCATIONAL INFORMATIONS CHANNEL @laski_jobinformer Channel on Telegram

JOB & EDUCATIONAL INFORMATIONS CHANNEL

@laski_jobinformer


उठो, जागो, और अपने लक्ष्य को प्राप्त करो। तेरे रास्ते कठिन हैं, और वे अत्यन्त दुर्गम भी हो सकते हैं, लेकिन विद्वानों का कहना हैं कि कठिन रास्तों पर चलकर ही सफलता प्राप्त होती है।

JOB & EDUCATIONAL INFORMATIONS CHANNEL (Hindi)

जॉब्स और शैक्षणिक जानकारियों का संग्रह! लास्की जॉब इनफॉर्मर चैनल का स्वागत है। यह चैनल उन लोगों के लिए विशेष बनाया गया है जो अपनी करियर में आगे बढ़ना चाहते हैं और नई शैक्षणिक जानकारियों को प्राप्त करना चाहते हैं। चैनल पर आपको सभी प्रकार की नौकरी समाचार, रोजगार समाचार, शैक्षणिक अधिसूचनाएं, और करियर सलाह पाने का सुनहरा मौका मिलेगा। nnलास्की जॉब इनफॉर्मर चैनल आपको विशेषज्ञों द्वारा तैयार की गई जानकारी प्रदान करता है, जिससे आप अपने लक्ष्य की ओर बेहतरीन कदम बढ़ा सकें। चैनल में आपको प्रेरणादायक कथाएं, सफलता की कहानियां, और मोटिवेशनल टिप्स भी मिलेंगे जो आपकी मार्गदर्शन करेंगे।nnइस चैनल को सब्सक्राइब करें और अपने जीवन में सफलता की ओर एक कदम आगे बढ़ें। उठो, जागो, और अपने लक्ष्य को प्राप्त करो। तेरे रास्ते कठिन हैं, और वे अत्यन्त दुर्गम भी हो सकते हैं, लेकिन विद्वानों का कहना हैं कि कठिन रास्तों पर चलकर ही सफलता प्राप्त होती है।

JOB & EDUCATIONAL INFORMATIONS CHANNEL

25 Nov, 06:57


' ॐ नमो भगवते वासुदेवाय '
🚨ବିଶେଷ ସୂଚନା🚨
ଓଡ଼ିଶାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ୨୦୨୫ ମସିହା ପାଇଁ ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅନଲାଇନ୍ ଫର୍ମ ଆବେଦନ ପ୍ରକ୍ରିୟା ଚାଲୁଅଛି। ଆପଣମାନଙ୍କ ମଧ୍ୟରୁ ଯଦି କାହାର ଛୋଟ ଭାଇ କିମ୍ବା ଭଉଣୀ ଙ୍କର ନାମ ଆପଣଙ୍କ ବ୍ଲକ୍ ରେ ଥିବା ଆଦର୍ଶ ବିଦ୍ୟାଳୟରେ ଲେଖାଇବାକୁ ଚାହୁଁଥାନ୍ତି ତେବେ ଶୀଘ୍ର ହିଁ ଏଥିପାଇଁ ୱେବସାଇଟ୍ ମାଧ୍ୟମରେ ନିଜର ଫର୍ମ ଆବେଦନ କରିନିଅନ୍ତୁ। ମନେରଖନ୍ତୁ, ଆସନ୍ତା ନଭେମ୍ବର ୨୭ ହେଉଛି ଏଥିପାଇଁ ଅନଲାଇନ୍ ଫର୍ମ ଆବେଦନ କରିବାର ଶେଷ ତାରିଖ।
Form Apply Link👇
https://www.oav.edu.in/admission-enquiry%20detail.html

JOB & EDUCATIONAL INFORMATIONS CHANNEL

25 Nov, 00:31


' ॐ नमो भगवते वासुदेवाय '
ନୀତିବାଣୀ :
ମଣିଷ ଯେତେବେଳେ ଅଭାବରେ ଥାଏ ସେତେବେଳେ ଦୟା ଏବଂ ବିନମ୍ର ଭାବ ଦେଖାଇ ଥାଏ କିନ୍ତୁ ଯେତେବେଳେ ତା ପାଖରୁ ଅଭାବ ଦୂରେଇ ଯାଏ ସେତେବେଳେ ତାର ଅସଲ ଚେହେରା ସାମ୍ନାକୁ ଆସିଥାଏ।
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

25 Nov, 00:31


' ॐ नमो भगवते वासुदेवाय '
ସୂଚନା :
ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ଅଭ୍ୟାସ ନିମନ୍ତେ କିଛି ପ୍ରଶ୍ନ ପ୍ରତ୍ୟେକ ଦିନ ଗ୍ରୁପ୍ ରେ ଦିଆଯାଉଅଛି। ତଳେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ଆଜି ପାଇଁ ଦିଆଯାଇଥିବା ପ୍ରଶ୍ନ ଗୁଡ଼ିକର ସଠିକ୍ ଉତ୍ତର ଦିଅନ୍ତୁ👇
https://docs.google.com/forms/d/e/1FAIpQLSffR_6sBMnEMiqc2J9EDmCVllqw_mHeayTMHIfivJJRV3ch7g/viewform?usp=sf_link

JOB & EDUCATIONAL INFORMATIONS CHANNEL

24 Nov, 15:31


' ॐ नमो भगवते वासुदेवाय '
ନୀତିବାଣୀ :
ମନରେ ରାଗ ଥିବା ସମୟରେ କାହାକୁ କିଛି ଉତ୍ତର ଦିଅନାହିଁ ଏବଂ ମନରେ ଖୁସି ଥିବା ସମୟରେ କାହାକୁ କିଛି ପ୍ରତିଶ୍ରୁତି ଦିଅନାହିଁ କାହିଁକି ନା ସମୟ ହେଉଛି ପରିବର୍ତ୍ତନଶୀଳ।
🌺🌃ଶୁଭ ରାତ୍ରୀ🌃🌺

JOB & EDUCATIONAL INFORMATIONS CHANNEL

24 Nov, 12:31


Download RPF SI Admit Card👇
https://rrb.digialm.com//EForms/loginAction.do?subAction=ViewLoginPage&formId=91610&orgId=1181

JOB & EDUCATIONAL INFORMATIONS CHANNEL

24 Nov, 12:30


' ॐ नमो भगवते वासुदेवाय '

ଆଜିର ବିଷୟ - ' ଏକାଗ୍ରତା ଓ ଆଗ୍ରହ କାର୍ଯ୍ୟରେ ସଫଳତା ଆଣିଦିଏ '

୧୭୪୬ ମସିହା ସେପ୍ଟେମ୍ବର ୨୦ ତାରିଖରେ ସାର୍ ଉଇଲିୟମ୍ ଜୋନ୍ସ ନାମରେ ଜଣେ ବ୍ୟକ୍ତି ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ସୁବିଖ୍ୟାତ ଗଣିତଜ୍ଞ ଏବଂ ମାତା ସୁଗୃହିଣୀ ଥିଲେ । ୧୭୭୩ରେ ସେ ଏମ୍.ଏ. ଏବଂ ୧୭୭୮ ରେ ରୟାଲ୍ ସୋସାଇଟ୍ର ଫେଲୋସିପ୍ ପରେ ତାଙ୍କୁ ସାର୍ ଉପାଧି ପ୍ରଦାନ କରାଯାଇଥିଲା । କାରଣ ସେହି ସମୟରେ ଜୋନ୍ସ ଫରାସୀ ଓ ତୁର୍କୀଭାଷାରେ କାବ୍ୟସମ୍ପଦ ଉପରେ ଲାଟିନ୍ ଭାଷାରେ ଏକ ବିଶାଳ ଗ୍ରନ୍ଥ ଲେଖିପାରିଥିଲେ । ୧୭୭୪ରେ ଉଇଲିୟମ୍ ବାରିଷ୍ଟର ରୂପେ ଇଂଲଣ୍ଡରେ ପ୍ରସିଦ୍ଧି ଲାଭ କରିଥିଲେ ଓ ଅନେକ ଆଇନ୍ ସମ୍ବଳିତ ପ୍ରବନ୍ଧ ବି ଲେଖିଥିଲେ । ପରେ ୧୭୮୩ରେ ସେ ଇଣ୍ଡିଆର ଉଚ୍ଚନ୍ୟାୟାଳୟରେ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ।

ଏତେ ଜ୍ଞାନର ଅଧିକାରୀ ସାର୍ ଉଇଲିୟମ୍ ଜୋନ୍ସ ତାଙ୍କର ଇଣ୍ଡିଆ ରହଣିକାଳରେ କେଜାଣି କାହିଁକି ସଂସ୍କୃତ ଭାଷା ଶିକ୍ଷାଲାଭ ପାଇଁ ପ୍ରବଳ ଇଚ୍ଛା ପ୍ରକଟ କଲେ । ହେଲେ ତାଙ୍କୁ ସଂସ୍କୃତ ଶିଖାଇବ କିଏ? କେହି ଜଣେ ବି ଏଥିପାଇଁ ରାଜି ହେଲେ ନାହିଁ । କାହିଁକିନା ସେତେବେଳେ ଗୋରାଲୋକଙ୍କୁ ଏହା ଶିଖାଇଲେ ଜାତି ଚାଲିଯିବାର ଭୟ ଥିଲା, ମାତ୍ର ଜୋନ୍ସଙ୍କର ଆଗ୍ରହ ଦେଖି ଜଣେ ବିଦ୍ୱାନ ଜାତି ଚାଲିଯାଉ ପଛେ ସଂସ୍କୃତ ଭାଷା ଶିକ୍ଷା ଦେବା ପାଇଁ ରାଜି ହୋଇଗଲେ । ଘଟଣାଟି ଥିଲା ଯେ, ସେ ବିଦ୍ୱାନଙ୍କର କେହି ନ ଥିଲେ କି ସମାଜ ସହିତ ତାଙ୍କର ଚଳଣି ବି ନଥିଲା। ପାଠପଢା ଆରମ୍ଭ ପୂର୍ବରୁ କେତେଗୁଡିଏ କଠିନ ସର୍ତ୍ତ ରଖାଗଲା । ତଥାପି ଜୋନ୍ସ ସମସ୍ତ ସର୍ତ୍ତ ମାନିନେଲେ । ସେହି ସର୍ତ୍ତଗୁଡିକ ଥିଲା – “ପ୍ରତିଦିନ ଜଣେ ହିନ୍ଦୁ ଭୃତ୍ୟ ପାଠପଢା ଘରକୁ ଗଙ୍ଗାଜଳରେ ଧୋଇଦେବ । ଘରେ ମଦମାଂସ ପଶିବ ନାହିଁ । ଟେବୁଲ୍, ଚୌକି ପଡିବ ନାହିଁ, ସୁତରାଂ ଚଟାଣ ଉପରେ ବସିବାକୁ ହେବ ।”

ଏବେ ଅସୁବିଧା ହେଲା ଯେ, ସଂସ୍କୃତ ଶିକ୍ଷାଦାନ ଦେଉଥିବା ସେହି ପଣ୍ଡିତଙ୍କୁ ଇଂରାଜୀ ଭାଷା ମୋଟେ ଜଣାନଥିଲା । ତେଣୁ ସେ ପ୍ରଥମେ ପ୍ରଥମେ ଠାରରେ ସଙ୍କେତ ଦ୍ୱାରା ଉଇଲିୟମ୍ସଙ୍କୁ ସଂସ୍କୃତ ଶିକ୍ଷା ଦେଲେ ।

କଥାରେ ଅଛି – “ଏକାଗ୍ରତା ଓ ଆଗ୍ରହ” ଥିଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇପାରେ । ଏହି କଥାଟି ଉଇଲିୟମ୍ସଙ୍କ ପାଇଁ ସତ୍ୟରେ ପରିଣତ ହୋଇଗଲା । ଖୁବ୍ ଅଳ୍ପଦିନ ଭିତରେ ସେ ସଂସ୍କୃତ ଭାଷାରେ ବିଜ୍ଞ ହୋଇଗଲେ । ଏହାର ପ୍ରମାଣସ୍ୱରୂପ ୧୭୯୪ରେ ସେ ‘ମନୁସଂହିତା’ର ଅନୁବାଦ ଇଂରାଜୀ ଭାଷାରେ କରିପାରିଥିଲେ । ମହାକବି କାଳିଦାସଙ୍କର ଶ୍ରେଷ୍ଠ ରଚନା “ଅଭିଜ୍ଞାନ ଶାକୁନ୍ତଳମ୍”ର ଅନୁବାଦ କରି ସେ ବିଶ୍ୱବିଖ୍ୟାତ ହୋଇପାରିଥିଲେ । ଏହାଦ୍ୱାରା ଆମ ଇଣ୍ଡିଆନ ସଂସ୍କୃତି ଓ ସାହିତ୍ୟର ମର୍ଯ୍ୟାଦା ବିଶ୍ୱ ଦରବାରରେ ଆଦର ଲାଭ କରିପାରିଥିଲା ।

କେବଳ ସଂସ୍କୃତ କାହିଁକି ଇଂରାଜୀ, ଲାଟିନ୍, ଫରାସୀ, ଜର୍ମାନ, ଇଟାଲୀୟ, ସ୍ପେନୀୟ, ଆରବୀ ଭାଷାରେ ମଧ୍ୟ ସାର୍ ଉଇଲିୟମ୍ ଜୋନ୍ସ ମହାପଣ୍ଡିତ ରୂପେ ପରିଗଣିତ ହୋଇପାରିଥିଲେ । ଏସବୁ କେବଳ ତାଙ୍କର ପ୍ରବଳ ଇଚ୍ଛାଶକ୍ତି ଓ ନିଷ୍ଠାର ଫଳ ଥିଲା ।

ସୁତରାଂ ଏହି ମହାପୁରୁଷଙ୍କ ଜୀବନୀରୁ ଶିକ୍ଷା ମିଳେ –

“ଏକାଗ୍ରତା ଆଉ ଆଗ୍ରହ ବଳରେ ଅସାଧ୍ୟ ବି ହେଳେ ହୁଏ ସାଧନ

ଏଥିଲାଗି ଯେତେ ବାଧା ଆସିଲେବି ନିର୍ବିଘ୍ନରେ ହୋଇଥାଏ ଖଣ୍ଡନ ।”

JOB & EDUCATIONAL INFORMATIONS CHANNEL

24 Nov, 09:42


' ॐ नमो भगवते वासुदेवाय '
ସୂଚନା :
ଆପଣମାନଙ୍କ ମଧ୍ୟରୁ କେହି ଯଦି SKCG Paralakhemundi, College ରେ ପାଠ ପଢୁୁଥାନ୍ତି, ତେବେ ସେ ମୋତେ ମେସେଜ୍ ମାଧ୍ୟମରେ ଜଣାନ୍ତୁ।

JOB & EDUCATIONAL INFORMATIONS CHANNEL

24 Nov, 08:46


Combined_Allied_2nd_Round_Allotment_Publish_Convener_Web_23_11_2024.pdf

JOB & EDUCATIONAL INFORMATIONS CHANNEL

24 Nov, 00:30


' ॐ नमो भगवते वासुदेवाय '
ସୂଚନା :
ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନଙ୍କ ଅଭ୍ୟାସ ନିମନ୍ତେ କିଛି ପ୍ରଶ୍ନ ପ୍ରତ୍ୟେକ ଦିନ ଗ୍ରୁପ୍ ରେ ଦିଆଯାଉଅଛି। ତଳେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ଆଜି ପାଇଁ ଦିଆଯାଇଥିବା ପ୍ରଶ୍ନ ଗୁଡ଼ିକର ସଠିକ୍ ଉତ୍ତର ଦିଅନ୍ତୁ👇
https://docs.google.com/forms/d/e/1FAIpQLSeOUGFrGsd36nXLt08t848aQJbJd2rqS1G_tOpBRvwf9lqrKw/viewform?usp=sf_link

JOB & EDUCATIONAL INFORMATIONS CHANNEL

23 Nov, 15:31


' ॐ नमो भगवते वासुदेवाय '
ନୀତିବାଣୀ :
ସବୁବେଳେ ନିଜର ଦୋଷକୁ ଖୋଜନ୍ତୁ କାହିଁକି ନା ଯିଏ ନିଜର ଦୋଷକୁ ଖୋଜି ତାର ସମାଧାନ କରିବା ଜାଣିଛି ସେ ତା ଜୀବନରେ ସଫଳତା ନିଶ୍ଚିତ ପାଇଛି।
🌺🌃ଶୁଭ ରାତ୍ରୀ🌃🌺

JOB & EDUCATIONAL INFORMATIONS CHANNEL

23 Nov, 12:30


' ॐ नमो भगवते वासुदेवाय '

ଆଜିର ବିଷୟ - ' ସବୁଠୁ ଭଲ ଚୁପ୍ '

ଥରେ ବାଘକୁ କିଏ କହିଲା ଯେ, ତାର ପାଟି ବହୁତ ଗନ୍ଧ ହେଉଛି । ବାଘ ଏଥିରେ ବହୁତ ରାଗିଗଲା । ତା’ପରେ ସେ ବାଘ ମେଣ୍ଢାକୁ ଡାକି ପଚାରିଲା, “ତୁ କହିଲୁ ମୋର ପାଟି କ’ଣ ଗନ୍ଧ ହେଉଛି?” ମେଣ୍ଡା ଭାବିଲା ବାଘ ବୋଧେ ପ୍ରକୃତରେ ସତ କଥା ହିଁ ଜାଣିବାକୁ ଚାହୁଁଛି । ତେଣୁ ସେ ମେଣ୍ଢା ବାଘର ପାଟି ଶୁଙ୍ଘି କରି ସତକଥା କହିଲା, “ହଁ ଗନ୍ଧ ହେଉଛି” । ବାଘ ଏଥିରେ ରାଗିଯାଇ ସେ ମେଣ୍ଢାକୁ ମାରିଦେଲା ।

ତାପରେ ବାଘ ଛେଳିକୁ ଡାକି ପଚାରିଲା । ହେଲେ ଛେଳି ବାଘକୁ ଖୁସି କରିବାକୁ ଯାଇ କହିଲା, “ନାଁ ଗନ୍ଧ ତ ମୋଟେ ହେଉ ନାହିଁ । ପ୍ରକୃତରେ ମୁହଁ ଆପଣଙ୍କର ତ ଖାଲି ବାସୁଛି ।” କିନ୍ତୁ ବାଘ ଠିକ୍ ଜାଣି ପାରିଲା ଯେ, ଛେଳି ତାକୁ ଖୁସି କରିବାକୁ ଖୋସାମତି କରୁଛି । ତେଣୁ ସେ ବାଘ ଛେଳିକୁ ମଧ୍ୟ ମାରିଦେଲା ।

ତାପରେ ସେ ବାଘ ବିଲୁଆକୁ ଡାକି ପଚାରିଲା । ବିଲୁଆ ଦେଖିଲା, ମେଣ୍ଢା ଓ ଛେଳି ତ ମରିପଡିଛନ୍ତି । ସେ ଏଥିରେ ବିପଦ ଅଛି ବୋଲି ଜାଣିପାରି କହିଲା, “ମୋତେ ତ ବହୁତ ଥଣ୍ଡା ଧରିଛି, ତେଣୁ ମୋର ନାକ ବନ୍ଦ । ଫଳରେ ମୁଁ କିଛିବି ଜାଣିପାରୁନାହିଁ, ଆପଣଙ୍କ ମୁହଁ ଗନ୍ଧ ହେଉଛି କି ନାହିଁ ।”

ସମୟ ଦେଖି ବେଳେ ବେଳେ ଚୁପ୍ ରହିବାଟା ହିଁ ସବୁଠୁ ଭଲ ।

JOB & EDUCATIONAL INFORMATIONS CHANNEL

23 Nov, 01:39


' ॐ नमो भगवते वासुदेवाय '
ସୂଚନା :
ଯେଉଁ ଛାତ୍ରଛାତ୍ରୀମାନେ ଓଡ଼ିଶାର ବିଭିନ୍ନ କଲେଜ୍ ଗୁଡିକରେ ଭିନ୍ନ ଭିନ୍ନ ପାରାମେଡ଼ିକାଲ୍ କୋର୍ସ ରେ ନିଜର ନାମ ଲେଖାଇବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ରେ କଲେଜ୍ ଚଏସ୍ ଲକିଂ କରିଛନ୍ତି, ସେମାନେ ଆସନ୍ତାକାଲି ୱେବସାଇଟ୍ ରୁ ନିଜର Provisional Allotment Letter ଡାଉନଲୋଡ୍ କରିପାରିବେ।

JOB & EDUCATIONAL INFORMATIONS CHANNEL

23 Nov, 00:58


' ॐ नमो भगवते वासुदेवाय '
ନୀତିବାଣୀ :
କାହାକୁ ହସେଇ ନ ପାରିଲେ କନ୍ଦାଇବ ନାହିଁ, ଖୁସି ନ ଦେଇପାରିଲେ ଦୁଃଖ ଦେବ ନାହିଁ ,ଭଲ ନ ପାଇପାରିଲେ ଘୃଣା କରିବ ନାହିଁ ,ସାଥି ହୋଇ ନ ରହିପାରିଲେ ଶତ୍ରୁ ହେବ ନାହିଁ।
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

22 Nov, 15:30


' ॐ नमो भगवते वासुदेवाय '
ନୀତିବାଣୀ :
ଆପଣଙ୍କ ପାଖରେ ଯାହା ଯେତିକି ଅଛି, ସେତିକିରେ ଖୁସି ହେବା ପାଇଁ ଚେଷ୍ଟା କରନ୍ତୁ କାହିଁକି ନା ଆପଣଙ୍କ ପାଖରେ ଯାହା ଅଛି, ତାହା ପାଇବା ପାଇଁ ଅନ୍ୟ କେହି ରାତି ଦିନ ସ୍ବପ୍ନ ଦେଖୁଥାଇପାରେ।
🌺🌃ଶୁଭ ରାତ୍ରୀ🌃🌺

JOB & EDUCATIONAL INFORMATIONS CHANNEL

22 Nov, 15:03


ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ପରୀକ୍ଷା ଦେବେ ୩ ଲକ୍ଷ ୯୧ ହଜାର ୮୦୯ ଜଣ ଛାତ୍ରଛାତ୍ରୀ । ଏଥର ମାର୍କିଂ ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ ୨ ଛାତ୍ରଛାତ୍ରୀ । ୧୦୦ ମାର୍କ ଥିଓରୀ ବଦଳରେ ୮୦ ମାର୍କର ପରୀକ୍ଷା ହେବ । ଏହି ୮୦ ମାର୍କରୁ ୨୪ ନମ୍ବର ରଖିଲେ ପାସ୍ ହେବେ ଛାତ୍ରଛାତ୍ରୀ । ଯେଉଁ ବିଷୟ ବସ୍ତୁଗୁଡିକରେ ପ୍ରାକ୍ଟିକାଲ କିମ୍ବା ପ୍ରୋଜେକ୍ଟ ନାହିଁ ସେହି ବିଷୟ ପାଇଁ ୨୦ ମାର୍କର ଇଣ୍ଟରନାଲ ଆସେସମେଣ୍ଟ ରହିବ । ଆଉ ଥିଓରୀ ରହିବ ୮୦ ମାର୍କ । କିନ୍ତୁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ଥିବା ବିଷୟରେ ପୂର୍ବପରି ମାର୍କ ଦିଆଯିବ ।

JOB & EDUCATIONAL INFORMATIONS CHANNEL

22 Nov, 14:22


' ॐ नमो भगवते वासुदेवाय '
ସୂଚନା :
NTA (National Testing Agency) ତରଫରୁ ୨୦୨୫ ମସିହା ପାଇଁ JEE (Main) Session - 1 ର ବିଜ୍ଞପ୍ତି ୱେବସାଇଟ ରେ ପ୍ରକାଶ ପାଇସାରିଛି ।
୧ - ଏହି ପରୀକ୍ଷା କେଉଁ ମାନେ ଦେଇପାରିବେ ଏବଂ କଣ ପାଇଁ ଏହି ପରୀକ୍ଷା କରାଯାଏ ?
• ଯେଉଁ ଛାତ୍ରଛାତ୍ରୀ ମାନେ ୨୦୨୩ କିମ୍ବା ୨୦୨୪ ମସିହାରେ +2 Science Stream ରେ ପାସ୍ କରିଛନ୍ତି କିମ୍ବା ୨୦୨୫ ମସିହାରେ +2 Science Stream ରେ ପରୀକ୍ଷା ଦେବାପାଇଁ ଯାଉଛନ୍ତି କେବଳ ସେହିମାନେ ଏହି ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ ।
• ଛାତ୍ରଛାତ୍ରୀ ମାନେ +2 ପରେ ବିଭିନ୍ନ ପ୍ରକାର IITs, NITs ଗୁଡିକରେ Undergraduate Engineering Program ରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା କରାଯାଏ ।
୨ - ଏହି ପରୀକ୍ଷା ଦେଇସାରିଲା ପରେ ଛାତ୍ରଛାତ୍ରୀ ମାନେ କେଉଁ ସବୁ କୋର୍ସ ରେ ନିଜର ନାମ ଲେଖାଇ ପାରିବେ ?
• B.Tech/BE/B.Arch/B.Planning କୋର୍ସ ରେ ନିଜର ନାମ ଲେଖାଇ ପାରିବେ ।
୩ - ଏହି ପରୀକ୍ଷା କେତୋଟି Paper ପାଇଁ କରାଯାଏ ?
• ଏହି ପରୀକ୍ଷା ୨ ଟି Paper ପାଇଁ କରାଯାଏ ଯଥା :
• Paper - 1 (BE/B.Tech)
• Paper - 2 (B.Arch/B.Planning)
୪ - ଏହି ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ଆବେଦନ ଆରମ୍ଭ ପ୍ରକ୍ରିୟା କେବେ ଠାରୁ ଆରମ୍ଭ ହେବ ଏବଂ କେବେ ଶେଷ ହେବ ?
• ଅନଲାଇନ୍ ଫର୍ମ ଆବେଦନ ଆରମ୍ଭ ତାରିଖ - ୨୮.୧୦.୨୦୨୪
• ଅନଲାଇନ୍ ଫର୍ମ ଆବେଦନ ଶେଷ ତାରିଖ - ୨୨.୧୧.୨୦୨୪
୫ - ଅନଲାଇନ୍ ଫର୍ମ ଆବେଦନ ବେଳେ କଣ କଣ ଡକ୍ୟୁମେଣ୍ଟ ଆବଶ୍ୟକ ?
• Valid Mobile Number
• Valid Email Id
• Aadhaar Card
• 10th Certificate & Marksheet
• +2 Certificate & Marksheet (Only for +2 pass students)
• Passport size photo
• Full Signature
୬ - ଅନଲାଇନ୍ ଫର୍ମ ଆବେଦନ ବେଳେ ପରୀକ୍ଷା ଦେୟ କେତେ ଟଙ୍କା ଦେବାକୁ ପଡିବ ?
For Paper - 1
• UR/EWS/OBC (Male) : Rs.1000/-
• UR/EWS/OBC (Female) : Rs.800/-
• SC/ST/PWD : Rs.500/-
For Both Paper - 1 & Paper - 2
• UR/EWS/OBC (Male) : Rs.2000/-
• UR/EWS/OBC (Female) : Rs.1600/-
• SC/ST/PWD : 1000/-
୭ - ଓଡ଼ିଶାର କେଉଁ କେଉଁ ସହରରେ ଏହାର ପରୀକ୍ଷା କେନ୍ଦ୍ର ରହିଛି ?
• Angul, Balangir, Balasore, Bargarh, Baripada/Mayurbhanj, Berhampur/Ganjam, Bhadrak, Bhawanipatna, Bhubaneswar, Cuttack, Dhenkanal, Jagatsinghpur, Jajpur, Jeypore, Jharsuguda, Kendrapada, Nuapada, Paralakhemundi, Phulbani, Puri, Rayagada, Raurkela, Sambalpur
ବି.ଦ୍ର. -
ଏହି ପରୀକ୍ଷା ସମ୍ବନ୍ଧିତ ଅଧିକ ତଥ୍ୟ ଜାଣିବା ନିମନ୍ତେ ଏହାର Details Notification Pdf ଟିକୁ ଭଲଭାବରେ ଚେକ୍ କରନ୍ତୁ।
JEE Main 2025 Session - 1 Apply Link👇
https://examinationservices.nic.in/JeeMain2025/root/Home.aspx?enc=WPJ5WSCVWOMNiXoyyomJgDUffqDdG1LTsAPBKFcEC9W88CTkt2ITzilIsFR7gKxO

JOB & EDUCATIONAL INFORMATIONS CHANNEL

22 Nov, 14:21


' ॐ नमो भगवते वासुदेवाय '
ସୂଚନା :
JEE Main Session - 1 ପାଇଁ ଅନଲାଇନ୍ ଫର୍ମ ଆବେଦନ ପ୍ରକ୍ରିୟା ଆଜି ରାତି ୯ ଟା ରେ ଶେଷ ହେବାକୁ ଯାଉଛି। ଯଦି କୌଣସି ଛାତ୍ରଛାତ୍ରୀ ଅନଲାଇନ୍ ଫର୍ମ ଆବେଦନ ସମୟରେ ଫର୍ମ ରେ କିଛି ତ୍ରୁଟି କରିଦେଇଥାଆନ୍ତି ତେବେ ସେମାନେ ସେହି ତ୍ରୁଟିକୁ ଆସନ୍ତା ନଭେମ୍ବର ୨୬ ରୁ ନଭେମ୍ବର ୨୭ ମଧ୍ୟରେ ୱେବସାଇଟ୍ ମାଧ୍ୟମରେ ସଂଶୋଧନ କରିପାରିବେ।

JOB & EDUCATIONAL INFORMATIONS CHANNEL

22 Nov, 14:10


' ॐ नमो भगवते वासुदेवाय '
ସୂଚନା :
ଯେଉଁ ପ୍ରାର୍ଥୀମାନେ ଏ ବର୍ଷ 2nd Single Subject (10th standard) ଏବଂ 2nd half yearly language test (8th standard) in odia ପାଇଁ ଫର୍ମ ଆବେଦନ କରିଥିଲେ, ସେମାନଙ୍କର ଆଡମିଟ୍ କାର୍ଡ ୱେବସାଇଟ୍ ରେ ଉପଲବ୍ଧ ହୋଇସାରିଛି।
• 2nd Single Subject (10th STD) Examination Admit Card Download Link👇
https://onlineapp.bseodisha.ac.in/singlesubject2024-2nd/DefaultAdmitss.aspx
• 2nd half yearly language test (8th STD) in odia Admit Card Download Link👇
https://onlineapp.bseodisha.ac.in/singlesubject2024-2nd/DefaultAdmit.aspx

JOB & EDUCATIONAL INFORMATIONS CHANNEL

22 Nov, 13:41


Check Your RPF SI Exam City & Exam Date👇
https://rrb.digialm.com/EForms/configuredHtml/1181/91610/login.html

JOB & EDUCATIONAL INFORMATIONS CHANNEL

22 Nov, 10:40


Download Your OTET Digital Certificates👇
onlineapp.bseodisha.ac.in/OTET_CertificateView/login.aspx
https://onlineapp.bseodisha.ac.in/OTET_CertificateView/login.aspx

JOB & EDUCATIONAL INFORMATIONS CHANNEL

16 Nov, 13:07


ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟରେ ଖୋଲିବ ଆଉ ୨ଟି ମେଡିକାଲ କଲେଜ । ଅନୁଗୁଳ-ତାଳଚେର ଏବଂ କନ୍ଧମାଳରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ସହ ନିଯୁକ୍ତି ଦିଆଯିବ । ରାଜ୍ୟର ସମସ୍ତ ମେଡିକାଲ କଲେଜକୁ ବିଏସସି ନର୍ସିିଂହୋମ ସହ ମିଶ୍ରଣ କରାଯିବ । ଆଗାମୀ ବର୍ଷରୁ ସମସ୍ତ ମେଡିକାଲ କଲେଜରେ ୮ଟି ବିଏସସି ନର୍ସିଂହୋମ ଖୋଲିବୁ । ୫ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪୦୦ ବେଡ୍ ଉପଲବ୍ଧ କରାଯିବା ସହ ସବୁ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଖୋଲିବାକୁ ଚେଷ୍ଟା କରିବୁ-ସ୍ୱାସ୍ଥ୍ୟମନ୍ତ୍ରୀ

JOB & EDUCATIONAL INFORMATIONS CHANNEL

15 Nov, 23:19


' ॐ नमो भगवते वासुदेवाय '
ସୂଚନା :
ଯେଉଁ ପ୍ରାର୍ଥୀମାନେ RRB (Railway Recruitment Board) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ALP (Assistant Loco Pilot) ପଦବୀ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିଥିଲେ, ସେମାନଙ୍କର ପରୀକ୍ଷା ଆସନ୍ତା ନଭେମ୍ବର ୨୫ ରୁ ଆରମ୍ଭ ହୋଇ ନଭେମ୍ବର ୨୯ ରେ ଶେଷ ହେବ ବୋଲି ପୂର୍ବରୁ ନୋଟିସ୍ ୱେବସାଇଟ୍ ରେ ପ୍ରକାଶ ପାଇଥିଲା। ପ୍ରାର୍ଥୀମାନେ ନିଜର ପରୀକ୍ଷା କେନ୍ଦ୍ରର ସହର ଏବଂ ପରୀକ୍ଷା ତାରିଖ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଆପଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ଏଥିପାଇଁ ମୋଟ୍ ୫,୬୯୬ ଟି ପଦବୀର ବିଜ୍ଞପ୍ତି ୱେବସାଇଟ୍ ରେ ପ୍ରକାଶ ପାଇଥିଲା ଏବଂ ଏହାର ଅନଲାଇନ୍ ଫର୍ମ ଆବେଦନ ପ୍ରକ୍ରିୟା ଗତ ଜାନୁୟାରୀ ୨୦ ତାରିଖ ଠାରୁ ଆରମ୍ଭ ହୋଇ ଗତ ଫେବୃଆରୀ ୧୯ ତାରିଖରେ ଶେଷ ହୋଇଥିଲା।
Check Your RRB ALP Exam City & Date👇
https://rrb.digialm.com//EForms/configuredHtml/1181/91195/login.html

JOB & EDUCATIONAL INFORMATIONS CHANNEL

15 Nov, 13:25


ଅଷ୍ଟମ ଶ୍ରେଣୀର NMMS ପରୀକ୍ଷା ଆସନ୍ତା ମାସ ୧୫ ତାରିଖରେ ହେବା ପରିବର୍ତ୍ତେ ଆସନ୍ତା ମାସ ୨୨ ତାରିଖରେ ହେବ ବୋଲି ନୋଟିସ୍ ୱେବସାଇଟ୍ ରେ ପ୍ରକାଶ ପାଇଛି।

JOB & EDUCATIONAL INFORMATIONS CHANNEL

15 Nov, 12:30


' ॐ नमो भगवते वासुदेवाय '

ଆଜିର ବିଷୟ - ' କୁକୁର ଶିଖେଇଲା ବୁଦ୍ଧି '

ଆଠ ଦଶ ବର୍ଷର ଝିଅଟିଏ ରୀମା । ବିଦ୍ୟାଳୟରେ ସେ ଖୁବ୍ ଭଲ ପାଠ ପଢେ । ସେଥିପାଇଁ ସମସ୍ତଙ୍କର ସେ ଥିଲା ଅତି ପ୍ରିୟ । ବାପାମାଆ ମଧ୍ୟ ଖୁବ୍ ଭଲ ପାଆନ୍ତି ତାକୁ । ରୀମା ଜମାରୁ ସମୟ ନଷ୍ଟ କରେ ନାହିଁ । ସଞ୍ଜ ବେଳେ ସେ ଟମି ସହିତ କିଛି ସମୟ ଖେଳାଖେଳି କରି କାଟେ । ରାତିରେ ପଢା ସାରି ସେ ରୀମା ତା ବାପାଙ୍କ ବାଟକୁ ଚାହିଁଥାଏ । ବାପା କିନ୍ତୁ ସଦାବେଳେ ବେଳ ଉଚ୍ଛୁର କରି ଘରକୁ ଫେରନ୍ତି । ତେଣୁ ସେ ଆସିଲା ବେଳକୁ ରୀମା ଅତ୍ୟନ୍ତ ମନ ଦୁଃଖରେ ଶୋଇ ପଡିଥାଏ । ସକାଳୁ ମଧ୍ୟ ବାପା ଉଠିବା ଆଗରୁ ରୀମା ତା ପାଠ ପଢିବାକୁ ଚାଲି ଯାଇଥାଏ । ଏହି ସବୁ କାରଣରୁ ରୀମା ତା’ର କୃତିତ୍ୱ ଓ ସଫଳତାର କଥା ତା ବାପାଙ୍କ ସହ ଆଦୌ ବାଂଟି ପାରି ନଥାଏ । ଖାସ୍ ସେଇଥିପାଇଁ ରୀମାର ମନ ଭାରି ଦୁଃଖ ।

ବାପା ବିଳମ୍ବରେ ଘରକୁ ଆସନ୍ତି କାହିଁକି ଏକଥା ସେ ରୀମା ଆଦୌ ଜାଣି ପାରିଲାନି । ମା’ ମଧ୍ୟ ରୀମାକୁ କିଛି ବି କହନ୍ତି ନାହିଁ । ଦିନକର କଥା । ସେ ଦିନ ରବିବାର ଥାଏ । ସକାଳୁ ଟମିକୁ ବାହାରକୁ ନେଲା ବେଳକୁ ଟମି ଜମାରୁ ବାହାରକୁ ଗଲା ନାହିଁ । ରୀମାର ଚାରି ପାଖରେ ଘଷି ହୋଇ ସେ ଟମି ଖାଲି ବୁଲିବାକୁ ଲାଗିଲା । ଏଥର ସେ ରୀମା ଜାଣି ପାରିଲା ଯେ ନିଶ୍ଚୟ କିଛି ଗୋଟାଏ କଥା ଅଛି । ତହୁଁ ସେ କୁକୁର ତା ମୁହଁରେ ଆଡେଇ ଅଖାତଳ ଥାକରେ ଥିବା ଅଟାଚକୁ ଦେଖାଇଲା । ରୀମା ଦେଖିଲା ବେଳକୁ ଚିରା ଅସନା ଅଖା ତଳେ ଥିବା ସୁଟକେଶ୍ରେ ବିଡା ବିଡା ଟଙ୍କା । ଏ ସବୁ ଦେଖି ସେ ରୀମା ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା । ଏତେ ଟଙ୍କା ଆସିଲା କୁଆଡୁ? ବାପା ଟିକେ ଡେରିରେ ଉଠି ମୁହଁ ଧୋଇଲେ ତାପରେ ସେ ଚା’ ପିଇବେ କ’ଣ ବାଡି ଘରକୁ ଯାଇ କ’ଣ ଗୋଟେ ଖୋଜିବାକୁ ସେ ଲାଗିଲେ । ଏହା ଦେଖି ସେ ରୀମା ପଚାରିଲା ବାପା ! କ’ଣ ଖୋଜୁଛ କି? ବାପା କହିଲେ ହଁ ମୁଁ ଗୋଟେ ଦରକାରୀ କାଗଜ ଖୋଜୁଛି । ସେତେବେଳକୁ ରୀମା ଜାଣି ସାରିଥିଲା ଯେ ତାର ବାପା କ’ଣ ଖୋଜୁଛନ୍ତି? ତେଣୁ ସେ ରୀମା କହିଲା ବାପା ଆପଣଙ୍କର ଆଉ ଖୋଜିବା ଆଦୌ ଦରକାର ନାହିଁ, ଯାହା ହଜିଛି ତାହା ଟମି ପାଇ ମୋତେ ଦେଇଛି । ଏଇ ନିଅ ତୁମ ଦରକାରୀ ଜିନିଷ । ଏହା ପରେ ରୀମା ପଚାରିଲା ବାପା ! ସତ କୁହ ଏତେ ଗୁଡାଏ ଟଙ୍କା ଆପଣ ଆଣିଲେ କେଉଁଠୁ? ବାପା ଟିକେ ରାଗିଯାଇ କହିଲେ ତୁ ପାଠ ପଢା ପିଲା ପାଠ ପଢ । ଟଙ୍କା କେଉଁଠୁ କିପରି ଆସୁଛି ତାହା ଜାଣିବା ତୋର ଆଦୌ ଦରକାର ନାହିଁ । ତାପରେ ରୀମା ଟମିକୁ ଧରି ବାହାରକୁ ଚାଲିଗଲା ।

ହଠାତ୍ ବାପା ପଚାରିଲେ ରୀମା ! ତୁ କୁଆଡେ ଯାଉଛୁ ଶୁଣ? ତହୁଁ ସେ ରୀମା କହିଲା ପୋଲିସ୍ ଥାନାକୁ ମୁଁ ଯାଉଛି । ଏ କଥା ଶୁଣି ସେହିକ୍ଷଣି ରୀମା ବାପାଙ୍କର ମୁଣ୍ଡଟା ଘୁରିଗଲା । ଏବେ ସେ କରିବେ କ’ଣ? ରୀମା ପାଖକୁ ଯାଇ ତା ବାପା ନିଜକୁ ଦୋଷୀ ବୋଲି କହିଲେ । ତାପରେ ବାପା ପୁଣି କହିଲେ ତୁ ସାନ ହେଲେ ମଧ୍ୟ ତୋର ବିଚାର ଯୋଗୁଁ ମୋର ଆଜି ଆଖି ଖୋଲିଛି ବୋଲି ମୁଁ ମଧ୍ୟ ଭୁଲ୍ ମାଗିଲି । ଏ ଟଙ୍କା ଆଉ ମୋର ଦରକାର ନାହିଁ । ମୋ ସାଥୀରେ ଚାଲ ଏ ଟଙ୍କା ମୁଁ ଫେରେଇ ଦେଇ ଆସିବି । ସେ ଦିନଠାରୁ ରୀମାର ବାପା ଆଉ କାହାଠାରୁ ଟଙ୍କାଟିଏ ଛୁଇଁଲେ ନାହିଁ କି ରାତି ବିଳମ୍ବରେ ମଧ୍ୟ ଘରକୁ ଫେରିଲେ ନାହିଁ । ବରଂ ବେଳା ବେଳି ଆସି ରୀମା ଓ ଟମିକୁ ଧରି ସେ ଖେଳି ବସିଲେ । ଏହା ଦେଖି ସେ ରୀମାର ମନ କି ଖୁସ୍ ।

JOB & EDUCATIONAL INFORMATIONS CHANNEL

15 Nov, 10:50


🚨ବିଶେଷ ସୂଚନା🚨
ଯେଉଁ ଛାତ୍ରଛାତ୍ରୀମାନେ ଏ ବର୍ଷ PG/UG/2 Year B.Ed, M.Ed କୋର୍ସ ରେ ନାମଲେଖାଇବା ପାଇଁ ଇଚ୍ଛୁକ ଅଛନ୍ତି, ସେମାନେ କାଳ ବିଳମ୍ବ ନ କରି ଶୀଘ୍ର ହିଁ ୱେବସାଇଟ୍ ମାଧ୍ୟମରେ ନିଜର ଫର୍ମ ଆବେଦନ କରିନିଅନ୍ତୁ। ସ୍ପଟ୍ ସିଲେକ୍ସନ୍ ରେ ଉଭୟ ଆଡମିଶନ୍ ଏବଂ ଆଡମିଶନ୍ କରିନଥିବା ଛାତ୍ରଛାତ୍ରୀମାନେ ଆଜି ରାତି ୧୧.୪୫ ମଧ୍ୟରେ ଫର୍ମ ଆବେଦନ କରିପାରିବେ।
SAMS WEBSITE LINK👇
https://www.samsodisha.gov.in/

JOB & EDUCATIONAL INFORMATIONS CHANNEL

15 Nov, 00:51


ROUND-1_ADMISSION_PUBLISH_14_11_2024.pdf

JOB & EDUCATIONAL INFORMATIONS CHANNEL

14 Nov, 13:59


OSSC CGL prelim result.pdf

JOB & EDUCATIONAL INFORMATIONS CHANNEL

14 Nov, 12:45


OSSTET Notification

JOB & EDUCATIONAL INFORMATIONS CHANNEL

03 Nov, 00:31


' ॐ नमो भगवते वासुदेवाय '
ନୀତିବାଣୀ :
ଭଗବାନ୍ ଆପଣଙ୍କୁ ଯାହା ବି କିଛି ଦେଇଛନ୍ତି ଆପଣ ସେତିକିରେ ଖୁସିରେ ରୁହନ୍ତୁ। କାରଣ ଅଧିକ ପାଇବା ଆଶାରେ ଦରକାର ପଡ଼ିଲେ ସର୍ବସ୍ବ ଯାଇପାରେ।
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

02 Nov, 12:32


' ॐ नमो भगवते वासुदेवाय '

ଆଜିର ବିଷୟ - ' ମହାଭାରତ '

ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ ଭୂଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା ତେଣୁ “ମହାଭାରତ” ସମଗ୍ର ଇଣ୍ଡିଆର ଜ୍ଞାନର ମୂଳ ଉତ୍ସରୂପେ ମାନିବା ବାଧ୍ୟତା ମୂଳକ ନୁହେଁ । ଆମ ଓଡ଼ିଆ ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପେ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ୍ । ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନକରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ । ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ; ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣାରୁ ହିଁ ସୃଷ୍ଟି, ତେଣୁ ଏପରି କାହାଣୀକୁ ନିଜର ଜ୍ଞାନ ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ୍ । ଧର୍ମ ଅର୍ଥାତ୍ ସତ୍ ଗୁଣ; ଯେପରି ନିଆଁର ଧର୍ମ ଉତ୍ତାପ ଦେବା, ବରଫର ଧର୍ମ ଥଣ୍ଡା ଦେବା, ଅମ୍ଳଜାନର ଧର୍ମ ଜୀବକୁ ଜୀବନ ଦେବା ଇତ୍ୟାଦି । ଧର୍ମର ଅନ୍ୟନାମ ସତ୍ କର୍ମ; ନିଆଁର ଅସତ୍ ବ୍ୟବହାର ଜଣେ ନିର୍ଦୋଶକୁ ଜଳାଇ ଦେଇପାରେ ଏଠାରେ ଦୋଷ ନିଆଁର ନୁହେଁ ଦୋଷ ହେଉଛି ମନ୍ଦ ଉଦ୍ଦେଶ୍ୟର; ତେଣୁ ମନ୍ଦ ଉଦ୍ଧେଶ୍ୟ ହେଉଛି ପାପ ବା କୁକର୍ମ । ଯଦି ଧର୍ମ ନାମରେ କୁକର୍ମ କରଯାଏ ତାହା ଧର୍ମ ନୁହେଁ ତାହା ମଧ୍ୟ କୁକର୍ମ । ଧର୍ମନାମରେ କିଛିଲୋକ ନିଜ ନିଜ ଧାର୍ମିକ ବେପାର ଖୋଲି ବସିଛନ୍ତି । ଭଲ ଭଲ ବାଣୀ ବ୍ୟବହାର କରି ଲୋକଙ୍କୁ ଧର୍ମ ନାମରେ ଠକି ଚାଲିଛନ୍ତି; ଯଦି କୌଣସି କାର୍ଯ୍ୟ ତାର୍କିକ ଓ ଜନମଙ୍ଗଳକାରୀ ନୁହେଁ ସେପରି ଧାର୍ମିକ ନାମଧାରୀ କାର୍ଯ୍ୟରୁ ନିଜକୁ ବଞ୍ଚାନ୍ତୁ, କାରଣ ଯାହା ଆପଣ ଧର୍ମ ଭାବୁଛନ୍ତି ତାହା ଧର୍ମ ନୁହେଁ, ଧର୍ମ ନାମରେ ଅନ୍ଧବିଶ୍ୱାସ ଏବଂ କୁକର୍ମ ବା ପାପ । ଯଦି ସତ୍ କର୍ମ ହିଁ ଧର୍ମ ହୁଏ ତେବେ ସତ୍ କର୍ମ କରିବା ପାଇଁ କୌଣସି ଧର୍ମର ଆଳ ନେବାର କୌଣସି ଅବଶକ୍ୟତା ନାହିଁ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

JOB & EDUCATIONAL INFORMATIONS CHANNEL

02 Nov, 08:24


' ॐ नमो भगवते वासुदेवाय '
ସୂଚନା :
ଯେଉଁ ଛାତ୍ରଛାତ୍ରୀ ମାନେ ଏ ବର୍ଷ ଓଡ଼ିଶାରେ ଥିବା ବିଭିନ୍ନ ପ୍ରକାର କଲେଜ୍ ଗୁଡିକରେ ପାରାମେଡ଼ିକାଲ୍ କୋର୍ସରେ ନାମ ଲେଖାଇବା ପାଇଁ ଅନଲାଇନ୍ ଫର୍ମ ଆବେଦନ କରିଥିଲେ ଏବଂ ଯାହାର ନାମ Revised Final Combined Common Merit List ରେ ଅଛି, ସେମାନେ ଆଜିଠାରୁ ଆସନ୍ତା ନଭେମ୍ବର ୫ ତାରିଖ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୱେବସାଇଟ୍ ମାଧ୍ୟମରେ College Choice Filling & Locking କରିପାରିବେ।
DMET College Choice Filling & Locking Link👇
https://dmetodisha.in/Allied2022/ChoiceFilling/candidatelogin.aspx

JOB & EDUCATIONAL INFORMATIONS CHANNEL

02 Nov, 00:30


' ॐ नमो भगवते वासुदेवाय '
ନୀତିବାଣୀ :
ଯଦି ଜୀବନରେ କେବେ ସମୟ ମିଳେ ତେବେ ମେଡିକାଲ୍ ବେଡ୍ ରେ ପଡ଼ିଥିବା ଜଣେ ରୋଗୀକୁ ସାହାଯ୍ୟ କର, ପୁଣ୍ୟଠାରୁ ମହାପୁଣ୍ୟ ମିଳିବ।
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

01 Nov, 12:30


' ॐ नमो भगवते वासुदेवाय '

ଆଜିର ବିଷୟ - ' ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା '

ହିନ୍ଦୁ ଧର୍ମ ଅନୁସାରେ ଗଣେଶ ହେଉଛନ୍ତି ବିଦ୍ୟା ଏବଂ ବୁଦ୍ଧିର ଠାକୁର । ଗଣେଶଙ୍କୁ ପୂଜାକଲେ ଅନୁଗାମୀମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ମିଳେ । ଗଣେଶଙ୍କୁ ହିନ୍ଦୁ ଧର୍ମାମ୍ବଲମ୍ବୀ ଲୋକମାନେ ବିନା ପ୍ରଶ୍ନରେ ଉତ୍ତରାଧିକାରୀଙ୍କ ସ୍ୱୀକୃତି ଯୋଗୁ ଅନ୍ଧଭାବରେ ନିଜର ବିଦ୍ୟାର ଈଶ୍ୱର ଭାବରେ ପୂଜା କରିଆସୁଛନ୍ତି । ଆସ୍ତିକମାନେ କୁହନ୍ତି ଧର୍ମକୁ ଯୁକ୍ତିଦ୍ୱାରା ନଦେଖି ଅନ୍ଧ ଭାବରେ ନିଜ ଅନ୍ତରାତ୍ମା ରେ ଅନୁଭବ କର ତେବେ ଯାଇ ଈଶ୍ୱରଙ୍କ ଦର୍ଶନ କରିପାରିବ । ତେଣୁ ମନୁଷ୍ୟ ସମାଜରେ ବର୍ତ୍ତମାନ ଯୁଗରେ ଆମେ ଦୁଇଟି ଦୃଷ୍ଟି କୋଣ ଦେଇ ଦୁନିଆକୁ ଦେଖି ଆସୁଛୁ, ଗୋଟେ ହେଉଛି, ଅଯୌକ୍ତିକ ସଂଗଠିତ ଧାର୍ମିକ ଆସ୍ଥା ଦ୍ୱାରା ଯାହା ବିନା ପ୍ରମାଣ, ବିନା ତର୍କ, ବିନା ଅନୁସନ୍ଧାନ, ବିନା କାରଣ, ବିନା ଅବଲୋକନ, ବିନା ବିସ୍ଲେସଣ ଏବଂ ବିନାପ୍ରମାଣ ଦ୍ୱାରା ଅନ୍ଧ ଭାବରେ ବିସ୍ଵାଶ କରାଯାଏ ଏବଂ ଅନ୍ୟଟି କଠୋର ତାର୍କିକ ତଥା ବୈଜ୍ଞାନିକ ମାଧ୍ୟମ ଦ୍ୱାରା ଯାହା ତର୍କ, ଅନୁସନ୍ଧାନ, କାରଣ, ଅବଲୋକନ, ବିସ୍ଲେସଣ ଏବଂ ପ୍ରମାଣ ପରେ ବିସ୍ଵାଶ କରାଯାଏ । ଗଣେଶ ଶିବ ପାର୍ବତୀଙ୍କ ଶାରରୀକ ସମ୍ପର୍କରୁ ଜାତ ପୁଅ ନୁହେଁ । ଶିବ ପାର୍ବତୀ ପୌରାଣିକ କାହାଣୀର ଅନେକ ରୂପାନ୍ତରଣ ଅଛି କିନ୍ତୁ ସବୁ ରୂପାନ୍ତରିତ କାହାଣୀରେ ଗଣେଶଙ୍କୁ ଶିବ ପାର୍ବତୀଙ୍କର ସନ୍ତାନ ରୂପେ ମାନ୍ୟତା ଦିଆଯାଇଛି । ଅନେକ କାହାଣୀରେ ଗଣେଶଙ୍କ ଜନ୍ମ ଶିବ ପାର୍ବତୀଙ୍କ ସଂଭୋଗରୁ ନୁହେଁ ବୋଲି ବଳିଷ୍ଠ ପ୍ରମାଣ ଅଛି । ପାର୍ବତୀଙ୍କ ଦେହର ମଳିରୁ ଗଣେଶଙ୍କ ଜନ୍ମ ବୋଲି ଅନେକ ପୌରାଣିକ ରୂପାନ୍ତରିତ କାହାଣୀ ମତ ବ୍ୟକ୍ତ କରନ୍ତି । ତେଣୁ କହିବାକୁ ଗଲେ ଗଣେଶ ଶିବଙ୍କର ଜୈବିକ ପଦ୍ଧତିରେ ଜନ୍ମିତ ପୁତ୍ର ନୁହନ୍ତି । ଦେହର ମଳିରୁ ଜୈବିକ ପୁତ୍ର ଅସମ୍ଭବ ତେଣୁ ଗଣେଶ ଏକ କାଳ୍ପନିକ ଚରିତ୍ର । କାହାଣୀ ଅନୁସାରେ ପାର୍ବତୀ ଯେତେବେଳେ ନିଜ ଦେହ ମଳିରୁ ଏକ ପୁତ୍ର ସନ୍ତାନର ଆକୃତି କରି ଜୀବ ଦାନ ଦେଲେ ତାହା କ୍ଷଣିକରେ ଏକ ବାଳୁତ ରୂପଧାରୀ ମନୁଷ୍ୟରେ ପରିଣତ ହୋଇଗଲା, ସେତେବେଳେ ତାଙ୍କ ମୁଣ୍ଡ ହାତୀ ସଦୃଶ୍ୟ ନଥିଲା । ତାଙ୍କ ମୁଣ୍ଡ ଦେଖିବାକୁ ଠିକ୍ ମଣିଷ ପରି ଥିଲା । ଜନ୍ମ ହବାର କ୍ଷଣିକ ମଧ୍ୟରେ ସେ କଥା ହେବା ଏବଂ ସୁରକ୍ଷ୍ୟା ବିଦ୍ୟା ମଧ୍ୟ ଶିଖିଗଲେ ଯେତେବେଳେକି ଏକ ମାନବ ଶିଶୁକୁ ଏହା କିଛି ବର୍ଷ ଲାଗିଥାଏ । ପାର୍ବତୀ ନିଜେ ସ୍ନାନ କରୁଥିବା ସମୟରେ ଗଣେଶଙ୍କୁ ଦ୍ୱାରପାଳ ଭାବେ ଜଗିବାର ଦାଇତ୍ୱ ଦେଲେ । ଏହି ସମୟରେ ଶିବ ଯେବେ ଘରକୁ ଆସି ଗୃହପ୍ରବେଶ ପାଇଁ ଚେଷ୍ଟାକଲେ ସେଥିରେ ଗଣେଶ ବାଧା ଦେଲେ । ବାପା ପୁଅ ଦୁହେଁ ଦୁହିଁଙ୍କୁ ଚିହ୍ନି ନପାରି ଯୁଦ୍ଧ କଲେ । ଦୁଇ ଜଣ ଭଗବାନ ହୋଇ ମଧ୍ୟ କେହି କାହାକୁ ଚିହ୍ନି ନପାରିବା ଏକ ଆଶର୍ଯ୍ୟ ବିବୃତି । ତେବେ ଯାହା ହଉ ଯୁଦ୍ଧରେ ବାପା ଜିତିଲେ ଏବଂ ପୁଅର ମୁଣ୍ଡ ଦେହରୁ ଅଲଗା ହୋଇଗଲା । ପରେ ପାର୍ବତୀ ଏହା ଦେଖି ବହୁତ କାନ୍ଦିଲେ ଏବଂ ପୁଅକୁ ବଞ୍ଚାଇବା ପାଇଁ ଶିବଙ୍କୁ ଅଳି କଲେ ଏବଂ ଗଣେଶ ତାଙ୍କ ପୁଅ ବୋଲି ପରିଚୟ ଦେଲେ । ଶିବଙ୍କର ତ୍ରିଶୁଳରୁ ଛେଦିତ ମୁଣ୍ଡ କେବେ ଯୋଡି ହୁଏନା ତେଣୁ ସେ ଯୋଡି ପାରିବେନି ବୋଲି ନିଜର ଅସାମର୍ଥ୍ୟତାକୁ ଜଣାଇଲେ । ଏଠାରେ ଦ୍ରଷ୍ଟବ୍ୟଯେ ଶିବଙ୍କ ତ୍ରିଶୁଳ ଆଗରେ ନିଜେ ଶିବ ମଧ୍ୟ ଶକ୍ତି ହୀନ । ପରେ ବ୍ରହ୍ମାଙ୍କ ଉପାୟ ଅନୁସାରେ ଶିବ ତାଙ୍କ ଦୂତଙ୍କୁ ଉତ୍ତରଦିଗକୁ ମୁହଁ କରିଥିବା ଜୀବର ମୁଣ୍ଡ କାଟି ଆଣିବାକୁ ଆଦେଶ ଦେଲେ । ନିଜେ ଭଗବାନ ହୋଇ ନିଜ ପିଲା ପାଇଁ କିପରି ଅନ୍ୟ ଜୀବର ମୁଣ୍ଡ କଟାଇବାପାଇଁ ଆଦେଶ ଦେଲେ ଏହା ସାଧାରଣ ତର୍କର ବାହାରେ । ତେବେ ଦୂତ ମାନେ ଖୋଜି ଖୋଜି ଏକ ହାତୀ ପିଲାର ମୁଣ୍ଡକୁ କାଟି ଆଣି ଶିବଙ୍କୁ ଦେଲେ ଆଉ ଶିବ ତାକୁ ଗଣେଶଙ୍କ ଗଣ୍ଡିରେ ଯୋଡି ହାତୀ ମୁଣ୍ଡ ଥିବା ମାନବ ଶରୀରକୁ ଜୀବଦାନ ଦେଲେ; ସେବେଠୁ ଗଣେଶ ହାତୀ ମୁଣ୍ଡ ଧାରୀ ଭଗବାନ । ଏଠାରେ ବିଚାର ଯୋଗ୍ୟଯେ; ପାର୍ବତୀଙ୍କ ଦେହରେ ଏତେ ମଳିଥିଲା ଯେ ସେଥିରୁ ସେ ଏକ ବାଳୁତ ରୂପଧାରୀ ମୂର୍ତ୍ତୀ ତିଆରିକରି ତାକୁ ଜୀବଦାନ ଦେଇଦେଲେ; ଏହିପରି ମଳି ମଣିଷ କିଛି ସହ ବର୍ଷ ନଗାଧେଇଲେଭି ବାହାରିବା କଷ୍ଟ । ସେ ଯାହା ହେଉ ପିତା ଶିବ ଗଣେଶଙ୍କୁ ହତ୍ୟା କଲାପରେ ମଧ୍ୟ ଦୁଃଖର କିଛି କାରଣ ନଥିଲା, କାରଣ ପାର୍ବତୀ ଆଉଥରେ ନିଜ ମଳିରୁ ପୁନର୍ବାର ଗଣେଶ ତିଆରି କରି ପାରିଥାନ୍ତେ କିମ୍ବା ନିଜ ମଳିଦ୍ୱାରା ଏକ ଗଣେଶ ମସ୍ତକ ବନେଇ ଯୋଡି ଦେଇ ପାରିଥାନ୍ତେ କିନ୍ତୁ ସେତେବେଳେ ବୋଧେ ପାର୍ବତୀଙ୍କ ସହ ଅନ୍ୟ ପ୍ରମୁଖ ଦେବା ଦେବୀଙ୍କର ପାଖରେ ଉପସ୍ଥିତ ବୁଦ୍ଧି ନଥିଲା, କିମ୍ବା ଗଣେଶ ଚରିତ୍ର ସୃଷ୍ଟି କରିଥିବା ବ୍ୟକ୍ତି ବା ଗୋଷ୍ଠୀ ଏହା ବିଷୟରେ ଦୃଷ୍ଟି ଦେଇନଥିଲେ । ଏଠାରେ ସବୁ କିଛି କାଳ୍ପନିକ ହେଲେ ମଧ୍ୟ ବିଶେଷ ଜ୍ଞାନର ମଧ୍ୟ ଅଭାବ ଅଛି । ତାହା ହେଉଛି ମୁଣ୍ଡ ହେଉଛି ଏକ ଜୀବର ପ୍ରକୃତ ପରିଚୟ ତାହାର ଗଣ୍ଡି ନୁହେଁ । ଯଦି ରାମ ଏବଂ ଦାମ ନାମ ଧାରୀ ମନୁଷ୍ୟ ଦ୍ଵୟଙ୍କ ମୁଣ୍ଡକାଟି ଶରୀର ବଦଳାଇ ଦିଆଯାଏ ଏବଂ ପରେ ଜୀବ ଦାନ ଦିଆଯାଏ ତେବେ ରାମକୁ ଡାକିଲେ ରାମ ଜବାବ ଦବ ଦାମ ନୁହେଁ । ତେଣୁ ଶରୀର ଯାହାର ହେଉନା କାହିଁକି ମୁଣ୍ଡରେ ହିଁ ଜୀବର ପ୍ରକୃତ ପରିଚୟ ଥାଏ । ଯେତେବେଳେ ଶିବ ଏକ ହାତୀ ମୁଣ୍ଡ ଗଣେଶଙ୍କ ଗଣ୍ଡିରେ ଯୋଡ଼ିଲେ ତେବେ ଏହା ଏକ ହାତୀର ହିଁ ପରିଚୟ ଦେବ ପୂର୍ବ ଗଣେଶର ନୁହଁ । ତେଣୁ ଆମେ ପୂଜା କରୁଥିବା ଗଣେଶ, ଗଣେଶ ନୁହଁ ଏକ ହାତୀ ଯାହାର ନାମ କୌଣସି ପୁରାଣରେ ଲେଖା ନାହିଁ । ସେହି ହାତୀ ପିଲାର ନାମ ନା ସେ ଦୂତ ଜାଣିଥିଲେ ନା କାଳ୍ପନିକ ଚରିତ୍ର ଶୃଷ୍ଟିକାରୀ ଲେଖିବାକୁ ଯୌକ୍ତିକ ମନେ କରିଥିଲେ । ଆମେ ଯେଉଁ ଗଣେଶଙ୍କୁ ପୂଜା କରୁଛୁ ଅଯୌକ୍ତିକରେ ମଧ୍ୟ ଏକ ଅଚିହ୍ନା, ନାମ ନଥିବା ହାତୀକୁ ବର୍ଷ ବର୍ଷ ଧରି ଭୁଲରେ ପୂଜା କରିଆସୁଅଛୁ । ବୈଜ୍ଞାନିକ ବିଚାର ଅନୁଶାରେ ମସ୍ତିଷ୍କର ମୃତ୍ୟୁ ଜୀବର ମୃତ୍ୟୁ ବୋଲି ଧରା ଯାଏ । ତେଣୁ ଗଣେଶଙ୍କ ମୁଣ୍ଡ ଖଣ୍ଡନ ହୋଇଥିବା ଦିନ ହିଁ କାଳ୍ପନିକ ଗଣେଶଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ଆପଣଂକ ବିସ୍ୱାଶକୁ

JOB & EDUCATIONAL INFORMATIONS CHANNEL

01 Nov, 12:30


ଆହତ କରିପାରେ କିନ୍ତୁ ନିଜକୁ ତର୍କ ଅନ୍ଧ ଭାବରେ ବଂଚେଇବା ଏବଂ ପର ପିଢ଼ିକୁ ତର୍କ ଅନ୍ଧତ୍ୱ ମାନସିକ ରୋଗରେ ଠେଲିଦେବା ଏକ ମହା ମୁର୍ଖତା ହିଁ ହେବ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

JOB & EDUCATIONAL INFORMATIONS CHANNEL

01 Nov, 00:31


' ॐ नमो भगवते वासुदेवाय '
ନୀତିବାଣୀ :
ଖୁସି ହେଉଛି ଏକ ଅମୂଲ୍ୟ ଜିନିଷ ଯାହା ଟଙ୍କା ଦ୍ଵାରା ନୁହଁ, ଆମ ଚାରିପାଖ ପରିବେଶ ଦ୍ଵାରା ମିଳିଥାଏ।
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

30 Oct, 04:53


OHC District Judge Recruitment.pdf

JOB & EDUCATIONAL INFORMATIONS CHANNEL

30 Oct, 00:44


' ॐ नमो भगवते वासुदेवाय '
ସୂଚନା :
ଯେଉଁ ପ୍ରାର୍ଥୀମାନେ RRB ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ୩,୪୪୫ ଟି ଅଣ୍ଡର୍ ଗ୍ରାଜୁଏଟ୍ ପଦବୀ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିଛନ୍ତି, ସେମାନଙ୍କର ଯଦି ଅନଲାଇନ୍ ଫର୍ମ ଆବେଦନ ସମୟରେ ଫର୍ମରେ କିଛି ତ୍ରୁଟି ରହିଯାଇଥାଏ ତେବେ ସେମାନେ ଆଜିଠାରୁ ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ୱେବସାଇଟ୍ ମାଧ୍ୟମରେ ସେହି ତ୍ରୁଟିକୁ ସଂଶୋଧନ କରିପାରିବେ।
Correction/Edit Your Application Form👇
https://www.rrbapply.gov.in/#/auth/landing

JOB & EDUCATIONAL INFORMATIONS CHANNEL

30 Oct, 00:31


' ॐ नमो भगवते वासुदेवाय '
ନୀତିବାଣୀ :
ସମ୍ପର୍କକୁ ଗୁରୁତ୍ଵ ଦେବାର ଅଛିତ ସମୟ ଥାଉ ଥାଉ ଦିଅନ୍ତୁ ନହେଲେ ପରେ ଶୁଖିଲା ଗଛକୁ ପାଣି ଦେଇ ସବୁଜ କରିବାର ଆଶା ବେକାର ହୋଇଯିବ।
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

29 Oct, 23:35


' ॐ नमो भगवते वासुदेवाय '
🚨ବିଶେଷ ସୂଚନା🚨
ଓଡ଼ିଶା ପୋଲିସ୍ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କନେଷ୍ଟବଳ ପଦବୀ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିବାର ଶେଷ ତାରିଖ ଆଜି ଥିଲା କିନ୍ତୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାହାକୁ ପରିବର୍ତ୍ତନ କରି ଏଥିପାଇଁ ଅନଲାଇନ୍ ଫର୍ମ ଆବେଦନ କରିବାର ଶେଷ ତାରିଖକୁ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଗଲା ବୋଲି ଏକ ନୋଟିସ୍ ୱେବସାଇଟ୍ ରେ ପ୍ରକାଶ ପାଇଛି।

JOB & EDUCATIONAL INFORMATIONS CHANNEL

29 Oct, 14:16


• ବାଣଫୁଟା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍
• ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି
• ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା
• ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ବାରଣ
• ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟର ୧୦୦ ମିଟରରେ ବାଣ ମନା

JOB & EDUCATIONAL INFORMATIONS CHANNEL

29 Oct, 12:34


' ॐ नमो भगवते वासुदेवाय '
ସୂଚନା :
OSSC ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା LTR (Leave Training Reserve) ପଦବୀକୁ ସ୍ଥଗିତ କରିଦିଆଗଲା ବୋଲି ନୋଟିସ୍ ୱେବସାଇଟ୍ ରେ ପ୍ରକାଶ ପାଇଛି।

JOB & EDUCATIONAL INFORMATIONS CHANNEL

29 Oct, 12:32


' ॐ नमो भगवते वासुदेवाय '

ଆଜିର ବିଷୟ - ' ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ '

“ଲଣ୍ଡନରେ ଥରେ ଇଣ୍ଡିଆକୁ ଯେବେ ଦେଇଥିଲା କଟୁ ମନ୍ତବ୍ୟ ଜଣେ

ଏଥିଲାଗି ସ୍ୱାମୀ ବିବେକାନନ୍ଦଙ୍କ ଉତ୍ତରଟି ଦୁଃଖ ଦେଲା ତା’ ମନେ ।

ଆମେ ଇଣ୍ଡିଆନ ଦେବା ଶିଖିଅଛୁ, ମାତ୍ର ଶିଖି ନାହୁଁ ନେବା ଛଡାଇ

ଏହି କଥା ସ୍ୱାମୀ ଭାଷଣ ଛଳରେ ଦେଇଥିଲେ ଠିକେ ଠିକେ ବତାଇ ।

ଜୋକ ମୁହେଁ ଲୁଣ ଦେଲା ଭଳି ତୁନି ହୋଇଗଲା ସେହି ସମାଲୋଚକ

ନ ଥିଲା ତା’ ମୁହେଁ ଆଉ ପଦେ କଥା, ସତେ କି ପାଲଟି ଗଲା ସେ ମୂକ?”

ଏକଦା ସ୍ୱାମୀ ବିବେକାନନ୍ଦ ଲଣ୍ଡନ ଗସ୍ତରେ ଯାଇ ଥାଆନ୍ତି । ସେ ସବୁ ସଭା ସମିତିରେ ଭାଷଣ ପ୍ରସଙ୍ଗରେ ଇଣ୍ଡିଆର ଗୌରବ ବର୍ଣ୍ଣନା କରିବା ପାଇଁ କେବେହେଲେ ଭୁଲି ନ ଥାନ୍ତି ।

ଦିନକର କଥା । ଏକ ସଭାରେ ସ୍ୱାମିଜୀ ଇଣ୍ଡିଆର ଗୌରବବର୍ଣ୍ଣନା କରିବା ବେଳେ ଜଣେ ଇଣ୍ଡିଆ ବିରୋଧୀ ସମାଲୋଚକ ଉଠିପଡି ସ୍ୱାମିଜୀଙ୍କୁ ପ୍ରଶ୍ନ କଲେ, “ସ୍ୱାମିଜୀ! ଆପଣ ତ ଖୁବ୍ ବଡବଡ କଥା କହୁଛନ୍ତି, ହେଲେ ଇଣ୍ଡିଆନ ହିନ୍ଦୁମାନେ ଆଜିଯାଏଁ କ’ଣ କରିପାରିଛନ୍ତି? ସେମାନେ ତ କାହିଁ ଏ ପର୍ଯ୍ୟନ୍ତ କୌଣସି ଦେଶ କି ଜାତି ଉପରେ ବିଜୟ ହାସଲ କରିପାରି ନାହାଁନ୍ତି?” ସେହି ସମାଲୋଚକଙ୍କ କଥାଟି ସ୍ୱାମିଜୀଙ୍କୁ ଭାରି ବାଧିଲା । ହେଲେ ସିଏ ତ ଆଉ ଛାଡିବା ଲୋକ ନୁହଁନ୍ତି, ଇଣ୍ଡିଆକୁ ଏଭଳି କଟୁ ସମାଲୋଚନା ସହିଥାନ୍ତେ ବା କିପରି? ସେଇଠୁ ସ୍ୱାମିଜୀ କ୍ରୋଧାନ୍ୱିତ ନ ହୋଇ ଧୀରସ୍ଥିର ତଥା ନମ୍ର ଭାବରେ ଜଣେ ଅବୁଝା ଲୋକକୁ ବୁଝାଇବା ଢଙ୍ଗରେ କହିଲେ, “ଆପଣ ପୁରାପୁରି ଠିକ୍ କଥା କହିଛନ୍ତି । ଇଣ୍ଡିଆନ ହିନ୍ଦୁମାନେ କାହାରିକୁ ଜୟ କରିପାରି ନାହାଁନ୍ତି ବୋଲି ନୁହେଁ, କୁହନ୍ତୁ ଯେ କେବେ ବି କାହାକୁ ସେମାନେ ଜୟ କରିପାରିବେ ନାହିଁ । ସତରେ ହିନ୍ଦୁଜାତ କେବେବି ଅନ୍ୟ ଜାତିର ରକ୍ତରେ ହୋଲି ଖେଳି ପୃଥିବୀକୁ ରକ୍ତରଂଜିତ କରି ନାହିଁ କି କରିବ ବି ନାହିଁ । ଏହାହିଁ ହିନ୍ଦୁଜାତି ଓ ତା’ଦେଶ ଇଣ୍ଡିଆର ଗୌରବ । ସେ ଅନ୍ୟ ଦେଶ ଉପରେ ଅଧିକାର କରିବ କାହିଁକି? ଏହାତ ଏକ ଅମାନୁଷିକ କାର୍ଯ୍ୟ ।”

ପୁନଶ୍ଚ ସ୍ୱାମିଜୀ ଇଣ୍ଡିଆର ଗୌରବକୁ ଶତଗୁଣରେ ବଢାଇ ଦେବାଲାଗି କହିଲେ, “ଭଗବାନ୍ ତ ଇଣ୍ଡିଆକୁ ଦାତାର ମହିମାମୟ ଆସନରେ ବସାଇ ଦେଇଛନ୍ତି । ସୁତରାଂ ସେ ସବୁବେଳେ ଦେଇ ଶିଖିଛି, ମାତ୍ର କେବେ କାହାଠାରୁ ଛଡେଇ ନେବା କଥା ତାର ଜାତକରେ ବି ସୁଦ୍ଧା ନାହିଁ । ଏଇ ଦେଖୁନ, ଇଂରେଜମାନେ ସିନା ମୋ’ଦେଶକୁ ବଳପୂର୍ବକ ଛଡେଇ ନେଇ ବଳପୂର୍ବକ ଶାସନ କଲେ, ହେଲେ ଇଣ୍ଡିଆ ତା’ବଦଳରେ କଲା କଅଣ? ଅହିଂସା ଲଢେଇ କରି ତାକୁ ତଡିବା ଛଡା ଆଉ କିଛି କରିଛି କି? ସୁତରାଂ ଇଣ୍ଡିଆବାସୀ ଆପଣମାନଙ୍କ ଭଳି ରକ୍ତପିପାସୁ ଦସ୍ୟୁ ନୁହଁନ୍ତି । କେବଳ ସେଇଥିପାଇଁ ମୁଁ ମୋର ପୂର୍ବଜଙ୍କ ଗୌରବରେ ନିଜକୁ ଗୌରବାନ୍ୱିତ ମନେକରେ ।”

ସେଦିନ ସ୍ୱାମୀ ବିବେକାନନ୍ଦଙ୍କର ଏଭଳି ଉତ୍ତର ସେହି ସଭାରେ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା । ଜୋକ ମୁହଁରେ ଲୁଣ ଦେଲାପରି ସେହି ସମାଲୋଚକ ଜଣକ ସେହିଠାରେ ସତେ ଯେମିତି ମୂକ ପାଲଟି ଯାଇଥିଲେ ।

ସ୍ୱାର୍ଥ ଚିନ୍ତା ଯା’ର ନ ଥିଲା ତିଳେ

“ସ୍କୁଲ ପିଲାଙ୍କୁ ସେ ଭଲପାଉଥିଲେ ନିଜ ପୁଅଝିଆରୁ ବଳି

ନଥିଲା ମନରେ ସ୍ୱାର୍ଥଚିନ୍ତା ତିଳେ ନିଜଘର ଛୁଆପିଲା ବୋଲି ।

ବିଦ୍ୟାଳୟେ ପୁରସ୍କାର ବିତରଣ ଚାଲିଥାଏ ଦିନେ ଧୁମ୍ଧାମେ

ଏତିକି ବେଳରେ ଖବର ମିଳିଲା ତାଙ୍କ ଝିଅ ନାହିଁ ଇହଧାମେ ।

ସଭାପତି ଭାବେ ସଭାରେ ସେଦିନ ଝିଅବାପା ଯୋଗେଇଦେଇଥିଲେ

ମୃତ୍ୟୁଖବରଟା ପାଇବି ତାଙ୍କର ମନରେ ନଥିଲା ଦୁଃଖ ତିଳେ ।

ଦୁଃସମ୍ବାଦ ପାଇ ସଭାସ୍ଥଳ ଛାଡି ଗଲେ ନାହିଁ ଜମା ଯେଉଁ ବ୍ୟକ୍ତି

ସିଏ ଥିଲେ ପୂଜ୍ୟ ଜାକିର୍ ହୋସେନ୍ ଆମ ପୂର୍ବତନ ରାଷ୍ଟ୍ରପତି ।”

ଦିଲ୍ଲୀର କୌଣସି ଏକ ବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ ବେଶ୍ ଧୁମଧାମ୍ରେ ପାଳିତ ହେଉଥାଏ । ପିଲାମାନଙ୍କର ଆନନ୍ଦ କହିଲେ ନ ସରେ । ସଭାରେ ଉପସ୍ଥିତ ସଭାପତି ବି ପିଲାଙ୍କର ଆନନ୍ଦ ଦେଖି ବିହ୍ୱଳିତ । ସଭାକାର୍ଯ୍ୟ ଯଥାରୀତି ଚାଲିଛି । ଶେଷରେ ପୁରସ୍କାର ବିତରଣ ହେବ । ପ୍ରତିଯୋଗୀଙ୍କର ନାମ ତାଲିକା ପଢାଯିବା କ୍ଷଣି ସେମାନଙ୍କ ମନରେ ଆନନ୍ଦର ଢେଉ ଖେଳିଗଲା । ପୁରସ୍କାର ପାଇବା ପାଇଁ ପିଲାମାନେ ଚାହିଁ ବସିଥାନ୍ତି କେତେବେଳେ କାହାର ପାଳି ପଡିବ? ସେଦିନ ସଭାର ସଭାପତି ତଥା ବିଦ୍ୟାଳୟର ଅଧ୍ୟକ୍ଷ ଥିଲେ ଜଣେ ମର୍ଯ୍ୟାଦାବନ୍ତ ପୁରୁଷ । ସବୁବେଳେ ହସ ହସ ମୁହଁ ଓ ଶାନ୍ତ ପ୍ରକୃତିର ମଣିଷଟିଏ । ମଂଚ ଉପରେ ବସି ସଭା କାର୍ଯ୍ୟ ପରିଚାଳନା କରୁଥାନ୍ତି । ଠିକ୍ ଏତିକିବେଳେ ତାଙ୍କ ପରିବାରର ଜଣେ ଲୋକ ଆସି ଅଧ୍ୟକ୍ଷଙ୍କ କାନରେ କ’ଣ ଫୁସ୍ଫୁସ୍ କରି କହିଦେଲା । ହଠାତ୍ ତାଙ୍କର ମୁଖମଣ୍ଡଳ ମଳିନ ପଡିଗଲା, ସତେଯେପରି ହଠାତ୍ ଘୋର ବିପଦ ତାଙ୍କ ଉପରକୁ ମାଡି ଆସିଲା । ହେଲେ ସେ କ୍ଷଣିକ ପାଇଁ ବିବ୍ରତ ହୋଇ ପୁଣି ହସ ହସ ମୁହଁରେ ସଭାକାର୍ଯ୍ୟ ପରିଚାଳନା କଲେ । ତା’ପରେ ପୁରସ୍କାର ବିତରଣ କାର୍ଯ୍ୟ ଆରମ୍ଭ ହୋଇଗଲା ।

ସଭାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ଜାଣିପାରିଲେ ନାହିଁ ଯେ, ଅଧ୍ୟକ୍ଷ ମଝିରେ କାହିଁକି ଚିନ୍ତିତ ଜଣାପଡୁଥିଲେ । ପୁରସ୍କାର ବିତରଣ ଶେଷ ହେଲା ପରେ ଅଧ୍ୟକ୍ଷ ମୁହଁରେ ହସ ଫୁଟାଇ ତା’ର ସାରଗର୍ଭକ ବକ୍ତୃତା ମଧ୍ୟ ଦେଲେ । ଶେଷରେ ସଭା ସାଙ୍ଗ ହେଲା । ଯିଏ ଯୁଆଡେ ଗଲେ ।

ମାତ୍ର ଅଧ୍ୟକ୍ଷ ଉତ୍ସବ ଶେଷରେ ଘରକୁ ଫେରି ଦେଖିଲା ବେଳକୁ ତାଙ୍କର ପାଂଚବର୍ଷର ଅତି ଅଲିଅଳି ଝିଅ ‘ରେହେନା’ ଆଉ ଇହଜଗତରେ ନ ଥିଲା । ଝିଅଟି ବାରଣ୍ଡାରେ ଦୌଡୁଥିବାବେଳେ ତଳକୁ ଖସିପଡି ଆହତ ହୋଇଗଲା । ସେ ଅଚେତ ଅବସ୍ଥାରେ ଥିବାବେଳେ ସଭାମଂଚରେ ତାଙ୍କୁ ପ୍ରଥମ ଖବର ଦିଆଯାଇଥିଲା । ସେତେବେଳେ ଝିଅକୁ ଚିକିତ୍ସା ଲାଗି ଡାକ୍ତରଖାନା ନେବାକୁ ଘରେ କେହି ନ ଥିଲେ । ମାଆ ଝିଅକୁ ଧରି ବସି କାନ୍ଦୁଥାନ୍ତି । ଅବଶ୍ୟ କିଛି ସମୟ ପରେ ପଡୋଶୀଲୋକଙ୍କ ସହାୟତାରେ ଡାକ୍ତରଖାନା ନିଆଗଲା, ମାତ୍ର ତାକୁ ନେବାବାଟରେ ତା’ର ପ୍ରାଣବାୟୁ ଉଡିଯାଇଥିଲା ।

JOB & EDUCATIONAL INFORMATIONS CHANNEL

29 Oct, 12:32


ଝିଅର ମୃତ୍ୟୁଖବର ନେଇ ଆଉ ଜଣେ ଲୋକ ବି ମଂଚ ଉପରେ ଦ୍ୱିତୀୟଥର ପାଇଁ ଖବର ଦେଲା । ଏହି ଖବର ଶୁଣି ଅଧ୍ୟକ୍ଷ ମହାଶୟ ଘରକୁ ଦୌଡିଆସିବେ ବୋଲି ଆଶା କରାଯାଉଥିଲା । ହେଲେ ତା’ ହୋଇନଥିଲା । ସଭା ଶେଷଯାଏଁ ମଧ୍ୟ ସଭାପତି ମହୋଦୟ ସଭା ମଂଚରେ ବସି ରହିଥିଲେ ।

ଯେତେବେଳେ ଅଧ୍ୟକ୍ଷ ତାଙ୍କ ଘରେ ଯାଇ ପହଁଚିଗଲେ, ସେତେବେଳେ ଘର ଲୋକମାନେ ତାଙ୍କ ଉପରେ ଅଭିଯୋଗ ପରେ ଅଭିଯୋଗ ବାଢିବସିଲେ । ସ୍ତ୍ରୀ ତାଙ୍କର ଅଭିମାନଭରା ଉତ୍କ୍ଷିପ୍ତ କଣ୍ଠରେ କହିଲେ, “ତୁମେ କେମିତି ଆସିଲ ନାହିଁ? ତୁମେ ଗୋଟେ ବାପା ନା ପଥର? ମନ ଡାକିଲାନି ଟିକିଏ ଝିଅକୁ ଦେଖିବାକୁ?”

ସବୁଶୁଣି ଅଧ୍ୟକ୍ଷ କହିଲେ, “ତୁମେ କ’ଣ ଜାଣିବ ସ୍କୁଲପିଲାଙ୍କର ମନର ଆନନ୍ଦକୁ? କେତେ ଆଗ୍ରହ ଉଦ୍ଦୀପନା ଥିଲା ସେମାନଙ୍କ ମନରେ? ସେମାନଙ୍କୁ ସେଇ ସୁଖରୁ ବଂଚିତ କରି ମୁଁ କିପରି ଆସିଥାନ୍ତି? ଆସିଥିଲେ କ’ଣ ଠିକ୍ ହୋଇଥାନ୍ତା? ମୋର ବ୍ୟକ୍ତିଗତ ଦୁଃଖପାଇଁ ପିଲାଙ୍କ ମୁହଁର ହସକୁ ମୁଁ କିପରି ଲୁଣ୍ଠନ କରିଥାନ୍ତି? କରିଥିଲେ କ’ଣ ଠିକ୍ ହୋଇଥାନ୍ତା? ତା’ପରେ ତୁମେ ସବୁ ତ ଥିଲା, ଆଉ ମୁଁ ଥିଲେ ଅଧିକ କ’ଣ କରିପାରିଥାନ୍ତି ଯେ?”

ସେଦିନର ସେହି ମହାମନା ଅଧ୍ୟକ୍ଷ ଓ ବାପାଜଣକ କିଏ ତୁମେମାନେ ଜାଣିଛ? ସେ ହେଉଛନ୍ତି ଆମ ଇଣ୍ଡିଆର ପୂର୍ବତନ ରାଷ୍ଟ୍ରପତି ଜାକିର୍ ହୋସେନ୍ ।

JOB & EDUCATIONAL INFORMATIONS CHANNEL

29 Oct, 07:09


REVISED SEAT MATRIX_29_10_2024_PUBLISH.pdf

JOB & EDUCATIONAL INFORMATIONS CHANNEL

29 Oct, 05:44


JOB & EDUCATIONAL INFORMATIONS CHANNEL pinned «' ॐ नमो भगवते वासुदेवाय ' ସୂଚନା : NTA (National Testing Agency) ତରଫରୁ ୨୦୨୫ ମସିହା ପାଇଁ JEE (Main) Session - 1 ର ବିଜ୍ଞପ୍ତି ୱେବସାଇଟ ରେ ପ୍ରକାଶ ପାଇସାରିଛି । ୧ - ଏହି ପରୀକ୍ଷା କେଉଁ ମାନେ ଦେଇପାରିବେ ଏବଂ କଣ ପାଇଁ ଏହି ପରୀକ୍ଷା କରାଯାଏ ? • ଯେଉଁ ଛାତ୍ରଛାତ୍ରୀ ମାନେ ୨୦୨୩ କିମ୍ବା…»

JOB & EDUCATIONAL INFORMATIONS CHANNEL

29 Oct, 05:44


' ॐ नमो भगवते वासुदेवाय '
ସୂଚନା :
NTA (National Testing Agency) ତରଫରୁ ୨୦୨୫ ମସିହା ପାଇଁ JEE (Main) Session - 1 ର ବିଜ୍ଞପ୍ତି ୱେବସାଇଟ ରେ ପ୍ରକାଶ ପାଇସାରିଛି ।
୧ - ଏହି ପରୀକ୍ଷା କେଉଁ ମାନେ ଦେଇପାରିବେ ଏବଂ କଣ ପାଇଁ ଏହି ପରୀକ୍ଷା କରାଯାଏ ?
• ଯେଉଁ ଛାତ୍ରଛାତ୍ରୀ ମାନେ ୨୦୨୩ କିମ୍ବା ୨୦୨୪ ମସିହାରେ +2 Science Stream ରେ ପାସ୍ କରିଛନ୍ତି କିମ୍ବା ୨୦୨୫ ମସିହାରେ +2 Science Stream ରେ ପରୀକ୍ଷା ଦେବାପାଇଁ ଯାଉଛନ୍ତି କେବଳ ସେହିମାନେ ଏହି ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ ।
• ଛାତ୍ରଛାତ୍ରୀ ମାନେ +2 ପରେ ବିଭିନ୍ନ ପ୍ରକାର IITs, NITs ଗୁଡିକରେ Undergraduate Engineering Program ରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା କରାଯାଏ ।
୨ - ଏହି ପରୀକ୍ଷା ଦେଇସାରିଲା ପରେ ଛାତ୍ରଛାତ୍ରୀ ମାନେ କେଉଁ ସବୁ କୋର୍ସ ରେ ନିଜର ନାମ ଲେଖାଇ ପାରିବେ ?
• B.Tech/BE/B.Arch/B.Planning କୋର୍ସ ରେ ନିଜର ନାମ ଲେଖାଇ ପାରିବେ ।
୩ - ଏହି ପରୀକ୍ଷା କେତୋଟି Paper ପାଇଁ କରାଯାଏ ?
• ଏହି ପରୀକ୍ଷା ୨ ଟି Paper ପାଇଁ କରାଯାଏ ଯଥା :
• Paper - 1 (BE/B.Tech)
• Paper - 2 (B.Arch/B.Planning)
୪ - ଏହି ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ଆବେଦନ ଆରମ୍ଭ ପ୍ରକ୍ରିୟା କେବେ ଠାରୁ ଆରମ୍ଭ ହେବ ଏବଂ କେବେ ଶେଷ ହେବ ?
• ଅନଲାଇନ୍ ଫର୍ମ ଆବେଦନ ଆରମ୍ଭ ତାରିଖ - ୨୮.୧୦.୨୦୨୪
• ଅନଲାଇନ୍ ଫର୍ମ ଆବେଦନ ଶେଷ ତାରିଖ - ୨୨.୧୧.୨୦୨୪
୫ - ଅନଲାଇନ୍ ଫର୍ମ ଆବେଦନ ବେଳେ କଣ କଣ ଡକ୍ୟୁମେଣ୍ଟ ଆବଶ୍ୟକ ?
• Valid Mobile Number
• Valid Email Id
• Aadhaar Card
• 10th Certificate & Marksheet
• +2 Certificate & Marksheet (Only for +2 pass students)
• Passport size photo
• Full Signature
୬ - ଅନଲାଇନ୍ ଫର୍ମ ଆବେଦନ ବେଳେ ପରୀକ୍ଷା ଦେୟ କେତେ ଟଙ୍କା ଦେବାକୁ ପଡିବ ?
For Paper - 1
• UR/EWS/OBC (Male) : Rs.1000/-
• UR/EWS/OBC (Female) : Rs.800/-
• SC/ST/PWD : Rs.500/-
For Both Paper - 1 & Paper - 2
• UR/EWS/OBC (Male) : Rs.2000/-
• UR/EWS/OBC (Female) : Rs.1600/-
• SC/ST/PWD : 1000/-
୭ - ଓଡ଼ିଶାର କେଉଁ କେଉଁ ସହରରେ ଏହାର ପରୀକ୍ଷା କେନ୍ଦ୍ର ରହିଛି ?
• Angul, Balangir, Balasore, Bargarh, Baripada/Mayurbhanj, Berhampur/Ganjam, Bhadrak, Bhawanipatna, Bhubaneswar, Cuttack, Dhenkanal, Jagatsinghpur, Jajpur, Jeypore, Jharsuguda, Kendrapada, Nuapada, Paralakhemundi, Phulbani, Puri, Rayagada, Raurkela, Sambalpur
ବି.ଦ୍ର. -
ଏହି ପରୀକ୍ଷା ସମ୍ବନ୍ଧିତ ଅଧିକ ତଥ୍ୟ ଜାଣିବା ନିମନ୍ତେ ଏହାର Details Notification Pdf ଟିକୁ ଭଲଭାବରେ ଚେକ୍ କରନ୍ତୁ।
JEE Main 2025 Session - 1 Apply Link👇
https://examinationservices.nic.in/JeeMain2025/root/Home.aspx?enc=WPJ5WSCVWOMNiXoyyomJgDUffqDdG1LTsAPBKFcEC9W88CTkt2ITzilIsFR7gKxO

JOB & EDUCATIONAL INFORMATIONS CHANNEL

29 Oct, 00:30


' ॐ नमो भगवते वासुदेवाय '
ନୀତିବାଣୀ :
ଜୀବନରେ ଏମିତି ଏକ ସମୟ ଆସିବ, ଯେଉଁ ସମୟରେ ଆପଣଙ୍କୁ ଅନୁଭବ ହେବ କି ଏ ଦୁନିଆରେ ଆପଣଙ୍କର କେହି ବି ନିଜର ନାହିଁ ଆଉ ସେହି ସମୟରେ ହିଁ ଆପଣ ବୁଝିପାରିବେ ଜୀବନର ପ୍ରକୃତ ଅର୍ଥ କଣ ?
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

28 Oct, 23:40


' ॐ नमो भगवते वासुदेवाय '
ସୂଚନା :
ଯେଉଁ ଛାତ୍ରଛାତ୍ରୀ ମାନେ ପୂର୍ବ ବର୍ଷ ଷ୍ଟେଟ୍ ସ୍କୋଲାରସିପ୍ ପୋର୍ଟାଲ୍ ମାଧ୍ୟମରେ ପୋଷ୍ଟ ମ୍ୟାଟ୍ରିକ୍ ସ୍କୋଲାରସିପ୍ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିଥିଲେ, ବର୍ତ୍ତମାନ ସେମାନେ ତାହାକୁ Renewal କରିବା ସହ ଯେଉଁ ଛାତ୍ରଛାତ୍ରୀ ମାନେ ପ୍ରଥମକରି ପୋଷ୍ଟ ମ୍ୟାଟ୍ରିକ୍ ସ୍କୋଲାରସିପ୍ ଆବେଦନ କରିବାକୁ ଚାହୁଁଥାନ୍ତି, ସେମାନେ New Registration ମାଧ୍ୟମରେ ନିମ୍ନରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରି ନିଜର ଅନଲାଇନ୍ ଫର୍ମ ଆବେଦନ କରିପାରିବେ।
ବି.ଦ୍ର - ପୋଷ୍ଟ ମ୍ୟାଟ୍ରିକ୍ ସ୍କୋଲାରସିପ୍ ର ଅର୍ଥ ହେଉଛି, ଯଦି ଆପଣମାନେ ଦଶମ ପାସ୍ କରିସାରିବା ପରେ ଯେକୌଣସି ସରକାରୀ କିମ୍ବା ସରକାରୀ ସ୍ଵୀକୃତି ପ୍ରାପ୍ତ ସ୍କୁଲ୍ କିମ୍ବା କଲେଜ୍ ରେ ନିଜର ନାମ ଲେଖାଇଥାନ୍ତି ତେବେ ଆପଣ ଏହି ସ୍କୋଲାରସିପ୍ ପାଇଁ ଫର୍ମ ଆବେଦନ କରିବାକୁ ଯୋଗ୍ୟ ବିବେଚିତ।
State Scholarship Portal Link👇
https://scholarship.odisha.gov.in/website/home

JOB & EDUCATIONAL INFORMATIONS CHANNEL

26 Oct, 00:32


' ॐ नमो भगवते वासुदेवाय '
ନୀତିବାଣୀ :
ଟଙ୍କା ଲୁଣ ଭଳିଆ ହୋଇଥାଏ, ଆବଶ୍ୟକ ମୁତାବକ ରହିଲେ ବହୁତ ଭଲ କିନ୍ତୁ ଯଦି ତାହା ଦରକାରଠୁ ଅଧିକ ହୋଇଯାଏ ତେବେ ଜୀବନର ସ୍ବାଦ ବିଗିଡି ଯାଇଥାଏ।
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

25 Oct, 15:31


Schedule_&_syllabus_of_Mian_written_examination_for_CGLRE_Specialist.pdf

JOB & EDUCATIONAL INFORMATIONS CHANNEL

25 Oct, 15:31


' ॐ नमो भगवते वासुदेवाय '
ନୀତିବାଣୀ :
ମଣିଷ ଜୀବନ ସାରା ଆଶା ଏବଂ ଭରସା କୁ ନେଇ ବଞ୍ଚିଥାଏ କିନ୍ତୁ ଯଦି ଏହା ତା ଠାରୁ କିଏ ଛଡ଼ାଇ ନିଏ ତେବେ ସେ ବଞ୍ଚି ଥାଉ ଥାଉ ମଲା ଭଳି ନିଜକୁ ଅନୁଭବ କରେ।
🌺🌃ଶୁଭ ରାତ୍ରୀ🌃🌺

JOB & EDUCATIONAL INFORMATIONS CHANNEL

25 Oct, 15:03


• ପ୍ରବଳ ବର୍ଷା ଆଶଙ୍କା: କାଲି ୪ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ୍
• ଭଦ୍ରକରେ ପ୍ରଥମରୁ ଦ୍ୱାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ
• କେନ୍ଦୁଝର, ମୟୂରଭଞ୍ଜରେ ବି କାଲି ସମସ୍ତ ସ୍କୁଲ୍‌ ବନ୍ଦ ନିଷ୍ପତ୍ତି
• ବାଲେଶ୍ୱର ଜିଲ୍ଲାରେ ସ୍କୁଲ୍ ସହ ବନ୍ଦ ରହିବ କଲେଜ
• ସ୍କୁଲ, କଲେଜରେ ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବନ୍ଦ ନିଷ୍ପତ୍ତି

JOB & EDUCATIONAL INFORMATIONS CHANNEL

25 Oct, 13:44


Ossc Chsl final answer key.pdf

JOB & EDUCATIONAL INFORMATIONS CHANNEL

25 Oct, 13:43


• ସମସ୍ତ ବିଭାଗର ୨୬ ଓ ୨୭ ତାରିଖ ଛୁଟି ବାତିଲ୍ କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର
• ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଛୁଟି ବାତିଲ

JOB & EDUCATIONAL INFORMATIONS CHANNEL

25 Oct, 10:08


DOC-20241025-WA0015.

JOB & EDUCATIONAL INFORMATIONS CHANNEL

25 Oct, 10:00


JOB & EDUCATIONAL INFORMATIONS CHANNEL pinned «" ଓଁ " ସୂଚନା : ଭାରତୀୟ ରେଳ ବିଭାଗ ତରଫରୁ ମୋଟ୍ ୩,୬୯୩ ଟି ବିଭିନ୍ନ ପ୍ରକାର ନନ୍ - ଟେକ୍ନିକାଲ ପଦବୀ ପାଇଁ ବିଜ୍ଞପ୍ତି ୱେବସାଇଟ ରେ ପ୍ରକାଶ ପାଇସାରିଛି। ବିଜ୍ଞପ୍ତି ଅନୁଯାୟୀ ଏଥିପାଇଁ ସାରା ଭାରତର ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ନିଜର ଫର୍ମ ଆବେଦନ କରିପାରିବେ। ୧ - କେଉଁ ବିଭାଗ…»

JOB & EDUCATIONAL INFORMATIONS CHANNEL

25 Oct, 10:00


" ଓଁ "
ସୂଚନା :
ଭାରତୀୟ ରେଳ ବିଭାଗ ତରଫରୁ ମୋଟ୍ ୩,୬୯୩ ଟି ବିଭିନ୍ନ ପ୍ରକାର ନନ୍ - ଟେକ୍ନିକାଲ ପଦବୀ ପାଇଁ ବିଜ୍ଞପ୍ତି ୱେବସାଇଟ ରେ ପ୍ରକାଶ ପାଇସାରିଛି। ବିଜ୍ଞପ୍ତି ଅନୁଯାୟୀ ଏଥିପାଇଁ ସାରା ଭାରତର ଉଭୟ ପୁରୁଷ ଏବଂ ମହିଳା ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ନିଜର ଫର୍ମ ଆବେଦନ କରିପାରିବେ।
୧ - କେଉଁ ବିଭାଗ ପାଇଁ ମୋଟ୍ କେତେ ସଂଖ୍ୟକ ପଦବୀର ବିଜ୍ଞପ୍ତି ୱେବସାଇଟ ରେ ପ୍ରକାଶ ପାଇଛି ?
• Commercial cum Ticker clerk : ୨୦୨୨ ଟି ପଦବୀ
• Train clerk : ୭୨ ଟି ପଦବୀ
• Accounts clerk cum typist : ୩୬୧ ଟି ପଦବୀ
• Junior clerk cum typist : ୯୯୦ ଟି ପଦବୀ
• PwBD Revised Vacancies : ୨୪୮ ଟି ପଦବୀ
୨ - ଏହି ପଦବୀ ଗୁଡିକ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିବାକୁ ହେଲେ ଶିକ୍ଷାଗତ ଯୋଗ୍ୟତା କଣ ଥିବା ଆବଶ୍ୟକ ?
• ଯଦି ଜଣେ ପ୍ରାର୍ଥୀ +2 ପାସ୍ କରିଥିବେ, ତେବେ ସେ ଏହି ପଦବୀ ଗୁଡିକ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ।
୩ - ଏହି ପଦବୀ ଗୁଡିକ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିବାକୁ ହେଲେ ବୟସ ସୀମା କେତେ ହୋଇଥିବା ଆବଶ୍ୟକ ?
• ୦୧.୦୧.୨୦୨୫ ସୁଦ୍ଧା ଅତିକମ୍ ରେ ୧୮ ବର୍ଷ ଏବଂ ଅତିବେଶୀରେ ୩୩ ବର୍ଷ ବୟସ ହେଉଥିବା ଆବଶ୍ୟକ।
• UR ଏବଂ EWS ବର୍ଗର ପ୍ରାର୍ଥୀମାନଙ୍କ ଜନ୍ମ 02.01.1992 ରୁ 01.01.2007 ମଧ୍ୟରେ ହୋଇଥିବା ଆବଶ୍ୟକ।
• OBC ବର୍ଗର ପ୍ରାର୍ଥୀମାନଙ୍କ ଜନ୍ମ 02.01.1989 ରୁ 01.01.2007 ମଧ୍ୟରେ ହୋଇଥିବା ଆବଶ୍ୟକ।
• SC/ST ବର୍ଗର ପ୍ରାର୍ଥୀମାନଙ୍କ ଜନ୍ମ 02.01.1987 ରୁ 01.01.2007 ମଧ୍ୟରେ ହୋଇଥିବା ଆବଶ୍ୟକ।
• ବିଭିନ୍ନ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମା କୋହଳ ମଧ୍ୟ କରାଯାଇଅଛି।
୪ - ଅନଲାଇନ୍ ଫର୍ମ ଆବେଦନ ପ୍ରକ୍ରିୟା କେବେ ଠାରୁ ଆରମ୍ଭ ହେବ ଏବଂ କେବେ ଶେଷ ହେବ ?
• ଅନଲାଇନ୍ ଫର୍ମ ଆବେଦନ ଆରମ୍ଭ ତାରିଖ : 21.09.2024
• ଅନଲାଇନ୍ ଫର୍ମ ଆବେଦନ ଶେଷ ତାରିଖ : 27.10.2024 (11.59 P.M.)
• ଅନଲାଇନ୍ ଫର୍ମ ଆବେଦନ ପରେ ଅନଲାଇନ୍ ପେମେଣ୍ଟ କରିବା ତାରିଖ : 28.10.2024 - 29.10.2024
• ଅନଲାଇନ୍ ଫର୍ମ ସଂଶୋଧନ ତାରିଖ : 30.10.2024 to 06.11.2024
୫ - ଅନଲାଇନ୍ ଫର୍ମ ଆବେଦନ ସମୟରେ କେଉଁ ବର୍ଗର ପ୍ରାର୍ଥୀଙ୍କୁ କେତେ ଟଙ୍କା ଆପ୍ଲିକେସନ୍ ଫି ଦେବାକୁ ପଡ଼ିବ ?
• For UR/EWS/OBC Candidates : 500/-
• For SC/ST/PwBD/Female/Ex-servicemen Candidates : 250/-
୬ - ଅନଲାଇନ୍ ଫର୍ମ ଆବେଦନ ସମୟରେ କଣ କଣ ଡକ୍ୟୁମେଣ୍ଟ ଆବଶ୍ୟକ ?
• Valid Mobile Number
• Valid Email Id
• 10th Certificate
• +2 Certificate & Marksheet
• Aadhaar Card
• Bank Passbook
• Passport size photo
• Candidates signature
୭ - ଏହି ପଦବୀ ଗୁଡିକ ପାଇଁ ସିଲେକ୍ସନ୍ କିପରି ହେବ ?
• Computer Based Aptitude Test
• Typing Skill Test (Wherever applicable)
• Medical Test
ବିଶେଷ ଦ୍ରଷ୍ଟବ୍ୟ :
୧ - RRB Bhubaneswar ପାଇଁ ମୋଟ୍ କେତେ ସଂଖ୍ୟକ ପଦବୀର ବିଜ୍ଞପ୍ତି ବାହାରିଛି ଜାଣିବା ପାଇଁ ଏହାର Details Notification Pdf ର ୬୩ ନମ୍ୱର୍ ପେଜ୍ ଚେକ୍ କରନ୍ତୁ।
୨ - ଏହାର ପରୀକ୍ଷା ପ୍ରଣାଳୀ, ପରୀକ୍ଷା କେନ୍ଦ୍ର ଇତ୍ୟାଦି ଅନ୍ୟାନ୍ୟ ତଥ୍ୟ ଜାଣିବା ନିମନ୍ତେ ଏହାର Details Notification Pdf ଟିକୁ ଚେକ୍ କରନ୍ତୁ।
Apply Link👇
https://www.rrbapply.gov.in/

JOB & EDUCATIONAL INFORMATIONS CHANNEL

25 Oct, 09:31


Check Your SSC Phase - XII Final Answer Key👇
https://ssc.digialm.com/EForms/configuredHtml/32874/89487/login.html

JOB & EDUCATIONAL INFORMATIONS CHANNEL

25 Oct, 09:24


JOB & EDUCATIONAL INFORMATIONS CHANNEL pinned «' ॐ नमो भगवते वासुदेवाय ' ସୂଚନା : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ଓଡ଼ିଶାର ବିଭିନ୍ନ ହାଇସ୍କୁଲ୍ ଗୁଡିକରେ LTR (Leave Training Reserve) ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ପାଇଁ ମୋଟ୍ ୬,୦୨୫ ଟି ପଦବୀର ବିଜ୍ଞପ୍ତି ୱେବସାଇଟ୍ ରେ ପ୍ରକାଶ ପାଇସାରିଛି। ବିଜ୍ଞପ୍ତି ଅନୁଯାୟୀ ଏଥିପାଇଁ ସାରା ଓଡ଼ିଶାର…»

JOB & EDUCATIONAL INFORMATIONS CHANNEL

25 Oct, 09:23


JOB & EDUCATIONAL INFORMATIONS CHANNEL pinned «' ॐ नमो भगवते वासुदेवाय ' ସୂଚନା : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ତରଫରୁ ବିଭିନ୍ନ ପ୍ରକାର ଟେକ୍ନିକାଲ୍ ପଦବୀ ପାଇଁ ବିଜ୍ଞପ୍ତି ୱେବସାଇଟ୍ ରେ ପ୍ରକାଶ ପାଇସାରିଛି। ବିଜ୍ଞପ୍ତି ଅନୁଯାୟୀ ଏଥିପାଇଁ ମୋଟ୍ ୧୫ ଟି ପଦବୀର ବିଜ୍ଞପ୍ତି ୱେବସାଇଟ୍ ରେ ପ୍ରକାଶ ପାଇଛି ଏବଂ ଏଥିପାଇଁ ଓଡ଼ିଶାର ଉଭୟ ପୁରୁଷ ଏବଂ…»

JOB & EDUCATIONAL INFORMATIONS CHANNEL

21 Oct, 00:32


' ॐ नमो भगवते वासुदेवाय '
ନୀତିବାଣୀ :
ଯାହା ପାଖରେ ସମୟଜ୍ଞାନ ନାହିଁ, ସେ ଯେତେ ବି ସଫଳତାର ଶୀର୍ଷରେ ଥିଲେ ମଧ୍ୟ ଦିନେ ନା ଦିନେ ତାକୁ ବିଫଳତା ନିଶ୍ଚିତ ମିଳିବ।
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

20 Oct, 23:24


' ॐ नमो भगवते वासुदेवाय '
ସୂଚନା :
ଯେଉଁ ପ୍ରାର୍ଥୀମାନେ ଭାରତୀୟ ରେଳ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ୮,୧୧୩ ଟି ନନ୍-ଟେକ୍ନିକାଲ୍ ଗ୍ରାଜୁଏଟ୍ ଲେବୁଲ୍ ପଦବୀ ପଦବୀ ପାଇଁ ଅନଲାଇନ୍ ଫର୍ମ ଆବେଦନ କରିଛନ୍ତି, ଯଦି ସେମାନଙ୍କର ଅନଲାଇନ୍ ଫର୍ମ ଆବେଦନ ସମୟରେ ଫର୍ମରେ କିଛି ତ୍ରୁଟି ରହିଯାଇଥାଏ, ତେବେ ସେମାନେ ସେହି ତ୍ରୁଟିକୁ ଆସନ୍ତା ଅକ୍ଟୋବର ୨୩ ତାରିଖ ଠାରୁ ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ୱେବସାଇଟ୍ ମାଧ୍ୟମରେ ସଂଶୋଧନ କରିପାରିବେ।

JOB & EDUCATIONAL INFORMATIONS CHANNEL

20 Oct, 15:30


' ॐ नमो भगवते वासुदेवाय '
ନୀତିବାଣୀ :
କିଏ ଅବହେଳା କଲା, କିଏ ଅପମାନ କଲା, କିଏ ବଦନାମ୍ କଲା, କିଏ ଛାଡ଼ି ଦେଇ ଚାଲିଗଲା, ଏସବୁକୁ ଇଗନୋର୍ କରିବା ଶିଖ କାହିଁକି ନା ଏହି ଛୋଟ ଛୋଟ କଥାଗୁଡିକ ମଣିଷ ଭିତରୁ ସବୁ ସୁଖ ଛଡ଼େଇ ନିଏ।
🌺🌃ଶୁଭ ରାତ୍ରୀ🌃🌺

JOB & EDUCATIONAL INFORMATIONS CHANNEL

20 Oct, 12:30


' ॐ नमो भगवते वासुदेवाय '
ଆଜିର ବିଷୟ - ' ଯୋଗ୍ୟ ବ୍ୟକ୍ତିର ସ୍ଥାନ ସବୁଠାରେ '

ଇଂଲଣ୍ଡର ରୟାଲ ଏକାଡେମୀ ଥରେ ଏକ ତୈଳଚିତ୍ର ପ୍ରଦର୍ଶନୀର ଆୟୋଜନ କରିଥାଏ । ସେ ପ୍ରଦର୍ଶନୀରେ ତ ଅନେକ ଶିଳ୍ପୀ ଭାଗ ନେଇଥିଲେ । ସେମାନଙ୍କ ଭିତରେ ପ୍ରଖ୍ୟାତ୍ ଚିତ୍ରଶିଳ୍ପୀ ଟର୍ଣ୍ଣର ବି ଥାଆନ୍ତି । ସେତେବେଳେ ଟର୍ଣ୍ଣରଙ୍କ ଅଙ୍କିତ ପ୍ରାକୃତିକ ଦୃଶ୍ୟସମ୍ଭାର ସାରା ବିଶ୍ୱରେ ଆଦୃତ ହୋଇଥିଲା ।

ପ୍ରଦର୍ଶନୀର ଆୟୋଜକମାନେ ବଛାବଛା ଚିତ୍ରଗୁଡିକ ଗ୍ୟାଲେରୀରେ ସ୍ଥାନ ଦେଇଥାନ୍ତି । ଆଉ ଯେଉଁଗୁଡିକ ସ୍ଥାନାଭାବରୁ ସ୍ଥାନିତ ହୋଇପାରିଲା ନାହିଁ ସେଗୁଡିକୁ ଘରର ଗୋଟିଏ କୋଣରେ ରଖିଦିଆଗଲା ।

ହଠାତ୍ ଟର୍ଣ୍ଣରଙ୍କର ନଜର ପଡିଗଲା ଅଳିଆ ଗଦାଭଳି ଗଦା ହୋଇଥିବା ଚିତ୍ରଗୁଡିକ ଉପରେ । ପ୍ରଦର୍ଶନୀ ବୁଲି ଦେଖିଲା ବେଳେ ଅବ୍ୟବହୃତ ଚିତ୍ରଗୁଡିକର ଏଭଳି ଅବସ୍ଥା ଦେଖି ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ । ତା’ପରେ ସେ ସେହି ସ୍ଥାନରେ ଚଟାଣ ଉପରେ ବସିପଡି ଗୋଟି ଗୋଟି କରି ସେସବୁକୁ ଦେଖିଲେ । ଦେଖା ସରିଗଲା ପରେ ତାକୁ ସେ ଅତି ଯତ୍ନରେ ସଜାଡି ରଖିବାକୁ ବି ଆଦୌ ଭୁଲୁ ନ ଥିଲେ ।

ଏହି ଛବି ଦେଖା ଚାଲିଥିବାବେଳେ ହଠାତ୍ ଏକ ଛବି ଉପରେ ଟର୍ଣ୍ଣରଙ୍କର ନଜର ପଡିଗଲା । ସେହି ଛବିଟିକୁ ନେଇ ସେ ତତ୍କ୍ଷଣାତ୍ ପ୍ରଦର୍ଶନୀର ଆୟୋଜକଙ୍କ ପାଖରେ ଯାଇ ପହଁଚିଗଲେ । ଆଉ ତାଙ୍କୁ ପଚାରିଲେ ଆପଣ ଏଇ ଛବିଟିକୁ ପ୍ରଦର୍ଶନ କରି ନାହାଁନ୍ତି କାହିଁକି? ଇଏତ ଅତି ଚିତାକର୍ଷକ ଫଟୋଟିଏ ।

ତାଙ୍କ କଥା ଶୁଣି ଆୟୋଜକ କହିଲେ, “ଭଲ ତ ହୋଇଛି ନିଶ୍ଚୟ । ମାତ୍ର ପ୍ରଖ୍ୟାତ ଚିତ୍ରଶିଳ୍ପୀମାନଙ୍କର ଅଧିକସଂଖ୍ୟକ ଚିତ୍ର ଆସି ପହଁଚିବାରୁ ଗ୍ୟାଲେରୀ ଭର୍ତ୍ତି ହୋଇଗଲା । ଇଏ ତ ନାଁ କମେଇ ନ ଥିବା ଜଣେ ନୂଆ ଚିତ୍ରକରଙ୍କର । ତାଙ୍କୁ ଅବା କିଏ ଜାଣେ? ତା’ ଛଡା ଗ୍ୟାଲେରୀରେ ଆଉ ସ୍ଥାନ ଥିଲେ ତ…?”

ଆୟୋଜକଙ୍କ ତୁଣ୍ଡରୁ କଥା ଛଡେଇ ନେଇ ଟର୍ଣ୍ଣର କହିଲେ, “ଯୋଗ୍ୟ ଲୋକ ପାଇଁ କେଉଁଠାରେ ବି ସ୍ଥାନର ଅଭାବ ନ ଥାଏ । ଯଦି ଅଭାବ ଅଛି ତେବେ ମୋର ଚିତ୍ର ଟଙ୍ଗା ହୋଇଥିବା ସ୍ଥାନରେ ଏଇ ଚିତ୍ରଟି ଲଗାଯାଉ । ମୁଁ ଯେତିକି ମାନସମ୍ମାନ ପାଇଗଲିଣି ମୋ’ ପାଇଁ ସେତିକି ଯଥେଷ୍ଟ, ଆଉ ଲୋଡା ନାହିଁ । ଏଣିକି ନୂଆ ନୂଆ ଚିତ୍ରଶିଳ୍ପୀଙ୍କୁ ସମ୍ମାନିତ କରାଯାଇ ଲୋକ ଲୋଚନକୁ ଅଣାଯାଉ ।” ଏହା କହି ଟର୍ଣ୍ଣର ନିଜେ ନିଜର ଫଟୋଚିତ୍ରକୁ ବାହାର କରିଦେଇ ଏଇ ନୂଆଶିଳ୍ପୀଙ୍କର ଫଟୋଚିତ୍ରକୁ ସେଠାରେ ସ୍ଥାନିତ କରିନେଲେ ।

ସତକୁ ସତ ସେଇ ଚିତ୍ରଟି ହିଁ ପ୍ରଦର୍ଶନୀର ପୁରସ୍କାର ବିତରଣ ବେଳେ ଶ୍ରେଷ୍ଠ ସ୍ଥାନ ପାଇଲା ।

କଥାରେ ଅଛି –

“ଯୋଗ୍ୟ ବ୍ୟକ୍ତିଙ୍କର ସ୍ଥାନ ସବୁଠାରେ ରହିଅଛି ସଦା ଧରାପୃଷ୍ଠରେ

ଅମର ପ୍ରତିଭାଧର ଯେଉଁମାନେ ତାଙ୍କ ପ୍ରତି ହେଳା ନକର ତିଳେ ।

ବାୟୁ ପରଶରେ ବିକଶି ଉଠଇ ବଣମଲ୍ଲୀ ଯେହ୍ନେ ସୁଗନ୍ଧ ବାଂଟି

ଅଜଣା ଗୁଣକୁ ଚିହ୍ନି ଗୁଣୀଜନ ପ୍ରତିଭାଧରକୁ ଆଣେ ସାଉଁଟି ।”

JOB & EDUCATIONAL INFORMATIONS CHANNEL

20 Oct, 10:20


Preliminary exam for CGLRE2024
started little while ago in each dist of Odisha in total 315 exam centers.
Sr officers from OSSC n Districts are supervising n monitoring.

Best wishes to all examinees.

JOB & EDUCATIONAL INFORMATIONS CHANNEL

20 Oct, 07:01


• ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା
• ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା
• ଏନେଇ IMD ପକ୍ଷରୁ ଜାରି ହେଲା ସୂଚନା
• ୨୨ ସକାଳ ସୁଦ୍ଧା ଅବପାତ, ୨୩ ସୁଦ୍ଧା ବାତ୍ୟା ରୂପ ନେବ
• ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବ
• ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ

JOB & EDUCATIONAL INFORMATIONS CHANNEL

20 Oct, 00:30


' ॐ नमो भगवते वासुदेवाय '
ନୀତିବାଣୀ :
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ଜରୁରୀ ନୁହଁ, ବେଳେବେଳେ କିଛି ପ୍ରଶ୍ନରେ ଚୁପ୍ ରହିବାଟା ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଭଲ ହୋଇଥାଏ।
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

17 Oct, 13:39


ଭାରତୀୟ ରେଳବାଇ ଟିକେଟ ରିଜରଭେସନ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏବେ ରେଳ ଟିକେଟର ବୁକିଂ ମାତ୍ର ୬୦ଦିନ ପୂର୍ବରୁ ହୋଇପାରିବ ବୋଲି ରେଲୱେ ବୋର୍ଡ ପକ୍ଷରୁ ଚିଠି କରାଯାଇଛି। ପ୍ରଥମେ ଏହି ରେଳ ଟିକେଟ ବୁକିଂ ୧୨୦ଦିନ ପୂର୍ବରୁ କରିବାକୁ ହେଉଥିଲା।

ରେଳବାଇର ଟିକେଟ ରିଜରଭେସନର ଏହି ନୂଆ ନିୟମ ଚଳିତବର୍ଷ ଅର୍ଥାତ ୨୦୨୪ ନଭେମ୍ବର ୧ରୁ ଲାଗୁ ହେବ। ଅକ୍ଟୋବର ୨୧ ପର୍ଯ୍ୟନ୍ତ ହୋଇଥିବା ଟିକେଟ ରିଜରଭେସନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ସେହିପରି ବିଦେଶୀ ପର୍ୟ୍ୟଟକଙ୍କ ପାଇଁ ୩୬୫ ଦିନର ସୀମା କ୍ଷେତ୍ରରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ଏହି ନୂଆ ପରିବର୍ତ୍ତନର କାରଣ କ’ଣ ସେନେଇ ରେଳବାଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ଦେଇନାହିଁ।

ରେଳବାଇ ପକ୍ଷରୁ ପ୍ରକାଶ, ୨୦୨୪ ନଭେମ୍ବର ୧ରୁ ଯାତ୍ରାର ଦିନକୁ ଛାଡ଼ିଦେଇ ୬୦ଦିନ ପୂର୍ବରୁ ଟିକେଟ ରିଜରଭେସନ ହେବ। ଏହି କ୍ରମରେ ୧୨୦ଦିନର ଆଗୁଆ ରିଜରଭେସନ ଅବଧି ଆଧାରରେ ୨୦୨୪ ଅକ୍ଟୋବର ୩୧ ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ଟିକେଟ ବୈଧ ରହିବ।

ଏମିତି କି ଯେଉଁ ଟ୍ରେନଗୁଡ଼ିକର ଆଡଭାନ୍ସ ରିଜର୍ଭ ଅବଧି ପୂର୍ବରୁ ହିଁ କମ ଅଛି ତାହା ଉପରେ ବି ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏମିତି ଟ୍ରେନଗୁଡ଼ିକ ମଧ୍ୟରେ ଗୋମତି ଏକ୍ସପ୍ରେସ ଓ ତାଜ ଏକ୍ସପ୍ରେସ ଭଳି ଟ୍ରେନ ସାମିଲ ରହିଛି।

ସାଧାରଣତଃ ଦେଖାଯାଇଥାଏ ୪ମାସ ପୂର୍ବରୁ କରାଯାଇଥିବା ଟ୍ରେନ ଟିକେଟ ପ୍ରାୟତଃ ବାତିଲ ହୋଇଯାଇଥାଏ। କିନ୍ତୁ ୨ମାସର ଆଗୁଆ ଟିକେଟ ରିଜରଭେସନ ନିୟମ ଦ୍ବାରା ଯାତ୍ରୀ ଟିକେଟ ବାତିଲ କରିବାର ସମ୍ଭାବନା କମ ରହିବ ବୋଲି ଅନୁମାନ କରାଯାଇଛି।

JOB & EDUCATIONAL INFORMATIONS CHANNEL

17 Oct, 13:00


' ॐ नमो भगवते वासुदेवाय '
🚨ବିଶେଷ ସୂଚନା🚨
ଯେଉଁ ଜିଲ୍ଲାର ଗ୍ରାମ ରୋଜଗାର ସେବକ ପଦବୀ ପାଇଁ ବିଜ୍ଞପ୍ତି ୱେବସାଇଟ ରେ ପ୍ରକାଶ ପାଇଛି, ସେହି ଜିଲ୍ଲାର ପ୍ରାର୍ଥୀମାନେ ଫର୍ମ ଆବେଦନ ଶେଷ ତାରିଖର ତିନି, ଚାରି ଦିନ ପୂର୍ବରୁ ଫର୍ମ ଆବେଦନ କରିନିଅନ୍ତୁ କାହିଁକି ନା ଏକ ପ୍ରକାର ଅଫଲାଇନ୍ ଆବେଦନ ପ୍ରକ୍ରିୟା ଏବଂ ଏହାର ଡକ୍ୟୁମେଣ୍ଟସ୍ ଗୁଡ଼ିକ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯିବ।

JOB & EDUCATIONAL INFORMATIONS CHANNEL

17 Oct, 12:30


' ॐ नमो भगवते वासुदेवाय '

ଆଜିର ବିଷୟ - ' ଗଙ୍ଗାସ୍ନାନର ଫଳ '

ଗୋଟିଏ ଗ୍ରାମରେ ଜଣେ ସରଳ ବ୍ରାହ୍ମଣ ରହୁଥିଲା । ସେ ଆଦୌ ପାପ କରେନି । କିନ୍ତୁ ଥରେ ଅଜାଣତରେ ତା ଦ୍ୱାରା ଏକ ପାପ ହେଲା । ଲୋକମାନେ ତାକୁ ପଚାରିଲେ ପାପର ପ୍ରାୟଶ୍ଚିତ କିପରି କରିବ? ତହୁଁ ସେ କହିଲା ଜୀବିତ ରହିଥିବା ପର୍ଯ୍ୟନ୍ତ ଗଙ୍ଗାରେ ସ୍ନାନ କରି ଭଗବାନଙ୍କୁ ଧ୍ୟାନ କଲେ, ମୋ ପାପର ନିଶ୍ଚୟ ପାୟଶ୍ଚିତ ହେବ ।

ଦିନେ ସେହି ବ୍ରାହ୍ମଣ ଜଣକ ତା ଗଣ୍ଠିଲି ପତ୍ର ବାନ୍ଧି, ଜମିବାଡି ଧନ ସମ୍ପତ୍ତି ପୁଅକୁ ଦେଇ ଗଙ୍ଗା ଯିବାକୁ ବାହାରିଲା । ଯାଉଯାଉ ବାଟରେ ଏକ ବଡ ଜଳପ୍ରବାହ ଦେଖି ସେ ଭାବିଲା, “ଆରେ ଏଇତ ଗଙ୍ଗା ।” ସେଇଠି ସେ ପାଞ୍ଚବର୍ଷ ରହିଲା । ସେ ସେଠି ଭିକ୍ଷା କରି ଖାଉଥାଏ । ପ୍ରତିଦିନ ସେଥିରେ ସେ ସ୍ନାନ କରି ଭଗବାନଙ୍କ ନାମ ନିଏ । ଏମିତି ପାଞ୍ଚବର୍ଷ ବିତିଗଲା । ଗଙ୍ଗା ବୋଲି ଭାବି ସେ ସେହି ନଦୀଟିକୁ ବଡ ଆନନ୍ଦରେ ଗଙ୍ଗାକୁ ପ୍ରାର୍ଥନା କରି ସେହିଠାରେହିଁ ରହିଥାଏ । ଦିନେ ଜଣେ ଶିବଭକ୍ତ ସେଇ ବାଟ ଦେଇ ଯାଉଥିଲା; ବ୍ରାହ୍ମଣକୁ ଦେଖି ସେ କହିଲା, “ପୁତ୍ର, ତୁ ଏଠି କ’ଣ କରୁଛୁ?”

ତା’ପରେ ସେ ବ୍ରାହ୍ମଣ କହିଲା, “ମହାଶୟ, ମୁଁ ମୋର ଅଜାଣତରେ ପାପଟିଏ କରିଛି । କେବଳ ତା’ରି ପ୍ରାୟଶ୍ଚିତ ପାଇଁ ମୁଁ ଏଠାରେ ନିତ୍ୟ ଗଙ୍ଗାସ୍ନାନ କରି ଭଗବାନଙ୍କୁ ଧ୍ୟାନ କରେ ।”

ଏହାଶୁଣି ସେ ଶିବଭକ୍ତ ଜଣକ ଜୋର୍ରେ ହସି ହସି କହିଲା, “ମୂର୍ଖ ନା କ’ଣ? ଏଇ ସାଧାରଣ ଜଳ ପ୍ରବାହକୁ ତୁ ପୁଣି ଗଙ୍ଗା କହୁଛୁ । ଗଙ୍ଗା ସହିତ ଏହାକୁ ତୁଳନା କଲେ ତ ଆକାଶ ପାତାଳ ତଫାତ୍ ହେବ । ତୁ ଉଇହୁଙ୍କାକୁ ହିମାଳୟ ବୋଲି ଭାବୁଛୁ । ତୋପରି ଲୋକ ଦ୍ୱିତୀୟ ମୁଁ କେବେବି ଦେଖି ନାହିଁ । ପ୍ରକୃତ ଗଙ୍ଗା ତ ଏହିଠାରୁ ପ୍ରାୟ ଦୁଇଶହ କୋଶ ହେବ ।”

ବ୍ରାହ୍ମଣ କହିଲା “ମହାଶୟ, ଆପଣ ମୋର ବହୁତ ବଡ ଉପକାର କଲେ । ଆପଣ ବଡ ପୁଣ୍ୟବାନ୍ ।” ତା’ପରେ ସେ ତାର ଗଣ୍ଠିଲି ପତ୍ର ବାନ୍ଧି, ଗଙ୍ଗା ଅନ୍ୱେଷଣରେ ଆଗକୁ ବାହାରିଲା ।

ବହୁତ ଦୂର ଯିବାପରେ ଛୋଟ ନଦୀଟିଏ ଦେଖି, ତାକୁ ଗଙ୍ଗା ବୋଲି ଭାବି ସେ ଅତି ପ୍ରସନ୍ନ ଚିତ୍ତରେ ସେଠି ରହିଲା । ସେଠାରେ ମଧ୍ୟ ପାଞ୍ଚବର୍ଷ ବିତିଗଲା । ଦିନେ ଜଣେ କାପାଳିକ ସେହିବାଟଦେଇ ଯାଉଥିଲା । ବ୍ରାହ୍ମଣଟି ସହିତ କଥାବାର୍ତ୍ତା କରି ସେ ସବୁ ବୁଝିଲା ଓ କହିଲା, “ଏ ନଦୀର ତ ସେମିତି କିଛି ହେଲେ ବି ମହତ୍ତ୍ୱ ନାହିଁ । ତୁ ଏହାକୁ ଗଙ୍ଗା ଭାବିଛୁ? ପାଞ୍ଚବର୍ଷର ତପସ୍ୟା ବୃଥା? ଛାଡ ଏବେ ମଧ୍ୟ ସମୟ ଅଛି, ତୁ ଗଙ୍ଗାକୁ ସ୍ନାନ କରିବାକୁ ଯା ।” ଏକଥା ଶୁଣିବା ମାତ୍ରେ ବ୍ରାହ୍ମଣ ଚମକି ପଡି କହିଲା, “ଏଁ, ଇଏ ବି ଗଙ୍ଗା ନୁହେଁ?”

କାପାଳିକ କହିଲା “କାହିଁ ଗଙ୍ଗା, ଆଉ କାହିଁ ଏହି ସାଧାରଣ ନଦୀ?” ବ୍ରାହ୍ମଣ ବହୁ ବିନୟ ପୂର୍ବକ କହିଲା, “ଭଲ ହେଲା । ଆପଣ ମୋତେ ପ୍ରକୃତ କଥା କହିଲେ ନହେଲେ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଏଇଠି ରହିଥା’ନ୍ତି ।” ତା’ପରେ ବ୍ରାହ୍ମଣ ତା ଗଣ୍ଠିଲି ପତ୍ର ବାନ୍ଧି ସେଠାରୁ ଗଙ୍ଗା ଉଦ୍ଧେଶ୍ୟରେ ଚାଲିଲା । ଚାଲିଚାଲି ଶେଷରେ ସେ ନର୍ମଦା ନଦୀ ପାଖରେ ଯାଇ ପହଁଚିଲା । ପୂଣ୍ୟତୋୟା ନର୍ମଦାରେ ଅନେକ ଲୋକ ସ୍ନାନ କରୁଥିବାର ଦେଖି ସେ ମଧ୍ୟ ସେଠାରେ ସ୍ନାନ କଲା ଓ ଗଙ୍ଗା ଭାବି ସେଇଠି ରହିଲା । କେତେକ ଯାତ୍ରୀ ନଦୀରେ ପୂଜା କରି “ନର୍ମଦା” ବୋଲି କହି ସେଥିରେ ଫୁଲ ପକାଇ ଚାଲିଯିବା ବେଳେ ବ୍ରାହ୍ମଣ ତାଙ୍କୁ ପଚାରିଲା, “ମହାଶୟ, ଏ ନଦୀର ନାମ କ’ଣ?”

ଯାତ୍ରୀ କହିଲେ “ଏହା ଅତି ପବିତ୍ର ନର୍ମଦା ନଦୀ”

“ମହାଶୟ, ଆପଣ ମୋର ବଡ ଉପକାର କଲେ ।” ଏହା କହି ବ୍ରାହ୍ମଣ ତା ଗଣ୍ଠିଲି ପତ୍ର ବାନ୍ଧି ସେଠୁ ଉଠିଲା । ସେତେବେଳକୁ ସେଠାରେ ସେ ପାଞ୍ଚବର୍ଷ ରହି ସାରିଥାଏ । ଘରୁ ଆସିବାପରେ ତାର ପନ୍ଦରବର୍ଷ ବିତିଗଲାଣି । ବୟସ ହୋଇଗଲାଣି । ଶକ୍ତି କ୍ଷୀଣ । ତପସ୍ୟା ଯୋଗୁଁ ଶରୀର ଶୁଷ୍କ । ଚାଲି ଚାଲି ବହୁ କଷ୍ଟରେ ସେ ଆଗେଇ ଯାଉଥାଏ । ଅବସ୍ଥା ଏପରି ହେଲା ଯେ ଶେଷରେ ସେ ଆଉ ଚାଲିପାରିଲା ନାହିଁ । ବହୁଚେଷ୍ଟା କରି ଘୋଷାରି ହୋଇ ସେ ଚାଲିଥାଏ । ଦୂରରୁ ସେ ଗଙ୍ଗା ଦେଖିଲା । ଅସଂଖ୍ୟ ଯାତ୍ରୀ ସେଠାରେ ସ୍ନାନ କରୁଥା’ନ୍ତି । ସେଠାକାର ଯାତ୍ରୀମାନଙ୍କୁ ସେ ପଚାରି ବୁଝିଲା ଯେ ପ୍ରକୃତରେ ତାହାହିଁ ଗଙ୍ଗା । ଗଙ୍ଗା ନଦୀକୁ ଦେଖି ତାର ହୃଦୟ ଭକ୍ତିରେ ଗଦ୍ ଗଦ୍ ହୋଇଗଲା । ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ କ୍ଷୀଣ ଶରୀରରେ ସହ୍ୟ ହେଲା ନାହିଁ । ସେ ସେହି କ୍ଷଣରେହିଁ ଗଙ୍ଗାତଟରେ ପ୍ରାଣତ୍ୟାଗ କଲା । ଯମଦୂତ ମାନେ ଆସି ତାକୁ ଯମରାଜଙ୍କ ପାଖକୁ ନେଇଗଲେ ।

ଯମ ଚିତ୍ରଗୁପ୍ତଙ୍କୁ ପଚାରିଲେ, “ଏହାଙ୍କର ପାପ ପୁଣ୍ୟ କ’ଣ?” ଚିତ୍ରଗୁପ୍ତ ତାଙ୍କ ପାଞ୍ଜି ଦେଖି କହିଲେ, “ସେ ଏକମାତ୍ର ପାପ କରିଛି । କିନ୍ତୁ ପନ୍ଦରବର୍ଷ ଧରି ଗଙ୍ଗାସ୍ନାନ କରିଥିବାରୁ ସେ ବହୁପୁଣ୍ୟ ଅର୍ଜନ କରିଛି । ତେଣୁ ତାର ପାପର ପ୍ରାୟଶ୍ଚିତ ହୋଇ ଯାଇଛି ।”

ଯମରାଜ ଆଜ୍ଞାଦେଲେ “ତେବେ ତାକୁ ସିଧା ସ୍ୱର୍ଗକୁ ପଠାଇ ଦିଅ ।”

ତତ୍କ୍ଷଣାତ୍ ଦୂତମାନେ ତାଙ୍କୁ ସମ୍ମାନର ସହିତ ସ୍ୱର୍ଗ ରାଜ୍ୟକୁ ନେଇଗଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

JOB & EDUCATIONAL INFORMATIONS CHANNEL

17 Oct, 10:22


CT Exam 1st Selection Cut off Marks

• ARTS /Commerce
UR- 37.11
SEBC- 35.75
SC- 31.02
ST- 26.31

• SCIENCE
UR- 43.00
SEBC- 41.07
SC- 31.52
ST- 24.67

JOB & EDUCATIONAL INFORMATIONS CHANNEL

17 Oct, 10:17


CT 2024 STATE ARTS CUT OFF MARKS.pdf

JOB & EDUCATIONAL INFORMATIONS CHANNEL

17 Oct, 10:15


Check CT State-wide Merit List👇
https://scert.samsodisha.gov.in/NX2iHRgKt946aA.aspx

JOB & EDUCATIONAL INFORMATIONS CHANNEL

17 Oct, 00:30


' ॐ नमो भगवते वासुदेवाय '
ନୀତିବାଣୀ :
ନିଜକୁ ସଦା ସର୍ବଦା କୌଣସି ନା କୌଣସି କାର୍ଯ୍ୟରେ ଲିପ୍ତ ରଖନ୍ତୁ କାହିଁକି ନା ଏମିତି କରିବା ଦ୍ୱାରା ଅନ୍ୟ କିଛି କଥା ଆପଣଙ୍କ ମନକୁ ଆସିବ ନାହିଁ।
🌻🌞ଶୁଭ ସକାଳ🌞🌻

JOB & EDUCATIONAL INFORMATIONS CHANNEL

16 Oct, 23:20


' ॐ नमो भगवते वासुदेवाय '
ସୂଚନା :
ଆସନ୍ତା ଅକ୍ଟୋବର ୨୦ ତାରିଖ ଅର୍ଥାତ୍ ରବିବାର ଦିନ OSSC ତରଫରୁ ପ୍ରତ୍ୟେକ ଜିଲ୍ଲାର ପରୀକ୍ଷା କେନ୍ଦ୍ରରେ CGL ପରୀକ୍ଷା ହେବାକୁ ଯାଉଛି, ତେବେ ଆସନ୍ତୁ ଜାଣିବା ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ କଣ କଣ ସବୁ ଡକ୍ୟୁମେଣ୍ଟସ୍ ନେଇକି ଯିବାକୁ ପଡ଼ିବ।
୧ - ନିଜର ଆଡମିଟ୍ କାର୍ଡ ଟିକୁ ୱେବସାଇଟ୍ ରୁ ଡାଉନଲୋଡ୍ କରି କଲର ଅଥବା ବ୍ଲାକ୍ ଏଣ୍ଡ ହ୍ୱାଇଟ୍ ପ୍ରିଣ୍ଟ ଆଉଟ୍ କରିବେ ଏବଂ ସେହି ପ୍ରିଣ୍ଟ ଆଉଟ୍ କୁ ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ନେଇକି ଯିବେ।
୨ - ନିଜର ଓରିଜିନାଲ୍ ଫଟୋ ପରିଚୟ ପତ୍ର ଗୋଟିଏ ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ନେଇକି ଯିବେ। ମନେରଖନ୍ତୁ, ଆପଣ ଯେଉଁ ଫଟୋ ପରିଚୟ ପତ୍ର ସାଙ୍ଗରେ ନେଇକି ଯିବେ ସେଥିରେ ଯେମିତି ଆଡମିଟ୍ କାର୍ଡ ଅନୁସାରେ ନିଜର ନାମ ସଠିକ୍ ଭାବରେ ଲେଖା ହୋଇଥିବା ଆବଶ୍ୟକ ନଚେତ୍ ପରୀକ୍ଷା କେନ୍ଦ୍ରକୁ ଆପଣଙ୍କ ପ୍ରବେଶ କରିପାରିବେ ନାହିଁ। ଯଦି ଆପଣ ଆପଣଙ୍କର ନାମ ବାହାଘର ପରେ ବଦଳାଇଥାନ୍ତି ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ବାହାଘର ପ୍ରମାଣ ପତ୍ର କିମ୍ବା କୋର୍ଟ ତରଫରୁ ଏକ ଲେଖା ( Court Affidavit) ସାଙ୍ଗରେ ନେଇକି ଯିବେ। ଫଟୋ ପରିଚୟ ପତ୍ରଗୁଡ଼ିକର ଉଦାହରଣ - ଆଧାର କାର୍ଡ, ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର୍ କାର୍ଡ ଇତ୍ୟାଦି।
୩ - ଏହା ଏକ ପେନ୍ ଆଣ୍ଡ ପେପର୍ ପରୀକ୍ଷା ତେଣୁ ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ଏକ ବ୍ଲାକ୍ କିମ୍ବା ବ୍ଳୁ ବଲ୍ ପେନ୍ ନେଇକି ଯିବେ।
୪ - ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ନିଜର ଦୁଇଟି ପାସପୋର୍ଟ ସାଇଜ ଫଟୋ ନେଇକି ଯିବେ।
୫ - ଯଦି ଆପଣ ଦିବ୍ୟାଙ୍ଗ ବର୍ଗର (PwD) ପ୍ରାର୍ଥୀ ହୋଇଥିବେ, ତେବେ ସାଙ୍ଗରେ ଦିବ୍ୟାଙ୍ଗ ପରିଚୟ ପତ୍ରର ଏକ ନକଲ ଏବଂ ସେହି ନକଲ ତଳେ ନିଜର ଦସ୍ତଖତ କରି ସାଙ୍ଗରେ ନେଇକି ଯିବେ।
ବି.ଦ୍ର. -
• ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ ନେଇକି ଯିବେ ନାହିଁ ।
• ପରୀକ୍ଷା କେନ୍ଦ୍ରକୁ ବୁଟ୍ କିମ୍ବା ହାଇ ହିଲ୍ ପିନ୍ଧିକି ଯିବେ ନାହିଁ। ସାଧାରଣ ଚପଲ ପିନ୍ଧିକି ଯିବେ।

1,401

subscribers

2,343

photos

245

videos