Odia newspaper Samaja @samajanewspaper Channel on Telegram

Odia newspaper Samaja

@samajanewspaper


Odia newspaper samaja
Odia news
Newspaper
Samaja newspaper

Odia newspaper Samaja (English)

Are you looking for the latest news and updates from Odisha? Look no further than the Telegram channel 'Odia newspaper Samaja'! This channel is your go-to source for all things related to Odia news, covering a wide range of topics from politics to entertainment to sports. With a dedicated team of journalists and reporters, 'Odia newspaper Samaja' provides timely and accurate information to keep you informed and up-to-date. Whether you are a resident of Odisha or simply interested in the region, this channel is a must-follow for anyone looking to stay in the know. Join now to start receiving daily news updates delivered straight to your Telegram feed. Don't miss out on important news – subscribe to 'Odia newspaper Samaja' today!

Odia newspaper Samaja

11 Feb, 02:13


*ଖବର ଆଜିର, ୧୧ ଫେବ୍ରୁଆରୀ, ମଙ୍ଗଳବାର*
=======================
ରାଜ୍ୟରେ ମରୁଭୂମି ପରି ପାଣିପାଗ। ରାତିରେ ଶୀତ, ଦିନରେ ଟାଣ ଖରା। କନ୍ଧମାଳ ଜିଲ୍ଲାରେ ସର୍ବ ନିମ୍ନ ତାପମାତ୍ରା ୯ ଡିଗ୍ରୀ।

ପରିବର୍ତ୍ତିତ ପାଣିପାଗ ଯୋଗୁଁ ଘରେ ଘରେ ଥଣ୍ଡା, କାଶ, ୫ ଜଣରେ ଜଣେ ସଂକ୍ରମିତ, ଶ୍ବାସନଳୀ ସଂକ୍ରମଣରୁ ହେଉଛି ସମସ୍ୟା।

ଦଶମ ଶ୍ରେଣୀ ପରୀକ୍ଷା ଆଡମିଟ୍‌ କାର୍ଡ ପାଇଁ ଛାତ୍ରଛାତ୍ରୀମାନେ bseodisha.ac.in ୱେବସାଇଟକୁ ଯାଇ ଡାଉନଲୋଡ କରିପାରିବେ।

ରାଜ୍ୟରେ ବଢିବ ପଞ୍ଚାୟତ ଓ ବ୍ଲକ ସଂଖ୍ୟା । ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା

ବ୍ରହ୍ମପୁରରେ ଗୋଟିଏ ପରିବାରକୁ ୩ଥର ଇନ୍ଦିରା ଆବାସ, ପିଇଓଙ୍କୁ ଦୁଇ ବର୍ଷ ଜେଲ ଓ ୧୫ ହଜାର ଜୋରିମାନା।

ବାରବାଟୀରେ ବିଜୁଳି ବିଭ୍ରାଟ ପାଇଁ ଦୋଷୀ କିଏ? ଦୋଷ ଛଡାଇବାକୁ ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର।

ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣିଥରେ ବିଶୃଙ୍ଖଳା, ଆଡ଼କାଠ ସାମ୍ନାରେ ସେବାୟତ ଓ ଭକ୍ତ ବାଡ଼ାବାଡି ହେଲେ

ଚଳିତ ବିଧାନସଭାରେ ବିଧାୟକ ମାନଙ୍କ ଦରମା ବୃଦ୍ଧି ବିଲ୍ ପାସ ହେବ

ଭୁବନେଶ୍ୱରରେ ଗାଡି ଚେକିଂ ଜୋରଦାର, ପ୍ରଥମ ଦିନରେ ୯୫ ହଜାର ଟଙ୍କା ଜୋରିମାନା ଦେଲେ ଗାଡି ମାଲିକ

ଫୁଲବାଣୀ ଜଗନ୍ନାଥଙ୍କ ମନ୍ଦିରରୁ ପନ୍ଦର ଲକ୍ଷରୁ ଊର୍ଦ୍ଧ୍ବ ଅଳଙ୍କାର ଓ ଟଙ୍କା ଚୋରି ମାମଲାରେ ପୋଲିସ ଅସହାୟ

ଅଭିନେତା ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ମେଦାନ୍ତ ହସ୍ପିଟାଲରେ ଅଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୋସିଆଲ ମିଡିଆରେ ଜଣାଇ ଦେଇଥିଲେ ଶ୍ରଦ୍ଧାଞ୍ଜଳି

ବାରବାଟୀ ମ୍ୟାଚରେ ଟିକଟ ଓ ପାସ୍ କଳାବଜାରୀ ହୋଇଥିବା ମାମଲାରେ ବିଧାନସଭାରେ ସରକାରଙ୍କୁ ଘେରିବେ ବିରୋଧୀ ଦଳ। ଟିକଟ ବ୍ଲାକ କିଏ କଲା?

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋପବନ୍ଧୁ ଛକରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ଅନେକ ଆହତ, ୩ ଗୁରୁତର।

ବାଲେଶ୍ଵର ଜିଲ୍ଲା କେଦାରପୁର ପଞ୍ଚାୟତ ଥାନେଶ୍ବର ସ୍ଥିତ ସ୍କୁଲରେ କୃମି ଔଷଧ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

କେନ୍ଦୁଝରରେ ପାଟଣା ରେଞ୍ଜ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ

ଆଜି ରାଜଧାନୀରେ ହେବ ମହିଳା ଜନ ଶୁଣାଣୀ କାର୍ଯ୍ୟକ୍ରମ, ଉପସ୍ଥିତ ରହିବେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର।

ଭୁବନେଶ୍ବର ଛାଡ଼ିଲେ ଭାରତ-ଇଂଲଣ୍ଡ ଟିମ୍‌; ୧୨ରେ ଅହମ୍ମଦାବାଦରେ ଖେଳିବେ ଶେଷ ମ୍ୟାଚ୍‌।

ପ୍ରୟାଗରାଜ ମହାକୁମ୍ଭରେ ଟ୍ରାଫିକ ବିପର୍ଯ୍ୟସ୍ତ ସଙ୍ଗମ ଷ୍ଟେସନ ୧୪ ତାରିଖ ଯାଏଁ ବନ୍ଦ।

ପ୍ରଧାନମନ୍ତ୍ରୀଙ୍କ ପାଠଶାଳା। ପରୀକ୍ଷାର୍ଥୀଙ୍କୁ ମୋଦୀଙ୍କ ଟିପ୍ସ । ନିଜ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦେଲେ ପରାମର୍ଶ।

କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦବୀରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି।

ସେୟାର ବଜାରରେ ପଏଣ୍ଟ ହ୍ରାସ ଜାରି, ୫୪୮ ପଏଣ୍ଟ ଖସିଲା ସେନସେକ୍ସ।

ବର୍ଷକ ଭିତରେ ସୁନା ଦର ୩୦% ବଢିବ ବୋଲି ଆଶା
=======================
ଆଜି ବିଶ୍ୱ ଅସୁସ୍ଥ ଦିବସ
ବିଜ୍ଞାନରେ ମହିଳା ଆନ୍ତର୍ଜାତୀୟ ଦିବସ
ଜାତୀୟ ସମର୍ପଣ ଦିବସ

ଆଜି ଜନ୍ମଦିନ: ତିଲକା ମାଂଝୀ, ଟିନା ଅମ୍ବାନୀ, ଶେରଲୀନ ଚୋପ୍ରା, ଅପରାଜିତା ଗୋଛିକର (ପୁରୀ), ସୁରେନ୍ଦ୍ର ଦ୍ବିବେଦୀ (କଟକ)

ଆଜି ତିରୋଧାନ: ଯମୁନା ଲାଲ ବଜାଜ, ଦୀନଦୟଲ ଉପାଧ୍ୟାୟ

ଇତିହାସରେ ଆଜି: (୧୬୧୩) ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ସୁରଟରେ କମ୍ପାନୀ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ ଜାହାଙ୍ଗୀର/ (୧୮୧୪) ନରୱେ ସ୍ବାଧୀନତା ଘୋଷଣା କଲା/ (୧୯୩୩) ମହାତ୍ମା ଗାନ୍ଧୀ ହରିଜନ ସାପ୍ତାହିକ ପ୍ରକାଶିତ/ (୧୯୯୦) ନେଲସନ ମାଂଣ୍ଡେଲା 27 ବର୍ଷ ପରେ ଜେଲରୁ ବାହାରିଲେ/ (୧୯୯୭) ଜୟନ୍ତ ନାରଲିକର ପାଇଲେ ୟୁନେସ୍କୋ କଳିଙ୍ଗ ପୁରସ୍କାର/ (୨୦୦୭) ଆମେରିକା ଆଲୁମିନିୟମ କମ୍ପାନୀ ନୋଭେଲିସ କୁ କିଣିଲା ହିଣ୍ଡାଲକୋ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391up

Odia newspaper Samaja

10 Feb, 04:00


*ଖବର ଆଜିର, ୧୦ ଫେବ୍ରୁଆରୀ, ସୋମବାର*
=======================
ଆଉ ଦୁଇଦିନ ତାପମାତ୍ରା କମ ରହିବ, ବିଭିନ୍ନ ସ୍ଥାନରେ ଘନ କୁହୁଡି ହେବ। କାଲି ତାପମାତ୍ରା ଅନୁଗୁଳ ୩୪.୭ ଡିଗ୍ରି, ଝାରସୁଗୁଡ଼ା ୩୪.୪, ମାଲକାନଗିରି‌ ୩୪, ରାଉରକେଲା ୮.୮, ଦାରିଙ୍ଗିବାଡ଼ି ୧୫.୫, ଫୁଲବାଣୀ ୧୩ ଡିଗ୍ରି

ଫେବୃୟାରୀ ୧୫ରେ ସରିବ ରାସନ କାର୍ଡ ଇ-କେୱାଇସି ଅବଧି। ଯେଉଁମାନେ କରିନଥିବେ, ସେମାନଙ୍କ ନାଁ କଟାଯିବ

ବାରବାଟୀ କ୍ରିକେଟ ମ୍ୟାଚ ଦ୍ଵିତୀୟ ଇନିଂସ ୬ ଓଭର ପରେ ପଡିଆରେ ଲାଇଟ ଧପଧପ, ବନ୍ଦ ହେଲା ଖେଳ

ବାରବାଟୀ ମ୍ୟାଚରେ ଜିତିଲା ଭାରତ, ୪ ଓ୍ବିକେଟରେ ହାରିଲା ଇଂଲଣ୍ଡ

ନିଟ ୟୁଜି ପରୀକ୍ଷା ପାଇଁ ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ। ଟଙ୍କା ଦାଖଲ ଶେଷ ତାରିଖ ମାର୍ଚ୍ଚ ୭ ତାରିଖ

ଆସନ୍ତା ୧୩ରୁ ବିଧାନସଭା ଅଧିବେଶନ, ୧୭ରେ ବଜେଟ୍, ୩ ଲକ୍ଷ କୋଟି ଛୁଇଁବ ବ୍ୟୟ ବରାଦ।

ଢେଙ୍କାନାଳରେ ଦିନକ ପରେ ଯୋରନ୍ଦା ମେଳା, ଆସିଲେଣି ସାଧୁସନ୍ଥ, ଚଳଚଞ୍ଚଳ ମହିମା ଗାଦି।

ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ବାପା-ପୁଅଙ୍କ ମୃତ୍ୟୁ। ମୃତକ ଦ୍ବୟ ହେଲେ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମର।

୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ, ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ

ନନ୍ଦନକାନନ ପାଚେରୀ ଭାଙ୍ଗି ପଶିଲେ ଜଙ୍ଗଲୀ ହାତୀ, ଘଣ୍ଟାଏ ବନ୍ଦ ରହିଲା ପ୍ରାଣୀ ଉଦ୍ୟାନ।

କେନ୍ଦ୍ରାପଡା ଜିଲ୍ଲା ବକ୍ତାରପୁର ଛକରେ ଦୋକାନରେ ନିଆଁ ଲାଗିମହିଳା ଜୀବନ୍ତ ଦଗ୍ଧ, ତାଙ୍କ ନାମ କମଳା ସାହୁ

ସମ୍ବଲପୁରରୁ ବିବାହ ସାରି ଦେବଗଡ଼କୁ ଫେରିବା ବେଳେ କୁଲୁଣ୍ଡିରେ ବରଯାତ୍ରୀ କାର୍‌ ସହ ଟ୍ରକ୍‌ ଧକ୍କା, ବରକନ୍ୟା ସମେତ ୫ ଗୁରୁତର

ଭଦ୍ରକ ଜିଲ୍ଲା ବାସୁଦେବପୁର- ଧାମରା ରାଜରାସ୍ତାରେ ସଡ଼କ ଦୁର୍ଘଟଣାରେ ନାବାଳିକା ମୃତ, ଦୁଇ ଗୁରୁତର

ଫୁଲବାଣୀ ଜଗନ୍ନାଥ ମନ୍ଦିରରୁ ହୁଣ୍ଡି ତାଡ଼ିନେଲେ ଦୁର୍ବୃତ୍ତ, ସୁନା ଚିତା ଚୋରି

କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଜଳପ୍ରପାତରୁ ପଡ଼ି ଯୁବକ ନିଖୋଜ, ସେଲଫି ହେଲା କାଳ

ଅନୁଗୁଳରେ ମାତିଛି ପାଗଳ କୁକୁର: ଯାହାକୁ ଦେଖୁଛି କାମୁଡ଼ିଛି, ୨୨ରୁ ଅଧିକ ଆହତ ହେଲେଣି।

ଦାରିଙ୍ଗବାଡ଼ି:ମିନି ଟ୍ରକ ସହ ୨୮୦ କିଲୋ ଗଞ୍ଜେଇ ଜବତ, ଚମ୍ପଟ ମାରିଲା ଚାଲାଣକାରୀ।

ଦିଲ୍ଲୀ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଉତ୍ତମ ମହାନ୍ତିଙ୍କ ଚାଲିଛି ଚିକିତ୍ସା।

କୋରାପୁଟ କୋଟିଆ ପଞ୍ଚାୟତବାସୀଙ୍କ ଦୁଇଟି ଆଧାର କାର୍ଡ, ପାଉନାହାନ୍ତି ମାଗଣା ସୁଭଦ୍ରା ଟଙ୍କା

ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ମୃତ

ନରେନ୍ଦ୍ର ମୋଦୀ ଆମେରିକାରୁ ଫେରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ହେବ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ନିଜ ପଦରୁ ଇସ୍ତଫା ଦେଲେ । ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ବୋଲି ଆଲୋଚନା

ଆଜି ମହାକୁମ୍ଭ ମେଳା ପରିଦର୍ଶନ ଓ ସଙ୍ଗମରେ ସ୍ନାନ କରିବେ ରାଷ୍ଟ୍ରପତି ମୁର୍ମୁ।

ବାଂଲାଦେଶରେ ଆୱାମୀ ଲିଗ୍ ନେତାଙ୍କ ଘରେ ଭଙ୍ଗାରୁଜା, ୪୦ ଗିରଫ।

ଆଲିଗଡ଼ ମୁସଲିମ ୟୁନିଭରସିଟି ମଧ୍ୟାହ୍ନଭୋଜନ ତାଲିକାରେ ଗୋମାଂସ ବିରିୟାନୀକୁ ନେଇ ବିବାଦ
=======================
*ଆଜି ବିଶ୍ୱ ଡାଲି ଦିବସ*

ଆଜି ଜନ୍ମଦିନ: କୁମାର ବିଶ୍ୱାସ, ରାଜେଶ ପାଇଲଟ, କେସି ବୋକାଡିଆ

ଇତିହାସରେ ଆଜି: (୧୬୧୬) ଜାହାଙ୍ଗୀର ଦରବାରରେ ପହଁଚିଲେ ବ୍ରିଟିଶ ରାଜଦୂତ ଥୋମାସ ରୋ/ (୧୮୧୮) ରାମପୁରରେ ବ୍ରିଟିଶ ଓ ମରାଠା ମଧ୍ୟରେ ଶେଷ ଯୁଦ୍ଧ/ (୧୮୪୬) ଶିଖ ମାନେ ବ୍ରିଟିଶ ଦ୍ୱାରା ପରାସ୍ତ ହେଲେ/ (୧୯୩୧) ଦିଲ୍ଲୀ ହେଲା ଭାରତର ରାଜଧାନୀ/ (୨୦୧୩) କୁମ୍ଭମେଳା ଦଳାଚକଟାରେ ୩୬ ମୃତ
======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

09 Feb, 06:35


🌝 ଲେକ୍ସାନନ୍ଦ ଉବାଚ 🌝

ଆଜି ଯେଉଁ ବିଷୟରେ ଲେଖିବି। କଥାଟି ପ୍ରାୟ ସମସ୍ତେ ଜାଣନ୍ତି। ଦେଖନ୍ତି, ଆଲୋଚନା ବି କରନ୍ତି। କିନ୍ତୁ କଥାଟି ଯେବେ ଜଣେ ଲେଖିବାକୁ ଚେଷ୍ଟା କରେ , ତା ଉପରେ ଆରମ୍ଭ ହୁଏ ଆରୋପ। ସତେ ଯେମିତି ସେ ଲେଖିକି ମସ୍ତବଡ଼ ଭୂଲଟେ କରି ପକେଇଲା। କିନ୍ତୁ ମୁଁ ଲେଖିବି। ଲେଖିବା ଜରୁରୀ। ଏ ସମସ୍ୟା ନୁହେଁ, କିନ୍ତୁ ଆଲୋଚନା ଜରୁରୀ। ଏ ବିଷୟ ସମ୍ପର୍କରେ ଲେଖିବା ପାଇଁ ପ୍ରେରଣା ଦେଇଛନ୍ତି ଅନେକ ଜଣ। ଛାଡନ୍ତୁ ବିଷୟ ଉପରକୁ ଆସିବା।

ଘଟଣା ଟି ଏ ପ୍ରକାରାନ୍ତ ଆରମ୍ଭ ହୁଏ। ମୋର ଜଣେ ସାନ ଭଉଣୀ ଥରେ ପଚାରିଲା " ଭାଇ ମୁଁ ହଷ୍ଟେଲ ରେ ପଢ଼ି ପାରୁ ନାହିଁ ?"। ମୁଁ କାରଣ ପଚାରିବା ରେ ବି ଅବହେଳା କରିଲି ନାହିଁ। ଯାହା ମୁଁ ଶେଷ ରେ ବୁଝିଲି ତାହା ଏମିତି। ଯେହେତୁ ସେ ଏକ ସରକାରୀ କଲେଜ ରେ ପଢ଼େ,ତାକୁ ସରକାରୀ ହଷ୍ଟେଲରେ ରୁମ୍ ମିଳି ଥିଲା। ସେ ରୁମ ରେ ପାଖା ପାଖି ୪ ଜଣ ରୁହନ୍ତି। ତା କହିବା ମୁତାବକ ଦୁଇ ଜଣଙ୍କର ବୟ ଫ୍ରେଣ୍ଡ୍ ଅଛି । ଏଇ ବୟସରେ ପ୍ରେମ କରିବେନି ଆଉ କୋଉ ବୟସ ରେ ପ୍ରେମ(?) କରିବେ। ଏଥିରେ ମୁଁ କିଛି ଅସୁବିଧା ପାଇଲି ନାହିଁ। ହଷ୍ଟେଲ ରେ ବି ଗୋଟେ ନୂଆ ପରମ୍ପରା ଅଛି। ଯଦି ତୁମ ସାଙ୍ଗଙ୍କର ପ୍ରେମିକ ଅଛି, ସେ ହେବ ତୁମ ଭାଇ। ଅନ୍ୟ ଝିଅ ମାନେ ସେ ପୁଅ କୁ ଭାଇ ବୋଲି ସମ୍ବୋଧନ କରନ୍ତି। ବିପରୀତ କ୍ଷେତ୍ରରେ ପୁଅ ମାନେ ଭଉଣୀ କରନ୍ତି କି ନାହିଁ , ମୁଁ ସନ୍ଦେହ ରେ ଅଛି। ତା କହିବା ମୁତାବକ ଏ ଦୁଇ ଜଣ ଦିନ ରାତି ଯେତେବେଳ ସମୟ ମିଳିଲା ଫୋନ୍ ରେ କଥା ହୁଅନ୍ତି। ରାତି ୨ ଯାଏ କୁଆଡେ ଭିଡ଼ିଓ କଲ୍ ରେ କଥା ଚାଲେ ବୋଲି ଏ ଦେଖିଛି। କେବେ କେବେ କୁଆଡେ ରାତି ପାହି ମଧ୍ୟ ସକାଳ ବି ହେଇ ଯାଏ। ଆଉ ଦିନ ବେଳା କ୍ଲାସ୍ ରେ ମେସେଜ ବି ଚାଲି ଥିବ। ମୁଁ ବୁଝିଲି ଯେ ପିଲାଏ ଏବେ ପ୍ରେମ ରେ ବ୍ୟସ୍ତ।ପାଠ ପଢ଼ିବାକୁ ଆଉ ସମୟ କାହିଁ !! ଆଉ କୁଆଡେ ଦିନେ ଦିନେ ମେସେଜ କି କଲ୍ ଆସିବା କିଛି ଦିନ ପାଇଁ ବନ୍ଦ ହେଇ ଯାଏ। କାରଣ କୁଆଡେ ସେମାନଙ୍କର ଝଗଡ଼ା ହେଇଛି। ସେ କହିଲା ଭାଇ ସେମାନେ ଝଗଡ଼ା କଲେ ମୁଁ ଶାନ୍ତି ରେ ଶୋଇ ପାରେ ନାହିଁ। ମୁଁ ଆଶ୍ଚର୍ଯ୍ୟ ହେଲି, ସେମାନେ ଝଗଡ଼ା କଲେ ତୁ କାହିଁକି ଶୋଇ ପାରୁ ନାହ୍ନୁ। ଝଗଡ଼ା ହେବ ମାନେ ତା ସାଙ୍ଗ କୁଆଡେ କାନ୍ଦେ। ଖାଏନି। ଘରକୁ ବି କଲ୍ କରେନି। ସବୁ ବେଳେ ଖଟ ଉପରେ ପଡ଼ି କି ରୁହେ। ଏତିକି ରେ କଥା ସରେନି। ସେ ପୁଅ ଅନ୍ୟ ସମସ୍ତଙ୍କୁ କଲ୍ କରେ । ସେ ଝିଅ କଣ କରୁଛି ଏମାନଙ୍କର ପାଖରୁ ଵୁଝେ। ସାଙ୍ଗର ବୟଫ୍ରେଣ୍ଡ୍ କଲ୍ ନ ଉଠେଇଲେ ଆଉ ତ୍ରାହି ନାହିଁ। ଘନଘନ କଲ୍ ଆଉ ମେସେଜ । ସେମାନେ ମୋତେ ମଝିରେ ରଖି ଝଗଡ଼ା କରନ୍ତି। ସେ ପୁଅ ତା ସପକ୍ଷ ରେ ମୋତେ କହୁ ଥିବ ତ ପୁଣି ମୋ ସାଙ୍ଗ ସେ ପୁଅ ବିପକ୍ଷ ରେ ମୋତେ କହୁଥିବ। ସତେ ଯେମିତି ମୁଁ ଜଜ୍। ମୁଁ ବିଚରା ବଳି ପଡେ। ଏଇ ଝଗଡ଼ା ପୁଣି ଶାନ୍ତ ପଡ଼ି ଯାଏ। ପୁଣି ପ୍ରେମ ଗପ ଚାଲେ। ଏତିକି ରେ କୋଉ ତ୍ରାହି ଅଛି। ଯଦି ସେମାନଙ୍କର ଭିତରୁ କାହାର ଗୋଟେ ଜନ୍ମ ଦିନ ଆସୁଥିବ, ଗୋଟେ ଯାତ୍ରା ଚାଲେ ରୁମ୍ ରେ। ସେ ପୁଅ ଦୂରରେ ରହିଲେ ବି ଆମ ରୁମ ରେ କେକ୍ କଟାଯାଏ । ସଜା ହୁଏ। ଭିଡ଼ିଓ କଲ୍ ରେ ସେ ସବୁର ଲାଇଭ ଷ୍ଟ୍ରିମିଙ୍ଗ ହୁଏ। କଥା କଣ ଏତିକି କି ! ଗୋଟେ କଣ ମାସିକିଆ ବ୍ରେକ ଅପ ହୁଏ। ମାସକ ଯାଏ ସବୁ ବନ୍ଦ। ମଣିଷ ଟିକେ ଶାନ୍ତି ରେ ନିଃଶ୍ୱାସ ମାରେ। ବିଚରା କଷ୍ଟ ପାଏ ସେତେବେଳେ WhatsApp ଆଉ ଇନଷ୍ଟା। ଯୋଉ ହୃଦୟ ଭଙ୍ଗା ଷ୍ଟାଟସ୍। ଏମିତି ଲାଗେ ଇଏ ଆତ୍ମହତ୍ୟା କରି ଦେବନି ତ!! ଇୟେ କଥା କଣ ସେତିକି ସୋସିଆଲ ମିଡିଆରେ ବ୍ଲକ କରା କରି ହେବେ। DP CHANGE ହେବ। ହେଲୋ ଟ୍ୟୁନ ବଦଳା ଯିବ। ଏଇମିତି ସବୁ ଘଟଣା କ୍ରମ।

ମୋର କହିବା କଥା ଏପରି ଘଟଣା ଯୁବପିଢି ମାନଙ୍କ କ୍ଷେତ୍ରରେ ଘଟୁଛି। କେବଳ ଝିଅଟେ ନୁହେଁ, ପୁଅ ମାନଙ୍କ କ୍ଷେତ୍ରରେ ଅନୁରୂପ ଘଟଣା ମଧ୍ୟ ଦେଖା ଯାଉଛି। ଏଇପରି ଘଟଣାର ପ୍ରତିକ୍ରିୟା ଭଳି ଆତ୍ମହତ୍ୟା, ଅଶ୍ଳୀଳ ଭିଡ଼ିଓ ଭାଇରାଲ୍, ମାନସିକ ଦୁଶ୍ଚିନ୍ତା ଏପରିକି ବଳାତ୍କାର ଖବର ମଧ୍ୟ ଆସିବାର ନଜିର ଅଛି। ଏ ସବୁ ପ୍ରେମ ନାମ ରେ ଭାଣ୍ଡାମୀ। ପ୍ରେମ ଏପରି ପ୍ରକାର ରେ ହେଉଛି ଯେ ଜଣେ ମେଧାବୀ ଛାତ୍ର ବି ଫେଲ୍ ହେଇ କ୍ୟାରିୟର ବର୍ବାଦ କରୁଛି। ପୁଣି କିଏ ହାତ କାଟିଲାଣି ତ ପୁଣି କିଏ ଫୋନ୍ ରାଗି କି ଭାଙ୍ଗିଲାଣି ! ଆପଣ ଭାବନ୍ତୁ ଜଣେ ଯଦି ଏଇ ସବୁଥିରେ ଦିନ ସାରା ସମୟ ଦେବ ସେ ପଢ଼ିବ କେତେବେଳେ। ଏଇ ଯୋଉ ପ୍ରେମ(?) ଏପରି ଅବସ୍ଥାକୁ ଚାଲି ଆସିଲାଣି ଯେ , ଜଣା ନାହିଁ ଜଣେ ମଣିଷର ପ୍ରେମିକା/ପ୍ରେମିକ ଋତୁ ଭଳି ପରିବର୍ତ୍ତନ ହୁଅନ୍ତି। ଅବଶ୍ୟ ଆଗ ଭଳି ଝିଅ - ପୁଅ ଫେରାର ହେବା କମିଗଲାଣି।  ସତ କଥା ହେଲା ପ୍ରେମ ଭଳି ପବିତ୍ର ଜିନିଷ ଏମାନଙ୍କ ପାଇଁ ଆଜି କଳୁଷିତ ହେଉଛି। ଯାହା ତ OYO COMPANY କୁ ବଦନାମ୍ କଲେ। ଏ ଘଟଣା ସବୁ ବେଶୀ ବର୍ଷର ନୁହେଁ। ଏଇ କିଛି ବର୍ଷ ଭିତରେ ବିକଟାଳ ରୂପ ଧାରଣ କରିଛି। ବୋଧେ ହୁଏ ଏହାକୁ ପ୍ରେମ ନ କୁହା ଯାଇ, ଅଲଗା କିଛି କୁହା କଲେ ପ୍ରେମ ଶବ୍ଦର ମର୍ଯ୍ୟାଦା ରହିବ।

✍️ LEXBHAI

Odia newspaper Samaja

09 Feb, 06:24


*ଖବର ଆଜିର*
ତାରିଖ:୦୯/୦୨/୨୫, ରବିବାର

୧-କଟକ: ବାରବାଟୀରେ ଆଜି କ୍ରିକେଟ ମ୍ୟାଚ, ବର୍ଷର ପ୍ରଥମ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରୋହିତ ବାହିନୀ।

୨-ଫେବୃଆରୀ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।

୩-ବୁର୍ଲା: ପ୍ରଫେସର ଦୀପକ ସାହୁ ଭିସୁଟ୍ ର ନୂତନ କୁଳପତି।

୪-ଭୁବନେଶ୍ୱର:୧୧ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର, ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବ।

୫-ବୈତରଣୀ ଉପରେ କେନ୍ଦ୍ରାପଡା -ଚାନ୍ଦବାଲିକୁ ହେବ ନୂଆ ସେତୁ।

୬-୧୮ରୁ ସିଏଚଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା, କପି ରୋକିବାକୁ ପଞ୍ଚସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା।

୭-ଜାତୀୟ କ୍ରୀଡ଼ାରେ ପୁରୁଷ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ଜିତିଲେ ଅନିମେଶ କୁଜୁର।

୮-‘ମୋ ବସ’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ’ ହେବ,ଦୁର୍ଘଟଣା ରୋକିବାକୁ ବସର ଆଗରେ ଓ ପଛରେ କ୍ୟାମେରା ଲାଗିବ।

୯-ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତୀୟ କ୍ରିକେଟର, ବାରବାଟୀ ମ୍ୟାଚ୍ ପୂର୍ବରୁ ନେଲେ ଆଶୀର୍ବାଦ।

୧୦-ମୋରଡା:ଦୁର୍ଘଟଣାରେ ବାଇକ୍‌ ଚୁରମାର୍‌, ଅଜଣା ଗାଡି ଧକ୍କାରେ ୩ ମୃତ।

୧୧-ଗୋପାଳପୁର: ଚେକ ବାଉନ୍ସ ମାମଲାରେ କୋର୍ଟଙ୍କ ନିର୍ଦ୍ଦଶେକୁ ଅବମାନନା କରିବା ପରେ ଯୁବକ ଗିରଫ।

୧୨-ଅଭିନେତା ଉତ୍ତମ ମହାନ୍ତି ହେଲେ ଏୟାର ଲିଫ୍ଟ, ଦିଲ୍ଲୀ ଗୁରୁଗାଓଁରେ କରାଯିବ ଅଧିକ ଚିକିତ୍ସା।ଲିଭର ଶିରୋସିସ ରୋଗରେ ପୀଡିତ ଅଛନ୍ତି ଅଭିନେତା ଉତ୍ତମ ମହାନ୍ତି।

୧୩-କଟକ:ଆଜି ଓଡ଼ିଶାର ୬୦ ଜଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଦେବ OCA।

୧୪-ଲାଞ୍ଜିଗଡ଼:ପୂର୍ବ ଶତ୍ରୁତାକୁ ନେଇ ସାନ ଭାଇ ପୂର୍ଣ୍ଣ ମାଝୀଙ୍କୁ ବଡ଼ ଭାଇ କୃଷ୍ଣ ମାଝୀ ଗୁଳି କରି ହତ୍ୟା କଲା।

୧୫-ଯାଜପୁରରେ ଲୋକାର୍ପିତ ହେଲା ଯଯାତି କେଶରୀ ମେଡିକାଲ କଲେଜ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମାଝୀ।

୧୬-ରାୟଗଡାରେ ହେବ ନୂଆ ରେଳ ଡିଭିଜନ, ମିଳିଲା କ୍ୟାବିନେଟ ମଞ୍ଜୁରୀ।

୧୭-ଉତ୍ତରପ୍ରଦେଶ:ଅଯୋଧ୍ୟା ପରାଜୟର ମିଲକିପୁରରେ ପ୍ରତିଶୋଧ ନେଲା ବିଜେପି । ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ୬୧ ହଜାର ଭୋଟରେ ବିଜେପି ପ୍ରାର୍ଥୀ କଲେ ପରାଜିତ।

୧୮-କାମ ଦେଲା ମୋଦୀ ମ୍ୟାଜିକ୍ । ଦିଲ୍ଲୀରେ ଝାଡୁ ସଫା, ଫୁଟିଲା ପଦ୍ମ! ହାରିଲେ କେଜ୍ରିଓ୍ୱାଲ, ମନୀଷ ସିସୋଦିଆ ।

୧୯-ଦିଲ୍ଲୀ ପରୀକ୍ଷାରେ କଂଗ୍ରେସ ଶୂନ । ୩ ବିଧାନସଭା ନିର୍ବାଚନରେ ଦଳର ସାଂଘାତିକ ପରାଜୟ, ହେଲେ ବଢିଲା ଦଳର ଭୋଟ ହାର।

୨୦-ଦିନରାତି କାମ କରୁଥିବା ବିଜେପି କର୍ମକର୍ତ୍ତା ପାଇଁ ଗର୍ବିତ, ଦିଲ୍ଲୀର ସାମଗ୍ରିକ ବିକାଶ କରିବୁ-ପ୍ରଧାନମନ୍ତ୍ରୀ

୨୧-ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଗତ ଦୁଇ ମାସରେ ହୋଇଛି ୭୬ ଆକ୍ରମଣ: କେନ୍ଦ୍ର ସରକାର।

୨୨-ଟ୍ରମ୍ପ ଏବଂ ମସ୍କଙ୍କୁ ଆମେରିକୀୟ କୋର୍ଟଙ୍କ ଝଟକା, ଅର୍ଥବିଭାଗର ରେକର୍ଡ ହାସଲ ଉପରେ ଲଗାଇଲେ ରୋକ।
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Odia newspaper Samaja

08 Feb, 01:29


*ଖବର ଆଜିର*
ତାରିଖ:୦୮/୦୨/୨୫, ଶନିବାର

୧-ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଫଳ, ୪୭୯୯ ଜଣ ହେଲେ କୃତକାର୍ଯ୍ୟ।

୨-ଭୁବନେଶ୍ୱର:୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ ଆଜି ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା।

୩-କଟକ: ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚ୍ ଟିକେଟ ବ୍ଲାକ ଘଟଣା, ୭ ଗିରଫ।

୪-ଭୁବନେଶ୍ବରରେ ପହଁଚିଲା ଉଭୟ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଟିମ୍ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସ୍ବାଗତ ।

୫-କୁଚିଣ୍ଡା:ବାହାଘର ସାରି ଘରକୁ ଫେରୁଥିବାବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା କାର, ବର କନ୍ୟା ଗୁରୁତର।

୬-ମାର୍ଚ୍ଚ ମାସରେ ମିଳିପାରେ ଆୟୁଷ୍ମାନ କାର୍ଡ, ଉପକୃତ ହେବେ ସାଢ଼େ ୩ କୋଟି ଲୋକ।

୭-ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୨୦୩୬ ବିକଶିତ ଓଡିଶା ଗଠନ ପାଇଁ କହିଲେ।

୮-ଭଦ୍ରକ ପୋଲିସ ନାଁରେ ଥାର୍ଡ ଡିଗ୍ରୀ ଅଭିଯୋଗ, ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ାରେ ଥାନା ଭିତରେ ସ୍ବାମୀକୁ ନିସ୍ତୁକ ମାଡ଼।

୯-ଭୁବନେଶ୍ୱର: ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ବାରା ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦଘାଟିତ।

୧୦-ରାଜ୍ୟ ସରକାର ଓଡ଼ିଶା ସୂଚନା ଆୟୋଗ ଆବେଦନକାରୀଙ୍କ ନାଁକୁ ସାର୍ବଜନୀନ କରିଛନ୍ତି।

୧୧-ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା, ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ।

୧୨-କିମ୍‍ସରେ ବିଂଶତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ଉଦ୍‍ଘାଟିତ, ଯୋଗ ଦେଲେ ୪ ଶହରୁ ଊର୍ଦ୍ଧ୍ୱ ସ୍ୱର ବିଶେଷଜ୍ଞ।

୧୩-ଗଞ୍ଜାମ:ଟମାଟୋ ଅଭାବି ବିକ୍ରି; ୫ ଦିନରେ ଅଧା ହୋଇଗଲା ଦର, ଫସଲ ତୋଳିବାକୁ ଚାଷୀ ଅମଙ୍ଗ।

୧୪-ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ଗିରଫ ହେଲେ ମାଲକାନଗିରି ଜିଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଓ ୪ ସହଯୋଗୀ।

୧୫-ବଲାଙ୍ଗୀର:ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓ ମୁହାଁମୁହିଁ, କମ୍ୱିଂ ଅପରେସନ ଜୋରଦାର।

୧୬-ମଧ୍ୟବିତ୍ତଙ୍କୁ ଆରବିଆଇର ଉପହାର । କମିଲା ରେପୋ ରେଟ,କମି ପାରେ ଘର,କାର,ପର୍ସନାଲ ଋଣରେ ସୁଧ।

୧୭-ଏପ୍ରିଲରୁ ପ୍ରତି ମାସରେ ଜାରି ହେବ ବେରୋଜଗାରୀଙ୍କ ସଂଖ୍ୟା, ଦେଶର ନୀତି ନିର୍ଦ୍ଧାରଣ ପାଇଁ ଜରୁରୀ।

୧୮-ମହାକୁମ୍ଭ ମେଳା – ୪୦ କୋଟି ଟପିଲା ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ।

୧୯-ଆଜି ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ: ବିଜେପିରେ ଉତ୍ସାହ, ହ୍ୟାଟ୍ରିକ ଆଶାରେ ଆପ୍।

୨୦-ନୂଆ ଦିଲ୍ଲୀ:୧୦୦ ଗିଗାୱାଟ ସୌର ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେଲା ଭାରତ।

୨୧-ନୂଆ ଆୟକର ବିଲ୍ କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ। ଆହୁରି ସହଜ ହୋଇଯିବ ରିଟର୍ନ ଫାଇଲିଂ।

୨୨-ମେ ୪ ରେ ହେବ ନିଟ୍-ୟୁଜି ପରୀକ୍ଷା,NTA ପକ୍ଷରୁ ସୂଚନା ଜାରି।

୨୩-୨୦୦୯ରୁ ଆମେରିକାରୁ ଫେରିଛନ୍ତି ୧୫୬୬୮ ଜଣ ବେଆଇନ ଭାରତୀୟ ପ୍ରବାସୀ:ବୈଦେଶିକ ବ୍ୟାପାର ମନ୍ତ୍ରୀ।

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029VaUgRXG5fM5gVRc7391u ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Odia newspaper Samaja

07 Feb, 02:10


*ଖବର ଆଜିର, ୭ ଫେବ୍ରୁଆରୀ, ଶୁକ୍ରବାର*
=======================
ରାଜ୍ୟରେ ଅନେକ ଜିଲ୍ଲାରେ ଆସନ୍ତା୧୦ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ

ଚାରି ଡିସିମିଲରୁ କମ୍ ଜମି ଥିବା ଲୋକଙ୍କୁ ଭୂମିହୀନ ବୋଲି ଧରାଯିବ। ତାଙ୍କୁ ଚାରି ଡିସିମିଲ ଜମି ସରକାର ଦେବେ

ଫେବ୍ରୁଆରି ୧୦ ରୁ ରାଜ୍ୟର ୧ କୋଟି ୬୦ ଲକ୍ଷରୁ ଅଧିକ ଶିଶୁ ଏବଂ ମହିଳାଙ୍କୁ କୃମିନାଶକ ଔଷଧ ଆଲବେଣ୍ଡାଜୋଲ୍ ଦିଆଯିବ

ଭୁବନେଶ୍ୱର କଟକ ଟ୍ୱିନ ସିଟିରେ ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ, ଯେଉଁଠି ସେଇଠି ଫାଇନ ପଡିବ

୧୩ ଫେବ୍ରୁଆରିରୁ ବିଧାନସଭା ବ‌ଜେଟ୍ ଅଧିବେଶନ, ୧୨ରେ ସର୍ବଦଳୀୟ ବୈଠକ

ଆସନ୍ତା ୨୧ ତାରିଖରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ଖାତାଦେଖା

ଆଜି ନିଯୁକ୍ତିପତ୍ର ପାଇବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୭୬୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ

ପୁରୀ ସତ୍ୟବାଦୀ ବକୁଳ ବନର ହେବ ପୁନରୁଦ୍ଧାର ଓ ବିକାଶ।

ଢେଙ୍କାନାଳରେ ଆସନ୍ତା ୧୧ତାରିଖରୁ ଆରମ୍ଭ ହେବ ଯୋରନ୍ଦା ମେଳା

ବଲାଙ୍ଗୀର ଦାଦନ ସମସ୍ୟା, ୮ ଦିନରେ ଆସିଲାଣି ୫ ଦାଦନଙ୍କ ମୃତଦେହ। ଦାଦନ ନିରାକରଣ ଟାସ୍କ ଫୋର୍ସ ଅକାମୀ

ବଲାଙ୍ଗୀର ପୂର୍ବତନ ସିଆର୍‌ପିଏଫ୍‌ ଯବାନ ୧୪ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ, ଏବେ କଲେ ଇଚ୍ଛାମୃତ୍ୟୁ ଆବେଦନ

ଓଡ଼ିଶା-ଆନ୍ଧ୍ର ସୀମା ବିବାଦରେ ଫସିଲେ କୋଟିଆର ମହିଳାମାନେ, ସୁଭଦ୍ରା ଟଙ୍କା ବଣ୍ଟନ ଯୋଜନାରୁ ବଞ୍ଚିତ ହେଲେ

କଟକ ଆଠଗଡ଼ ବନଖଣ୍ଡର ନରସିଂହପୁର ରାସ୍ତାରେ କଲରାପତରିଆ ବାଘ ନିର୍ଭୟରେ ରାସ୍ତାରେ ବୁଲୁଛି

ରାଉରକେଲା ବାସନ୍ତୀ କଲୋନି ମାଲଗୋଦାମ ବସ୍ତିକୁ ମାଲବାହୀ ଟ୍ରେନ୍‌ର ମାଡ଼ିଯିବା ଘଟଣାରେ ଷ୍ଟେସନ ମ୍ୟାନେଜର ଓ ୫ ଜଣ ନିଲମ୍ବନ

ବାଲେଶ୍ଵର ଜିଲ୍ଲା ସୋରୋ ଜଗନ୍ନାଥ ମନ୍ଦିରରୁ ସୁନା ଓ ରୁପା ମୁକୁଟ ନେଇ ଚମ୍ପଟ ମାରିଲେ ଚୋର

କେନ୍ଦୁଝର ଆନନ୍ଦପୁର ଡାକ୍ତରଖାନାର ଉପର ମହଲାରୁ ଖସିପଡ଼ି ଜଣେ ରୋଗୀଙ୍କର ମୃତ୍ୟୁ

ଦିଲ୍ଲୀ ଆପ ସାଂସଦ ସଞ୍ଜୟ ସିଂହ ଙ୍କ ଅଭିଯୋଗ, ବିଜେପି ୧୫ କୋଟିରେ ବିଧାୟକ କିଣୁଛି

ରାଜସ୍ଥାନ ଜୟପୁରରେ କୁମ୍ଭମେଳା ଯାଉଥିବା ବେଳେ ଦୁର୍ଘଟଣାରେ ୮ଜଣ ଯାତ୍ରୀଙ୍କ ମୃତ୍ୟୁ

ରେଳବାଇ ଦ୍ୱାରା ବିଭିନ୍ନ ଟ୍ରେନର ଜେନେରାଲ ଶ୍ରେଣୀରେ ଯୋଡ଼ି ହେବ ୬ ହଜାରରୁ ଅଧିକ ବଗି

ଅମୀର ଖାନ ତୃତୀୟଥର ପାଇଁ ହିନ୍ଦୁ ଝିଅକୁ ବିବାହ କରିବେ, ବାଙ୍ଗାଲୋରର ଗୌରୀ

ନାଗପୁର ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡକୁ ୪ ଓ୍ବିକେଟରେ ହରାଇଲା ଭାରତ

ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ଆହତ

ସେୟାର ବଜାରରେ ଲଗାତାର ଦ୍ୱିତୀୟ ଦିନ ହ୍ରାସ ଜାରି, ନିବେଶକଙ୍କ ବୁଡ଼ିଲା ୨ଲକ୍ଷ କୋଟି ଟଙ୍କା।

ହ୍ଵାଇଟ୍ ହାଉସରେ ଗାଜା ଯୁଦ୍ଧ ପ୍ରସଙ୍ଗ ନେଇ ଟ୍ରମ୍ପ -ନେତାନ୍ୟାହୁ ବୈଠକ

ଡୋନାଲଡ଼ ଟ୍ରମ୍ପଙ୍କ ଟାର୍ଗେଟରେ ଜାତିସଂଘ, ପାଣ୍ଠି ସମୀକ୍ଷା ପାଇଁ ଅଡ଼ି ବସିଲେ
=======================
ଆଜି ନିରାପଦ ଇଣ୍ଟରନେଟ ଦିବସ

ଆଜି ଜନ୍ମଦିନ: ଶିଖ ଗୁରୁ ହରକିଶନ, ସୁଜିତ କୁମାର, କେ ଶ୍ରୀକାନ୍ତ, ମହେନ୍ଦ୍ର ଧୋନୀ, କୈଳାଶ ଖେର, କଳ୍ପନା ଦାଶ (ପର୍ବତ ଆରୋହଣ), ଚନ୍ଦ୍ରଶେଖର ସାହୁ (ଗଂଜାମ), ରଶ୍ମି ପରିଡା (କ୍ରିକେଟ)

ଇତିହାସରେ ଆଜି: (୧୯୮୩) କଲିକତାରେ ଇଷ୍ଟର୍ଣ୍ଣ ନିଉଜ ଏଜେନ୍ସି ଆରମ୍ଭ/ (୧୯୯୯) ଜୋର୍ଡାନ ରାଜା ହୁସେନଙ୍କ ଦେହାନ୍ତ/ (୨୦୦୦) ୱାଶିଂଟନ ରେ ଭାରତ ଓ ଆମେରିକାର ମିକିତ ବିରୋଧୀ ଦଳ ସଭା ଅନୁଷ୍ଠିତ/ (୧୯୬୫) ଭିଏତନାମ ଉପରେ ଆମେରିକାର ବୋମା ବର୍ଷା
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

06 Feb, 02:03


*ଖବର ଆଜିର, ୬ ଫେବ୍ରୁଆରୀ, ଗୁରୁବାର*
=======================
ରାଜ୍ୟର ୮ ସହର ତାପମାତ୍ରା ୩୫ ଡିଗ୍ରି ଉପରେ। ବଲାଙ୍ଗୀର ଓ ମାଲକାନଗିରି ୩୬ ଡିଗ୍ରି, ସମ୍ବଲପୁର ୩୫.୯, ଭବାନୀପାଟଣା ୩୫.୫ ଓ ଅନୁଗୁଳ ୩୫.୧, ଭୁବନେଶ୍ବରରେ ୩୩.୮ ଡିଗ୍ରି

ଆଜି କୁହୁଡି ପାଇଁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, କେନ୍ଦୁଝର, ନୟାଗଡ଼ ଓ ଅନୁଗୁଳକୁ ୟେଲୋ ୱାର୍ଣ୍ଣିଂ

ବିକଶିତ ଗାଁ ବିକଶିତ ଓଡ଼ିଶା’ର ଆରମ୍ଭ ହେଲା, ଗାଁର ଉନ୍ନତିକରଣ ପାଇଁ ପ୍ରତି ବର୍ଷ ଖର୍ଚ୍ଚ ହେବ ୧ହଜାର କୋଟି ଟଙ୍କା

ନିଯୁକ୍ତି ପାଇବେ ୨୭୫୩ ସ୍ବାସ୍ଥ୍ୟ କର୍ମୀ, ଓଡ଼ିଶା ହାଇକୋର୍ଟ ରହିତାଦେଶ ହଟାଇଲେ

ଜିଲ୍ଲାକୁ ଯାଇ ବୁଲିବା, ଆହାର କେନ୍ଦ୍ରରେ ଖାଇବା ଆଦେଶକୁ ବିଭାଗୀୟ ସଚିବ ମାନେ ମାନିଲେ ନାହିଁ। ପୁଣିଥରେ ଜାରିହେଲା ଆଦେଶ

ବାରବାଟୀ କ୍ରିକେଟ ଦିନିକିଆ ପାଇଁ ଅବ୍ୟବସ୍ଥା ସୀମା ଟପିଲା, ଦିନକରେ ଟିକେଟ୍ ଶେଷ ହେଇଗଲା, ଭିଡ଼ରେ ଯୁବକ ମୂର୍ଚ୍ଛା ହୋଇଗଲେ

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ମିଳିଛି ହତ୍ୟା ଧମକ। ଅଜଣା ନମ୍ବରରୁ ଫୋନ୍ କରି ୫୦ ଲକ୍ଷ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ।

ମାଟ୍ରିକ ପରୀକ୍ଷା ଦେବେ ୫,୨୦,୬୪୯ ଛାତ୍ରଛାତ୍ରୀ, ୧୨ ତାରିଖରୁ ସବୁ ନୋଡାଲ କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର

ଭୁବନେଶ୍ୱରରେ ଫେବୃଆରୀ ଶେଷ ସପ୍ତାହରୁ ପ୍ରଥମ ଥର ପାଇଁ ଆରମ୍ଭ ହେବ କୁକୁର ଗଣନା

ବରଗଡରେ ୨୨ ଜଣ ଛାତ୍ରକୁ ମାଡ଼ ମାରି ଠାକୁର ଦିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଫେରାର।

ଭଦ୍ରକ କଚେରୀ ବଜାରରେ ମହିଳା ପୋଲିସଙ୍କ ବେକରୁ ସୁନାଚେନ ଛିଣ୍ଡାଇ ନେଲେ ଦୁର୍ବୃତ୍ତ। ଜଣେ ଧରାପଡିଛି, ଜଣେ ଫେରାର

ରାସ୍ତାରେ ମର୍ଣ୍ଣିଙ୍ଗ ୱାକ ବିପଦ। ମୟୁରଭଞ୍ଜ କପ୍ତିପଦାରେ ମର୍ଣ୍ଣିଙ୍ଗ କଲାବେଳେ ବୟସ୍କ କୃପାସିନ୍ଧୁଙ୍କ ଉପରେ ଚଢ଼ିଗଲା ଟାଟା ଏସି ଗାଡି

ଭୁବନେଶ୍ୱର ଭରତପୁର ଥାନାରେ ମେଜର ଓ ଗାର୍ଲଫ୍ରେଣ୍ଡ ମାମଲାରେ ତଦନ୍ତ ଶେଷ, ଶୀଘ୍ର ରିପୋର୍ଟ ପ୍ରଦାନ କରିବେ କମିଶନ

ବାଙ୍କୀ ଡମପଡ଼ା ବ୍ଲକ୍ ହରିରାଜପୁର ଗାଁରେ ଝାଡ଼ାବାନ୍ତି। ୪୨ ଜଣ ଆକ୍ରାନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି

ଗଣିଆ ଜଗନ୍ନାଥ ପ୍ରସାଦରେ ଔଷଧ ଆଣିବାକୁ ଯାଇ ଯୁବକ ନିଖୋଜ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ।

କୋରାପୁଟ ବୋରିଗୁମାରେ ଭାରସାମ୍ୟ ହରାଇ ଓଲଟିଲା ଶିଶୁ ମନ୍ଦିର ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ

ଅନୁଗୁଳ ହଣ୍ଡପା ଥାନା ଅଞ୍ଚଳରେ ବାନ୍ଧବୀ ସାମନାରେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଛି। ମୃତକ ହେଲେ ରାହୁଲ ସାମଲ

ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ ଭୁବନେଶ୍ୱର କୁଆଖାଇରେ ବୁଡ଼ିଗଲେ ୨ ଛାତ୍ର

କୋରାପୁଟ ଜିଲ୍ଲା ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଦୁଇ ଛାତ୍ର ନିଖୋଜ ଘଟଣାର ୪ଦିନ ପରେ ଜଣଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଠିକଣାରୁ ନଗଦ ୨ କୋଟି ଟଙ୍କା ଜବତ

ସମ୍ବଲପୁର ବୁଢ଼ାରଜା ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶ୍ବୱାନ ଗୌହାଟୀ ରୁ ଗିରଫ

ଦିଲ୍ଲୀ ନିର୍ବାଚନରେ ବୁଥ୍ ବାହୁଡ଼ା ମତ, ବିଜେପିକୁ ଅଧିକ ଆସନ

ବଢିଲା ସେନ୍‌ସେକ୍ସ, ୧୩୯୭ ପଏଣ୍ଟ ବଢ଼ିଲା, ନିବେଶକଙ୍କୁ ୪.୭ ଲକ୍ଷ କୋଟି ଫାଇଦା

ଗାଜା ଷ୍ଟ୍ରିପକୁ ଦଖଲକୁ ନେବାପାଇଁ ଟ୍ରମ୍ପ ସ୍ବତନ୍ତ୍ର ଯୋଜନା କରିଛନ୍ତି ବୋଲି ଚର୍ଚ୍ଚା

ସ୍ବିଡେନର ଏକ ସ୍କୁଲ୍‌ରେ ଗୁଳିକାଣ୍ଡ ଘଟଣାରେ ୧୦ ମୃତ

ଭାରତ ପେଟ୍ରୋଲିୟମ କମ୍ପାନୀ ରେ ଚାକିରୀ ସୁଯୋଗ। ଜୁନିଅର ଏକଜିକ୍ୟୁଟିଭ ଓ ସେକ୍ରେଟାରୀ ପାଇଁ ଆବେଦନ ଶେଷ ତାରିଖ ୨୨ ଫେବ୍ରୁଆରୀ, ଆବେଦନ ଲିଙ୍କ ibpsonline.ibps.in/bpcljan25/basic_details.php
=======================
ଆଜି ଜନ୍ମଦିନ: ଅବଦୁଲ ଗଫର ଖାନ, ଏସକେ ଶ୍ରୀସନ୍ଥ, ସଞ୍ଜୟ ନିରୁପମ, ଗୁରୁ ଭକ୍ତିସିଦ୍ଧାନ୍ତ ସରସ୍ୱତୀ (ପୁରୀ)

ଆଜି ତିରୋଧାନ: ମୋତିଲାଲ ନେହେରୁ

ଇତିହାସରେ ଆଜି: (୧୮୧୯) ସିଙ୍ଗାପୁର କୁ ଆବିଷ୍କାର କଲେ ଥୋମାସ/ (୧୯୧୧) ଆରିଜୋନା ରେ ପ୍ରଥମ ଜରା ନିବାସ ଆରମ୍ଭ/ (୧୯୧୮) ବ୍ରିଟେନରେ ତିରିଶ ବର୍ଷରୁ ଅଧିକ ମହିଳାଙ୍କୁ ଭୋଟ ଅଧିକାର/ (୧୯୫୯) କେରଳର ଆନ୍ନା ଚାନ୍ଦି ପ୍ରଥମ ମହିଳା ହାଇକୋର୍ଟ ଜଜ ହେଲେ/ (୧୯୯୪) ପାକିସ୍ତାନରେ ଖୋଲା ମୃତ୍ଯୁଦଣ୍ଡକୁ ଅନୁମତି/ (୨୦୦୯) ନେପାଳରେ ଡ୍ୟାମ ନିର୍ମାଣ ପାଇଁ ଭାରତ ଦେଲା ସାଢ଼େ ନଅ କୋଟି
=======================WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

05 Feb, 02:14


*ଖବର ଆଜିର, ୫ ଫେବ୍ରୁଆରୀ, ବୁଧବାର*
=======================
ରାଜ୍ୟରେ ପ୍ରଚଣ୍ଡ ଖରା, ଅନେକ ସ୍ଥାନରେ ତାପମାତ୍ରା ୩୪.୯ ଡିଗ୍ରୀରୁ ଅଧିକ।

ତୃତୀୟ ସପ୍ତାହରୁ ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ଆରମ୍ଭ। କପି ଯୋଗାଇଲେ ବନ୍ଧା ହେବେ ଶିକ୍ଷକ।

କପି ରୋକିବାକୁ ୫ ସ୍ତରୀୟ ବ୍ୟବସ୍ଥା, ୪୫ ଦିନରେ ଆସିବ ଯୁକ୍ତ ୨ ପରୀକ୍ଷା ଫଳ

ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର, ଉପକୃତ ହେବେ ୬୦୫୮ କର୍ମଚାରୀ।

ଆଜି ପୁରୀରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୫ଟାରୁ ରାତ୍ର ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

କଟକ ବାରବାଟୀ କ୍ରିକେଟ ମ୍ୟାଚର ଟିକଟ ବିକ୍ରି ପାଇଁ କମ୍। ଭାଇ ଭତିଜାରେ ବଣ୍ଟା ଅଧିକ ବଣ୍ଟା ହେଇଗଲା

ଆସନ୍ତା ୧୫ ତାରିଖରୁ କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବ ହକି ମହାକୁମ୍ଭ, ମାଗଣାରେ ମ୍ୟାଚ ଦେଖିପାରିବେ ଦର୍ଶକ

ଲଘୁ ଖଣିଜ ଦାୟିତ୍ବ ରାଜସ୍ବ ବିଭାଗରୁ ଖଣି ବିଭାଗକୁ ଯିବା ପରଠାରୁ କମୁଛି ରାଜସ୍ୱ। କେନ୍ଦୁଝର ଜିଲ୍ଲାରେ ପଥର ଖଦାନ, ବାଲିଘାଟ ମୁକୁଳା

ଓଡ଼ିଶା ଗସ୍ତରେ ୧୬ଶ ଅର୍ଥ କମିଶନ, ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସହ ହେବ ବୈଠକ

ବାଲେଶ୍ଵର ରେମୁଣାରେ ମାଟି ମାଫିଆଙ୍କ ଆତଙ୍କରାଜ, ପାଣିରୁ ଜେସିବି ଡ୍ରାଇଭର ଶବ ଉଦ୍ଧାର

ସମ୍ବଲପୁର ରାଉରକେଲା ପୁରୀ ଇଣ୍ଟରସିଟି ଟ୍ରେନରୁ ୪ ଲୁଟେରା ଗିରଫ, ଯାତ୍ରୀମାନଙ୍କ ଠାରୁ ସୁନା ଗହଣା କରୁଥିଲେ ଲୁଟ।

ଭୁବନେଶ୍ୱର ଷ୍ଟାର ହୋଟେଲ ବିବାହ ମଣ୍ଡପରୁ ଚୋରି ମାମଲା ଚୋରକୁ ଧରିଲା ପୁରୀ ପୋଲିସ।

ନନ୍ଦନକାନନ ଥାନା ରଘୁନାଥପୁରରେ ମୋ ବସ୍‌ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ, କ୍ରୁଟ୍‌ ପକ୍ଷରୁ ୨ ଲକ୍ଷ କ୍ଷତିପୂରଣ।

ଭୁବନେଶ୍ୱରରେ ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍, ଯୁବତୀଙ୍କଠାରୁ ୩ ଲକ୍ଷ ଠକେଇ ଅଭିଯୋଗ।

ବ୍ରହ୍ମପୁରରେ ପୁତ୍ରହନ୍ତା ମାଆକୁ ଆଜୀବନ ଜେଲ୍, ୮ ବର୍ଷର ପୁଅକୁ ପୋଖରୀରେ ବୁଡ଼ାଇ ମାରିଥିଲା।

ସୋନପୁର ଜିଲ୍ଲାରେ ଭିଜିଲାନସ ଜାଲରେ ବୀରମହାରାଜପୁର ପୋଲିସ ଏଏସଆଇ, ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ।

ପାରଳାଖେମୁଣ୍ଡିରେ ଘାଟିରାସ୍ତାରେ ବସ୍ ଓଲଟି ୨୪ ଜଣ ଆହତ।

ଥିରୁଅନନ୍ତପୁରମ ଅଙ୍ଗନବାଡ଼ିରେ ଉପମା ନୂହେଁ, ବିରିୟାନୀ ଦିଅ ବୋଲି ମନ୍ତ୍ରୀଙ୍କ ନିକଟରେ ଶିଶୁଙ୍କ ଦାବି

ଛତିଶଗଡ଼ ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଜଣ ଯବାନ୍‌ ଆହତ

ପ୍ରୟାଗରାଜ ମହାକୁମ୍ଭରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ବୁଡ଼ ପକାଇଲେ ଭୁଟାନର ରାଜା

ଆଜି କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ ମୋଦୀ

ବିଦେଶୀ ନାଗରିକଙ୍କୁ ଦେଶାନ୍ତର ନକରିବା ନେଇ ଆସାମ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ବେଆଇନ ଭାରତୀୟ ପ୍ରବାସୀଙ୍କୁ ନେଇ ବୁଧବାର ଅମୃତସରରେ ପହଞ୍ଚିବ ଆମେରିକୀୟ ବିମାନ
=======================
ଆଜି ଜନ୍ମଦିନ: ଅଭିଷେକ ବଚନ, ଭୁବନେଶ୍ୱର କୁମାର, ରାଜକିରନ, ଖୁର୍ସିଦ ଆଲମ ଖାନ

ଆଜି ତିରୋଧାନ: ସୁଜିତ କୁମାର

ଇତିହାସରେ ଆଜି: (୧୭୮୩) ଇଟାଲୀ ଭୁକମ୍ପରେ ୨୫୦୦୦ ମୃତ/ (୧୯୦୦) ବ୍ରିଟେନ ଆମେରିକା ମଧ୍ୟରେ ପାନାମା ରାଜିନାମା ସ୍ବାକ୍ଷରିତ/ (୧୯୬୧) ବ୍ରିଟିଶ ପତ୍ରିକା ସଣ୍ଡେ ଟେଲିଗ୍ରାଫ ପ୍ରକାଶନ ଆରମ୍ଭ/ (୨୦୧୦) ଅଭିନବ ବିନ୍ଦ୍ରା ବନ୍ଧୁକ ଚାଳନାରେ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପାଇଲେ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

04 Feb, 01:45


*ଖବର ଆଜିର, ୪ ଫେବ୍ରୁଆରୀ, ମଙ୍ଗଳବାର*
=======================
କାଲିଠାରୁ 'ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନା ଶୁଭାରମ୍ଭ, ୧୪ରେ ପ୍ରକଳ୍ପ ତାଲିକା ମନୋନୟନ, ୨୦ ସୁଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ।

ଆସନ୍ତା ୧୮ ତାରିଖରୁ +୨ ପରୀକ୍ଷା, ଆଜି ମୁଖ୍ୟ ସଚିବଙ୍କ ସମୀକ୍ଷା ବୈଠକ

କଟକ ଏସସିବି ମେଡ଼ିକାଲରେ ହେବ ୫୦୦ ଶଯ୍ୟାର ଟ୍ରମା ସେଣ୍ଟର

ବିଭାଗ ଓ ଜିଲ୍ଲାପାଳଙ୍କ ବାରମ୍ବାର ତାଗିଦକୁ ମାନିଲେ ନାହିଁ ମିଲ ମାଲିକ, ପ୍ରାୟ ସବୁ ମଣ୍ଡିରେ କଟନୀ ଛଟନୀ, ବାଧ୍ୟହୋଇ ଚୁପ ରହୁଛନ୍ତି ଚାଷୀ

ଆଜିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭମେଳା, ନୂଆ ଓଭର ବ୍ରିଜ ଯୋଗୁଁ ଟ୍ରାଫିକ ଜାମ ହେବନାହିଁ

ନବୀନଙ୍କୁ ଭେଟିଲେ ଅଙ୍ଗନବାଡ଼ି କର୍ମୀ ଓ ସହାୟକ ସଂଘ, ବିଭିନ୍ନ ଦାବି ନେଇ କଲେ ଆଲୋଚନା।

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି ଭୁବନେଶ୍ୱର ର କଡ଼ା ଚେତାବନୀ। ବିଜେପି ବିଧାୟକ ତିଆରି କଲେ ଠେଙ୍ଗା ଟିମ

କୋଣାର୍କରେ ଭୟାବହ ଅଗ୍ନିକାଣ୍ଡରେ ରାସ୍ତା ପାର୍ଶ୍ୱରେ ୧୩ଟି ଉଠା ଦୋକାନ ନଷ୍ଟ, ଲକ୍ଷ ଲକ୍ଷ ଟଙ୍କାର ହସ୍ତକଳା ସାମଗ୍ରୀ ଜଳି ପାଉଁଶ

ମାଲକାନଗିରି ଦେବ ନାୟାରଣ ପଣ୍ଡା ମୃତ୍ୟୁ ମାମଲାରେ ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମରେ ଜାମିନ ବିହୀନ ୱାରେଣ୍ଟ

ବଲାଙ୍ଗୀର ଜିଲ୍ଲା ଡୁମ୍ବେରବାହାଲ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ୯ ନାବାଳକ ଛାତ୍ରଙ୍କୁ ଯୁକ୍ତ ଦୁଇ ଛାତ୍ରଙ୍କ ରାଗିଂ ଅଭିଯୋଗ

ଭୁବନେଶ୍ୱର ଝାରପଡ଼ା ଜେଲରେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା -ଅନିଲଙ୍କୁ ଆୟକର ବିଭାଗର ପକ୍ଷରୁ ଜେରା

ଜଳେଶ୍ବର ରେ ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା, ଦୁଇ ଘଣ୍ଟା କଣ୍ଟେନର ଗାଡ଼ି ଭିତରେ ଫସି ରହିଲେ ଚାଳକ

ଭୁବନେଶ୍ବର ଆଇଗିଣିଆରେ ଲାଇଟ ଆଣ୍ଡ୍ ସାଉଣ୍ଡ୍‌ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ଭଦ୍ରକ ପାରାପୋଖରୀ ଜେନା ସାହିରେ ପାଲା ପରିବେଷଣରେ ଖ୍ରୀଷ୍ଟଧର୍ମ ଆଲୋଚନାକୁ ନେଇ ଉତ୍ତେଜନା, ୬ ଅଟକ

ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ

ଭୁବନେଶ୍ୱର ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ

ବୌଦ୍ଧ ଚମ୍ପାପୁରରେ ସିରିଜ୍ ଦୁର୍ଘଟଣା, ୭ ବାଇକକୁ ଧକ୍କା ଦେଇ ଓଲଟିଲା କାର, ଜଣେ ମୃତ

ମାଲକାନଗିରି ରେ ଅଟୋ ସହିତ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ନୟାଗଡ଼ ରଣ୍ଡା ଡ୍ୟାମରେ ବୁଡିଗଲେ ଫାର୍ମାସିଷ୍ଟ ଛାତ୍ର; ମୃତଦେହ ଉଦ୍ଧାର କଲେ ଦମକଳ ବାହିନୀ

ଛତିଶଗଡ଼ ବିଜାପୁରରେ ମାଓ ଯୋଜନା ପଣ୍ଡ, ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲା ସୁରକ୍ଷାବାହିନୀ

ଆସନ୍ତା ସପ୍ତାହରେ ଓଡିଶା ଜଂଗ୍ରେସର ନୂଆ ସଭାପତି। ଦିଲ୍ଲୀରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ମୋକିମ

ଆସନ୍ତା କାଲି ଦିଲ୍ଲୀରେ ହେବ ଭୋଟ ଗ୍ରହଣ

ଅଯୋଧ୍ୟା ଶ୍ରୀରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ବ୍ରେନ ହାମରେଜ, ହସ୍ପିଟାଲରେ ଭର୍ତ୍ତି

ବିଜେପି ଇଭିଏମକୁ ନେଇ ଖେଳ କରିଦେବ, କହିଲେ କେଜ୍ରିୱାଲ

ରେକର୍ଡ ସ୍ତରରେ ସୁନା ଦର, ପ୍ରଥମ ଥର ୮୫୦୦୦ ଟଙ୍କା ଅତିକ୍ରମ କଲା

ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି ଅନୁଦାନ। ଗତବର୍ଷ ଅଧିକ ମିଳିଥିଲା

ଡଲାର ତୁଳନାରେ ଟଙ୍କା ଅତି ଦୁର୍ବଳ, ପ୍ରଥମ ଥର ପାଇଁ ୮୭କୁ ଖସିଲା

ଭାରତୀୟ ସେୟାର ବଜାରରେ ଝଡ଼, ୭୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ଆମେରିକାରେ ୨୫ ହଜାରରୁ ଅଧିକ ଅବୈଧ ପ୍ରବାସୀଙ୍କୁ ଗିରଫ, ତା ଭିତରେ ଅଛନ୍ତି ୧୭୦୦ ଭାରତୀୟ
=======================
ଆଜି ବିଶ୍ୱ କ୍ୟାନସର ଦିବସ

ଆଜି ଜନ୍ମଦିନ: ପଣ୍ଡିତ ଭୀମସେନ ଯୋଶୀ, ବିରଜୁ ମହାରାଜ, ଉର୍ମିଳା ମାତୋଣ୍ଡକର,

ଆଜି ତିରୋଧାନ: ମଧୁସୂଦନ ଦାସ, ସତ୍ୟେନ୍ଦ୍ରନାଥ ବୋଷ

ଇତିହାସରେ ଆଜି: (୧୬୨୮) ଶାହାଜାହାନ ଆଗ୍ରାର ସମ୍ରାଟ ହେଲେ/ (୧୭୮୯) ଜର୍ଜ ୱାଶିଂଟନ ହେଲେ ଆମେରିକା ରାଷ୍ଟ୍ରପତି/ (୧୮୮୧) ଲୋକମାନ୍ୟ ତିଳକଙ୍କ 'କେଶରୀ' ପତ୍ରିକା ପ୍ରକାଶନ ଆରମ୍ଭ/ (୧୯୨୨) ସ୍ବାଧୀନତା ସଂଗ୍ରାମରେ ଚୌରି ଚଉରା ଘଟଣା ଘଟିତ/ (୧୯୪୮) ରିଜର୍ଭ ବ୍ୟାଙ୍କକୁ ବ୍ୟାନ କଲା ଆରଏସଏସ/ (୧୯୫୩) ଭାରତ ପାକିସ୍ତାନ ମଧ୍ୟରେ ପ୍ରଥମ ଥର କାଶ୍ମୀର ଆଲୋଚନା ହେଲା
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

03 Feb, 01:23


*ଖବର ଆଜିର, ୩ ଫେବ୍ରୁଆରୀ, ସୋମବାର*
=======================
ରାଜ୍ୟର ସମସ୍ତ ସହରରେ ବଢୁଛି ତାପମାତ୍ରା।ପାରଳାଖେମୁଣ୍ଡି ୩୫.୬ ଡିଗ୍ରୀ, ଝାରସୁଗୁଡ଼ା ୩୫.୨, ବଲାଙ୍ଗିର ୩୫, ସମ୍ବଲପୁର ୩୪.୭, ଭବାନୀପାଟଣା ୩୪ ଡିଗ୍ରୀ

ଏପ୍ରିଲ୍‌ ୧ରେ ଜେଇଇ ମେନ୍‌ ସେସନ୍‌-୨, ଫେବ୍ରୁଆରୀ ୨୫ ଯାଏ ଆବେଦନ ସୁଯୋଗ

ନୂଆ ଛଅଟି ଏନଏସି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପାଖରେ ପ୍ରସ୍ତାବ। ରାଜ୍ୟରେ ୧୭ ରୁ ୩୦ ପ୍ରତିଶତ ସହରାଞ୍ଚଳ ବୃଦ୍ଧି ପାଇଁ ଯୋଜନା

ସୁଭଦ୍ରା ଟଙ୍କା ବଣ୍ଟା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଆସନ୍ତା ୮ ତାରିଖରେ ମିଳିବ ଟଙ୍କା

ଆଉ ଦୁଇଦିନ ପରେ ଖଣ୍ଡଗିରି ମେଳା। ସାଜସଜ୍ଜା ଆରମ୍ଭ ହେଲାଣି

କଲେଜର ନାକ୍‌ ମାନ୍ୟତା ବୃଦ୍ଧି ପାଇଁ ଲାଞ୍ଚ କାରବାର, ୧୦ ପ୍ରଫେସରଙ୍କୁ ବାନ୍ଧିଲା ସିବିଆଇ, ଓଡ଼ିଶାର ବୁର୍ଲାରୁ ଜଣେ ଅଛନ୍ତି

ରାସ୍ତାରେ ମର୍ଣିଂ ୱାକ ବିପଦ। ଭୁବନେଶ୍ୱର ରେ ୱାକ କଲାବେଳେ ଅଜଣା ଗାଡ଼ି ଧକ୍କାରେ ୧୨୦ ବାଟାଲିୟନ୍‌ର ଅବସରପ୍ରାପ୍ତ କର୍ଣ୍ଣେଲ୍‌ ଡାକ୍ତର ରବୀନ୍ଦ୍ର ବେହେରାଙ୍କ ମୃତ୍ୟୁ

ଗଞ୍ଜାମ ଚିକିଟି ମଦମୃତ୍ୟୁ ତଦନ୍ତ ଆରମ୍ଭ ହେଲାନାହିଁ। ଦେଶୀ ମଦ ମାଫିଆଙ୍କ ସୁରକ୍ଷା ପାଇଁ ସମସ୍ତେ ନୀରବ, ଚପିଗଲା ମାମଲା

ଯାଜପୁର ଡଂକାରୀରେ ୮,୭୦୦ କୋଟି ଟଙ୍କାରେ ହେବ ଅଶୋଧିତ ତୈଳ ଭଣ୍ଡାର

ବଲାଙ୍ଗିର ଜିଲ୍ଲା ପାଢ଼େଲ ଗ୍ରାମରେ ମୋବାଇଲ ଧରି ଖେଳିଲା ବେଳେ ବ୍ୟାଟେରୀ ଫାଟିଲା, ୨ ଶିଶୁ ଗୁରୁତର

କଳାହାଣ୍ଡି ଜିଲ୍ଲା କାଦୋମାଳି ଗ୍ରାମରେ ଅଘଟଣ, ହାତୀ ଅକ୍ରମଣରେ ଚାଲିଗଲା ୨ ଜୀବନ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଲାୟନ୍ସ ପବ୍ଲିକ ସ୍କୁଲ ପାଖରେ ଅନଲାଇନ ବେଟିଂ ଗେମ୍ ରାକେଟ ଧରାପଡିଲେ

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ପୁଲିସ ଦ୍ଵାରା ୧୦ କୁଇଣ୍ଟାଲ ୨୩ କିଲୋ ଗଞ୍ଜେଇ ଜବତ

ଭୁବନେଶ୍ୱର ଅପରାଧ ପ୍ରବଣ, କେଶୁରା ଆଶୁତୋଷ ନଗରରେ ଘର ତାଲା ଭାଙ୍ଗି ଲୁଟ

ରାଜଧାନୀରେ ଜଣେ ଅଟୋ ଡ୍ରାଇଭରଙ୍କୁ ଛୁରାମାଡ଼, ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଳିଙ୍ଗ ଷ୍ଟୁଡିଓ ଛକରେ ଅଟୋ ଚାଳକଙ୍କ ଧାରଣା

ଅଶାନ୍ତ ସୁନ୍ଦରଗଡ଼, କରମଡିହିରେ ଯୁବକଙ୍କ ଉପରକୁ ଗୁଳି ମାଡ। କଳା ସ୍କର୍ପିଓରେ ଆସି ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି ଫୁଟାଇଥିଲେ

ଭୁବନେଶ୍ୱର ରେ ଷ୍ଟାର ହୋଟେଲରେ ଡାକ୍ତର ଦମ୍ପତ୍ତିଙ୍କ ବିବାହ ବେଳେ ଲକ୍ଷାଧିକ ଟଙ୍କା ଓ ସୁନା ଲୁଟି ଅତିଥି ବେଶରେ ଲୁଟେରା ଚମ୍ପଟ

ବାରିପଦା ଜମି ବେପାରୀ ସଲଖୁ ଙ୍କୁ ହତ୍ୟା। ଜାମଶୋଳା ସୁବର୍ଣ୍ଣରେଖା ଜଙ୍ଗଲରୁ ମୃତଦେହ ଉଦ୍ଧାର

କୋରାପୁଟ ଜୟପୁର ସ୍ପୋର୍ଟସ କମ୍ପ୍ଲେକ୍ସ କାମ ସାରିଲା ପରେ ବାକି ଟଙ୍କା ନ ମିଳିବାରୁ ତାଲା ପକାଇଲେ ଠିକାଦାର

କୌନ୍‌ ବନେଗା କରୋଡ଼ପତି’ରେ ରାଇରଙ୍ଗପୁର ଝିଅ କରିସ୍ମା ଶର୍ମା ଭାଗନେଇ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଲେ

କୋଲକାତା ଆରଜି କର ମେଡିକାଲ କଲେଜର ଆଉ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଜାତିଭିତ୍ତିକ ସର୍ଭେ ତଥ୍ୟ ଜାରି କଲେ ତେଲେଙ୍ଗାନା ସରକାର

ରାଜସ୍ଥାନ ବିକାନେର ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି

ଆଜି ଲୋକସଭାରେ ଆଗତ ହେବ ଓ୍ବାକଫ ବିଲ୍ ଉପରେ ଜେପିସି ରିପୋର୍ଟ, ବିରୋଧି ଅସନ୍ତୁଷ୍ଟ

ଅଣ୍ଡର-୧୯ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ୍‌ ଟ୍ରଫି ଜିତିଲା ଭାରତ।ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଲା

ଇଂଲଣ୍ଡର ଶୋଚନୀୟ ପରାଜୟ, କ୍ରିକେଟ ଟି-୨୦ ଶୃଙ୍ଖଳା ଜିତିଲା ଭାରତ
=======================
ଆଜି ଜନ୍ମଦିନ: ରଘୁରାମ ରାଜନ, ଦୀପ୍ତି ନାଭାଲ, ଦୂତୀ ଚାନ୍ଦ, ସୁଲଗ୍ନା ପାଣିଗ୍ରାହୀ (ବ୍ରହ୍ମପୁର), ବୀରେନ୍ଦ୍ର ଲାକ୍ରା (ହକି)

ଆଜି ତିରୋଧାନ: ବଳରାମ ଝାକଡ଼

ଇତିହାସରେ ଆଜି: (୧୭୬୦) ଉଦଗୀର ଯୁଦ୍ଧରେ ନିଜାମକୁ ହରାଇ ମରାଠା ବିଜୟୀ/ (୧୯୧୬) ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଆରମ୍ଭ/ (୧୯୫୪) ପ୍ରୟାଗରାଜ କୁମ୍ଭମେଳା ଦଳାଚକଟାରେ 500 ମୃତ/ (୧୯୭୦) ତାଳଚେର ସାର କାରଖାନା ଭିତ୍ତିପ୍ରସ୍ତର ସ୍ଥାପନ/ (୨୦୧୮) ଭାରତ ଚତୁର୍ଥ ଥର ପାଇଁ ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱ ଚମ୍ପିୟାନ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

02 Feb, 02:01


*ଖବର ଆଜିର, ୨ ଫେବ୍ରୁଆରୀ, ରବିବାର*
=======================
ବଜେଟରେ ଶସ୍ତା ହେଲା କର୍କଟ ଔଷଧ, ଟିଭି, ବ୍ୟାଟେରୀ କାର୍, ମୋବାଇଲ୍, କପଡା, ଜୋତା, ସାମୁଦ୍ରିକ ଖାଦ୍ୟ। ମହଙ୍ଗା ହେଲା ଫ୍ଲାଟ ପ୍ୟାନେଲ ଡିସପ୍ଲେ, ପ୍ଲାଷ୍ଟିକ୍ ଜାତ ଉପକରଣ, ନିଟେଡ୍ ଫାବ୍ରିକ। ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ

ପୂର୍ବ ୪ ବର୍ଷର ଆୟକର ରିଟର୍ନ ଦାଖଲ ଏକସଙ୍ଗେ କରିପାରିବେ।

ଆଇଆଇଟିର ଭିତ୍ତିଭୂମି ବିକାଶ ହେବ, ଆଇଆଇଟି ଶିକ୍ଷାନୁଷ୍ଠାନରେ ବଢ଼ିବ ୬୫୦୦ ସିଟ୍‌।

ପର୍ଯ୍ୟଟନ ସ୍ଥଳୀର ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ

କିଷାନ କ୍ରେଡିଟ କାର୍ଡ ଋଣ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ଉପକୃତ ହେବେ ୭.୭ କୋଟି କୃଷକ

ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ଚିକିତ୍ସା କେନ୍ଦ୍ର, ଆଗାମୀ ୫ ବର୍ଷରେ ବଢ଼ିବ ୭୫ ହଜାର ମେଡିକାଲ ସିଟ୍‌

ଆଜି ପ୍ରଭୁ ଲିଙ୍ଗରାଜଙ୍କ ଶ୍ରୀପଞ୍ଚମୀ ଯାତ୍ରା

ରାଜ୍ୟରେ ବିଲଡ଼ରଙ୍କୁ ଆଶ୍ୱସ୍ତି, ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ

ଆସନ୍ତା ୧୩ ତାରିଖରେ ବିଧାନସଭା ସମ୍ମୁଖରେ ଧାରଣା ଦେବ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ

ବାରବାଟୀ ଦିନିକିଆ କ୍ରିକେଟ ପାଇଁ ଆଜି ଅପରାହ୍ନ ୪ଟାରୁ ଅନ୍‌ଲାଇନ୍ ଟିକେଟ୍ ବିକ୍ରି ହେବ

ସମ୍ବଲପୁର ରେଢ଼ାଖୋଲରେ ଦୁର୍ଘଟଣାର ରୂପ ଦେଇ ମଦ ଚୋରି, ୩ ଗିରଫ, ୨୨୩ ପ୍ୟାକେଟ ମଦ ଜବତ

କୋରାପୁଟ ଜଲାପୁଟ ଡ୍ୟାମରେ ଡଙ୍ଗାରେ ଚଢ଼ି ସେଲ୍‌‌ଫି ନେଲାବେଳେ ବୁଡ଼ିଯାଇ ୨ ଯୁବକ ନିଖୋଜ

ଜାତୀୟ ରାଜପଥ ୧୬ରେ ଚୋରା ଚାଲାଣବେଳେ ୧୮ ଟନ ତମାଖୁପତ୍ର ବୋଝେଇ ଟ୍ରକ ଜବତ।

ବୁର୍ଲାରେ ଦେଶୀ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭିତ କରି ବନ୍ଧା ହେଲା ପାପିନ୍ଦର ସିଂ, ବନ୍ଧୁକ ଏବଂ ଗୁଳି ଜବତ

ଭଦ୍ରକରେ ବାପାଙ୍କ ମୃତଦେହ ନେଇ ଫେରିବା ବେଳେ ଦୁର୍ଘଟଣାରେ ପୁଅ, ଜ୍ୱାଇଁ ସହ ୩ ମୃତ

କଳାହାଣ୍ଡିରେ ଟଙ୍କା ଲୁଟିଲେ ଏଟିଏମରେ ଟଙ୍କା ଭରୁଥିବା କର୍ମଚାରୀ, ୧୦ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଜେଲ ଗଲେ ୫ ଅଭିଯୁକ୍ତ

ଭୁବନେଶ୍ୱର ପଞ୍ଜାବୀ କଲୋନୀରେ ଥିବା 'ମୋ ପିଠା' କାରଖାନା ପରିସରରେ ଦୁଇ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ପୁଲିସକୁ ଲିଫ୍ଟମାଗି ଫସିଗଲେ ଧର୍ମଗଡ ମଦଭାଟି ଲୁଟିଥିବା ଡକାୟତ, ୩କୋଟି ୫୧ ଲକ୍ଷ ଟଙ୍କା ଜବତ, ୮ ଗିରଫ।

ଭୁବନେଶ୍ଵର ଚନ୍ଦ୍ରଶେଖରପୁର ବିଡିଏ ଛକ ସ୍ଥିତ ଆପାର୍ଟମେଣ୍ଟରେ ଘର ଭିତରେ ବିଲ୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛତିଶଗଡ଼ ବିଜାପୁର, ଗାଙ୍ଗାଲୁରରେ ଗୁଳି ବିନିମୟ: ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ନିହତ

ଆମ ଆଦମୀରୁ ଇସ୍ତଫା ଦେଇଥିବା ଦିଲ୍ଲୀର ୮ଜଣ ବିଧାୟକ ଡିଲ କରି ବିଜେପିରେ ମିଶିଗଲେ

ମହାକୁମ୍ଭ ଦଳାଚକଟା ପରେ ଦଶାଶ୍ବମେଧ ସମେତ ବିଭିନ୍ନ ଘାଟରେ ଗଙ୍ଗା ଆଳତି କାର୍ଯ୍ୟକ୍ରମକୁ ୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ

ଆମେରିକା ଫିଲାଡେଲଫିଆ ରେ ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ, ୬ ଜଣଙ୍କର ମୃତ୍ୟୁ
=======================
ଆଜି ବିଶ୍ୱ ଆର୍ଦ୍ରଭୂମି ଦିବସ (ୱେଟଲ୍ୟାଣ୍ଡ)

ଆଜି ଜନ୍ମଦିନ: ରାଜକୁମାରୀ ଅମୃତ କୌର, ଖୁସୱନ୍ତ ସିଂ, ସମିତା ସେଟ୍ଟୀ, ପ୍ରଜ୍ଞା ସିଂ ଠାକୁର

ଇତିହାସରେ ଆଜି: (୧୫୫୬) ଚୀନ ଭୁକମ୍ପରେ ଦଶଲକ୍ଷରୁ ଅଧିକ ମୃତ/ (୧୯୪୯) ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ସ୍ଥାପିତ/ (୧୯୫୩) ଭାରତୀୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଗଠିତ/ (୨୦୦୬) ମନରେଗା ଯୋଜନା ୨୦୦ ଜିଲ୍ଲାରେ ଲାଗୁ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

01 Feb, 01:26


ଖବର ଆଜିର
ତାରିଖ:୦୧/୦୨/୨୫, ଶନିବାର

୧-ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, ଗରିବଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।

୨-ଆଜି ଉପସ୍ଥାପିତ ହେବ ସାଧାରଣ ବଜେଟ୍, ଡବଲ ଇଞ୍ଜିନ ସରକାରଠୁ ରାଜ୍ୟବାସୀଙ୍କ ଅଛି ଡବଲ ଆଶା।

୩-ରାଜ୍ୟରେ ରାସ୍ତାଘାଟର ଉନ୍ନତି ପାଇଁ ଆସିବ ସ୍ୱତନ୍ତ୍ର ନୀତି, ବାର୍ଷିକ ୧୫ ହଜାର କିମି ସହ ୫ ବର୍ଷରେ ନିର୍ମାଣ ହେବ ୭୫ ହଜାର କିମି ରାସ୍ତା।

୪-କୁବେର ITDA ଅଧିକାରୀ ବିଶ୍ଵଦର୍ଶୀ ସାହୁ ଗିରଫ, ଠୁଳ କରିଥିଲେ ମୋଟ୍ ୫କୋଟି ୨ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି।

୫-ବାରବାଟୀ ଷ୍ଟାଡିୟମରେ ମ୍ୟାଚ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଥିମ୍ ସଂଗ ଉନ୍ମୋଚନ କଲେ, କ୍ରିକେଟ ଖେଳିଲେ।

୬-କଣ୍ଟ୍ରାକ୍‌ଚୁଆଲ ଚାକିରି କରି କମ୍ ଦରମା ପାଉଥିବା ସରକାରୀ ଚାକିରିଆଙ୍କର କଟିବନି ରାସନ କାର୍ଡ : ଯୋଗାଣ ମନ୍ତ୍ରୀ

୭-କେବିସିରେ ସାଢେ ୧୨ ଲକ୍ଷ ଜିତିଲେ ରାଇରଙ୍ଗପୁର ଝିଅ କରିସ୍ମା ,ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛା।

୮-ସମ୍ବଲପୁର:ଅନ୍ତେବାସୀଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ:ସିଲ ହେଲା ‘ସମର୍ଥ’

୯-ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଚିବ ଭାବେ ବରିଷ୍ଠ ଆଇଏଏସ ଅଫିସର ସତ୍ୟବ୍ରତ ରାଉତଙ୍କୁ ଦାୟିତ୍ୱ ମିଳିଲା।

୧୦-ରାଜଧାନୀରେ ଭିଡ଼ ହ୍ରାସ ନିମନ୍ତେ ୭ ହଜାର କୋଟିର ଯୋଜନା, ଡିପିଆର ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ।

୧୧-ଭୁବନେଶ୍ୱର:୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚିତ୍ର ଆଞ୍ଜେଲ ।

୧୨-ନବରଙ୍ଗପୁର,ଭାଟିଗାଁ:ଦୁଇ ବାଇକ ମୁହାଁମୁହିଁ ଧକ୍କା , ୨ ମୃତ ଓ ୩ ଗୁରୁତର, ଗୁରୁତରଙ୍କୁ ନିଜ ଗାଡିରେ ନେଲେ ଏସପି।

୧୩-ଡେରାବିଶ, ଜାଗୁଳାଇ ବିଦ୍ୟାନିକେତନ, ବେଲରପା: ଛାତ୍ରଛାତ୍ରୀମାନଙ୍କର କାନ୍ଦବୋବାଳି,ଛଳଛଳ ଆଖି ଓ କୋହଭରା ପରିବେଶରେ ସ୍କୁଲରୁ ଅବସର ନେଲେ ଖେଳ ଶିକ୍ଷକ ଭାଗ୍ଯଧର ମହାରଣା।

୧୪-ବରଗଡ଼:ବରପାଲିରେ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ , ୧୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ।

୧୫-ଆଳି,ନିଆଳ-ନମୌଜା ରାସ୍ତାର ଆଶ୍ରମ:ଓସ୍ତ ଗଛ ସହିତ ବର ଗଛର ବିବାହ, ଭୋଜି ଭାତ ଓ ବାଜା ରୋଷଣୀରେ କମ୍ପିଲା ପରିବେଶ।

୧୬-କଣାସରେ ଝାଡ଼ାବାନ୍ତିରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି।

୧୭-ଫେବୃଆରୀରୁ ଝାରସୁଗୁଡ଼ାରୁ ଲକ୍ଷ୍ନୌ ଓ ରାୟପୁରକୁ ବିମାନ ଉଡ଼ାଣ, ସୂଚନା ଦେଲେ ବିମାନ ବନ୍ଦର ନିର୍ଦେଶକ।

୧୮-ରାଷ୍ଟ୍ରପତିଙ୍କ ପ୍ରତି ସୋନିଆ ଗାନ୍ଧୀଙ୍କ ବିବାଦୀୟ ବୟାନ୍ ପରେ ତେଜିଲା ରାଜନୀତି; ମାଷ୍ଟରକ୍ୟାଣ୍ଟିନ ଛକରେ ସୋନିଆଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି।

୧୯-ବଜେଟ୍ ପୂର୍ବରୁ ସୁନା ମହଙ୍ଗା; ୮୪ ହଜାର ୪ଶହ ଟପିଲା ସୁନା ଦର, ସପ୍ତାହେ ହେଲା ପ୍ରତିଦିନ ହଜାରେ ଲେଖାଏଁ ବଢିଚାଲିଛି ଦର।

୨୦-ଉତ୍ତର ପ୍ରଦେଶ ଗାଜୀପୁର:ଅଟୋର ଡାଲା ଖୋଲିଯିବାରୁ ତଳେ ପଡ଼ିଗଲେ ଶ୍ରଦ୍ଧାଳୁ, ମାଡ଼ିଗଲା ଟ୍ରକ୍, ୬ ମୃତ ଓ ୮ ଗୁରୁତର।

୨୧-ଆଜି ସଚିନଙ୍କୁ ମିଳିବ ବିସିସିଆଇର ସର୍ବୋଚ୍ଚ ପୁରସ୍କାର !ସଚିନଙ୍କୁ ‘ସି.କେ. ନାଇଡୁ ଜୀବନବ୍ୟାପୀ ସାଧନା’ ପୁରସ୍କାର ପ୍ରଦାନ କରାଯିବ ବୋଲି ବିଭିନ୍ନ ରିପୋର୍ଟରୁ ସୂଚନା।

୨୨-୪ର୍ଥ ଟି-ଟ୍ୱେଣ୍ଟି : ଇଂଲଣ୍ଡ ୧୫ ରନରେ ପରାସ୍ତ, ସିରିଜ ଜିତିଲା ଟିମ ଇଣ୍ଡିଆ

୨୩-ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ଦେଶର ଜିଡିପି ହାର ୬.୩ରୁ ୬.୮ ପ୍ରତିଶତ ଆକଳନ।
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Odia newspaper Samaja

31 Jan, 02:26


*ଖବର ଆଜିର, ୩୧ ଜାନୁଆରୀ, ଶୁକ୍ରବାର*
=======================
ଦୁଇ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଗଲା କଟକ, ଖୋର୍ଦ୍ଧା, ଢ଼େଙ୍କାନାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼଼ ଓ କୋରାପୁଟ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲା

ଫେବୃଆରୀ ୨ରେ ହିଁ ପାଳନ ହେବ ସରସ୍ୱତୀ ପୂଜା, ଦ୍ୱନ୍ଦ୍ୱ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ, ସେହି ଦିନ ଅନୁକୂଳ ହେବ ରଥ କାଠ

ଫେବୃଆରୀ ୧୫ ଯାଏଁ ବଢିଲା ରାସନ କାର୍ଡ ପାଇଁ ଇ-କେୱାଇସି ଅପଡେଟ୍‌ ଅବଧି

ଠିକା କର୍ମଚାରୀ ରାସନ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ

ବଡ ଚାକିରି କରିନଥିବା ଲୋକେ ମଧ୍ୟ ରାସନ କାର୍ଡ ଉପଭୋଗ କରିବେ

ମହାକୁମ୍ଭକୁ ଓଡ଼ିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ୍‌ ବାତିଲ୍‌

ରାଜ୍ୟରେ ପଞ୍ଜୀକୃତ ହେଲା ସ୍ୱୟଂକ୍ରୀୟ ଯାନ ପଞ୍ଜୀକୃତ ବ୍ୟବସ୍ଥା ଏଟିଏସ।ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ।

ବଦଳିଲେ ୧୭ ଅବକାରୀ ଅଧିକାରୀ, ଏଥିରେ ୭ଜଣ ସୁପରିଟେଣ୍ଡେଣ୍ଟ୍ ଅଛନ୍ତି।

ଭୁବନେଶ୍ଵରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ

ମାଲକାନଗିରି ଡମପଡା ଗ୍ରାମରେ ପୋଖରୀ ଖୋଳିବାବେଳେ ଉଦ୍ଧାର ହେଲା ପ୍ରାଚୀନ ଗଣେଶ, ହନୁମାନ ଓ ଅନେକ ମୂର୍ତ୍ତି

ପୁରୀ ଉଠା ଦୋକାନୀ ବ୍ୟବସାୟୀ ସଂଘ ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ପାଇଁ ଜିଲ୍ଲାପାଳଙ୍କୁ ନୋଟିସ

ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରିଲେ ମିଶନ ଶକ୍ତି ମହିଳା

ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ହାଇୱା ତଳେ ପଶିଗଲା ବାଇକ ସହ ଚାଳକ

କେନ୍ଦୁଝର ଆନନ୍ଦପୁରରେ ହାଇୱା ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ମୟୁରଭଞ୍ଜ କରଞ୍ଜିଆରେ ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ପାଟବିଲ ମହିଳା ଆରଆଇ ଙ୍କ ଠାରୁ ସୁନା ଚେନ୍ ଲୁଟ

ଯାଜପୁର କୁଆଖିଆ ଥାନା ଅଞ୍ଚଳରେ ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ଫେରାର

କଟକରେ ଜଣେ ରୋଗୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ

ବାଲେଶ୍ଵର ଜିଲ୍ଲା ସୋରରେ ଯାତ୍ରା ଚାଲିଥିବା ବେଳେ ୪ ଜଣଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ

ବରଗଡ଼ ପଦ୍ମପୁର ମହୁଲପାଲି ବ୍ରିଜରେ ବାଇକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।

ସୁନ୍ଦରଗଡ ବଣାଇ ବ୍ଲକ ସିହିଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରୁ ୧୫ ଛାତ୍ର ଫେରାର୍, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

କେନ୍ଦୁଝର ଆନନ୍ଦପୁର ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୨୫ ହଜାର ଟଙ୍କା ଜରିମାନା।ରାୟ ଶୁଣାଇଲେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ

ଭିଜିଲାନ୍ସ ଜାଲରେ ଆଇଟିଡିଏ ପିଏ ବିଶ୍ଵଦର୍ଶୀ ସାହୁ, ୭ଟି ସ୍ଥାନରେ ଚାଲିଛି ରେଡ୍।

ଦିଲ୍ଲୀରେ ଫେବୃଆରୀ ପହିଲାରୁ ବିଶ୍ୱ ପୁସ୍ତକ ମେଳା, ଆସିବେ ୫୦ରୁ ଅଧିକ ଦେଶ

ପ୍ରୟାଗରାଜ ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ, ଟେଣ୍ଟ ସିଟିର ୧୨ରୁ ଅଧିକ ତମ୍ବୁ ଜଳି ପାଉଁଶ

ସଂସଦ ବଜେଟ୍ ଅଧିବେଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ସରକାର

ମହାତ୍ମା ଗାନ୍ଧୀ ପାକିସ୍ତାନର ପିତା ଥିଲେ, ଆମ ଜାତିର ପିତା ନଥିଲେ, କହିଲେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ

ଆମେରିକା ୱାଶିଂଟନ ଡିସିର ମଝି ଆକାଶରେ ବିମାନ ସହ ମାଡ଼ ସେନା ହେଲିକପ୍ଟର, ପୋଟୋମାକ୍ ନଦୀ ଉପରେ ଖସିପଡ଼ିଲା, ୬୪ ମୃତ

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଗୁରୁତର ଓ ହଜି ଯାଇଥିବା ଲୋକଙ୍କ ପାଇଁ ହେଲପଲାଇନ ନମ୍ବର ୧୯୨୦
=======================
ଆଜି ଜାତୀୟ ପଛୁଆ ବର୍ଗ ଦିବସ

ଆଜି ଜନ୍ମଦିନ: ମେଜର ସୋମନାଥ ଶର୍ମା, ପ୍ରୀତି ଜିଣ୍ଟା, ଅମୃତା ଆରୋରା

ଇତିହାସରେ ଆଜି: (୧୫୬୧) ଗୁଜୁରାଟରେ ମୋଗଲ ସେନାପତି ବୈରାମ ଖାନ କୁ ହତ୍ୟା/ (୧୮୬୫) ଆମେରିକାରେ ଦାସତ୍ୱ ପ୍ରଥା ଉଚ୍ଛେଦ ବିଲ ପାସ/ (୧୮୯୩) କୋକାକୋଲା ବ୍ରାଣ୍ଡ ପେଟେଣ୍ଟ ହେଲା/ (୧୯୬୩) ଭାରତରେ ମୟୁର ଜାତୀୟ ପକ୍ଷୀ ଘୋଷିତ/ (୨୦୦୪) ପାକିସ୍ତାନ ଅଣୁ ବିଜ୍ଞାନୀ ଅବଦୁଲ କାଦିର ବୋମା କୌଶଳ ବିକିବା ଅଭିଯୋଗରେ ଗିରଫ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

30 Jan, 01:48


*ଖବର ଆଜିର, ୩୦ ଜାନୁଆରୀ, ଗୁରୁବାର*
=======================
ରାଜ୍ୟର ସମସ୍ତ ସ୍ଥାନରେ ତାପମାତ୍ରା ବୃଦ୍ଧି, ଆଉ ନାହିଁ ଶୀତ

ରାସନକାର୍ଡ ଇ-କେୱାଇସି ପ୍ରକ୍ରିୟା ପିଓଏସ୍ ମେସିନ୍‌ରେ ସଫଳ, ୱେବ୍‌ସାଇଟ୍‌ରେ ବିଫଳ

ଦେଶସାରା ଦୁଇ ତାରିଖରେ ସରସ୍ଵତୀ ପୂଜା ପାଳନ। ଓଡ଼ିଶାରେ ୨ ନା ୩ ତାରିଖକୁ ନେଇ ମତପାର୍ଥକ୍ୟ

ଉତ୍କର୍ଷ ଓଡ଼ିଶା ମେକଇନ ଓଡ଼ିଶା କନକ୍ଲେଭରେ ୧୪୫ ଏମଓୟୁ, ୧୩ଲକ୍ଷ କୋଟିର ପ୍ରସ୍ତାବ, ୯ଲକ୍ଷ ନିଯୁକ୍ତି ସୃଷ୍ଟି ବୋଲି ସରକାରୀ ଦାବୀ

ରାଜ୍ୟରେ ନିର୍ମାଣ ହେବ ମହିଳା ଶିଳ୍ପ ପାର୍କ, ଇପିକଲରେ ପ୍ରତିଷ୍ଠା ହେବ ସ୍ଵତନ୍ତ୍ର ସେଲ୍

କଲେଜ ଆକାଉଣ୍ଟକୁ କାପା ପୋର୍ଟଲରେ ଅପଡ଼େଟ୍‌ ହୋଇନାହିଁ ବୋଲି ୬୩ କଲେଜର ଅଧ୍ୟକ୍ଷଙ୍କ ଦରମା ବନ୍ଦ

ରେଳ ଧାରଣାରେ ସେଲ୍‌ଫି ନେଲେ ଏଣିକି ଜେଲ୍‌ ଏବଂ ଜୋରିମାନା ହେବ

ହୋମଗାର୍ଡ ମାନଙ୍କୁ ମିଳିବନି ମାଗଣା ରାସନ, ଆନ୍ଦୋଳନକୁ ଓହ୍ଲେଇବେ

ମଧ୍ୟାହ୍ନଭୋଜନକୁ ଅଣ୍ଡା ବୋଝ, ଅଣ୍ଡା ଗୋଟା ୮ ଟଙ୍କା, ପିଲା ପିଛା ମିଳୁଛି ୫ ଟଙ୍କା

ଦେବଗଡ଼ ବିଜେଡି ପୌରାଧ୍ୟକ୍ଷl ଶାନ୍ତିମଞ୍ଜରୀ ଦେଇଙ୍କୁ ଚିଠି ଦେଇ ବହିଷ୍କୃତ କଲେ ସରକାର

ପୁରୀ ପିପିଲିରେ ସ୍କୁଲରେ ଛାତ୍ରକୁ ସାପ କାମୁଡିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, କ୍ଲାସ୍ ଟିଚର ବଦଳି।

ବାଲେଶ୍ଵର ସୋର ବସଷ୍ଟାଣ୍ଡ ନିକଟରୁ ପୁଣି ବାଲି ବୋଝେଇ ଡମ୍ଫର ଜବତ

ତାଳଚେର ଶିରିଗିଡ଼ା ଗାଁରେ ଡାଇରିଆ, ୧୦ ପରିବାରର ୨୦ ଜଣ ଆକ୍ରାନ୍ତ

ଗଂଜାମ ଗୋଳନ୍ଥରା ରାଳବ ରୋଡ଼ରେ ଘରୁ ଓ ଦୋକାନରୁ ସୁନା ଚୋରି ଘଟଣାରେ ୪ ଲୁଟେରା ଗିରଫ

କନ୍ଧମାଳ ରେ ହିତାଧିକାରୀଙ୍କ ଆବାସ ଯୋଜନାର ଟଙ୍କା ହଡ଼ପ କରି ସରପଞ୍ଚ, ତାଙ୍କ ସ୍ବାମୀ ଗିରଫ

ବରଗଡ଼ ଜିଲ୍ଲା ଭଟଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ, ୨ ଗୁରୁତର

ମୟୂରଭଂଜ ଜିଲ୍ଲା ଏଡେଲବେଡା ଗ୍ରାମରେ ଲକ୍ଷଲକ୍ଷ ଟଙ୍କାର ଅଫିମ ଚାଷ ପୋଡ଼ିଲା ପ୍ରଶାସନ

ପ୍ରୟାଗରାଜର ସଙ୍ଗମରେ ଘଟିଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୯୦ ଆହତ।

ମହାକୁମ୍ଭ ଦଳାଚକଟାରେ ମୃତକଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାରଙ୍କ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା

ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢ଼ ପ୍ରଥମ, ତ୍ରିପୁରା ଦ୍ଵିତୀୟ ଓ ଆନ୍ଧ୍ରପ୍ରଦେଶ ତୃତୀୟ।

ଘନ କୁହୁଡ଼ି ଯୋଗୁ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ସିରିଜ ଦୁର୍ଘଟଣା

ଆମେରିକାର ନୂଆ ସରକାର ବିଦେଶୀ ସହାୟତା ଉପରେ କଲେ କଟକଣା, ପାକିସ୍ତାନ ଅଡୁଆରେ

ୟୁରୋପୀୟ ବଜାରରୁ ହଟିଲା କୋକା କୋଲା, ସଫ୍ଟ ଡ୍ରିଂକ୍ସରୁ ମିଳିଲା ମାତ୍ରାଧିକ 'କ୍ଲୋରେଟ'

ଦକ୍ଷିଣ ସୁଡାନରେ ବିମାନ ଦୁର୍ଘଟଣାରେ ୧୮ ଜଣ ମୃତ

ବାଂଲାଦେଶ ସେନା ମୁଖ୍ୟଙ୍କ ବିରୋଧରେ ଷଡଯନ୍ତ୍ର, କ୍ଷମତାରୁ ହଟାଇବାକୁ ଚାହୁଁଛନ୍ତି ୟୁନୁସ୍‌

ସାଉଦି ଆରବରେ ସଡ଼କ ଦୁର୍ଘଟଣାରେ ୯ ଭାରତୀୟଙ୍କ ମୃତ୍ୟୁ

ବ୍ରିଟେନରେ ସପ୍ତାହରେ ୩ ଛୁଟିଦିନ ପାଇଁ ନିଷ୍ପତ୍ତି ନେଲେ ଅନେକ କମ୍ପାନୀ
=======================
ଆଜି ଶହୀଦ ଦିବସ
ବିଶ୍ୱ କୁଷ୍ଠ ଦିବସ

ଆଜି ଜନ୍ମଦିନ: ପ୍ରକାଶ ଜୟଶଙ୍କର, ଚିଦାମ୍ବରମ ସୁବ୍ରମନ୍ୟମ, ଅମୃତା ଶେରଗିଲ

ଆଜି ତିରୋଧାନ: ମୋହନଦାସ ଗାନ୍ଧୀ, ମାଖନଲାଲ ଚତୁର୍ବେଦୀ

ଇତିହାସରେ ଆଜି: (୧୬୪୯) ଇଂଲଣ୍ଡ ସମ୍ରାଟ ଚାର୍ଲସ୧ ଙ୍କୁ ଫାଶୀ/ (୧୯୪୮) ନାଥୁରାମ ଗଡସେ ଗୁଳିରେ ମୋହନଦାସ ଗାନ୍ଧୀ ମୃତ/ (୨୦୦୪) ମଙ୍ଗଳ ଗ୍ରହରେ ଆଇରନ ଅକ୍ସାଇଡ଼ ଆବିଷ୍କାର/ (୨୦୦୭) କୋରସ ଷ୍ଟିଲ ଗ୍ରୁପକୁ କିଣିଲା ଟାଟା
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

30 Jan, 00:55


ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ପ୍ରମୁଖ ନିବେଶକ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଛି। ଏଥିରେ ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଏବଂ ବିଭିନ୍ନ ଅଂଶୀଦାର ଅନୁଷ୍ଠାନ ସହ ୧୪୫ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ବିଭିନ୍ନ କ୍ଷେତ୍ର ପାଇଁ ଓଡ଼ିଶାକୁ ୧୨.୮୯ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। #

Odia newspaper Samaja

30 Jan, 00:55


🟪 Maha Kumbh crosses 20 Crore milestone for pilgrims bathing at holy Sangam:🕉️🇮🇳

14 Jan: 3.5 Crore
17 Jan: 7.0 Crore
20 Jan: 8.8 Crore
21 Jan: 9.2 Crore
23 Jan: 10.0 Crore
28 Jan: 20.0 Crore (5 Crore took dip yesterday)

(Ministry of Culture)

Odia newspaper Samaja

30 Jan, 00:55


🟪 Utkarsh Odisha Conclave - 2025 unlocked new opportunities for growth, investment and prosperity.

💰 Total Investment Commitments: ₹16.73 Lakh Crore
👷 Employment Potential: 12.88 Lakh Jobs
📜 MoUs Signed: 145 | ₹12.89 Lakh Crore | 8.94 Lakh Jobs
📑 Investment Intentions Received: 448 | ₹3.84 Lakh Crore | 3.92 Lakh Jobs
🌍 Global Participation: Delegates from 16+ Countries

Odia newspaper Samaja

29 Jan, 01:40


*ଖବର ଆଜିର, ୨୯ ଜାନୁଆରୀ, ବୁଧବାର*
=======================
ରାଜ୍ୟରେ କାଲି ପର୍ଯ୍ୟନ୍ତ ଘନ କୁହୁଡି ରହିବ

‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫’କୁ ଉଦଘାଟନ ଜଲେ ପ୍ରଧାନମନ୍ତ୍ରୀ

ଏନ୍‌ପିସିଆଇ ସମସ୍ୟା ଥିଲେ ବ୍ୟାଙ୍କ ଯାଆନ୍ତୁ ମହିଳା, ମିଳିଯିବ ସୁଭଦ୍ରା ଟଙ୍କା’, କହିଲେ ପ୍ରଭାତୀ ପରିଡ଼ା

ପୁରୀ ଶ୍ରୀମନ୍ଦିର ପୁଣି ହେଲା ଖେଳଘର। ମନ୍ଦିର ଉପରେ ଅଧଘଣ୍ଟା ଉଡ଼ିଲା ଡ୍ରୋନ୍। ଅସହାୟ ହୋଇ ଚାହିଁଥିଲେ ସୁରକ୍ଷା ଟିମ

ଘୋଷଣାର ୩ବର୍ଷ ପରେ, ଅବସରର ୬ ମାସପରେ ରାଜ୍ୟପାଳ ପୁରସ୍କାର ପାଇଲେ କୋରାପୁଟ ସବ୍‌ ଇନିସପେକ୍ଟର ସୁଦର୍ଶନ ଅଧିକାରୀ

ବଳରାମ ଯୋଜନାରେ ଭୂମିହୀନ ଚାଷୀଙ୍କୁ ୨ଲକ୍ଷ ଟଙ୍କା ଯାଏଁ ସହାୟତା ଦେବେ ସରକାର

ଆଦାନୀ ସହ ଓଡ଼ିଶାର ୨.୨୮ କୋଟିର ଏମଓୟୁ, କେନ୍ଦୁଝରରେ ୫ ନିୟୁତ ଟନ୍‌ର ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏଏସ୍‌ଡବ୍ଲ୍ୟୁ ସହ ଏମଓୟୁ

ନୟାଗଡ ଦଶପଲ୍ଲାରୁ ପୁରୀ ଅଭିମୁଖେ ଗଲା ରଥକାଠ ବୋଝେଇ ହୋଇଥିବା ୩ଟି ଟ୍ରକ୍

୧୨୪ ମହିଳାଙ୍କ ସହ ଦକ୍ଷିଣ ମେରୁ ଆଣ୍ଟାର୍କଟିକା ଯାତ୍ରା କରିବେ କୋରାପୁଟ ଜୟପୁର ଝିଅ ସରିତା ଦାରା

ମୟୁରଭଞ୍ଜ ଶିମିଳିପାଳରୁ ୫ଟି ଦେଶୀ ବନ୍ଧୁକ ଓ ବିସ୍ଫୋରକ ଜବତ, ୨ ଅଭିଯୁକ୍ତ ଗିରଫ

ସମ୍ବଲପୁର ‘ସମର୍ଥ’ରେ ମାନସିକ ରୋଗୀଙ୍କୁ ନିର୍ଯାତନା, ମହିଳା ରୋଗୀଙ୍କ ଛାତି, ପେଟରେ ଗୋଇଠା ମାଡ଼

କେନ୍ଦୁଝର ପାଟଣା ରେଞ୍ଜ ରେ ୯ଟି ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା ହାତୀ

ଗଂଜାମ ଖଲ୍ଲିକୋଟ ହରିପୁର ଗାଁରେ ବୋମା ଫୁଟାଇବାକୁ ଯାଇ ୩ ଜଣ ନିଜେ ଆହତ ହୋଇଛନ୍ତି

ଭୁବନେଶ୍ୱର ରେ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର, ଗିରଫ କଲା ପୁଲିସ

ସମ୍ବଲପୁର ରେଙ୍ଗାଲି ରେ ଗଭୀର ନଳକୂପକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଚୋରି, ୧୫ ଏକର ଧାନ ଫସଲ ନଷ୍ଟ

କେନ୍ଦୁଝର ତେଲକୋଇ ପିଟାନାଳୀ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ପଖାଳ ଖାଇ ୨୨ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି।

ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅସୁସ୍ଥ ବାତାବରଣ। ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ସାପ କାମୁଡିବାରୁ ମେଡିକାଲରେ ଭର୍ତ୍ତି।

ଭୁବନେଶ୍ୱରରେ ବରିଷ୍ଠ ନାଗରିକ ଦମ୍ପତି ହତ୍ୟା ମାମଲାରେ ୧୨ ବର୍ଷ ପରେ ଆସିଲା ରାୟ, ୪ ଅଭିଯୁକ୍ତଙ୍କୁ ଆଜୀବନ ସଜା।

ବାଲେଶ୍ଵର ଅମର୍ଦ୍ଦା ରୋଡ଼ରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ନବବିବାହିତାଙ୍କ ଜୀବନ, ୨ ଘଣ୍ଟା ଧରି ରାସ୍ତା ଅବରୋଧ

ମାଲକାନଗିରି ଜିଲ୍ଲା ତାଟିଗୁଡା ଗ୍ରାମରେ ଜମି ବିବାଦ, ସାନ ଭାଇକୁ ଟାଙ୍ଗିଆରେ ହାଣିଲା ବଡ ଭାଇ

ଦିଲ୍ଲୀ ଆଇଆଇଟି ରିପୋର୍ଟ, ୫୫ ପ୍ରତିଶତ ଟ୍ରକ୍ ଡ୍ରାଇଭରଙ୍କର ଦୃଷ୍ଟିଶକ୍ତି ଦୁର୍ବଳ

ଉତ୍ତର ପ୍ରଦେଶର ବାଗପତରେ ଧାର୍ମିକ ସମାରୋହରେ ଅଘଟଣ ଘଟି ୬ ମୃତ, ୫୦ରୁ ଅଧିକ ଆହତ

କର୍ଣ୍ଣାଟକରେ ପୁଣି ସ୍ତ୍ରୀର ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ ୪୦ ବର୍ଷୀୟ ପେଟାରୁ ନାମକ ବ୍ୟକ୍ତି

ମହାରାଷ୍ଟ୍ରରେ ବ୍ୟାପୁଛି ଜିବିଏସ ବ୍ୟାକ୍ଟେରିଆ । ପୁଣେ ପରେ ନାଗପୁର ଓ ଅନ୍ୟାନ୍ୟ ଜିଲ୍ଲାରୁ ୯ ରୋଗୀ ଚିହ୍ନଟ

ରାଜକୋଟରେ କ୍ରିକେଟ ଟି-୨୦ ତୃତୀୟ ମ୍ୟାଚ୍‌ରେ ଭାରତକୁ ଇଂଲଣ୍ଡ ୨୬ ରନ୍‌ରେ ପରାଜିତ କଲା

୧୯ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଗୋଙ୍ଗାଡୀ ତ୍ରିଶାଙ୍କ ସ୍କଟଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ରେକର୍ଡ

ଶେୟାର ମାର୍କେଟ ସେନସେକ୍ସ ୫୩୫.୨୪ ପଏଣ୍ଟ ବୃଦ୍ଧି ପାଇ ୭୫,୯୦୧.୪୧ ପଏଣ୍ଟରେ ବନ୍ଦ ହୋଇଛି

ଭାରତ ଉପରେ ଅଧିକ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପଙ୍କ ଘୋଷଣା।

ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଗୁଳିମାଡ଼, ୫ ଆହତ
=======================
ଆଜି ଖବରକାଗଜ ଦିବସ

ଆଜି ଜନ୍ମଦିନ: ରାଜ୍ୟବର୍ଦ୍ଧନ ସିଂ ରାଠୋର, ଗୌରୀ ଲଙ୍କେଶ, ଭିକେ ଶଶିକଳା

ଆଜି ତିରୋଧାନ: ମହାରାଣା ପ୍ରତାପ, ପିଲୁ ମୋଦୀ

ଇତିହାସରେ ଆଜି: (୧୫୨୮) ବାବର ଦ୍ୱାରା ଚନ୍ଦେରି ଦୁର୍ଗ ଦଖଲ/ (୧୭୮୦) କଲିକତାରୁ ପ୍ରଥମ ଖବରକାଗଜ 'ବେଙ୍ଗଲ ଗେଜେଟ' ପ୍ରକାଶନ ଆରମ୍ଭ/ (୧୯୫୩) ସଂଗୀତ ନାଟକ ଏକାଡେମୀ ସ୍ଥାପିତ/ (୧୯୭୯) ଦିଲ୍ଲୀରୁ ମାଡ୍ରାସ ଜୁମ୍ବୋ ଇଞ୍ଜିନ ଟ୍ରେନ, ତାମିଲନାଡୁ ଏକ୍ସପ୍ରେସ ଆରମ୍ଭ/ (୧୯୯୩) ବିନୋଦ କାମ୍ବଲି ଙ୍କ ଟେଷ୍ଟ କ୍ୟାରିଅର ଆରମ୍ଭ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

28 Jan, 10:21


*ଖବର ଆଜିର, ୨୮ ଜାନୁଆରୀ, ମଙ୍ଗଳବାର*
=======================
ରାଜ୍ୟରେ ଘନକୁହୁଡ଼ି ପାଗ ଲାଗିରହିଛି। ଶ୍ରୀମନ୍ଦିର ବି କୁହୁଡି ଆଚ୍ଛାଦିତ। ସତର୍କ ଜିଲ୍ଲା ଗୁଡ଼ିକ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି

ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ ଆଜିଠାରୁ ଆରମ୍ଭ ୨ଲକ୍ଷ ୧୫ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଦାବୀ

ରାସନ କାର୍ଡ ର ଇକେୱାଇସି ଅପଡେଟ ୮୮% ଶେଷ, ମାସ ଶେଷ ହେଉଛି ଶେଷ ଦିନ

ମାର୍ଚ୍ଚ ୮ରେ ‘ସୁଭଦ୍ରା’ ମାଗଣା ଟଙ୍କା ବଣ୍ଟନ ର ଦ୍ବିତୀୟ କିସ୍ତି। ‘ଗାଁ ବିକାଶ ପାଇଁ ବର୍ଷକୁ ଖର୍ଚ୍ଚ ହେବ ହଜାରେ କୋଟି’

ଆଜି ପୁଣି ଆସିବେ ମୋଦୀ, ରାସ୍ତା କଟକଣା ୧୦.୨୫ ରୁ ୧୧.୧୦ ଏୟାରପୋର୍ଟ ଛକ- ରାଜଭବନ ଛକ- ଜୟଦେବ ବିହାର -ନାଲକୋ ଛକ ଗାଡି ମନା।

ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ବିକାଶ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର।

ସ୍ୱାଧୀନ ଭାରତରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରେକର୍ଡ, ସାତ ମାସରେ ୫ଥର ଓଡ଼ିଶା ଆସିଲେଣି ମୋଦୀ

ଏବର୍ଷର ସିଭି ରମଣ ପୁରସ୍କାର ପାଇବେ ବାଳକୃଷ୍ଣ କୁଅଁର, ସୁନ୍ଦର ନାରାୟଣ ପାତ୍ର, ସୁସମୀ ବଧୂଲିକ ଓ ଜିତ୍ କୁମାର ଜେନା

ଅବସରପ୍ରାପ୍ତ ଆଇଏଏସ ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର।

ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା, ତୁଲାଇବେ ଚାଣକ୍ୟ ଦାୟିତ୍ୱ

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ।

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ପୁଣିଥରେ ଆରମ୍ଭ ହେଲା

କୋରାପୁଟରୁ ପ୍ରୟାଗରାଜକୁ ଗଢ଼ିଲା ସରକାରୀ ବସ୍

ରାୟଗଡା ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୯୪ ଲକ୍ଷ ଟଙ୍କା ସହ ୯୩ ଗ୍ରାମ ସୁନା।

ମଝି ଚିଲିକାରେ ଦୁଇ ପର୍ଯ୍ୟଟକ ଡଙ୍ଗା ମଧ୍ୟରେ ଧକ୍କା, ଦୁଇଜଣ ଗୁରୁତର

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ ବର୍ଷ ବୟସ୍କା ସିଂହୀ ରେୱାର ମୃତ୍ୟୁ

ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ

ସମ୍ବଲପୁର ମଣପୁରମ୍‌ ଫାଇନାନ୍ସ ରୁ ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂହକୁ ରିମାଣ୍ଡରେ ଆଣିବ ପୁଲିସ

ବାଲେଶ୍ଵରରେ କଳସ ଶୋଭାଯାତ୍ରାକୁ ଯିବାବେଳେ ଓଲଟିଲା ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ୱ ଗୁରୁତର।

ମାଲକାନଗିରି ରେ ପତ୍ନୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଦେଲେ କୋର୍ଟ

ପାରାଦୀପରେ ମଦ୍ୟପ ଡ୍ରାଇଭରର ସମୁଦ୍ର କୂଳ ଦୋକାନ ଉପରେ ଗାଡ଼ି ଚଢାଇ ଦେବାରୁ ୬ ଆହତ।

ଅନୁଗୁଳ ପୋକତୁଙ୍ଗା ଗାଁରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ଦମ୍ପତି ମୃତ

ଦିଲ୍ଲୀ ନୋଏଡ଼ା ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ସ୍ମୃତି ମନ୍ଧାନା ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର, ବୁମ୍‌ରା ୨୦୨୪ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର

ଆୟୁଷ୍ମାନ ଭାରତ ସେବା ଦେବେନାହିଁ ହରିୟାଣାର ୬୦୦ ଘରୋଇ ଡାକ୍ତରଖାନା।

ରାଜକୋଟରେ ତୃତୀୟ T20 କ୍ରିକେଟ ଆଜି, ଶୃଙ୍ଖଳା ବିଜୟ ଲକ୍ଷ୍ୟ ରେ ଭାରତ।

ପ୍ରୟାଗରାଜରେ ବୁଡ ପକାଇଲେ ଗୃହମନ୍ତ୍ରୀ ଅମିତ୍‌ ଶାହ। ଗଙ୍ଗାରେ ବୁଡ଼ ପକାଇଲେ ଦାରିଦ୍ର୍ୟ ହଟିବନି, ଖଡଗେଙ୍କ କଟାକ୍ଷ

ମିଲ୍କ୍ ମନ୍ତ୍ରକୁ ଅଧିଗ୍ରହଣ କଲା ହଟ୍‌ସନ୍ ଆଗ୍ରୋ ପ୍ରଡକ୍ଟ ଲିମିଟେଡ

ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା‌।

ଦିଲ୍ଲୀ ବୁରାଡୀରେ ଭୂଶୁଡିଲା ୪ ମହଲାକୋଠା, ଅନେକ ଲୋକ ଦବି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି।

ସୁନା ୮୦୪୩୦ ଟଙ୍କା ପ୍ରତି ୧୦ ଗ୍ରାମରୁ ଶସ୍ତା ହୋଇ ୮୦୦୪୮ ଟଙ୍କା। ରୂପା ଦାମ୍ ହ୍ରାସ ପାଇ କିଲୋ ପ୍ରତି ୮୯୮୫୬ ଟଙ୍କା

ଦକ୍ଷିଣ ନାଇଜେରିଆରେ ୧୭ଟି ଗାଡ଼ିକୁ ଧକ୍କା ଦେଲା ଟ୍ୟାଙ୍କର, ଜଳିଗଲେ ୧୮ ଜଣ

ବେଆଇନ ବାଂଲାଦେଶୀଙ୍କୁ ଭାରତକୁ ଆସିବାକୁ ଦିଅ, କହିଲେ ସାମ ପିତ୍ରୋଡା

ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଖୋଜୁଛି ପୁଲିସ, ଗୁରୁଦ୍ବାରାରେ ତଲାସ
=======================
ଆଜି ଜନ୍ମଦିନ: ଲାଲା ଲଜପତ ରାୟ, ପଣ୍ଡିତ ଜସରାଜ,

ଆଜି ତିରୋଧାନ: ଓପି ନାୟାର

ଇତିହାସରେ ଆଜି: (୧୮୧୯) ସିଙ୍ଗାପୁର ଭୂଖଣ୍ଡ ଆବିଷ୍କୃତ/ (୧୮୩୫) କଲିକତା ମେଡ଼ିକାଲ କଲେଜ ଆରମ୍ଭ/ (୧୯୪୬) ଆଳିୱାଲ ଯୁଦ୍ଧରେ ବ୍ରିଟିଶ ଠାରୁ ରାଜା ରଣଜୋଦ୍ଧ ସିଂ ପରାସ୍ତ/ (୧୯୩୫) ଗର୍ଭପାତକୁ ପ୍ରଥମେ ଆଇନସମ୍ମତ କଲା ଆଇସଲାଣ୍ଡ/ (୧୯୬୧) ବାଙ୍ଗାଲୋରରେ ଏଚଏମଟି ଘଣ୍ଟାର ପ୍ରଥମ କାରଖାନା ସ୍ଥାପିତ/ (୧୯୯୮) ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ୨୬ ଜଣଙ୍କୁ ମୃତ୍ୟୁ ଡଣ୍ଡାଦେଶ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

27 Jan, 01:33


*ଖବର ଆଜିର, ୨୭ ଜାନୁଆରୀ, ସୋମବାର*
=======================
ରାଜ୍ୟରେ ଘନ କୁହୁଡି଼ ଲାଗିରହିଛି, ୨୪ ଘଣ୍ଟା ପାଇଁ ୧୫ଟି ଜିଲ୍ଲାକୁ ଆଲର୍ଟ ଜାରି। ଆଉ ଦୁଇଦିନ ଲାଗିରହିବ

ସରକାରଙ୍କ ଘୋଷଣା, ମାର୍ଚ୍ଚ ୮ ତାରିଖରେ ଆସିବ ସୁଭଦ୍ରା ମାଗଣା ଟଙ୍କା ବଣ୍ଟା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା

କଟକ ମିନି ଷ୍ଟାଡିୟମରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଗଣତନ୍ତ୍ର ଦିବସରେ ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରିବାବୁ କମ୍ଭମପତି

ରାଜ୍ୟରେ ଖାଲି ପଡିଛି ସୂଚନା କମିଶନ୍, ଓଇଆରସି ଅଧ୍ୟକ୍ଷ ଓ ଅନେକ ନିଗମ ପଦବୀ ମୁଆଁ। ଖାଇବାକୁ ଆଶାୟୀ ଲାଇନ ଲମ୍ବା

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହେବା ଘଟଣା ପରେ ବିଜେଡି ର ମନ୍ତବ୍ୟ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦୟନୀୟ

ଦୟା ନଦୀ ପ୍ରଦୂଷଣ ରୋକିବାକୁ ଜଳ ସମ୍ପଦ ବିଭାଗକୁ ଭୁବନେଶ୍ୱର ବିଏମସି ଅନୁରୋଧ କଲା

ସମ୍ବଲପୁରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ, ଆସନ୍ତାକାଲି ହେବ ପୋଷ୍ଟମର୍ଟମ

କଟକ ବାଙ୍କୀ ଦୁର୍ଘଟଣାରେ ପ୍ରଧାନଶିକ୍ଷକ ନିଲମ୍ବିତ, ମୃତ ଛାତ୍ରଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା।

ଅନୁଗୁଳ ଜିଲ୍ଲା ଖମାରରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ, ୧୦ ଜଣ ସଂକଟାପନ୍ନ

ଯାଜପୁର ଜିଲ୍ଲାରେ ଜଡ଼ାଖାଇ ଫଳ ଖାଇ ୧୦ରୁ ଅଧିକ ଶିଶୁ ଅସୁସ୍ଥ, ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି।

କୋରାପୁଟରୁ ଉତ୍ତରପ୍ରଦେଶ ଗଂଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଭାଇ

ପୁରୀ ଡେଲାଙ୍ଗ ହରିରାଜପୁରରେ ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ୩ ବୋମା, ୨ ଜଣଙ୍କୁ ଅଟକ ରଖିଛି ପୋଲିସ।

ଆଳି ପଦନପୁରରେ ସୁନା ସଫା କରିବା ବାହାନାରେ ଲୁଟିନେଲେ ୫ ଲକ୍ଷର ସୁନା, ସିସିଟିଭି କ୍ୟାମେରାରେ ଠକେଇର ଦୃଶ୍ୟ।

ଠାକୁରମୁଣ୍ଡା ବ୍ଲକ ବୈତରଣୀ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀକୁ ପିକନିକ ପାଇଁ ଆସି ଜଣେ ଯୁବକ ନିଖୋଜ

ପଶ୍ଚିମବଙ୍ଗ ହାଓଡାର ସାନ୍ତ୍ରାଗାଛି ଏବଂ ଶାଲିମାର ଷ୍ଟେସନ ମଧ୍ୟରେ ଦୁଇଟି ଟ୍ରେନ ଧକ୍କା, ବଗି ଲାଇନଚ୍ୟୁତ

ଦେଶର କୃଷକ ମାନଙ୍କୁ ଫେବୃଆରୀ ୨୪ରେ ମିଳିବ ପିଏମ କିଷାନ ଯୋଜନାର ୧୯ତମ କିସ୍ତି।

ଦିଲ୍ଲୀ କର୍ତ୍ତବ୍ୟପଥରେ ଭବ୍ୟ ପରେଡରେ ୩ ସେନାର ବୀରତ୍ବ ପ୍ରଦର୍ଶନ ହେଲା।

ମହିଳା ହକି ଇଣ୍ଡିଆ ଲିଗ୍: ପ୍ରଥମ ସଂସ୍କରଣରେ ଓଡ଼ିଶା ଓ୍ବାରିୟର୍ସ ଚାମ୍ପିଅନ୍‌

ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ଗ୍ରାଣ୍ଡ ସ୍ଲାମ୍ ରେ ମାଡିସନ କିଜ୍‌ଙ୍କୁ ପ୍ରଥମ ଟ୍ରଫି

ଆତଙ୍କବାଦୀ ଆକ୍ରମଣରେ ୨୭ ନାଇଜେରୀୟ ସୈନ୍ୟ ମୃତ

ଇରାନ ସହ ହାତ ମିଳାଇଲା ତାଲିବାନ

ସୁଦାନର ଏକ ଡାକ୍ତରଖାନା ଉପରେ ଡ୍ରୋନ ଆକ୍ରମଣ, ୬୭ ମୃତ

ୟୁନୁସଙ୍କୁ ଟ୍ରମ୍ପଙ୍କ ଜୋରଦାର ଝଟକା, ବାଂଲାଦେଶକୁ ଆର୍ଥିକ ସହାୟତା ବନ୍ଦକଲା ଆମେରିକା
=======================
ଆଜି ଅନ୍ତର୍ଜାତୀୟ ହୋଲୋକାଷ୍ଟ ସ୍ମୃତି ଦିବସ

ଆଜି ଜନ୍ମଦିନ: ସବିତା ଆମ୍ବେଦକର, ବବି ଦେଓଲ, ଅମର ସିଂ, ଅଜିତ ଖାନ

ଆଜି ତିରୋଧାନ: ହୁମାୟୁନ, ଆର ଭେଙ୍କଟରମଣ

ଇତିହାସରେ ଆଜି: (୧୯୪୮) ପ୍ରଥମ ଟେପ ରେକର୍ଡର ବିକ୍ରି/ (୧୯୬୭) ଆପୋଲୋ ୧ ଦୁର୍ଘଟଣାରେ ତିନି ମହାକାଶଚାରୀ ମୃତ/ (୧୯୭୪) ଦିଲ୍ଲୀ ତିନ ମୂର୍ତ୍ତିରେ ନେହେରୁ ମ୍ୟୁଜିୟମ ଉଦଘାଟିତ/ (୨୦୦୮) ପଶ୍ଚିମବଙ୍ଗ ରେ ବାର୍ଡ ଫ୍ଲୁ ସଂକ୍ରମଣ/ (୧୯୮୮) ହେଲିକପ୍ଟର ଡାକସେବା ଆରମ୍ଭ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻

Odia newspaper Samaja

22 Jan, 01:54


*ଖବର ଆଜିର, ୨୨ ଜାନୁଆରୀ, ବୁଧବାର*
=======================
ପରଦିନ ଠାରୁ କମିବ ଶୀତ, କିଛି ଜିଲ୍ଲାରେ କୁହୁଡ଼ି ହେବ

ଶସ୍ୟ ପରିବହନ ପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କଲେ। ପ୍ୟାକ୍ସ ଓ ଲ୍ୟାମ୍ପ୍ସଙ୍କୁ ମିଳିବ ୫ ଲକ୍ଷ ଟଙ୍କା

ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା, ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ମହିଳାଙ୍କୁ ଖୋଜି ଖୋଜି ମାହାଳିଆ ଟଙ୍କା ଦେବେ ରାଜ୍ୟ ସରକାର

ମଧ୍ୟାହ୍ନ ଭୋଜନ ପାଚକ-ପାଚିକାଙ୍କ ପାରିଶ୍ରମିକ ବୃଦ୍ଧି, ଏଣିକି ମାସିକ ମିଳିବ ୩୦୦୦ ଟଙ୍କା। ଉପକୃତ ହେବେ ଏକଲକ୍ଷ ବାରହଜାର ବ୍ୟକ୍ତି

ପୁରୀ ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ଲଗାଇଲା ପୁରୀ ପୁଲିସ୍, ମୋବାଇଲ୍‌ ଫୋନ୍ ବି ନିଷେଧ

ନୂତନ ଶିକ୍ଷାନୀତି ସଂକ୍ରାନ୍ତ ୩ ଦିନିଆ ଜାତୀୟ କର୍ମଶାଳା ଉଦଘାଟିତ

ଫେବ୍ରୁୟାରୀ ୧୩ରୁ ଆରମ୍ଭ ହେବ ବିଧାନ ସଭା ଅଧିବେଶନ, ଏପ୍ରିଲ ୫ ଯାଏ ଚାଲିବ।

ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ନମୁନା ପ୍ରଶ୍ନପତ୍ର 'ପରୀକ୍ଷା ଦର୍ପଣ' ଉନ୍ମୋଚିତ।

ଧାନକିଣା ପ୍ରକ୍ରିୟାରେ ୪୫୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ

କଟକରେ ୩ ଦିନ ଧରି ପାଳନ ହେବ ପରାକ୍ରମ ଦିବସ, ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସଂସ୍କୃତି ବିଭାଗର ଅଧିକାରୀ

କଟକ ଜିଲ୍ଲା ବଡ଼ମ୍ବାର ଓଡ଼ିଆ ଚାଷୀ, କୃଷକସାଥୀ ଚୈତନ୍ୟ ମୁଦୁଲି ଦିଲ୍ଲୀ ଯିବେ

ଭୁବନେଶ୍ବର ଆୟୁର୍ବେଦ ଚିକିତ୍ସାଧାରୀ (ଡିଏଏମ୍‌ଓ) ଙ୍କ କାର୍ଯ୍ୟାଳୟରେ କୋଟି କୋଟି ଟଙ୍କାର ଔଷଧ ଗଚ୍ଛିତ, କିନ୍ତୁ ରୋଗୀ ପାଉନାହାନ୍ତି ବାତ ଓ ଆଣ୍ଠୁଗଣ୍ଠି ଔଷଧ

ବରଗଡ଼ ଜଙ୍ଗଲରୁ କ୍ଷତବିକ୍ଷତ ଅବସ୍ଥାରେ ଯୁବତୀ ଉଦ୍ଧାର ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ରାୟଗଡା ରେଳ ଷ୍ଟେସନରେ ୨୫ ହଜାର କେଭି ବିଦ୍ୟୁତ୍‌ ତାରକୁ ସ୍ପର୍ଶ କରି ଅଜଣା ବ୍ୟକ୍ତି ମୃତ

ଓଡ଼ିଶା- ଛତିଶଗଡ଼ ସୀମାରେ ଏନକାଉଣ୍ଟର: ୨ ମହିଳାଙ୍କ ସମେତ ୧୬ ମାଓବାଦୀ ନିହତ।

ବରଗଡ ସହର ବନ୍ଦ ପାଳନ ବେଳେ କୋର୍ଟ ସମ୍ମୁଖରେ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି

ବାଗ୍‌ଚୀ କରୁଣାଶ୍ରୟରେ ଉଦଘାଟିତ ହୋଇଛି ପାଲିଏଟିଭ କେୟାର ସେଣ୍ଟର, କ୍ୟାନ୍ସରରେ ଆକ୍ରାନ୍ତ ବୟସ୍କ ରୋଗୀଙ୍କୁ ମିଳିବ ମାଗଣା ସେବା

ଭାରତୀୟ ରେଳବାଇରେ ପୂରଣ ହେବ ୩୨ ହଜାରରୁ ଅଧିକ ଗ୍ରୁପ୍ ଡି ପଦବୀ।ଦଶମ ପାଶ୍ କରିଥିବା ପ୍ରାର୍ଥୀ ମଧ୍ୟ ଏହାର ସୁଯୋଗ ନେବେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜିଠୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ

ଚାମ୍ପିୟନ୍ସ କ୍ରିକେଟ ଟ୍ରଫି ଜିତିଲା ଭାରତୀୟ ଦିବ୍ୟାଙ୍ଗ କ୍ରିକେଟ ଦଳ

ଗୋଟିଏ ଧାଡ଼ିରେ ୬ ଗ୍ରହ ଦେଖାଗଲେ। ପୁଣି ଦେଖାଯିବେ ମାର୍ଚ୍ଚ ୮ ତାରିଖରେ

ବେଆଇନ ବାସିନ୍ଦାଙ୍କ ଉପରେ ଟ୍ରମ୍ପଙ୍କ ରୋକ୍‌, ୭.୨୫ଲକ୍ଷ ଭାରତୀୟ ଅସୁବିଧାରେ

ପାକିସ୍ତାନୀ ଗଦର ଏୟାରପୋର୍ଟକୁ ନିୟନ୍ତ୍ରଣକୁ ନେଲା ଚୀନ
=======================
ଆଜି ଜନ୍ମଦିନ: ଆଦିତ୍ୟ ମିତ୍ତଲ, ମାଣିକ ସରକାର, ଭୂମିକା ଦାଶ, କୈଳାସ ମେହେର

ଆଜି ତିରୋଧାନ: ଶାହାଜାହାନ, ନାଗେଶ୍ୱର ରାଓ

ଇତିହାସରେ ଆଜି: (୧୬୭୩) ବୋଷ୍ଟନ ଓ ନ୍ୟୁୟର୍କ ମଧ୍ୟରେ ଡାକସେବା ଆରମ୍ଭ/ (୧୯୬୩) ଡେରାଡୁନରେ ଦୃଷ୍ଟି ବାଧକଙ୍କ ଲାଇବ୍ରେରୀ ସ୍ଥାପନ/ (୧୯୬୫) ଦୁର୍ଗାପୁରରେ ଷ୍ଟିଲ ପ୍ଲାଣ୍ଟ ଆରମ୍ଭ/ (୧୯୭୩) ଗର୍ଭପାତକୁ ସ୍ଵୀକୃତି ଦେଲେ ଆମେରିକା ସୁପ୍ରିମକୋର୍ଟ/ (୨୦୦୩) ନାସାର ସ୍ପେଶ ରକେଟ ପାୟୋନିୟର ୧୦ ସହ ସମ୍ପର୍କ ଛିନ୍ନ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

21 Jan, 02:10


*ଖବର ଆଜିର, ୨୧ ଜାନୁଆରୀ, ମଙ୍ଗଳବାର*
=======================
ଆଉ ଚାରିଦିନ ପ୍ରବଳ ଶୀତ ହେବ। ଗତ କାଲିର ତାପମାତ୍ରା, ଫୁଲବାଣୀ ୪.୮ ଡିଗ୍ରୀ, ସେମିଳିଗୁଡ଼ା ୭.୨, ଦାରିଙ୍ଗିବାଡ଼ି ଓ ଝାରସୁଗୁଡ଼ା ୯, ରାଉରକେଲା ୯.୫, ଭଦ୍ରକ ୧୦, କେନ୍ଦୁଝର ୧୦.୪, କୋରାପୁଟ ୧୦.୫, ଭବାନୀପାଟଣା ୧୦.୬ ଡିଗ୍ରୀ

ଆସନ୍ତା ୨୪ ତାରିଖରେ ଆରମ୍ଭ ହେବ ପିଏମ୍ ଆବାସ ପୋର୍ଟାଲ୍, ଅଫଲାଇନ୍ ଏବଂ ଅନଲାଇନ୍‌ରେ କରିହେବ ଆବେଦନ

ଛୋଟ ପିଲାମାନେ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ। ସ୍କୁଲରେ ଖୋଲିବ ଶିଶୁ ବାଟିକା, ୫ ରୁ ୬ ବର୍ଷ ବୟସର ପିଲା ଏଥିରେ ନାମ ଲେଖାଇ ପାରିବେ

ମାର୍ଚ୍ଚ ୧ରୁ ଆରଟିଇ ନାମଲେଖା ପ୍ରକ୍ରିୟା, ୨୦ ମାର୍ଚ୍ଚ ଯାଏଁ ପଞ୍ଜିକରଣ ହେବ, ୨୭ରେ ଲଟେରୀ, ୨୯ରୁ ଏପ୍ରିଲ ୧୦ ଯାଏଁ ନାମଲେଖା

ଆସନ୍ତା ଫେବୃୟାରୀ ୯ ରେ କଟକ ବାରବାଟିରେ ଅନୁଷ୍ଠିତ ହେବ ଭାରତ- ଇଂଲଣ୍ଡ ଦିବାରାତ୍ର ଏକଦିବସୀୟ ମାଚ୍

ସରକାରୀ ବାବୁଙ୍କ ଗାଡ଼ି ଭଡ଼ା ବଢ଼ାଇଲେ ସରକାର, ଫେବ୍ରୁଆରୀ ପହିଲାରୁ ନୂଆ ଦର ଲାଗୁ

ରାଜଧାନୀ କଂଗ୍ରେସର ଗର୍ଜନରେ କମ୍ପିଲା। କଣ୍ଢେଇ ଦେଖାଇ ବିଜେପି ସରକାରକୁ କଲେ ସମାଲୋଚନା

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରହପୁଞ୍ଜ ପରେଡ୍

ବର୍ଷା ଜଳ ନିଷ୍କାସନ ଆଳରେ କଟକ ସିଏମ୍‌ସିର ହରିଲୁଟ୍‌, ପରାମର୍ଶ ସେବା’ ପାଇଁ ୪ କୋଟିର ଟେଣ୍ଡର୍

ନବ ଦାସ ହତ୍ୟା ମାମଲାରେ, କୋଭିଡ୍ ଆଳରେ ପୋଡ଼ି ଦେଇଛନ୍ତି ନବଙ୍କ ରକ୍ତଭିଜା ସାର୍ଟ। ଅରୁଣ ବୋଥ୍ରାଙ୍କ ସାଧୁତା ଉପରେ ପ୍ରଶ୍ନ

ପୁରୀ ଜିଲ୍ଲା କଣାସରେ ହଇଜାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ଜଣେ ଗୁରୁତର। ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପକୁ ଅପେକ୍ଷା

କଟକ ଏସସିବି ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ଼ ଘଟଣା, ଅଭିଯୁକ୍ତଙ୍କୁ ଅଟକ ରଖିଲା ପୋଲିସ

ପାରାଦୀପ ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ଅଘଟଣ, ଗାର୍ଡ ବଗି ସହ ୨ ଓ୍ବାଗନ ଲାଇନ୍‌ଚ୍ୟୁତ

ବଲାଙ୍ଗିରରେ ମିଲେଟ ଯୋଜନାରେ ଲୁଟ୍‌, ଚାଷ ନ କରି ହୋଇଛନ୍ତି ହିତାଧିକାରୀ, ଗାଇଖାଇବା ଘାସ ଚାଷ ହେଇଛି

କଟକ ସହରରେ ଜବର ଦଖଲ ଉଚ୍ଛେଦ, ୨୦ ରୁ ଅଧିକ ବେଆଇନ ନିର୍ମାଣ ଭାଙ୍ଗିଛି ପ୍ରଶାସନ

ଭୁବନେଶ୍ୱର ରାଜଭବନ ଛକରେ ୨ ଭାଇଙ୍କୁ କାର ଦଳିଦେବା ଘଟଣାରେ ଲଲାଟେନ୍ଦୁ ବାରିକ ଗିରଫ

ନୟାଗଡ ଜିଲ୍ଲା ଓଡଗାଁ ରୋହିବାଙ୍କରେ ଜୁଆ ଆଡ୍ଡାରେ ଚଢାଉ, ୧୮ ଗିରଫ, ୨ଲକ୍ଷ ଟଙ୍କା ଏବଂ ୨୧ ଗାଡି ଜବତ

ରାୟଗଡ଼ା ଜିଲ୍ଲା ବରିଗୁଡା ପ୍ରାଥମିକ ବିଦ୍ୟାଳୟର ୧୦ ଛାତ୍ରଛାତ୍ରୀ ରାସ୍ତାକଡ଼ ଅମରି ଜଡ଼ା ଫଳ ଖାଇ ଅସୁସ୍ଥ

ଭୁବନେଶ୍ବର ରଘୁନାଥପୁରରେ ବେଲେରୋ ଧକ୍କାରେ ଜଣେ ବାଇକ ଆରୋହୀ ବିକାଶ ମହାନ୍ତିଙ୍କ ମୃତ୍ୟୁ

ସୁନ୍ଦରଗଡ ବରପାଲିରେ ଡକାୟତି, ଘର ଲୋକଙ୍କୁ ବାନ୍ଧି ଲୁଟି ନେଲେ ଦେଢ କୋଟି ଟଙ୍କାର ଅଳଙ୍କାର

ଝାରସୁଗୁଡା ଗୁଡମ ରେ ପାରିବାରିକ କଳହ ପାଇଁ ସ୍ତ୍ରୀକୁ ଇଟାରେ ମାରି ହତ୍ୟା କଲା ସ୍ଵାମୀ

ମାଲକାନଗିରି ଜିଲ୍ଲା ର ଆଦିବାସୀ ଝିଅ ଜୟନ୍ତୀ ଏବେ ଆନ୍ତର୍ଜାତୀୟ ଇଂରାଜୀ ପତ୍ରିକା ଫେମିନାର ପୃଷ୍ଠାରେ

ମୃତ୍ୟୁ ଯାଏଁ ଜେଲ୍‌ରେ ରହିବ ଆରଜି କର ହସପିଟାଲ ଦୋଷୀ ସଞ୍ଜୟ, ୫୦ ହଜାର ଜୋରିମାନା ଦେବ

ତିରୁମାଲା ତିରୁପତି ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିବାଦ। ମନ୍ଦିର ଭିତରେ ଅଣ୍ଡା ବିରିୟାନି ଖାଉଥିବା ବେଳେ ଧରାପଡିଲେ ତାମିଲ ଭକ୍ତ ଗୋଷ୍ଠୀ

ମହିଳା ହକି ଇଣ୍ଡିଆ ଲିଗରେ ୪-୧ରେ ବେଙ୍ଗଲ ଟାଇଗର୍ସ ପରାସ୍ତ, ପଏଣ୍ଟ ତାଲିକାରେ ଶୀର୍ଷରେ ଓଡ଼ିଶା ୱାରିୟର୍ସ

ଶେୟାର ବଜାରରେ ୪୫୪ ଅଙ୍କ ବଢିଲା ସେନ୍‌ସେକ୍ସ, ନିବେଶକଙ୍କ ଲାଭ ୩ ଲକ୍ଷ କୋଟି ଟଙ୍କା

ରେଳ ଦୁର୍ଘଟଣା ରୋକିବାକୁ ଲାଗିବ ‘କବଚ’, ୫୯୫ କିମିକୁ ଖର୍ଚ୍ଚ ହେବ ୨୮୦ କୋଟି। ଅପର୍ଯ୍ୟାପ୍ତ ଟଙ୍କା ବୋହିବ

ଅକ୍ସଫାମ ରିପୋର୍ଟ ଅନୁସାରେ ବ୍ରିଟିଶ ଶାସନରେ ଭାରତରୁ ଲୁଟ୍‌ ସମ୍ପତ୍ତିର ଅଧାଭାଗ ନେଇଥିଲେ ୧୦% ବ୍ରିଟିଶ ଧନୀଲୋକ

ପନ୍ଦର ମାସ ପରେ ବନ୍ଦୀମାନଙ୍କୁ ମୁକ୍ତ କଲେ ଇସ୍ରାଏଲ ଓ ପାଲେଷ୍ଟାଇନ
=======================
ଆଜି ଜନ୍ମଦିନ: ପ୍ରତିଭା ରାୟ, ସୁଶାନ୍ତ ସିଂ ରାଜପୁତ

ଆଜି ତିରୋଧାନ: ରାସବିହାରୀ ବୋଷ

ଇତିହାସରେ ଆଜି: (୧୮୬୫) ପ୍ରଥମ ଥର ଟର୍ପେଡୋ ଦ୍ୱାରା ତୈଳକୂପ ଖନନ/ (୨୦୦୦) ଏସିଆର ପ୍ରଥମ କଟା ଯକୃତ ପ୍ରତିରୋପଣ ସିଙ୍ଗାପୁରରେ ହେଲା/ (୨୦୦୮) ଇସ୍ରାଏଲର ଗୁପ୍ତଚର ଉପଗ୍ରହ ଭାରତ ଦ୍ୱାରା ଉତକ୍ଷେପଣ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

20 Jan, 02:07


*ଖବର ଆଜିର, ୨୦ ଜାନୁଆରୀ, ସୋମବାର*
=======================
ଆସନ୍ତା ତିନିଦିନ ଯାଏଁ ସମାନ ଶୀତ। କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, କୋରାପୁଟରେ କୁହୁଡି ହେବ

ରାଜ୍ୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ମାସକୁ ୩୫୦୦ ଟଙ୍କା ପାଇବେ

ପୁଣି ପୁରୀ ଶ୍ରୀମନ୍ଦିର ଭିତର ପାର୍ଶ୍ବର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ। ଚବିଶ ଘଣ୍ଟିଆ ସୁରକ୍ଷା ପୁଣି ଫେଲ

ସର୍ଭେ ରିପୋର୍ଟ ଅନୁସାରେ ଘର କିଣିବାରେ ଲାଗିଛନ୍ତି ଧନୀ, ଦରଦାମ ଓ ଟ୍ୟାକ୍ସ ଚାପରେ ଘାଣ୍ଟି ହେଉଛନ୍ତି ମଧ୍ୟବିତ୍ତ ପରିବାର

କୋରାପୁଟର ଆଳୁ ପାଇଁ ନାହିଁ ବଜାର, ଅତି ଶସ୍ତା ଦରରେ ବିକ୍ରି। ଏପଟେ ଆଳୁ ପାଇଁ ହାହାକାର

ନୂଆ ୨୦୦୦ ଟ୍ରାଫିକ ପୋଲିସ ପଦ ପୂରଣ ହେବ, ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ସାଇବର ପୁଲିସ ଥାନା।

ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍

ଚିଲିକାରେ କମିଲେ ପକ୍ଷୀ, ବିହଙ୍ଗଙ୍କୁ ଆକର୍ଷିତ କରୁଛି ହୀରାକୁଦ ଡ୍ୟାମ୍‌

ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଖୋଜୁଛି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ

ଭୁବନେଶ୍ୱର ମଞ୍ଚେଶ୍ବର ସତ୍ୟ ବିହାରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ

ଚିଲିକାରେ ଫସିଲେ ୫୦ ଯାତ୍ରୀ, ସାତପଡ଼ା ଯିବା ବେଳେ ଅଟକିଲା ଦେଶୀଡ଼ଙ୍ଗା

ବାଲେଶ୍ବର ଜିଲ୍ଲା ବାଲିଆପାଳରେ ରାସନ ନେଉଥିବା ୧୬୫ ସରକାରୀ ଚାକିରିଆ ଧରାପଡ଼ିଲେ

ଭଦ୍ରକ ବାସୁଦେବପୁର ରେ ନିର୍ଯାତନା ଅଭିଯୋଗରେ ଆଇନଜୀବୀ ଗିରଫ

କେନ୍ଦୁଝର ଜିଲ୍ଲା ତଣ୍ଡ ଗ୍ରାମରେ ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା, ଅଳ୍ପକେ ବର୍ତ୍ତିଲା ପରିବାର

ଭୁବନେଶ୍ବର ନନ୍ଦନକାନନରେ ଚାଲିଥିବା ସମୟରେ ଟୟ ଟ୍ରେନର ବଗି ଅଲଗା ହେଲା। କେହି ଆହତ ହୋଇନାହାନ୍ତି

ରାଉରକେଲା ରେ ହକି ସୁଟ୍‌ଆଉଟ୍‌ରେ ପ୍ରଥମ ପୁଲ୍‌ ମ୍ୟାଚ୍‌ ଜିତିଲା କଳିଙ୍ଗ ଲାନ୍‌ସର୍ସ

ମହାକୁମ୍ଭରେ ଭୀଷଣ ନିଆଁ, ଜଳିଗଲା ୨୫ଟି ଶିବିର

ପ୍ରଥମ ଖୋ ଖୋ ପୁରୁଷ, ମହିଳା ବିଶ୍ବ ଚାମ୍ପିଅନ ହେଲା ଭାରତୀୟ ମହିଳା ଦଳ

ଚିନ୍ତା ବଢ଼ାଇଲା ବିଦେଶୀ ମୁଦ୍ରା ଭଣ୍ଡାର, ସାଢ଼େ ୩ ମାସରେ ୭୯ ବିଲିଅନ ଡଲାର କମିଲା

କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ ପୂରଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ

ପାକ ଅଧିକୃତ କାଶ୍ମୀରରୁ ମିଳିଥିବା ସଂସ୍କୃତ ଶିଳାଲେଖର ଅର୍ଥ ବାହାର କରିଛି ଏଏସଆଇ

ଆମେରିକାରେ ଟିକଟକ ବନ୍ଦ

ଦେଶଦ୍ରୋହ ଅଭିଯୋଗରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ ଗିରଫ

ଚୀନ୍‌କୁ ମିଳିଲା ସୁନାର ଭଣ୍ଡାର, ୧୬୮ ଟନ୍ ଛୁଇଁଲା ସୁନା ପରିମାଣ
=======================
ଆଜି ଜନ୍ମଦିନ: ଚାଖି ଖୁଣ୍ଟିଆ, ଅଜିତ ଡୋଭାଲ, ରତନଜୀ ଟାଟା, ଅକ୍ଷର ପଟେଲ

ଆଜି ତିରୋଧାନ: ସୀମାନ୍ତ ଗାନ୍ଧୀ ଗଫୁର ଖାନ

ଇତିହାସରେ ଆଜି: (୧୮୯୨) ବିଶ୍ୱର ପ୍ରଥମ ବାସ୍କେଟବଲ ମ୍ୟାଚ ଅନୁଷ୍ଠିତ/ (୧୯୫୭) ଦେଶର ପ୍ରଥମ ପରମାଣୁ ରିଆକ୍ଟର ଟ୍ରମ୍ବେ ରେ ଉଦଘାଟିତ/ (୧୯୬୧) ଜନ କେବେଡି ଆମେରିକାର ୩୫ତମ ରାଷ୍ଟ୍ରପତି ହେଲେ/ (୧୯୭୧) ମିଜରାମ ଓ ଅରୁଣାଚଳ ନୂଆ କେନ୍ଦ୍ରଶାସିତ ଅଂଚଳ ହେଲେ/ (୧୯୭୨) ମେଘାଳୟ ରାଜ୍ୟର ଜନ୍ମ/ (୨୦୧୦) ମୋବାଇଲ ନମ୍ବର ପୋର୍ଟାବିଲିଟି ସୁବିଧା ଆରମ୍ଭ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ 🪻🌻🪻

Odia newspaper Samaja

19 Jan, 02:45


*ଖବର ଆଜିର, ୧୯ ଜାନୁଆରୀ, ରବିବାର*
=======================
ଆଉ ଚାରିଦିନ ପାଇଁ ଶୀତରେ ଥରିବ ଭୁବନେଶ୍ୱର ଓ କଟକ, ତାପମାତ୍ରା ୧୧ରୁ ୧୩ ଡିଗ୍ରି ହେବ

ପ୍ରାଥମିକ ଓ ହାଇସ୍କୁଲ୍‌ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଆବେଦନ ଶେଷ ତାରିଖ ଜାନୁଆରୀ ୨୨କୁ ଘୁଞ୍ଚିଲା

ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ ୯୩୩ ସବ ଇନିସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି

ଚିଲିକାରେ କମିଛି ପକ୍ଷୀଙ୍କ ସଂଖ୍ୟା, ଏଥର ଆସିଛନ୍ତି ୧୯୬ ପ୍ରଜାତିର ପକ୍ଷୀ

ଜାନୁଆରୀ ୨୨ରୁ ପିଏମ୍‌ ଆବାସ ଘରପାଇଁ ସର୍ଭେ, ମାର୍ଚ୍ଚ ୩୧ ଯାଏ ଚାଲିବ

ଅଷ୍ଟମ ବେତନ କମିଶନ:ଦରମା ବଢ଼ିବ ୧୮୬% ,ଫିଟମେଣ୍ଟ ଫ୍ୟାକ୍ଟର ୨.୨୮ରୁ ୨.୮୬ ମଧ୍ୟରେ ରହିପାରେ

ରାଜ୍ୟର ୬୭୯ ଥାନାକୁ ମିଳିବ ନୂଆ ସ୍କର୍ପିଓ ଗାଡି

ଆକି ଭୁବନେଶ୍ୱର ୱାର୍ଡ ନମ୍ବର 6 ରେ ଇନଫୋସିଟି ରୋଡ଼ରେ ପଥ ଉତ୍ସବ। ନିମନ୍ତ୍ରଣ କଲେ କର୍ପୋରେଟର ପ୍ରୀତିନନ୍ଦା

ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ, ନହେଲେ କଟିଯିବ ରାସନ୍ କାର୍ଡ

ଗାଡ଼ି ବୀମା ନଥିଲେ ଧରିବ ଟୋଲ୍‌ଗେଟ, ଜରିମାନା ସହିତ ହେବ ଜେଲ ଦଣ୍ଡ

କନ୍ଧମାଳ ଜି.ଉଦୟଗିରିରେ ତିନି ଦିନ ଧରି ତୁଷାରପାତ ଜାରି, ତାପମାତ୍ରା ୫ ଡିଗ୍ରିକୁ ଖସିଲା

ଭୁବନେଶ୍ୱର ବିମାନ ବନ୍ଦରରୁ ୭ କୋଟିର ମାରିଜୁଆନା ଜବତ

କଟକ ଓ କେନ୍ଦ୍ରାପଡା ଜିଲ୍ଲାର ଚାରିଜଣ ଯୁବତୀ ଦାଦନ ଖଟିବାକୁ ଯାଇ ବିହାରରେ ପଣ ବନ୍ଦୀ ହୋଇ ରହିଛନ୍ତି, ଉଦ୍ଧାର ପାଇଁ ଗୁହାରୀ

ମୟୁରଭଞ୍ଜ ଜିଲ୍ଲାର ୧୮ ବର୍ଷୀୟ ଅଭିଜିତ୍ ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଲା ରାଜସ୍ଥାନ କୋଟା ସହରରେ

ନବ ଦାସଙ୍କ ହତ୍ୟା ସର୍ବ ସମ୍ମୁଖରେ ହୋଇଥିଲେ ବି ହତ୍ୟାକାରୀ ଗୋପାଳ ବିରୁଦ୍ଧରେ ପ୍ରମାଣ ମିଳୁନି। ଗୁଳି ଆଉ କିଏ କରିଛି ବୋଲି ସନ୍ଦେହ। ଗୋପାଳକୁ ଖସେଇବା ପାଇଁ ଚେଷ୍ଟା

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣା ପାଇଁ ରୁଜୁ ହେଲା ତିନୋଟି ମାମଲା। ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା, ସ୍ତ୍ରୀଙ୍କୁ ଚାକିରି ଓ ପିଲାଙ୍କ ପଢା ଖର୍ଚ୍ଚ ଦେବ କମ୍ପାନୀ

ଭୁବନେଶ୍ୱର ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା, ୨ ବାଇକ୍‌କୁ ଘୋଷାଡ଼ି ନେଲା ମଦ୍ୟପଙ୍କ ହ୍ୟୁଣ୍ଡାଇ କାର୍, ଜଣେ ମୃତ ଦୁଇ ଗୁରୁତର

ଭଦ୍ରକ ବନ୍ତ ଥାନାରେ ଗୁଜୁରାଟୀ ମହିଳା ନିରଲ ମୋଦୀଙ୍କ ଆତ୍ମହତ୍ୟା ଉଦ୍ୟମ। ହଜିଲା ସ୍ୱାମୀଙ୍କୁ ନପାଇ ହତାଶ

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଜଣେ ହେଲେ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ରାସ୍ତାରୋକ କଲେ

କନ୍ଧମାଳ ଡେରାକୁମ୍ପାରେ ବାଇକ ଦୁର୍ଘଟଣାରେ ଜଣେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ, ଆଉ ଦୁଇ ଜଣ ଗୁରୁତର

ଭୁବନେଶ୍ୱର ମୈତ୍ରୀବିହାର ଯୁବତୀ ଅପହରଣରେ ବ୍ୟବହାର ଗାଡ଼ି ସହ ୪ ଅଭିଯୁକ୍ତ ଗିରଫ

ଶିମିଳିପାଳ ଦକ୍ଷିଣ ରେଞ୍ଜ ଅନ୍ତର୍ଗତ ପିଠାବଟା ଅଞ୍ଚଳରେ ବଣୁଆ ଘୁଷୁରୀ ମାଂସ ରାନ୍ଧିବା ବେଳେ ତିନିଜଣ ଗିରଫ

ମୟୁରଭଞ୍ଜ ଉଦଳାରେ ତାଲା ଭାଙ୍ଗି ଘରେ ପଶିଲେ ଚୋର, ଅରିଜିନାଲ୍ ନେଇ ଡୁପ୍ଲିକେଟ୍ ଛାଡିଗଲେ

କେନ୍ଦୁଝର ରେ ଏସାର ମୀନମେଟ କାରଖାନାର ଜନଶୁଣାଣି ସଫଳ, କମ୍ପାନୀକୁ ଲୋକେ ସ୍ଵାଗତ କରିବାରୁ ପ୍ରକ୍ରିୟା ତିଆରି ହେଲା

ଜେଇଇ ମେନ ୨୦୨୫ ପାଇଁ ଆଜି ଆଡମିଟ କାର୍ଡ ଜାରି କରାଯିବ

ସମ୍ପର୍କ ଛିନ୍ନ ପରେ ବାନ୍ଧବୀ ଜୀବନ ହାରିଲେ ଦାୟୀ ହେବେନି ପୁରୁଷ ବନ୍ଧୁ, ବମ୍ବେ ହାଇକୋର୍ଟଙ୍କ ରାୟ

ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବିଜେପି କର୍ମୀଙ୍କ ପଥରମାଡ଼, ଅଭିଯୋଗ ଆଣିଲା ଆପ୍

କଲିକତା ଆରଜି କର ହସପିଟାଲ ମହିଳା ଡ଼ାକ୍ତରଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲା ସଞ୍ଜୟ ରୟ

ଖୋ ଖୋ ବିଶ୍ୱକପରେ ସେମି ଫାଇନାଲରେ ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍

ଫେବୃଆରୀ ୧୯ରୁ ଚମ୍ପିଆନ୍ସ ଟ୍ରଫି, ଘୋଷଣା ହେଲା ଟିମ୍‌ ଇଣ୍ଡିଆ। ରୋହିତ ଶର୍ମା ଅଧିନାୟକ ଓ ଶୁଭମନ ଗିଲ୍‌ ଉପ-ଅଧିନାୟକ

ଅନୁପ୍ରବେଶକୁ ନେଇ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା
=======================
ଆଜି ଜନ୍ମଦିନ: ମଧୁସୂଦନ ରାଓ, ପାର୍ବତୀ ଗିରି

ଆଜି ତିରୋଧାନ: ମହାରାଣା ପ୍ରତାପ, ଓଶୋ ରାଜନୀଶ

ଇତିହାସରେ ଆଜି: (୧୯୪୨) ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବର୍ମା ଅକ୍ତିଆର କଲା ଜାପାନ/ (୧୯୬୬) ଇନ୍ଦିରା ଗାନ୍ଧୀ ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ହେଲେ/ (୧୯୭୭) ମିଆମି ସହରରେ ପ୍ରଥମ ବରଫପାତ
=======================
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

18 Jan, 10:24


ନ୍ୟାୟାଳୟ କଥା

Odia newspaper Samaja

18 Jan, 10:16


ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଏନ୍‌ଇପି: ବଦଳିବ ପାଠ୍ୟକ୍ରମ, ବହି ଓ ପରୀକ୍ଷା ଢାଞ୍ଚା

ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦। ଏହାକୁ ଦୃଷ୍ଟିରେ ରଖି ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟିୟରିଂ କମିଟି ଗଠନ ହୋଇଛି। ୧୬ ଜଣ ସଦସ୍ୟଙ୍କୁ ନେଇ ଗଠିତ କମିଟିର ଅଧ୍ୟକ୍ଷ ରହିବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ। ଏନ୍‌ସିଇଆର୍‌ଟି ପୂର୍ବତନ ନିର୍ଦେଶକ ହୃଷିକେଶ ସେନାପତି, ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର ଗୋପାଳ ପ୍ରସାଦ ମହାପାତ୍ର, ଅବସରପ୍ରାପ୍ତ ପ୍ରଫେସର ଉଦୟନାଥ ଦାସ, ଶିକ୍ଷାବିତ୍‌ କିଶୋର ଚନ୍ଦ୍ର ମହାନ୍ତି, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ରଞ୍ଜନ ଆରୋରା, ପ୍ରଫେସର ସୁନିତ ସନୱାଲ, ଭୁବନେଶ୍ୱର ଆର୍‌ଆଇଇ ନିର୍ଦେଶକ ପ୍ରଫେସର ପି ସି ଅଗ୍ରୱାଲ, ଏନ୍‌ସିଇଆର୍‌ଟିର ବିନୟ ପଟ୍ଟନାୟକ, ମହେନ୍ଦ୍ର କୁମାର ମିଶ୍ର, ଗାୟତ୍ରୀ ମହାନ୍ତି, ସରୋଜ କୁମାର ପଟ୍ଟନାୟକ, ଶ୍ରୁତି ମହାପାତ୍ର, ମୋନାଲ ଜୟରାମ, ଗାୟତ୍ରୀ ବାହିନୀପତି କମିଟିର ସଦସ୍ୟ ରହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ କମିଟିର ଆବାହକ ଅଛନ୍ତି। ଏହି କମିଟି ଛାତ୍ରଛାତ୍ରୀଙ୍କ ପାଠ୍ୟ ଖସଡା ପ୍ରସ୍ତୁତ କରିବେ।

Odia newspaper Samaja

18 Jan, 10:16


ବିଦ୍ୟାଳୟ ସହ ଯୋଡ଼ି ହେବ ଅଙ୍ଗନବାଡ଼ି: ବଦଳିବ ଅଙ୍ଗନବାଡ଼ି କର୍ମୀଙ୍କ ଯୋଗ୍ୟତା

ବଦଳିବ ଅଙ୍ଗନବାଡ଼ି କର୍ମୀ/ଶିକ୍ଷକଙ୍କ ଯୋଗ୍ୟତା। ଦ୍ବାଦଶ କିମ୍ବା ତଦୁର୍ଦ୍ଧ ଯୋଗ୍ୟତାଧାରୀ ଅଙ୍ଗନବାଡ଼ି ଶିକ୍ଷକଙ୍କୁ ଶୈଶବ ଯତ୍ନ ଓ ଶିକ୍ଷା(ଇସିସିଇ)ରେ ୬ ମାସିଆ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ। ନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ପାଇଁ ଏକବର୍ଷିଆ ଡିପ୍ଲୋମା କାର୍ଯ୍ୟକ୍ରମ ଦିଆଯିବ। ପ୍ରାଥମିକ ସାକ୍ଷରତା, ସଂଖ୍ୟା ଜ୍ଞାନ ଓ ଇସିସିଇର ଅନ୍ୟାନ୍ୟ ପ୍ରାସଙ୍ଗିକ ଦିଗକୁ ଅନ୍ତର୍ଭୁକ୍ତ କରାଯିବ। ଏହି କାର୍ଯ୍ୟକ୍ରମଗୁଡ଼ିକ ଡିଜିଟାଲ/ଦୂରଶିକ୍ଷା ମାଧ୍ୟମରେ ଡିଟିଏଚ୍‌ ଚ୍ୟାନେଲ ଓ ସ୍ମାର୍ଟଫୋନ ବ୍ୟବହାର କରି ଚଲାଯାଇପାରେ, ଯାହାକି ଶିକ୍ଷକଙ୍କୁ ବର୍ତ୍ତମାନର କାର୍ଯ୍ୟରେ ସର୍ବନିମ୍ନ ବାଧା ସହ ଇସିସିଇ ଯୋଗ୍ୟତା ହାସଲ କରିବାରେ ସାହାଯ୍ୟ କରିବ।

ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଓଡ଼ିଶାର ଅଙ୍ଗନବାଡ଼ି ଓ ବିଦ୍ୟାଳୟ ଶିକ୍ଷାରେ ଏଭଳି ପରିବର୍ତ୍ତନ ଆସିବାକୁ ଯାଉଛି। ଇସିସିଇ କାର୍ଯ୍ୟକ୍ରମ ନମନୀୟ, ବହୁମୁଖୀ, ବହୁସ୍ତରୀୟ, କ୍ରୀଡ଼ାଭିତ୍ତିକ, ଶିକ୍ଷଣକାର୍ଯ୍ୟ ଆଧାରିତ, ଅନୁସନ୍ଧାନ ଭିତ୍ତିକ ଶିକ୍ଷଣ, ବର୍ଣ୍ଣମାଳା, ଭାଷା, ସଂଖ୍ୟା, ଗଣନା, ରଙ୍ଗ, ଆକୃତି, ଘର ଭିତରେ ଓ ବାହାରେ ହେଉଥିବା ଖେଳ, ଯୁକ୍ତିଯୁକ୍ତ ଚିନ୍ତନ, ଚିତ୍ରାଙ୍କନ, ଦୃଶ୍ୟ କଳା, ଶିଳ୍ପ, ଅଭିନୟ, କଣ୍ଢେଇ ନାଚ, ସଙ୍ଗୀତ ଓ ଚଳପ୍ରଚଳକୁ ନେଇ ଗଠିତ ହେବ। ଏଥିରେ ସାମାଜିକ ଦକ୍ଷତା, ସମ୍ବେଦନଶୀଳତା, ଉତ୍ତମ ଆଚରଣ, ସୌଜନ୍ୟତା, ନୈତିକତା, ବ୍ୟକ୍ତିଗତ ଓ ସାର୍ବଜନୀକ ପରିଷ୍କାର ପରିଚ୍ଛନ୍ନତା, ଦଳଗତ କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ରହିବ। ଇସିସିଇର ସାମଗ୍ରିକ ଲକ୍ଷ୍ୟ ହେଉଛି, ବିଭିନ୍ନ କ୍ଷେତ୍ରରେ ଯଥା-ଶାରୀରିକ ଓ ମାଂସପେଶୀୟ ବିକାଶ, ସାଂସ୍କୃତିକ/କଳାତ୍ମକ ବିକାଶ, ଭାବ ବିନିମୟ ଓ ପ୍ରାରମ୍ଭିକ ଭାଷା, ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନର ବିକାଶରେ ସର୍ବୋତ୍କୃଷ୍ଟ ଫଳାଫଳ ହାସଲ କରିବା।

ଅଙ୍ଗନବାଡ଼ି କର୍ମୀ/ଶିକ୍ଷକଙ୍କୁ ଇସିସିଇ ପ୍ରଶିକ୍ଷଣ ବିଦ୍ୟାଳୟ ଶିକ୍ଷା ବିଭାଗର ଆଞ୍ଚଳିକ ସାଧନ କେନ୍ଦ୍ର(ସିଆରସି) ଦ୍ୱାରା ପରାମର୍ଶ ଦିଆଯିବ। ଅତିକମ୍‌ରେ ଥରେ ମାସିକ ସମ୍ପର୍କ ଶ୍ରେଣୀ ଆୟୋଜନ କରିବେ। ଦୀର୍ଘ ମିଆଦିରେ ରାଜ୍ୟ ସରକାର ପର୍ଯ୍ୟାୟ ଭିତ୍ତିକ, ବୃତ୍ତିଗତ ପ୍ରଶିକ୍ଷଣ, ପରାମର୍ଶ କାର୍ଯ୍ୟକ୍ରମ କ୍ୟାରିଅର ମ୍ୟାପିଂ ମାଧ୍ୟମରେ ଇସିସିଇ ପାଇଁ ବୃତ୍ତିଗତ ଯୋଗ୍ୟ ଶିକ୍ଷକ କ୍ୟାଡର ପ୍ରସ୍ତୁତ କରିବେ। ଏହି ଶିକ୍ଷକମାନଙ୍କ ପ୍ରାରମ୍ଭିକ ବୃତ୍ତିଗତ ପ୍ରସ୍ତୁତି ଓ ସେମାନଙ୍କର ନିରନ୍ତର ବୃତ୍ତିଗତ ବିକାଶ ପାଇଁ ଆବଶ୍ୟକ ସୁଯୋଗ ମଧ୍ୟ ସୃଷ୍ଟି କରାଯିବ। ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନେ କାର୍ଯ୍ୟକଳାପ ପରିପୂର୍ଣ୍ଣ କ୍ଷେତ୍ରଭ୍ରମଣ କରିବେ ଏବଂ ସେମାନଙ୍କର ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ଭେଟିବେ।

Odia newspaper Samaja

18 Jan, 10:15


ଶୁଦ୍ଧ ଓଡ଼ିଆ "କଣ "। ଆଉ ବାକି "କଣ" ର ପ୍ରକାର😊

Odia newspaper Samaja

18 Jan, 10:14



Odia newspaper Samaja

18 Jan, 02:46


*ଖବର ଆଜିର, ୧୮ ଜାନୁଆରୀ, ଶନିବାର*
=======================
ଭୁବନେଶ୍ଵରରୁ ଶିରିଡ଼ି ଓ ନାସିକକୁ ଗଡ଼ିଲା ତୀର୍ଥଯାତ୍ରୀ ଟ୍ରେନ୍‌। ୮୦୦ ବରିଷ୍ଠ ନାଗରିକ ଏହି ଟ୍ରେନ୍‌ରେ ଯାତ୍ରା କରିଛନ୍ତି

‘ସୁଭଦ୍ରା’ ଟଙ୍କା ବଣ୍ଟା ଯୋଜନାରେ ୩୧ ହଜାର ଅପଟ୍‌ ଆଉଟ୍‌ ହୋଇଥିଲେ, ୧୭ ହଜାର ମହିଳା ପୁଣି ଯୋଡି ହେଲେ

କେୱାଇସି ଅପଡେଟ କରିଦିଅନ୍ତୁ, ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇଯାଅନ୍ତୁ, କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବଦଳିବ ଅଙ୍ଗନବାଡ଼ି କର୍ମୀଙ୍କ ଯୋଗ୍ୟତା। ଶୈଶବ ଯତ୍ନ ଓ ଶିକ୍ଷା (ଇସିସିଇ)ରେ ୬ ମାସିଆ ଓ ନିମ୍ନ ଶିକ୍ଷା ଥିବା ବ୍ୟକ୍ତି ବର୍ଷିକିଆ ଡିପ୍ଲୋମା ପଢିବେ

ଯୋଜନା ଭିତ୍ତିକ କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ମାନଙ୍କ ମାସିକ ଦରମା ବଢ଼ିକାରୀ ୧୭,୯୫୦ ଟଙ୍କା ହେଲା

ପୁଣି ନିଷ୍ପତ୍ତି ବଦଳିଲା। ଫେବୃଆରୀ ୧ରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହୋଇପାରେ

ଦିଲ୍ଲୀରେ ବିକଶିତ ଭାରତ ଯୁବ ନେତୃତ୍ଵ କାର୍ଯ୍ୟକ୍ରମରେ ବଲାଙ୍ଗୀର କଣ୍ଟାବାଞ୍ଜି ଝିଅ ଚଞ୍ଚଳ ବଂଶଲ୍ ଯୋଗଦେଇ ଗର୍ବ ଆଣିଛନ୍ତି

ବଲାଙ୍ଗିରରେ ଦାଦନ ଦୁଃଖ। ତାମିଲନାଡୁରେ ୨୧ ବର୍ଷୀୟ ଯୁବ ଦାଦନଙ୍କ ମୃତ୍ୟୁ, ଏକ ମାସ ତଳେ ବଲାଙ୍ଗୀରରୁ ଯାଇଥିଲେ

ଅଧିକ ପ୍ରୋତ୍ସାହନ ଟଙ୍କା ନ ଦେବାରୁ ହାବିଲଦାର ଓ କନେଷ୍ଟବଳ ତଦନ୍ତ ଦାୟିତ୍ୱ ନେବାପାଇଁ ରାଜି ହେଲେନି

ମାଟିରେ ମିଶିଲା ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ

ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରୁ ଲୁଟ, ଦାନ ହୁଣ୍ଡି ଭାଙ୍ଗିଲେ, ନେଇଗଲେ ତିନି ଠାକୁରଙ୍କ ଚିତା। ପୋଲିସ ଅନ୍ଧାରରେ

ନବରଙ୍ଗପୁର ରେ ମିଥ୍ୟା ଜାତିଗତ ପ୍ରମାଣପତ୍ରରେ ଚାକିରି ଓ ସରକାରୀ ସୁବିଧା ହାତେଇବା ଅଭିଯୋଗରେ ୮ ଜଣଙ୍କ ନାଁରେ ଥାନାରେ ଏତଲା

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣାକୁ ତିରିଶ ଘଣ୍ଟା, କୋଇଲା ହପର ତଳେ ଚାପି ହୋଇ ରହିଛନ୍ତି ତିନି ଶ୍ରମିକ

ଦୀପାଳୀଙ୍କ ପରିବାରକୁ ଟାର୍ଗେଟ। ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ସମ୍ବଲପୁର ବାସଭବନ, ଭଡ଼ାଘର ଓ କାର୍ଯ୍ୟାଳୟରେ ଚଢାଉ।

ରାୟଗଡ଼ା ଜିଲା ପାଟବନ୍ଧ ଗ୍ରାମରେ ଖଳାରେ ଥିବା ଧାନ ଗଦାରେ ନିଆଁ ଲାଗି ଅନେକ ଚାଷୀଙ୍କର ୧୫୦୦ କ୍ୱିଣ୍ଟାଲ ଧାନ ପାଉଁଶ

ରାୟଗଡ଼ା ଧୁମାଗୁଡ଼ା ଗ୍ରାମ ରାସ୍ତା କଡ଼ରେ ଥିବା ପାହାଡ ଟାପୁ ଉପରେ ଯୁବକଙ୍କ ମୃତଦେହ ଉଦ୍ଧାର

ଦିଲ୍ଲୀର ଛତରପୁର ଏନ୍‌କ୍ଲେଭ୍‌ରେ ଓଡ଼ିଆ ଡାକ୍ତର ସମ୍ବିତ ମହାନ୍ତି ଙ୍କୁ ଜଣେ ନ୍ୟୁଟ୍ରିସନିଷ୍ଟ୍‌ ଛୁରିଭୁସି ହତ୍ୟା କରିଛନ୍ତି

ଆଠଟି ପ୍ରକଳ୍ପରେ ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ଵାକ୍ଷର

ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ଘୋଷଣାପତ୍ର, ଜିତିଲେ ସବୁ ମହିଳାଙ୍କୁ ମାସକୁ ମାହାଳିଆ ୨୫୦୦ ଟଙ୍କା ମିଳିବ। ହୋଲି, ଦିବାଲୀ ରେ ମାଗଣା ଗ୍ୟାସ ସିଲିଣ୍ଡର

କଲିକତା ଆର ଜି କର ହସପିଟାଲ ହତ୍ୟା ମାମଲାରେ ଆଜି ଆସିବ କୋର୍ଟ ରାୟ

ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ ହେଲେ ମନୁ ଭାକର ଓ ଗୁକେଶଙ୍କ ସମେତ ୪ କ୍ରୀଡ଼ାବିତ୍‌

ଦିଲ୍ଲୀରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ମିଶନ ଲାଗୁ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଖୋ ଖୋ ବିଶ୍ବକପରେ ଅଷ୍ଟ୍ରେଲିଆର ନେତୃତ୍ବ ନେଲେ ଭାରତୀୟ ମା' ସୋନାମ ଗର୍ଗ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ତାଙ୍କ ପତ୍ନୀ ବୁସରାଙ୍କୁ ଜେଲ୍

ଆମେରିକାର ଲସ୍ ଆଞ୍ଜେଲସ୍ ଅଗ୍ନିକାଣ୍ଡରେ ଏ ପର୍ଯ୍ୟନ୍ତ ୨୭ ମୃତ, ୧୨୩୦୦ ଘର ଧ୍ୱଂସ

ହ୍ୱାଇଟ୍ ହାଉସ୍ ଉପରେ ଆକ୍ରମଣ ଉଦ୍ୟମ ଅଭିଯୋଗରେ ଭାରତୀୟ ତେଲୁଗୁ ଯୁବକଙ୍କୁ ୮ ବର୍ଷ ଜେଲ୍‌

ରୁଷ ସେନାରେ ଥିବା ୧୨ ଭାରତୀୟ ମୃତ, ୧୬ ନିଖୋଜ
=======================
ଆଜି ଜନ୍ମଦିନ: ବିନୋଦ କାମ୍ବଲୀ, ଅପର୍ଣ୍ଣା ପୋପଟ, ବୀରପ୍ପନ, ମୋନିକା ବେଦୀ

ଆଜି ତିରୋଧାନ: କେଏଲ ସାଇଗଲ, ହରିବଂଶ ରାୟବଚନ

ଇତିହାସରେ ଆଜି: (୧୮୯୬) ପ୍ରଥମ ଏକ୍ସରେ ମେସିନ ପ୍ରଦର୍ଶିତ/ (୧୯୧୯) ବେଣ୍ଟଲି ମୋଟର୍ସ ସ୍ଥାପନ/ (୧୯୫୧) ନେଦରଲ୍ୟାଣ୍ଡ ରେ ପ୍ରଥମ ମିଛଧରା ଯନ୍ତ୍ର ବ୍ୟବହାର/ (୧୯୫୯) ମୋହନଦାସ ଗାନ୍ଧୀଙ୍କ ସହଯୋଗୀ ମୀରା ବେନ ଭାରତ ଛାଡିଲେ/ (୧୯୯୫) ୟାହୁ ଡଟ କମ ଆରମ୍ଭ/ (୨୦୦୬) ଆମେରିକା ସୁପ୍ରିମକୋର୍ଟ ରେ ଇଛାମୃତ୍ୟୁ ଆଇନ ସଂଶୋଧନ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

17 Jan, 06:00


ରାଜ୍ୟର ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ ଅଟେ। ଇ-କେୱାଇସି କରିଥିବାର ସଦ୍ୟତମ ସ୍ଥିତି ବିଷୟରେ ଜାଣିବା ପାଇଁ http://foododisha.in ପୋର୍ଟାଲ୍‌ରେ Your eKYC status ଲିଙ୍କ୍ କ୍ଲିକ କରନ୍ତୁ।

ଇ-କେୱାସି ସମ୍ବନ୍ଧିତ ସୂଚନା ପାଇଁ ଦୟାକରି ନିମ୍ନରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ପଢନ୍ତୁ:

Odia newspaper Samaja

17 Jan, 05:59


ନୂତନ ଶିକ୍ଷାନୀତିକୁ କେନ୍ଦ୍ରୀୟ କ୍ୟାବିନେଟର ଅନୁମୋଦନ।

ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶିକ୍ଷା ନୀତିକୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ଅନୁମୋଦନ ମିଳିଛି। ଦୀର୍ଘ 36 ବର୍ଷ ପରେ ଦେଶରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି।
ନୂତନ ଶିକ୍ଷାନୀତି (ନୂତନ ଶିକ୍ଷା ନୀତି-2023)ର ଉଲ୍ଲେଖନୀୟ ବିଷୟଗୁଡ଼ିକ ହେଉଛି:

5 ବର୍ଷ ମୌଳିକ ବା ଆଧାରଭୂତ(basic) ଶିକ୍ଷା।
1. ନର୍ସରୀ @ 4 ବର୍ଷ ବୟସରେ ଆରମ୍ଭ।
2. Jr KG @ 5 ବର୍ଷ ବୟସରେ
3. Sr KG @ 6 ବର୍ଷ ବୟସରେ
4. Std-I @ 7 ବର୍ଷ ବୟସରେ
5. Std-II @ 8 ବର୍ଷ ବୟସରେ

3 ବର୍ଷ ପ୍ରସ୍ତୁତି
6. Std-III @ 9 ବର୍ଷ ବୟସରେ
7. Std-IV @ 10 ବର୍ଷ ବୟସରେ
8. Std-V @ 11 ବର୍ଷ ବୟସରେ

3 ବର୍ଷ ମଧ୍ୟମ
9. Std -VI @ 12 ବର୍ଷ ବୟସରେ
10.Std- VII @ 13 ବର୍ଷ ବୟସରେ
11.Std-VIII @ 14 ବର୍ଷ ବୟସରେ

4 ବର୍ଷ ମାଧ୍ୟମିକ
12.Std-IX @ 15 ବର୍ଷ ବୟସରେ
13.Std-X (SSC) @ 16 ବର୍ଷ ବୟସରେ
14.Std-XI (FYJC) @ 17 ବର୍ଷ ବୟସରେ
15.STD-XII (SYJC) @ 18 ବର୍ଷ ବୟସରେ

ବିଶେଷ ବିନ୍ଦୁ:-

■ ଦଶମରେ ଆଉ ବୋର୍ଡ ପରୀକ୍ଷା ହେବ ନାହିଁ। ବୋର୍ଡ କେବଳ ଦ୍ୱାଦଶ ଶ୍ରେଣୀରେ ଅନୁଷ୍ଠିତ ହେବ।
Std-5 ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ କେବଳ ମାତୃଭାଷା, ସ୍ଥାନୀୟ ଭାଷା ଏବଂ ଜାତୀୟ ଭାଷାରେ ଶିକ୍ଷା ଦିଆଯିବ । ଅବଶିଷ୍ଟ ଶ୍ରେଣୀରେ ସମ୍ପୂର୍ଣ୍ଣ ଇଂରାଜୀ କିମ୍ବା ଆଞ୍ଚଳିକ ଭାଷା ସହିତ ଇଂରାଜୀକୁ ଗୋଟିଏ ବିଷୟ ଭାବରେ ଶିକ୍ଷା ଦିଆଯିବ ।

● ପୂର୍ବରୁ ଦଶମରେ ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ ଥିଲା, ତାହା ଆଉ ରହିବ ନାହିଁ।
◆ ନବମ(9) ରୁ ଦ୍ୱାଦଶ(12) ଶ୍ରେଣୀ ପର୍ଯ୍ୟନ୍ତ ସେମିଷ୍ଟାରରେ ପରୀକ୍ଷା ଅନୁଷ୍ଠିତ ହେବ | ବିଦ୍ୟାଳୟ ଶିକ୍ଷା 5 + 3 + 3 + 4 ସୂତ୍ର ଅନୁଯାୟୀ ଶିକ୍ଷା ଦିଆଯିବ ।

★କଲେଜରେ 3 ବର୍ଷର ଡିଗ୍ରୀ କୋର୍ଷ ଏବେ 4 ବର୍ଷର ଅବଧିର ହେବ । କିନ୍ତୁ ଯେଉଁମାନେ ଉଚ୍ଚ ଶିକ୍ଷା ନେବାକୁ ଚାହାନ୍ତି ନାହିଁ ସେମାନଙ୍କୁ 3 ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ମିଳିବ। ଯେଉଁମାନେ ଗୋଟିଏ ବର୍ଷ ଡିଗ୍ରୀ କୋର୍ଷ କରିବେ ସେମାନଙ୍କୁ ସ୍ନାତକ ପ୍ରଥମ ବର୍ଷରେ ସାର୍ଟିଫିକେଟ୍, ଦ୍ୱିତୀୟ ବର୍ଷରେ ଡିପ୍ଲୋମା ଏବଂ ତୃତୀୟ ବର୍ଷରେ ଡିଗ୍ରୀ ସାର୍ଟିଫିକେଟ ପାଇବେ ।
4 ବର୍ଷ ଡିଗ୍ରୀ କରିଥିବା ଛାତ୍ରମାନେ ଗୋଟିଏ ବର୍ଷରେ MA କରିବାକୁ ସକ୍ଷମ ହେବେ । ଅର୍ଥାତ MA ର ଗୋଟିଏ ବର୍ଷ ଡିଗ୍ରୀରେ ମିଶାଇ ଦିଆଗଲା।
● MA ଛାତ୍ରମାନେ ଆଉ M. Phil ନ କରି ସିଧାସଳଖ PHD କରିବାକୁ ସକ୍ଷମ ହେବେ । M.Phil ବନ୍ଦ ହେବ ।

★ଛାତ୍ରମାନେ ବିଜ୍ଞାନରୁ-କଳା-କଳାରୁ- ବାଣିଜ୍ୟ ଏପରି ଯେତେବେଳେ ଯେଉଁ କୋର୍ଷକୁ ପରିବର୍ତ୍ତନ କରିବାକୁ ଚାହିଁବେ କରି ପାରିବେ। ମଧ୍ୟରେ ଅନ୍ୟ ପାଠ୍ୟକ୍ରମ କରିବାକୁ ସକ୍ଷମ ହେବେ | ନୂତନ ଶିକ୍ଷା ନୀତି ଅନୁଯାୟୀ, ଯଦି ଜଣେ ଛାତ୍ର ଗୋଟିଏ ପାଠ୍ୟକ୍ରମ ମଧ୍ୟରେ ଅନ୍ୟ ଏକ ପାଠ୍ୟକ୍ରମ କରିବାକୁ ଚାହାଁନ୍ତି, ତେବେ ସେ ସୀମିତ ସମୟ ପାଇଁ ପ୍ରଥମ ପାଠ୍ୟକ୍ରମରୁ ବିରତି ନେଇ ଦ୍ୱିତୀୟ ପାଠ୍ୟକ୍ରମ କରିପାରିବେ |
Higher Education ବା ଉଚ୍ଚଶିକ୍ଷାରେ ମଧ୍ୟ ଅନେକ ସଂସ୍କାର କରାଯାଇଛି। ସଂସ୍କାରଗୁଡ଼ିକରେ ଗ୍ରେଡ୍ ଏକାଡେମିକ୍, ପ୍ରଶାସନିକ ଏବଂ ଆର୍ଥିକ ସ୍ୱାଧୀନତା ଇତ୍ୟାଦି ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଆଞ୍ଚଳିକ ଭାଷାରେ ଇ-ପାଠ୍ୟକ୍ରମ ଆରମ୍ଭ ହେବ। ଭର୍ଚୁଆଲ୍ ଲ୍ୟାବ୍ ବିକଶିତ ହେବ । ଏକ ଜାତୀୟ ଶିକ୍ଷାଗତ ବୈଜ୍ଞାନିକ ଫୋରମ୍ (NETF) ଆରମ୍ଭ ହେବ । ଏବେ ଦେଶରେ 45 ହଜାର କଲେଜ ଅଛି । ସମସ୍ତ ଅନୁଷ୍ଠାନ, ସରକାରୀ, ବେସରକାରୀ ଏବଂ ବିବେଚିତ ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ରହିବ ।

Odia newspaper Samaja

17 Jan, 05:55


ପୁଣି ଦରବାର ଫେରିଲା😜

Odia newspaper Samaja

17 Jan, 05:55


ମଣିଷ ପ୍ରଜାତିର ବିଲୁପ୍ତି ପ୍ରକ୍ରିୟା

Odia newspaper Samaja

17 Jan, 05:54


ଜାତୀୟ ଶିକ୍ଷାନୀତି ୨୦୨୦

Odia newspaper Samaja

17 Jan, 01:45


*ଖବର ଆଜିର, ୧୭ ଜାନୁଆରୀ, ଶୁକ୍ରବାର*
=======================
କାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝରଗଡ଼, କଳାହାଣ୍ଡି, କନ୍ଧମାଳ, ନୟାଗଡ଼଼ ଏବଂ ଝାରସୁଗୁଡା ଜିଲାରେ ଘନ କୁହୁଡ଼ି ସମ୍ଭାବନା

ରାଜ୍ୟରେ ପୂରଣ ହେବ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ, OSSCରେ ବିଜ୍ଞପ୍ତି ପ୍ରକାଶ।

ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ହେବ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିକଟରେ ପ୍ରସ୍ତାବ

୮ମ ବେତନ କମିସନ ଗଠନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ, ଦରମା ବଢ଼ିବ ୨.୫ରୁ ୨.୮ଗୁଣ। ପ୍ରଭାବରେ ବଜାର ଦର ହେବ ଆକାଶଛୁଆଁ

ପଦ୍ମ ପୁରସ୍କାର ବିଜେତାଙ୍କ ସହାୟତା ରାଶି ୫ ହଜାର ଟଙ୍କା ବଢିଲା

ଜାତୀୟ ଶିକ୍ଷାନୀତି ଲାଗୁ ପରେ ବଦଳିଯିବ ସ୍କୁଲ୍ ପାଠପଢ଼ା ଢାଞ୍ଚା, ଲାଗୁ ହେବ 5+3+3+4 ଫର୍ମୁଲା। କ୍ରୀଡ଼ା ସହ ଦକ୍ଷତା ବୃଦ୍ଧିକୁ ଗୁରୁତ୍ବ

ପୁରୀ ଶ୍ରୀମନ୍ଦିର ଅଧିକାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ, ସମ୍ପତ୍ତି ତାଲିକା ଦେବେ, ଶୁକ୍ରବାର ପିନ୍ଧିବେ ହ୍ୟାଣ୍ଡଲୁମ

କଟକରେ ହଟିବ ସତୀଚଉରା ଅଳିଆ ଗଦା, ଆଜିଠୁ ଆବର୍ଜନା ପଡ଼ିବା ବନ୍ଦ ପାଇଁ ହାଇକୋର୍ଟର ନିର୍ଦ୍ଦେଶ ।

ଭୁବନେଶ୍ୱରରେ ୫ ତାରିଖରୁ ଖଣ୍ଡଗିରି ମହୋତ୍ସବ, ଯାତ୍ରା ଉତ୍ସବ ୬ରୁ ଚାଲିବ।

କାଲିଠାରୁ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଦଳରେ ଜଣେ ଲେଖା ପକ୍ଷୀ ବିଶାରଦଙ୍କ ସହି ୩ରୁ ୫ ପକ୍ଷୀ ବିଶେଷଜ୍ଞ

ଟିଲିକାରେ ଜାନୁଆରୀ ୨୦ରେ ହେବ ଡ଼ଲଫିନ ଗଣନା।

କାଲିଠାରୁ ଶିମିଳିପାଳ ଜଗିବେ ପୁଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ମୁତୟନ ହେବେ ଏକ ପ୍ଲାଟୁନ ପୁଲିସ ଫୋର୍ସ।

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟରେ ଦୁର୍ଘଟଣା, ଅନେକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା।

ଭଦ୍ରକ ବାସୁଦେବପୁରରେ ପାଇଖାନା ଟାଙ୍କିରେ ପଡି ୩ ବର୍ଷର ଶିଶୁପୁତ୍ର ମୃତ

ଗଂଜାମ ପାତ୍ରପୁର ତହସିଲ କେଶରୀପଡ଼ା ଗ୍ରାମରେ ଅମଳ ହୋଇଥିବା ଧାନଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପାଉଁଶ

ରାଉରକେଲା ବିମାନବନ୍ଦର ପୂର୍ଣ୍ଣାଙ୍ଗୀକରଣ ଦାବିରେ ଏୟାରପୋର୍ଟ ଆକ୍ସନ କମିଟିର ଆନ୍ଦୋଳନ।

ସମ୍ବଲପୁର ମଣପୁରମ ଫାଇନାନ୍ସ ଲୁଟ ଘଟଣାରେ ୨ଜଣ ବିହାରୀ ଗିରଫ

ଆଜି ଭଙ୍ଗାଯିବ ବୈକୁଣ୍ଠ ଧାମ ଆଶ୍ରମ, ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ବିଡିଏ ପକ୍ଷରୁ ନିର୍ଦ୍ଦେଶ।

ମାଟ୍ରିକ୍ ପ୍ରଶ୍ନପତ୍ର ପେପର୍ ଲିକ୍ ଧରାଇବ ସିରିଏଲ ନମ୍ୱର ଓ QR କୋଡ୍।

ପୁରୀ ବଡ଼ ଦାଣ୍ଡର ଉଠାଦୋକାନୀଙ୍କ ଆନ୍ଦୋଳନ ଶହେ ଦିନରେ ପହଁଚିଲା।

ରାଜ୍ୟର ଅନେକ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଚାଷୀ କଟନି ଛଟନିକୁ ବିରୋଧ କରିବାରୁ ବିଭିନ୍ନ ମଣ୍ଡିରୁ ଉଠୁନି ଧାନ

ମହିଳା ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ବୋଲି ବଢିଲା ରହସ୍ୟ। ଜାମିନ ଆବେଦନ ପରେ ବଢିଲା ଚର୍ଚ୍ଚା

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରୀ।

ମାଲକାନଗିରିରେ ୪ ହାର୍ଡକୋର ମାଓବାଦୀଙ୍କ ଆତ୍ମ ସମର୍ପଣ, ସମସ୍ତଙ୍କ ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା।

ସୈଫ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ କରିଥିବା ଅଭିଯୁକ୍ତ ଚିହ୍ନଟ। ସିସିଟିଭି ଆଧାରରେ କରାଯାଇଛି ଚିହ୍ନଟ

ଛତିଶଗଡରେ ୧୨ ମାଓବାଦୀ ନିପାତ ହୋଇଛନ୍ତି। ବିଜାପୁର ଓ ସୁକମା ଜିଲାରେ ବଡ ଧରଣର ଏନକାଉଣ୍ଟର

ଲସ ଆଞ୍ଜେଲ୍ସ ଅଗ୍ନିକାଣ୍ଡରେ ଅଦ୍ଭୁତ ପରିସ୍ଥିତି। ଆକାଶରୁ କୃତ୍ରିମ ବର୍ଷା ବିଫଳ। ଅନେକ ଧନୀଙ୍କ ଭାଗ୍ୟ ଜଳିଗଲା ନିଆଁରେ
=======================
ଆଜି ଜନ୍ମଦିନ: ଏଲଭି ପ୍ରସାଦ, ବେଂଜାମିନ ଫ୍ରାଂକଲିନ, ରୁଶୀ ମୋଦି, ଏମଜି ରାମଚନ୍ଦ୍ରନ, ଜାଭେଦ ଅଖତାର, କରନ୍ କପୁର, ବିନ୍ଦୁ

ଆଜି ତିରୋଧାନ: ଜ୍ୟୋତି ବସୁ, ସୁଚିତ୍ରା ସେନ

ଇତିହାସରେ ଆଜି: (୧୯୧୪) ସୁଭାଷ ବୋଷ ଙ୍କ କଲିକତାରୁ ଜର୍ମାନୀ ଯାତ୍ରା/ (୧୯୮୯) ଉତ୍ତର ମେରୁ ପହଞ୍ଚିବାରେ ପ୍ରଥମ ଭାରତୀୟ ହେଲେ ଜେକେ ବଜାଜ/ (୧୯୪୬) ଜାତିସଂଘ ସୁରକ୍ଷା ପରିଷଦର ପ୍ରଥମ ବୈଠକ/ (୧୯୧୭) ଭର୍ଜିନ ଆଇଲାଣ୍ଡ କୁ କିଣିଲା ଆମେରିକା/ (୧୬୦୧) ଆସିରଗଡ଼ ଦୁର୍ଗରେ ଆକବର ସେନାଙ୍କ ପ୍ରବେଶ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

12 Jan, 01:33


*ଖବର ଆଜିର, ୧୨ ଜାନୁଆରୀ, ରବିବାର*
=======================
ଆସନ୍ତା ୧୪ ତାରିଖ ଯାଏଁ ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଘନ କୁହୁଡିର ସମ୍ଭାବନା

ପୁରୀ ଶ୍ରୀମନ୍ଦିରକୁ ଏଟିଏମ୍‌ ମାଧ୍ୟମରେ ଦାନ ସୁବିଧା ବନ୍ଦ କରିଦେଇଛି ଷ୍ଟେଟ ବ୍ୟାଙ୍କ। ଚାଲୁ କରିବାକୁ ଚେଷ୍ଟା

ଏଣିକି ଡିଜିଟାଲ ପଦ୍ଧତିରେ ଖାତା ମୂଲ୍ୟାୟନ କରିବ ଓପିଏସ୍‌ସି, ମୂଲ୍ୟାୟନ ବ୍ୟବସ୍ଥାରେ ହେବ ପରିବର୍ତ୍ତନ।

ଖୁବ ଶୀଘ୍ର ମହିଳାଙ୍କୁ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ଦିଆଯିବ ବୋଲି ସରକାରଙ୍କ ସୂଚନା ପ୍ରଦାନ

ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲରେ ନେଲେ ମିଳିବ ୨୫ ହଜାର ଟଙ୍କା, ବେଆଇନ ପାର୍କିଂ ଫଟୋ ଦେଲେ ମିଳିବ କମିଶନ

ଭଦ୍ରକ କଳିକା ଦ୍ବୀପରେ ନୌବାହିନୀ, ମେରାଇନ ପୁଲିସ ଏବଂ ମତ୍ସ୍ୟ ବିଭାଗ ଦ୍ୱାରା ପତାକା ଉତ୍ତୋଳନ

କୁମ୍ଭୀର ଗଣନା ପାଇଁ ଚଳିତ ମାସ ୧୪ ତାରିଖରୁ ୨୨ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା

ରାଜଧାନୀ ରସୁଲଗଡ଼ ହତ୍ୟାରେ ମୃତ ସମାଜସେବୀ ସହଦେବଙ୍କ ୨ ସନ୍ତାନଙ୍କ ପାଠପଢ଼ା ଦାୟିତ୍ବ ନେଲେ ନବୀନ ପଟ୍ଟନାୟକ

ସୁଭଦ୍ରା’ରେ ମାଗଣା ଟଙ୍କା ପାଇବାକୁ ନୂଆ ସାମିଲ ହେଲେ ୮ ହଜାରରୁ ଅଧିକ ମହିଳା

ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇଥିବା ବଲାଙ୍ଗୀରର ୨ଜଣ ଯୁବକଙ୍କୁ ସେଠାରେ ହତ୍ୟା କରି ଫୋପଡା ହେଇଛି। ଉମେଶ ପାଣ୍ଡେ ଏବଂ କୁନୁ ବନଛୋର

ଏଫ୍ ଏ କ୍ଯୁ ଦ୍ବନ୍ଦ ହଟୁନି, ଚାଷୀ ନିରାଶ, ମିଲରଙ୍କୁ ମିଳୁନି ଟଙ୍କା, ପାକ୍ସରେ ବସ୍ତା ଅଭାବ

ବ୍ରହ୍ମପୁର ଖଜୁରିଆରେ ନିର୍ମାଣାଧୀନ କୋଠାରୁ ବ୍ୟାଗରେ ତିରିଶ ରୁ ଅଧିକ ବୋମା। ଜଣେ ଯୁବକ ଅଟକ, ତିନି ଫେରାର

ବାଲେଶ୍ଵର ଅରଡ ବଜାରରେ କର୍ଫ୍ୟୁ, ରବିବାର ରାତି ୧୦ ଯାଏଁ କଟକଣା

ମାଲକାନଗିରି ଏମଭି ୬୬ ଗାଁରେ ସ୍ତ୍ରୀର ବେକ କାଟି ହତ୍ୟା କରି, ଥାନାରେ ଆତ୍ମସମର୍ପଣ କଲା ସ୍ଵାମୀ

ମୟୁରଭଞ୍ଜ ବାଙ୍ଗିରିପୋଶୀ ରେ ମାଡ଼ଖାଇ ଲହୁଲୁହାଣ ହୋଇଥିବା ଚୋରଙ୍କୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କଲା ପୁଲିସ

ରାୟଗଡା କୁଲେରିପଟା ଗାଁରେ ସାନଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ବଡ଼ଭାଇର ମୃତ୍ୟୁ

ବୌଦ୍ଧ ବଳାକିରା ରେ ଶୀତ ପାଇଁ ନିଆଁ ରେ ସେକିହେଲା ବେଳେ ଦୁଇ ନାବାଳକ ଜୀବନ୍ତ ଦଗ୍ଧ

ଗଜପତି ଜିଲ୍ଲା ମୋହନାରେ ଲକ୍ଷହୀରା ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ, ସ୍ୱାମୀ ସହ ୩ଜଣ ଗିରଫ

ମାଲକାନଗିରିରେ ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଉପରେ ଥିଲା ୪୩ ଲକ୍ଷ ଟଙ୍କା ପୁରସ୍କାର

କଟକ ଜିଲ୍ଲା ବାଙ୍କୀ ଭଗିପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ଟେକା ପଥର ମାଡ଼ରେ ୪ରୁ ଅଧିକ ଆହତ

ଜେଇଇ (ଆଡ୍‌ଭାନ୍ସଡ୍‌) ମାମଲାରେ ସୁପ୍ରିମ୍‌କୋର୍ଟ ରାୟ: ବାଦ୍ ପଡ଼ିଥିବା ପ୍ରାର୍ଥୀ ପରୀକ୍ଷା ଦେଇପାରିବେ

ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁରକୁ ଅନ୍ତର୍ଜାତୀୟ ସ୍ତରରେ ବିତରଣ କରିବ ସୋନୀ ପିକ୍ଚର୍ସ

ରାୟପୁର ଭିଆଇପି ରୋଡ଼ରେ ଭୁଷୁଡିଲା ୬ ମହଲା କୋଠା, ଚାପି ହୋଇଗଲେ ଅନେକ ଶ୍ରମିକ

ଅଯୋଧ୍ୟା ରାମ ମନ୍ଦିରକୁ ପୂରିଲା ବର୍ଷେ, ରାମ ଲଲାଙ୍କ ହେଲା ମହାଭିଷେକ

ଗୁଆହାଟୀ ହାଇକୋର୍ଟଙ୍କ ନାଗରିକତା ଉପରେ ରାୟ, ୨୫ ହଜାର ଲୋକ ଦେଶରୁ ବାହାରିଯିବା ଆଶଙ୍କା

ଉତ୍ତରପ୍ରଦେଶ କନୌଜରେ ନିର୍ମାଣାଧୀନ ଅମୃତ ଭାରତ ରେଳ ଷ୍ଟେସନ ଭୁଶୁଡ଼ିଲା, ଅନେକ ଶ୍ରମିକ ଚାପିହୋଇ ରହିଛନ୍ତି

ଶେୟାର ମାର୍କେଟ ତଳମୁହାଁ, ନିବେଶକ ହରାଉଛନ୍ତି ଟଙ୍କା

ଇଂଲଣ୍ଡ ଟି୨୦ କ୍ରିକେଟ ପାଇଁ ଭାରତୀୟ ଟିମ୍ ଘୋଷଣା, ଫେରିଲେ ମହମ୍ମଦ ସାମି

ଆମେରିକା ଲସ୍ ଆଞ୍ଜେଲସ ନିଆଁରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ନିଆଁ ଲିଭାଇବାକୁ ପାଣି ଅଭାବ
=======================
ଆଜି ଜାତୀୟ ଯୁବ ଦିବସ

ଆଜି ଜନ୍ମଦିନ: ସ୍ୱାମୀ ବିବେକାନନ୍ଦ, ଜିଜା ବାଇ, ପ୍ରିୟଙ୍କା ଭଦ୍ରା, ବିକେ ବିର୍ଲା, ସାକ୍ଷୀ ତନୱାର, ବୈଜୟନ୍ତ ପଣ୍ଡା, ବ୍ରଜନାଥ ରଥ (କବି, ବାଲେଶ୍ଵର)

ଆଜି ତିରୋଧାନ: ଅମରିଶ ପୁରୀ

ଇତିହାସରେ ଆଜି: (୧୭୦୮) ମରାଠା ସିଂହାସନରେ ବସିଲେ ସାହୁ ଜୀ/ (୧୭୫୭) ପଶ୍ଚିମବଙ୍ଗ ବେଣ୍ଡେଲ ଅଞ୍ଚଳକୁ ଦାଖଲ କଲା ବ୍ରିଟିଶ ସେନା/ (୧୯୩୪) ଚିଟାଗଙ୍ଗ ବିଦ୍ରୋହର ମୁଖିଆ ସୂର୍ଯ୍ୟ ସେନଙ୍କୁ ଫାଶୀ/ (୨୦୧୮) ଏକସଙ୍ଗେ ୩୧ ସାଟେଲାଇଟ ପଠାଇଲା ଇସ୍ରୋ, ସମୁଦାୟ ସଂଖ୍ୟା ୧୦୦ ହେଲା
======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

11 Jan, 01:43


*ଖବର ଆଜିର, ୧୧ ଜାନୁଆରୀ, ଶନିବାର*
=======================

ରାଜ୍ୟରେ ୧୦ ଡିଗ୍ରି ତଳେ ୧୧ ସହର। ଜି ଉଦୟଗିରି ୫.୪ ଡିଗ୍ରି, ସିମିଳିଗୁଡ଼ା ୭.୨, ଫୁଲବାଣୀ ୭.୫, ଝାରସୁଗୁଡ଼ା ୭.୬, ରାଉରକେଲା ୭.୯, କିରେଇ ଓ ଚିପିଲିମା ୮.୮, ଦାରିଙ୍ଗବାଡି ୯, ସୁନ୍ଦରଗଡ ୯.୧, ଅନୁଗୁଳ ୯.୬, କେନ୍ଦୁଝରଗଡ଼ ୯.୯, ଭବାନୀପାଟଣା ଓ ବଲାଙ୍ଗୀରର ୧୦ ଡିଗ୍ରି, ଭୁବନେଶ୍ବର ଓ କଟକ ୧୩ ଡିଗ୍ରି

ଭୁବନେଶ୍ୱରରୁ କ୍ୱାଲାଲାମ୍ପୁରକୁ ସିଧା ବିମାନ ଉଡ଼ିବା ପାଇଁ ପୁଣିଥରେ ଚୁକ୍ତି ହୋଇଛି ବୋଲି କହିଲେ ସରକାର

ବିଶ୍ୱବିଦ୍ୟାଳୟ କୁଳପତି ଯୋଗ୍ୟତା ମାନଦଣ୍ଡ ବଦଳିବ। ପ୍ରାଇଭେଟ କମ୍ପାନୀ ଚାକିରିଆ କିମ୍ବା ଯେ କୌଣସି ବ୍ୟକ୍ତି ହୋଇପାରିବେ।

ଆସନ୍ତା ୧୩ ତାରିଖରୁ ହେଉଥିବା ଖୋ ଖୋ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଭାରତୀୟ ଦଳରେ ତିନି ଓଡ଼ିଆ, ଶୁଭଶ୍ରୀ, ପ୍ରବାଣୀ ଓ ମାଗାଇ

ଆଉ ୪୦ ଦିନ ପରେ ମାଟ୍ରିକ୍‌ ପରୀକ୍ଷା, ସ୍କୁଲର ସବୁ ପିଲାଙ୍କୁ ପାସ୍‌ କରାଇବାକୁ ଯୋଜନା 'ସୁନିଶ୍ଚିତ' ଆରମ୍ବ

ଭୁବନେଶ୍ୱର ବୈକୁଣ୍ଠ ଆଶ୍ରମ ପକ୍ଷରୁ କୋର୍ଟରେ ଦାଖଲ ରିପୋର୍ଟ ନକଲି, ହାଇକୋର୍ଟ ହଟାଇଲେ ଅନ୍ତରୀଣ ଆଦେଶ

ଆଉ କିଛି ଦିନ ପରେ ଆଳୁ ଦର କମିଯିବ, କହିଲେ ଯୋଗାଣ ମନ୍ତ୍ରୀ ପାତ୍ର

ସମ୍ୱଲପୁର ବିଶ୍ଵବିଦ୍ୟାଳୟରେ ପଦବୀ ସଂଖ୍ୟା ହ୍ରାସ କରାଯିବାକୁ ନେଇ ବୁର୍ଲା ରେ ମିଳିତ ପ୍ରତିବାଦ ସଭା

ବାଲେଶ୍ୱରରେ ରେଳଲାଇନ ସମ୍ପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ ପୂର୍ବରୁ ଅରଡ଼ ବଜାରଠାରୁ ପରିବା ମାର୍କେଟ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି

ସମ୍ବଲପୁର -ରାଉରକେଲା ବିଜୁ ଏକ୍ସପ୍ରେସଓ୍ବେ ରେ ଲପଙ୍ଗା ସାତଗଛିଆରୁ ଠେଲକୋଲୋଇ ଭିତରେ ରାସ୍ତା ପାଲଟିଛି ଟ୍ରକମାନଙ୍କ ପାର୍କିଙ୍ଗ ସ୍ଥାନ

ମାସ ମାସ ହେଲା ମହିଳା ଆୟୋଗ ଅଧ୍ୟକ୍ଷା ପଦ ଖାଲି, ସାଧାରଣରେ ଅସନ୍ତୋଷ

କଳାହାଣ୍ଡି ଜିଲ୍ଲା ତ୍ରିଲୋଚନପୁର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ମାଝୀ ଓଡ଼ିଆ ଲେଖିପଢି ଜାଣି ନ ଥିବାରୁ ଅଯୋଗ୍ୟ ଘୋଷିତ

ଝାରସୁଗୁଡା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ବାତିଲ

ବାଲେଶ୍ଵର ଜିଲ୍ଲା ବ୍ରାଉନ ସୁଗାର ବେପାରୀ ରାଣୀ ମଲ୍ଲିକା ଓ ତାର ସହଯୋଗୀ ପଶ୍ଚିମବଙ୍ଗ ରୁ ଗିରଫ

ଛତିଶଗଡ଼ରେ ଗିରଫ ହୋଇଥିବା ନବଦାସଙ୍କ ପୁଅ ବିଶାଲ ଓ ସହଯୋଗୀ ଥାନାରୁ ବାହାରିଲେ, କହିଲେ ମୁଁ ନିର୍ଦ୍ଦୋଷ

ରାଜଧାନୀର ବିବାଦୀୟ ଦମ୍ପତ୍ତି ହଂସିକା ଓ ଅନୀଲଙ୍କ ୫୮ କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠାବ

ନୟାଗଡ଼ ଅଞ୍ଚଳରୁ କାଳିଜାଈ ଗଲାବେଳେ ପୋଲ ତଳକୁ ଖସିଲା ପିକନିକ୍ ବସ୍, ଚାଲିଗଲା ଜଣଙ୍କ ଜୀବନ

ଅନୁଗୁଳ ରେ ଜଙ୍ଗଲକୁ ଯାଇଥିଲେ ବୃଦ୍ଧ, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା ଆଳିରେ ଗୋଟିଏ ରାତିରେ ୭ଟି ସ୍ଥାନରୁ ହେଲା ସିରିଜ୍ ଲୁଟ୍। ପୋଲିସ ଅସହାୟ

ଢେଙ୍କାନାଳରେ ହାତୀ ଉପଦ୍ରବ, ଘରେ ପଶି ଧାନ ଖାଉଛନ୍ତି, ମଣିଷ ଦେଖିଲେ ଆକ୍ରମଣ କରୁଛନ୍ତି

ତେଲେଙ୍ଗାନାରେ ଖମ୍ମମ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ୪ ଓଡ଼ିଆଙ୍କ ମୃତ୍ୟୁ, ୨୦ରୁ ଊର୍ଦ୍ଧ୍ବ ଆହତ

ସକ୍ରିୟ ରାଜନୀତିକୁ ଫେରିଲେ ପୂର୍ବ ରାଜ୍ୟପାଳ ରଘୁବର ଦାସ। ଝାଡଖଣ୍ଡରେ ବିଜେପି ଦଳକୁ ସମ୍ଭାଳିବେ

ହିନ୍ଦୀ ଚ୍ୟାନେଲ ଆଜତକ୍‌ର ସାମ୍ବାଦିକ ସନ୍ତୋଷ କୁମାର ଟୋପୋଙ୍କ ପରିବାରକୁ ସୁରଜପୁର ରେ ହତ୍ୟା

ମଧ୍ୟପ୍ରଦେଶ ବିଜେପି ନେତା ହରବଂଶ ସିଂହ ରାଠୋରଙ୍କ ଘରୁ ବାହାରିଲେ ୩ କୁମ୍ଭୀର, ବିପୁଳ ଟଙ୍କା ଓ ସୁନା ଜବତ

ସପ୍ତାହକୁ ୯୦ ଘଣ୍ଟା କାମ କର ବୋଲି କହି ଟ୍ରଲ ହେଉଛନ୍ତି ଏଲଏଣ୍ଡଟି ଅଧ୍ୟକ୍ଷଙ୍କ

ଆୟର୍ଲାଣ୍ଡକୁ ୬ ଓ୍ବିକେଟରେ ହରାଇଲା ଭାରତୀୟ ମହିଳା କ୍ରିକେଟ ଦଳ

ଭାରତୀୟ ଟଙ୍କା ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଛି। ଗୋଟିଏ ଡଲାର ମୂଲ୍ୟ ୮୫.୯୭ ପଇସା

ଟେନିସ ତାରକା ନୋଭାକ ଜୋକେଭିକ୍‌ଙ୍କୁ ୨୦୨୨ ରେ ଅଷ୍ଟ୍ରେଲିଆରେ ବିଷାକ୍ତ ଖାଦ୍ୟ ଦିଆଯାଇଥିଲା ବୋଲି ନିଜେ କହିଲେ

ଲସ୍ଏଞ୍ଜେଲସ୍ ଜଳୁଛି, ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା
=======================
ଆଜି ଜନ୍ମଦିନ: ରାହୁଲ ଦ୍ରାଭିଡ, ସରସ୍ୱତୀ ରାଜାମଣି (ଗୁପ୍ତଚର), କୈଳାସ ସତ୍ୟାର୍ଥୀ, ଅନୁ ଅଗ୍ରୱାଲ, ଆଞ୍ଜୁ ମହେନ୍ଦ୍ର ସୋବର୍ସ, ବାବୁଲାଲ ମାରାଣ୍ଡି, ଶିବୁ ସୋରେନ, ସାଇରିଲ ରିକାର୍ଡ଼ସ (ଜୟପୁର, ଓଡିଶାରେ ଜନ୍ମ, ଇଂଲଣ୍ଡ ରଗବୀ ଖେଳାଳି)

ଆଜି ତିରୋଧାନ: ଲାଲ ବାହାଦୂର ଶାସ୍ତ୍ରୀ

ଇତିହାସରେ ଆଜି: (୧୫୬୯) ଇଂଲଣ୍ଡ ରେ ପ୍ରଥମ ଲଟେରୀ ଆରମ୍ଭ/ (୧୬୧୩) ଇଂରେଜ ଙ୍କୁ ସୁରତରେ କାରଖାନା ପାଇଁ ଅନୁମତି ଦେଲେ ଜାହାଙ୍ଗିର/ (୧୯୨୨) ଡାଇବେଟିସ ରୋଗୀଙ୍କୁ ଇନସୁଲିନ ଦେବା ଆରମ୍ଭ/ (୨୦୨୧) ଭାରତର ନୂଆ ସଂସଦ ଭବନ ପାଇଁ ଅନୁମତି ଦେଲେ ବିରାସତ ସଂରକ୍ଷଣ ସମିତି/ (୧୯୪୨) ଦ୍ଵିତୀୟ ବିଶ୍ୱଯୁଦ୍ଧ ରେ କୁଆଲାଲୁଂପୁର କବଜା କଲା ଜାପାନ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

10 Jan, 01:54


ଶିଶୁ ବିକାଶ ମେଧାବୃତ୍ତି ପରୀକ୍ଷା ୨୦୨୫

Odia newspaper Samaja

10 Jan, 01:49




ମହାନଦୀ ପଠାରେ ପିକ୍‌ନିକ୍‌ ଆୟୋଜନ ମନା। ପିକ୍‌ନିକ୍‌ ଉପରେ ସିଏମ୍‌ସିର କଟକଣା। ବୋଟିଂ କ୍ଲବ୍‌ ଠାରୁ କଟକ-ଇନ୍‌-କଟକ ପର୍ଯ୍ୟନ୍ତ କଟକଣା ଲାଗୁ। ତଳ ବାଲିଯାତ୍ରା ପଡ଼ିଆରୁ ଚହଟା ଛକ ଯାଏଁ ମଧ୍ୟ କଟକଣା ଜାରି।

Odia newspaper Samaja

10 Jan, 01:49


ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା!

ପନିପରିବା ଫସଲରେ ଜଉ ପୋକର ପରିଚାଳନ ପାଇଁ ବିଭାଗ ଦ୍ୱାରା ପ୍ରଦତ୍ତ ପରାମର୍ଶ ସମୂହ ଗ୍ରହଣ କରନ୍ତୁ କିମ୍ବା ଏ ସମ୍ବନ୍ଧରେ ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନଂ- ୧୫୫୩୩୩ରେ ଯୋଗାଯୋଗ କରନ୍ତୁ।

Odia newspaper Samaja

10 Jan, 01:45


PM Surya Ghar Muft Bijli Yojana

🌸 CHECK REGISTER VENDOR

https://www.pmsuryaghar.gov.in/state-wise-vendor

Odia newspaper Samaja

10 Jan, 01:45


PM Surya Ghar Muft Bijli Yojana

  Subsidy Structure

Odia newspaper Samaja

10 Jan, 01:45


ନିଜର ବିଜୁଳି ବିଲ୍ ହ୍ରାସ କରିବାକୁ ଚାହୁଁଛନ୍ତି କି?

#PMSuryaGharMuftBijliYojana ରେ ସାମିଲ ହୋଇ ସରକାରୀ ରିହାତିର ଲାଭ ନେବା ସହ ନିଜର ବିଜୁଳି ବିଲ୍ ହ୍ରାସ କରନ୍ତୁ।

Odia newspaper Samaja

10 Jan, 01:45


🌸 FINANCE OPTIONS

https://www.pmsuryaghar.gov.in/financialAssistanceReport

Odia newspaper Samaja

10 Jan, 01:45


Solar Rooftop Calculator

https://www.pmsuryaghar.gov.in/rooftop_calculator

Odia newspaper Samaja

10 Jan, 01:45


ELIGIBILITY

The household must be an Indian citizen.

The household must own a house with a roof that is suitable for installing solar panels.

The household must have a valid electricity connection.

The household must not have availed any other subsidy for solar panels.

Odia newspaper Samaja

10 Jan, 01:45


1. 🌟 Switch to Solar Power! 🌞 PM-Surya Ghar: Muft Bijli Yojana makes it easier than ever to save energy and money!


2. 📲 Step 1: Visit the official website and register.

🌍 Select your state

💡 Choose your electricity provider

🆔 Enter your consumer number

📱 Add your mobile number & email



3. 🔐 Step 2: Login using your Consumer Number & Mobile Number.


4. 📝 Step 3: Apply for the Rooftop Solar system online.


5. Step 4: Wait for DISCOM approval. After approval, install the solar plant via registered vendors.


6. 🔧 Step 5: Install the net meter after the plant is set up and submit details on the portal.


7. 🔍 Step 6: DISCOM will inspect, approve, and issue a commissioning certificate.


8. 💰 Step 7: Submit your bank account details and a canceled cheque. Receive your subsidy within 30 days!

Odia newspaper Samaja

10 Jan, 01:45


Documents Required

Proof of identity.
Proof of address.
Electricity bill.
Roof ownership certificate.

Odia newspaper Samaja

10 Jan, 01:45


Suitable Rooftop Solar Plant Capacity for households

Odia newspaper Samaja

08 Jan, 03:39


ଆଜିର ଭଲ ଲେଖା

Odia newspaper Samaja

08 Jan, 01:42


*ଖବର ଆଜିର, ୮ ଜାନୁଆରୀ, ବୁଧବାର*
=======================
ରାଜଧାନୀରେ ୧୦ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ରାସ୍ତାରେ ଯାନବାହାନ ଯାତାୟାତ କରିପାରିବେ ନାହିଁ କିମ୍ବା ଗଳି ରାସ୍ତାରୁ ମୁଖ୍ୟ ରାସ୍ତାକୁ ଆସିପାରିବେ ନାହିଁ

ରାଜ୍ୟ ସଂଗ୍ରହାଳୟ ୧୦ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ

ଭୁବନେଶ୍ବର ଏକାମ୍ର କାନନ ପାର୍କରେ ‘ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀ’ ଉଦଘାଟିତ

ଦକ୍ଷିଣ ଓଡିଶାର ପରୀକ୍ଷାର୍ଥୀଙ୍କ ପାଇଁ ଏଥର କୋରାପୁଟ ଜୟପୁରରେ ହେବ ଓପିଏସସିର ପରୀକ୍ଷା କେନ୍ଦ୍ର

ବିଜୁ ପକ୍କାଘର ଯୋଜନାର ନାଁ ଲିଭାଯିବ, ଗରିବଙ୍କ ପାଇଁ ଆସିବ ଅନ୍ତ୍ୟୋଦୟ ଗୃହ ଯୋଜନା'

HMPV ଭୂତାଣୁ ପାଇଁ ଭୟଭୀତ ନ ହେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଯାଜପୁର ସୁକିନ୍ଦାର ୨୧ ରାଜସ୍ବ ଗ୍ରାମରେ ଘର ନାହିଁ କି ଲୋକ ନାହାନ୍ତି, କିନ୍ତୁ ସରକାରୀ ଅଧିକାରୀ ଅଛନ୍ତି

ଜଟଣୀ ନୂଆ ବସ୍‌ଷ୍ଟାଣ୍ଡକୁ ୨୫ବର୍ଷ ହେଲା ବସ ପଶୁନାହାନ୍ତି

ମୟୁରଭଞ୍ଜ ଦୁଆରଶୁଣି ଘାଟି ରାସ୍ତା ଚାରି ଲେନ ବିଶିଷ୍ଟ ହେବ

ଡବଲ ଡେକର ବସ୍‌ର ଶୁଭାରମ୍ଭ, ବୁଲିବେ ପ୍ରବାସୀ ଭାରତୀୟ

ଭୁବନେଶ୍ୱର ରମାଦେବୀ ଛାତ୍ରୀଙ୍କୁ ନୋଟିସ। କ୍ଲାସ ସମୟରେ ବାହାରେ ବୁଲିବା ଅପରାଧ। ବାରମ୍ବାର ହେଲେ କାର୍ଯ୍ୟାନୁଷ୍ଠାନ ହେବ

ବ୍ରହ୍ମପୁର ଏମକେସିଜି ପୁରୁଣା ମେଡିକାଲ ବିଲ୍ଡିଂରେ ସେମିନାର ହଲରେ ଅଗ୍ନିକାଣ୍ଡ, କେହି ମୃତାହତ ନାହାନ୍ତି

ରାଉରକେଲା ହାଇଟେକ୍ ହସ୍ପିଟାଲରେ ଜଣେ ରୋଗୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି

ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରି ଅଞ୍ଚଳରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ

କନ୍ଧମାଳ ଦାରିଙ୍ଗବାଡିରେ ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼, ବାଇକ ସହ ଟଙ୍କା ଲୁଟ୍

ବାଲେଶ୍ଵର ଜଳେଶ୍ଵରରେ କୁହୁଡ଼ି ଯୋଗୁଁ ଟ୍ରକକୁ ପଛପଟୁ ଧକ୍କା ଦେଲା ଟ୍ରଲର, ଡ୍ରାଇଭର ଗୁରୁତର

ମୟୂରଭଂଜ ଜଗନ୍ନାଥଖୁଣ୍ଟା ରେ ଦୁର୍ଘଟଣାରେ ଜଳିଗଲା ଟ୍ରକ୍‌-ବାଇକ୍‌, ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି

ଟାଟା କଂପାନିରେ ଚାକିରି ନାଁରେ ଠକେଇ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି। ଓହରି ଯାଉଛନ୍ତି ଅଭିଯୋଗକାରୀ

ବାଘୁଣୀ ଜିନ୍ନତକୁ ନେଇ ଓଡିଶା ଇ ପଶ୍ଚିମବଙ୍ଗ ମୁହାଁମୁହିଁ

ଛତିଶଗଡ଼ରେ ନକ୍ସଲ ଆକ୍ରମଣ, IED ବିସ୍ଫୋରଣରେ ୮ ଯବାନ ସହିଦ

ଆଶାରାମ ବାପୁଙ୍କୁ ଚିକିତ୍ସା ଆଧାରରେ ଅନ୍ତରୀଣ ଜାମିନ୍‌ ଦେଲେ ସୁପ୍ରିମକୋର୍ଟ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା.. ଫେବୃଆରୀ ୫ରେ ଦିଲ୍ଲୀରେ ଭୋଟ୍‌ ଗ୍ରହଣ, ୮ରେ ଫଳାଫଳ

ରିପୋର୍ଟ ଅନୁସାରେ ପୋତିହୋଇ ପଡୁଛି ନଦୀଶଯ୍ୟା, ୨୦୫୦ ସୁଦ୍ଧା ୨୬% ଜଳଧାରଣ କ୍ଷମତା ହରାଇବେ ଭାରତର ପ୍ରାୟ ୩,୭୦୦ ଡ୍ୟାମ୍

ତିବ୍ବତରେ ଭୁମିକମ୍ଫ, ରିକ୍ଟର ସ୍କେଲରେ ତୀବ୍ରତା ୭.୧, ଏଯାଏଁ ୧୨୬ ମୃତ

ପୂର୍ବ ୟୁକ୍ରେନ ର ସହର ଦଖଲ କରିଛି ବୋଲି ଘୋଷଣା କଲା ରୁଷ୍

ଚୀନ୍‌ରେ ହାହାକାର, ଉହାନରେ ସ୍କୁଲ ବନ୍ଦ, ଏ ପର୍ଯ୍ୟନ୍ତ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କିଛି ଜାଣିନି
=======================
ଆଜି ବିଶ୍ୱ ଟାଇପିଙ୍ଗ ଦିବସ

ଆଜି ଜନ୍ମଦିନ: ନନ୍ଦା, ଷ୍ଟିଫେନ ହକିଙ୍ଗ, ସାୟଦ ଜାଫ୍ରି, ନୁସରତ ଜାହାନ, ଗୁରୁ କେଳୁଚରଣ ମହାପାତ୍ର

ଆଜି ତିରୋଧାନ: ବିମଲ ରାୟ

ଇତିହାସରେ ଆଜି: (୧୯୭୧) ଶେଖ ମୁଜିବୁର ରେହମାନ ଜେଲରୁ ମୁକ୍ତ/ (୧୮୫୬) ହାଇଡ୍ରାଟେଡ଼ ସୋଡିୟମ ବୋରାଟ ଆବିଷ୍କାର/ (୧୯୫୨) ଜୋର୍ଡାନ ର ସମ୍ବିଧାନ ଅଧିଗ୍ରହଣ/ (୧୯୭୩) ଋଷିଆ ର ଲୁନା-୨୧ ମହାକାଶ ଅଭିଯାନ ଆରମ୍ଭ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

07 Jan, 01:30


ନିର୍ମାଣ ଶ୍ରମିକ ପଞ୍ଜୀକରଣ ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ଉପଲବ୍ଧ କଲ୍ୟାଣମୂଳକ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ୧୮ ବର୍ଷରୁ ୬୦ ବର୍ଷ ବୟସ୍କ ନିର୍ମାଣ ଶ୍ରମିକ ଅନଲାଇନ ପୋର୍ଟାଲ https://nirmanshramik.odisha.gov.in ରେ ପଞ୍ଜୀକରଣ କରିବା ସହିତ ବିଭିନ୍ନ ସହାୟତା ପାଇଁ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ସ୍ଥାନୀୟ ଶ୍ରମ କାର୍ଯାଳୟ କିମ୍ବା ହେଲ୍ପ ଲାଇନ ନମ୍ବର ୧୮୦୦-୩୪୫୬୭୦୩ ରେ ଯୋଗାଯୋଗ କରନ୍ତୁ ।

Odia newspaper Samaja

07 Jan, 01:29


*ଖବର ଆଜିର*
ତାରିଖ:୦୭/୦୧/୨୪, ମଙ୍ଗଳବାର

୧-ଏଚଏମପିଭି ଭାଇରସ୍:କେନ୍ଦ୍ରରୁ ମାର୍ଗଦର୍ଶିକା ଆସିଲେ ପଦକ୍ଷେପ ନିଆଯିବ, ସମସ୍ତେ ସତର୍କ ରହିବାକୁ ପରାମର୍ଶ- ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦେଶକ।

୨-ଭୁବନେଶ୍ୱର: ସୋମବାର ପ୍ରାୟ ୭୦ରୁ ଉର୍ଦ୍ଧ୍ବ ପ୍ରବାସୀ ଭାରତୀୟ ଆସି ପହଞ୍ଚିଗଲେଣି।

୩-ଭୁବନେଶ୍ୱର:ଶ୍ରେଣୀ ଗୃହରେ ବ୍ଯବହାର ହେଉନି ଟାବ୍ ଲେଟ୍,ଓସେପାର ଖୋଳତାଡ଼,ମଗାଗଲା ରିପୋର୍ଟ।

୪-ବାରଙ୍ଗ:ଆଜି ନନ୍ଦନକାନନ ପାଳିବ ୬୫ତମ ପ୍ରତିଷ୍ଠା ଦିବସ।

୫-ପୁରୀ:ଘନ କୁହୁଡ଼ିରେ ଦିଶୁନି ମୁହଁକୁ ମୁହଁ, ଲୁଚିଗଲା ପୁରୀ ଶ୍ରୀମନ୍ଦିର।

୬-ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୁପା ଶଙ୍ଖ ଦାନ କଲେ ନଳିନୀ ପ୍ରଭା ଦାସ, ଓଜନ ୧.୬ କେଜି।

୭-ଲୋୟର ପିଏମଜିରେ ହାଣ୍ଡିଶାଳର ତାତି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ଗର୍ଜିଲା ବିଜେଡି।

୮-ଭୁବନେଶ୍ୱର:୬ ମାସ ହେବ ମିଳୁନି ୫୦୦ କୋଟି ବକେୟା, ରାଜ୍ୟର ୪୨ଟି ପ୍ରମୁଖ ରାସ୍ତା ନିର୍ମାଣ ବନ୍ଦ।

୯-ପ୍ରବାସୀ ଭାରତୀୟ ଦିବସ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି।ଜାନୁଆରୀ ୮ ତାରିଖରୁ ୧୦ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ।

୧୦-ଭୁବନେଶ୍ବର ବିମାନ ବନ୍ଦରରେ ୨ ମହିଳାଙ୍କଠୁ ସାଢେ ୯ କୋଟି ଟଙ୍କାର ଗଞ୍ଜେଇ ଜବତ।

୧୧-ନୟାଗଡ:ମହାନଦୀରୁ ୪ ଫୁଟର ଦୁଇଟି ମୂର୍ତ୍ତି ଉଦ୍ଧାର, ପ୍ରାଚୀନ ମୂର୍ତ୍ତି ହୋଇଥିବା ଗ୍ରାମବାସୀଙ୍କ ସୂଚନା।

୧୨-ଚିଲିକା କୃଷ୍ଣପ୍ରସାଦରେ ହଜାର ହଜାର କୁକୁଡ଼ା ମଡ଼କ ପରେ ପୁଣି ରାଜ୍ୟକୁ ଫେରିଛି ବାର୍ଡ ଫ୍ଲୁ ଆତଙ୍କ।

୧୩-ରାୟଗଡ଼ା ରେଳ ଡିଭିଜନର ଭିତ୍ତିପ୍ରସ୍ତର ହେଲା ସ୍ଥାପନ, ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ।

୧୪-ମାଲକାନଗିରି:ଗୁଣିଗାରେଡି ସନ୍ଦେହ, ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓର୍କେଲ ଥାନା ପୋଲିସ।

୧୫-ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କଲେ ମମତା, ଦରଦାମ୍ ନିୟନ୍ତ୍ରଣରେ ଯୋଗାଣ ବିଭାଗ ବିଫଳ।

୧୬-ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବାକୁ ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ. ଜୟଶଙ୍କର ଓ ନିତ୍ୟାନନ୍ଦ ରାୟ।

୧୭-ଗୁଜରାଟର ବୋତାଡ ଜିଲା ଅନ୍ତର୍ଗତ ଝମର୍ଦ୍ଦା ଗ୍ରାମ:ସ୍ତ୍ରୀର ବାରମ୍ବାର ମାନସିକ ନିର୍ଯାତନାରେ ଜୀବନ ହାରିଲେ ସ୍ଵାମୀ।

୧୮-ମୁମ୍ବାଇ:ପୁଞ୍ଜି ବଜାର ଧରାଶାୟୀ, ନିବେଶକ ହରାଇଲେ ୯.୫ କୋଟି।

୧୯-ସବୁ ବୟସ ବର୍ଗର ଲୋକଙ୍କୁ ଏଚଏମପିଭି ଭୂତାଣୁ ଆକ୍ରାନ୍ତ କରିପାରେ, ସରକାର ରଖିଛନ୍ତି ତୀକ୍ଷ୍ଣ ନଜର-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

୨୦-ବେଙ୍ଗାଲୁରୁରେ ୨ ଏଚଏମପିଭି ସଂକ୍ରମିତ ଚିହ୍ନଟ ପରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ କର୍ଣ୍ଣାଟକ ସରକାର।

୨୧-ବିହାର ସିଭିଲ ସର୍ଭିସ ପରୀକ୍ଷା ବିବାଦ, ପ୍ରଶାନ୍ତ କିଶୋରଙ୍କୁ ମିଳିଲା ସର୍ତ୍ତ ବିହୀନ ଜାମିନ୍।

୨୨-ବଢ଼ିଲା ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅଡୁଆ । ଗିରଫ ହୋଇପାରନ୍ତି ହସିନା ।

୨୩-କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା, ଭାରତ ବିରୋଧୀ ମନ୍ତବ୍ୟ ପାଇଁ ଥିଲେ ବିବାଦରେ।

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029VaUgRXG5fM5gVRc7391u ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*


*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Odia newspaper Samaja

07 Jan, 01:26


Final publication of electoral roll after
Special Summary Revision #Odisha

Total voters: 3,40,72,744
Female: 1,68,64,160
Male: 1,72,05,150
TG: 3,434

Odia newspaper Samaja

07 Jan, 01:26


🟪🟪🟪🟪🟪🟪🟪🟪🟪🟪🟪🟪🟪🟪

Odia newspaper Samaja

07 Jan, 01:24


ଓଡ଼ିଶାର ପ୍ରଥମ ସିନେମା ହଲ

Odia newspaper Samaja

07 Jan, 01:24


ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ

Odia newspaper Samaja

07 Jan, 01:24


UTAKL UNIVERSITY VACANT SEAT ADMISSION

Odia newspaper Samaja

07 Jan, 01:23


HMPV

Odia newspaper Samaja

07 Jan, 01:21


GDP growth has picked up steam in Q3 FY25: Economists

Average UPI transactions and value.

Q1 FY25: 13.74 billion (20.05 lakh crore)
Q2 FY25: 14.81 billion (20.63 lakh crore)
Q3 FY25: 16.26 billion (22.77 lakh crore)

Barclays projects GDP and GVA growth in the third quarter to improve by at least one percentage point from the second quarter, which is 5.4%

Odia newspaper Samaja

06 Jan, 01:55


ସୁପ୍ରିକୋର୍ଟଙ୍କ ବଡ଼ ରାୟ

Odia newspaper Samaja

06 Jan, 01:55


ନୂଆ ନିୟମ ଖୁବ୍ ଶୀଘ୍ର ଆସିବା ଦରକାର

Odia newspaper Samaja

06 Jan, 01:55


ଗୁପଚୁପ ବିକ୍ରି କରି ବର୍ଷକୁ ୪୦ ଲକ୍ଷ ରୋଜଗାର(ନଗଦ ଟଙ୍କା ହିସାବକୁ ନିଆ ଯାଇ ନାହିଁ)

Odia newspaper Samaja

06 Jan, 01:55


LAST DATE OF SCHOLARSHIP

Post Matric Scholarship - 31/01/2025

Junior Merit (Class - 11 to 12) - 14/01/2025

Pathani Samanta Mathematics Talent (Class - 11 to 12) - 16/01/2025

Vyasakabi Fakirmohan Bhasabruti - 5/01/2025

Odia newspaper Samaja

06 Jan, 01:55


ଫୁଲ୍ ସାର୍ଟ୍ ପ୍ୟାଣ୍ଟ ପିନ୍ଧିଲେ ଆପଣମାନେ ନକଲି ଚାଷୀ ବୋଲି କହୁଛନ୍ତି। ଏଥର ମାନିବେ ତ!!

~ ପ୍ରମେୟ

Odia newspaper Samaja

06 Jan, 01:55


🌀 SUGGESTION

SCHOLARSHIP ଆବେଦନ ସମୟରେ ସବୁ କିଛି ଠିକ୍ ସୂଚନା ଦେଇ ଆବେଦନ କରନ୍ତୁ। ଆବେଦନ ପୂର୍ବରୁ ଆଧାର - ବ୍ୟାଙ୍କ ଲିଙ୍କ କୁ ତନଖି ଆବେଦନ କରନ୍ତୁ। ମନେ ରଖନ୍ତୁ ଭୂଲ କଲେ , APPLICATION REVERT ହେବ। ଯେତେ ବିଳମ୍ବ କରିବେ , ଟଙ୍କା ଆସିବ ବିଳମ୍ବ ହେବ। ଏମିତି ବି ହେଇ ପାରେ, ନ ଆସି ବି ପାରେ

Odia newspaper Samaja

05 Jan, 02:46


ଆଜିର କାର୍ଯ୍ୟକ୍ରମ:

ବରଗଡ଼ ଧନୁଯାତ୍ରାର ତୃତୀୟ ଦିବସ।

ବରଗଡ଼ ଧନୁଯାତ୍ରା ପାଇଁ ଥିବା ଏହି ସୋସିଆଲ ମିଡିଆ ଚ୍ୟାନେଲକୁ ନିୟମିତ ଦେଖନ୍ତୁ, ଜାଣନ୍ତୁ ମଥୁରା ନଗରୀ ଓ ଗୋପପୁରରେ ପ୍ରତିଦିନ ରହିଛି କି କି କାର୍ଯ୍ୟକ୍ରମ।

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା - ଯେଉଁଠି ଜୀବନ୍ତ ରୂପନିଏ କିମ୍ବଦନ୍ତୀ!

ଆୟୋଜକ:
ଧନୁଯାତ୍ରା ମହୋତ୍ସବ ସମିତି, ବରଗଡ଼

ବୁଲି ଆସନ୍ତୁ 🏹 'ବରଗଡ଼ ଧନୁଯାତ୍ରା'
୩-୧୩ ଜାନୁଆରୀ ୨୦୨୫
ବରଗଡ଼, ଓଡ଼ିଶା

Odia newspaper Samaja

05 Jan, 02:46


ଦୈନିକ ଆୟ ୪୮ କୋଟି

Odia newspaper Samaja

05 Jan, 02:46


ଏବେ ଅଙ୍ଗନବାଡ଼ି ଦିଦି ମାନେ ଘର ଘର ବୁଲୁଛନ୍ତି ତେଣୁ ଯାହାର ୫ ଏକର ଜମି ଅଛି ବା ନାହିଁ,ଏହି ଦ୍ଵନ୍ଦ ପାଇଁ ଡିସେମ୍ବର ୩୦ ଯାଏଁ ତଦନ୍ତ କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା ବର୍ତ୍ତମାନ ଏହି ସମୟ ଅବଧିକୁ ଜାନୁଆରୀ ୧୫ ଯାଏଁ ବୃଦ୍ଧି କରାଯାଇଛି ।

ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା କିନ୍ତୁ ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକା ଥରେ ମିଳିବ ସୁଭଦ୍ରାର ଦୁଇଟି କିସ୍ତି। ଯେଉଁ ପର୍ଯ୍ୟନ୍ତ ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କରିନାହିଁ ସେପର୍ଯ୍ୟନ୍ତ ସୁଭଦ୍ରା ପଞ୍ଜୀକରଣ ଚାଲୁରହିବ ।

~ ଉପ ମୁଖ୍ୟମନ୍ତ୍ରୀ

Odia newspaper Samaja

05 Jan, 02:46


ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜ ସାହୁଙ୍କୁ ନିଯୁକ୍ତି ।

Odia newspaper Samaja

05 Jan, 02:46


ଓଡ଼ିଶା ସରକାରଙ୍କ ଆପ୍

https://play.google.com/store/apps/details?id=in.mobility.odishayatri

Odia newspaper Samaja

05 Jan, 02:46


🌸🌸🌸

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ବଡ଼ ସଫଳତା। ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ପଠାଯାଇଥିବା ଝୁଡଙ୍ଗ ମଞ୍ଜି ଗଜା ହୋଇଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛି ଇସ୍ରୋ।

Odia newspaper Samaja

05 Jan, 02:46


Life sprouts in space! 🌱 VSSC's CROPS (Compact Research Module for Orbital Plant Studies) experiment onboard PSLV-C60 POEM-4 successfully sprouted cowpea seeds in 4 days. Leaves expected soon.

Odia newspaper Samaja

05 Jan, 02:46


ସାମୁଦ୍ରିକ ମତ୍ସ୍ୟଜୀବୀ ଭାଇ ଓ ଭଉଣୀମାନେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ଆବେଦନ କରି ସରକାରଙ୍କଠାରୁ ସହାୟତା ଲାଭ କରିବାର ସୁଯୋଗ ନିଅନ୍ତୁ।

Odia newspaper Samaja

05 Jan, 02:46


କ୍ୟାବିନେଟ ବୈଠକରେ ଉଭୟ ମଧୁବାବୁ ଭତ୍ତା ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ଭତ୍ତା ହିତାଧିକାରୀମାନଙ୍କ ଭତ୍ତା ରାଶିକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

Odia newspaper Samaja

05 Jan, 02:46


🧿 January 5

🙌 National Bird Day
राष्ट्रीय पक्षी दिवस

🦩To create awareness or education about the physical and behavioral needs that need to improve the welfare of the millions of birds kept in captivity.

🦤 National Bird Day was launched in 2002 in the United States.

🦃 In India National Bird Day is celebrated every year on 12 November. National Bird Day was declared by the Government of India on the occasion of the birth anniversary of Dr. Salim Ali, India's famous Ornithologist, and Naturalist.

🟢 PYQs
▪️Study of Birds: Ornithology
▪️Birdman of India: Dr. Salim Ali
▪️Father of Indian Ornithology : Allan Octavian Hume

🟢 NEWS
🔷Kerala state has the endangered species of bird 'Dunlin'

🔶Perumal Murugan author of the recently discussed novel "Fire Bird"

🔷Thousands of sealions/wild Birds died due to H5n1 bird flu in PERU

🔶Canada has the first possible human case of H5 bird flu

Odia newspaper Samaja

05 Jan, 02:46


ନୂଆ ନିୟମ

Odia newspaper Samaja

05 Jan, 02:46


LOCAL HOLIDAY LIST 2025

Odia newspaper Samaja

05 Jan, 02:41


ସମୟ ପାଇଲେ ବୁଲିବାକୁ ଯାଆନ୍ତୁ

Odia newspaper Samaja

05 Jan, 02:39


ଶିଳ୍ପୀଙ୍କ ତୂଳୀରେ ଫୁଟି ଉଠିବ ବରଗଡ଼ ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ଓ କାହାଣୀ। ଏଥିପାଇଁ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ବରଗଡ଼ ସହରର ଗାନ୍ଧୀ ପାର୍କଠାରେ ସ୍ୱତନ୍ତ୍ର ଚିତ୍ରଶିଳ୍ପୀ ଶିବିର ଆୟୋଜନ କରାଯାଉଛି। ଏଥିରେ ବରଗଡ଼ ଏବଂ ବିଭିନ୍ନ ଜିଲ୍ଲାର ଚିତ୍ରଶିଳ୍ପୀମାନେ ଭାଗନେଇ ଦର୍ଶକମାନଙ୍କ ସାମ୍ନାରେ ସେମାନଙ୍କ କଳା ପ୍ରତିଭା ପ୍ରଦର୍ଶନ କରିବେ।

ଚିତ୍ରଶିଳ୍ପୀ ଶିବିର
ବିଷୟ: ବରଗଡ଼ ଧନୁଯାତ୍ରା ମହୋତ୍ସବ
ତାରିଖ: ୫ ଜାନୁଆରୀ ୨୦୨୫
ସମୟ: ଦିନ ୧୦ଟା
ସ୍ଥାନ: ଗାନ୍ଧୀ ପାର୍କ, ବରଗଡ଼

ଆବାହକ:
ଶ୍ରୀଯୁକ୍ତ ସନ୍ତୋଷ କୁମାର ଭୋଇ
📞୯୪୩୭୩୯୪୨୫୮

Odia newspaper Samaja

05 Jan, 02:39


ଐତିହ୍ୟପ୍ରେମୀ ଜନସାଧାରଣ, ବିଶେଷକରି ଯୁବଗୋଷ୍ଠୀଙ୍କୁ ବରଗଡ଼ ଧନୁଯାତ୍ରାର ପରମ୍ପରା ସହ ଯୋଡ଼ିବା ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ କରାଯାଉଛି। ‘ମୁଁ ବି ରାଧା’, ‘ମୁଁ ବି କୃଷ୍ଣ’ ଏବଂ ‘ମୁଁ ବି କଂସ’ - ଏଭଳି ଭିନ୍ନ ଭିନ୍ନ ବିଷୟରେ ଅଭିନୟ କରି ମୋବାଇଲରେ ରେକର୍ଡିଂ କରିବା ସହ ଏହାକୁ ସାଧାରଣ ଭିଡିଓ ବା ରିଲ୍ ଢାଞ୍ଚାରେ ନିଜ ନିଜ ସୋସିଆଲ ମିଡିଆ ଆକଉଣ୍ଟରେ ପୋଷ୍ଟ କରିବାକୁ ଆହ୍ୱାନ କରାଯାଉଛି।

ଜାନୁଆରୀ ୪ରୁ ୧୧ ତାରିଖ ଭିତରେ ଆପଣମାନେ ଏହି ଭିଡିଓ ଅପଲୋଡ୍ କରିପାରିବେ। ଭିଡିଓ ପୋଷ୍ଟ କରିବା ବେଳେ
@DMBargarh
ଏବଂ
@dhanuyatra_bgh
ଆକାଉଣ୍ଟକୁ ଟ୍ୟାଗ୍ କରନ୍ତୁ। ସବୁଠୁ ଲୋକପ୍ରିୟ ଭିଡିଓ ପାଇଁ ଏହାର ଅଭିନେତା/ଅଭିନେତ୍ରୀଙ୍କୁ ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯିବ।

Odia newspaper Samaja

05 Jan, 02:39


🔹ମାତୃଶକ୍ତିଙ୍କ ସଶକ୍ତିକରଣ ପାଇଁ ରାଜ୍ଯରେ 'ସୁଭଦ୍ରା' ଯୋଜନା କାର୍ଯ୍ୟକାରୀ ହେଉଛି।

🔹୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ହିତାଧିକାରୀଙ୍କୁ ଏକକାଳୀନ ୨ଟି କିସ୍ତି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

🔹 'ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯନ୍ତ୍ରପାତି ଯୋଜନା'କୁ ଅନୁମୋଦନ ସହ ୫ ବର୍ଷରେ ୮୭୪ କୋଟି ଟଙ୍କା ଖର୍ଚ୍ଚ ହେବ।

💫 କ୍ୟାବିନେଟ ବୈଠକରେ ରାଜ୍ୟର ୮୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବା ସହ ୮୦ ପ୍ରତିଶତ କିମ୍ବା ଏଥିରୁ ଅଧିକ ପ୍ରତିଶତ ଦିବ୍ୟାଙ୍ଗମାନଙ୍କୁ ମାସିକ ଭତ୍ତା ୩୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି।

💫 ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଦ୍ଵାରା ଆଗାମୀ ୫ ବର୍ଷ ଧାନ କିଣା ପାଇଁ ୧୭ ହଜାର ୫୦୦ କୋଟି ଟଙ୍କା ଋଣ କରିବା ପାଇଁ କ୍ୟାବିନେଟରେ ଅନୁମୋଦନ ପ୍ରଦାନ କରାଯାଇଛି।

🔹ଜାତୀୟ ଖୋ ଖୋ ଟିମ୍ କୁ ଅଗାମୀ ୩ ବର୍ଷ ପାଇଁ ସ୍ପନସର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

🔹ବର୍ଷକୁ ମୋଟ ୫ କୋଟି ହିସାବରେ ୩ ବର୍ଷରେ ୧୫ କୋଟି ଖର୍ଚ୍ଚ ହେବ।

🔹ଓଡ଼ିଶା ଖଣି ନିଗମ ତରଫରୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ।

Odia newspaper Samaja

05 Jan, 02:35


*ଖବର ଆଜିର, ୫ ଜାନୁଆରୀ, ରବିବାର*
=======================
ମୁଖ୍ୟମନ୍ତ୍ରୀ ମାଝୀଙ୍କ ଘୋଷଣା, ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ।ଦୁର୍ଘଟଣା ହ୍ରାସ ପାଇଁ ଏହି ପଦକ୍ଷେପ ନିଆଯିବ।

ପର୍ଯ୍ୟଟନ ପାଇଁ ବ୍ୟବହାର ହେବ ଡବଲ ଡେକର୍‌‌ ଓ ନୂଆ ମୋ ବସ୍‌‌।

ଶୀତରେ କଲବଲ ସାରା ରାଜ୍ଯ, ୧୦ ଡିଗ୍ରୀ ତଳେ ରାଜ୍ୟର ୯ ସହରର ତାପମାତ୍ରା।

ଆଗକୁ ବଢିବ ଦକ୍ଷିଣ ଓଡ଼ିଶା, ୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ।

ଆସନ୍ତା ୮ ତାରିଖରେ ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୯ ତାରିଖରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ।

ମୁଖ୍ୟମନ୍ତ୍ରୀ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମନୋଜ ସାହୁଙ୍କୁ ମିଳିଲା ନିଯୁକ୍ତି।

ସୃଷ୍ଟି ହେବ ୨୦୦୦ ଟ୍ରାଫିକ ପୁଲିସ୍ ପଦ, ଚଳିତ ବର୍ଷ ନିଯୁକ୍ତ ହେବେ ୫୦୦ ଟ୍ରାଫିକ ପୁଲିସ୍।

ଆଜିଠୁ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା, ୧୪ରୁ ଭିତରକନିକା ବନ୍ଦ।

ଜାନୁଆରୀ ୧୫ ପରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, କହିଲେ ପ୍ରଭାତୀ ପରିଡା

କଟକରେ ବୁଲିବେ ପ୍ରବାସୀ ଭାରତୀୟ, ବନ୍ଦୋବସ୍ତ ତଦାରଖ କଲେ ନଗର ଉନ୍ନୟନ ମନ୍ତ୍ରୀ।

କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଚୋରି, ଠାକୁରଙ୍କ ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା

ପାଣିକୋଇଲି ପଣ୍ଡା ଅଳଙ୍କାରରେ ବନ୍ଧୁକ ଫୁଟାଇ ଲୁଟ ଉଦ୍ୟମ, ୨ ମୃତ, ଦୁଇ ଅଭିଯୁକ୍ତ ଅଟକ।

କିମ୍ସ ହସ୍ପିଟାଲ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳ, ରୋଗୀ ସମ୍ପୂର୍ଣ ସୁସ୍ଥ।

ଟାଙ୍ଗି ଚାନ୍ଦପୁର ୧୬ ଜାତୀୟ ରାଜପଥ ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ।

ବୌଦ୍ଧ ଜିଲ୍ଲା କରଞ୍ଜକଟା ଗ୍ରାମ, ୱାରେଣ୍ଟି ଭିତରେ ହଇରାଣ କଲା କମ୍ପାନୀ, ଖାଉଟି ଅଦାଲତ ନିର୍ଦ୍ଦେଶରେ ଘରେ ପହଞ୍ଚିଲା AC

୨୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ପ୍ରବାସୀ ଭାରତୀୟ ସମ୍ମାନ, ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ସ୍ପେଡେକ୍ସ ମିଶନରେ ଆଗକୁ ବଢୁଛି ଇସ୍ରୋ, ମହାକାଶରେ ଗଜାହେଲା ଝୁଡ଼ଙ୍ଗ ମଞ୍ଜି, ଖୁବଶୀଘ୍ର ଆସିବ ପତ୍ର।

୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ କଟକଣା, ଦରକାର ହେବ ଅଭିଭାବକଙ୍କ ଅନୁମତି। ଏ ନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫

ବିଏସଏନଏଲ ଆଣିଲା ୨ଟି ନୂଆ ଶସ୍ତା ପ୍ଲାନ୍‌, ଏହାର ଦାମ୍‌ ୨୧୫ ଓ ୬୨୮ ଟଙ୍କା।

ସପ୍ତାହରେ ସୁନା ବଢ଼ିଛି ୧ ହଜାରୁ ଅଧିକ, ରୁପାରେ ୨୯୦ ଟଙ୍କା ବୃଦ୍ଧି: ବର୍ଷକରେ ଉଭୟ ଧାତୁର ମୂଲ୍ୟ ୧୨ ହଜାରୁ ଅଧିକ ବଢ଼ିଛି

ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା

ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୧ରେ ଅଲଆଉଟ୍‌, ଭାରତର ବ୍ୟାଟିଂ ଆରମ୍ଭ।
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

04 Jan, 01:22


*ଖବର ଆଜିର*
ତାରିଖ:୦୪/୦୧/୨୫, ଶନିବାର

୧-ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ମଥୁରାରେ କଂସଙ୍କ ରାଜୁତି ଆରମ୍ଭ।

୨-ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା, କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୩-ଜାନୁଆରୀ ୫ରେ ଅନୁଷ୍ଠିତ ହେବ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ।

୪-ଦରଦାମ ବୃଦ୍ଧି ପ୍ରତିବାଦ, ଆସନ୍ତା ୬ରେ ଲୋୟର ପିଏମଜିରେ ବିଜେଡିର ବିକ୍ଷୋଭ।

୫-ଜଗତସିଂହପୁର:ବାଣ ବିସ୍ଫୋରଣରେ ଭୁଶୁଡ଼ିଲା ଘର,ଦୁଇ ମୃତ,ଦୁଇ ଗୁରୁତର।

୬-ମାଲକାନଗିରି:ଓଡ଼ିଶା ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନରେ ସଫଳତା, ୩ ମାଓବାଦୀ ସଫା।

୭-ସୁଭଦ୍ରାକୁ ନେଇ ବଡ଼ ଖବର; ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କଲେ ମିଳିବ ୧୦ ହଜାର ଟଙ୍କା।

୮-ନୟାଗଡ଼:ଜିରୋନାଇଟରେ ରାଜରାସ୍ତାରେ ହାତାହାତି, ୪ ପୋଲିସଙ୍କୁ ନିଲମ୍ବିତ କଲେ SP।ସେମାନେ ହେଲେ, ଦିଲ୍ଲୀପ ବେହେରା, ମୁନା ବେହେରା, ସଞ୍ଜୟ ମହାପାତ୍ର ଓ ଦୁର୍ଗା ମାଧବ ଦୋରା।

୯-ଫିଟୁଛି ବଣ୍ଟି ବବଲି ସାମ୍ରାଜ୍ୟର ଗୁମର । କ୍ୟାସରେ ଚାଲିଥିଲା କଳା ସାମ୍ରାଜ୍ୟ! ଲିଙ୍କରେ ଥିବା ୧୧ ବ୍ୟବସାୟୀଙ୍କୁ ହେବ ନୋଟିସ୍।

୧୦-ଜାତୀୟ ଖୋ ଖୋ ଟିମର ପ୍ରାୟୋଜକ ହେବେ ଓଡ଼ିଶା ସରକାର। ଆଗାମୀ ୩ ବର୍ଷ ପାଇଁ ଓଡ଼ିଶା ଖୋ ଖୋ ଟିମର ପ୍ରାୟୋଜକ ରହିବ।

୧୧-ସମ୍ୱଲପୁରରେ ସକାଳୁ ସକାଳୁ ବଡ଼ ଧରଣର ଡକାୟତି: ମଣପ୍ପୁରମ୍ମ ବ୍ରାଚଂରେ ପଶି ବନ୍ଧୁକ ମୁନରେ ବନ୍ଧକ କରି ଲୁଟି ନେଲେ ୩୦କେଜି ସୁନା, ୪ଲକ୍ଷ ଟଙ୍କା।

୧୨-ଭୁବନେଶ୍ୱର:୯ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ; ବଢ଼ିଲା ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତା।

୧୩-ପ୍ରବାସୀ ଭାରତୀୟ ଦିବସ ପାଇଁ ମାସ୍କଟ ଉନ୍ମୋଚିତ, ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ।

୧୪-ଆନନ୍ଦପୁର:ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପିଟିହେଲା କାର, ୫ ଗୁରୁତର ୨ଆହତ।

୧୫-ହରଭଙ୍ଗା: ଗ୍ୟାସ୍ ସିଲିଣ୍ଡର୍ ରୁ ଅଗ୍ନିକାଣ୍ଡ, ଶିକ୍ଷୟିତ୍ରୀ ମୃତ, ସରପଞ୍ଚ ସ୍ବାମୀ ସଙ୍କଟାପନ୍ନ।

୧୬-ଆସନ୍ତା ୫ ତାରିଖ ପରେ ରାଜ୍ୟରେ ଶୀତ କମିବା ସମ୍ଭାବନା ରହିଛି, ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ ପ୍ରଭାବରେ ଶୀତ କମିବ।

୧୭-ଆସନ୍ତା ଜାନୁଆରୀ ୬ରୁ ଆରମ୍ଭ ହୋଇ ୧୨ ଯାଏଁ ଚାଲିବ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ।

୧୮-ଓପିଏସସିରେ ୨୬୫ଟି ପଦ ପାଇଁ ଆସିଲା ବିଜ୍ଞପ୍ତି; ଜାନୁୟରୀ ୧୦ରୁ ରେଜିଷ୍ଟେସନ ଆରମ୍ଭ।

୧୯-ଭୁବନେଶ୍ବରରେ ପହଞ୍ଚିଲା ୨ଟି ଡବଲ ଡେକର୍‌ ବସ୍‌ : ବସ୍‌ରେ ରହିଛି ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଝଲକ।

୨୦-ଓଡ଼ିଶାର ୨୭ତମ ରାଜ୍ୟପାଳଭାବେ ଶପଥ ନେଇଛନ୍ତି ଡକ୍ଟର ହରିବାବୁ କମ୍ଭମପତି।

୨୧-ଏନସିସି ସାଧାରଣତନ୍ତ୍ର ଦିବସ ଶିବିରରେ ଅଂଶଗ୍ରହଣ କରିବେ ୨୩୦୦ରୁ ଅଧିକ କ୍ୟାଡେଟ୍।

୨୨-ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ନିୟମିତ ଜାମିନ, ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଜାମିନ୍ ପ୍ରଦାନ କଲେ ହାଇଦ୍ରାବାଦ କୋର୍ଟ।

୨୩-ଅଟକ ଭାରତୀୟ-ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ।

୨୪-ସିରିୟାର ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ରୁଷରେ ହତ୍ୟା ଷଡ଼ଯନ୍ତ୍ର, ରକ୍ତ ନମୁନା ପରୀକ୍ଷା ପରେ ବିଷ ଦିଆଯାଇଥିବା ସ୍ପଷ୍ଟ, ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା।

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029VaUgRXG5fM5gVRc7391u ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Odia newspaper Samaja

05 Dec, 02:00


ଆପଣଙ୍କର ଭୋଟର ପରିଚୟପତ୍ର ପାଇ ପାରିବେ ଅତି ସହଜରେ !🪪
ଆଜି ହିଁ https://voters.eci.gov.in/login ରେ ଲଗ୍-ଇନ୍ କରି
ନିଜର ଭୋଟର ପରିଚୟପତ୍ର କିମ୍ବା e-EPIC ଡାଉନଲୋଡ୍ କରନ୍ତୁ ।

Odia newspaper Samaja

05 Dec, 02:00


ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା!
ପି.ଏମ୍ କିଷାନ ସହାୟତା ରାଶି ପାଇବା ପାଇଁ ବିଭାଗ ଦ୍ବାରା ପ୍ରଦତ୍ତ ନିର୍ଦ୍ଦେଶାବଳୀକୁ ଅନୁସରଣ କରନ୍ତୁ କିମ୍ବା ଏ ସମ୍ପର୍କରେ ସବିଶେଷ ସୂଚନା ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର ଅଥବା କୃଷି ସମୃଦ୍ଧି ହେଲ୍ପଲାଇନ୍ ନଂ-୧୫୫୩୩୩ରେ ଯୋଗାଯୋଗ କରନ୍ତୁ

Odia newspaper Samaja

05 Dec, 02:00


ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା

-ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
-ଏଥି ପାଇଁ ଜାରି ରହିଛି ଯାଞ୍ଚ ପ୍ରକ୍ରିୟା
-ଡିସେମ୍ବର ୬ ସୁଦ୍ଧା ଆସିବ ଯୋଗ୍ୟ ଓ ଅଯୋଗ୍ୟ ତାଲିକା
-ବ୍ଲକ, ମହାନଗର ନିଗମ ସ୍ତରରେ ତାଲିକା ପ୍ରକାଶ ପାଇବ
-ଏହାପରେ ଆଉ ୭ ଦିନ ଆପତ୍ତି ଗ୍ରହଣ କରାଯିବ

Odia newspaper Samaja

05 Dec, 02:00


ଆଉ କୋଉ ପ୍ରସଙ୍ଗରେ ତ ମିଶିକି ଏମିତି ସ୍ବର ଉଠାଉନ!!

Odia newspaper Samaja

05 Dec, 01:58


ସମସ୍ତେ ଦୁର୍ନୀତି ରେ ବ୍ୟସ୍ତ। ଲକ୍ଷ୍ୟ ଗୋଟେ ସେମାନେ ଖାଇକି ଯାଇଛନ୍ତି....ଆମେ ବି ଖାଇବୁ। ସେବେ ତାମିଲ ଆଡେ....ଆଉ ଏବେ ଗୁଜୁରାଟ ଆଡେ

କେବଳ ଏଥିରେ ବଳି ପଡ଼ୁଛନ୍ତି...ସରକାରୀ ଚାକିରୀ ସ୍ୱପ୍ନରେ ଥିବା ଯୁବକ ଯୁବତୀ ଆଉ ସେମାନଙ୍କ ପରିବାର

Odia newspaper Samaja

05 Dec, 01:57


ସତରେ ଏଭଳି ଖବର ଦେଖିଲେ ଆପଣକୁ ଲାଗେ କି " ଆମେ କଣ ଶିକ୍ଷିତ ହେଇ ପାରିଛୁ ?"

ଏ ତ କେବଳ ଅନୁଗୁଳ ଜିଲ୍ଲାର ସ୍ଥିତି। ସାରା ଓଡ଼ିଶାର ସଂଖ୍ୟା ଆସିବା ଏବେ ବି ବାକି ଅଛି ?

Odia newspaper Samaja

05 Dec, 01:53


*ଖବର ଆଜିର, ୫ ଡିସେମ୍ବର, ଗୁରୁବାର*
=======================
ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ସାମାନ୍ୟ ଶୀତ ବଢ଼ିବ। ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ।

ସୁଭଦ୍ରା ଟଙ୍କା ଯୋଜନାରେ ଡିସେମ୍ବର ୨୫ରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବେ ମହିଳା

ରାସନକାର୍ଡ ହିତାଧିକାରୀ ଏଣିକି ରାସନରେ ପାଇବେ ଡାଲି ଓ ତେଲ

ଏମ୍‌ସ ଭୁବନେଶ୍ବରରେ ଫୋର୍‌ଡି ସ୍ପାଇନ୍‌, ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍‌ଘାଟିତ

ପୁରୀରେ ନୌସେନା ଦିବସ ଉଦଘାଟନ କଲେ ରାଷ୍ଟ୍ରପତି, ପରାକ୍ରମ ଦେଖାଇଲେ ନୌବୀର

ରାଜ୍ୟରେ ରହିବେନି ଭୂମିହୀନ । ସରକାରୀ ଜମି ଜବରଦଖଲ ମୁକ୍ତକରି ଗରୀବଙ୍କୁ ବଣ୍ଟା ହେଇଯିବ

ପୋଲାଭରମ ପ୍ରକଳ୍ପରେ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ

ବରଗଡ଼ରେ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଭୂମିକମ୍ପରେ ଥରିଲା ମାଲକାନଗିରି, ରିକ୍ଟର ସ୍କେଲରେ ତୀବ୍ରତା ୫.୩

ରାଜଧାନୀ ରେ ୫୦୦ ଏକର ଜମି ଜବରଦଖଲ। ଜୟଦେବ ବିହାର ୧୪୯ ଏକର, ଚନ୍ଦ୍ରଶେଖପୁରରେ ୩୩.୫, ଗାଡ଼କଣରେ ୩୧, ପଟିଆରେ ୨୮, ଡୁମୁଡୁମାରେ ୧୭, ବରମୁଣ୍ଡାରେ ୨୪, ନୂଆପଲ୍ଲୀରେ ୧୨, କପିଳ ପ୍ରସାଦରେ ୨୨, ବିଜେବି ନଗରରେ ୧୦, ପାଣ୍ଡରାରେ ୧୦, ଲକ୍ଷ୍ମୀସାଗରରେ ୮, ଭୀମପୁରରେ ୧୮.୫ ଏକର

ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକରେ ଯୁବଚାଷୀଙ୍କୁ ଭାଲୁ ଗୋଡ଼େଇ ଗୋ‌ଡ଼େଇ କାମୁଡ଼ି ଜୀବନ ନେଲା

ନୂଆପଡା ରାଜପଥରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଭାଇ- ଭଉଣୀ ସମେତ ୩ ମୃତ, ୩ ଗୁରୁତର

ମାଲକାନଗିରି ଗୋରେଗୁଡା ରେ ବୃଦ୍ଧାଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

କଟକ ଆଠଗଡ଼-ମୁଣ୍ଡଳି ରାସ୍ତାର କନ୍ଦରପୁର ବାଲିଆପଠାରେ ଦୁର୍ଘଟଣା, ୨ କଲେଜ ଛାତ୍ର ମୃତ

ଟିଟିଲାଗଡ଼ ରେ ୨୦ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ବେଳେ ମାଡିବସିଲେ ପୋଲିସ

ମୟୁରଭଞ୍ଜ ଅମର୍ଦ୍ଦା ଠାରେ ବିଲରେ ଜରୁରୀକାଳୀନ ଅବତରଣ କଲା ନୌସେନା ହେଲିକପ୍ଟର। କାରଣ ଜଣାନାହିଁ

ଭୁବନେଶ୍ୱର ଖାରବେଳ ନଗରରେ ଭଡ଼ା ବାକିରଖି ଘର ନ ଛାଡିବାରୁ ୨ ଯୁବତୀଙ୍କୁ ଚୁଟି ଘୋଷାଡ଼ି କାଠ ଫାଳିଆରେ ପିଟିଲେ ମାଲିକ ଓ ୨ ପୁଅ

ରାଜ୍ୟରେ କମୁଛି ଷଣ୍ଢ ସଂଖ୍ୟା, ବଢୁଛି କୁକୁର ସଂଖ୍ୟା। ୧୦ ମାସରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କୁକୁର କାମୁଡ଼ାର ଶିକାର

ଆଜି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍‌

ଆସାମରେ ଗୋମାଂସ ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ସରକାର। ଭାରତ ଏବେବି ବିଶ୍ୱର ବୃହତ ଗୋମାଂସ ରପ୍ତାନୀକାରୀ

ହକି ଏସିଆ କପ୍‌ ୨୦୨୪: ପାକିସ୍ତାନକୁ ହରାଇ ଚାମ୍ପିଅନ୍‌ ହେଲା ଭାରତ

ଇସ୍ରୋ ର ପ୍ରୋବ-୩ ମହାକାଶଯାନରେ ତ୍ରୁଟି, ଘୁଞ୍ଚିଲା ପିଏସଏଲଭି-ସି୫୯ ର ଉତକ୍ଷେପଣ ସମୟ

ସାମରିକ ଆଇନ ଲାଗୁ ପରେ ମାତ୍ର ୬ ଘଣ୍ଟାରେ ପ୍ରତ୍ୟାହାର କଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌

ଭାରତକୁ ପରୀକ୍ଷାଗାର ବୋଲି ବିଲ୍‌ ଗେଟ୍‌ସ ଦେଇଥିବା ମନ୍ତବ୍ୟରୁ ନେଇ ବିବାଦ

ତାଲିବାନର ଫରମାନ, ଆଫଗାନୀ ମହିଳା ନେଇ ପାରିବେନି ନର୍ସିଂ ଟ୍ରେନିଂ
=======================
ଆଜି ବିଶ୍ୱ ମୃତ୍ତିକା ଦିବସ
ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ
ଅନ୍ତର୍ଜାତୀୟ ନିଞ୍ଜା ଦିବସ

ଆଜି ଜନ୍ମଦିନ: ରବିଶ କୁମାର, ଶିଖର ଧାୱନ, ଗୁଲାମ ଅଲ୍ଲୀ, ନାଦିରା, ଦୟାନିଧି ମାରାନ, ନବକିଶୋର ରାୟ, ଅରବିନ୍ଦ ସିଂ (କ୍ରିକେଟ)

ଆଜି ତିରୋଧାନ: ଶ୍ରୀ ଅରବିନ୍ଦ ଘୋଷ

ଇତିହାସରେ ଆଜି: (୧୯୪୩) ଜାପାନୀ ବିମାନ ଦ୍ୱାରା କଲିକତାରେ ବୋମାମାଡ଼/ (୧୯୫୫) ଘରକୁ ଟେଲିଫୋନ ଏସଟିଡି ସେବା ଆରମ୍ଭ/ (୧୯୯୯) ଭାରତୀୟ ଯୁକ୍ତାମୁଖୀ ହେଲେ ବିଶ୍ୱ ସୁନ୍ଦରୀ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

ଗଛ ବଞ୍ଚାନ୍ତୁ, କାଗଜ ବ୍ୟବହାର କମ କରନ୍ତୁ, ଅନଲାଇନରେ ନିଉଜ ପଢନ୍ତୁ

Odia newspaper Samaja

04 Dec, 02:40


*ଖବର ଆଜିର, ୪ ଡିସେମ୍ବର, ବୁଧବାର*
=======================
ଆହୁରି ବଢିବ ବିଧାୟକଙ୍କ ଦରମା ଓ ପେନସନ। ବଢ଼ାଇବା ପାଇଁ ରାଜ୍ୟ ସରକାର କମିଟି ଗଠନ କଲେ

ମାଟ୍ରିକ୍‌ ମୂଲ୍ୟାୟନରେ ସ୍ୱଚ୍ଛତାକୁ ବୋର୍ଡର ଗୁରୁତ୍ୱ, ୩୦ ଜିଲ୍ଲା ପାଇଁ ୩୯୦ ମାଷ୍ଟର୍‌ ଟ୍ରେନର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଆରମ୍ଭ। କିଛି କାର୍ଯ୍ୟକ୍ରମ ରେ ଯୋଗଦେଲେ। ରାଜଧାନୀର ଅନେକ ରାସ୍ତାରେ ଟ୍ରାଫିକ ପ୍ରବଳ ଜାମ

ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭାରେ ବିଜ୍ଞପ୍ତି ପ୍ରକାଶ। ସୁଜିତ କୁମାର ଦଳ ଡେଇଁବା ପରେ ସିଟ ଖାଲି ଥିଲା

ଆଳୁ ସଙ୍କଟ ଜାରି। ବେପାରୀଙ୍କୁ ଆଳୁକିଣା ରସିଦ ମାଗିଲେ ସରକାର, କିଲୋ ଚାଳିଶ ଟଙ୍କାରେ ବିକିବାକୁ ତାଗିଦ

ବଜାରକୁ ଯିବାକୁ ଡରୁଛନ୍ତି ଲୋକ। ପରିବା, ତେଲ, ମସଲା ସବୁ ଦାମ ଆକାଶଛୁଆଁ। ବତୁରା ବୁଟ ମଟର ଝୋଳ ଖାଇଲେଣି ମଧ୍ୟମବର୍ଗ

ନୌସେନା ଦିବସ ପାଳନ ଉପଲକ୍ଷେ ଆଜି ପୁରୀରେ ସ୍କୁଲ ଛୁଟି

କନିଷ୍ଠ ଯନ୍ତ୍ରୀ ପଦ ଡିଗ୍ରୀଧାରୀ କରିପାରିବେ ନାହିଁ ଆବେଦନ, କହିଲେ ହାଇକୋର୍ଟ

ଝାରସୁଗୁଡ଼ା ମ୍ୟୁନିସିପାଲଟିରେ ମଶାମରା ତେଲ କିଣାରେ ଦୁର୍ନୀତି ଅଭିଯୋଗ ପରେ ତଦନ୍ତ ଆରମ୍ଭ

ମଶାରେ ଅତିଷ୍ଠ ଅନେକ ସହର। ଭୁବନେଶ୍ୱର, କଟକ, ବାଲେଶ୍ଵର, ବ୍ରହ୍ମପୁର ଓ ସମ୍ବଲପୁର ଅବସ୍ଥା ଖରାପ

ପାଞ୍ଚବର୍ଷରେ ରାଜ୍ୟରେ ମରିଛନ୍ତି ୩୪ କଲରାପତରିଆ ଓ ୩ ମହାବଳ ବାଘ

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଆଉ ଜଣଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ଘଟଣାର ସତ୍ୟତା ଉପରେ ପ୍ରଶ୍ନବାଚୀ

ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଚନ୍ଦନେଶ୍ଵର ରାସ୍ତାରେ ବସ୍‌-ବାଇକ୍ ମୁହାଁମୁହିଁ ଧକ୍କା, ଯୁବକ ମୃତ, ୨ ଗୁରୁତର

ଢେଙ୍କାନାଳ ରେ ଗହଣା ଦୋକାନରେ ପଶିଗଲା ଟ୍ରକ, ସିକ୍ୟୁରିଟି ଗାର୍ଡ ମୃତ, ମଦ୍ୟପ ଚାଳକ ଅଟକ

ଗଞ୍ଜେଇ ଓ ଚରସ ବେପାର ଅଭିଯୋଗରେ ବନ୍ଧା ହେଲେ ଓଡ଼ିଆ କୋରିଓଗ୍ରାଫର କାହ୍ନା ମହାନ୍ତି ଓ ସାଥୀ

କୋରାପୁଟ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ୬ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ

କଟକ ଜଗତପୁର ଅତୋଡ଼ା ଗାଁରେ ପାରିବାରିକ କଳହର ଯୋଗୁଁ, ଝିଅ ସହ ନିଜକୁ ଜାଳିଲା ମାଆ

ପୁରୀ ନିମାପଡ଼ା ରେ କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର

ଭଦ୍ରକ ଜିଲ୍ଲା କଇଥାଡିହ ପ୍ରାଥମିକ ବିଦ୍ୟାଳୟରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟି, ପୋଡିହେଲେ ଶିକ୍ଷକ

କେରଳରେ ସଡକ ଦୁର୍ଘଟଣାରେ ୫ ଡାକ୍ତରୀ ଛାତ୍ର ମୃତ, ସିନେମା ଦେଖିବା ପାଇଁ ଯାଉଥିଲେ

ଉତ୍ତରାଖଣ୍ଡ ରେ ଜାନୁଆରୀ ୨୮ରୁ ଜାତୀୟ କ୍ରୀଡ଼ା, ଭାଗ ନେବେ ୧୦୦୦ରୁ ଅଧିକ ଆଥଲେଟ୍

ବାଂଲାଦେଶରେ ଗିରଫ ସାଧୁ ଚିନ୍ମୟ ଦାସଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ। ଦେଶସାରା ଚାଲିଛି ହିନ୍ଦୁ ନରସଂହାର

ଦକ୍ଷିଣ କୋରିଆରେ ଜରୁରୀକାଳୀନ ସାମରିକ ଆଇନ ଲାଗୁ ଘୋଷଣା କଲେ ରାଷ୍ଟ୍ରପତି

କାନାଡାକୁ ରାଜ୍ୟ ଭାବରେ ଆମେରିକାରେ ମିଶାଇବା ପାଇଁ ଟ୍ରମ୍ପ ଙ୍କ ପରାମର୍ଶ
=======================
ଆଜି ଭାରତୀୟ ନୌସେନା ଦିବସ
ଅନ୍ତର୍ଜାତୀୟ ଚିତାବାଘ ଦିବସ

ଆଜି ଜନ୍ମଦିନ: ଆର. ଭେଙ୍କଟରମଣ, ଆଇକେ ଗୁଜୁରାଲ, ଅଜିତ ଅଗରକର, ଅଙ୍କିତ ରାଜପୁତ

ଆଜି ତିରୋଧାନ: ଶଶୀ କପୁର

ଇତିହାସରେ ଆଜି: (୧୯୫୯) ଭାରତ ନେପାଳ ମଧ୍ୟରେ ଗଣ୍ଡକ ଜଳସେଚନ ପ୍ରକଳ୍ପ ସ୍ବାକ୍ଷରିତ/ (୧୯୭୧) ପାକିସ୍ତାନ ନୌସେନା ଉପରେ ଭାରତର ଆକ୍ରମଣ/ (୧୯୮୪) ହିଜବୁଲ୍ଲା ଦ୍ୱାରା କୁୱେତ ବିମାନ ଅପହରଣ, ୪ ଯାତ୍ରୀଙ୍କୁ ହତ୍ୟା
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

03 Dec, 01:00


*ଖବର ଆଜିର*
ତାରିଖ:୦୩/୧୨/୨୪, ମଙ୍ଗଳବାର

୧-କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଡିସେମ୍ବର ତୃତୀୟ ସପ୍ତାହରେ ଆନ୍ଦୋଳନ କରିବେ ପ୍ରାଥମିକ ଶିକ୍ଷକ।

୨-ଜମୁଛି କୋଣାର୍କ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବ, ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ପ୍ରବଳ ଭିଡ଼।

୩-ପୁରୀ:ଭାରତୀୟ ନୌସେନାର ଫୁଲ ଡ୍ରେସ୍ ରିହର୍ସାଲ,ନୌବୀରଙ୍କ ରଣ ହୁଙ୍କାରରେ ଥରିଲା ମେଦିନି, ଉଛୁଳିଲା ସମୁଦ୍ର, ଚିରିଲା ଆକାଶର ଛାତି।

୪-ଆସନ୍ତା ବୁଧବାର ନୌସେନା ଦିବସ ଦେଖିବାକୁ ସମସ୍ତ ବିଧାୟକ ବସରେ ପୁରୀ ଯିବେ ବୋଲି ସୂଚନା।

୫-ଜାନୁଆରୀ ୭ ତାରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଡାଉନ ଲୋଡ଼ କରି ହେବ ଆଡ଼ମିଟ କାର୍ଡ।

୬-ଓଡିଶା ପୋଲିସ କନେଷ୍ଟବଳ ପରୀକ୍ଷା ପାଇଁ ଆଡମିଟ କାର୍ଡ ହେଲା ଜାରି:odisha police.gov.in

୭-ବଢିପାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ଚଳିତ ମାସ ୩୧ରେ ସରୁଛି ଚାକିରି କାର୍ଯ୍ୟକାଳ।

୮-ଆଜିଠୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୋଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି।

୯-ରାଜ୍ୟରେ ଶୀଘ୍ର କମିବ ଆଳୁ ଦର। ଉତ୍ତରପ୍ରଦେଶରୁ ଆସିଲା ଆଳୁ ଟ୍ରକ୍। ପର୍ଯ୍ୟାୟକ୍ରମେ ୩୦୦ ଆଳୁ ଟ୍ରକ୍ ଆସିବ।

୧୦-୨୪ ଘଣ୍ଟା ଭିତରେ ମାଡ଼ି ଆସୁଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା; କ୍ଷେତରେ ପଡ଼ିଛି ଧାନ, ଚିନ୍ତାରେ ଚାଷୀକୁଳ।

୧୧-ବଜାର ଦର ନିୟନ୍ତ୍ରଣରେ ସରକାର ଫେଲ୍ । ବିଧାନସଭାରେ ଗର୍ଜିଲେ ବିରୋଧୀ । କହିଲେ, ଆଉ ଶୁଣାଅନି ନାନାବାୟା ଗପ।

୧୨-ନବରଙ୍ଗପୁର: ଏଟିଏମ ଲୁଟ ଘଟଣାରେ ୭ ବର୍ଷ ସଜା ଶୁଣି କୋର୍ଟ ପରିସରରୁ ଦୁଇ ଆସାମୀ ଚମ୍ପଟ।

୧୩-ଗଞ୍ଜାମ: ଯାତ୍ରା ପେଣ୍ଡାଲରେ ଜୀଅନ୍ତା ଘୁଷୁରୀ ଖାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ,ପୁରୁଷୋତ୍ତମପୁର ଅଞ୍ଚଳର ଯାତ୍ରା କଳାକାର ବିମ୍ବାଧର ଗୌଡ ଗିରଫ।

୧୪-କିଟ୍ ରେ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ କ୍ରିକେଟ ଶୃଙ୍ଖଳା ଆରମ୍ଭ:ପ୍ରଥମ T20ରେ ୫ ରନ୍ ରେ ଭାରତ, ଅଷ୍ଟ୍ରେଲିଆ ଠାରୁ ପରାସ୍ତ।

୧୫-କେନ୍ଦ୍ରାପଡ଼ା କୁଦାନଗରୀ ଥାନା ଗଉଡ଼ଗାଁ:ପାରିବାରିକ ଝଗଡ଼ାରୁ ଟାଙ୍ଗିଆ ଚୋଟ,ବାପା ଆକ୍ରମଣରେ ଝିଅ, ଭଣଜା ଓ ପତ୍ନୀ ଗୁରୁତର।

୧୬-MKCG ମେଡିକାଲ କଲେଜରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !

୧୭-ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ସରକାର ଗଠନ କଲେ ଟାସ୍କଫୋର୍ସ । ୩୦ ଦିନ ଭିତରେ ଦେବ ରିପୋର୍ଟ ।

୧୮-ରାଜ୍ୟରେ ୪୭ ହଜାର ୯୦୨ଟି ମୋବାଇଲ ଟାୱାର ଅଛି । ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ଅଛି । ଅଧିକ 5G ଟାୱାର ଅପଗ୍ରେଡ କରାଯାଉଛି।

୧୯-କଂଗ୍ରେସ କର୍ମୀଙ୍କ ନଜର ଦିଲ୍ଲୀ ଉପରେ । ନୂଆ ପିସିସି ମୁଖିଆ ଚୟନ ପାଇଁ ଶେଷ କସରତ ଆରମ୍ଭ । ହାଇକମାଣ୍ଡଙ୍କ ହାତରେ ପର୍ଯ୍ୟବେକ୍ଷକଙ୍କ ସୁପାରିସ ରିପୋର୍ଟ।

୨୦-ପ୍ରୟାଗରାଜରୁ ଭୁବନେଶ୍ବର ସମେତ ୬ଟି ସହରକୁ ବିମାନ ଚଳାଚଳ ନେଇ ପ୍ରସ୍ତାବ ଦେଲା ଆଲାଏନ୍ସ ଏୟାର।

୨୧-ଶିକ୍ଷକତାରୁ ରାଜନୀତିରେ ପ୍ରବେଶ କଲେ ମୋଟିଭେସନାଲ ସ୍ପିକର ବା ସେଲିବ୍ରିଟି ଶିକ୍ଷକ ଭାବେ ପରିଚିତ ଅଓ୍ବଧ ଓଝା ସାର୍‌।

୨୨-ପଶ୍ଚିମବଙ୍ଗରେ ପଚିଲାଣି ଆଳୁ; ଦିଦିଙ୍କ ବିରୋଧରେ ଧର୍ମଘଟକୁ ଓହ୍ଲାଇବ ବ୍ୟବସାୟୀ ସଂଘ।

୨୩-ତାମିଲନାଡୁରେ ଭୂସ୍ଖଳନ ଯୋଗୁ ୭ ମୃତ, ବାତ୍ୟା ଫେଙ୍ଗାଲ ପ୍ରଭାବରେ ତିରୁଭାନ୍ନାମାଲାଇରେ ପ୍ରବଳ ବର୍ଷା ଯୋଗୁ ଘଟିଛି ଭୂସ୍ଖଳନ।

୨୪-ଗୁଏନା:ଫୁଟବଲ ଖେଳରେ ରେଫରିଙ୍କ ଏକ ବିବାଦୀୟ ନିଷ୍ପତ୍ତି ପାଇଁ ଭୟଙ୍କର ସଂଘର୍ଷ,୧୦୦ ମୃତ।

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029VaUgRXG5fM5gVRc7391u ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*


*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Odia newspaper Samaja

02 Dec, 02:55


*ଖବର ଆଜିର, ୨ ଡିସେମ୍ବର, ସୋମବାର*
=======================
ଚଳିତ ଆର୍ଥିକ ବର୍ଷରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା, ସାଢ଼େ ୩ କୋଟି ପାଇବେ କାର୍ଡ

ରାଜ୍ୟରେ ଆଳୁ ସଙ୍କଟ, କେଜି ଷାଠିଏ ଟଙ୍କା ହେଲା। ମନ୍ତ୍ରୀ କହିଲେ ଯଥେଷ୍ଟ ଆଳୁ ଗଚ୍ଛିତ ଅଛି। ଏଣେ ୟୁପିରୁ ଆସୁଛି ୩ଶହ ଟ୍ରକ ଆଳୁ

କ୍ରମାଗତ ୫ ମାସ ଧରି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ହୋଇଚାଲିଛି

ରାଜ୍ୟରେ ଏଡସ ପରିସ୍ଥିତି ନିୟନ୍ତ୍ରଣରେ, ଗଞ୍ଜାମରେ ସର୍ବାଧିକ ୨୦ ହଜାର ରୋଗୀ, ସୋନପୁରରେ ସର୍ବନିମ୍ନ ୧୫୦

ବରଗଡ଼ ଧନୁଯାତ୍ରା ପାଇଁ ଭୁବନେଶ୍ବର ପ୍ରଧାନଙ୍କ ନାମରେ ମୋହର ମାରିଲା ଚୟନ କମିଟି

ଆଜି ବ୍ରହ୍ମପୁର ଆଇଟିଆଇ ବୁଲି ଦେଖିବେ ପ୍ରମୋଦ ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ।

ଭଞ୍ଜନଗର ନୂଆପଲ୍ଲୀ ରେ ହାତୀ ଉତ୍ପାତ, ଦଳି‌ ପକାଉଛନ୍ତି କୁଡ଼ିଆ, ଖାଉଛନ୍ତି ଫସଲ

କେନ୍ଦୁଝର ମଙ୍ଗଳାପଶିରେ ୨୮ ଟିକିଆ ହାତୀ ପଲ, ୨ ଦିନ ଧରି ଖେଳାଇ ଚାଲିଛନ୍ତି ଆତଙ୍କ

ଅନୁଗୁଳରେ ଶିଶୁ ବିକ୍ରି, ହୋଟେଲ୍‌ରୁ ୨୧ ଦିନର ଶିଶୁକନ୍ୟା ଉଦ୍ଧାର

ବୌଦ୍ଧରେ ଅପରେସନ ଗ୍ରୀନ କ୍ଲିନ୍, ୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଗଂଜାମ ଜିଲ୍ଲା ହିଂଜିଳିରେ ଯାତ୍ରା ମଞ୍ଚରେ ସାପ ଖେଳ, ବନ୍ୟପ୍ରାଣୀ ଆଇନରେ କାର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗୀର ଜିଲ୍ଲା ବାନ୍ଧନପାଲୀ ଗାଁ ପାଖରେ ହାତୀ ଆକ୍ରମଣରେ ୩ ଜଣ ଆହତ, ୨ ଜଣ ଗୁରୁତର

ଭୁବନେଶ୍ୱର ପାଖ ପିପିଲିରେ ସିନ୍ଧିଚୋର ଉତ୍ପାତ, ୩୦ ଲକ୍ଷର ସୁନା ଗହଣା ଲୁଟି ନେଲେ

ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ ନିଖୋଜ ଥିଲେ ଆଶାକର୍ମୀ, ପୋଖରୀରୁ ମିଳିଲା ମୃତଦେହ

ଫୁଲବାଣୀ ରେ ସରକାରୀ ବାସଭବନରେ କୃଷି ଉଦ୍ୟାନ ବିଭାଗ କର୍ମଚାରୀଙ୍କ ଆତ୍ମହତ୍ୟା

ବାଲେଶ୍ଵର ରେ ବେଆଇନ ଗୋ ଚାଲାଣ ବେଳେ ଓଲଟିଲା ପିକଅପ୍ ଭ୍ୟାନ୍, ୫ ଷଣ୍ଢ ମୃତ, ଡ୍ରାଇଭର ଓ ହେଲପରଙ୍କୁ ମାଡ଼

ବାତ୍ୟା ଫେଙ୍ଗଲ୍ ଯୋଗୁ ତାମିଲନାଡୁ-ପୁଡୁଚେରୀରେ ବନ୍ୟା ସ୍ଥିତି

ଲୋକେ ହନ୍ତସନ୍ତ, ସରକାର ମାଲାମାଲ। ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ଦେଶର ବିଦେଶୀ ମୁଦ୍ରା ଭଣ୍ଡାର କମି ଚାଲିଛି। ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହେଲା

ଆଇସିସି ଅଧ୍ୟକ୍ଷଭାବେ ଦାୟିତ୍ବ ଗ୍ରହଣ କଲେ ଅମିତ ଶାହାଙ୍କ ପୁଅ ଜୟ ଶାହା

ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଆଉ ଜଣେ ହିନ୍ଦୁ ପୁରୋହିତ ବିନା କାରଣରେ ଗିରଫ
=======================
ଆଜି ଜାତୀୟ ପ୍ରଦୂଷଣ ନିରୋଧ ଦିବସ
ବିଶ୍ୱ କ୍ରୀତଦାସ ପ୍ରଥା ଉଚ୍ଛେଦ ଦିବସ

ଆଜି ଜନ୍ମଦିନ: ମନୋହର ଯୋଶୀ, ଜେପି ନଡ୍ଡା, କେଭି କାମାତ, ବୋମାନ ଇରାନୀ, ସିଲକ ସ୍ମିତା, ଦେବୁ ବୋଷ, ରାଜେଶ ଧୂପର, ଦେବେନ୍ଦ୍ର କୁମାର (କ୍ରିକେଟ)

ଆଜି ତିରୋଧାନ: ଦେବେନ ବର୍ମା

ଇତିହାସରେ ଆଜି: (୧୯୪୨) ପଣ୍ଡିଚେରୀରେ ଶ୍ରୀ ଅରବିନ୍ଦ ଆଶ୍ରମ ସ୍କୁଲ ସ୍ଥାପିତ/(୧୯୭୧) ବ୍ରିଟିଶ ଶାସନରୁ ୟୁଏଇ ମୁକ୍ତ/ (୧୯୮୯) ଭିପି ସିଂହ ଭାରତର ପ୍ରଧାନମନ୍ତ୍ରୀ ହେଲେ/ ବୀମା କ୍ଷେତ୍ରରେ ଘରୋଇ ନିବେଶ ପାଇଁ ଅନୁମୋଦନ
=======================
WhatsApp channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

02 Dec, 00:08


ସତର୍କ ରୁହନ୍ତୁ

Odia newspaper Samaja

02 Dec, 00:08


ଆଜି ବିଶ୍ବ ଏଡ୍‌ସ ଦିବସ: ପୁରୁଷ-ପୁରୁଷ ସଂପର୍କରୁ ଏଚ୍‌ଆଇଭି ବଢ଼ୁଛି

ପୁରୁଷମାନଙ୍କ ସମଲିଙ୍ଗୀ ଯୌନ ସଂପର୍କ(ଏମ୍‌ଏସ୍‌ଏମ୍‌) କାରଣରୁ ରାଜ୍ୟରେ ଏଚ୍‌ଆଇଭି ସଂକ୍ରମଣ ବଢ଼ୁଛି। ବିଗତ କିଛିବର୍ଷ ହେବ କଲେଜ ପିଲା ଓ ଯୁବଗୋଷ୍ଠୀ ଏଥିପାଇଁ ଏଚ୍‌ଆଇଭିର ଶିକାର ହେଉଥିବା ନଜରକୁ ଆସିଛି। ସାଧାରଣ ନାଗରିକ, ଗର୍ଭବତୀ ମହିଳା ଓ ମହିଳା ‌ଯୌନକର୍ମୀଙ୍କ କ୍ଷେତ୍ରରେ ଥିବା ସଂକ୍ରମଣ ହାର(ଟିପିଆର)ଠାରୁ ପୁରୁଷ ଯୌନକର୍ମୀ ସଂକ୍ରମଣ ହାର ଅଧିକ ରହିଛି। ଯାହାକି ରାଜ୍ୟ ପାଇଁ ଏବେ ଚିନ୍ତାର ବିଷୟ ହୋଇଛି।

ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ‌ସାଧାରଣ ନାଗରିକ, ଯୌନ କର୍ମୀଙ୍କ କ୍ଷେତ୍ରରେ ଏଚ୍‌ଆଇଭିର ଟିପିଆର ୦.୩% ରହିଥିବା ବେଳେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହା ୦.୦୨୩% ରହିଛି। ହେଲେ ସମଲିଙ୍ଗୀ ପୁରୁଷ ଯୌନକର୍ମୀଙ୍କ କ୍ଷେତ୍ରରେ ଏହା ୦.୮% ଦେଖିବାକୁ ମିଳିଛି। ବ୍ୟାପକ ସଚେତନତା ସତ୍ତ୍ବେ ଏଥିରେ ବିଶେଷ ସୁଧାର ଆସୁନାହିଁ।

ରାଜ୍ୟରେ ୨୦୦୨ ମସିହାରୁ ୨୦୨୪ ଅକ୍ଟୋବର ମାସ ପର୍ଯ୍ୟନ୍ତ ୬୩,୪୩୭ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୪୨,୫୦୨ଜଣ ପୁରୁଷ ଓ ୨୦,୯୩୫ଜଣ ମହିଳା ଅଛନ୍ତି। ଆଜି ପର୍ଯ୍ୟନ୍ତ ୧୨,୬୨୯ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୩,୪୭୧ ଆକ୍ରାନ୍ତ ବା ୩୭% ହେଉଛନ୍ତି ଯୁବ ଗୋଷ୍ଠୀ। ଏବେ ୪୭,୫୦୮ଜଣ ଏଚ୍‌ଆଇଭି ଆକ୍ରାନ୍ତ(ପିଏଲ୍‌ଏଚ୍‌ଆଇଭି) ରହିଛନ୍ତି। ଯାହାକି ସମୁଦାୟ ଜନସଂଖ୍ୟାର ୦.୧୨%। ଗତବର୍ଷ ରାଜ୍ୟରେ ୩୭୧୨ଜଣ ଓ ଚଳିତବର୍ଷ ଅକ୍ଟୋବର ସୁଦ୍ଧା ୨୭୧୪ଜଣ ଚିହ୍ନଟ ହୋଇଛନ୍ତି। ଯୁବ ଗୋଷ୍ଠୀଙ୍କ ଭିତରେ ଏଚ୍‌ଆଇଭି ସଚେତନତା ବଢ଼ାଇବା ଲାଗି ସ୍କୁଲ ଓ କଲେଜରେ ରେଡ୍ ରିବନ୍ କ୍ଲବ୍‌ ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନସୁଦ୍ଧା ୭ଶହ କଲେଜ, ୮ଶହ ସ୍କୁଲକୁ ମିଶାଇ ସମୁଦାୟ ୧୫ଶହ କ୍ଲବ୍ କାର୍ଯ୍ୟ କରୁଛି। ଆସନ୍ତାବର୍ଷକୁ ଆହୁରି ୧୦୦ ସ୍କୁଲ ଓ କଲେଜରେ ରେଡ୍‌ ରିବନ୍‌ କ୍ଲବ୍ ବଢ଼ାଇବାକୁ ଯୋଜନା ହୋଇଛି।

Odia newspaper Samaja

01 Dec, 03:25


🌸 ଲେକ୍ସାନନ୍ଦ ଉବାଚ 🌸

ପ୍ରଥମରୁ କହି ରଖେ ଏଇଟା ଗୋଟେ ମିଛ ଘଟଣା। ଯଦି ଆପଣ ଏହାକୁ ସତ ଘଟଣା ବୋଲି ଭାବନ୍ତି, ତେବେ ବି କିଛି ଅସୁବିଧା ନାହିଁ। କିଛି ବର୍ଷ ତଳର କଥା। କୌଣସି ଏକ ଆଲୋଚନା ଚକ୍ର ରେ ମୁଁ ଶ୍ରୋତା ହେଇ ଭାଗ ନେଇ ଥିଲି। ଯେହେତୁ ମୁଁ ବକ୍ତା କମ୍, ଶ୍ରୋତା ଅଧିକ। ଯେଉଁଠି ଟିକେ ଭଲ କିଛି ଶୁଣିବାକୁ କି ଶିଖିବାର ସୁଯୋଗ ଆସେ , ମୁଁ ସେଠାକୁ ଚାଲିଯାଏ। ସେଦିନ ବି ସେମିତି ଗୋଟେ ସଭାରେ ଉପସ୍ଥିତ ଥିଲି। ଠିକ୍ ଏଇ ନଭେମ୍ବର ମାସର ଶୀତ। ଏ ଶୀତ ପାଇଁ ଅଳସୁଆ ହେବା କାରଣରୁ ମୁଁ ଟିକେ ବିଳମ୍ବ ରେ ଯାଇ ପହଞ୍ଚିଲି। ସେତେବେଳକୁ ଆରମ୍ଭ ହେଇ ସାରିଥିଲା ସଭା। ଆଗ ପଟ ଧାଡ଼ି ରେ କେଇ ଖଣ୍ଡ ଚେୟାର ଫାଙ୍କା ପଡିଥିବା ସତ୍ତ୍ବେ ମଧ୍ୟ, ସମୟାନୁବର୍ତ୍ତିତା ଲଜ୍ଜ୍ୟା କାରଣରୁ ପଛ ଆଡ଼କୁ ବସିବା ଠିକ୍ ମନେ କଲି। ଚେୟାର ରେ ବସିବା ପରେ ତତକ୍ଷଣାତ୍ ଫୋନ୍ କୁ ମଧ୍ୟ ସାଇଲେଣ୍ଟ କରି ଦେଲି। ଏବଂ ଆଲୋଚନା ଶୁଣିବାରେ ଲାଗିଲି। ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଖୁବ୍ ଜ୍ଞାନବର୍ଦ୍ଧକ ବକ୍ତବ୍ୟ ଆରମ୍ଭ କରି ସାରିଥାନ୍ତି। ଆପାତଃ ହଲ୍ ବସିଥିବା ସମସ୍ତ ଲୋକ ଏକ ଲୟରେ ବକ୍ତବ୍ୟ ଶୁଣୁ ଥାଆନ୍ତି। ଏତିକି ବେଳେ କେହି ଜଣେ ମୋ କାନ୍ଧରେ ହାତ ମାରି ଡାକିବା ଅନୁଭବ କଲି। ଜଣେ ବୟସ୍କ ବ୍ୟକ୍ତି। ବେଶ ପୋଷାକରୁ ସେ ଜଣେ ଉଚ୍ଚଶିକ୍ଷିତ କିମ୍ୱା ଖୁବ୍ ଜ୍ଞାନୀ ଭଳି ବି ଲାଗୁ ଥାଆନ୍ତି। ଏ ଭିତରେ ସେ ମୋତେ ନିକଟରେ ଫାଙ୍କା ପଡିଥିବା ଚେୟାରକୁ ହାତ ଦେଖେଇ " ଏଠି କିଏ ଅଛନ୍ତି ?" ବୋଲି ପ୍ରଶ୍ନ ପଚାରିଲେ। ମୁଁ ନା କହିବାର ଉତ୍ତର ସହ ସେ ପାଖ ଚେୟାର ରେ ମଧ୍ୟ ବସି ପଡିଲେ। ଯେହେତୁ ସେ ମୋ ପାଖରେ ବସିଥିଲେ ଶୌଜନ୍ୟ ଦୃଷ୍ଟିରୁ ମୁଁ କେତେକ ପ୍ରଶ୍ନ ମଧ୍ୟ ପଚାରି ଦେଉଥିଲି। ଆଲୋଚ୍ୟ ବିଷୟ ବସ୍ତୁ ଠାରୁ ଆରମ୍ଭ କରି ଅନାଲୋଚିତ ବିଷୟ ଯାଏ, ସେ କିଛି ସମୟ ମଧ୍ୟରେ ଖୁବ୍ ଆମେ ଆଲୋଚନା କଲୁ। ତାଙ୍କ କଥାବାର୍ତ୍ତାରୁ ଲାଗୁଥିଲା ସେ ଜଣେ ଜ୍ଞାନୀ ବ୍ୟକ୍ତି।ବହୁତ୍ କଥା ମଧ୍ୟ ଶିଖିବାକୁ ମିଳିଥିଲା। ସଭା ଶେଷ ପରେ ମୁଁ ଫେରି ଆସିଲି, କିନ୍ତୁ ଏତେ ସମୟ ବାର୍ତ୍ତାଳାପ ପରେ ତାଙ୍କ ବିଷୟରେ ପଦୁଟିଏ ମଧ୍ୟ ପଚାରି ପାରିଲି ନାହିଁ। ଏମିତି ସମୟ ଚକ୍ର ରେ ପାଖା ପାଖି ୩ ବର୍ଷ ପରେ ପୁଣି ସେ ପ୍ରକାର ସଭା, ସେ ସ୍ଥାନ ରେ ଆୟୋଜନ ହୁଏ। ଏଥର ବି ମୁଁ ଯାଇ ଥାଏ। ସଭା ପୂର୍ବରୁ ପହଞ୍ଚିବା ହେତୁ,ଆଗ ଧାଡ଼ି ଚେୟାର ଦେଖି ବସି ସାରିଥିଲି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସଭା ଆରମ୍ଭ ହେଇ ସାରିଥିଲା। କାହିଁକି କେଜାଣି ମୁଁ ସେ ବୟସ୍କ ବ୍ୟକ୍ତିଙ୍କୁ ଖୋଜୁ ଥିଲି। ବେଳେବେଳେ ପଛକୁ ବି ବୁଲି ଚାହିଁବା ର ପ୍ରଚେଷ୍ଟା କରୁଥିଲି। ମୋତେ ଲାଗୁଥିଲା ସେ ଆଜି ନିଶ୍ଚିତ ଆସିଥିବେ। ଆଉ ମୋର ବି ନିଶ୍ଷୟ ଦେଖା ହେବେ। ତଥାପି ଏତେ ଚେଷ୍ଟା ପରେ ସଭା ଶେଷ ହେବା ଯାଏ ମୁଁ ତାଙ୍କୁ ଖୋଜି ପାଇଲି ନାହିଁ। ସଭା ଶେଷ ହେଲା। ମୁଁ ଫେରିଲା ବେଳେ କେହି ଜଣେ ପଛ ରୁ "Excuse Me" କହିବାର ଲାଗିଲା। ମୁଁ ପଛକୁ ବୁଲି ସତେ ଯେମିତି ଆଶ୍ଚର୍ଯ୍ୟ ହେଲି। କାରଣ ମୋତେ ଡାକିଥିବା ସେ ବୟସ୍କ ବ୍ୟକ୍ତି ହିଁ ଥିଲେ। ମୋ ପାଟିରୁ କିଛି କଥା ବାହାରିବା ପୂର୍ବରୁ ସେ କହିଲେ " ମୁଁ ମନେ ମନେ ଆପଣଙ୍କୁ ହିଁ ଖୋଜୁଥିଲି। ମୋତେ ଲାଗୁଥିଲା ଆପଣ ନିଶ୍ଚୟ ଆସିଥିବେ "। ବାସ୍ ମୁଁ ଏ କଥାକୁ ଏଇଠି ରଖୁଛି। ମୂଳ କଥାକୁ ଫେରିବା।

ଏ ପ୍ରକାର ଘଟଣା ସମସ୍ତଙ୍କ ସହ ଘଟେ। କେମିତି ଆପଣ ଯାହାକୁ ମନେ ମନେ ଖୋଜନ୍ତି , ସେ ହଠାତ୍ ଭେଟ ହୁଅନ୍ତି କେମିତି ? ଇଚ୍ଛା ଶକ୍ତି ବୋଲି କିଛି ଅଛି କି ? କେବେ ଆପଣ ଭାବିଛନ୍ତି,ଏମିତି ଘଟିବାର କାରଣ କଣ। ଭାଗବତରେ ଗୋଟେ ପଦ ଅଛି " ଏ ମନ ଭାବୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା "। ତାହାର ଅର୍ଥ ଯାହାକୁ ଆପଣ ନିଜର ଇଛା ଶକ୍ତି ବଳରେ ପାଇବାକୁ ଇଚ୍ଛା କରନ୍ତି, ତାହା ନିଶ୍ଚିତ ମିଳେ। ଏଇଟା ଗୋଟେ ବିଶ୍ୱାସ ନୁହେଁ, ପ୍ରମାଣିତ ମଧ୍ୟ। ମଣିଷ ଜୀବନରେ ଏଇଟା ଘଟେ। ଯଦି ପ୍ରକୃତରେ ଆପଣ କିଛି ପାଇବାକୁ ଇଚ୍ଛା କରୁଛନ୍ତି ଏବଂ ଦୃଢ଼ ଇଚ୍ଛା ଶକ୍ତି ବଳରେ ପରିଶ୍ରମ ବି କରୁଛନ୍ତି। ଆପଣ ନିହାତି ସଫଳତା ପାଇବେ। ମୋ ଭାଷା ରେ କହିବାକୁ ଗଲେ " କିଛି ଗୋଟେ ପାଇବାକୁ ହେଲେ, ସେ ଜିନିଷ ପ୍ରତି ଭୋକ ରହିବା ଦରକାର "। ଯଦି ଆପଣ ନିଶ୍ଚିତ କରି ସାରିଛନ୍ତି, ମୋତେ ଜୀବନରେ ଏଇଟା କରିବାର ଅଛି। ତେବେ ଆପଣ ନିଶ୍ଚିତ ରୁହନ୍ତୁ ସେ କର୍ମ ରେ ଆପଣଙ୍କୁ ଭଗବାନ ବି ସାହାଯ୍ୟ କରିବେ। ଆପଣଙ୍କର କେବଳ ଦୃଢ଼ ଇଛା ଶକ୍ତି ରହିବା ଦରକାର। ଆପଣଙ୍କ ଇଚ୍ଛା ଶକ୍ତି କି ଆପଣଙ୍କୁ ବଳ ଦେବ ପରିଶ୍ରମ କରିବା ପାଇଁ। ଆପଣ ଗୋଟେ ସରଳ ପରୀକ୍ଷା କରି ଦେଖନ୍ତୁ , କୌଣସି ଦିନ ଯଦି ଆପଣଙ୍କର ଏକା କାମ କରିବାକୁ ଇଛା ନଥିବ, ସେଦିନ ଯେତେ ଚେଷ୍ଟା କଲେ ବି ସେ କାମ ସଂପୂର୍ଣ୍ଣ ହେଇ ପାରୁ ନଥିବ। କିଛି ନା କିଛି ବିଘ୍ନ ହେଉଥିବ। ଯେବେ ଆପଣ ମନ ଲଗେଇ କାମ କରିବା ଆରମ୍ଭ କରିବେ ଚୁଟକି ରେ ହେଇ ଯିବ। ଶେଷରେ ମୋର କହିବାର କଥା ହେଲା ଯଦି ଆପଣ ନିଜ ମନ ସାହାଯ୍ୟରେ ଦୃଢ଼ ଇଛାଶକ୍ତି ଜାଗ୍ରତ କରାଇ ଦେଲେ। ସେ ଯେତେ କଷ୍ଟସାଧ୍ୟ କାମ ବି ଆପଣଙ୍କ ପାଇଁ ସହଜ ହେଇ ଯିବ। ଏମିତି ଉପାୟରେ ହେବେ ତାହା ଆପଣ କେବେ ବିଶ୍ୱାସ କରି ନଥିବେ। ଜୀବନରେ ଯଦି କିଛି ପାଇବାକୁ ଚାହୁଁଛନ୍ତି ପ୍ରଥମେ ସେଇଟାକୁ ଆପଣଙ୍କର ଦୃଢ଼ ଇଚ୍ଛା ବନାନ୍ତୁ। ସଫଳତାର ବାଟ ଆପେ ଆପେ ମିଳିବ।

"Kehte hain agar kisi cheez ko dil se chaho … to puri kainaat usse tumse milane ki koshish mein lag jaati hai…"

✍️ LEXBHAI
WhatsApp Channel Join
https://whatsapp.com/channel/0029VaUhaMzCsU9MHcJJfG3L

Odia newspaper Samaja

01 Dec, 01:39


*ଖବର ଆଜିର, ୧ ଡିସେମ୍ବର, ରବିବାର*
=======================
ଆଗାମୀ ଚାରିଦିନ ରାଜ୍ୟରେ ପାଗ ମେଘୁଆ ରହିବ। ବଢିବ ଶୀତ, ୧୦ ଡିଗ୍ରୀ ତଳକୁ ଖସିଲା କୋରାପୁଟ ଓ ଦାରିଙ୍ଗବାଡ଼ି

ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୭ ଟଙ୍କା ୬୪ ପଇସା, ଷଷ୍ଠରୁ ଅଷ୍ଟମ ପିଲାଙ୍କ ପାଇଁ ୧୦ ଟଙ୍କା ୯୪ ପଇସା ହେଲା

ଶ୍ରୀମନ୍ଦିରରେ ଦେବ ଦିପାବଳୀ ତିନିଦିନ ହେବ, ଶ୍ରାଦ୍ଧବେଶରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ବାଢ଼ିବେ ମହାବାହୁ

ଆଜିଠାରୁ ଜୟପୁରରୁ ଭୁବନେଶ୍ୱରକୁ ସବୁଦିନ ୨ ଫ୍ଲାଇଟ୍‌ ନିୟମିତ ଉଡ଼ାଣ ହେବ

ଓଡ଼ିଶା ହାଇକୋର୍ଟରେ ୧୪ ବିଚାରପତି ପଦ ଖାଲି, ହଜାର ହଜାର ମାମଲା ପଡିରହିଛି

ମନଇଚ୍ଛା ପଡିଥିବା ଗାଡି ଫାଇନ ୧୨୧୫ କୋଟି ଟଙ୍କା ଆଦାୟ ହୋଇପାରୁନି। ଗାଡ଼ି ମାଲିକ ରାଜି ହେଉନାହାନ୍ତି

ଡିସେମ୍ବର ୪ ରେ ନୌସେନା ଦିବସ ଉତ୍ସବ ପାଳନ ପାଇଁ କଟକଣା ପୁରୀ ସମୁଦ୍ରରେ ସ୍ନାନ ମନା

ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜନ ହେବ ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ

ଆଳୁ ଦାମ ବଢି ୪୦ ଟଙ୍କା ହେଲା। ମନ୍ତ୍ରୀଙ୍କ ମୁହଁ ଟାଣ, କହିଲେ ଆମେ ମାଗିଖିଆ ପରି ପଶ୍ଚିମବଙ୍ଗକୁ ଆଳୁ ମାଗିବୁ ନାହିଁ

ରାଉରକେଲା କୁଆରମୁଣ୍ଡାରେ ଗ୍ରାମୀଣ ଶିଳ୍ପ ଉଦ୍ୟାନ ଖତ ଖାଉଛି। ଡିଏମ୍‌ଏଫ୍‌ ପାଣ୍ଠିରୁ ୨ କୋଟି ୭୦ ଲକ୍ଷ ଖର୍ଚ୍ଚରେ ହୋଇଥିଲା

କଟକରେ ସମ୍ପର୍କ ଯୋଡି ୨.୩ କୋଟି ଠକେଇ, ଆକ୍ସିସ୍ ବ୍ୟାଙ୍କ ରିଲେସନସିପ୍ ମ୍ୟାନେଜର କ୍ଷୀରୋଦ ଗିରଫ

ନୟାଗଡ଼ ରାଜସୁନାଖଳା ମେଡିକାଲରୁ ନବଜାତକ ଶିଶୁ ଚୋରି। ପୋଲିସ ଟେର ପାଉନି

ଭିଜିଲାନ୍ସ କୋର୍ଟରେ ୫ ପୂର୍ବତନ ସରପଞ୍ଚଙ୍କ ସମେତ ୧୪ ଜଣ ଦୋଷୀ ସାବ୍ୟସ୍ତ

ସୁନ୍ଦରଗଡ ଜିଲ୍ଲାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ହେମଗିରି ତହସିଲଦାର

ମୟୁରଭଞ୍ଜରେ ରାଞ୍ଚି ବିଜୟୱାଡା ରାଜପଥରେ ୩ଟି ଦୁର୍ଘଟଣା, ୪ ଜଣଙ୍କର ମୃତ୍ୟୁ, ୩ ଜଣ ଗୁରୁତର

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଆଶ୍ରମ ସ୍କୁଲରେ ପାଠ ପଢ଼ୁଥିବା ବେଳେ ଚତୁର୍ଥ ଶ୍ରେଣୀ ଛାତ୍ରୀର ମୃତ୍ୟୁ

କଟକ ବାରଙ୍ଗରେ ପୁଅ ଓ ବୋହୂଙ୍କୁ ନିଆଁ ଲଗାଇ ଜାଳି ଦେଲା ବାପା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବୌଦ୍ଧ ନାରାୟଣନଗରରେ ଘର ଟ୍ରାକ୍ଟର ତଳେ ଚାପି ହୋଇ ୩ ବର୍ଷର ଶିଶୁପୁତ୍ର ମୃତ

ମୟୂରଭଂଜ ଦୁଆରଶୁଣୀ ଘାଟିରେ ଦୁଇ ଟ୍ରକ୍‌ ମଧ୍ୟରେ ଧକ୍କା, ଜଣକର ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଫେଙ୍ଗାଲ୍ ବାତ୍ୟା ଲ୍ୟାଣ୍ଡଫଲ୍ ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଏବଂ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି

ୟୁପି ବାରାଣାସୀ ଷ୍ଟେସନର ପାର୍କିଂ ଅଞ୍ଚଳରେ ବଡ଼ ଅଗ୍ନିକାଣ୍ଡ, ୨୦୦ ରୁ ଅଧିକ ଦୁଇ ଚକିଆ ଯାନ ଜଳିଗଲା

ଦେଶର ଜିଡିପି କମିଲା, ଜୁଲାଇ-ସେପ୍ଟେମ୍ବର ରେ ଅଭିବୃଦ୍ଧି ୫.୪%

୧୯ ବର୍ଷରୁ କମ କ୍ରିକେଟ ଏସିଆ କପ୍‌ ରେ ଭାରତୀୟ ଦଳକୁ ୪୪ ରନ୍‌ରେ ହରାଇଲା ପାକିସ୍ତାନ

ବାଂଲାଦେଶରେ ଆଉ ଜଣେ ଇସ୍କନ ସାଧୁ ଶ୍ୟାମ ଦାସ ପ୍ରଭୁଙ୍କୁ ଗିରଫ କରାଗଲା
=======================
ଆଜି ବିଶ୍ୱ ଏଡସ ସଚେତନତା ଦିବସ

ଆଜି ଜନ୍ମଦିନ: ରାଜା ମହେନ୍ଦ୍ର ପ୍ରତାପ,

ଆଜି ତିରୋଧାନ: ବିଜୟଲକ୍ଷ୍ମୀ ପଣ୍ଡିତ

ଇତିହାସରେ ଆଜି: (୧୯୩୩) କଲିକତା ଢାକା ମଧ୍ୟରେ ବିମାନସେବା ଆରମ୍ଭ/ (୧୯୫୯) ପୃଥିବୀର ପ୍ରଥମ ରଙ୍ଗୀନ ଫଟୋ ଉତ୍ତୋଳନ/ (୧୯୬୩) ନାଗାଲାଣ୍ଡ ହେଲା ଦେଶର ୧୬ତମ ରାଜ୍ୟ/ (୧୯୬୫) ବିଏସଏଫ ବାହିନୀ ଗଠିତ/ (୧୯୫୫) ଆମେରିକାରେ ଗୋରା ବ୍ୟକ୍ତିଙ୍କୁ ସିଟ ନଛାଡି କଳା ମହିଳା ଗିରଫ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

30 Nov, 03:16


*ଖବର ଆଜିର, ୩୦ ନଭେମ୍ବର, ଶନିବାର*
=======================
ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା, ପାଚିଲା ଧାନ ପାଇଁ ଚିନ୍ତାରେ ଚାଷୀ କୁଳ

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହା। ଜନସଭାକୁ ସମ୍ବୋଧନ, ବିଭିନ୍ନ ରାସ୍ତାରେ ଟ୍ରାଫିକ କଟକଣା

ଓଡ଼ିଶାବାସୀ ମୋତେ ବହୁତ ଭଲ ପାଉଛନ୍ତି, ଜନସଭାରେ କହିଲେ ମୋଦୀ

ଇନ୍ଦ୍ରାବତୀ ନଦୀରୁ ମହାସିର ମାଛ ଆବିଷ୍କାର କଲା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଭାବେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ପୁରସ୍କୃତ

ଆଳୁ ଗାଡ଼ି ଫେରାଇନେଲେ ମମତା ଦିଦି, ତିନିମାସ ପାଇଁ କଟକଣା, ଓଡ଼ିଶାରେ ପୁଣି ଆଳୁ ସଙ୍କଟ ଆଶଙ୍କା

ମୋଦୀଙ୍କ ବ୍ୟକ୍ତିଗତ ସୁରକ୍ଷାରେ ଥିବା ମହିଳା କମାଣ୍ଡୋଙ୍କ ଫଟୋ ଭାଇରାଲ, ନାରୀ ଶକ୍ତିର ପ୍ରଶଂସା

ଢେଙ୍କାନାଳ ଅଉଖମା ଗ୍ରାମରେ ପୁଲିସ ପରିବାରକୁ ଅର୍ଥନୈତିକ, ସାମାଜିକ ଓ ଧାର୍ମିକ ବାସନ୍ଦ କଲେ କଙ୍ଗାରୁ କୋର୍ଟ

ମାଲକାନଗିରି ରେ ମହିଳା ମାଓବାଦୀ ଗିରଫ, କେନ୍ଦ୍ରୀୟ ନେତା ଉଦୟର ଅଙ୍ଗରକ୍ଷକ ଥିଲା, ନାମରେ ୨ ଲକ୍ଷ ପୁରସ୍କାର

କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ବାଘଛାଲ ସହ ଦେଶୀ ବନ୍ଧୁକ ଜବତ, ଦୁଇ ଅଭିଯୁକ୍ତ ଅଟକ

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ ନାଳକୁ ଖସିଲା ଦ୍ରୁତଗାମୀ କାର୍‌, ମହିଳାଙ୍କ ସମେତ ଦୁଇ ମୃତ, ଜଣେ ଗୁରୁତର

ବୌଦ୍ଧ ଜହ୍ନାପଙ୍କ ପାଖରେ ଦୁଇଟି ବାଇକକୁ ଧକ୍କା ଦେଇ କାର ଫେରାର, ଜଣେ ମୃତ ୪ ଗୁରୁତର

ନୂଆପଡ଼ା ଜିଲ୍ଲା ରାଣୀମୁଣ୍ଡା ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୁରଣ ଦାବୀରେ ପରିବାର ଦେଲେନି ଶବ

ଅନୁଗୁଳ ପାତ୍ରପଡ଼ାରେ ଅନୈତିକ ସମ୍ପର୍କ ପାଇଁ ଗୁଳିକାଣ୍ଡ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି

କନ୍ଧମାଳ ଖଜୁରୀପଡ଼ା ପ୍ରାଥମିକ ବିଦ୍ୟାଳୟରେ ଦିନ ୧୧ଟା ପର୍ଯ୍ୟନ୍ତ ଝୁଲୁଛି ତାଲା, ଅଭିଭାବକଙ୍କ ଅଭିଯୋଗ

ମାପ ଓ ଓଜନ ଅଭିଯୋଗରେ ବ୍ୟବସାୟୀଙ୍କ ଠାରୁ ୪.୯୯ଲକ୍ଷ ଜୋରିମାନା ଆଦାୟ।

ଏକ କୋଟି ୪୦ ଲକ୍ଷ ଟଙ୍କାର ହେରଫେର ମାମଲାରେ ରାଜସ୍ବ ସହକାରୀ ଗିରଫ

ଫୁଲବାଣୀରେ ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଶିକ୍ଷକଙ୍କୁ ୪ ବର୍ଷ କାରାଦଣ୍ଡ।

ବାଲେଶ୍ବର ସୋର ସିଙ୍ଗାଖୁଣ୍ଟା ବଜାରରେ ଚୋରି ପରେ ଗ୍ରୋସରୀ ଦୋକାନରେ ନିଆଁ ଲଗାଇଦେଲେ ଚୋର

ବ୍ୟାଙ୍କରେ ଆଦାନୀ ଋଣ ସମୀକ୍ଷା ଆରମ୍ଭ, କାହା ଚାପରେ ଷ୍ଟେଟ୍‌ ବ୍ୟାଙ୍କ ଦେଇଛି ୩୩,୮୦୦ କୋଟି

ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ମୁମ୍ବାଇ କୋର୍ଟଙ୍କ ଅବମାନନା ନୋଟିସ୍

ଆଜମେର ଦରଘାରେ ହିନ୍ଦୁ ମନ୍ଦିର ଥିବା ଦାବି, କେନ୍ଦ୍ର, ଏଏସ୍‌ଆଇକୁ ନୋଟିସ୍‌ କଲେ କୋର୍ଟ

ଦେଶର ଜିଡିପି ନିମ୍ନ ସ୍ତରରେ। ବ୍ୟବସାୟୀଙ୍କ ପାଇଁ ଅନୁକୂଳ ନୁହେଁ ସରକାରଙ୍କ ନୀତି

ବାଙ୍ଗଲାଦେଶ ରେ ଇସ୍କନ ସାଧୁ ଚିନ୍ମୟ ଦାସଙ୍କ ବ୍ୟାଙ୍କ ଖାତା ଅଚଳ ପାଇଁ ନିର୍ଦ୍ଦେଶ

ପାକିସ୍ତାନରେ ସୁନ୍ନି ଓ ସିଆ ସାମ୍ପ୍ରଦାୟିକ ହିଂସା, ମୃତ୍ୟୁସଂଖ୍ୟା ୧୧୦, ଆହତ ହେଲେ ୩୦୦
=======================
ଆଜି କମ୍ପ୍ୟୁଟର ସୁରକ୍ଷା ଦିବସ
ଆଜି 'ଜୀବନ ପାଇଁ ସହର' ଦିବସ

ଆଜି ଜନ୍ମଦିନ: ଜଗଦୀଶ ଚନ୍ଦ୍ର ବୋଷ, ସୁଭାଷ ଚନ୍ଦ୍ରା (ଜୀ ଟିଭି), ହଂସରାଜ ହଂସ, ଅସୀମ ବସୁ, ବିଭୂଦେନ୍ଦ୍ର ମିଶ୍ର

ଆଜି ତିରୋଧାନ: ରାଜୀବ ଦୀକ୍ଷିତ, ଆଇକେ ଗୁଜୁରାଲ

ଇତିହାସରେ ଆଜି: (୧୮୭୨) ପ୍ରଥମ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଅନୁଷ୍ଠିତ/ (୧୯୬୫) ଦିଲ୍ଲୀରେ କଣ୍ଢେଇ ମ୍ୟୁଜିୟମ ସ୍ଥାପିତ/ (୨୦୦୦) ପ୍ରିୟଙ୍କା ଚୋପ୍ରା ହେଲେ ବିଶ୍ୱ ସୁନ୍ଦରୀ/ (୧୯୯୯) ଆମେରିକାରେ ବିଶ୍ୱ ବାଣିଜ୍ୟ ସଂଗଠନର ତୃତୀୟ ବୈଠକ ଅନୁଷ୍ଠିତ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

29 Nov, 02:08


*ଖବର ଆଜିର, ୨୯ ନଭେମ୍ବର, ଶୁକ୍ରବାର*
=======================
ଯୁକ୍ତ ଦୁଇ ଫର୍ମପୂରଣ ପୁଣି ଡିସେମ୍ବର ୫ ଯାଏଁ ବଢ଼ିଲା

ସରକାର ଘର ଦେବା ନିୟମ କୋହଳ କଲେ। ବାଇକ୍, ଫ୍ରିଜ୍ ଥିଲେ ବି ଘର ମିଳିବ ବୋଲି ନୂଆ ଗାଇଡଲାଇନ୍ ଜାରି

ଆଉ ପନ୍ଦର ଦିନରେ ସରିବ ସୁଭଦ୍ରା ଟଙ୍କା ରିଜେକ୍ସନ ଯାଞ୍ଚ, ସମସ୍ତଙ୍କୁ ଟଙ୍କା ଦେବାପାଇଁ ସରକାରଙ୍କ ଚେଷ୍ଟା ଜାରି

ଦିଲ୍ଲୀରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା; ଶ୍ରେଷ୍ଠ ପ୍ରଦର୍ଶନ ପାଇଁ‘ଓଡ଼ିଶା ମଣ୍ଡପ’କୁ ମିଳିଲା ରୌପ୍ୟ ପଦକ

ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ଜାଲିଆତି। ଅଧିକ ମାର୍କ ରଖିଥିବା ପ୍ରାର୍ଥୀ ବଦଳରେ କମ୍ ମାର୍କ ରଖିଥିବା ୧୧ ଜଣ ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି

ଭୁବନେଶ୍ୱର ରେ ଜାତୀୟ ଡିଜି ଓ ଆଇଜି ସମ୍ମିଳନୀ, ଜଗିଵେ ୮୫ ପ୍ଲାଟୁନ ଫୋର୍ସ, ସହରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା

ଡିଜିପି ସମ୍ମିଳନୀ ପାଇଁ ବିଏମସି ଅଞ୍ଚଳରେ ଦିନ ୧ଟାରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ଓଡ଼ିଶାରେ ପୁଣି ଆଳୁ ସଂକଟ, ଜଳେଶ୍ୱର ଚେକଗେଟରେ ଅଟକିଲା ଶତାଧିକ ଆଳୁ ବୋଝେଇ ଟ୍ରକ

ନୂଆବର୍ଷରେ ଭୁବନେଶ୍ବରରୁ ୫ ନୂଆ ସହରକୁ ସିଧା ଉଡାଣ। ଇନ୍ଦୋର, ଡେରାଡୁନ, ଲକ୍ଷ୍ନୌ, ଜୟପୁର ଓ କୋଚିନ

ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଡିସେମ୍ବର ୧ରେ କଂସ ଚୟନ

ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ, ୧୯ଜଣଙ୍କୁ ମିଳିଲା ନୂଆ ଦାୟିତ୍ବ।

ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପରାମର୍ଶ ଦେଲେ, ପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ ତିଆରି କର

ମାଲକାନଗିରି ରେ ସମସ୍ତ ଖଣି କ୍ବାରି ସାଇଟରେ ସିସିଟିଭି ଲଗାଇବାକୁ କଡ଼ା ନିର୍ଦ୍ଦେଶ

ଏଥର ବି ଜଳକଷ୍ଟ ଭୋଗିବ ଅନୁଗୁଳ, ୬ ପ୍ରକଳ୍ପରୁ ୨ଟି ସରିଛି, ଆହୁରି ୪ ବାକି

ଲୁଣାନଦୀ ଶୁଖିଯିବାରୁ କେନ୍ଦ୍ରାପଡ଼ା ସହରରେ ଜଳ ସଙ୍କଟ ସମ୍ଭାବନା, ଜଳ ଯୋଗାଣରେ ସମସ୍ୟା ହୋଇପାରେ

ରାଜ୍ୟରେ ଅଛନ୍ତି ୨୧୦୩ ହାତୀ, ବଢ଼ିଲେ ୫ ମଲେ ୪୮

ରେଭେନ୍ସାରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳନକୁ ନେଇ ବିବାଦ, ତିନି ଦିନରେ ଉଡ଼ିଗଲା ୧.୨୮କୋଟି

ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

ଡିଜିପି ସମ୍ମିଳନୀକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ, ହାଇ ଆଲର୍ଟରେ ଓଡ଼ିଶା ପୋଲିସ।

ବରଗଡରେ ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ପୋଡ଼ି ପାଉଁଶ।

ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ନର୍ସିଂ କଲେଜରେ ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଗୁରୁତର, ମେଡ଼ିକାଲରେ ଭର୍ତ୍ତି କରାଯାଇଛି

ବୁର୍ଲା ଭୀମସାରରୁ ଶିଶୁ ଚୋରି ଘଟଣାର ଦୁଇ ଦିନ ପରେ ଉଦ୍ଧାର କଲା ପୋଲିସ, ମହିଳା ଗିରଫ

ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ବାଙ୍ଗଳାଦେଶୀ ଯୁବତୀ ରାକେଟ୍‌ ଠାବ, ୪ ଯୁବତୀ ଉଦ୍ଧାର, ସନ୍ଦେହରେ ନୟାଗଡ ମହିଳା

ଗିରଫ ହେଲେ କେଉଁଝର ଧନୀ ଜୁନିୟର ମାଇନିଂ ଅଫିସର

ଭଦ୍ରକ ଚାନ୍ଦବାଲି ବ୍ଲକ ଧାମରାଠାରେ ନିଆଁ ଲାଗି ପୋଡ଼ିଗଲା ୪ ବଖରା ଘର।

ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ

ବାଙ୍ଗଳାଦେଶ ରେ ଚିନ୍ମୟ କୃଷ୍ଣଦାସ ଗିରଫଦାରୀ ପ୍ରସଙ୍ଗରେ ବିରୋଧ କଲେ ଶେଖ୍ ହସିନା
=======================
ଆଜି ଜନ୍ମଦିନ: ଠକ୍କର ବାପା, ଲଳିତ ମୋଦୀ

ଆଜି ତିରୋଧାନ: ଜାହାଙ୍ଗିର ରତନଜୀ ଟାଟା

ଇତିହାସରେ ଆଜି: (୧୭୫୯) ମୋଗଲ ସମ୍ରାଟ ଆଲମଗିର-୨ ଙ୍କ ହତ୍ୟା/ (୧୮୮୯) ବାଙ୍ଗାଲୋରରେ ଗ୍ଲାସ ହାଉସର ମୂଳଦୁଆ ସ୍ଥାପନ/ (୧୯୬୧) ୟୁରି ଗାଗାରିନ ଙ୍କ ଭାରତ ଗସ୍ତ/ (୧୯୮୯) ପ୍ରଧାନମନ୍ତ୍ରୀ ପଦରୁ ରାଜୀବ ଗାନ୍ଧୀଙ୍କ ଇସ୍ତଫା/ ମେରୀ କମ ଜିତିଲେ ମହିଳା ବକ୍ସିଙ୍ଗ ଟାଇଟେଲ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

28 Nov, 02:19


*ଖବର ଆଜିର, ୨୮ ନଭେମ୍ବର, ଗୁରୁବାର*
=======================
ପୁରୀରେ ଆଜିଠାରୁ ନୌସେନାର ଯୁଦ୍ଧାଭ୍ୟାସ ଆରମ୍ଭ ହେବ

ଆସନ୍ତା ୨୦୨୫ରୁ ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି। ପିଲା ତିନିବର୍ଷରୁ ସ୍କୁଲ ଯିବେ

ଶ୍ରୀଲିଙ୍ଗରାଜ ମନ୍ଦିରର ମର୍ଯ୍ୟାଦା ହାନି। ମନ୍ଦିର ଭିତରେ ଓଡ଼ିଆ ଯୁବକ ସିଗାରେଟ ଧରିବା ଫଟୋ ଭାଇରାଲ

ଭୁବନେଶ୍ୱରରେ DGP ସମ୍ମିଳନୀ, ନୋ ଫ୍ଲାଇଙ୍ଗ ଜୋନ୍, ୩ କେନ୍ଦ୍ରୀୟ ଫୋର୍ସ ମୂତୟନ, ୧୫୦ ପ୍ଲାଟୁନ ଫୋର୍ସ ସହିତ ୧ ହଜାର ଅଫିସର ଡ୍ୟୁଟିରେ

କୋଣାର୍କ ଉତ୍ସବ ପାଇଁ ଓଟିଡିସି ଦ୍ୱାରା ସ୍ୱତନ୍ତ୍ର ପ୍ୟାକେଜ୍‌ ଟୁର୍‌, ୫ ଦିନ ଲାଇଟ୍‌ ଆଣ୍ଡ ସାଉଣ୍ଡ୍‌ ସୋ’ ବନ୍ଦ

ରାଜ୍ୟରେ ୯୪୧ ଜଣ ଅଗ୍ନି ଯୋଦ୍ଧାଙ୍କୁ ନିଯୁକ୍ତି

ଅଗ୍ନିଶମ ବାହିନୀରେ ସାମିଲ ହୋଇପାରନ୍ତି ମହିଳା

ମାର୍ଚ୍ଚ ମାସ ସୁଦ୍ଧା ୨୧ ବର୍ଷରେ ପାଦ ଦେଇଥିବା ଝିଅମାନଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା

୧ଲକ୍ଷ ୭୭ ହଜାର ଲୋକଙ୍କର ରାସନ କାର୍ଡ କାଟିବେ ସରକାର

ରାଜ୍ୟର ୫୮ ଟି ସବଡିଭିଜନରେ ହେବ ଶୀତଳ ଭଣ୍ଡାର।

ପୁଣି ଛୁଟି ଆବେଦନ ଅଗ୍ରାହ୍ୟ ପରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ
କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ ସୁଜାତା କାର୍ତ୍ତିକେୟନ

ରାଜଧାନୀ ଭୁବନେଶ୍ୱରରେ ପିଲା ବିକ୍ରି ଲଜ୍ଜ୍ୟା। ଶିଶୁକନ୍ୟାକୁ ୪୦ ହଜାର ଟଙ୍କାରେ ବିକ୍ରି, ଦୁଇ ଦଲାଲ ଗିରଫ

ଭଦ୍ରକ ଅନ୍ନପାଳରେ ଯାତ୍ରା ମଞ୍ଚ ଉପରେ ମହାପ୍ରଭୁଙ୍କୁ ଅପମାନ, ତାତିଲେ ଦର୍ଶକ, ଫିଙ୍ଗିଲେ ଚେୟାର

କୋରାପୁଟରେ ବସ୍ ମାଲିକ ସଂଘ ସଭାପତି ଶେଖ କାସିମଙ୍କୁ ଛୁରା ମାଡ଼, ଅଭିଯୁକ୍ତ ଫେରାର

କଟକ ମାହାଙ୍ଗାରେ ଲୁଟ ବେଳେ ପହଞ୍ଚିଗଲା ପୋଲିସ, ଲୁଟେରା ଓ ପୋଲିସ ମଧ୍ୟରେ ଗୋଡାଗୋଡି, ୩ ଗିରଫ

ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତା, ଏକକାଳୀନ ୭ଟି ସ୍ଥାନରେ ଚଢାଉ। ୧୪ଟି ପ୍ଲଟ, ୩ଟି କୋଠା, ୫ ଏକରର ଫାର୍ମ ହାଉସ ଠାବ

ଭୁବନେଶ୍ୱର ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଡିସେମ୍ବର ୩ରେ ଚୂଡ଼ାନ୍ତ ଶୁଣାଣି

ଗଂଜାମ ବେଗୁନିଆପଡା ରେ ଲାଞ୍ଚ ନେଇ ଧରାପଡିଲେ ଆଇସିଡିଏସ ସିଡିପିଓ

ମହାରାଷ୍ଟ୍ର ସମ୍ଭାବନା: ଫଡନାଭିସ ମୁଖ୍ୟମନ୍ତ୍ରୀ, ସିନ୍ଦେ ଓ ଅଜିତ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ

ଜାମ୍ମୁକାଶ୍ମୀରର ଘନ ଜଙ୍ଗଲରୁ ମିଳିଲା ୬ ଶହ ବର୍ଷ ପୁରୁଣା ଶିବଲିଙ୍ଗ, ସର୍ବେକ୍ଷଣ କରିବେ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ

ତେଲଙ୍ଗାନାରେ ଅଫିସରେ ମୋବାଇଲ୍ ଏବଂ ଲାପ୍‌ଟପ୍ ଚାର୍ଜ କରିବା ମନା’, ମୁଖ୍ୟ ଶାସନ ସଚିବଙ୍କ ଆଦେଶ

ନୂଆକରି ପୁଣିଥରେ ପାନ କାର୍ଡ କରିବାକୁ ପଡିବ। ଆସିବ ପାନ 2.0 ପ୍ରୋଜେକ୍ଟ

ସୁନା ଦରରେ ହ୍ରାସ, ୨୪ କ୍ୟାରେଟ୍‌ ଦର ୧୩୦୦ ଟଙ୍କା ଶସ୍ତା, ରୂପା ୨୫୦୦ ଟଙ୍କା କମିଲା

ଆଇପିଏଲରୁ ବାଂଲାଦେଶ ବିଦା, କୌଣସି ଖେଳାଳିଙ୍କୁ କିଣିଲେନି କୌଣସି ଟିମ୍‌।

ଅଷ୍ଟ୍ରେଲିଆରେ ଛୋଟ ଛୁଆଙ୍କ ପାଇଁ ବନ୍ଦ ସୋସିଆଲ ମିଡିଆ
=======================
ଆଜି ରେଡ଼ ପ୍ଲାନେଟ (ମଙ୍ଗଳ ଗ୍ରହ) ଦିବସ

ଆଜି ଜନ୍ମଦିନ: ରଜତ ମିଶ୍ର (ତବଲା), ଆଲୋକ ମଙ୍ଗରାଜ (କ୍ରିକେଟ)

ଇତିହାସରେ ଆଜି: (୧୯୯୬) କ୍ୟାପଟେନ ଇନ୍ଦ୍ରାଣୀ ସିଂ ପ୍ରଥମ ମହିଳା ପାଇଲଟ ଭାବେ ଏୟାର ବସ ଉଡାଇଲେ/ (୧୯୯୭) ପ୍ରଧାନମନ୍ତ୍ରୀ ଆଇକେ ଗୁଜୁରାଲ ପଦରୁ ଇସ୍ତଫା ଦେଲେ/ (୧୯୯୦) ଜନ ମେଜର ବ୍ରିଟେନ ପ୍ରଧାନମନ୍ତ୍ରୀ ହେଲେ/ (୧୯୯୯) ଏସିଆ କପ ହକିରେ ଭାରତକୁ ବ୍ରୋଞ୍ଜ ପଦକ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

27 Nov, 02:55


*ଖବର ଆଜିର, ୨୭ ନଭେମ୍ବର, ବୁଧବାର*
=======================
ଦିନକ ପରେ କମିବ ଶୀତ, ୨୮ରୁ ୧ ବର୍ଷା ସମ୍ଭାବନା।
କନ୍ଧମାଳରେ ଶୀତ ଲହରୀ। ଜି. ଉଦୟଗିରି ୮.୨ ଡିଗ୍ରୀ, ସେମିଳିଗୁଡ଼ା ୧୦.୬, ଦାରିଙ୍ଗବାଡ଼ି ଓ ଭବାନୀପାଟଣା ୧୧, ରାଉରକେଲା ୧୧.୨, ଝାରସୁଗୁୁଡ଼ା ୧୧.୫, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ ୧୧.୮ ଡିଗ୍ରୀ, ଭୁବନେଶ୍ବର ୧୬.୧, କଟକ ୧୫.୫ ଡିଗ୍ରୀ

ସୁଭଦ୍ରାରେ ମହିଳାଙ୍କୁ ଟଂକା ବାଣ୍ଟିବା ପାଇଁ ୧୨୦୦ କୋଟି। ରାଜ୍ୟରେ ୧୨ ହଜାର ୧୫୬ କୋଟିର ଅତିରିକ୍ତ ବଜେଟ୍‌। ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୨୬ କୋଟି

ଶ୍ରୀମନ୍ଦିର ରେ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ।

ସୁଭଦ୍ରା ଟଙ୍କା ବଣ୍ଟା ଯୋଜନାରେ ମାର୍ଚ୍ଚ ୭ରେ ମହିଳା ମାନଙ୍କୁ ମିଳିବ ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା।

ମାସକୁ ଆୟ ୧୦ ହଜାର ୫୦୦ ଟଙ୍କାରୁ କମ୍ ଥିଲେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୂଚନା ଦେଲେ ମନ୍ତ୍ରୀ

ଜାନୁଆରୀ ୧୫ ରୁ ୧୯ ପର୍ଯ୍ୟନ୍ତ ସମ୍ବଲପୁର ରେ ଧନୁଯାତ୍ରା। ଫଣିନ୍ଦ୍ର ପଣ୍ଡାଙ୍କୁ କଂସ ବରଣ

ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ, ବିଜ୍ଞପ୍ତି ପ୍ରଜାଶ ପରେ ଛକାପଞ୍ଝା ଓ ଆକଳନ ଆରମ୍ଭ

ଧାନମଣ୍ଡିରେ ଲାଗିଥିବା ଗ୍ରେନ୍ ଆନାଲାଇଜର ମେସିନ ଯୋଗୁଁ ଚାଷୀ ହଇରାଣ

ସମ୍ବିଧାନ ଦିବସରେ କାରାଗାରରୁ ମୁକୁଳିଲେ ୧୪ କଏଦୀ

ଡିସେମ୍ବର ୪ ରେ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁଙ୍କ ଦର୍ଶନ କରିବେ

କଟକ ମେଡ଼ିକାଲରେ ସ୍ଥାପନ ହେବ ରକ୍ତ ଶିକୁଳି ଦକ୍ଷତା କେନ୍ଦ୍ର, ରୋଗ ଚିହ୍ନଟ ଓ ଚିକିତ୍ସା ସୁବିଧା

ରାଜ୍ୟରେ ୫ ମାସରେ ଯାଇଛି ୪୦ ହାତୀଙ୍କ ଜୀବନ । ମରିଛନ୍ତି ୫ କଲରାପତରିଆ ବାଘ

କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଏନ୍‌ଏସି ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦରଖାସ୍ତ

ଭୁବନେଶ୍ୱର ପଟିଆ ଷ୍ଟେସନ ପାଖରେ ଜଳିଗଲା ହ୍ୟୁଣ୍ଡାଇ ଇଅନ ପେଟ୍ରୋଲ କାର

ଭବାନୀପାଟଣା ରେ ମଣ୍ଡି ଆରମ୍ଭ ପୂର୍ବରୁ ଶ୍ରମିକ ମାନଙ୍କର ବାକିଆ ଟଙ୍କା ପାଇବା ପାଇଁ ଦାବୀ

ଭିଜିଲାନ୍ସ ଜାଲରେ ବାହାଡ଼ଝୋଲା ଦଧିବାମନ ଜୀଉ ମହାବିଦ୍ୟାଳୟ ଅଧ୍ୟକ୍ଷ, ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡିଲେ।

ବ୍ରହ୍ମପୁରରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ କେ. ଭେଙ୍କେଟସଙ୍କ ଘରେ ରେଡ୍ କରିଛି ପୋଲିସ, ଘରୁ ମିଳିଲା ନଗଦ ଟଙ୍କା।

ଭୁବନେଶ୍ୱର ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଅନୈତିକ କାର୍ଯ୍ୟ ଚାଲିଥିବା ଥାନାରେ ଅଭିଯୋଗ

ଭଦ୍ରକ ରେ ଚାରୋଟି ମନ୍ଦିରର ତାଲା ଭାଙ୍ଗି ସିରିଜ ଚୋରି। ମଙ୍ଗଳା, ଶିଵ, ରାଧାକୃଷ୍ଣ ଓ ହନୁମାନ ମନ୍ଦିର।

ଓଡିଶାକୁ ପଶି ଆସିଥିବା ବାଙ୍ଗଲାଦେଶୀଙ୍କ ଦ୍ଵାରା ବିଭିନ୍ନ ମନ୍ଦିରରୁ ଚୋରି ସନ୍ଦେହ। ଅଧିକାଂଶ ଛୋଟ ଦାଢ଼ି ରଖନ୍ତି, ଦିନବେଳା ବୁଲାବିକାଳୀ

ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ୍‌ଙ୍କ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ରାଜ୍ୟ ସରକାର

ପୁଣିଥରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ହସ୍ପିଟାଲରୁ ନବଜାତ ଶିଶୁ ଚୋରି ଅଭିଯୋଗ। ସିସିଟିଭି ଫୁଟେଜରେ ଚୋରି

ଭୁବନେଶ୍ବରରେ ୨୯ ନଭେମ୍ବର ରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ, ବିଜେପି କର୍ମୀଙ୍କୁ ମନ୍ତ୍ର ଦେବେ

ଚାର୍ଟାଡ଼ ଆକାଉଣ୍ଟାଣ୍ଟ ୨୦୨୪ ଫାଉଣ୍ଡେସନ ପରୀକ୍ଷା ଜାନୁଆରୀ ୧୬ରେ ଅନୁଷ୍ଠିତ ହେବ।

ନିର୍ବାଚନ ରେ ପେପର୍ ବାଲଟ୍ ସିଷ୍ଟମ୍ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ

ପାକିସ୍ତାନରେ ଗୃହଯୁଦ୍ଧ ସ୍ଥିତି, ସେନା-ଇମ୍ରାନଙ୍କ ସମର୍ଥକ ମୁହାଁମୁହିଁ

ଆମେରିକାରେ ଜାନୁଆରୀ ରେ ଦାୟିତ୍ୱ ନେବେ ଟ୍ରମ୍ପ। ଚୀନ୍, ମେକ୍ସିକୋ ଏବଂ କାନାଡା ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବେ।

ବାଂଲାଦେଶରେ ଇସ୍କନ ପୁଣ୍ଡରୀକ ଧାମ ସାଧୁଙ୍କୁ ଢାକା ବିମାନ ବନ୍ଦରରେ ଗିରଫ
=======================
ଆଜି ଜନ୍ମଦିନ: ହରିବଂଶ ବଚନ, ବାପି ଲାହିରି, ସୁରେଶ ରାଇନା, ଉଦୟନିଧି ଷ୍ଟାଲିନ, ସଂଜନା କପୁର, କମ୍ରେଡ଼ ନାଗଭୂଷଣ ପଟ୍ଟନାୟକ

ଆଜି ତିରୋଧାନ: ଭିପି ସିଂହ

ଇତିହାସରେ ଆଜି: (୧୮୯୫) ନୋବେଲ ପୁରସ୍କାର ପ୍ରଥା ଆରମ୍ଭ/ (୧୯୭୫) ଗିନିଜ ବୁକ ର ସହ ପ୍ରତିଷ୍ଠାତାଙ୍କୁ ଗୁଳିକରି ହତ୍ୟା/ (୨୦୦୮) ଭାରତରେ ଷଷ୍ଠ ବେତନ କମିଶନ ଲାଗୁ କରିବାରେ ୟୁପି ପ୍ରଥମ ରାଜ୍ୟ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

26 Nov, 02:32


*ଖବର ଆଜିର, ୨୬ ନଭେମ୍ବର, ମଙ୍ଗଳବାର*
=======================
ଦୁଇଦିନ ପରେ ରାଜ୍ୟରେ ତାପମାତ୍ରା ବଢିବା ସମ୍ଭାବନା

ଫେବୃୟାରୀ ୧୩ରୁ ଆରମ୍ଭ ହେବ ଆଇସିଏସସି ପରୀକ୍ଷା। ଦଶମରେ ମୋଟ ୨ଲକ୍ଷ ୫୩ ହଜାର ୩୮୪ ପରୀକ୍ଷାର୍ଥୀ ଓ ଦ୍ବାଦଶରେ ୧ଲକ୍ଷ ୬୭ହଜାର ବିଦ୍ୟାର୍ଥୀ।

ରାଜ୍ୟ ସରକାରଙ୍କ ସହ ଆଲୋଚନା କଲେ ମିଳିତ ପ୍ରାଥମିକ ଶିକ୍ଷକ ମଞ୍ଚ।

ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ, ସୁରକ୍ଷା ପାଇଁ ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ।

ରାଜ୍ୟର ଆଠଟି ସହର ବିଷାକ୍ତ ବାୟୁ ବଳୟରେ। କଟକ, ଭୁବନେଶ୍ୱର, ଦାମନଯୋଡି ଓ ରାଜଗାଙ୍ଗପୁର ପ୍ରଦୂଷଣ ସାଂଘାତିକ। ଗଛ ଲଗାନ୍ତୁ

ଆଜି ସ୍କୁଲ ଗୁଡିକରେ ପାଳନ ହେବ ସମ୍ବିଧାନ ଦିବସ। ଚିତ୍ରାଙ୍କନ, ପୋଷ୍ଟର ତିଆରି, ହସ୍ତଶିଳ୍ପ ପ୍ରତିଯୋଗିତା ହେବ।

ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମାଝୀ କହିଲେ

ପାରାଦୀପରେ ନୌସେନା ଜାହାଜ ଆଇଏନଏସ ସତପୁରା ପହଞ୍ଚିଲା। ଯୁଦ୍ଧ ଜାହାଜକୁ ଦେଖିବାକୁ ପାରାଦୀପରେ ଭିଡ଼

କଟକ ସହରରେ ନୟାନ୍ତ କରୁଛନ୍ତି ମଶା, ସହରର ପ୍ରତି କୋଣରେ କଟକିଆ ଅସ୍ତବ୍ୟସ୍ତ

ଜେଡ୍‌ ଇଷ୍ଟେଟର ଓଡ଼ିଶା ଓ ଦିଲ୍ଲୀରେ ଇଡି ଚଢ଼ାଉ, ମାତ୍ର ୧ କୋଟି ୩୯ ଲକ୍ଷ ଟଙ୍କା ଓ କିଛି କାଗଜପତ୍ର ଜବତ

ବ୍ରହ୍ମପୁର କୋର୍ଟରେ ବାଲିଗୁଡା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ୬ ଜଣଙ୍କୁ ଆଜୀବନ ଜେଲ୍

କଟକ ତିଗିରିଆରେ ଦାଦାବଟି ଆଦାୟ ଅଭିଯୋଗରେ ପାଞ୍ଚ ଗିରଫ, ଚାରି ବନ୍ଧୁକ, ଛଅ ଗୁଳି ଓ ଦୁଇ ଖଣ୍ଡା ଜବତ

ଶ୍ରୀମତୀ ପାଣ୍ଡିୟାନ, ସୁଜାତା କାର୍ତ୍ତିକେୟନଙ୍କ ଛୁଟି ଆଜି ସରୁଛି। କାର୍ଯ୍ୟରେ ଯୋଗ ଦେବେ କି ନାହି, ସେଥିପାଇଁ ପ୍ରଶ୍ନବାଚୀ

ଝାରସୁଗୁଡା ନବ ଦାସ ହତ୍ୟା ମାମଲାରେ ଚିକିତ୍ସା କରିଥିବା ୨ ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ କରାଗଲା।

ଓଡିଶାକୁ ବାଂଲାଦେଶ ଯୁବତୀ ଚାଲାଣ ଲିଙ୍କ ଖୋଜୁଛି ପୋଲିସ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ

ଯାଜପୁରରେ ଗାଡି ଚେକିଂ ବେଳେ ମାଡିଗଲା ଗ୍ୟାସ କଣ୍ଟେନର, ବାଇକ ଆରୋହୀ ମୃତ

‘ଦ ଟିଚର୍' ଆପ୍‌ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ମାଧ୍ୟମରେ ଶିକ୍ଷକଙ୍କୁ ସଶକ୍ତ କରିବ

ଯାଜପୁରରେ ବବି ଦାସଙ୍କ ଉପରେ ରାଜନୈତିକ ଆକ୍ରୋଶ ନେଇ ବିଜେପି ବିରୁଦ୍ଧରେ ଅଭିଯୋଗ, ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲେ ବିଜେଡି ପ୍ରତିନିଧି

ଏକ ରାଷ୍ଟ୍ର ଏକ ସଦସ୍ୟତାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ।

ସଂସଦ ଶୀତକାଳୀନ ଅଧିବେଶନରେ ଅଦାନୀ ଝଡ। ଆରୋପ ପ୍ରତ୍ୟାରୋପରେ କମ୍ପିଲା ଗୃହ।

ଆଣ୍ଡାମାନ ରେ ଭାରତୀୟ ତଟରକ୍ଷୀ ଧରିଲେ ମାଛଧରା ଡଙ୍ଗାରୁ ପାଞ୍ଚହଜାର କିଲୋ ଡ୍ରଗ୍ସ

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋଦି, ଡିଜି ସମ୍ମିଳନୀ ଶେଷ ପର୍ଯ୍ୟନ୍ତ ରହିବେ

ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

କ୍ରିକେଟ ଟେଷ୍ଟରେ ୧୬ବର୍ଷ ପରେ ପର୍ଥ ରେ ୨୯୫ ରନରେ ଜିତିଲା ଟିମ୍ ଇଣ୍ଡିଆ।

ହିଜବୋଲ୍ଲାର ୧୨ ମିଲିଟାରୀ କମାଣ୍ଡ ସେଣ୍ଟରକୁ ଉଡ଼ାଇଲା ଇସ୍ରାଏଲ

ହଲିଉଡ଼ ସିନେମାରୁ ପ୍ରେରଣା ନେଇ ଚୀନ ତିଆରି କରୁଛି ଘାତକ ଅସ୍ତ୍ର
=======================
ଆଜି ସମ୍ବିଧାନ ଦିବସ
ଜାତୀୟ ଆଇନ ଦିବସ

ଆଜି ଜନ୍ମଦିନ: ବାଚସ୍ପତି ରବି ରାୟ, ବୀରେନ ମିତ୍ର, ଭି. କୁରିଏନ, ଭକ୍ତଚରଣ ଦାସ, ବିକ୍ରମ କେଶରୀ ଦେଓ, ଅର୍ଜୁନ ରାମପାଲ

ଆଜି ତିରୋଧାନ: ହେମନ୍ତ କରକରେ

ଇତିହାସରେ ଆଜି: (୧୯୪୯) ଭାରତୀୟ ସମ୍ବିଧାନ ଗୃହୀତ, ରାଷ୍ଟ୍ରପତିଙ୍କ ଦ୍ୱାରା ସ୍ବାକ୍ଷରିତ/ (୧୯୯୨) ଇଂଲଣ୍ଡର ରାଣୀ ଏଲିଜାବେଥ ନୂଆ କରଦାତା ହେଲେ/ (୨୦୦୮) ମୁମ୍ବାଇ ତାଜ ହୋଟେଲ ଓ ଅନ୍ୟ ସ୍ଥାନରେ ଆତଙ୍କୀ ଆକ୍ରମଣ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

25 Nov, 01:39


*ଖବର ଆଜିର, ୨୫ ନଭେମ୍ବର, ସୋମବାର*
=======================
୧୫ ଡିଗ୍ରୀ ତଳେ ରାଜ୍ୟର ୧୩ ସହରର ତାପମାତ୍ରା, ରାଉରକେଲାରେ ଘନ କୁହୁଡ଼ି। ୨୭ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା

ଆଜି ପୁରୀ ଶ୍ରୀମନ୍ଦିରରେ ପଇତାଲାଗି ନୀତି, ସନ୍ଧ୍ୟା ୫ରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଦର୍ଶନ ବନ୍ଦ

ସୁନ୍ଦରଗଡ଼ରେ ମହିଳାଙ୍କୁ ସୁଭଦ୍ରା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମାଝୀ

୨୦ ଲକ୍ଷ ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା, ମୋଟ ୮୦ ଲକ୍ଷ ମହିଳା ଘରେ ବସି ଟଙ୍କା ପାଇଲେଣି

ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଆନ୍ତର୍ଜାତିକ ସମୁଦ୍ର ମନ୍ଥନ ଉତ୍ସବରେ ପାରାଦୀପ ବନ୍ଦରକୁ ପୂର୍ବ ଉପକୂଳର ସର୍ବଶ୍ରେଷ୍ଠ ବୃହତ୍‌ ବନ୍ଦର ସମ୍ମାନ

ଭୁବନେଶ୍ୱ କ୍ୟାପିଟାଲ ରିଜନ ରିଙ୍ଗ୍‌ରୋଡ୍‌ ପ୍ରକଳ୍ପରେ କାମ ପାଇଁ ଟେଣ୍ଡର ଆହ୍ୱାନ

ପୁରୀ ଶ୍ରୀମନ୍ଦିର ଅସୁରକ୍ଷିତ, ପରିକ୍ରମା ମାର୍ଗରେ ୪ ଜଣ ଅଜଣା ବନ୍ଧୁକଧାରୀ ଯୁବକ ବୁଲିଲେ। ପୁଲିସ କିଛି ଜାଣି ପାରୁନାହାନ୍ତି। ୨୪ ଘଣ୍ଟିଆ ସୁରକ୍ଷା କେବଳ କାଗଜରେ

ଓଡ଼ିଶାରେ ବାଂଲାଦେଶର ଅନେକ ଯୁବତୀ ଚୋରାରେ ଆସି ଅନୈତିକ କାମ କରୁଥିବା ମାମଲାରେ ଡିସିପି କହିଲେ ଆମେ ସଜାଗ ଅଛୁ

କଟକ ବାଲିଯାତ୍ରା ଇତିହାସରେ ବଡ ଦୁଃଖ। ୮ ଦିନରେ ଚାଲିଗଲା ୫ ଜଣଙ୍କ ଜୀବନ, ଷଣ୍ଢ ଆକ୍ରମଣରେ ଲୋକେ ଆହତ। ବ୍ୟବସ୍ଥା ଓ ସୁରକ୍ଷା ଢିଲା

ଜେଇଇ ମେନ ପରୀକ୍ଷା ୨୦୨୫ ପାଇଁ ୧୧ଲକ୍ଷରୁ ଅଧିକ ଆବେଦନ

ଘଡିଆଳ ବଂଶରକ୍ଷା ପାଇଁ ସାତକୋଶିଆ ମହାନଦୀ ଗଣ୍ଡରେ ଛଡାଗଲା ୧୨ଟି ଘଡିଆଳ ଶାବକ

କୋରାପୁଟ ଲମତାପୁଟ ରେ ୪୫ ଏକର ଜମିରୁ ଗଂଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ଢେଙ୍କାନାଳ, ହିନ୍ଦୋଳ ବନାଞ୍ଚଳ:ବୁଲୁଛନ୍ତି ୧୦୦ରୁ ଅଧିକ ବଣୁଆ ହାତୀ, ଭୟରେ ପାଞ୍ଚ ପଂଚାୟତ

ବାଲେଶ୍ବର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଜଳିଗଲା କଣ୍ଟେନର୍ ଟ୍ରକ, ଜୀବନ୍ତ ପୋଡିଗଲେ ଚାଳକ

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର ଝରିଗାଁ ଅଞ୍ଚଳର ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ତାପରେ ବିକ୍ରି ଉଦ୍ୟମ, ମହାରାଷ୍ଟ୍ରରେ ବିକ୍ରି ପାଇଁ ଚେଷ୍ଟା କରୁଥିଲେ ଅଭିଯୁକ୍ତ

ବାଲେଶ୍ବର ଜିଲ୍ଲା ସୋର ପାଖ ୧୬ ନମ୍ବର ଜତୀୟ ରାଜପଥ କଡ଼ରୁ ନିଖୋଜ ଯୁବକଙ୍କ ମୃତଦେହ, ପକେଟରେ ପିସ୍ତଲ। ୪ ଦିନ ପୂର୍ବରୁ ନିଖୋଜ ଥିଲେ

ନୂଆପଡା ଜିଲ୍ଲାରେ ଚାଳମୁଡା ଗାଁ ଜୁଆ ଆଡ୍ଡା ଉପରେ ନୂଆପଡା ଓ କୋରାପୁଟ ପୋଲିସର ମିଳିତ ଚଢ଼ାଉ। ୮୦ ଜୁଆଡ଼ି ଅଟକ, ୨୯ ଲକ୍ଷ ଟଙ୍କା, ୨୦ କାର ଜବତ

ଭୁବନେଶ୍ୱର ଗୋଠପାଟଣାରେ ଜଣଙ୍କ ଘରେ ୪ଟି ଦୁଇ ଚକିଆ ଗାଡିକୁ ଅଜଣା ଦୁର୍ବୃତ୍ତ ପୋଡ଼ିଦେଲେ।

କୃପାଳୁ ମହାରାଜଙ୍କ ତିନି ଝିଅଙ୍କ ସହ ଦୁର୍ଘଟଣା, କାର ଉପରେ ଓଲଟିଲା କ୍ୟାଣ୍ଟର, ଜଣଙ୍କର ମୃତ୍ୟୁ ସୂଚନା

ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଅଟୋକୁ ପିଟିଲା ଆରଟିସି ବସ୍, ୭ କୃଷି ଶ୍ରମିକ ମୃତ, ୪ ଆହତ

ୟୁପି ସମ୍ଭଲରେ ଜାମା ମସଜିଦରେ ସର୍ଭେ ବେଳେ ସଂଖ୍ୟାଲଘୁଙ୍କ ଦ୍ୱାରା ବ୍ୟାପକ ପୋଡ଼ାଜଳା, ପଥର ମାଡ଼, ୩ ଜଣଙ୍କ ମୃତ୍ୟୁ

ଗତ ସପ୍ତାହରେ ସୁନାର ଦାମ ଚାରି ହଜାର ଟଙ୍କା ବଢିଲା

ଆଇପିଏଲ୍‌ କ୍ରିକେଟ ୨୦୨୫ର ମହଙ୍ଗା ଖେଳାଳି ଋଷଭ ପାନ୍ତ, ୨୭ କୋଟିରେ କିଣିଲା ଲକ୍ଷ୍ନୌ ସୁପର ଜଏଣ୍ଟ୍

ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ସଙ୍କଟ, ସପ୍ତାହରେ କମିଗଲା ୧୭.୭ ବିଲିଅନ ଡଲାର

ଆମେରିକା ପ୍ରଚୁର ଋଣ ଯୋଗୁଁ ଦେବାଳିଆ ହୋଇପାରେ ବୋଲି ଏଲନ ମସ୍କ ସତର୍କ କରାଇଲେ

କାନାଡ଼ାରେ ନିଯୁକ୍ତି ସମସ୍ୟା ଏବଂ ମୁଦ୍ରାସ୍ଫୀତି ଯୋଗୁଁ ଅନେକ ଦେଶବାସୀ ଆର୍ଥିକ ସଂକଟରେ
=======================
ଆଜି ମହିଳାଙ୍କ ଉପରେ ହିଂସା ବିରୋଧୀ ଅନ୍ତର୍ଜାତୀୟ ଦିବସ

ଆଜି ଜନ୍ମଦିନ: ରାଧେଶ୍ୟାମ କଥାବାଚକ, ଝୁଲନ ଗୋସ୍ୱାମୀ, ରାକ୍ଷୀ ସାୱନ୍ତ, ରୁପା ଗାଙ୍ଗୁଲି, ଜଷ୍ଟିସ ରଙ୍ଗନାଥ ମିଶ୍ର, ଦେବଦାସ ଛୋଟରାୟ, ଦିଲୀପ ତିର୍କୀ

ଆଜି ତିରୋଧାନ: ସିତାରା ଦେବୀ

ଇତିହାସରେ ଆଜି: (୧୮୬୬) ଆଲ୍ଲାହବାଦ ହାଇକୋର୍ଟ ଉଦଘାଟିତ/ (୧୯୪୧) ଲେବାନନ ଦେଶ ସ୍ୱାଧୀନ ହେଲା/ (୧୯୪୮) ଦେଶରେ ଏନସିସି ପ୍ରତିଷ୍ଠା/ (୧୯୬୦) କାନପୁର ଲକ୍ଷ୍ନୌ ମଧ୍ୟରେ ଦେଶର ପ୍ରଥମ ଏସଟିଡି ଫୋନସେବା ଆରମ୍ଭ/ (୧୯୭୫) ସୁରିନାମ ସ୍ୱାଧୀନ ହେଲା
=======================
WhatsApp Channel Join

https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

24 Nov, 04:16


*ଖବର ଆଜିର, ୨୪ ନଭେମ୍ବର, ରବିବାର*
=======================
ଆଉ ୨ ଦିନ ପରେ ବଢ଼ିବ ତାପମାତ୍ରା।କନ୍ଧମାଳ ଉଦୟଗିରିରେ ରାତି ତାପମାତ୍ରା ୮.୫ ଡିଗ୍ରୀ।

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଜିପିଆର-ଜିପିଏସ ସର୍ଭେ ରିପୋର୍ଟ ଆସିଲା, ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କରିବାକୁ ଏ.ଏସ.ଆଇ କୁ ଅନୁରୋଧ କରାଯାଇଛି।

ଆଜି ୨୦ ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା, ୫ ଲକ୍ଷ ଆବେଦନକାରୀଙ୍କ ଆଧାର ଲିଙ୍କରେ ସମସ୍ୟା, କିନ୍ତୁ ଖୁବ ଶୀଘ୍ର ତାଙ୍କୁ ବି ଟଙ୍କା ମିଳିବ

ଆସନ୍ତା ୨୬ ତାରିଖରେ ବିଦ୍ୟାଳୟରେ ପାଳନ ହେବ ସମ୍ବିଧାନ ଦିବସ, ସମ୍ବିଧାନର ଗୁରୁତ୍ଵ ବିଷୟରେ ସଚେତନ ହେବେ ପିଲା

ଡିସେମ୍ବର ୭ରୁ ୧୧ ତାରିଖ ମଧ୍ୟରେ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ

ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପ୍ରସ୍ତାବ ଓ ଶିଳ୍ପନୀତି କ୍ୟାବିନେଟର ଅନୁମୋଦନ

୧୭ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ସୁଜିତ୍‍ ପଣ୍ଡା, ତିନିଜଣଙ୍କୁ ବେଷ୍ଟସେଲର୍‍ ପୁରସ୍କାର, ବିକାଶ ଶତପଥୀଙ୍କୁ ବହିବନ୍ଧୁ ସମ୍ମାନ।

କନ୍ଧମାଳ ସିଡିଏମଓଙ୍କ ମୁକୁଳା ଡ୍ରେନରେ ମାଛ ଚାଷ ଉଦ୍ୟମ

କଟକ ବାଲିଯାତ୍ରାରେ ବିଭିନ୍ନ ଅବ୍ୟବସ୍ଥା, ୫ ଜଣଙ୍କ ମୃତ୍ୟୁ, ଏମିତି କେବେ ହୋଇନଥିଲା

ରାଜ୍ୟରେ ହତ୍ୟା, ନିର୍ଯ୍ୟାତନା, ଦୁର୍ଘଟଣା ସଂଖ୍ୟା ବଢୁଛି ବୋଲି ରିପୋର୍ଟ। ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ପୋଲିସ ନୀରବ

ବାର ଜଣ ଆଇଏଏସ ଅଦଳବଦଳ, ଚିତ୍ରା ଅରୁମୁଗମଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗ ପ୍ରମୁଖ ସଚିବ ଅତିରିକ୍ତ ଦାୟିତ୍ୱ ।

ଭିତରକନିକା ପେଣ୍ଠରେ ହେଉଥିବା ‘ଇକୋ ରିଟ୍ରିଟ୍’ ପରିବେଶ ପାଇଁ ବିପଦ ବୋଲି ଅଭିଯୋଗ, ବିବାଦ ଆରମ୍ଭ

ବଲାଙ୍ଗୀର ହସପିଟାଲରେ ଶିଶୁ ବିକ୍ରି ଘଟଣାରେ ଗିରଫ ହେଲେ ସୁନାମୁଦୀ ଏଏନଏମ ମମତା ଭୋଇ

ବବି ଦାସଙ୍କ ଭାଇ ଭବ ଦାସ ଗିରଫ ଘଟଣାରେ ଯାଜପୁର ଥାନାରେ ଅଭିଯୋଗ ଫେରାଇ ନେଲେ ଅଭିଯୋଗକାରୀ

କଟକ ବାଲିଯାତ୍ରା ତଳ ପଡ଼ିଆରେ ଷଣ୍ଢ ଲଢେଇ ଆକ୍ରମଣରେ ଦୁଇ ଯୁବତୀ ଆହତ

ବଲାଙ୍ଗୀରରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ।

ନୂଆ ଦିଲ୍ଲୀ:ରେସନ କାର୍ଡର ଡିଜିଟାଲାଇଜେସନ, ବାଦ୍‌ ପଡ଼ିଲା ୫ କୋଟି ଭୂତ କାର୍ଡ।

ଚର୍ଚ୍ଚାରେ ଝାଡ଼ଖଣ୍ଡ ନିର୍ବାଚନ, ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କୁ ହରାଇଲେ ରାଜ୍ୟପାଳଙ୍କ ବୋହୂ।

ଝାଡ଼ଖଣ୍ଡରେ JMMକୁ ଜିତାଇଲେ ଓଡ଼ିଆ ଝିଅ; ଫେଲ୍ ମାରିଲା NDA ରଣନୀତି।

ମହାରାଷ୍ଟ୍ରରେ ସରକାର ଗଢ଼ିବ ବିଜେପି ମେଣ୍ଟ।

ପ୍ରିୟଙ୍କା ଗାନ୍ଧି ବହୁମତରେ ବିଜୟୀ, ଆସନ୍ତା ଶୀତକାଳୀନ ଅଧିବେଶନରେ ଲୋକସଭାରେ ବସିବେ

ଦିଲ୍ଲୀ: କୀଟନାଶକ ଶୁଙ୍ଘି ମରିଗଲେ ଶହେ ମାଙ୍କଡ, ପୋଲିସର ଛାନଭିନ୍ ଜାରି।
=======================
ଆଜି ଇଭୋଲ୍ୟୁସନ ଦିବସ
ଅନ୍ତର୍ଜାତୀୟ ମହିଳା ହିଂସା ବିରୋଧ ଦିବସ

ଆଜି ଜନ୍ମଦିନ: ଅରୁନ୍ଧତୀ ରାୟ, ଅମୋଲ ପାଲେକର, ସେଲିନା ଜେଟଲି, ବସନ୍ତ ମହାନ୍ତି (କ୍ରିକେଟ)

ଆଜି ତିରୋଧାନ: ଗୁରୁ ତେଗ ବାହାଦୂର

ଇତିହାସରେ ଆଜି: (୧୯୬୩) କେନେଡି ଙ୍କ ହତ୍ୟାକାରୀ ର ହତ୍ୟା/ (୨୦୦୮) ସାଧବୀ ପ୍ରଜ୍ଞା ଠାକୁରଙ୍କୁ ପୋଲିସର ଅଭଦ୍ର ବ୍ୟବହାର ଅଭିଯୋଗ/ (୧୯୮୮) ଦଲବଦଳ ନିରୋଧ ଆଇନରେ ପ୍ରଥମ ଭାରତୀୟ ସାଂସଦ ଅଯୋଗ୍ୟ ଘୋଷିତ
=======================
WhatsApp channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

23 Nov, 11:57


🚩#ଜୟ_ଶ୍ରୀରାମ🙏🏹
🌺💥🌺💥🌺💥🌺
🌳🌺#ଆତ୍ମା_ଓ_ଶରୀର_ଜୀବାତ୍ମା🌺🌳

✍️ଜୀବାତ୍ମାକୁ ଜୀବ ଓ ଆତ୍ମା ଶବ୍ଦର ପ୍ରୟୋଗ ହୋଇଛି।ଏହି ତିନି ଶବ୍ଦରୁ ବୁଝାପଡୁଛି ଯେ ମନୁଷ୍ୟ ଶରୀର ମଧ୍ୟରେ ଯେଉଁ ଏକ ଚେତନ ଓ ସଂବେଦନଶୀଳ ପଦାର୍ଥଟିଏ ଅଛି, ତାହାକୁ ଜୀବାତ୍ମା, ଜୀବ,ଆତ୍ମା ଏହି ତିନି ଶବ୍ଦ ବ୍ୟବହାର କରାଯାଇଛି।
ଆତ୍ମା ଶରୀର ମଧ୍ୟରେ ଥିବା ପର୍ଯ୍ୟନ୍ତ ମନୁଷ୍ୟ ତଥା ଅନ୍ୟ ପ୍ରାଣୀ ଜୀବିତ ରହନ୍ତି। ଯେତେବେଳେ ଆତ୍ମା ଶରୀର ତ୍ୟାଗ କରେ ସେତେବେଳେ ଶରୀରର ମୃତ୍ୟୁ ହୋଇଥାଏ।
ଏହି ଆତ୍ମା କିଏ ? ଏହାର ଉଦ୍ଗମ କିପରି ହୁଏ? ଶୃତି ଓ ସ୍ମୃତି ଶାସ୍ତ୍ର ଅଧ୍ୟୟନ କଲେ ଏହାର ଉତ୍ତର ମିଳିଥାଏ। ସଂସାରର ନିୟମ ଏହିକି ଯେ, କୌଣସି ନୂଆ ପଦାର୍ଥଟିଏ ତିଆରି କରିହୁଏ ନାହିଁକି, ତିଆରି ହୋଇଥିବା ପଦାର୍ଥ ଅସ୍ତିତ୍ବ ଶୂନ୍ୟ କରିହୁଏ ନାହିଁ।ପଦାର୍ଥର ରୂପ ତଥା ସ୍ବରୂପର ପରିବର୍ତ୍ତନ କରାଯାଇପାରେ। ପଦାର୍ଥର ଅଭାବ ହୁଏ ନାହିଁ, ଅର୍ଥାତ ପଦାର୍ଥର କେବଳ ରୂପାନ୍ତରିତ ହୋଇଥାଏ। ଯଥା ମାଟିରୁ ଇଟା ଓ ଇଟାରୁ ଅଟ୍ଟାଳିକା ତିଆରି ହୋଇଥାଏ। ଯେତେବେଳେ ଇଟା ତିଆରି ଅଟ୍ଟାଳିକାଟି ନଷ୍ଟ ହୋଇଯାଏ, ସେତେବେଳେ ତାହାର ମୂଳ ତତ୍ତ୍ବ ମାଟି ର ରୂପକୁ
ଫେରିଆସେ।
ଏହି ମାଟି, ପାଣି, ପବନ,ଅଗ୍ନି, ଆକାଶ ପଞ୍ଚତତ୍ତ୍ବ ସତ୍ବ, ରଜ, ତମ ଗୁଣୀ ତ୍ରିଗୁଣାତ୍ମିକା ପ୍ରକୃତିରୁ ସୃଷ୍ଟି ଏବଂ ପ୍ରକୃତିରେ ଲୀନ ହୋଇ ଥାଏ।
ଏ ଶରୀର ପଞ୍ଚମହାଭୂତରେ ଗଠିତ।ଏହାର ଜନ୍ମ ମୃତ୍ୟୁ ହୁଏ। ସୁକ୍ଷ୍ମ ଶରୀର ୧୭ ତତ୍ତ୍ୱ ( ମନ,ବୁଦ୍ଧି, ପଞ୍ଚ ପ୍ରାଣ,ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚ ସୁକ୍ଷ୍ମଭୂତ) ଓ ଆତ୍ମା ଶରୀର ମଧ୍ୟରେ ଥିବା ପର୍ଯ୍ୟନ୍ତ ଶରୀର ଜୀବିତ ଥାଏ ଏବଂ ସୁକ୍ଷ୍ମ ଶରୀରକୁ ନେଇ ଆତ୍ମା ଶରୀର ତ୍ୟାଗ କଲେ ଶରୀରର ମୃତ୍ୟୁ ହୁଏ। ମୃତ ଶରୀରକୁ ପୋଡିଦେଲେ ଅଥବା ପୋତିଦେଲେ ଏହା ପଞ୍ଚଭୂତରେ ଲୀନ ହୋଇଯାଏ।
ଶାସ୍ତ୍ରାନୁସାରେ ଆତ୍ମା ଏକ ସତ୍, ଚେତନ, ଏକଦେଶୀ, ସସୀମ,ଅଳ୍ପଜ୍ଞ, ଆକାର ରହିତ ଅଟେ। କର୍ମ କରେ ଓ କର୍ମାନୁସାରେ ଫଳ ଭୋଗକରେ। ଆତ୍ମା କର୍ମ କରିବାରେ ସ୍ବତନ୍ତ୍ର କିନ୍ତୁ ଫଳ ପାଇବାରେ ପରତନ୍ତ୍ର ଅର୍ଥାତ ପରମାତ୍ମାଙ୍କ ଅଧୀନ ଅଟେ। ଆତ୍ମା ଅନାଦି, ଅମର,ଅବିନାଶୀ ସତ୍ତା ଅଟେ।
ଜୀବାତ୍ମାର ସ୍ବରୂପ ନେଇ ନ୍ୟାୟ ଦର୍ଶନ📘(୧-୧-୧୦) ଓ ବୈଶେଷିକ ଦର୍ଶନ📗 (୩-୨-୪) ରେ ଉଲ୍ଲେଖ ଅଛି:-
ଇଚ୍ଛାଦ୍ବେଷପ୍ରଯତ୍ନସୁଖଦୁଃଖଜ୍ଞାନ୍ୟାତ୍ମନୋ ଲିଙ୍ଗମ୍।।
(ନ୍ୟାୟ ଦର୍ଶନ📘-୧-୧-୧୦)
ପ୍ରାଣାପାନନିମେଷୋନ୍ମେଷଜୀବନମନୋଗତୀନ୍ଦ୍ରିୟାନ୍ତରବିକାରଃ ସୁଖଦୁଃଖେଚ୍ଛାଦ୍ବେଷ ପ୍ରଯତ୍ନାଶ୍ଚାତ୍ମନୋ।।
(ବୈଶେଷିକ ଦର୍ଶନ📗-୩-୨-୪)
ଅର୍ଥାତ୍ (ଇଚ୍ଛା) ପଦାର୍ଥ ପ୍ରାପ୍ତିରେ ଅଭିଳାଷ, (ଦ୍ବେଷ) ଦୁଃଖ ପାଇବାରେ ଅନିଚ୍ଛା, ଶତୃତା ଭାବନା, (ପ୍ରଯତ୍ନ)ପୁରୁଷାର୍ଥ, ବଳ, (ସୁଖ) ଆନନ୍ଦ ପ୍ରାପ୍ତି (ଦୁଃଖ) ଶୋକ କରିବା, ଅପ୍ରସନ୍ନତା,(ଜ୍ଞାନ) ବିବେକ ତଥା ଭଲମନ୍ଦ ବିବେଚନା କରିବାର ଜ୍ଞାନ ପ୍ରାପ୍ତି ଆତ୍ମାର ସ୍ବରୂପକୁ ନେଇ ଉଭୟ ଦର୍ଶନରେ ସମାନ କଥା ଉଲ୍ଲେଖ ଅଛି।
କିନ୍ତୁ ବୈଶେଷିକ ଦର୍ଶନରେ📗 ଅତିରିକ୍ତ ଉଲ୍ଲେଖ ରହିଛି :- (ପ୍ରାଣ) ପ୍ରାଣବାୟୁକୁ ବାହାରକୁ ବାହାର କରିବା, (ଅପାନ) ପ୍ରାଣ ବାୟୁକୁ ବାହାରୁ ଭିତରକୁ ନେବା, (ନିମେଷ) ଆଖି ପଲକ ପକାଇବା, (ଉନ୍ମେଷ) ଆଖି ପତାକୁ ଉପରକୁ ଉଠାଇବା, (ଜୀବନ)ପ୍ରାଣ ଶକ୍ତିକୁ ଧାରଣ କରିବା, (ମନ) ନିଶ୍ଚୟ, ସ୍ମରଣ ଓ ଅହଂକାର କରିବା,(ଗତି) ଚଳାୟମାନ ହେବା, (ଇନ୍ଦ୍ରିୟ) ଇନ୍ଦ୍ରିୟ ମାନଙ୍କୁ ସଂଚାଳନା କରିବା, (ଅନ୍ତର୍ବିକାର) ଭିନ୍ନଭିନ୍ନ ଭିନ୍ନ କ୍ଷୁଧା, ତୃଷା,ହର୍ଷ, ଶୋକାଦି ଯୁକ୍ତ ହେବା ଜୀବାତ୍ମାର ଗୁଣ ଅଟେ।
ଜୀବାତ୍ମାର ଏହି ଗୁଣ ପରମାତ୍ମାଙ୍କ ପାଖରେ ନାହିଁ, ତେଣୁ
ଯେତେବେଳ ପର୍ଯ୍ୟନ୍ତ ଆତ୍ମା ଶରୀର ମଧ୍ୟରେ ଥାଏ, ତାର ଏହିସବୁ ଗୁଣଗୁଡିକର ପରିପ୍ରକାଶ ହୋଇଥାଏ।
ଉପରୋକ୍ତ ଗୁଣଗୁଡିକର ପରିପ୍ରକାଶ ହେତୁ ମନୁଷ୍ୟ ମହତାକାଂକ୍ଷୀ ହୋଇଥାଏ। ସେ କର୍ମ କରିବାରେ ସ୍ଵତନ୍ତ୍ର ନିର୍ଣ୍ଣାୟକ କିନ୍ତୁ କର୍ମଫଳର ପ୍ରଦାତା ହେଉଛନ୍ତି ଈଶ୍ବର। ଜୀବ ପୂର୍ବଜନ୍ମର ଭଲମନ୍ଦ କର୍ମର ସ୍ବରୂପ ଦୁଃଖସୁଖ ଭୋଗ କରିଥାଏ। ମନୁଷ୍ୟ କର୍ମ ଓ ଭୋଗ ଉଭୟ ଯୋନି ଅଟେ। ଅନ୍ୟ ପ୍ରାଣୀ କେବଳ ଭୋଗ ଯୋନି ଅଟନ୍ତି।
ପରମାତ୍ମା ମନୁଷ୍ୟକୁ ପଞ୍ଚ ଜ୍ଞାନେନ୍ଦ୍ରିୟ,ମନ,ବୁଦ୍ଧି ପ୍ରଦାନ କରିଛନ୍ତି,ଯାହାକୁ ନେଇ ତା ପାଖରେ ବିବେକାନୁମୋଦିତ ସତ୍ୟାସତ୍ୟ ଜ୍ଞାନ ବିବେଚନା କରିବା ଶକ୍ତି ତଥା ସାମର୍ଥ୍ୟ ରହିଛି। ଏହା ଫଳରେ ମନୁଷ୍ୟ ଜୀବନର ଉଦ୍ଦେଶ୍ୟକୁ ଜାଣିବାରେ ସକ୍ଷମ ହୋଇଥାଏ।
ବେଦ,ଦର୍ଶନ,ଉପନିଷଦାଦି ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ - ଜୀବାତ୍ମାକୁ ପୂଣ୍ୟର ମାତ୍ରା ଅଧିକ ଅଥବା ପାପପୂଣ୍ୟର ସମାନତାରେ ପୁନଃ ମନୁଷ୍ୟ ଶରୀର ମିଳିଥାଏ। ସେ ପୂର୍ବଜନ୍ମର ଶୁଭାଶୁଭ କର୍ମର ଫଳ ଭୋଗକରିବା ସହ ନୂତନ ଜନ୍ମରେ ଶୁଭ ଓ ଅଶୁଭ କର୍ମ କରିଥାଏ। ସେ ଯଦି ଉତ୍ତମ ବେଦବେତ୍ତା ଗୁରୁଙ୍କ ଠାରୁ ବେଦଜ୍ଞାନ ପ୍ରାପ୍ତ ହୋଇ ଜୀବନର ଲକ୍ଷ୍ୟକୁ ହୃଦ୍ବୋଧ କରେ, ତେବେ ପୁରୁଷାର୍ଥ ଚତୁଷ୍ଟୟର ଉପଯୁକ୍ତ ସାଧନ ପୂର୍ବକ ଜନ୍ମମୃତ୍ୟ ରୂପକ ଚକ୍ରରୁ ମୁକ୍ତି ଲାଭକରି ମୋକ୍ଷ ପ୍ରାପ୍ତିର ଅଧିକାରୀ ହୋଇଥାଏ।...
🌺🌺🌺🌺🌺💥


🙏ଜୟ ଶ୍ରୀରାମ..🙏
WhatsApp Channel Join
https://whatsapp.com/channel/0029VaUhaMzCsU9MHcJJfG3L

Odia newspaper Samaja

23 Nov, 01:59


*ଖବର ଆଜିର, ୨୩ ନଭେମ୍ବର, ଶନିବାର*
=======================
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ, ଆସୁଛି 'ଫେଙ୍ଗାଲ', ଓଡିଶା ସୁରକ୍ଷିତ

କାଲିର ତାପମାତ୍ରା: ଫୁଲବାଣୀ ୧୦, ଦାରିଙ୍ଗବାଡ଼ି ଓ କୋରାପୁଟ ୧୧, ସେମିଳିଗୁଡ଼ା ୮.୭, ଭବାନୀପାଟଣା ଓ ଝାରସୁଗୁଡ଼ା ୧୨, ରାଉରକେଲା ୧୨.୧, ନବରଙ୍ଗପୁର ୧୨.୫, ସୁନ୍ଦରଗଡ଼ ଓ ଅନୁଗୁଳ ୧୨.୬ ଡିଗ୍ରି

ଯୁକ୍ତ ଦୁଇ ମାର୍କିଂ ନୂଆ ସିଷ୍ଟମ, ୮୦ରୁ ମାତ୍ର ୨୪ ମାର୍କ ରଖିଲେ ପାସ୍ ହେବେ ପରୀକ୍ଷାର୍ଥୀ

ଓଟିଇଟି-୨୦୨୪ ପରୀକ୍ଷା ଫଳ ପ୍ରକାଶିତ, ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଉପଲବ୍ଧ

ସରକାରୀ କର୍ମଚାରୀ ସମ୍ପତ୍ତି ବିବରଣୀ ଦେଉନାହାନ୍ତି। ନଭେମ୍ବର ୩୦ ସୁଦ୍ଧା ଦେବାପାଇଁ ଚିଠି, କିନ୍ତୁ କେହି ଶୁଣୁନାହାନ୍ତି

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବିଦେଶିନୀ ପଶିଯିବାରୁ ନୀତି ବନ୍ଦ, ମନ୍ଦିର ଶୌଧ କରିବା ପରେ ଆରମ୍ଭ ହେଲା ନୀତି

ପୂର୍ବାଞ୍ଚଳ ଜୋନ୍‌ର ଶ୍ରେଷ୍ଠ ୪ ହକି ଦଳ ଭିତରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ କିଟ୍‌ ବିଶ୍ବବିଦ୍ୟାଳୟ, ସର୍ବଭାରତୀୟ ହକି ପାଇଁ ଯୋଗ୍ୟତା ଅର୍ଜନ କଲେ

ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ନୂଆ ଓଡ଼ିଆ ଡିଆରଏମ୍ ହେଲେ ମନୋଜ ସାହୁ

ଗତ ୫ ମାସରେ ରାଜ୍ୟରେ ବଢିଛି ଅପରାଧ। ହତ୍ୟା ଓ ଦୁଷ୍କର୍ମରେ ମୟୁରଭଞ୍ଜ ପ୍ରଥମ, ଦ୍ଵିତୀୟରେ ଗଂଜାମ। ଚୋରିରେ ଭୁବନେଶ୍ୱର ପ୍ରଥମ

ବିଦ୍ୟୁତ ଗ୍ରାହକଙ୍କ ଉପରେ ପୁଣି ବୋଝ। ସିକ୍ୟୁରିଟି ଟଙ୍କା ପୁରୁଣା ହେଇଗଲା, ପୁଣିଥରେ ସିକ୍ୟୁରିଟି ଦିଅ, ନହେଲେ ଲାଇନ କଟାଯିବ

ନବରଙ୍ଗପୁରରେ ଚାଷୀଙ୍କଠାରୁ ମକା କିଣିବ ନାଫେଡ, କୁଇଣ୍ଟାଲ ପିଛା ୨୨୨୫ ଟଙ୍କା ମିଳିବ

ଏଥର ବରଗଡ ଧନୁଯାତ୍ରାରେ ନୂଆ ଚେହେରା କଂସ ହେବେ, ହୃଷିକେଶ ଭୋଇଙ୍କୁ ବାଦ୍ ଦେଲା କମିଟି।

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ପୁଣି ଦୁର୍ଘଟଣା, ଠିକା ଶ୍ରମିକଙ୍କ ଗୋଡ଼ କଟିଲା

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ନବଜାତ ଶିଶୁକନ୍ୟା ବିକ୍ରି ମାମଲାରେ ଏଏନ୍‌ଏମ୍‌ ନିଲମ୍ବିତ

ଯାଜପୁର ବିରଜା ହାଟ ହଙ୍ଗାମା ପରେ ବବି ଦାସଙ୍କ ଭାଇ ଭଵ ଦାସଙ୍କ ନାମରେ ୪ଟି ମାମଲା ରୁଜୁ

ବାଲେଶ୍ଵର ନଟାପଡା ପଞ୍ଚାୟତରେ ଅଗ୍ନିକାଣ୍ଡ, ଜଳିଗଲା ୭ ବଖରା ଘର

ଡିସିପି ଅଫିସ୍ ସମ୍ମୁଖରେ ଅଭିନେତା ମନୋଜ ମିଶ୍ର ଓ ସିନେମା ନିର୍ଦ୍ଦେଶକ ବବି ଇସଲାମ୍ ହାତାହାତି, ଭିଡିଓ ଭାଇରାଲ

କୋରାପୁଟ ଜୟପୁରରେ ଟ୍ରକ୍ ଚାପାରେ ବାପା, ପୁଅ, ପୁତୁରା ସମେତ ୪ ମୃତ, ମୃତକଙ୍କ ମଧ୍ୟରେ ୩ ନାବାଳକ

ମାଲକାନଗିରି ସୀମାନ୍ତରେ ପୋଲିସ ଏନ୍କାଉଣ୍ଟରରେ ୧୦ ମାଓବାଦୀ ନିହତ, ଅସ୍ତ୍ରଶସ୍ତ୍ର ଜବତ

ଗଂଜାମ ଦିଗପହଣ୍ଡି ରେ ଦୁଇଟି ଅଫୁଟା ବୋମା ଜବତ କଲା ଦିଗପହଣ୍ଡି ପୋଲିସ, ଘଟଣାସ୍ଥଳରୁ ଦୁଇ ଜଣ ଗିରଫ

ରାଜସ୍ଥାନରେ ଡାକ୍ତରୀ ଭୁଲ ଯୋଗୁଁ ବ୍ୟବଚ୍ଛେଦ ପରେ ବି ଶ୍ମଶାନରେ ବଞ୍ଚି ଉଠିଲେ ଦିବ୍ୟାଙ୍ଗ ବ୍ୟକ୍ତି

ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଭୋଟ ଗଣତି

ଅଷ୍ଟମ ବେତନ କମିଶନ ଅନୁସାରେ କେନ୍ଦ୍ର କର୍ମଚାରୀଙ୍କ ଦରମା ୧୮୬% ବଢ଼ିବ

ଷ୍ଟକ ବଜାରରେ ୧୯୬୧ ପଏଣ୍ଟ ବଢିଲା ସେନସେକ୍ସ

ପର୍ଥରେ ବର୍ଡର-ଗାଭାସ୍କର କ୍ରିକେଟ ଟ୍ରଫି ପ୍ରଥମ ଟେଷ୍ଟରେ ଜସପ୍ରୀତ ବୁମ୍ରା ଅଷ୍ଟ୍ରେଲୀୟ ବ୍ୟାଟିଂ ଅର୍ଡରକୁ ପୁରା ଭାଙ୍ଗିଦେଲେ, କଲେ ବୋଲିଂ ରେକର୍ଡ

ଆମେରିକା ଜର୍ଜିଆରେ ଜନ୍ମଦିନ ପାଳନ ବେଳେ ନିଜ ଗୁଳିରେ ପ୍ରାଣ ହରାଇଲେ ଭାରତୀୟ ଛାତ୍ର

ସିରିଆରେ ଇସ୍ରାଏଲ ଆକ୍ରମଣ, ୬୮ ଇରାନ ସମର୍ଥିତ ଆତଙ୍କବାଦୀ ନିହତ
=======================
ଆଜି ଫିବୋନାସି ଦିବସ

ଆଜି ଜନ୍ମଦିନ: ସତ୍ୟ ସାଇ ବାବା, ଗୀତା ଦତ୍ତ, ପ୍ରଫୁଲ୍ଲ ମହନ୍ତ, ସରଲା ବିର୍ଲା

ଆଜି ତିରୋଧାନ: ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ

ଇତିହାସରେ ଆଜି: (୧୯୮୩) ପ୍ରଥମ କମନ ୱେଲଥ ସମିଟ ଭାରତରେ ଅନୁଷ୍ଠିତ/ (୨୦୦୨) ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

22 Nov, 04:46


*ଅନ୍ୟକୁ ନୁହେଁ, ନିଜକୁ ବଦଳାଅ*

ଆମର ଜୀବନ ଅନ୍ୟମାନଙ୍କ ଦୃଷ୍ଟି ଅପେକ୍ଷା ନିଜ ଦୃଷ୍ଟିରେ ଶ୍ରେଷ୍ଠ ଏବଂ ପବିତ୍ର ହେବା ଆବଶ୍ୟକ। କେବଳ କାହାର ଖରାପ କହିବା ମାତ୍ରେ ଆମ ଜୀବନ ଖରାପ ହୋଇଯାଏନି। କାହା ଉପରେ ପ୍ରତିଶୋଧ ନେବା ବୁଦ୍ଧିମାନୀ ନୁହେଁ, ବରଂ ନିଜକୁ ବଦଳାଇବା ଉପରେ ଭାବିବା ଅଧିକ ଶ୍ରେଷ୍ଠ।
ମୁଖ୍ଯ କଥା ଏହା ନୁହେଁ ଯେ ଅନ୍ୟମାନେ ଆମକୁ ଖରାପ କହୁଛନ୍ତି, ବରଂ ଏହା ଯେ ଆମେ ନିଜେ ଖରାପ କାମ କରୁନଥାଏ। ପ୍ରତିଶୋଧର ଅଗ୍ନି ମସାଲ ଭଳି, ଏହା ଅନ୍ୟମାନଙ୍କୁ ଜଳାଇବା ପୂର୍ବରୁ ପ୍ରଥମେ ନିଜକୁ ଜଳାଇ ଥାଏ।

ଧୈର୍ଯ୍ୟର ଶୀତଳ ଜଳ ରେ ଯେତେ ଶୀଘ୍ର ସମ୍ଭବ, ପ୍ରତିଶୋଧର ଅଗ୍ନି କୁ ଲିଭାଇବା ହିଁ ଏକ ସାତ୍ବିକ ଓ ବୁଦ୍ଧିମାନ ପଦକ୍ଷେପ ଅଟେ। ପ୍ରତିଶୋଧର ଭାବନା କେବଳ ଆମର ସମୟକୁ ନଷ୍ଟ କରି ଦେଇନଥାଏ, ବରଂଏହା ଆମର ସ୍ୱାସ୍ଥ୍ୟ ଏବଂ ଜୀବନକୁ ମଧ୍ୟ ନଷ୍ଟ କରି ଦିଏ।

ଜଗତକୁ ବଦଳାଇବା ଖୁବ କଷ୍ଟସାଧ୍ୟ, ତେଣୁ ନିଜକୁ ବଦଳାଇବାରେ ନିଜ ଶକ୍ତି କୁ ବ୍ୟୟ କରିବା ହିଁ ସୁଖୀ ଓ ଆନନ୍ଦମୟ ଜୀବନର ଏକମାତ୍ର ଉପାୟ।।
WhatsApp Channel Join
https://whatsapp.com/channel/0029VaUhaMzCsU9MHcJJfG3L

Odia newspaper Samaja

22 Nov, 01:58


*ଖବର ଆଜିର, ୨୨ ନଭେମ୍ବର, ଶୁକ୍ରବାର*
=======================
ସୁଭଦ୍ରା ପାଇଁ ୧.୧୬କୋଟି ମହିଳାଙ୍କ ଆବେଦନ, ୬୦ଲକ୍ଷରୁ ଅଧିକ ଟଙ୍କା ପାଇଛନ୍ତି, ଏବେ ଅଙ୍ଗନବାଡ଼ି କର୍ମୀଙ୍କୁ ଟଙ୍କା ମିଳିବ, ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ବାଦ୍ ପଡ଼ିଥିବା ୨.୬୭ଲକ୍ଷ ଆବେଦନର ପୁନର୍ବିଚାର ହେବ

ବିଧାନସଭାର ଶୀତକାଳୀନ ଅଧିବେଶନ ୨୬ରୁ ଆରମ୍ଭ, ୨୩ରେ ମନ୍ତ୍ରୀ ପରିଷଦ ବୈଠକ, ୨୬ରେ ଅତିରିକ୍ତ ବଜେଟ୍

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖା ଚାଲିଛି, ଏ ପର୍ଯ୍ୟନ୍ତ ୨୯୫୯ ଛାତ୍ରଛାତ୍ରୀ ଅନୁଷ୍ଠାନରେ ନାମ ଲେଖାଇ ସାରିଲେଣି

ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା

ସରକାରଙ୍କୁ ଅଡୁଆ ହେଲାଣି ଧାନ କିଣା: ମଣ୍ଡି ଖୋଲିଲେ, ହେଲେ ହୋଇପାରୁନି କିଣାବିକା

ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାରେ OPSC ଉପରେ ବର୍ଷିଲେ ହାଇକୋର୍ଟ, ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ

ମନି ଲଣ୍ଡରିଂ ମାମଲାରେ ଶ୍ରୀମନ୍ଦିର ସେବାୟତଙ୍କୁ ଆଶ୍ବସ୍ତି, ଆଗୁଆ ଜାମିନ୍‌ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମ ଡିସେମ୍ବର ୧୨ ଯାଏଁ ଭଙ୍ଗାଯାଇ ପାରିବନି, ହାଇକୋର୍ଟଙ୍କ ରହିତାଦେଶ

ଲଘୁ ଖଣିଜ ଦ୍ରବ୍ୟ ପରିବହନକାରୀ ଟ୍ରକ୍ ଧର୍ମଘଟ ପ୍ରତ୍ୟାହାର ହେଲା

କଟକ ବାଲିଯାତ୍ରାରେ ମିଳୁଛି ବାସି ଓ ବିଷାକ୍ତ ଖାଦ୍ୟ, ସିଏମସି ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କରୁଛି ଓ ଫାଇନ ନେଉଛି

ଭୁବନେଶ୍ୱର ପଳାଶୁଣି ଛକରେ ରାସ୍ତାପାର ହେଉଥିବା ବେଳେ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଗଂଜାମ ଧରାକୋଟରେ ଚାଷ ଜମିରେ ପାଣି ମଡାଇବାକୁ ନେଇ ହତ୍ୟା ମାମଲାରେ ଦୁଇ ଗିରଫ

ସମ୍ବଲପୁରରେ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଯୋଗାଣ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କଲା

ବାଲେଶ୍ବର ସୋର ରେ ପୁଲିସକୁ ଚାଲେଞ୍ଜ। ମନ୍ଦିର, ଦୋକାନ ସବୁଠି କଳାକନା, ଗୋଟିଏ ଏଟିଏମରୁ ଚାରିଥର ଚୋରି

ଯାଜପୁର ବିରଜା ହାଟ ସ୍ଥାନାନ୍ତର ନେଇ ଉତ୍ତେଜନା, ହାଟ ବନ୍ଦ, ପୁଲିସ ଫୋର୍ସ ମୁତୟନ

କଟକ ବକ୍ସିବଜାର ଛକରେ ଭୟାବହ ଅଗ୍ନିକାଣ୍ଡ, ଇଲେକ୍ଟ୍ରିକ ଦୋକାନରେ ସାମଗ୍ରୀ ପୋଡି ପାଉଁଶ।

କେନ୍ଦ୍ରାପଡ଼ା ଟାଉନ ଥାନା ବଡ଼ହାଟରେ ଥିବା ଲୁଗା ଦୋକାନରେ ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଗଲା ଦୋକାନ।

ଭଦ୍ରକ ପୂର୍ବତନ ସରପଞ୍ଚ ହତ୍ୟା ଘଟଣା ପର୍ଦ୍ଦାଫାସ, ଧାନ ବିକ୍ରି ପାଇଁ ସୁପାରି ଦେଇ ହତ୍ୟା, ୪ ଜଣ ଗିରଫ

ଦେଶରେ ସମୁଦାୟ ୫.୮ କୋଟି ଜାଲ୍ ରାସନ କାର୍ଡ କଟିଲା

ଆଜିଠୁ ନୂଆଦିଲ୍ଲୀରେ ୩ ଦିିନିଆ 'ଓଡ଼ିଶା ପର୍ବ-୨୦୨୪'

ନଭେମ୍ବର ୩୦ ସୁଦ୍ଧା ଆଧାର ଆଧାରିତ ଓଟିପି ଜରିଆରେ ହେବ ୟୁଏଏନ ସକ୍ରିୟକରଣ।

ଆଦାନୀଙ୍କ ବିରୋଧରେ ଆମେରିକା ଆଣିଲା ୨୬୫ ମିଲିୟନ୍‌ ଡଲାରର ଲାଞ୍ଚ ଅଭିଯୋଗ

ୟୁକ୍ରେନ୍ ଉପରକୁ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ

ପାକିସ୍ତାନରେ ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ କଲେ ଆତଙ୍କବାଦୀ, ୩୨ଜଣଙ୍କ ମୃତ୍ୟୁ

୨୦୫୦ ସୁଦ୍ଧା ପିଲାମାନେ ୮ ଗୁଣ ଅଧିକ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହେବେ, କହିଲା ୟୁନିସେଫ୍
=======================
ଆଜି କାଳ ଭୈରବ ଅଷ୍ଟମୀ
ଲେବାନନ ଦେଶର ସ୍ୱାଧୀନତା ଦିବସ

ଆଜି ଜନ୍ମଦିନ: ଶହୀଦ ଲକ୍ଷ୍ମଣ ନାୟକ, ମୀରାବେନ, ମୁଲାୟମ ସିଂ ଯାଦବ,ସରୋଜ ଖାନ

ଆଜି ତିରୋଧାନ: ଜନ କେନେଡି

ଇତିହାସରେ ଆଜି: (୧୯୬୩) ଆମେରିକା ଡ଼ଲାସ ରେ ରାଷ୍ଟ୍ରପତି କେନେଡିଙ୍କୁ ହତ୍ୟା/ (୧୯୬୮) ମାଡ୍ରାସ କୁ ଚେନ୍ନାଇ କରିବା ପ୍ରସ୍ତାବ ଲୋକସଭାରେ ପାରିତ/ (୧୯୯୭) ଭାରତର ଡାଏନା ହେଡେନ ହେଲେ ବିଶ୍ୱ ସୁନ୍ଦରୀ/ (୧୯୮୯) ମଙ୍ଗଳ, ବୃହସ୍ପତି, ଶନି, ଚନ୍ଦ୍ର, ୟୁରେନସ ଓ ନେପଚ୍ୟୁନ ଗୋଟିଏ ଧାଡିରେ ରହିଲେ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

21 Nov, 02:18


*ଖବର ଆଜିର, ୨୧ ନଭେମ୍ବର, ଗୁରୁବାର*
=======================
ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଦଳିବ ନାହିଁ

ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ, ଓଡିଶାକୁ ବିପଦ ନାହିଁ

ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା, ଜାନୁଆରୀ ୨ରୁ ପ୍ରାକ୍ଟିକାଲ

ଫେବୃଆରୀ ୧୫ରୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା ଆରମ୍ଭ ହେବ

ରାଜ୍ୟରେ ୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର, ସ୍କ୍ବାଡ୍ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ

ରାଉରକେଲା ଝିଅ ଆରାଧନା ଲଣ୍ଡନରେ ଅନ୍ତର୍ଜାତୀୟ ଡିଜାଇନ୍‌ ପ୍ରତିଯୋଗିତାରେ ପୁରସ୍କୃତ ହେଲେ

ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପାହାଡ଼ ପାଖରେ ଖଣିଜ ସମ୍ପଦ ଥିବା ଶହ ଶହ ଏକର ଜମି ଆଦାନୀ କିଣୁଛି। ରାଜନୈତିକ ସହଯୋଗ ଅଛି ବୋଲି ଅଭିଯୋଗ

ଅନୁଗୁଳ ଜିଲ୍ଲା ନୂଆରାଇଗୁଡ଼ାରେ ଅଜଣା ରୋଗରେ ବିସ୍ଥାପିତ ଲୋକେ ଆକ୍ରାନ୍ତ

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ଟାଉନ୍‌ ବୁଢ଼ାଘାଟ ନିକଟରେ ଆକ୍ରମଣ ଅଭିଯୋଗ

କଟକରେ ଗୋଷ୍ଠୀ ସଂଘର୍ଷ, ପଟାପୋଲ ଅଞ୍ଚଳରେ କାଚ ବୋତଲ ଓ ଢେଲାମାଡ଼

ଯାଜପୁର ଗୋବର୍ଦ୍ଧନପୁର ରେ ଭାରସାମ୍ୟ ହରାଇ ଓଲଟିଲା କାର୍, ଜଣେ ମୃତ, ୨ ଗୁରୁତର

କଳାହାଣ୍ଡି ଧର୍ମଗଡ଼ ଜାରିଂ ଜଙ୍ଗଲରେ ଗଣଦୁଷ୍କର୍ମ ଘଟଣାରେ ୫ ବର୍ଷ ପରେ ଛଅ ଜଣଙ୍କୁ ଆଜୀବନ କାରାଦଣ୍ଡ

କଟକ ଜିଲ୍ଲା ବାରଙ୍ଗରେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଧରିଲା ପୁଲିସ। ଅଭିଯୁକ୍ତ ବିହାରୀ ଶ୍ରମିକ ତ୍ରିଶୂଳିଆରେ ରହୁଥିଲା

ସମ୍ବଲପୁର ନାକଟିଦେଉଳରେ ବିଦ୍ୟୁତ ଆଘାତରେ ୩ ହାତୀଙ୍କ ମୃତ୍ୟୁ ଘଟଣା, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱରରେ ଠକିଥିବା ପ୍ରକାଶ ଏମ ଚେନ୍ନାଇରୁ ଗିରଫ ହେଲା, ସିନେମା ତିଆରି ସ୍ୱପ୍ନ ଅଧାରେ ରହିଲା

୫୦% କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର

ଏକଜିଟ ପୋଲ ହିସାବରେ ମହାରାଷ୍ଟ୍ରରେ ଏନଡିଏ ଏବଂ ଝାଡ଼ଖଣ୍ଡରେ ଝୁଲା ସରକାର ହେବ

ବାରମ୍ବାର ବିହାର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିର ଚାଲାଣ କଟୁଛି, ଫାଇନ ଦିଆହେଇନି

ସଙ୍ଗୀତକାର ଏ.ଆର ରେହମାନ୍ ଓ ପତ୍ନୀଙ୍କ ଛାଡପତ୍ର। ତାଙ୍କ ଗ୍ରୁପର କଳାକାର ମୋହିନୀ ବି ସ୍ୱାମୀଙ୍କୁ ଛାଡିଲେ

ଡୁଇ ଦିନରେ ୧୬ଶହ ଟଙ୍କା ବଢ଼ିଲା ସୁନା, କ୍ରିପ୍ଟୋ କଏନ୍ ୯୦ ହଜାର ଡ଼ଲାର ଟପିଲା

ଏସୀୟ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତୀୟ ମହିଳା ହକି ଦଳ ଚୀନ୍‌କୁ ୧-୦ରେ ପରାସ୍ତ କରି ଟାଇଟଲ ଜିତିଲେ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ,୧୭ ପାକ୍ ସେନା କର୍ମଚାରୀ ନିହତ।
=======================
ଆଜି ବିଶ୍ୱ ଟେଲିଭିଜନ ଦିବସ
ଗିନିଜ ବିଶ୍ୱ ରେକର୍ଡ ଦିବସ
ଆଜି ବିଶ୍ୱ 'ହେଲୋ' ଦିବସ

ଆଜି ଜନ୍ମଦିନ: ହରେକୃଷ୍ଣ ମହତାବ, ଆନନ୍ଦିବେନ ପଟେଲ, ହେଲେନ, ପ୍ରେମ ଚୋପ୍ରା, ଗିରିଶ ମୁର୍ମୁ

ଆଜି ତିରୋଧାନ: ସିଭି ରମଣ

ଇତିହାସରେ ଆଜି: (୧୮୭୭) ଥୋମାସ ଏଡିସନ ସମାଜକୁ ଫୋନୋଗ୍ରାଫ ସେବା ପ୍ରଦାନ କଲେ/ (୧୯୪୭) ଦେଶରେ ସ୍ବାଧୀନତା ପରର ନୂଆ ଡାକଟିକଟ ଆରମ୍ଭ/ (୧୯୬୩) ଭାରତର ପ୍ରଥମ ରକେଟ ନାଇକ ଆପାଚି ର ଉଡାଣ/ (୨୦୦୭) ଭାରତ-ଆମେରିକା ବ୍ୟବସାୟ ପରିଷଦରେ ପେପସି ମୁଖ୍ୟ ଇନ୍ଦ୍ରା ନୁୟୀ ସାମିଲ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

କାଗଜ ବ୍ୟବହାର କମ କରନ୍ତୁ, ଗଛ ବଞ୍ଚାନ୍ତୁ। ଅନଲାଇନରେ ନିଉଜ ପଢନ୍ତୁ, ଖବରକାଗଜ କମ କିଣନ୍ତୁ

Odia newspaper Samaja

20 Nov, 07:48


🌹*ପ୍ରଭୁ ଶ୍ରୀରାମ ଙ୍କର ବନବାସ*🌹
*.....ଦାୟୀ କିଏ*🌹
*******
-ଭାଗ ( ୪)-
**

ମାତା କୈକେୟୀ ଙ୍କର ଦୁଇଟି ବର ମହାରାଜା ଦଶରଥ ଙ୍କର ଉପରେ ରହିଥିଲା ।
ଏହି ଦୁଇଟି ବର ସେଇଦିନ ଯାଏଁ ମାତା ରାଜାଙ୍କ ଠାରୁ ମାଗି ନ ଥିଲେ। ଏଇଥିପାଇଁ, ଗୁରୁଦେବ ବଶିଷ୍ଠ ମାତା କୈକେୟୀ ଙ୍କୁ ଡାକିଥିଲେ। ଅଯୋଧ୍ୟାକୁ ପଡିଥିବା ଶ୍ବାତ୍ତି ମାର୍ତ୍ତଣ୍ଡ ଯୋଗ କଥା ବୁଝାଇ କହିଥିଲେ।

ଏହା ମଧ୍ୟ ସେ ମାତା କୈକେୟୀ ଙ୍କୁ କହିଲେ ଯେ : *ଏ ଅଯୋଧ୍ୟା ରାଜ୍ୟ ଆଜି ତୁମକୁ କିଛି ମାଗୁଛି ରାଣୀ। ନିଜର ମାନ ସମ୍ମାନକୁ ବଳି ଦେଇ ଏ ରାଜ୍ୟ ଓ ରାଜାଙ୍କୁ ବଞ୍ଚେଇ ରଖିବା ପାଇଁ ତୁମେ ଏକ ମାତ୍ର ମହିୟସୀ ମହନୀୟା ନାରୀ ; ଯାହାଙ୍କ ହାତରେ ଆଜି ଅଯୋଧ୍ୟା ରାଜ୍ୟର ଭାଗ୍ୟ ଭବିଷ୍ୟତ।* ଏ ସମସ୍ତ କଥାକୁ ହୃଦୟଙ୍ଗମ କରି ଯାହା ନିଷ୍ପତ୍ତି ନେବେ
ମହାରାଣୀ ।

ଏ ସମସ୍ତ କଥାକୁ ଗଭୀର ଭାବେ ଚିନ୍ତା କଲି। ମୁଁ ଏଇ ସିଦ୍ଧାନ୍ତରେ ଉପନୀତ ହେଲି ଯେ, *"ମୁଁ ପଛେ କୁଳ-କଳଙ୍କିନୀ ହେଇଯାଏ, ମୋ ହାତର ଶଙ୍ଖା ଓ ମଥାର ସିନ୍ଦୂର ପଛେ ଲିଭିଯାଉ, ମୋ ପୁଅ 'ଭରତ' ର ପଛେ ମୃତ୍ୟୁ ହେଉ ; କିନ୍ତୁ ମୋ 'ରାମ'ର କିଛି ନ ହେଉ।*

ସେଥିପାଇଁ ମୁଁ ତୋ ବାପାଙ୍କର ଦୁର୍ବଳତା ଉପରେ କଠୋର କୁଠାରାଘାତ କରିଥିଲି।

ଜାଣିଥିଲି ଯେ, ତୋ ବାପା ମୋତେ ସମସ୍ତ ରାଣୀଙ୍କ ମଧ୍ୟରେ ବହୁତ ଭଲ ପାଉଥିଲେ। *ମୋ ଠାରେ ତାଙ୍କର ଦୁର୍ବଳତା ଥିଲା।ତେଣୁ ତୋ ରାଜ୍ୟାଭିଷେକ ଦୂରେଇବା ପାଇଁ କେବଳ କୈକେୟୀ ହିଁ ଏକମାତ୍ର ବ୍ୟକ୍ତି ଥିଲା ; ଯିଏ କି ଏଇ ରାଜ୍ୟାଭିଷେକ ରୋକି ପାରିବ ବୋଲି ଅନୁଭବ କରିଥିଲି।"*

ମୁଁ ତାହା ହିଁ କରିଥିଲି। ମୋ ଶବ୍ଦ ଜାଲରେ ରାଜାଙ୍କୁ ଛନ୍ଦି ଦେଇଥିଲି। *ତାଙ୍କୁ ବାଧ୍ୟ କରି ଦେଇଥିଲି : ମୋର ଦୁଇଟି ବର ଦେବା ପାଇଁ ..!!*

*ପ୍ରଥମ ବରରେ : ତୋର ଚଉଦ ବରଷ ପାଇଁ ଅଯୋଧ୍ୟାରୁ ବନବାସ।*
*ଦ୍ୱିତୀୟ ବରରେ : ମୋ ପୁଅ ଭରତ ରାଜା ହୋଇ ନିଷ୍କଳଙ୍କ ରାଜ୍ୟ ଭୋଗ କରିବ।*

ଏବେ କୁହ ରାମ ! ମୁଁ ତୋତେ ବନକୁ ପଠେଇ ଦେଇ କଣ ଭୁଲ କରିଥିଲି ......????
ଭଗବାନ ରାମ କହିଲେ, "ମାଆ ! ଏ କଥା ବି ଜାଣିଛି ...!!!"

କୈକେୟୀ କହିଲେ, "ଆହୁରି ଗୋଟାଏ କଥା ଅଛି ଶୁଣ। ତୁମେ ସୀତାଙ୍କୁ ବିବାହ କରିଛ। ସୀତା ହେଉଛନ୍ତି ଧରଣୀ ରାଣୀଙ୍କର ଝିଅ। ତୁମେ ଯେବେ ରାଜା ହୋଇଥାନ୍ତ, ତେବେ ତୁମ ସହ ଧରିତ୍ରୀଙ୍କର ବିବାହ କରିବାକୁ ପଡ଼ିଥାନ୍ତା। *ତୁମେ ଜୋଇଁ ହୋଇ ଶାଶୁଙ୍କ ସହ କିପରି ବିବାହ କରିଥାନ୍ତ .....??* ତେଣୁ ତୁମେ ରାଜା ହେବା ପାଇଁ ଅନୁପଯୁକ୍ତ ଥିଲ।
ସେଥିପାଇଁ ତୁମକୁ ମୁଁ ବନକୁ ପଠାଇଥିଲି।

ଯଦି ମୁଁ ଭୁଲ କରିଥିଲି ବୋଲି ତମେ ଅନୁଭବ କରୁଛ, ତେବେ ତୁମେ ମୋତେ ରାଜା ହେବା ପରେ ଫାଶୀ ଦଣ୍ଡ ଦେବ ; ନ ହେଲେ ଭରତକୁ କୁହ "ମୋତେ ମାଆ ବୋଲି ଡାକିବ"।

କାରଣ ଚଉଦ ବରଷ ମୋର ମାତୃ ହୃଦୟ କାନ୍ଦୁଛି। *ପୁଅ ବଞ୍ଚିଥିବ, ମାଆକୁ ମାଆ ବୋଲି ଡାକୁ ନ ଥିବ : ଏହା କେତେ ଯନ୍ତ୍ରଣା ଦାୟକ ...!! ଏ କଥା ସେଇ ମାଆ ହିଁ କେବଳ ବୁଝିପାରିବ।"*

ଏତେ ସମୟ ଯାଏ ଭରତ ସବୁ ନୀରବରେ ଶୁଣୁଥିଲେ। କୈକେୟୀଙ୍କ କଥା ସରିବାରୁ ସଭାରେ ଉଠି ଠିଆ ହେଲେ। କହିଲେ, "ଭାଇ ! ମୁଁ ବି କିଛି କହିବି। ମୋ କଥା ବି ଟିକେ ଶୁଣନ୍ତୁ।

ଭାଇ ! ଆପଣଙ୍କ ବନବାସ ସମୟରେ ମୁଁ ଅଯୋଧ୍ୟାରେ ନ ଥିଲି ।ମୁଁ ନନ୍ଦୀଗ୍ରାମରେ ଥିଲି। କିନ୍ତୁ, ଦୁନିଆଁ କହୁଛି ଭରତ ପାଇଁ ରାମ ବନବାସ ଗଲେ। ମୋ ନାମରେ ଏ "କଳଙ୍କର ଭାର" ଲଦି ହୋଇ ରହିଛି।

ଯଦି ମୋ ପାଇଁ ଆପଣଙ୍କ ବନବାସ ହୋଇଥାଏ, ତେବେ ଏ ଜୀବନ ଯିବ ପଛେ, ମୁଁ କୈକେୟୀଙ୍କୁ ମାଆ ବୋଲି ଡାକିବି ନାହିଁ।"

ଏଇଠି ସମସ୍ତ କଥା ଶୁଣି ସଭାସଦ ଓ ପ୍ରଜାଗଣ ନୀରବ ହୋଇଯାଇଥିଲେ।
ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ : *ରାମ ବନବାସ ପାଇଁ ଦାୟୀ କିଏ ...??*

କୈକେୟୀ ମାତା କହିଲେ, *"କହିଦେ ରାମ ! ତୋ ବନବାସ ପାଇଁ ଦାୟୀ କିଏ ...???*

ଭରତ ବି ପଚାରିଲେ,"କୁହ ଭାଇ ! ଆପଣଙ୍କ ବନବାସ ପାଇଁ ଦାୟୀ କିଏ ....?

ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ ଶ୍ରୀ‌ରାମ କହିଲେ, *"ମୋ ବନବାସ ପାଇଁ ଦାୟୀ କେହି ନୁହଁ ; କେବଳ ଦାୟୀ ହେଉଛି *#କର୍ମଫଳ'*

*କର୍ମଫଳ ପ୍ରାଣୀ ଅଵଶ୍ୟ ଭୁଞ୍ଜଇ*
*କେ କରି ପାରିବ ଆନ ?*

*ନିୟତି ଆଗରେ ମଥା ଯାଏ ନଇଁ*
*ସମୟଟା ବଳବାନ।*

*କି କରିବେ ଭଗବାନ ??*
*କର୍ମଫଳ ଘେନି ସଂସାରେ ଆସନ୍ତି*
*ଭୋଗେ କପାଳ ଲିଖନ।
🙏*ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ*🙏 (ସମାପ୍ତ)
WhatsApp Channel Join
https://whatsapp.com/channel/0029VaUhaMzCsU9MHcJJfG3L

‼️ ଓଁ ଶ୍ରୀ ରାମାର୍ପଣ ମସ୍ତୁ ‼️

#ଭଗବତକଥା🌹🙏
ଓଁ ନମୋ ଭଗବତେ ବାସୁଦେବାୟ 🙏

Odia newspaper Samaja

20 Nov, 00:58


*ଖବର ଆଜିର*
ତାରିଖ:୨୦/୧୧/୨୪, ବୁଧବାର

୧-ସିଙ୍ଗାପୁର ରୋଡ଼ ସୋ'ରେ ଉଦ୍ଯୋଗୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ,ଯୋଗଦେଲେ ୩୦୦ ଶିଳ୍ପପତି।

୨-ଭୁବନେଶ୍ୱର:+୨ ଫର୍ମ ପୁରଣ ଅବଧି ବୃଦ୍ଧି,୨୫ ଯାଏଁ ୬୦୦ ଟଙ୍କା ଜରିମାନା ସହ ସୁଯୋଗ।

୩-୭୦ ଲକ୍ଷ ହିତାଧିକାରୀ ଏପର୍ଯ୍ୟନ୍ତ କରିନାହାଁନ୍ତି ଅପଡେଟ । ଖାଉଟି କାର୍ଡ ତାଲିକାରୁ ବାଦ ପଡିବା ନେଇ ଆଶଙ୍କା ବଢ଼ିଲା।

୪-କଟକ:ଫେବୃୟାରୀ ୯ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ ଟିକେଟ ଦର ହ୍ରାସ କରିଛି ଓସିଏ ।

୫-ଏମ୍ସରେ ଚାକିରି ନାଁ ରେ ୧୨ ଲକ୍ଷ ଠକେଇ,ଧରାପଡିଲା ଧୂର୍ତ ସିକୁରିଟି ଗାର୍ଡ।

୬-ଲୋକସେବା ଭବନ କନ୍‌ଫରେନ୍ସ ହଲରେ ନଭେମ୍ବର ୨୯ରୁ ଆରମ୍ଭ ହେବ ୩ ଦିନିଆ DGP କନଫରେନ୍ସ । ଯୋଗଦେବେ ପିଏମ୍ ମୋଦି

୭-କିସ୍‍ ଓ କିଟରେ ବଲିଉଡ୍‍ ଅଭିନେତା ଉତ୍କର୍ଷ ଶର୍ମା, ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ମୁମ୍ବାଇରୁ ଆସିଲେ କିସ୍‍।

୮-ବାଲୁଗାଁ:ଜାତୀୟ ରାଜପଥରେ ବନ୍ଧୁକ ମୂନରେ ଡକାୟତି, ବ୍ଲାଙ୍କ ଫାୟାର କରି ଲୁଟି ନେଲେ ୮ ଲକ୍ଷ ଟଙ୍କା।

୯-ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆଉ ଗୋଟିଏ ଦିନ ବଢ଼ିଲା କଟକ ଐତିହାସିକ ବାଲିଯାତ୍ରା।ଅର୍ଥାତ ନଭେମ୍ବର ୨୨ ବଦଳରେ ୨୩ରେ ସରିବ ବାଲିଯାତ୍ରା ।

୧୦-ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣାର ସରିଲା ତଦନ୍ତ, ଆସନ୍ତା ୨୬ରେ ହେବ ପରବର୍ତ୍ତୀ ଶୁଣାଣି।

୧୧-ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଓ ୪ ସଦସ୍ୟ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି।

୧୨-ଆସୁଛି ଆଉ ଏକ ଲଘୁଚାପ, ୨୧ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଶୀତ ବଢିବାର ସମ୍ଭାବନା।

୧୩-ବ୍ରହ୍ମପୁର ଡିଭିଜନ୍ ଡିଜିଏମ୍ ସୁବାସ ଚନ୍ଦ୍ର ପଣ୍ଡା ଗିରଫ, ୮୭୦ ଗ୍ରାମ ସୁନା ସହ ନଗଦ ୧୩ ଲକ୍ଷ ୪୭ ହଜାର ଜବତ।

୧୪-ନୂଆପଡା,ଦେଓଧରା ଗାଁ:ବାଘକୁ କାଟି ଖାଇଗଲେ, ୨ ଶିକାରୀ ଗିରଫ।

୧୫-ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଦାଣ୍ଡଘାଟ ନଦୀ ପଠା:ବାଘ ପାଦ ଚିହ୍ନକୁ ନେଇ କୋକୁଆ ଭୟ, ସଂଧ୍ୟା ହେଲେ ଘରେ ତାଟି କବାଟ।

୧୬-ଚନ୍ଦ୍ରଶେଖରପୁର:ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ମିଳିଲା ଘର । ୧୧୬ଟି ହିତାଧିକାରୀଙ୍କ ପରିବାରକୁ ଘର ଆବଣ୍ଟନ

୧୭-ଜେଲରୁ MA ପଢିବେ ମାଓନେତା ସବ୍ୟସାଚୀ ପଣ୍ଡା, ମାଷ୍ଟର ଡିଗ୍ରୀ ପାଇଁ ପ୍ରସ୍ତୁତି।

୧୮-କ୍ୟାପିଟାଲ ହସପିଟାଲରେ ବଢିବ ଆଇସିୟୁ ବେଡ୍ । ଖୁବଶୀଘ୍ର ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସପିଟାଲ ।

୧୯-ତିରୁପତି ମନ୍ଦିରରୁ ବାହାରିବେ ଅଣ ହିନ୍ଦୁ କର୍ମଚାରୀ; ମନ୍ଦିର ପ୍ରଶାସନର ବଡ଼ ନିଷ୍ପତ୍ତି।

୨୦-ନୂଆ ଦିଲ୍ଲୀ:ଆଜି ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଭୋଟ୍, ନଭେମ୍ବର ୨୩ରେ ଭୋଟ୍ ଗଣତି।

୨୧-୨୦୩୦-୨୦୫୦ ମଧ୍ୟରେ ବିଶ୍ୱର ମୋଟ ଶ୍ରମ ବଳରେ ଭାରତ ଭାଗ ୨୦% ହେବ: ଚୀନରେ କମୁଛନ୍ତି କର୍ମଜୀବୀ।

୨୨-ଥାଇଲାଣ୍ଡ:ଯାନ୍ତ୍ରିକ ତ୍ରୁଟି, ୮୦ ଘଣ୍ଟା ଅଟକି ରହିଲେ ଏୟାର ଇଣ୍ଡିଆର ୧୦୦ ଯାତ୍ରୀ।

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029VaUgRXG5fM5gVRc7391u
ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*


*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Odia newspaper Samaja

19 Nov, 03:15


*ଖବର ଆଜିର, ନଭେମ୍ବର, ୧୯ ମଙ୍ଗଳବାର*
=======================
ଆସନ୍ତା ଚାରିଦିନ ରାଜ୍ୟରେ ରହିବ ଥଣ୍ଡା

କାଲିଠାରୁ ବରଗଡ଼ ଓ ୨୨ରୁ ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ କରାଯିବ।

ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢାଇଛି ମାଧ୍ୟମିକ ଶିକ୍ଷା ପରିଷଦ

ନଭେମ୍ବର ୨୨ରୁ ଦିଲ୍ଲୀରେ ଓଡ଼ିଶା ପର୍ବ-୨୦୨୪, ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପାଇଁ ପ୍ରକ୍ରିୟା ଆରମ୍ଭ କଲା ASI ଟିମ୍, ମରାମତି ଶେଷ ପରେ ହେବ ଗଣତି

ଭୁବନେଶ୍ଵର ଏମ୍ସ ରେ ମୃତ ବ୍ୟକ୍ତି ଜୀବିତ। ଦୁଇ ଘଣ୍ଟା ଧରି ହୃଦସ୍ପନ୍ଦନ ବନ୍ଦ ହେବାପରେ ବ୍ୟକ୍ତି ହେଲା ପୁନଃ ଜୀବିତ

ପରଲୋକରେ ବରିଷ୍ଠ ବିଜେପି ନେତା ଓ ପୂର୍ବତନ ମନ୍ତ୍ରୀ ସମୀର ଦେ

ପୁରୀ ସ୍ୱର୍ଗଦ୍ବାର ରେ କାଠ ଅଭାବ, ଝାଉଁ ଜଙ୍ଗଲ ସଫା ହୋଇଗଲାଣି, ବନବିଭାଗ ଅଡୁଆରେ

ରେଢ଼ାଖୋଲ ରେ ୩ ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ନିର୍ବାଚନୀ ମାମଲାର ଜବାବ ଦାଖଲ କଲେ ଜଳେଶ୍ବର ବିଧାୟକ ଅଶ୍ୱନୀ ପାତ୍ର

କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାରେ ଆଉ ଜଣେ ମୃତ, ୩ ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବାଲେଶ୍ଵର ରେ ଧର୍ମାନ୍ତରୀକରଣ କରୁଥିବା ସମୟରେ ୪ଜଣଙ୍କୁ ଧରି ପୋଲିସରେ ଜିମା ଦେଲେ ଅଞ୍ଚଳବାସୀ

ସୁବର୍ଣ୍ଣପୁର ଜିଲ୍ଲା ତରଭା ରେ ବଡ଼ବନ୍ଧ ଶିବ ମନ୍ଦିର, ନୂଆପଡ଼ା ଶନି ମନ୍ଦିରରୁ ଦାନବାକ୍ସ ଭାଙ୍ଗି ଲୁଟ୍

ଭୁବନେଶ୍ୱର ରେ ଛୋଟ ସାରଥୀ କଳକି ବାବାର ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମର ବିଶାଳ ଜମି ଉପରେ ତଦନ୍ତ ହେବ

ସମ୍ବଲପୁର ସଦର ପୋଲିସକୁ ଜବତ କଲା କଫ ସିରଫ,୨୦ ଅଭିଯୁକ୍ତ ଗିରଫ।

କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ଭବାନୀପାଟଣାରେ ଧରାପଡ଼ିଲେ ଡାକ୍ତର ଅଶୋକ ଦାସ , ଗର୍ଭବତୀ ମହିଳାଙ୍କ ଠାରୁ ୬ହଜାର ଟଙ୍କା ନେଇ ଧରାପଡ଼ିଲେ

ମାଲକାନଗିରି କୋରକୋଣ୍ଡାରେ ଭୋଜିରେ ଦୁଇଗୋଷ୍ଠୀ ଗଣ୍ଡଗୋଳ, ଛୁରାମାଡ଼ରେ ଯୁବକ ଗୁରୁତର

ବ୍ରହ୍ମପୁର ପୋଲିସ ହାଉସିଂ ସିଭିଲ ଇଞ୍ଜିନିୟର ସୁବାସ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ପଡୋଶୀଙ୍କ ଛାତକୁ ଫୋପାଡିଲେ ୧୦ ଲକ୍ଷ

କେନ୍ଦୁଝର ଘଷିପୁରା ରେ ବାଇକ୍‌ ଚୋରି ରାକେଟ୍‌ ଧରିଲା ପୋଲିସ, ୬ ବାଇକ୍‌ ଜବତ, ୩ ଗିରଫ

ବୌଦ୍ଧରୁ ଜଗତସିଂହପୁର ଯାଉଥିବା ୩୧ କେଜି ଗଞ୍ଜେଇ ଜବତ, ୪ ଗିରଫ

ଗଜପତି ଜିଲ୍ଲା କଙ୍କଡ଼ାଗୁଡା ରେ ୩୮୦ କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ, ତିନି ଫେରାର

ମୟୁରଭଞ୍ଜ ବାଲିଖଣିରେ ବାଘ ଚମଡ଼ା ଡିଲ୍‌ କରିବା ବେଳେ ମାଡ଼ି ବସିଲା ବନ ବିଭାଗ, ବାଘ ଚମଡ଼ା ଜବତ, ତିନି ଜଣ ଗିରଫ

କଠୋର ହେଲା ଆୟକର ନିୟମ, ବିଦେଶୀ ସଂପତ୍ତି ଲୁଚାଇଲେ ୧୦ ଲକ୍ଷ ଜରିମାନା

ଦିଲ୍ଲୀର ଖରାପ ପାଗ ଯୋଗୁଁ ୧୧ ବିମାନକୁ ଡାଇଭର୍ଟ , ଅନେକ ଉଡ଼ାଣରେ ବିଳମ୍ୱ

ରୁଷ-ୟୁକ୍ରେନ ଯୁଦ୍ଧରେ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଜେଲେନ୍‌ସ୍କିଙ୍କୁ ଜୋ ବାଇଡେନ ଦେଲେ ଅନୁମତି।

ପାକିସ୍ତାନରେ ପ୍ରଦୂଷଣ AQI ୨୦୦୦ ଡେଇଁଲା, ଲାଗିଲା ୩ଦିନର ଲକ୍ ଡାଉନ୍, ସ୍କୁଲ କଲେଜ ବନ୍ଦ
=======================
ଆଜି ଅନ୍ତର୍ଜାତୀୟ ପୁରୁଷ ଦିବସ
ବିଶ୍ୱ ଟୟଲେଟ ଦିବସ

ଆଜି ଜନ୍ମଦିନ: ରାଣୀ ଲକ୍ଷ୍ମୀବାଇ, ଇନ୍ଦିରା ଗାନ୍ଧୀ, ଦାରା ସିଂ, ସୁସ୍ମିତା ସେନ, ଜୀନତ ଅମନ, କିରନ ରିଜିଜୁ

ଇତିହାସରେ ଆଜି: (୧୯୮୨) ନବମ ଏସିଆଡ଼ ଖେଳ ଦିଲ୍ଲୀରେ ଆରମ୍ଭ/ (୧୯୮୬) ଦେଶରେ ପରିବେଶ ସୁରକ୍ଷା ଆଇନ ଲାଗୁ/ (୧୯୯୪) ଐଶ୍ଵର୍ଯ୍ୟା ରାୟ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ/ (୧୯୯୭) କଳ୍ପନା ଚାଓଲା ହେଲେ ପ୍ରଥମ ଭାରତୀୟ ମହିଳା ମହାକାଶଚାରୀ/ (୨୦୦୦) ପାକିସ୍ତାନରେ ନୁସରତ ଭୁଟୋ ଙ୍କୁ ଦୁଇବର୍ଷ ସଶ୍ରମ କାରାଦଣ୍ଡ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

18 Nov, 02:06


*ଖବର ଆଜିର, ନଭେମ୍ବର, ସୋମବାର*
=======================
ରାଜ୍ୟରେ ରୀତିମତ ଶୀତ ଆରମ୍ଭ, କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ

କଟକ ବାଲିଯାତ୍ରାରେ ଲେଜର ଲାଇଟ ସୋ, ମହାନଦୀ ଜଳ ରାଶିରେ ଓଡ଼ିଆ ପରମ୍ପରା

ଛାଡଖାଇ ନାମରେ କୋଟି କୋଟି ଟଙ୍କାର ଆମିଷ ବିକ୍ରି, ବଜାର ରକ୍ତାକ୍ତ

ତିନିବର୍ଷର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ, ମୁଖ୍ୟଅତିଥି ଭାବେ ଯୋଗଦେଲେ ରାଜ୍ୟପାଳ ଓ ଉପମୁଖ୍ୟମନ୍ତ୍ରୀ

ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା ରାସ୍ତା ନିର୍ମାଣ ପାଇଁ ସ୍ବତନ୍ତ୍ର ନୀତି ଆସିବ

ହାସ୍ୟ ଅଭିନେତା ଜୟୀ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ

ଓଡ଼ିଶାରେ ସେମ୍ବକର୍ପ କମ୍ପାନୀ କରିବ ଗ୍ରୀନ ଆମୋନିଆ ପ୍ରକଳ୍ପ, କହିଲେ ମୁଖ୍ୟମନ୍ତ୍ରୀ ମାଝୀ

ଜିଏସଟି ଅଫିସରୁ ଯାଉଥିବା ନୋଟିସକୁ ବେଖାତିର। ଲୋକେ ଚିଠି ରିସିଭ କରୁନାହାନ୍ତି, ଅଫିସର ଫୋନ କରି ଡାକିଲେ ବି ରଙ୍ଗ ନମ୍ବର କହି ଯାଉନାହାନ୍ତି

ବିଜେଡ଼ିର ନୂତନ ସଭ୍ୟ ପାଇଁ ଡିଜିଟାଲ କର୍ମଶାଳା, ୧୦ ଲକ୍ଷ ଯୁବ ସଦସ୍ୟ କରାଯିବ

କଟକ ବାଲିଯାତ୍ରାରେ ଜଗତସିଂହପୁର ଜିଲ୍ଲାର ଯୁକ୍ତ ଦୁଇ ଛାତ୍ର ବିଶ୍ଵ ମହନ୍ତ ବିଦ୍ୟୁତ ଆଘାତରେ ମୃତ

ନୟାଗଡ଼ ଜିଲ୍ଲା ଶରଧାପୁରରେ ସରପଞ୍ଚଙ୍କ ସ୍ବାମୀ ଏବଂ ସମିତି ସଭ୍ୟଙ୍କ ମଧ୍ୟରେ ହଣାହଣି, ଉଭୟ ଗୁରୁତର

ଭୁବନେଶ୍ୱର ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମରେ କଳକୀ ଅବତାର ବୋଲାଉଥିବା ପିଲା ଗାୟବ। କେଟିଏମ ଗାଡି ଥୁଆ ହୋଇଛି

କୋରାପୁଟ ଜିଲ୍ଲା ବୈପାରିଗୁଡା ପାଖରେ ଅଙ୍ଗନୱାଡ଼ି ପିଲାଙ୍କ ନୂଆ ୟୁନିଫର୍ମ ଏବଂ ଜୋତା ଗଦା ଗଦା ହୋଇ ଖତଗଦାରେ ଫୋଫଡା ହୋଇଛି

ଭୁବନେଶ୍ୱର ବାଣୀବିହାର ରେଳଧାରଣା କଡ଼ରେ କ୍ଷତାକ୍ତ ମୃତଦେହ ଉଦ୍ଧାର

ପାରାଦୀପରେ ଛାଡ଼ଖାଇରେ ମାଛ ବିକିବାକୁ ଯିବାବେଳେ ଟ୍ରକ୍‌ ଦୁର୍ଘଟଣାରେ ଜୀବନ ଗଲା

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନଂ ଜାତୀୟ ରାଜପଥରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ୨ ମୃତ। କ୍ଷତିପୂରଣ ପାଇଁ ରାସ୍ତା ଅବରୋଧ

କେନ୍ଦୁଝର ଗୋରାସ ହାଟ ଛକରେ କାର ଓଲଟିଲା, ଭିତରେ ଥିବା ରାଜନନ୍ଦିନୀ ଅପେରାର ୪ କଳାକାର ଗୁରୁତର

କାମାକ୍ଷାନଗରରେ ବାଇକକୁ ଧକ୍କା ଦେଲା କାର, ଶାଶୁ ମୃତ ଓ ଜ୍ୱାଇଁ ଗୁରୁତର

ଗଞ୍ଜାମ ଜିଲ୍ଲା ବୁଗୁଡା କରଡାବାଡି ଗାଁରେ ସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର କରିବାରୁ ପିଅନଙ୍କୁ ଗାଁଲୋକ ଧରିଲେ

ମାଲକାନଗିରି ସୀମାନ୍ତରେ ମାଓ-ପୋଲିସ ଗୁଳିବିନିମୟରେ ୫ ମାଓବାଦୀ ନିହତ

ମଣିପୁରର ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି

ନମାଜ ପାଇଁ ଶୁକ୍ରବାର ଛୁଟି, ତେଣୁ ହନୁମାନ ଚାଳିସା ପାଇଁ ମଙ୍ଗଳବାର ଛୁଟି ହେଉ, କହିଲେ ଆସାମ ମୁଖ୍ୟମନ୍ତ୍ରୀ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଙ୍ଘାତିକ, ଆଜିଠାରୁ ଲାଗୁ ହେବ GRAP-IV

ଆମେରିକାରୁ ଭାରତକୁ ଫେରିବ ୧୪ ଶହ ପ୍ରାଚୀନ କଳାକୃତି

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଘର ଉପରେ ପୁଣି ବୋମାମାଡ଼

ଡେନମାର୍କ ର ଭିକ୍ଟୋରିଆ କଜେର ହେଲେ ମିସ୍ ୟୁନିଭର୍ସର ବିଜେତା। ଭାରତର ରିୟା ସିଙ୍ଗା ୩୦ ଭିତରେ ରହିଲେ
=======================
ଆଜି ବିଶ୍ୱ ସିଓପିଡ଼ି ରୋଗ ଦିବସ

ଆଜି ଜନ୍ମଦିନ: ଭି. ଶାନ୍ତାରାମ, ନୟନତାରା, ଜଷ୍ଟିସ ରଞ୍ଜନ ଗୋଗୋଇ, କମଲନାଥ, ଯତୀନ୍ଦ୍ର ନାୟକ

ଆଜି ତିରୋଧାନ: ତବସୁମ

ଇତିହାସରେ ଆଜି: (୧୯୧୦) ଇଂଲଣ୍ଡରେ ମହିଳାଙ୍କୁ ଭୋଟ ଅଧିକାର ପାଇଁ ବିଦ୍ରୋହ/ (୧୯୧୮) ରୁଷିଆ ଠାରୁ ଲାଟଭିଆ ସ୍ୱାଧୀନ/ (୧୯୨୮) ମିକି ମାଉସ କାର୍ଟୁନର ଜନ୍ମଦିନ/ (୧୯୬୩) ବଟନ ଚିପା ଫୋନର ସେବା ଆରମ୍ଭ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

17 Nov, 02:31


*ଖବର ଆଜିର, ୧୭ ନଭେମ୍ବର, ରବିବାର*
=======================
ଆଗାମୀ ତିନିଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଅନୁମାନ

ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଜମି ଜାଲିଆତି, ୧୯୦ ଟି ପ୍ଲଟ୍‌ ବିକ୍ରି କରୁଛନ୍ତି, ଥାନାରେ ଏତଲା। ଶ୍ରୀମନ୍ଦିର ପାଇଁ ଆସିବ ଏକକ ନୀତି

ରାଜ୍ୟର ଜନଜାତିଙ୍କ ପାଇଁ ୧୫୩୫ କୋଟିର ବଜେଟ, ‘ପେସା’ ଆଇନ୍ ଲାଗୁ ପୂର୍ବରୁ ମତ ନିଆଯିବ

ଜାତୀୟ ସିନିଅର ଟେନିସ୍‌ ବଲ୍‌ କ୍ରିକେଟ୍‌ ଚମ୍ପିଅନ୍‌ସିପ୍‌ ପାଇଁ ଜମୁ-କଶ୍ମୀର ଗଲେ ଓଡ଼ିଶା ଦଳ

ଜାତୀୟ ହକିରେ ୫-୧ରେ ହରିୟାଣାକୁ ହରାଇ ଚମ୍ପିୟାନ ହୋଇ ଇତିହାସ ରଚିଲା ଓଡ଼ିଶା

ରାଜ୍ୟରେ ୫ ହଜାର ଡାକ୍ତରଙ୍କୁ ଖୁବ ଶୀଘ୍ର ଦିଆଯିବ ନିଯୁକ୍ତି, କହିଲେ ମନ୍ତ୍ରୀ ମହାଲିଙ୍ଗ

ଓମଫେଡର ହେବ ନବୀକରଣ, ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱରରେ ଖୋଲିବ ନୂଆ ପ୍ଲାଣ୍ଟ

ପାଠ ପଢାଇବ ଏ.ଆଇ ଶିକ୍ଷକ, କଟକ ବୋଷ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ପରୀକ୍ଷାମୂଳକ ସଫଳତା।

କଟକ ବଡ ମେଡିକାଲରେ ନୂଆ ସହାୟତା କେନ୍ଦ୍ର, ରୋଗୀ ଓ ସମ୍ପର୍କୀୟଙ୍କୁ ଦେବ ସହାୟତା

କଟକ ବାଲିଯାତ୍ରାରେ ଅବ୍ୟବସ୍ଥା ଓ ଅପ୍ରୀତିକର ପରିସ୍ଥିତି। ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଷ୍ଟେଜରେ ପୋଲିସ ହସ୍ତକ୍ଷେପ

ରାଉରକେଲାର ଜୟକୃଷ୍ଣ ସ୍ବାଇଁ ୭୮ ବର୍ଷ ବୟସରେ ୭୦% ନମ୍ବର ରଖି ସ୍ନାତକୋତ୍ତର ଡିଗ୍ରୀ ପାଇଲେ

ଢେଙ୍କାନାଳ ସଦର ବ୍ଲକ ଅଧକ୍ଷା ପଦ ବିଜେପି ହାତକୁ ଗଲା, ଅନାସ୍ଥା ଭୋଟରେ ନେତା ବିକ୍ରି ହେଲେ ବୋଲି ଚର୍ଚ୍ଚା

ରେଢାଖୋଲରେ ଜିଲ୍ଲାପରିଷଦ ସଭ୍ୟଙ୍କୁ ଦୁର୍ବ୍ୟବହାର ଘଟଣା, ଅମିନ ନିଲମ୍ବିତ ଓ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ

ନବରଙ୍ଗପୁର ଜିଲ୍ଲା ଝରିଗାଁରେ ବିଜେଡି ପଞ୍ଚାୟତ ସଭାପତି ଡମୁନା ଭତ୍ରାଙ୍କୁ ଗୁଳିମାଡ଼

ଭଦ୍ରକରେ କନ୍ୟାକୁମାରୀ- ଦିବ୍ରୁଗଡ଼ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ , କେହି ମୃତାହତ ହୋଇନାହାନ୍ତି

ଭୁବନେଶ୍ୱରରେ ଅବସରପ୍ରାପ୍ତ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ୯ ଦିନ ହାଉସ୍‌ ଆରେଷ୍ଟ୍, ୮୦ ଲକ୍ଷ ଚଳୁ

ଗଂଜାମ ଦିଗପହଣ୍ଡି ନରେନ୍ଦ୍ରପୁର ରେ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୩ ଜଣ ଗୁରୁତର

ଗଞ୍ଜାମ ଧରାକୋଟ ପାଣିବନ୍ଧରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ବାପଘର ଓ ଶ୍ୱଶୁର ଘର ବିବାଦ ପାଇଁ ତିନି ଦିନ ପଡିରହିଛି ମୃତଦେହ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ଯୁବକ ବାଇକରେ ଗଞ୍ଜେଇ ଚାଲାଣ କରି ଛତିଶଗଡ଼ ପୁଲିସ ଦ୍ବାରା ଗିରଫ

ବାଲେଶ୍ଵର ଭୋଗରାଇରେ ଖତ ଗଦାରେ ଲୁଚା ହୋଇଥିବା ୨୧ ଲକ୍ଷ ଟଙ୍କା ଜବତ କଲା ହାଇଦ୍ରାବାଦ ପୋଲିସ

ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ନୁଆଡିହି ଫରେଷ୍ଟରଙ୍କୁ ବିଭିନ୍ନ କାରଣ ଯୋଗୁଁ ଗଛରେ ବାନ୍ଧିଲେ ଗ୍ରାମବାସୀ

ଧାମରା ଅବଦୁଲ କାଲାମ ଦ୍ବୀପରୁ ପରୀକ୍ଷଣ ହେଲା ସୁପରସୋନିକ ମିସାଇଲ।

ଦିଲ୍ଲୀରୁ ୯୦୦ କୋଟି ଓ ଗୁଜରାଟରୁ ୨୧୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ

ଭାରତରୁ ସରୁଛି ବିଦେଶୀ ମୁଦ୍ରା, ଦେଢ଼ ମାସରେ ୨,୪୬,୯୧୪ କୋଟି କମିଲା

କାନାଡାରେ ଖାଦ୍ୟ ସଙ୍କଟ, ଫୁଡ ବ୍ୟାଙ୍କରୁ ମାଗଣା ଖାଇବା ବ୍ୟକ୍ତିଙ୍କ ସଂଖ୍ୟା ବଢିଚାଲିଛି
=======================
ଆଜି ଅନ୍ତର୍ଜାତୀୟ ଛାତ୍ର ଦିବସ
ବିଶ୍ୱ ଅପରିପକ୍ଵ ଦିବସ

ଆଜି ଜନ୍ମଦିନ: ଜେମିନି ଗଣେଶନ, ଶୋଭନା ସମର୍ଥ, ୟୁସୁଫ ପଠାନ, ଚନ୍ଦା କୋଚର, ବ୍ୟୋମକେଶ ମହାନ୍ତି

ଆଜି ତିରୋଧାନ: ଶ୍ରୀ ମା, ଲାଲା ଲଜପତ ରାୟ, ବାଲ ଠାକରେ

ଇତିହାସରେ ଆଜି: (୧୯୬୬) ରିତା ଫାରିଆ ହେଲେ ପ୍ରଥମ ଭାରତୀୟ ବିଶ୍ୱ ସୁନ୍ଦରୀ/ (୨୦୦୪) ରାମେଶ୍ୱର ଠାକୁର ହେଲେ ଓଡିଶା ରାଜ୍ୟପାଳ/ (୨୦୦୬) ଭାରତ ଆମେରିକା ଅଣୁ ଚୁକ୍ତି ଅନୁମୋଦିତ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

16 Nov, 04:08


*ଖବର ଆଜିର, ୧୬ ନଭେମ୍ବର, ଶନିବାର*
=======================
ଓଡ଼ିଶାର ବିଭିନ୍ନ ଜିଲ୍ଲାର ତାପମାତ୍ରା ଆଗାମୀ ୪ରୁ ୫ ଦିନ ମଧ୍ୟରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ

ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଖୋଲିବ ପୁରୀ ଶ୍ରୀମନ୍ଦିର ଚାରି ଦ୍ବାର, ତିନି ଦ୍ବାର ଦେଇ ପ୍ରସ୍ଥାନ କରିବେ

କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମାଝୀ

ରାଜ୍ୟର ୧୨୯ କ୍ରୀଡ଼ାବିତଙ୍କୁ ଆର୍ଥିକ ପୁରସ୍କାର ଦେଲେ ସରକାର

ବିଦେଶରୁ ପୁଞ୍ଜି ଆଣିବା ପାଇଁ କାଲିଠାରୁ ଚାରି ଦିନିଆ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମାଝୀ। ଆଗରୁ ଲଣ୍ଡନ ଯାଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

କଟକ ଓ ସମ୍ବଲପୁରରେ ହେଵ ମହାନଦୀ ରିଭର ଫ୍ରଣ୍ଟ, ୨ଶହ କୋଟି ଟଙ୍କା ମଞ୍ଜୁର

ଲାଗୁ ହେବ ପେସା ଆଇନ୍, ପଲ୍ଲୀସଭାରେ ନିଆଯିବ ମତାମତ, ଆଦିବାସୀଙ୍କୁ ଅଧିକାର ଦେବେ ସରକାର

ଆଜି ସଂକ୍ରାନ୍ତି ଯୋଗୁଁ କାଲି ରବିବାରରେ ଛାଡଖାଇ ମାହୋଲ ହେବ

ମୟୁରଭଞ୍ଜ ଶିମିଳିପାଳକୁ ‘ଯମୁନା’ ପରେ ଆସିଲା ଦ୍ବିତୀୟ ବାଘୁଣୀ

ଭୁବନେଶ୍ୱରରୁ ଇନ୍ଦୋର, ଡେରାଡୁନ୍, କୋଚିକୁ ଏବଂ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ।

କଟକ ବୟାଳିଶି ମୌଜାରେ ବୋଇତ ବନ୍ଦାଣ ଉତ୍ସବରେ ନଇରେ ଓଲଟି ପଡ଼ିଲା ବୋଇତ

ପୋଖରୀରେ ଭାସୁଥିବା ଡଙ୍ଗା କାଢ଼ିବାକୁ ଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ ୫ ଜଣ ଛୋଟ ପିଲା ପାଣିରେ ବୁଡ଼ି ପ୍ରାଣ ହରାଇଲେ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ହାତୀ ଛୁଆର ମୃତ୍ୟୁ, ବନବିଭାଗ ଡେରିରେ ଜାଣିଲେ

ଜଟଣୀ ରାଜା ବଜାରରେ ଜଳିଗଲା ଲୁଗାଦୋକାନ, ମାଲିକ ମୃତ

କଟକ ଜିଲ୍ଲା ବାଙ୍କୀରେ ସେତୁ ତଳୁ ମହାନଦୀରୁ ବାଲି ଉଠାଉଛନ୍ତି ମାଫିଆ। ଦୁର୍ବଳ ହେଉଛି ସେତୁର ମୂଳଦୁଆ

ଭଦ୍ରକ ଜିଲ୍ଲା ବାସୁଦେବପୁର ବାଣପୁର ଗାଁରେ ଚୋରି କରୁଥିବା ବେଳେ ଗାଁ ଲୋକେ ୨ ଜଣ ଚୋରଙ୍କୁ ଧରି ରାତିସାରା ବାଡେଇଲେ

ରାୟଗଡା ରାଣୀଗୁଡା ଫାର୍ମ ପାଖରେ ରୋଷେଇ କଲାବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ୩ ଗୁରୁତର

ନବରଂଗପୁର ଜିଲ୍ଲା ଚନ୍ଦନଧାରା ଶୈବ ପୀଠରେ ଦର୍ଶନ କରି ଫେରିବାବେଳେ ଅଟୋ ଦୁର୍ଘଟଣାଗ୍ରସ୍ତ, ଜଣେ ମହିଳା ମୃତ ଓ ୪ ଜଣ ଆହତ

ସୁନା ଓ ରୁପା ଦାମ କମିଛି ବୋଲି ଗହଣା ଦୋକାନରେ ଭିଡ଼

ଓଡ଼ିଶାର ସୁନ୍ଦରଗଡ ଓ ନୟାଗଡ଼ ସମେତ ଦେଶର ଆଉ ୧୮ ଜିଲ୍ଲାରେ ସୁନା ହଲମାର୍କିଂ କେନ୍ଦ୍ର ହେବ

ରଣଜୀ ଟ୍ରଫି କ୍ରିକେଟରେ କଟକ ବାରବାଟୀରେ ଓଡ଼ିଶା ୩ ଓ୍ୱିକେଟ୍‌ରେ ମହାରାଷ୍ଟ୍ରକୁ ହରାଇଲା।

ମିସ୍ ଟିନ୍ ୟୁନିଭର୍ସ-୨୦୨୪ ଟାଇଟଲ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ନବୀନ ପଟ୍ଟନାୟକ

ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ପ୍ରଦୂଷଣ, ପ୍ରାଥମିକ ବିଦ୍ୟାଳୟ ବନ୍ଦ କଲେ ଦିଲ୍ଲୀ ସରକାର

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବଜାରରୁ ୧୦,୫୦୦ କୋଟି ଋଣ ଉଠାଇବ, ଗୁଜରାଟ ଫାଇନାନ୍ସ ଟେକ୍-ସିଟି ବ୍ରାଞ୍ଚ ମାଧ୍ୟମରେ ହିଁ ନେବ

ପାକିସ୍ତାନ ଲାହୋରରେ ପ୍ରଦୂଷଣ ୧୯୦୦ ଟପିଲା, ୧୫ ହଜାରରୁ ଅଧିକ ହସପିଟାଲରେ ଭର୍ତ୍ତ
=======================
ଆଜି ଜାତୀୟ ପ୍ରେସ ଦିବସ
ଅନ୍ତର୍ଜାତୀୟ ସହନଶୀଳତା ଦିବସ

ଆଜି ଜନ୍ମଦିନ: ଶମ୍ଭୁ ମହାରାଜ, ମିହିର ସେନ (ସନ୍ତରଣ), ପୁଲେଲା ଗୋପିଚନ୍ଦ, ଆଦିତ୍ୟ କପୁର, ମିନାକ୍ଷୀ ଶେଷାଦ୍ରୀ, ରାମୋଜି ରାଓ (ଈନାଡୁ ଟିଭି)

ଇତିହାସରେ ଆଜି: (୧୯୦୮) ଜେନେରାଲ ମୋଟର୍ସ ସ୍ଥାପନ ହୋଇଥିଲା/ (୧୯୭୩) ପୃଥିବୀ କକ୍ଷରେ ସ୍କାଇଲାଵ-୪ ପଶିଲା/ (୧୯୭୫) ପାପୁଆ ନିଉଗିନି ଦେଶ ସ୍ୱାଧୀନ ହେଲା/ (୧୯୯୫) ବାସୁଦେବ ପାଣ୍ଡେ ହେଲେ ତ୍ରିନିଦାଦ ର ପ୍ରଧାନମନ୍ତ୍ରୀ/ (୨୦୦୨) ମୁଶାରଫ ଦ୍ଵିତୀୟ ଥର ପାଇଁ ପାକିସ୍ତାନର ଦାୟିତ୍ବ ନେଲେ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

16 Nov, 00:19


ଦଣ୍ଡମୁକ୍ତ ଅଞ୍ଚଳ 😒

Odia newspaper Samaja

16 Nov, 00:17


ମହିଳା ଓ ଶିଶୁ ବିରୋଧୀ ହିଂସା ରୋକିବାକୁ କମିଶନରେଟ୍‌ ପୋଲିସର ଜରୁରୀକାଳିନ ନମ୍ବର ।

Odia newspaper Samaja

16 Nov, 00:17


ଆପଣ ପାଇନାହାନ୍ତି କି? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ଆଉ ଅଳ୍ପ ଦିନ ପରେ ଆପଣଙ୍କୁ ମଧ୍ୟ ମିଳିବ ସୁଭଦ୍ରା ସହାୟତା ।

Odia newspaper Samaja

15 Nov, 16:33


ll ଛାଡଖାଇ ର ପ୍ରକୃତ ଅର୍ଥ ll

କାର୍ତ୍ତିକ ମାସ ର ବ୍ରତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପିତ ହେଇଥାଏ।ମାସ ସାରା ହବିଷ ଭକ୍ଷଣ, ଦେବ ଦର୍ଶନ, ପୁରାଣ ପାଠ,ଚଉରା ମୂଳେ ମୁରୁଜ ଆଙ୍କି "ରାଇ ଦାମୋଦର, ଲକ୍ଷ୍ମୀ ନାରାୟଣ ,ଶିବ ପାର୍ବତୀଙ୍କ" ପୂଜା ଚାଲିଥାଏ କାର୍ତ୍ତିକ ପୂର୍ଣ୍ଣିମା ଦିନ ଯାଏଁ। ପୂର୍ଣ୍ଣିମାର ପରଦିନ କୁ କୁହାଯାଏ "ଛାଡ଼ଖାଇ" ।

ଏହି ଛାଡଖାଇକୁ ନେଇ ଆମ ମନରେ ଅନେକ ହୀନ ଚିନ୍ତାଧାରା ବର୍ତ୍ତମାନ ସମୟରେ ଦେଖା ଦେଇଚି. ଯେଉଁଟା କି ପ୍ରକୄତ ଛାଡ଼ଖାଇ ର ସମ୍ପୂର୍ଣ୍ଣ ବିପରୀତ.. ମୋ ମତରେ ଏହାକୁ "ଛାଡଖାଇ" ନକହି "ହାଡଖାଇ" ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ......

କାର୍ତ୍ତିକ ମାସରେ କିଛି ଖାଦ୍ୟପେୟର ବାରଣ ରହିଚି।ଏହାଛଡା କାର୍ତ୍ତିକ ମାସରେ ଚୁଟି କାଟିବା,କିଛି ଫୁଲ, ଫଳ, ପତ୍ର ତୋଳିବା ମଧ୍ୟ ବାରଣ ଥାଏ।ଯେଉଁମାନେ କାର୍ତ୍ତିକ ବ୍ରତ କରନ୍ତି ସେମାନେ ମାସ ସାରା ନଖ କାଟନ୍ତି ନାହିଁ, ଚୁଟି କାଟନ୍ତି ନାହିଁ,ତୁଳସୀ ପତ୍ର ତୋଳନ୍ତିନି,କଦଳୀ ପତ୍ର କାଟନ୍ତିନି ବର୍ଷା ଛାଡିଥାଏ ଆଉ ଶୀତର ଆରମ୍ଭ ହେଇଥାଏ ।ଏମିତି ଏକ ମଝାମଝିରେ କାର୍ତ୍ତିକ ମାସ ଥାଏ

ଏହି ସମୟରେ ପାଣି ପାଗ ସହ ମଣିଷ ଓ ପଶୁପକ୍ଷୀ ଙ୍କ ଶରୀର ରେ ଅନେକ ପରିବର୍ତ୍ତନ ଆସିଥାଏ।ଯେମିତି କି ଏଇ ମାସରେ ମଣିଷ ଶରୀରରେ ପିତ୍ତ ଓ କଫ ଅଧିକ ହେଇଥାଏ।ହଜମ ଶକ୍ତି କମିଯାଏ।ତେଣୁ ଏଇ ମାସରେ ଗୋଟିଏ ଥର ଖାଦ୍ୟ ଗ୍ରହଣ କରିବା ବିଧି ଅଛି।ବିନା ମସଲା,ହଳଦୀରେ ନିର୍ଦ୍ଦିଷ୍ଟ କିଛି ପରିବା କୁ ନେଇ ଖାଦ୍ୟ ପ୍ରସ୍ତୁତ ହେଇଥାଏ।ଯାହା କି ଗରିଷ୍ଠ ହେଇ ନଥାଏ।ଏହା ହଜମ ଶକ୍ତିକୁ ବଢେଇବା ସହ ଦେହକୁ ରୋଗମୁକ୍ତ କରିଥାଏ।ଆଉ ସାତ୍ତ୍ଵିକ ହୋଇଥିବାରୁ ଦେହ ମନ ଶାନ୍ତ ସଂଯମ ରହିଥାଏ.....

କାର୍ତ୍ତିକ ମାସରେ ମାଛ ମାଂସକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ଏଇ ମାସରେ ମାଛଙ୍କ ଦେହରେ ବସନ୍ତ ହେଇଥାଏ।ଆଉ ଛେଳି,ମେଣ୍ଢା, କୁକୁଡା,ବତକ ଇତ୍ୟାଦି ଙ୍କର ପ୍ରଜନନ ର ଋତୁ ଅଟେ କାର୍ତ୍ତିକ ମାସ।ତେଣୁ କାର୍ତ୍ତିକ ମାସରେ ମାଛ ମାଂସ ଖାଇଲେ ଅନେକ କୁପ୍ରଭାବ ପଡିଥାଏ ମଣିଷ ଶରୀରରେ।ମାସ ସାରା ଗୋଟିଏ ଥର କିଛି ନିର୍ଦ୍ଦିଷ୍ଟ ଶୁଦ୍ଧ, ସାତ୍ତ୍ଵିକ ଆହାର ଗ୍ରହଣ କରା ଯାଇଥାଏ।କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ହେଉଚି ଛାଡ଼ଖାଇ....

ଜଗନ୍ନାଥ ଧାମ ପୁରୀରେ ଥିବା ହବିଷିଆଳି ମାନଙ୍କୁ ପଚାରିବେ ସେମାନେ କହିବେ ଛାଡଖାଇର ଅର୍ଥ କ'ଣ ! ସେମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି। ପୂର୍ଣ୍ଣମୀ ପରଦିନ ଛାଡଖାଇ ଭାବରେ ପାଳନ କରନ୍ତି । ସେଦିନରେ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରି ଥାଆନ୍ତି। ଯାହାକୁ କୁହାଯାଏ ଛାଡଖାଇ । ଖାଇବା ଯେହେତୁ ଛାଡି ଦେଇଥାଆନ୍ତି, ସେଥିପାଇଁ ଛାଡଖାଇ କୁହାଯାଏ.....

ଆମେ ତାକୁ ଅଲଗା ଅର୍ଥରେ ନେଇ ସେଇ ପବିତ୍ର ଦିନରେ ଗୋଟେ ନିରୀହ ଜୀବକୁ କଲବଲ କରି ତାର ବିନା ଇଚ୍ଛାରେ ତାକୁ ମାରି , ତାର ଭୟ ଆଉ ରାଗରେ ଜର୍ଜରିତ ଶରୀରକୁ ଉଦରସ୍ଥ କରି ଆହୁରି ପାପ ଗୁଡିଏ ଅର୍ଜନ କରନ୍ତି । ପ୍ରକୃତ ବାସ୍ତବତା କଣ ଆଉ ଆମର ଭାବନା କଣ? ଏପର୍ଯ୍ୟନ୍ତ ଆମେ ଆମର ସଂସ୍କୃତିକୁ ଠିକ୍ ରେ ଜାଣି ପାରିନାହାଁନ୍ତି, କି ବିଡମ୍ବନା ସତରେ. ସତଧିକ୍ ଆମର ନିଚ ମାନସିକତାକୁ....

ଉପବାସ କହିଲେ ଦୁଇଟି ଶବ୍ଦ । ଉପଯୁକ୍ତ ବାସ । ଉପ କହିଲେ- ସହଯୋଗ, ବାସ କହିଲେ- ସଦାଚାର । ସହଯୋଗ ପୂର୍ବକ ସଦାଚାର ଭାବରେ ଦିନଟିକୁ ପାଳନ କରିବାକୁ ଉପବାସ କୁହାଯାଏ। ଆମେ ସବୁ କଥା ଗୋଟେ ଆଉ କାମ ଆଉ ଗୋଟେ କରୁଛନ୍ତି ।

ଆଉ କିଛି ଶାସ୍ତ୍ର ଅନୁସାରେ କାର୍ତ୍ତିକ ବ୍ରତ ରେ ଯେଉଁ ଖାଦ୍ୟ ଖାଇବାକୁ ବାରଣ ହେଇଥାଏ,ଛାଡ଼ଖାଇ ଦିନଠୁ ସେ ଖାଦ୍ୟ ସବୁ ପୁଣି ଖାଇବାକୁ ଅନୁମତି ମିଳିଥାଏ।ଗୋଟିଏ ମାସର ସଂଯମ ଯୋଗୁଁ ହଜମ ଶକ୍ତି ବଢିଯାଏ।

କାର୍ତ୍ତିକ ବ୍ରତ ଧାରୀ ମାନେ ଛାଡ଼ଖାଇ ଦିନ ମଧ୍ୟ ଏକ ସ୍ବତନ୍ତ୍ର ପୂଜାକରିଥାନ୍ତି।ଚଉରା ମୂଳେ ଭୀମଙ୍କର ଏକ ବାଲିମୂର୍ତ୍ତୀ କରି କିମ୍ୱା ମୁରୁଜରେ ଭୀମଙ୍କ ଏକ ମୂର୍ତ୍ତି ଅଙ୍କନ କରି ତାଙ୍କୁ ପୂଜା କରଯାଏ।ମୁଢି,ଉସୁନା ଭାତ,ସମସ୍ତ ପରିବା ପଡି ତରକାରୀ, କୋଶଳା ଶାଗ,କାଞ୍ଜି ଇତ୍ୟାଦି ସୁସ୍ୱାଦୁ ଖାଦ୍ୟ ଭୋଗ ବଢାଯାଏ ଭୀମଙ୍କୁ।କାରଣ ଭୀମ ହେଉଚନ୍ତି ଖାଦ୍ୟ ପ୍ରିୟ.....

ତାଙ୍କର ଦେହର ବଳ ଓ ହଜମ କରିବାର ଶକ୍ତି ଅତୁଳନୀୟ।ତେଣୁ କାର୍ତ୍ତିକ ବ୍ରତ ପରେ ଖାଦ୍ୟ ପ୍ରିୟ ଭୀମଙ୍କୁ ସୁସ୍ୱାଦୁ ଖାଦ୍ୟ ଅର୍ପଣ କରି ତାଙ୍କୁ ସନ୍ତୁଷ୍ଟ କରାଯାଏ।ଏହାପରେ ବ୍ରତଧାରୀ ମାନେ ଖାଦ୍ୟ ଗ୍ରହଣ କରନ୍ତି.....
WhatsApp Channel Join
https://whatsapp.com/channel/0029VaUhaMzCsU9MHcJJfG3L

#କାର୍ତ୍ତିକପୂର୍ଣ୍ଣିମା
#ଛାଡ଼ଖାଇ

Odia newspaper Samaja

15 Nov, 03:20


*ଖବର ଆଜିର, ୧୫ ନଭେମ୍ବର, ଶୁକ୍ରବାର*
=======================

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ରାଜାରାଜେଶ୍ୱରୀ ସୁନାବେଶରେ ସଜ୍ଜିତ ହେବେ ଶ୍ରୀଜୀଉ

ଆସନ୍ତା କାଲିଠାରୁ ଭଲ ଶୀତ ଆରମ୍ଭ ହେବ ବୋଲି ପାଣିପାଗ ଅନୁମାନ

ଫେବ୍ରୁଆରୀ ୨୧ରୁ ହେବ ଆରମ୍ଭ ମାଟ୍ରିକ ପରୀକ୍ଷା, ତାରିଖ ଘୋଷଣା କଲା ବୋର୍ଡ

ଆସନ୍ତା ୧୯ରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ନିମନ୍ତେ ଆବେଦନ ଆରମ୍ଭ ହେବ।

ମଧ୍ୟାହ୍ନ ଭୋଜନ ମୂଲ୍ୟ ୧ ଟଙ୍କା ବଢ଼ିବ ବୋଲି ସରକାରଙ୍କ ନିଷ୍ପତ୍ତି

ଆଜି କଟକ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ସାମିଲ ହେବେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଓ ହାଇକମିଶନର

ଭୁବନେଶ୍ୱର ପାଖ ବାରଙ୍ଗ କୁଆଖାଇ ନଦୀପଠାରେ ଆଜିଠୁ ବାଲିଯାତ୍ରା ଆରମ୍ଭ, ୧୦ ଦିନ ପର୍ଯ୍ୟନ୍ତ ଚାଲିବ

ପୁରୀରେ ପତିତପାବନ ଗୁମୁଟ ଦ୍ୱାର ବନ୍ଧ ହେବ ରୁପା ଛାଉଣୀ।

ପୁରୀ ଶ୍ରୀମନ୍ଦିରକୁ ୧୦ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ଧାନ କିଣା ନିୟମ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଧମକ ଦେଲେ ସରକାର

ଦୁଇଶହ କୋଟିର ଉନ୍ନୟନ କାମ ବନ୍ଦ। ଆମ ଓଡ଼ିଶା ନବୀନ ଓଡିଶା ର ନାମ ବଦଳ ପ୍ରକ୍ରିୟାରେ କାମ ହୋଇ ପାରୁନି

କଟକରେ ପୋଲିସ ଫେରାଇଲା ୧୨୩ଟି ଚୋରି ମୋବାଇଲ, ଜିନିଷ ପାଇ ଜନସାଧାରଣ କୃତଜ୍ଞ

୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଶ୍ରେଷ୍ଠ ଚଳଚ୍ଚିତ୍ର 'ଦମନ'

ସମ୍ବଲପୁର ରେ ମହିଳା ଥାନା ଅଧିକାରୀଙ୍କୁ ମାଡ଼ ଘଟଣାରେ ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ।

ମୟୁରଭଞ୍ଜ ଶିମିଳିପାଳକୁ ଆସିଲା ଦ୍ବିତୀୟ ବାଘୁଣୀ । ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ଛଡାଯାଇଥିଲା ଯମୁନା

କଣ୍ଟାବାଞ୍ଝି ରେ ଶିଶୁ ଦିବସ ପାଳନ ବେକେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

ସମ୍ବଲପୁର ରେ ଜୟନାରାୟଣ ମିଶ୍ର ପୁଣି କହିଲେ, ପୁଲିସ ବାଡେଇଲେ ତୁମେ ବି ବାଡାଅ

ଭଦ୍ରକ ଜିଲା ତିହିଡ଼ି ତହସିଲ ଅନ୍ତର୍ଗତ ଗଦି ରାଜସ୍ଵ ମଣ୍ଡଳର ରାଜସ୍ୱ ନିରୀକ୍ଷକ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ।

ତାଳଚେରରେ ପିତ୍ତଳ ଥାଳିକୁ ସୁନା ଥାଳି କହି ଦମ୍ପତ୍ତିଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକିନେଲେ ଦୁଇ ମହିଳା।

ଗଞ୍ଜାମ ମା' ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣାରେ ୬ ଜଣଙ୍କୁ ଗିରଫ କଲା ପୁରୁଷୋତ୍ତମପୁର ଥାନା ପୋଲିସ।

ସୁନା ଦାମ ୭୦ ହଜାର ତଳକୁ ଖସିଲା, ୧୫ ଦିନରେ ୬ ହଜାର ଶସ୍ତା, ଲକ୍ଷେ ତଳକୁ ଖସିଲା ରୂପା

ଆଜି ଜୋହାନ୍ସବର୍ଗରେ ଭାରତ ଦକ୍ଷିଣ ଆଫ୍ରିକା ଚତୁର୍ଥ T20 କ୍ରିକେଟ

ଦିଲ୍ଲୀରେ ଓଡ଼ିଶା ପାଭିଲିୟନ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ସୋସିଆଲ୍ ମିଡିଆ ସାଇଟ୍ ‘ଏକ୍ସ’ ଛାଡ଼ିଲେଣି ଲକ୍ଷାଧିକ ୟୁଜର।

ଏସିୟାନ ଚମ୍ପିୟାନସ ମହିଳା ହକିରେ ଥାଇଲାଣ୍ଡକୁ ୧୩-୦ ରେ ପରାସ୍ତ କଲା ଭାରତ
=======================
କାର୍ତ୍ତିକ ପୂର୍ଣ୍ଣିମା
ଆଜି ଗୁରୁ ନାନକ ଜୟନ୍ତୀ
ଝାଡଖଣ୍ଡ ସ୍ଥାପନ ଦିବସ

ଆଜି ଜନ୍ମଦିନ: ବିର୍ଶା ମୁଣ୍ଡା, ସାନିଆ ମିର୍ଜା, ସଞ୍ଜୟ ରାଉତ (ମହାରାଷ୍ଟ୍ର), ପ୍ରମିଳା ପ୍ରଭା ମିଞ୍ଜ (ନୌଚାଳନ, ଓଡିଶା)

ଆଜି ତିରୋଧାନ: ସନ୍ଥ ବିନୋବା ଭାବେ, କେସି ପନ୍ତ, ସୟଦ ଜାଫ୍ରି
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

14 Nov, 02:46


*ଖବର ଆଜିର, ୧୪ ନଭେମ୍ବର, ଗୁରୁବାର*
=======================
ମାସର ଶେଷ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା

ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ବିବାଦ ସମାଧାନ ପାଇଁ କମିଟି ଗଠନ ହେବ

ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ

ଅଧ୍ୟାପକ ନିଯୁକ୍ତି ପାଇଁ ଏସଏସବି ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଫାୟାରମ୍ୟାନ୍ ପଦ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟ କ୍ୟାବିନେଟରେ ଗୋମାତା ଯୋଜନାକୁ ମଞ୍ଜୁରି, ୩ ବର୍ଷରେ ଖର୍ଚ୍ଚ ହେବ ୩୪୨ କୋଟି ଟଙ୍କା।

ବେଦାନ୍ତ ଜମି ଫେରିପାଇବେ ମୂଳ ଜମି ମାଲିକ। ଫେରିବ ଅଧିଗ୍ରହଣ ହୋଇଥିବା ଜଗନ୍ନାଥଙ୍କ ଅମୃତ ମଣୋହି ଜମି

ପୋଲିସ ପଦୋନ୍ନତି ନିୟମ, ଏଣିକି ୭ ବର୍ଷ ପରେ ଏସ୍‌ଆଇ ହୋଇଯିବେ ଇନ୍ସପେକ୍ଟର

ଜାନୁଆରୀ ମାସରେ ରାଜ୍ୟର ହିତାଧିକାରୀ ମାନେ ପାଇବେ ନୂଆ ରାସନ କାର୍ଡ

ରାଜ୍ୟ ସରକାରଙ୍କ ନୂଆ ନିୟମରେ ପୋଲିସ ଦୁର୍ବଳ, କେନ୍ଦ୍ରର ବିନା ଅନୁମତିରେ ସେନା ଅଧିକାରୀଙ୍କୁ ବାନ୍ଧି ପାରିବେନି

ଖୋର୍ଦ୍ଧା ଜିଲ୍ଲା ମଙ୍ଗଳାଯୋଡ଼ି ପ୍ରକୃତି ନିବାସରେ ୪୧ଦିନ ହେଲା ଝୁଲୁଛି ତାଲା, ଧାରଣାରେ ବସିଛନ୍ତି ଗାଁ ଲୋକେ

ନବରଙ୍ଗପୁର ଜିଲ୍ଲାରେ ୫ହଜାରରୁ ଅଧିକ ଶିଶୁ ପୋଷଣ ଅଭାବରୁ ହେଲେଣି ବିକଳାଙ୍ଗ

ଗଂଜାମ ଜିଲ୍ଲା ଆସିକାରେ ସମ୍ପତ୍ତି ପାଇଁ ସାନଭାଇ ଆକ୍ରମଣରେ ବଡ଼ଭାଇ ଓ ଭାଉଜଙ୍କ ମୃତ୍ୟୁ

କଟକ ଜିଲ୍ଲା କିଶନନଗର ରେ ପୀଡିତା ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ସରିଲାଣି, କିନ୍ତୁ ଦୁଷ୍କର୍ମକାରୀଙ୍କୁ ଧରୁନାହିଁ ପୋଲିସ

ନୂଆପଡା ଜିଲ୍ଲା ଖରିଆର୍‌ ରୋଡ୍‌ ଏନ୍‌ଏସି ଅଫିସ୍‌ରେ ହଟ୍ଟଗୋଳ, ଭିଡିଓ ଫୁଟେଜ୍‌ ଭାଇରାଲ

ବଲାଙ୍ଗୀର ଜିଲ୍ଲା କରୁଆଁଝର ପଞ୍ଚାୟତରେ ଗୋଟିଏ ନବଜାତ ଶିଶୁକନ୍ୟା ବିକ୍ରି ଚର୍ଚ୍ଚା

ଭଦ୍ରକ ଜିଲ୍ଲା ବନ୍ଧଗାଁରେ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ କ୍ଷତାକ୍ତ ମୃତଦେହ ନାଳରୁ ଉଦ୍ଧାର

ବାଲେଶ୍ୱର ଜିଲ୍ଲା ବରୁଣଗଡିଆ ପଞ୍ଚାୟତ ଚୋରପଦା ଗାଁରେ ଦୁଇପୁଅଙ୍କ ମା ବେସାହାରା, ବଡ଼ପୁଅ ଡାକ୍ତର

ଝାଡ଼ଖଣ୍ଡରେ ୬୫.୨୭ ପ୍ରତିଶତ, କେରଳ ର ୱାୟନାଡରେ ୬୦.୭୯ ପ୍ରତିଶତ ମତଦାନ

ବୁଲଡୋଜର ଷ୍ଟାଇଲ ଉପରେ ସୁପ୍ରିମ ରାୟ, ଉପଯୁକ୍ତ ପ୍ରକ୍ରିୟା ନ କରି କାହାର ଘର ଭାଙ୍ଗିପାରିବେ ନାହିଁ

କ୍ରିଜେଟ ରେ ତିଲକଙ୍କ ଶତକ, ଦକ୍ଷିଣ ଆଫ୍ରିକାକୁ ୨୨୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ସୁନା ଦାମ ୧୩୫୦ ଟଙ୍କା କମିଲା, ରୁପା କେଜି ୨୦୦୦ ଟଙ୍କା ଶସ୍ତା ହେଲା

ଲଣ୍ଡନରେ ଟିପୁ ସୁଲତାନଙ୍କ ଖଣ୍ଡା ୩.୪ କୋଟିରେ ନିଲାମ ହେଲା ।

ଆଜି ଶ୍ରୀଲଙ୍କା ନିର୍ବାଚନ, ମଇଦାନରେ ୯୦ ହଜାର ପ୍ରାର୍ଥୀ

ପାକିସ୍ତାନକୁ ଚାପ ଦେଉଛି ଚୀନ୍, ନିଜ ସୈନିକ ପଠାଇବାକୁ ଚେଷ୍ଟା କରୁଛି

ଇରାକରେ ୯ ବର୍ଷ ବୟସରୁ ବାହା ହେବେ ଝିଅ ! ରହିବ ନାହିଁ ଛାଡ଼ପତ୍ର ଅଧିକାର
=======================
ଆଜି ଚିଲଡ୍ରେନସ ଡେ
ବିଶ୍ୱ ଡାଇବେଟିସ ଦିବସ

ଆଜି ଜନ୍ମଦିନ: ଜବାହର ଲାଲ ନେହେରୁ, ଆଦିତ୍ୟ ବିର୍ଲା, ସବା କରିମ (କ୍ରିକେଟ), ଅମୀୟ ମଲ୍ଲିକ (ଓଡ଼ିଆ ଧାବକ)

ଆଜି ତିରୋଧାନ: ସି.କେ.ନାଇଡୁ (କ୍ରିକେଟ), ଶ୍ରୀଲ ପ୍ରଭୁପାଦ (ଇସ୍କନ)

ଇତିହାସରେ ଆଜି: (୧୯୦୮) କ୍ବାଣ୍ଟମ ଥିଓରୀ ଉପସ୍ଥାପନ କଲେ ଆଇନଷ୍ଟାଇନ/ (୧୯୮୧) କଲମ୍ବିଆ-୨ ମହାକାଶ ଯାନ ପୃଥିବୀକୁ ଫେରିଲା/
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

13 Nov, 06:14


*ଖବର ଆଜିର, ୧୩ ନଭେମ୍ବର, ବୁଧବାର*
=======================
ଆଜି ପୁରୀ, ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସକ୍ରିୟ ଅଛି ଲଘୁଚାପ, କିନ୍ତୁ ଓଡିଶାରେ ବଡ ବର୍ଷାର ସମ୍ଭାବନା ନାହିଁ

ରାଜଧାନୀରେ ପଡିଲା ଶୀତ

ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ CCTV ଲଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆସନ୍ତା ବର୍ଷ ସରକାରୀ କର୍ମଚାରୀଙ୍କୁ ୨୬ ଦିନ ଛୁଟି, ୮ଟି ଇଛାଧୀନ ଛୁଟି

ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ଥଇଥାନମୂଳକ ଚାକିରି କିମ୍ବା ମିଳିପାରେ ଏକକାଳୀନ ମୋଟା ଅର୍ଥ। ଘୋଷଣାକୁ ଅପେକ୍ଷା

ପୁରୀ ଶ୍ରୀମନ୍ଦିରକୁ ପଶିଲେ ଚୀନର ଅଣହିନ୍ଦୁ ମହିଳା।

ଶିଶୁ ମହୋତ୍ସବ ସୁରଭି ୨୦୨୪ ଉଦଘାଟିତ, ଉଦଘାଟନ କଲେ ମନ୍ତ୍ରୀ ଶ୍ରୀ ଗଣ୍ଡ

ଭୁବନେଶ୍ୱରରେ ମୋ ବସ୍ ରେ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ଆରମ୍ଭ

ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌, ୧୫ ଜିଲ୍ଲାର ୪୩ ବିଧାନସଭା ଆସନ ସାମିଲ

ଚାନ୍ଦିପୁରରୁ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ୱେବ୍‌ସାଇଟ୍‌ ଉନ୍ମୋଚିତ

ଓଡ଼ିଶାର ଅନେକ ବିଜେପି ନେତା ଝାଡ଼ଖଣ୍ଡ ନିର୍ବାଚନରେ କ୍ୟାମ୍ପ ପକେଇଛନ୍ତି

ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌ ଭାସ୍କରଙ୍କ ସମେତ ୬ ଜଣଙ୍କ ନାଁରେ ଗିରଫ ୱାରେଣ୍ଟ

ବରଗଡରେ କବାଟ ଭାଙ୍ଗି ଘରେ ପଶିଲେ ୩୦ ରୁ ୩୫ ଜଣ ଦୁବୃର୍ତ୍ତ, ଲୁଟିନେଲେ ୧୦ ଭରି ସୁନା।

ଜଗତସିଂହପୁରରେ ଦୁଇ ଗୋଷ୍ଠୀ ଭିତରେ ବାଡ଼ା ବାଡ଼ି, ବନ୍ଦ ହେଲା ଜଟାଧାର ବେଳାଭୂମି ବାଲିଯାତ୍ରା

ଅନୁଗୁଳ ରେଞ୍ଜ ଛେଳିଆ ପଡା ଗାଁର ହାତୀପଲ ଉତ୍ପାତ ହେଉଛନ୍ତି

କଟକରେ ବୁଦା ମୂଳରୁ ଉଦ୍ଧାର ହେଲା ୧୫ ଫୁଟର ଅଜଗର, ଡ଼ମଡ଼ମଣି ଜଙ୍ଗଲରେ ଛାଡ଼ିବ ବନ ବିଭାଗ

ନବରଙ୍ଗପୁର ଝରିଗାଁ ରେ ଦୁଇ ବାଇକ୍‌ ଆରୋହୀଙ୍କୁ ଚାପିଦେଲା ଲକ୍ଷ୍ମୀ ବସ୍‌ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଢ଼େଙ୍କାନାଳରେ ସ୍ତ୍ରୀକୁ ମାରିଦେଲା ରାକ୍ଷସ ସ୍ବାମୀ

ଝାରସୁଗୁଡ଼ାରେ ଟ୍ରେଡିଂ ଆପରେ ୨୦ ଲକ୍ଷ ହାରିବା ପରେ ଜୀବନ ହାରିଲେ ଯୁବକ, ୧୭ରେ ଥିଲା ବାହାଘର

ପାଟଣାଗଡ ରେ କନକ ବର୍ଦ୍ଧନ ଙ୍କ ନାମ ନେଇ ୨.୧୦ ଲକ୍ଷ ନେଇଥିବା, ୨ ଯୁବକ ଗିରଫ

କଟକ ଯୋବ୍ରା କାଳିଆବୋଦା ନିକଟ ମହାନଦୀରୁ ମୃତଦେହ ଉଦ୍ଧାର। ନାବାଳକ ହେଲେ ମଙ୍ଗଳାବାଗର ଗତେଶ୍ୱର ଓଝା

ଝାଡଖଣ୍ଡରେ ବିଜେପି ଆସିଲେ ଏକ ଟଙ୍କାରେ ହେବ ଜମି ରେଜିଷ୍ଟ୍ରି, ଅମିତ ଶାହଙ୍କ ଘୋଷଣା

ମିସ୍ ଟିନ୍ ୟୁନିଭର୍ସରେ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ତୃଷ୍ଣା ରାୟ

ସପ୍ତାହକୁ ୫,୬୦୦ ବିମାନ ଉଡ଼ାଇବ ଏୟାର ଇଣ୍ଡିଆ।

ସେୟାର ବଜାରରେ ହ୍ରାସ, ନିବେଶକଙ୍କ କ୍ଷତି ୬ ଲକ୍ଷ କୋଟି

ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ନୂଆ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା। ଭାରତର ସମର୍ଥକ ଓ ଚୀନର ସମାଲୋଚକଙ୍କୁ ଗୁରୁଦାୟିତ୍ୱ।

ଚୀନ ଝୁଆଇ ସହରରେ ବେପରୁଆ କାର ଚଲେଇବାରୁ ୩୫ ଜଣଙ୍କ ମୃତ୍ୟୁ

ଶେଖ ହସିନାଙ୍କ ବିରୋଧରେ ଇଣ୍ଟରପୋଲ ଜାରି କରିପାରେ ନୋଟିସ, ଚିଠି ଲେଖିଲା ଆଇସିଟି
=======================
ଆଜି ବିଶ୍ୱ ଉଦାରତା ଦିବସ

ଆଜି ଜନ୍ମଦିନ: ଅଶୋକ କୁମାର (ସିନେମା), ଜୁହି ଚାଓଲା, ଅମ୍ବିକା ସୋନି, ପ୍ରିୟରଞ୍ଜନ ଦାସମୁନସୀ

ଆଜି ତିରୋଧାନ: କିଶୋର କୁମାର

ଇତିହାସରେ ଆଜି: (୧୯୨୩) ଇସ୍ତାନବୁଲ ହେଲା ତୁର୍କୀର ନୂଆ ରାଜଧାନୀ/ (୧୯୪୩) ଜର୍ମାନୀ ମିତ୍ର ଦେଶ ଉପରେ ଇଟାଲୀର ଆକ୍ରମଣ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

12 Nov, 01:29


*ଖବର ଆଜିର, ୧୨ ନଭେମ୍ବର, ମଙ୍ଗଳବାର*
=======================
ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ଅନୁଭବ ହେବ ଶୀତ

ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ପୂରଣ ଯାଏଁ ବର୍ଷକୁ ୧୨ ଦିନ ଅଧିକ ଛୁଟି ପାଇବେ

ପୁରୀ ଶ୍ରୀମନ୍ଦିର ରେ ଏଥର ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ବନ୍ଧା ହେବ ପତିତପାବନ ବାନା

ଓଡ଼ିଶାକୁ ନିତି ଆୟୋଗର ପ୍ରଶଂସା, ଗତ ୧୦ ବର୍ଷରେ ରାଜ୍ୟରେ ଶସ୍ୟ ଉତ୍ପାଦନରେ ହୋଇଛି ବଡ଼ ଅଭିବୃଦ୍ଧି

ଜାତୀୟ ସ୍ତରରେ ଗ୍ରାମୀଣ ୫୨ ପ୍ରତିଶତ ପରିବାର ମୁଣ୍ଡରେ ଋଣବୋଝ, ଓଡ଼ିଶାରେ ୬୧ ପ୍ରତିଶତ ଋଣବୋଝରେ ବୁଡ଼ିଛନ୍ତି

ଓଡ଼ିଶା ନର୍ସିଙ୍ଗ କ୍ୟାଡରର ଡ୍ରେସ କୋଡ୍ ପରିବର୍ତ୍ତନ ହେଲା

କଟକ ବାଲିଯାତ୍ରାରେ ଯୋଗଦେବେ ୧୨ଟି ଦେଶର ରାଷ୍ଟ୍ରଦୂତ

ଶିଶୁ ଦିବସ ଉପଲକ୍ଷେ, ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’, ଯୋଗ ଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ।

ବିନା ମୁଖିଆରେ ଚାଲିଛି ରାଜ୍ୟର ୫ରୁ ଅଧିକ ବିଶ୍ୱବିଦ୍ୟାଳୟ। ନିଷ୍ପତ୍ତି ନେବା ଦ୍ବନ୍ଦ୍ୱରେ ରାଜ୍ୟ ସରକାର

ଝାରସୁଗୁଡ଼ା ନିର୍ବାଚନୀ ମାମଲାରେ ଜବାବ ଦାଖଲ ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟଙ୍କ ଶେଷ ସୁଯୋଗ

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତି ବେହେରା

ଭୁବନେଶ୍ୱର ମହର୍ଷି କଲେଜରେ ଛାତ୍ର ଅଶାନ୍ତି, ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ କଲେଜ ବନ୍ଦ

ଯାଜପୁର ଜିଲ୍ଲା ବଡ଼କୁଆଁଲ ଡାକଘରେ ବଡ଼ଧରଣର ଠକେଇ, ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଗାଏବ ଅଭିଯୋଗ

ଗଂଜାମ ଦିଗପହଣ୍ଡି ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ବୋମାମାଡ଼ ଘଟଣାରେ ୪ ଗିରଫ

ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ

ବର୍ତ୍ତମାନ ପୁଲିସ ନିୟନ୍ତ୍ରଣରେ କାରଖାନା ଫ୍ଲାଇ ଆଶ ପାଉଁଶ ପରିବହନ ହେବ

ମୟୁରଭଞ୍ଜ ରେ ୩୯ ହାତୀ ଦଳରୁ ବାହାରି ନୀଳଗିରି ମୁହାଁ ହେଲେ, ଲୋକେ ଆତଙ୍କିତ

ଗଞ୍ଜାମ ଦିଗପହଣ୍ଡି ରେଞ୍ଜ କେରାଣ୍ଡିମାଳ ପାହାଡ଼ ପାଖରେ ମହାବଳ ବାଘର ପାଦଚିହ୍ନ, ଚିକିଟିରୁ ଆସିଥିବା ସମ୍ଭାବନା

ବରଗଡ଼ ଜିଲ୍ଲା ଗାଈସିଲାଟ ବ୍ଲକ୍‌ ତାଲପାଲି ସରପଞ୍ଚ ଉର୍ମିଳା ସେଠ ଅନାସ୍ଥା ପ୍ରସ୍ତାବ ଭୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି

କଳାହାଣ୍ଡି ମଦନପୁର ରାମପୁରରେ ୭ ନକଲି ପୁଲିସ ଲୁଟ୍‌ ପାଇଁ ଘରେ ପଶିଥିଲେ, ୪ ଖସିଗଲେ, ଅନ୍ୟମାନେ ମାଡ ଖାଇଲେ

ବୁଲା ବେପାରୀଙ୍କୁ ସାବଧାନ।କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ରେ ଗାଁରୁ ପିଲାଙ୍କୁ ପ୍ଲାଷ୍ଟିକ ଡ୍ରମରେ ପୁରାଇ ଚୋରି କରୁଥିଲା ଡ୍ରମ୍ ବେପାରୀ, ମାଡି ବସିଲେ ଲୋକେ

ସମ୍ବଲପୁର କୁଦୋପାଲିରେ ପିକ୍‌ଅପ୍‌- ଟ୍ରେଲର ଧକ୍କାରେ ୨ ଶ୍ରମିକ ମୃତ, ୬ ଶ୍ରମିକ ଆହତ

ବଲାଙ୍ଗୀର ଆଗଲପୁର ରେ ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁର୍ବ୍ୟବହାର, ଭିଡ଼ିଓ ଭାଇରାଲ, ଯୋଗାଣ ସହାୟକ ଗିରଫ

କୋଣାର୍କ-କାକଟପୁର ରାସ୍ତା ପାର୍ଶ୍ବ ଘରୁ ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ାରେ ବଡ଼ ଦୁର୍ଘଟଣାରୁ ବଞ୍ଚିଗଲା ବନ୍ଦେ ଭାରତ ଏକ୍ସପ୍ରେସ, ଧାରଣାରେ ଥିଲା ବଡ଼ ପଥର ଖଣ୍ଡ

ନବରଙ୍ଗପୁର ଝରିଗାଁ ବସଷ୍ଟାଣ୍ଡରେ ଖୋଲୁନି ଦେୟମୁକ୍ତ ଶୌଚାଳୟର ତାଲା, ଜନତା-ଯାତ୍ରୀ ହନ୍ତସନ୍ତ

କେନ୍ଦ୍ରାପଡା ଜିଲ୍ଲା ସାତଭାୟାରେ ୮୦୦ ଗୋରୁ ଅନାହାରରେ, ପିଇବାକୁ କେବଳ ଲୁଣିପାଣି

କେନ୍ଦୁଝର ଜିଲ୍ଲା ବଳରାମପୁର ପଞ୍ଚାୟତ ନଦୁଆଁ ଗାଁରେ ବଡ଼ବାପା ଓ ସମ୍ପର୍କୀୟ ଖୁଡ଼ୀଙ୍କୁ ଡମ୍ପର୍‌ ଚଢ଼ାଇ ହତ୍ୟା କଲା ପୁତୁରା

ବାରିପଦାରେ ବିପୁଳ ପରିମାଣର ଗଂଜେଇ ସମେତ କାର (ଓଡ଼ି ୦୨ବିଟି ୭୨୯୩) ଜବତ, ଦୁଇ ଯୁବକ ଗିରଫ

ମାଲକାନଗିରି ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ କାନ୍ଥରେ ପଚାଶରୁ ଅଧିକ ମହୁମାଛି ଫେଣା, ଲୋକେ ଆତଙ୍କିତ

ଭୁବନେଶ୍ବର ଇନଫୋସିଟି ଥାନା ଅଂଚଳରେ ବସ୍ତିରେ ବେଆଇନ ବାଣ ଭିଡ଼ା ବେଳେ ବିସ୍ଫୋରଣ, ଉଡିଗଲା ଛାତ

କ୍ରିକେଟ: ଦ୍ଵିତୀୟ ଟି-୨୦ ରେ ଭାରତକୁ ୩ ଓ୍ବିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଏୟାର ଇଣ୍ଡିଆ ନିଷ୍ପତ୍ତି, ହିନ୍ଦୁ ଓ ଶିଖଯାତ୍ରୀଙ୍କୁ ହଲାଲ୍ ଖାଦ୍ୟ ଦିଆଯିବ ନାହିଁ

ଗୁଜୁରାଟ ବଡ଼ୋଦରା ଇଣ୍ଡିଆନ ଅଏଲ ବିଶୋଧନାଗାରରେ ବିସ୍ଫୋରଣ

ମଣିପୁରରେ ସୁରକ୍ଷା ବାହିନୀ ଗୁଳିରେ ୧୦ କୁକି ବିଦ୍ରୋହୀ ନିହତ
=======================
ଆଜି ବିଶ୍ୱ ନିମୋନିଆ ଦିବସ

ଆଜି ଜନ୍ମଦିନ: ଅମଜାଦ ଖାନ, ରଣଜିତ (ଅଭିନେତା), ନୀରଦ ମହାପାତ୍ର (ନିର୍ଦ୍ଦେଶକ), ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ (ରତିକାନ୍ତ ପ୍ରଧାନ), OFS

ଆଜି ତିରୋଧାନ: ମଦନ ମୋହନ ମାଲବୀୟ

ଇତିହାସରେ ଆଜି: (୧୯୩୬) କେରଳ ମନ୍ଦିର ଗୁଡିକ ସବୁ ହିନ୍ଦୁଙ୍କ ପାଇଁ ଖୋଲାହେବା ନିଷ୍ପତ୍ତି ହେଲା/ (୧୯୬୭) ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲା ବେଳେ ନିଜ ଦଳରୁ ବହିଷ୍କୃତ ହେଲେ/ (୧୯୮୪) ବ୍ରିଟିଶ ସମୟର ଟଙ୍କିକିଆ ମୁଦ୍ରା ଅଚଳ ହେଲା
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

11 Nov, 01:42


*ଖବର ଆଜିର*
ତାରିଖ:୧୧/୧୧/୨୪, ସୋମବାର

୧-ସାକ୍ଷୀଗୋପାଳ:ରାଧାପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ୩ କିମି ଲମ୍ବା ଧାଡ଼ି,୨ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ହେଲା ସମାଗମ।

୨-ଝାରସୁଗୁଡ଼ା ଇଂଞ୍ଜିନିୟରିଂ ସ୍କୁଲରେ ପୁନେ ସଂସ୍ଥାର କେଳେଙ୍କାରୀ, କ୍ୟାମ୍ପସ ମନୋନୟନ ନାଁରେ ୯୦ ଛାତ୍ରଙ୍କୁ ଠକେଇ।

୩-ଭୁବନେଶ୍ୱର: ରାଜ୍ୟର ୮୩%ଜମି ଆଠମାସ ପଡ଼ିଆ, ପଶୁପାଳନରେ ଜାତୀୟ ହାରଠାରୁ ପଛରେ ଓଡ଼ିଶା।

୪-୧୦୦ OPS ଅଧିକାରୀଙ୍କୁ ପଦୋନ୍ନତି ସହ ବଦଳି, କମିଶନରେଟ ପୋଲିସ୍ ରେ ବଦଳିଲେ ୭SP।

୫-ମାର୍ଗଶିର ମାସ ଗୁରୁବାରରେ ମା' ଲକ୍ଷ୍ମୀଙ୍କ ନିକଟରେ ମାଣ୍ଡିଆ ପ୍ରସ୍ତୁତ ଭୋଗ ଲାଗି କରିବାକୁ ମୁଖ୍ୟମନ୍ତ୍ରୀ କଲେ ଅନୁରୋଧ।

୬-ଆନନ୍ଦପୁର:ଡମ୍ପର ଚଢ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ, ଡ୍ରାଇଭର ଅଟକ।

୭-କଟକ: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, କଟକରେ ଡିସିପିଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍।

୮-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ବତନ୍ତ୍ର ମାଙ୍କଡ଼ ଖୁଆଡ, ଦେଖିବାକୁ ମିଳିବ ବିଭିନ୍ନ ପ୍ରଜାତିର ମାଙ୍କଡ।

୯-ମୋହନ ମାଝୀଙ୍କ ୫ ମାସର ସରକାରରେ କିଛି ନୂଆ ନାହିଁ : ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

୧୦-ଭୁବନେଶ୍ୱର: ସେମିଳିଗୁଡାରେ ପାରଦ ୧୩.୫ ଡିଗ୍ରୀ।୧୧ ସ୍ଥାନରେ ପାରଦ ୨୦ ଡିଗ୍ରୀ ତଳେ।

୧୧-ପିପିଲି ଚାନ୍ଦୁଆକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବରେ ସ୍ଥାନ ପାଇବ ପିପିଲି ଚାନ୍ଦୁଆ।

୧୨-ଚନ୍ଦ୍ରଶେଖରପୁର: ଅବସରପ୍ରାପ୍ତ କର୍ମଚାରୀଙ୍କ ଘରୁ ଲୁଟ୍,ନେଇଗଲେ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା,ନଗଦ ଟଙ୍କା।

୧୩-ଲୋକସେବା ଭବନରେ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦଘାଟିତ।

୧୪-ଭୁବନେଶ୍ୱର:ଆଉ ମନ ଇଛା ପାଉଁଶ ଡମ୍ପିଂ କରିପାରିବେନି କମ୍ପାନି, ସରକାର ଆଣୁଛନ୍ତି ପ୍ରଦୂଷଣ ନିରୋଧ ନିୟମ।

୧୫-ବିରୋଧ ପରେ ବି ମାନିଲାନି ଇସ୍କନ, କଲା ଅଦିନିଆ ରଥଯାତ୍ରା।‘ଫେଷ୍ଟିଭାଲ ଅଫ ବ୍ଲିସ’ ନାଁରେ ରଥଯାତ୍ରା କରିଛି ଇସ୍କନ।

୧୬-ଭୁବନେଶ୍ୱର:ବାର୍ ଗର୍ଲ ରଖିବା ପଡ଼ିଲା ମହଙ୍ଗା, ରାତି ତମାମ ଚଢ଼ାଉ ପରେ ସିଲ୍ ହେଲା ପେଣ୍ଟାଗନ୍ ବାର୍।

୧୭-ଆଜି ସକାଳ ୧୦ଟାରେ ଶପଥ ନେବେ ନୂଆ ସିଜେଆଇ ସଞ୍ଜୀବ ଖାନା।

୧୮-ନୂଆ ଦିଲ୍ଲୀ:'ଇଣ୍ଡିଆଜ ବେଷ୍ଟ ଡାନ୍ସର’ ସିଜିନ ୪ର ବିଜୟୀ ହେଲେ ଷ୍ଟିଭ ଜିରବା, ଟ୍ରଫି ସହ ଜିତିଲେ ୧୫ ଲକ୍ଷ ଟଙ୍କା।

୧୯-ଜାମ୍ମୁ-କାଶ୍ମୀରର କିସ୍ତଓ୍ବାରରେ ଗୁଳିବିନିମୟ: ସେନା ଅଧିକାରୀ ସହିଦ, ୩ ଯବାନ ଆହତ।

୨୦-ରାଜସ୍ଥାନ, ଅଲବର:ମଣ୍ଡିକୁ ଆସିବା ମାତ୍ରେ ଆରମ୍ଭ ହୋଇଗଲା ପିଆଜର ଅଭାବୀ ବିକ୍ରି, ଚାଷୀ ଅସନ୍ତୁଷ୍ଟ

୨୧-ବରୁଣଙ୍କ ଘାତକ ବୋଲିଂ ବୃଥା, ଭାରତ ମୁହଁରୁ ବିଜୟ ଛଡ଼ାଇ ନେଲା ଦ. ଆଫ୍ରିକା।

୨୨-ହିଜବୁଲ୍ଲା ଉପରେ ଆଶ୍ଚର୍ଯ୍ୟକର ପେଜର ଆଟାକ କରିଥିଲା ଇସ୍ରାଏଲ୍: କ୍ୟାବିନେଟ୍ ବୈଠକରେ ଖୁଲାସା କଲେ ନେତାନ୍ୟାହୁ।

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029VaUgRXG5fM5gVRc7391u ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Odia newspaper Samaja

10 Nov, 01:57


*ଖବର ଆଜିର, ୧୦ ନଭେମ୍ବର, ରବିବାର*
=======================
ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବି ଖୁବ୍ ଶୀଘ୍ର ପୂରଣ ହେବ

ଆସନ୍ତା ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ, ୪ ବର୍ଷ ହେବ ଡିଗ୍ରୀ ପାଠ୍ୟକ୍ରମ

ଆଜି ଅଁଳା ନବମୀ, ସକାଳୁ ଶ୍ରୀରାଧା ପାଦ ଦର୍ଶନ

ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

କନ୍ଧମାଳ ଆମ୍ବଟାକୁଆ ଖାଇ ମରିବା ମାମଲାରେ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ବଦଳି ହେଲେ

ଚାଷୀଙ୍କ ଆୟରେ ଓଡ଼ିଶା ତଳପଟୁ ଦ୍ବିତୀୟ, ଚାଷୀ ପରିବାରର ମାସିକ ହାରାହାରି ଆୟ ୯,୨୯୦ ଟଙ୍କା

ଆସନ୍ତା ୨୪‌ ତାରିଖରେ ପୁଣି ‘ସୁଭଦ୍ରା’ ଟଙ୍କା ମିଳିବ ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

ପ୍ରତି ଗାଁରେ ଖୋଲିବ ଓମଫେଡ୍ ଷ୍ଟଲ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦେବୁ, କହିଲେ ମନ୍ତ୍ରୀ

ଆସନ୍ତା ୧୫ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ମୟୁରଭଞ୍ଜ ରେ ପୁଣି ପଶିଲେ ୧୦ ଜଣିଆ ହାତୀପଲ, ସମୁଦାୟ ସଂଖ୍ୟା ହେଲା ୭୩

ଶିମିଳିପାଳ ଜାତୀୟ ଉଦ୍ୟାନ ଛାଡ଼ି ଜଙ୍ଗଲକୁ ଚାଲିଗଲା ବାଘୁଣୀ 'ଜମୁନା'

ପୂର୍ବତନ ମୁଖ୍ୟମନ୍ତ୍ରୀ ବଳକା ରାଜ୍ୟ କରିଥିଲେ, ବର୍ତ୍ତମାନର ସରକାର ଆମ୍ବ ଟାକୁଆ ଖୁଆଇ ଦେଲେ, କହିଲେ ପ୍ରମିଳା ମଲ୍ଲିକ

ଅପରାଧୀ ମହମ୍ମଦ ସକିଲ ର ଭିଡିଓ ଭାଇରାଲ, "ମତେ ଏନ୍‌କାଉଣ୍ଟର୍‌ କରିବାକୁ ପୁଲିସ ଖୋଜୁଛି"

ଭୁବନେଶ୍ୱର ଖଣ୍ଡଗିରି ଓଭରବ୍ରିଜ ଉପରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍‌, ଅଟକିଲା ଶହ ଶହ ଗାଡ଼ି

କୋରାପୁଟ ଜିଲ୍ଲା ବନ୍ଧୁ ଗାଁରେ ଭତ୍ତା ଟଙ୍କା ଆଣିବାକୁ ଯାଇଥିଲା ବେଳେ ବାଟରେ ବୃଦ୍ଧା ମୃତ

ରାଜଧାନୀରେ ଜଗତସିଂହପୁର ଝିଅ ସହ ଲଭ୍‌ ଜିହାଦ ଘଟଣାରେ ଗିରଫ ପରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ସମୀର ମନସୂର୍

ଭୁବନେଶ୍ୱର ବଡ଼ଗଡ଼ ସ୍ଥିତ କପଡ଼ା ଗୋଦାମରେ ନିଆଁ, ୨୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ।

ପାରଳାଖେମୁଣ୍ଡି ରେ ଏସିଡ୍‌ ମାଡ଼ କରି ଦୁର୍ବୃତ୍ତ ଫେରାର, ଆଇନ୍‌ଜୀବୀ ଗୁରୁତର

ମହିଳା ଏସୀୟ ଚାମ୍ପିୟନ୍ସ ଟ୍ରଫି ହକି ପାଇଁ ଭାରତୀୟ ଦଳରେ ୧୭ ବର୍ଷୀୟ ସୁନେଲିତା ଟପ୍ପୋ ଏକମାତ୍ର ଓଡ଼ିଆ ଖେଳାଳି

ସିକନ୍ଦରାବାଦ୍‌-ସାଲିମାର୍‌ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି କୋଚ୍‌ ଲାଇନ୍‌ଚ୍ୟୁତ, ପାଞ୍ଚ ମୃତ, ଅନେକ ଆହତ

ଡିସେମ୍ବର ୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି । ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଯୋଗ ଦେବେ

ଜମ୍ମୁ କଶ୍ମୀର ବିଧାନସଭାରେ ଧାରା ୩୭୦ ନେଇ ବିଧାୟକ ମାନଙ୍କ ମଧ୍ୟରେ ଠେଲାପେଲା

ଝାଡ଼ଖଣ୍ଡରୁ ବିଦା ହେବେ ବାଂଲାଦେଶୀ,ସେମାନଙ୍କ ସନ୍ତାନକୁ ମିଳିବନି ଆଦିବାସୀ ସୁବିଧା, କହିଲେ ନଡ୍ଡା

ମଣିପୁରରେ ପୁଣି ହିଂସା, ଗୁଳି କଲାପରେ ମହିଳାଙ୍କୁ ଜାଳିଦେଲେ

ମହାକାଶରେ ସୁସ୍ଥ ଅଛନ୍ତି ସୁନୀତା ବୋଲି ସ୍ପଷ୍ଟ କଲା ନାସା

ପାକିସ୍ତାନର କିଛି ଅଞ୍ଚଳରେ ପ୍ରଦୂଷଣ ଯୋଗୁଁ ଲକଡାଉନ୍
=======================
ଆଜି ଶାନ୍ତି ଓ ଉନ୍ନତି ପାଇଁ ବିଜ୍ଞାନ ଦିବସ

ଆଜି ଜନ୍ମଦିନ: ସୁରେନ୍ଦ୍ରନାଥ ବାନାର୍ଜୀ, ଧ୍ରୁବ ପ୍ରତାପ ସିଂ (କ୍ରିକେଟ), ଆଶୁତୋଷ ରାଣା

ଇତିହାସରେ ଆଜି: (୧୯୮୩) ବଜାରକୁ ଆସିଲା windows 1.0
=======================
WhatsApp channel join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

09 Nov, 02:38


*ଖବର ଆଜିର, ୯ ନଭେମ୍ବର, ଶନିବାର*
=======================
ଦେଶରେ ଜଳବାୟୁ ପରିବର୍ତ୍ତନ। ଗତ ନଅ ମାସରେ ପ୍ରବଳ ଗରମ ଓ ପ୍ରବଳ ବର୍ଷା ଯୋଗୁଁ ୩,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ୨ ଲକ୍ଷ ୩୦ ହଜାରରୁ ଅଧିକ ଘର ନଷ୍ଟ ହୋଇଛି

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା ଦେବେ ସରକାର

୫୫ଟି ହସ୍ତଶିଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ପ୍ରଦାନ, ସଂଶୋଧିତ ଅନୁମୋଦିତ ତାଲିକା ପ୍ରକାଶ

ପୁରୀରୁ ଦେଶର ଅନ୍ୟ ୩ ଧାମକୁ ଗଡ଼ିବ ସୁପର ପ୍ରିମିୟମ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୨ ତାରିଖରେ ବସ୍ ସେବା ଆରମ୍ଭ

ରାଜ୍ୟରେ ଗୋ- ହତ୍ୟା ଓ ଗୋ-ଚାଲାଣ ସମ୍ପୂର୍ଣ୍ଣ ନିଷେଧ, କହିଲେ ମନ୍ତ୍ରୀ

ଜିଏସଟି ନଦେଇ ବ୍ୟବସାୟ ବନ୍ଦ କରିଛନ୍ତି ଅନେକ ବ୍ୟବସାୟୀ। ୧୩,୦୦୦ କୋଟିର ବାକି ଖାତା ଗଡୁଛି। କେବଳ ଚିଠିରେ ଧମକ, ପଦକ୍ଷେପ ନେଇ ପାରୁନାହାନ୍ତି ଜିଏସଟି ଅଧିକାରୀ

ଓଡ଼ିଶାରେ ନୂଆ ଏକ୍ସପ୍ରେସ ଓ୍ବେ ,୨୦୨୮ରୁ ଆରମ୍ଭ ହେବ ନିର୍ମାଣ କାମ

ସ୍କୁଲରେ ଦେଢ଼ମାସ ହେଲା ପହଞ୍ଚି ନାହିଁ ଚାଉଳ, ଉଧାର ଚାଉଳରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି

ଗଞ୍ଜାମ ପୁରୁଷୋତ୍ତମପୁର ରେ ମନ୍ଦିରରେ ଚୋରି ହୋଇଥିବାରୁ ୧୦୮ ଗରା ପାଣିରେ ମା’ ତାରାତାରିଣୀଙ୍କୁ କରାଗଲା ମହାସ୍ନାନ

ବିଶ୍ଵ ଆମେଚର ଚେସ ଚ୍ୟାମ୍ପିୟନସିପରେ ଓଡ଼ିଶା ପାଇଁ ଗର୍ବ ଗୌରବ ଆଣିଲେ କଟକର ଝିଅ ଶୋଭନା

ମୟୁରଭଞ୍ଜ କରଞ୍ଜିଆ ବଡ଼ଦେଉଳି ଗାଁରେ ୨୮ ଟିକିଆ ହାତୀପଲଙ୍କ ଉପଦ୍ରବ

ତିନିଦିନ ହେଲା ରାଜ୍ୟର ସମସ୍ତ ମୁଖ୍ୟ ପୋଷ୍ଟ ଅଫିସରେ ଲିଙ୍କ ଫେଲ, ଲୋକେ ହେଉଛନ୍ତି ହନ୍ତସନ୍ତ

ବାଙ୍କୀ ରାଜନୈତିକ ହତ୍ୟା ମାମଲାରେ ୯ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ଜଗତସିଂହପୁର ଝିଅ ଲଭ ଜିହାଦ ଶିକାର। ଅନଲାଇନ ଗେମରୁ କାଶ୍ମୀର ମୁସଲିମ ଯୁବକଙ୍କ ସହ ସମ୍ପର୍କ କରି ଫସିଗଲେ

କଟକ ଯୁବତୀ ଗଣ ନିର୍ଯ୍ୟାତନା ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ, କହିଲେ ମନ୍ତ୍ରୀ।

ଅନୁଗୁଳରେ ଛାତ୍ରୀକୁ ନିର୍ଯ୍ୟାତନା ଅଭିଯୋଗରେ ଟ୍ଯୁସନ ମାଷ୍ଟରକୁ ୨୦ ବର୍ଷ ଜେଲଦଣ୍ଡ

ଯାଜପୁର ଜିଲ୍ଲା ବଡ଼ଚଣାରେ ୧୦ ଫୁଟର ଅଜଗର ଉଦ୍ଧାର

ଜଳେଶ୍ୱର ବିଚିତ୍ରପୁର ବେଳାଭୂମି ନିକଟ ନାଳରୁ ଧରା ପଡିଲା ବଉଳା କୁମ୍ଭୀର

ନୟାଗଡରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଚାଳକ ମୃତ, ହେଲପରଙ୍କ ସମେତ ୯ ଗୁରୁତର

ବଲାଙ୍ଗୀର ମୁରିବାହାଲ ରେ ଟାଙ୍ଗିଆ ଦେଖାଇ ଭାଇଭଉଣୀଙ୍କ ଠାରୁ ୭ ଲକ୍ଷ ୩୦ ହଜାର ଟଙ୍କା ଲୁଟ

ଫେରିବେ ବିହାରୀ ମିସ୍ତ୍ରୀ ଓ ଶ୍ରମିକ, ସରିଗଲା ଛଟ୍ ପୂଜା। ଯାତ୍ରୀଙ୍କ ଫେରିବା ପାଇଁ ୪୪୬ଟି ସ୍ୱତନ୍ତ୍ର ଟ୍ରେନ୍

ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଭାରତୀୟ ଭାବେ ସାମସନଙ୍କ ବିଶ୍ୱ ରେକର୍ଡ, T20 ମ୍ୟାଚରେ କଲେ ଲଗାତାର ୨ଟି ଶତକ

ଡୋନାଲଡ଼ ଟ୍ରମ୍ପ ଜିତିଲେ ବୋଲି ଏଲନ ମସ୍କ ଙ୍କ ଝିଅ ଦେଶ ଛାଡିବେ
=======================
ଆଜି ଜାତୀୟ ଆଇନସେବା ଦିବସ
ଉତ୍ତରାଖଣ୍ଡ ସ୍ଥାପନା ଦିବସ
ଆଜି କାମ୍ବୋଡିଆ ର ସ୍ୱାଧୀନତା ଦିବସ

ଆଜି ଜନ୍ମଦିନ: ପାୟଲ ରୋହତଗୀ, ପଙ୍କଜ ଧୀର, ତେଜସ୍ୱିନୀ ଯାଦବ (କ୍ରିକେଟ)

ଇତିହାସରେ ଆଜି: (୨୦୦୦) ଉତ୍ତରାଖଣ୍ଡ ହେଲା ଦେଶର ୨୭ତମ ପ୍ରଦେଶ/ (୧୯୮୫) ରୁଷ ର ଗ୍ୟାରୀ କାସପାରୋଭ ୨୨ ବର୍ଷରେ ବିଶ୍ୱ ଚେସ ଚମ୍ପିୟାନ/ (୧୯୮୮) ଇଂଲଣ୍ଡ ରେ ମୃତ୍ଯୁଦଣ୍ଡ ଉଚ୍ଛେଦ
==============
WhatsApp channel join
https://whatsapp.com/channel/0029VaUgRXG5fM5gVRc7391u
=========

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

08 Nov, 02:03


*ଖବର ଆଜିର, 8 ନଭେମ୍ବର, ଶୁକ୍ରବାର*
=======================
ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ

କାର୍ଯ୍ୟକାରୀ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ।ପ୍ରତି ପଞ୍ଚାୟତରେ ହେବ ଆଧୁନିକ ପ୍ରାଥମିକ ବିଦ୍ୟାଳୟ

କଟକ ବାଲିଯାତ୍ରାରେ ରାସ୍ତାକଡ଼ରେ ବ୍ୟବସାୟକୁ ସମ୍ପୂର୍ଣ ନିଷେଧ କଲେ ଓଡ଼ିଶା ହାଇକୋର୍ଟ। ଉପର ପଡ଼ିଆରେ ମେଳା ବସିବ

ଭୁବନେଶ୍ୱର ମେଟ୍ରୋ ପାଇଁ ଶିଶୁଭବନରୁ ରଘୁନାଥପୁର ଜାଲି ଯାଏଁ ଚଉଡ଼ା ହେବ ରାସ୍ତା, ୧୩ ଟ୍ରେନ୍‌ କିଣାହେବ। ରାଜମହଲ, ଜୟଦେବବିହାର, ବାରଙ୍ଗ ଆର୍‌ଓବି ଉପରେ ୪୦ ଫୁଟ ଉଚ୍ଚରେ ଯିବ ଟ୍ରେନ ଲାଇନ

ହାଇକୋର୍ଟଙ୍କ ରାୟ, ଓ୍ବାର୍କଚାର୍ଜଡ୍ କର୍ମଚାରୀଙ୍କୁ ମିଳିବ ପେନସନ୍ ।

ରାଜ୍ୟର ବ୍ଲକ୍‌ ଗୁଡ଼ିକରେ ଗ୍ରାମ ନ୍ୟାୟାଳୟ ଆରମ୍ଭ କରିବାପାଇଁ ନିଆଯିବ ପଦକ୍ଷେପ

ଡିସେମ୍ବର ୩୦ ତାରିଖ ସୁଦ୍ଧା ସବୁ ସ୍କୁଲ ଓ କଲେଜକୁ ଜମି ପଟ୍ଟା ଦିଆଯିବ, କହିଲେ ମନ୍ତ୍ରୀ

ଆମ୍ବଟାକୁଆ ଖାଇ ଦୁଇଜଣଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ବର ବିମାନବନ୍ଦରରେ ବାରମ୍ବାର ହାଇଦ୍ରାବାଦ ବିମାନ ବାତିଲ ଯୋଗୁ ଧାରଣାରେ ବସିଲେ ଯାତ୍ରୀ

ବ୍ରହ୍ମପୁର ଗୋଷାଣୀନୂଆ ଗାଁର ଶାନ୍ତି ମିଶ୍ର ହତ୍ୟା ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଗଞ୍ଜାମ ଜିଲ୍ଲା ଦୌରା ଜଜ୍।

ମାଲକାନଗିରି ଜିଲ୍ଲାର ସ୍କୁଲଗୁଡ଼ିକରେ କୋଟି କୋଟି ଟଂକାର କମ୍ପ୍ୟୁଟର ଖତ ଖାଉଛି, ଶିକ୍ଷକ ନାହାନ୍ତି

ଅନୁଗୁଳ ଥାନା ଭିତରେ ଦୃଷ୍ଟିହୀନ ଯୁବତୀଙ୍କୁ ଜଣେ କିନ୍ନରଙ୍କ ମାଡ଼ ଅଭିଯୋଗ, ପୁଲିସ ନୀରବଦ୍ରଷ୍ଟା

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଇଲାଚୁଆ ନିକଟରେ ସରକାରୀ ବସ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମରେ ବାଘ ଆତଙ୍କ। ବଳଦ ପରେ ଛେଳି ଖାଇଲା, ୧୬ ନମ୍ବର ଜାତୀୟ ରାଜପଥରେ ବାଘ ରାସ୍ତା ଅତିକ୍ରମ କରୁଥିବାର ଦୃଶ୍ୟ ଭାଇରାଲ

ସୁନ୍ଦରଗଡରେ ଟ୍ରେଲର ଧକ୍କାରେ ସ୍ତ୍ରୀ ଓ ଝିଅ ଆଗରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ମହିଳାଙ୍କ ଭିଡିଓ ଭାଇରାଲ କରିବାରୁ ଯୋଗାଣ ସହାୟକଙ୍କୁ ଚପଲରେ ପିଟିଲେ ମହିଳା

କଟକ ଜିଲ୍ଲା ସାଲେପୁର ରାଇସୁଙ୍ଗୁଡାର ଯୁକ୍ତଦୁଇ ଛାତ୍ର ସମ୍ବିତ ସୂର୍ଯ୍ୟ ପ୍ରକାଶ ଅପହୃତ ପରେ ଖସିଯାଇ ଘରକୁ ଫେରିଲେ

ପୁରୀ, ବ୍ରହ୍ମଗିରିରେ ମଝି ଚିଲିକାରେ ଫସିଲା ଭସାପୋଲ, ଫସିଲେ ବସ ସହ ୬୦ଜଣ ଯାତ୍ରୀ, ୪ ଚକିଆ ଯାନ, ୧୦ଟି ବାଇକ

ଗଂଜାମ କୋଦଳା, କଣ୍ଟାପଡ଼ାରେ ଫେସବୁକ ପୋଷ୍ଟରେ କମେଣ୍ଟ ଦେଇ ଲୋକଙ୍କଠୁ ମାଡ଼ ଖାଇଲେ ଯୁବକ

କଟକ ସଦର ସୁମାଣ୍ଡି ଗାଁରେ ମେଡିସିନ ଦୋକାନରେ ଚଢ଼ାଉ, କଫ ସିରପ ସହିତ ୩୨ ପ୍ରକାର ବେଆଇନ ଔଷଧ ଜବତ, ୨ ଗିରଫ

ଓଡ଼ିଶାର ଯୁବତୀଙ୍କୁ ଦିଲ୍ଲୀ ଭିଆଇପି ଅଞ୍ଚଳରେ ଦୁଷ୍କର୍ମ କଲେ ଅଟୋ ଡ୍ରାଇଭର, କବାଡି ଵାଲା ଓ ପଙ୍ଗୁ ଭିକାରୀ

ୟୁପି ପ୍ରୟାଗରାଜରେ କୁମ୍ଭ ମେଳା ପୂର୍ବରୁ ଆୟୋଜିତ ସାଧୁସନ୍ଥଙ୍କ ସମ୍ମିଳନୀରେ ବିବାଦ ଓ ପରେ ପରସ୍ପରକୁ ଚାପୁଡ଼ା, ବିଧା, ମୁଥ ମାରିଲେ

ସବୁଦିନ ପାଇଁ ବନ୍ଦ ହୋଇଗଲା ଜେଟ ଏୟାରୱେଜ, ସମ୍ପତ୍ତି ବିକ୍ରି ପାଇଁ ଆଦେଶ ଦେଲେ ସୁପ୍ରିମକୋର୍ଟ

୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆକୁ ନିଷିଦ୍ଧ କଲା ଅଷ୍ଟ୍ରେଲିଆ

ଆମେରିକା ନିର୍ବାଚନ ପରେ ସୁନା ଦାମ ଦୁଇଦିନରେ କମିଲା ୨୧୦୦ ଟଙ୍କା
=======================
ଆଜି ବିଶ୍ୱ ରେଡ଼ିଓଗ୍ରାଫି ଦିବସ
ବିଶ୍ୱ ସହରୀକରଣ ଦିବସ

ଆଜି ଜନ୍ମଦିନ: ଲାଲକୃଷ୍ନ ଆଡଭାନୀ, ଉଷା ଉଥୁପ, ଅରବିନ୍ଦ ତ୍ରିବେଦୀ, ନଳିନୀ ମହାନ୍ତି (ଇଞ୍ଜିନିୟର)

ଇତିହାସରେ ଆଜି: (୧୯୯୯) ସଚିନ ଓ ରାହୁଲଙ୍କ ଦିନିକିଆ କ୍ରିକେଟରେ ୩୩୧ ରନର ବିଶ୍ୱ ରେକର୍ଡ/ (୨୦୦୮) ଭାରତର ଚନ୍ଦ୍ରୟାନ-୧ ଲୁନାର ଅରବିଟ ରେ ପ୍ରବେଶ/ (୨୦୧୬) ପାଞ୍ଚଶହ ଓ ହଜାରେ ଟଙ୍କିଆ ନୋଟ ଅଚଳ ଘୋଷଣା
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

07 Nov, 02:30


*ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ*।
# କମଳା ହ୍ୟାରିସଙ୍କୁ ହରାଇଲେ ଡୋନାଲ୍ଡ ଟ୍ରମ୍ପ।୫୧ଭୋଟ ଅଧିକା ପାଇ ଜିତିଲେ ଟ୍ରମ୍ପ। ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

Odia newspaper Samaja

07 Nov, 02:06


*ଖବର ଆଜିର, ୭ ନଭେମ୍ବର, ଗୁରୁବାର*
=======================
ଏବେ ୧୫ ସହରର ରାତି ତାପମାତ୍ରା।୨୦ ଡିଗ୍ରୀ ତଳେ, ଫୁଲବାଣୀରେ ୧୬ ଡିଗ୍ରୀ।

ନଭେମ୍ବର ୮ରୁ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଫର୍ମ ପୂରଣ ଆରମ୍ଭ।

ପାଞ୍ଜିକାର ପରିଶ୍ରମ ନ କରି କପି କରୁଛନ୍ତି, କହିଲେ ଶଙ୍କରାଚାର୍ଯ୍ୟ

ଓଡ଼ିଶାର ବିରଳ ଖଣିସମ୍ପଦ ଟାଇଟାନିୟମ୍ ରପ୍ତାନୀ ପାଇଁ କାଜାଖସ୍ତାନ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା, ୨୦୨୭ରେ ସମ୍ପୂର୍ଣ୍ଣ ହେବ

ଡିସେମ୍ବର ମାସ ୧୫ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ପ୍ରାରମ୍ଭିକ(ପ୍ରିଲିମ୍) ପରୀକ୍ଷା।

୪୨୩.୦୫ କୋଟି ଟଙ୍କାର ସହାୟତା ରାଶି, ଜିଲ୍ଲାମାନକୁ ପଠାଗଲା ବାତ୍ୟା 'ଦାନା' କ୍ଷତିପୂରଣ ରାଶି।

ରାସନକାର୍ଡ ହିତାଧିକାରୀଙ୍କୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବନି ଗହମ । ଡିଲର ମାନଙ୍କୁ ହ୍ବାଟସଆପ୍ ମେସେଜ୍ କରି ଜଣାଇଲେ ରାଜ୍ୟ ସରକାର।

ଚାଷୀଙ୍କ ମନ ଜିଣିବା ପାଇଁ ସରକାରଙ୍କ ବଡ ଯୋଜନା । ପୁରା କ୍ୟାବିନେଟ ଉପସ୍ଥିତିରେ ଦିଆଯିବ କୁଇଣ୍ଟାଲ ପିଛା ଇନପୁଟ ସବସିଡି ୮୦୦ଟଙ୍କା।

ବର୍ଷକରେ ୨୫ ବାଘ ନିଖୋଜ,ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠିତ।

ମୟୂରଭଞ୍ଜରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ, ବେତନଟୀ ରେଞ୍ଜ ଅଞ୍ଚଳରେ ଅଛନ୍ତି ୫୭ ଟିକିଆ ହାତୀପଲ।

ମୋ ବସ୍ ସ୍ପିଡ୍‌ରେ ଲାଗିବ ଲଗାମ, ସହର ଭିତରେ ଗାଡ଼ିର ବେଗ ରହିବ ୪୦ କିଲୋମିଟର।

ଗଞ୍ଜାମ ପୁରୁଷୋତ୍ତମପୁର ରେ ରାତି ଅଧରେ ତାରାତାରିଣୀଙ୍କ ମନ୍ଦିରରୁ ଚୋରି, ନେଇଗଲେ ମା'ଙ୍କ ସୁନା ମୁଖା, ରୂପା ମୁକୁଟ।

ମାଲକାନଗିରି ରେ ଦେଢ଼ବର୍ଷରେ ୨ହଜାର ମୃତ, ଅଜଣା ରୋଗ ଓ ମଦ ନେଉଛି ଜୀବନ

ସୁନ୍ଦରଗଡ ହେମଗିରି ରେ ଅଙ୍ଗନବାଡ଼ି କର୍ମୀ ଦିବ୍ୟାଭାରତୀ ଙ୍କୁ ହତ୍ୟା

ଅକ୍ଷର ଭୂମି ଆଗରେ 'ଅସ୍ମିତା ଭବନ', ପ୍ରଦର୍ଶିତ ହେବ ୩୬୦ ଡିଗ୍ରୀରେ ଓଡ଼ିଶା।

ଇଡକୋ ଜୁନିଅର ମ୍ୟାନେଜରଙ୍କ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ, ଗେଟଠୁ ଆରମ୍ଭ କରି ଘର ଯାଏ ପୂରା ଡିଜିଟାଲ।

କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ଘଟଣାରେ ୫ ଜଣ ଛାତ୍ରଙ୍କୁ ଗିରଫ କରିଛି କେନ୍ଦୁଝର ଟାଉନ ଥାନା ପୁଲିସ।

ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି; ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି

ସମ୍ବଲପୁର ହାଟପଦାରେ ଅଗ୍ନିକାଣ୍ଡରେ ମା ଓ ଝିଅ ମୃତ, ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗ

ବିଦ୍ୟାଲକ୍ଷ୍ମୀ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ।

ଫେରିବ 'ଭାରତ' ବ୍ରାଣ୍ଡ୍‌ର ଅଟା ଓ ଚାଉଳ, ଲଞ୍ଚ ହେଲା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ।

ମହାରାଷ୍ଟ୍ର ନିର୍ବାଚନରେ କୃଷକଙ୍କୁ ଋଣଛାଡ଼, ମହିଳାଙ୍କୁ ଘରେ ବସି ମାସିକ ୩ ହଜାର ଟଙ୍କା ପ୍ରତିଶ୍ରୁତି

ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚିତ।

ଆମେରିକାରେ ନିର୍ବାଚନ ପ୍ରଭାବ, ସେୟାର ବଜାରରେ ଉତ୍ସାହ
=======================
ଆଜି କ୍ୟାନସର ସଚେତନତା ଦିବସ

ଆଜି ଜନ୍ମଦିନ: ସଂଗ୍ରାମୀ ବିପିନ ପାଲ, ବୈଜ୍ଞାନିକ ସିଭି ରମନ, କମଲ ହାସାନ, ଅନୁଷ୍କା ସେଟ୍ଟୀ, କିରଣ ରାଓ, ନନ୍ଦିତା ଦାସ

ଆଜି ତିରୋଧାନ: ବାହାଦୂର ଶାହ ଜାଫର

ଇତିହାସରେ ଆଜି: (୧୮୭୬) ବଙ୍କିମ ଚନ୍ଦ୍ର ଙ୍କ ଦ୍ଵାରା ବନ୍ଦେ ମାତରମ ସଙ୍ଗୀତ ପ୍ରସ୍ତୁତ/ (୧୯୭୨) ଭାରତର ଉତ୍ତର ପୂର୍ବାଞ୍ଚଳ ପରିଷଦ ଗଠିତ
=======================
WhatsApp channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

06 Nov, 02:05


*ଖବର ଆଜିର, ୬ ନଭେମ୍ବର, ବୁଧବାର*
=======================
ପାଣିପାଗ ଅନୁମାନ, ଆସନ୍ତା ସପ୍ତାହରୁ ରାଜ୍ୟରେ ପଡିବ ଶୀତ। କୋରାପୁଟ ସେମିଳିଗୁଡାରେ ଏବେଠାରୁ ୧୨ ଡିଗ୍ରୀ

ବିଭିନ୍ନ ଜିଲ୍ଲାରେ ନୂଆ ଏନ୍‌ଏସି ଗଠନ ପାଇଁ ଜିଲ୍ଲାପାଳଙ୍କୁ ଗଲା ଚିଠି।

କୌଣସି ବ୍ୟକ୍ତିଗତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରିବେ ନାହିଁ ସରକାର, ରାୟ ଦେଲେ ସୁପ୍ରିମକୋର୍ଟ

ଜିଏସଟି ବିଭାଗର ପତିଆରା କମିଲା। ପୁରୁଣା ବାକିଆ ନଦେଲେ ସମ୍ପତ୍ତି ନିଲାମ କରିହେବ କି ନାହିଁ, ତାକୁ ନେଇ ଦ୍ବନ୍ଦ୍ୱ

କଟକ ବାଲିଯାତ୍ରା ଆୟୋଜନ ଆରମ୍ଭରୁ ବିଭ୍ରାଟ, ସମସ୍ତ ଟେଣ୍ଡର୍‌ ବାତିଲ ହେଲା

ହିତାଧିକାରୀମାନଙ୍କୁ ତିନି ମାସର ଚାଉଳ ଆଗୁଆ ଦିଆଯିବ ବୋଲି ନିଷ୍ପତ୍ତି

ଫୁଲବାଣୀ ଓ ତାଳଚେର ମେଡ଼ିକାଲ କଲେଜରେ ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା,୨୦୦ MBBS ସିଟ୍ ରେ ହେବ ପାଠପଢ଼ା।

ବିପଦରେ ପୁରୀ ଶ୍ରୀମନ୍ଦିର, ରାସାୟନିକ ପ୍ରଲେପ ଦେବାକୁ ଇଞ୍ଜିନିୟର ଭୁଲିଯାଇଛନ୍ତି

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ କେନ୍ଦ୍ରରୁ ଟଙ୍କା ଆସୁନି, ହଜାରେ କୋଟିର ବିଲ ବାକି, ଠିକା କାମ ବନ୍ଦ, ସାଂଘାତିକ ହୋଇପାରେ ପାଣି କଷ୍ଟ

ହାତୀ ପାଇଁ ଜାଗା ନାହିଁ। ଯେତିକି ହାତୀ ରହି ପାରିବା କଥା ତାହାଠୁ ୪୦୦ ଅଧିକ ହାତୀ ରାଜ୍ୟରେ ଅଛନ୍ତି

ରୋଷେଇ ଘରେ ମହଙ୍ଗା ମାଡ଼, ବଢିଚାଲିଛି ପରିବା ଦର

ପୁଣି ବୋମା ଆତଙ୍କ: ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼ ସନ୍ଦେହ, ବର୍ତ୍ତିଗଲେ ଟ୍ରେନ୍ ଗାର୍ଡ଼

ମୟୂରଭଞ୍ଜ ନଡ଼ପୁର ପଞ୍ଚାୟତରେ ପିଡ଼ିଏସ ଚାଉଳ ବଣ୍ଟାକୁ ନେଇ ବେତନଟୀ ବିଡିଓଙ୍କୁ ତାଲା ପକାଇଲେ ଗାଁ ଲୋକ

ଭୁବନେଶ୍ୱର ବାଲିପାଟଣା ମଦନ ମୋହନ ମନ୍ଦିରରୁ ପ୍ରାଚୀନ ଅଳଙ୍କାର ଓ ଅଷ୍ଟ ଧାତୁର ୪ଟି ମୂର୍ତ୍ତି ଲୁଟ।

ରାଉରକେଲା କୋଏଲ ନଦୀରେ ନାବାଳକଙ୍କ ମୃତଦେହ ଉଦ୍ଧାର, ୨ଦିନ ହେଲା ନିଖୋଜ ଥିଲେ

ଗଂଜାମ ଜଗନ୍ନାଥପ୍ରସାଦ ଥାନା ପାଖରେ ଘରୋଇ ବସ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ବାଇକ୍ ଚାଳକ ମୃତ

କୋରାପୁଟ ନନ୍ଦପୁରରେ ଷଡ଼ଯନ୍ତ୍ର ରଚି ସ୍ତ୍ରୀକୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ସ୍ବାମୀ ସହ ୩ ଗିରଫ

ଦେବଗଡ଼ରେ କୂଅ ଭିତରେ ଫସି ରହିଥିଲା ହାତୀ ଛୁଆ, ୭ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ

କଟକ ମୁଣ୍ଡଳୀରେ ଜାଲରେ ପଡ଼ିଲା ୨୨ କେଜିଆ ‘ବୋଦା’ ମାଛ, ପାଞ୍ଚ ହଜାର ଟଙ୍କାରେ ବିକ୍ରି ହେଲା

ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ରାଜ୍ୟରେ ଚାଲୁ ରହିବ ୧୬ ହଜାର ମଦ୍ରାସା

ଗୁଜୁରାଟରେ ଭୁଶୁଡ଼ିଲା ବୁଲେଟ ଟ୍ରେନ ପାଇଁ ନିର୍ମାଣାଧୀନ ପୋଲ, ୨ ମୃତ

ପେନସନ୍‌ ପାଇବାକୁ ଯୋଗ୍ୟ ସଦସ୍ୟଙ୍କ ତାଲିକାରୁ ଝିଅର ନାମ ହଟିପାରିବ ନାହିଁ, କହିଲେ କେନ୍ଦ୍ର ସରକାର

୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ

ଆମେରିକା ହୁଷ୍ଟନରେ ଅଦିନିଆ ରଥଯାତ୍ରା ପରିବର୍ତ୍ତେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ

ସାଉଦି ଇତିହାସରେ ହେଲା ପ୍ରଥମ ତୁଷାରପାତ, ମରୁଭୂମିରେ ବିଛେଇ ହେଲା ବରଫ
=======================
ଆଜି ଜନ୍ମଦିନ: ଯଶବନ୍ତ ସିହ୍ନା

ଆଜି ତିରୋଧାନ: ସଂଜୀବ କୁମାର, ତରଲା ଦଲାଲ,

ଇତିହାସରେ ଆଜି: (୧୯୧୩) ଆଫ୍ରିକାରେ ଶୋଭାଯାତ୍ରା କରି ଗାନ୍ଧୀଜୀ ଗିରଫ/ (୧୯୪୩) ନେତାଜୀ ସୁଭାଷ ବୋଷଙ୍କୁ ଆଣ୍ଡାମାନ ନିକୋବର ଦେଲା ଜାପାନ/ (୧୯୬୨) ଜାତୀୟ ପ୍ରତିରକ୍ଷା ପରିଷଦ ସ୍ଥାପନ/ (୨୦୧୩) ସଚିନ ଟେନ୍ଦୁଲକର ଙ୍କୁ ମିଳିଲା ଭାରତ ରତ୍ନ
=======================
WhatsApp channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

05 Nov, 02:02


*ଖବର ଆଜିର, ୫ ନଭେମ୍ବର, ମଙ୍ଗଳବାର*
=======================
ପାଞ୍ଜିକାରମାନଙ୍କୁ ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବାକୁ ମନ୍ଦିର ପ୍ରଶାସନ ଚିଠି କରିଛି

ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା, ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ

ଭୁବନେଶ୍ବରରେ ଆରମ୍ଭ ହେବ ଯୁବରାଜ ସିଂହ ସେଣ୍ଟର ଓ ମର୍ଲିନ ଗ୍ରୁପ୍‌ କ୍ରିକେଟ୍‌ ପ୍ରତିଭା ଅନ୍ବେଷଣ

ଭୁବନେଶ୍ୱରରେ ୧୫ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ହେବ ବାଲିଯାତ୍ରା

ଭୁବନେଶ୍ବର ପରେ ବ୍ରହ୍ମପୁର ପୋଲିସ ଦେହରେ ଲାଗିଲା କ୍ୟାମେରା

କେନ୍ଦ୍ରାପଡ଼ାର ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ପ୍ଲାଣ୍ଟ ଭବିଷ୍ୟତ ଏବେ ଅନିଶ୍ଚିତ

ଆସନ୍ତା ୨୩ ପରେ ଘୋଷଣା ହେବ ଓଡ଼ିଶାର ନୂଆ କଂଗ୍ରେସ ସଭାପତିଙ୍କ ନାମ

କଟକ SCB ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ବସିଲା ଆଣ୍ଟି ରାଗିଂ କମିଟି ବୈଠକ

ସମ୍ବଲପୁର ରେ କ୍ଷତିପୂରଣ ପାଇଁ ଷ୍ଟେସନପଡା ବାସି କ୍ଷେତରାଜପୁର ଅଞ୍ଚଳରେ ଆନ୍ଦୋଳନ, ବ୍ୟବସାୟିକ ଅନୁଷ୍ଠାନ ବନ୍ଦ

ଗଞ୍ଜାମ ଦିଗପହଣ୍ଡି ରେ ବିଳମ୍ବିତ ରାତିରେ ଲାଗିଲା ନିଆଁ, ଜଳିଗଲା ରାସ୍ତା କଡରେ ଥିବା ଦୋକାନ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ହରିଡ଼ାଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ୫୦ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଟଙ୍କା ହଡପ ଅଭିଯୋଗ

ଶିମିଳିପାଳ ରେ ବନବିଭାଗର ପୋଷା ହାତୀ ‘ଯଶୋଦା’ ଷାଠିଏ ବର୍ଷ ବୟସରେ ଆଖି ବୁଜିଲା

ରାଉରକେଲା ଏନଆଇଟି କ୍ୱାର୍ଟସରୁ ମେଡିକାଲ ଅଫିସର ଡାକ୍ତର ସନ୍ତୋଷ ହୁଗାରଙ୍କ ଝୁଲନ୍ତା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ

ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନାରେ କ୍ୟାବିନ୍‌ ଅପରିଷ୍କାର କଲେ ବୋଲି ଦମ୍ପତ୍ତିଙ୍କୁ ପିଟିଲେ ହସପିଟାଲ କର୍ମଚାରୀ

ଭୁବନେଶ୍ବର ପଳାଶପଲ୍ଲୀ ରେ ରକ୍ତଦାତା ସମାଜସେବୀ ଶିବ ଶ୍ରୀଚନ୍ଦନଙ୍କୁ ଖଣ୍ଡାରେ ଆକ୍ରମଣ, ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ମାଓବାଦୀଙ୍କ ହାତରେ ମିସାଇଲ ତିଆରି କୌଶଳ, ମାଓ କ୍ୟାମ୍ପରୁ ମିଳିଲା ସ୍କେଚ

ଉତ୍ତରାଖଣ୍ଡ ଅଲମୋରା ରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି

ଆଗ୍ରାରେ ବାୟୁସେନାର ମିଗ୍-୨୯ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ଅଳ୍ପକେ ବର୍ତ୍ତିଗଲେ

ଜମ୍ମୁ-କଶ୍ମୀର ବିଧାନସଭାରେ ଧାରା ୩୭୦ ପୁଣି ଲାଗୁ କରିବାକୁ ବିଧାୟକଙ୍କ ହଙ୍ଗାମା

ଅମିତ ଶାହାଙ୍କ ପୁଅ ଜୟ ଶାହଙ୍କ ପରେ ବିସିସିଆଇ ସଚିବ ହୋଇପାରନ୍ତି ଅରୁଣ ଜେଟଲୀଙ୍କ ପୁଅ

ସେୟାର ବଜାରରୁ ୯୪ ହଜାର କୋଟି ଉଠାଇନେଲେ ବିଦେଶୀ ନିବେଶକ, ଚୀନରେ ନିବେଶ କରିବା ସମ୍ଭାବନା

କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ବିଭିନ୍ନ ମହଲରୁ ନିନ୍ଦା

ଆମେରିକା ହୁଷ୍ଟନରେ ଅଦିନିଆ ରଥଯାତ୍ରା ପାଇଁ ଇସ୍କନ ଅଡ଼ି ବସିଛି

ଭାରତୀୟଙ୍କୁ ଭିସା ମୁକ୍ତ ଭ୍ରମଣ ସୁବିଧା ଦେଲା ଥାଇଲାଣ୍ଡ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅଫର
=======================
ଆଜି ବିଶ୍ୱ ସୁନାମୀ ସଚେତନତା ଦିବସ

ଆଜି ଜନ୍ମଦିନ: ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ, କରନ ଥାପର, ବିରାଟ କୋହଲି, ଅର୍ଜୁନ ସିଂ (କଂଗ୍ରେସ), ଶିବସୁନ୍ଦର ଦାସ (କ୍ରିକେଟ)

ଆଜି ତିରୋଧାନ: ଭୁପେନ ହଜାରିକା

ଇତିହାସରେ ଆଜି: (୧୯୧୭) ଅକ୍ଟୋବର ବିଦ୍ରୋହ ପାଇଁ ଡାକରା ଦେଲେ ଲେନିନ/ (୧୯୪୦) ଆମେରିକା ରେ ରୁଜଭେଲଟ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେଲେ/ (୧୯୪୩) ଭାଟିକାନ ଉପରେ ବୋମାମାଡ/ (୨୦୦୬) ସଦ୍ଦାମ ହୁସେନଙ୍କୁ ମିଳିଲା ମୃତ୍ଯୁଦଣ୍ଡ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

04 Nov, 01:32


*ଖବର ଆଜିର, ୪ ନଭେମ୍ବର, ସୋମବାର*
=======================
ରାଜଧାନୀରେ ମୃଦୁ ଭୂମିକମ୍ପ, କୌଣସି କ୍ଷୟକ୍ଷତିର ସୂଚନା ନାହିଁ

ମାଟ୍ରିକ୍ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି, ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ

ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଦିଲ୍ଲୀ ଡାକରା, ଯିବେ ସିଙ୍ଗାପୁର। ରୋଡ଼ ସୋ କରି ବିଦେଶୀ ପୁଞ୍ଜି ଆଣିବେ

ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରି ବିପଦରେ, ଏକାଧିକ ସ୍ଥାନରେ ଫାଟ, ଅନବରତ ଝରୁଛି ପାଣି

ଗୋଟିଏ ବର୍ଷରେ ପଚାଶ ହାତୀଙ୍କ ମୃତ୍ୟୁର ତଦନ୍ତ ପାଇଁ କହିଲେ ମନ୍ତ୍ରୀ ଗଣେଶ ଖୁଣ୍ଟିଆ

ଓଡ଼ିଆରେ ଆସିଲା ଏନ୍‌ଏସ୍‌ଇ (ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ) ୱେବ୍‌ସାଇଟ୍‌

ଚର୍ଚ୍ଚାରେ ମନ୍ତ୍ରୀ, ଆଇଏଏସ ଓ କିରାଣୀ ବାବୁଙ୍କ ବିଳାସମୟ ଉଆସ ପାଇଁ ପ୍ରଚୁର ଅର୍ଥ ବର୍ଷା, କିନ୍ତୁ ଗରୀବଙ୍କ ଆବାସ ଟଙ୍କା ବଢ଼ିଲାନି

ଆସନ୍ତା ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା।

ଯାତ୍ରାରେ ଅଶ୍ଳୀଳତା ରୋକିବାକୁ ସରକାର ଆଣିବେ ଆଇନ୍।

ଫେବୃୟାରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ଟିକେଟ ମୂଲ୍ୟ ଚଢା, ୮୦୦ ଟଙ୍କାରୁ ଆରମ୍ଭ।

ଲଘୁ ଖଣିଜ ପରିବହନ ଟ୍ରକ୍ ମାଲିକ ସଂଘର ଚେତାବନୀ, ୧୦ ତାରିଖରୁ ଟ୍ରକ ଚଳାଚଳ ବନ୍ଦ

କେନ୍ଦ୍ରାପଡ଼ା ଜିଲ୍ଲା କାରାଗାରର ୱାର୍ଡର ବିଜୟ ପରିଡ଼ାଙ୍କର ସନ୍ଦେହଜନକ ମୃତ୍ୟୁ

କେନ୍ଦୁଝର ତେଲକୋଇ ରେ ମହିଳାମାନେ ଅଭିଶାପ ଦେଲେ, ‘ମଦ ବେପାରୀଙ୍କ କୁଳ ବୁଡ଼ିଯାଉ’

ଭୁବନେଶ୍ବର ଭରତପୁର ପଣ୍ଡାକୁଦିଆ ଗାଁ ଦାଣ୍ଡ ମଣ୍ଡପରେ ଥିବା ଗଛ କଟାକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ

ଆଠଗଡରେ ବସ ଷ୍ଟାଣ୍ଡ ନିକଟରେ ଲକ୍ଷ୍ମୀ ବସ ଧକ୍କାରେ ମହିଳା ମୃତ, ସ୍ଵାମୀ ଓ ପୁଅ ଗୁରୁତର। ମୃତ ମହିଳା ହେଲେ କାଜଲ ପ୍ରଧାନ

କଟକ-ମାଛଗାଁ ରାସ୍ତାର ଗୋପାଳପୁର ଛକରେ ବାଇକ-କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ବାପା ମୃତ, ପୁଅ ଗୁରୁତର

NCBର ମୋଷ୍ଟ ୱାଣ୍ଟେଡ ନିଲୁ ପ୍ରଧାନ ଗିରଫ, ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ର ଖୋଲିବ ଗୁମର।

ଅନୁଗୁଳରେ ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୨୦ରୁ ଅଧିକ ଦୋକାନ।

ବାରଙ୍ଗରେ ସିରିଜ୍ ଲୁଟ୍, ବ୍ୟବସାୟୀ ଅସୁରକ୍ଷିତ।

ରାଉରକେଲାରେ ପୁଣି କୋଏଲ ନଦୀରେ ଗାଧୋଇବା ବେଳେ ବୁଡିଗଲେ ୨ ନାବାଳକ, ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ

ଝାଡ଼ଖଣ୍ଡ ରେ ତିନି ବିଦ୍ରୋହୀ ନେତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କଲା କଂଗ୍ରେସ୍

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ, ୧୨ ଆହତ

କ୍ରିକେଟ ସିରିଜ୍ ପୋଛିନେଲା ନ୍ୟୁଜିଲ୍ୟାଣ୍ଡ, ୨୫ ରନ୍‌ରେ ଭାରତର ଲଜ୍ଜାଜନକ ପରାଜୟ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ନିର୍ଦ୍ଧାରିତ ଦିନ ପୂର୍ବରୁ ୬ କୋଟିରୁ ଅଧିକ ଭୋଟର ଭୋଟ୍ ଦେଲେ
=======================
ଆଜି ଅନ୍ତର୍ଜାତୀୟ ସାମ୍ବାଦିକ ବିରୋଧୀ ଅପରାଧ ନିରୋଧ ଦିବସ

ଆଜି ଜନ୍ମଦିନ: ଯମୁନା ଲାଲ ବଜାଜ, ତବସୁମ, ତବୁ, ମିଲିନ୍ଦ ସୋମାନ, ଶକୁନ୍ତଳା ଦେବୀ

ଆଜି ତିରୋଧାନ: ଶମ୍ଭୁ ମହାରାଜ

ଇତିହାସରେ ଆଜି: (୧୯୪୭) ମେଜର ସୋମନାଥ ଶର୍ମା ପାଇଲେ ପ୍ରଥମ ପରମବୀର ଚକ୍ର/ (୧୯୬୪) ହିମାଳୟ ପର୍ବତାରୋହଣ ଅନୁଷ୍ଠାନ ସ୍ଥାପନ/ (୧୯୯୫) ଇସ୍ରାଏଲ ପ୍ରଧାନମନ୍ତ୍ରୀ ଙ୍କ ହତ୍ୟା/ (୨୦୦୮) ବାରାକ ଓବାମା ହେଲେ ଆମେରିକାର ପ୍ରଥମ ଆଫ୍ରିକୀୟ ମୂଳ ରାଷ୍ଟ୍ରପତି
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

03 Nov, 01:58


*ଖବର ଆଜିର, ୩ ନଭେମ୍ବର, ରବିବାର*
=======================
ଦୀପାବଳି ପାଇଁ ପ୍ରଦୂଷଣ, ବାୟୁର ଗୁଣାତ୍ମକ ସୂଚକାଙ୍କ ୨୩୩ରେ ପହଁଚିଲା।

ଶିକ୍ଷାନୁଷ୍ଠାନର ୩୦୦ ଫୁଟ୍ ଭିତରେ ନିଶା ବିକ୍ରି ନିଷେଧ, ପିଲାମାନେ ନେବେ ଶପଥ

ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା, ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା, କହିଲେ ପ୍ରଭାତୀ

ସରକାରୀ ବାବୁ ଓ ନେତାଙ୍କ ଘର ମରାମତି ବଜେଟ ବୃଦ୍ଧି। ଭିଆଇପିଙ୍କ କ୍ବାର୍ଟର୍ସ ପାଇଁ ବାର୍ଷିକ ୨,୨୦,୦୦୦ ଥିଲା, ୧୫ଲକ୍ଷ ହେଲା। ବିଧାୟକଙ୍କ କ୍ବାର୍ଟର୍ସ ପାଇଁ ବାର୍ଷିକ ମରାମତି ୧,୭୦,୦୦୦ ଥିଲା, ଏବେ ୧୨,୪୦,୦୦୦ ହେଲା। କିରାଣୀ, ପିଅନଙ୍କ କ୍ବାର୍ଟର୍ସ ବାର୍ଷିକ ମରାମତି ୭୦,୦୦୦ ଟଙ୍କାରୁ ବଢି ୩,୬୫,୦୦୦ ହେଲା।

ଅକ୍ଟୋବରରେ ଓଡିଶାରୁ ୪୫୯୨ କୋଟି ଜିଏସ୍‌ଟି, ଦେଶରେ ୧.୮୭ ଲକ୍ଷ କୋଟି ସଂଗ୍ରହ

କନ୍ଧମାଳରେ ଶୀତ, ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଲା

ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି: ରୁପା ଜନ୍ମ ଦେଲା ୪ ଶାବକ

ବଲାଙ୍ଗୀର ଜିଲାରେ ୮୯୦ କୋଟି ଟଙ୍କା ବ୍ୟୟରେ ୮୩ଟି ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମାଝୀ।

ପିସିସି ପାଇଁ କଂଗ୍ରେସରେ ଶକ୍ତି ପ୍ରଦର୍ଶନ। ମହମ୍ମଦ ମୋକିମଙ୍କ ପାଇଁ ଏକାଠି ହେଲେ ଦଳର ନେତା। ହାଉସିଂ ଦୁର୍ନୀତିରେ ଗିରଫ ୱାରେଣ୍ଟ ପରେ ମୋକିମ ଅଣଦେଖା ହୋଇଥିଲେ

କନ୍ଧମାଳରେ ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ, କହିଲା ସ୍ୱାସ୍ଥ୍ୟ ବିଭାଗ। ସେଇଟା ସେମାନଙ୍କ ନିୟମିତ ଖାଦ୍ୟ ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଗଂଜାମ ଧରାକୋଟରେ କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଜଣଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ବରର ଚକେଇସିଆଣିରେ ଯୁବକ କେନାଲରେ ବୁଡ଼ିଗଲେ, ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ରୁପ୍ରା ଅଞ୍ଚଳରେ ଦୁଇ ଜଣ ବାଇକ୍‌ ଆରାହୀଙ୍କୁ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା, ଯୋଗାଯୋଗ ସତ୍ତ୍ବେ ଆମ୍ବୁଲାନ୍ସ ଆସିଲା ନାହିଁ

ଗଜପତି ରାୟଗଡା ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ବିନା କାମରେ କୋଟି କୋଟି ଟଙ୍କାର ସଡକ ବିଲ ପାସ। ଦୁଇବର୍ଷ ହେଲା ଅଭିଯୋଗ କରୁଛନ୍ତି ଆଦିବାସୀ ଗ୍ରାମବାସୀ

ବଡ଼ଚଣା କଡେଇ ଛକ ଜାତୀୟ ରାଜପଥ ୧୬ରେ ଓଲଟିଲା ମଦ ବୋଝେଇ ମିନି ଟ୍ରକ୍, ଖୁସିରେ ମଦ ବୋହିନେଲେ ଲୋକେ

କଟକ ମେରିଆ ବଜାରରେ ବାଣଫୁଟାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ, ମାରଣାସ୍ତ୍ର ଆକ୍ରମଣରେ ଏକାଧିକ ଆହତ

ସୁନ୍ଦରଗଡରେ ସଙ୍କୀର୍ତ୍ତନ ସାରି ଫେରୁଥିବା ବେଳେ ଟ୍ରେଲରକୁ ପଛରୁ ଧକ୍କା ଦେଲା ଟାଟା ମ୍ୟାଜିକ, ୬ ମୃତ, ୭ ଆହତ

କଟକ ବାଲିଯାତ୍ରାରେ ଗାଡି ପାର୍କିଂକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ, ଆସନ୍ତା କାଲି ବିଧିବଦ୍ଧ ନିଷ୍ପତ୍ତି ହେବ

ଦିଲ୍ଲୀ ରେ କେଜ୍ରିୱାଲଙ୍କ ପ୍ରତିଶ୍ରୁତି, ପାଣି ବିଲ୍ ଦିଅ ନାହିଁ, ଆମେ ଆସିଲେ ଛାଡ୍ କରିବୁ

କ୍ରିକେଟ: ନ୍ୟୁଜିଲ୍ୟାଣ୍ଡ ୯ ୱିକେଟରେ ୧୪୩ ରନ୍‌ରେ ଅଗ୍ରଣୀ, ଭାରତ ପାଇଁ ସୁଯୋଗ

ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ପିତାଙ୍କ ବିରୋଧରେ ମଇଦାନରେ ପୁଅ-ଝିଅ

ରାଞ୍ଚି, ଝାଡଖଣ୍ଡ ରେ ସକାଳୁ ଭୂମିକମ୍ପ

୨୫ରୁ ସଂସଦର ଶୀତ ଅଧିବେଶନ, ଡିସେମ୍ବର ୨୦ ଯାଏଁ ଚାଲିବ ଉଭୟ ଗୃହ।

୧୯ ଭାରତୀୟ କମ୍ପାନୀ ଉପରେ ଆମେରିକାର ନିଷେଧାଦେଶ ଜାରି।

ବାଂଲାଦେଶରେ ୩୦ ହଜାର ହିନ୍ଦୁଙ୍କ ବିରୋଧ ପ୍ରଦର୍ଶନ, ସୁରକ୍ଷା ଦାବି କଲେ
=======================
ଆଜି ଭାଇ ଦୁଜ
ବିଶ୍ୱ ଜେଲି ଫିସ ଦିବସ
ବିଶ୍ୱ ସ୍ୟାଣ୍ଡଉଇଚ ଦିବସ

ଆଜି ଜନ୍ମଦିନ: ରାଜା ସୱାଇ ଜୟ ସିଂ, ଅମର୍ତ୍ତ୍ୟ ସେନ, ଅନ୍ନପୂର୍ଣ୍ଣା ମହାରଣା, ସୋନାଲି କୁଲକର୍ଣ୍ଣି

ଆଜି ତିରୋଧାନ: ସଦାଶିବ ଅମ୍ରପୁରକାର

ଇତିହାସରେ ଆଜି: (୧୯୦୩) ପାନାମା ଦେଶର ସ୍ବାଧୀନତା/ (୧୯୪୮) ମିଳିତ ଜାତିସଙ୍ଘ ରେ ନେହେରୁଙ୍କ ପ୍ରଥମ ଭାଷଣ/ (୧୯୫୭) ମହାକାଶକୁ କୁକୁର ପଠାଇଲା ଋଷିଆ/ (୧୯୬୨) ଭାରତରେ ସୁନା ବଣ୍ଡ ଯୋଜନାର ଘୋଷଣା/ (୧୯୮୪) ଶିଖ ବିରୋଧୀ ଦଙ୍ଗାରେ ତିନି ହଜାରରୁ ଅଧିକ ମୃତ/ (୨୦୦୦) ସରକାର ଙ୍କ ଦ୍ଵାରା ଡିଟିଏଚ ପ୍ରସାରଣ ସେବା ଆରମ୍ଭ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

02 Nov, 03:53


*ଖବର ଆଜିର, ୨ ନଭେମ୍ବର, ଶନିବାର*
=======================
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ, ପାଞ୍ଚଦିନ ଭିତରେ ବର୍ଷା ଓ ପବନ ସମ୍ଭାବନା

ଜାତୀୟ ଜୀବିକା ମିଶନର 'ନମୋ ଡ୍ରୋନ୍ ଦିଦି' ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ ଯୋଗାଇ ଦିଆଯିବ

ବଢ଼ିଲା ପେଟ୍ରୋଲ-ଡିଜେଲ ଦର।

ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋର ମିଳିତ ସହଯୋଗରେ କେନ୍ଦୁଝର ହେବ ଷ୍ଟିଲ ପ୍ଲାଣ୍ଟ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ

ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ, ମଦ ବାରରେ ଯୁବତୀ କେବଳ ଗୀତ ଗାଇବେ, ନାଚି ପାରିବେନି

ସୁଭଦ୍ରା ଟଙ୍କା ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଆସିବ, କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ, କହିଲେ ମନ୍ତ୍ରୀ

କଇଁଛଙ୍କ ପ୍ରଜନନ ଋତୁ ଆରମ୍ଭ, ଜାରି ହେଲା ସାମୁଦ୍ରିକ ମାଛଧରା କଟକଣା

ଭୁବନେଶ୍ବରରେ ଖୋଲିବ ଜାତୀୟ ଡ୍ରାମା ସ୍କୁଲ ଶାଖା, ସୂଚନା ଦେଲେ ମନ୍ତ୍ରୀ

ପୁରୀରେ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡିକାଲରେ ଯୁବକ ମୃତ

ରାଉରକେଲା ରେ ଜୁଆ ଖେଳି ଧରାପଡ଼ିଲେ ୧୩, ନଗଦ ୮ ଲକ୍ଷ ଟଙ୍କା ଉଦ୍ଧାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ବୋମାମାଡ଼। ଏଥର ରାଜେନ୍ଦ୍ର ସେଠୀଙ୍କ ଘରେ ବୋମା ପଡିଲା। ପାଂଚଦିନ ପୂର୍ବରୁ ତିନି ବୋମା ପଡିଥିଲା

ଭୁବନେଶ୍ୱର ୧ନଂ ହାଟ ଭୂତଳ ମାର୍କେଟ୍‌ରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଝାରସୁଗୁଡା ଇବ୍‌ ନଦୀରେ ବୁଡ଼ି ରାଜସ୍ଥାନର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ରେ ସ୍କବ ଟାଇଫସ ରୋଗରେ ୫୬ ବର୍ଷୀୟ ଲେକ୍ରୁ ସାହୁ ମୃତ

ଭୁବନେଶ୍ବର ସହିଦ ନଗରରେ ବୋମା ମାଡ଼, କାର କାଚ ଭାଙ୍ଗିବା ସହ ଗୋଟିଏ ବାଇକ୍ ମଧ୍ୟ ଭାଙ୍ଗିଛନ୍ତି ଦୁର୍ବୃତ୍ତ

ଯାଜପୁର ଦାନଗଦୀରେ ମାଟି ଅତଡ଼ା ଖସି ଝିଅ ମୃତ, ବାପା ଗୁରୁତର

ମାଲକାନଗିରି ରେ ଲେମନ ଗ୍ରାସ୍‌ ଚାଷ ନାଁରେ ହରିଲୁଟ୍‌ ହେଉଛି, ତଦନ୍ତ ଦାବି କଲେ ଗ୍ରାମବାସୀ

କେସିଙ୍ଗା ରେ ପ୍ରିଜାଡିଙ୍ଗ୍ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ସ୍ଥଗିତ ରହିଲା ଅନାସ୍ଥା ପ୍ରସ୍ତାବ ବୈଠକ

ଜମ୍ମୁ-କାଶ୍ମୀରର ବୁଡଗାମରେ ଆତଙ୍କୀ ହମଲା , ୨ ଗୁରୁତର ଶ୍ରମିକ ହସ୍ପିଟାଲରେ ଭର୍ତ୍ତି

କ୍ରିକେଟ: ଜାଡେଜା-ୱାଶିଂଟନ ସୁନ୍ଦରଙ୍କ ଘାତକ ବୋଲିଂ: ୨୩୫ ରନ୍‌ରେ ଅଟକିଲା ନ୍ୟୁଜିଲ୍ୟାଣ୍ଡ

ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବିରୋଧ ପରେ ସ୍ନାନଯାତ୍ରା ହେଲା ବାତିଲ

ବକେୟା ବିଲ ନ ଦେବାରୁ ବାଂଲାଦେଶକୁ ବିଜୁଳି ଯୋଗାଣ କାଟିଲା ଆଦାନୀ ପାୱାର

ପାକିସ୍ତାନ ବେଲୁଚିସ୍ତାନରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୭ ମୃତ, ୧୭ରୁ ଅଧିକ ଆହତ

କାନାଡା ସରକାର ପ୍ରଥମ ଥର ପାଇଁ ସରକାରୀ କାଗଜରେ ଭାରତକୁ 'ଶତ୍ରୁ ଦେଶ' ତାଲିକାରେ ରଖିଲା
=======================
ଆଜି ଗୋବର୍ଦ୍ଧନ ପୂଜା
ଆଜି ବିକ୍ରମ ସମ୍ବତ ନୂଆବର୍ଷ

ଆଜି ଜନ୍ମଦିନ: ଅରୁଣ ସୌରୀ, ଶାହରୁଖ ଖାନ, ଇଶା ଦେଓଲ, ଅନୁ ମଲିକ

ଆଜି ତିରୋଧାନ: ଜର୍ଜ ବର୍ଣ୍ଣାଡ଼ ଶ

ଇତିହାସରେ ଆଜି: (୧୯୫୬) ଗାଜା ଷ୍ଟ୍ରିପକୁ ଇସ୍ରାଏଲ ଅକ୍ତିଆର କଲା/ (୧୯୯୭) ଭିଏତନାମ ରେ ଲିଣ୍ଡା ବାତ୍ୟାରେ ଅନେକ ମୃତ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

01 Nov, 02:53


*ଖବର ଆଜିର, ୧ ନଭେମ୍ବର, ଶୁକ୍ରବାର*
=======================
ଶ୍ରୀମନ୍ଦିରରେ ଆଜି ଦୀପାବଳି

ଦୀପାବଳି ଅଘଟଣ, ରାଜ୍ୟର ଏକାଧିକ ସ୍ଥାନରେ ଜଳିଗଲା ବାଣ ଦୋକାନ। ପୁରୀ ବଡ଼ଗାଁ ରେ ଜଣେ ମୃତ, ତିନି ଆହତ। କଟକ, କେନ୍ଦ୍ରାପଡା, ନୟାଗଡରୁ ୧୭ ଜଣ କଟକ ମେଡିକାଲରେ। ଭୁବନେଶ୍ୱର ରେ ୨୭ ଜଣ ବିଭିନ୍ନ ଅଞ୍ଚଳରେ ପୋଡିଯାଇ ଆହତ, ବାଲେଶ୍ବର ଜିଲ୍ଲାରେ ୧୦ ଆହତ

ଧନ୍‌ତେରାସ୍‌ରେ ୬୦୦୦ ଗାଡ଼ି ବିକ୍ରି, ୫୦୦୦ ଦୁଇଚକିଆ, ୧୦୦୦ କାର୍‌

ପୂଜାପଣ୍ଡା ନିଯୋଗ ଙ୍କ ଅଭିଯୋଗ। ଶ୍ରୀମନ୍ଦିର ନୀତିକାନ୍ତିକୁ ବିଭ୍ରାନ୍ତ କରୁଛନ୍ତି ପାଞ୍ଜିକାର, ୧ ନଭେମ୍ବର ହେଉଛି ପ୍ରକୃତ ଦୀପାବଳି

ନବୀନଙ୍କ ପୁଲିସ ବ୍ୟବସ୍ଥା ପ୍ରତ୍ୟାହୃତ, ଦାୟିତ୍ବରେ ରହିବେ କେବଳ ଦୁଇଜଣ ପିଏସ୍‌ଓ

ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଓଡିଶା ପର୍ଯ୍ୟଟନ ଶିଳ୍ପ ପାଇଁ ବିଦେଶରୁ ପୁଞ୍ଜିନିବେଶ ଆଣିବାକୁ ଚେଷ୍ଟା କରିବେ

ଏମ୍‌କେସିଜି ବ୍ରହ୍ମପୁର ଓ ଭିସୁଟ୍‌ ବୁର୍ଲା ରେ ରୢାଗିଂ ମାମଲା, ୫ ସିନିୟର୍‌ ଛାତ୍ର କ୍ୟାମ୍ପସ୍‌ରୁ ବହିଷ୍କୃତ

ଭୁବନେଶ୍ୱର ବାପୁଜୀ ନଗରରେ ବଡ଼ ଅଗ୍ନିକାଣ୍ଡ, ଜଳିଗଲା ତିନୋଟି ବଡ଼ ସାଇକେଲ ଦୋକାନ

ନବରଙ୍ଗପୁର ତେନ୍ତୁଳିଖୁଣ୍ଟିରେ ପ୍ରାଣାନ୍ତକ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ଶବ ରଖି ରାସ୍ତାରୋକ

ନୟାଗଡ଼ ଭାପୁରରେ ବାଣ ତିଆରି ବେଳେ ଜଣେ ବ୍ୟକ୍ତି ଗୁରୁତର, ଭୁବନେଶ୍ୱର ମେଡିକାଲରେ ମୃତ

ପୁରୀରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ୩ ଗୁରୁତର

ଭୁବନେଶ୍ବର କୁଆଖାଇ ବ୍ରିଜରୁ ପାଣିକୁ ଡେଇଁଲେ ଯୁବତୀ, ସ୍ଥାନୀୟ ଲୋକେ ଉଦ୍ଧାର କଲେ

ଜଗତସିଂହପୁର ଜିଲ୍ଲା ରାହମା ନିକଟ ତାଳଦଣ୍ଡା କେନାଲ ଭିତରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

କୋରାପୁଟ ସେମିଳିଗୁଡାରୁ କୁତୁଡ଼ି ଯାଉଥିବା ହାଇଓ୍ବା ଗାଡ଼ିରେ ଲାଗିଗଲା ନିଆଁ

କାମାକ୍ଷାନଗର ରେ ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଘରେ ପଶି ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ

ଦେବଗଡ଼ ଜିଲ୍ଲା ରିଆମାଳରେ ଭଲ ପାଇବାକୁ ନେଇ ଯୁବତୀଙ୍କ ଜୀବନ ନେଲା ବିବାହିତ ଯୁବକ

କୋରାପୁଟରେ ୨୬ନଂ ଜାତୀୟ ରାଜପଥ ଦୁରୁ ଗୁଡ଼ା ବ୍ରିଜରେ ନିକଟରେ ଜୋତା ଓ ମୋବାଇଲ ରଖି କୋଲାବ ଜଳଭଣ୍ଡାରକୁ ଡେଇଁଲେ ମହିଳା

ପୁରୀ ସଦର ସମଗରାରେ ଜମି ଗଣ୍ଡଗୋଳ ପାଇଁ ବାପା-ପୁଅଙ୍କୁ ହାଣି ହତ୍ୟା।

ପାଟଣାଗଡ଼ରେ ବାଣ ବିସ୍ଫୋରଣ, ଜଳିଗଲା ଆସବାବପତ୍ର ଓ ଦୁଇ ବାଇକ୍

କନ୍ଧମାଳ ଟିକାବାଲି ରେ ପଡିଆ ଭିତରୁ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର

ତେଲେଙ୍ଗାନା ରାଜ୍ୟରେ ବ୍ୟାନ ହେଲା ଫାଷ୍ଟଫୁଡ଼ରେ ବ୍ୟବହାର ହେଉଥିବା ମେୟୋନିଜ

ବେଙ୍ଗାଳୁରୁରେ ନାବାଳିକା କେୟାର ଟେକରକୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ଓଡ଼ିଆ ଦମ୍ପତ୍ତି ଗିରଫ

BPL ଗ୍ରୁପ୍‌ର ପ୍ରତିଷ୍ଠାତା ଟି.ପି.ଜି. ନାମ୍ବିୟାରଙ୍କ ନିଧନ

ସୀମାରେ ଚୀନ ସୈନ୍ୟଙ୍କୁ ଦୀପାବଳି ମିଠା ବାଣ୍ଟିଲେ ଭାରତୀୟ ସୈନ୍ୟ

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟାରେ ୯୫ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ

ଭାରତ ଭଳି ବିଦେଶରେ ବଡ଼ ଧୁମଧାମ୍‌ରେ ପାଳନ ହେଉଛି ଦୀପାବଳି
=======================
ଆଜି ବିଶ୍ୱ ଶାକାହାରୀ ଦିବସ
ଆଜି କର୍ଣ୍ଣାଟକ ଦିବସ, ହରିୟାଣା ଦିବସ, ଛତିଶଗଡ଼ ଦିବସ

ଆଜି ଜନ୍ମଦିନ: ଐଶ୍ଵର୍ଯ୍ୟା ରାୟ, ନୀତା ଅମ୍ବାନୀ, ପଦ୍ମିନୀ କୋହ୍ଲାପୁରୀ, ଇଲିଆନା ଡି କ୍ରୁଜ, ମାଧୁରୀ ମେହେଟା (କ୍ରିକେଟ)

ଇତିହାସରେ ଆଜି: (୧୭୫୫) ପର୍ତ୍ତୁଗାଲ ଭୂମିକମ୍ପ ରେ ୫୦,୦୦୦ ମୃତ/ (୧୮୭୦) ଆମେରିକାରେ ପାଣିପାଗ ବିଭାଗ ଅନୁମାନ ଆରମ୍ଭ/ (୧୯୭୩) ମହୀଶୂର ରାଜ୍ୟକୁ କର୍ଣ୍ଣାଟକ ନାମରେ ନାମିତ କରାଗଲା/ (୨୦୦୦) ଛତିଶଗଡ଼ ଦେଶର ୨୬ ତମ ରାଜ୍ୟ ହେଲା
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

31 Oct, 02:07


*ଖବର ଆଜିର, ୩୧ ଅକ୍ଟୋବର, ଗୁରୁବାର*
=======================
ନଭେମ୍ବର ୨୬ରୁ ବିଧାନସଭାରେ ନୂଆ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ

ଅଙ୍ଗନବାଡ଼ି କର୍ମୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି, ଖୁବ ଶୀଘ୍ର ମିଳିବ ତୃତୀୟ ପର୍ଯ୍ୟାୟ ଟଙ୍କା

ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରିଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟିତ

ଜେଏସଡବ୍ଲୁ ସହ ମିଶି ପୋସ୍କୋ ଓଡ଼ିଶାରେ ବୃହତ୍ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହୀ ଥିବା ସୂଚନା

ସରୋଜିନୀ ସାହୁଙ୍କୁ ଶାରଳା ପୁରସ୍କାର, ତାନସେନ ସିଂହ, ସୁଦର୍ଶନ ସାହୁଙ୍କୁ କଳା ପୁରସ୍କାର ପ୍ରଦାନ

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ, ସନ୍ଧ୍ୟା ୬ରେ ସୂର୍ଯ୍ୟ ମନ୍ଦିର ବନ୍ଦ

ସରକାରୀ ନିଷ୍ପତ୍ତି ଆଂଶିକ ବଦଳିଲା। ପୁଣି ମଦ ବାରରେ ହେବ ଯୁବତୀଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ। ୨୧ ବର୍ଷରୁ ଅଧିକ ହୋଇଥିବେ। ଆଉ କିଛି ସର୍ତ୍ତ ବି ଅଛି

ପୁରୀରେ‌ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍‌ ସିଟ୍‌ ତଳୁ ୧୫୦ ଜୀବନ୍ତ ଗୁଳି ଉଦ୍ଧାର

କେନ୍ଦ୍ରାପଡା ଜିଲ୍ଲାର ସିଡିପିଓ ସ୍ନେହଲତା ସାହୁଙ୍କ ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ବ୍ଲକ ଅଫିସରୁ ଅପସାରଣ କରାଗଲା

କଞ୍ଚାମାଲ ଅଭାବରୁ ଯାଜପୁରରେ ଫେରୋକ୍ରମ କାରଖାନା ଫର୍ଣ୍ଣେସ ବନ୍ଦ

ଦୁଇ ଓଡିଆ ଦାଦନ ଶ୍ରମିକଙ୍କ ବିହାର ପାଟନାରେ ମୃତ୍ୟୁ। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ ହାଇକୋର୍ଟରେ କାଏମ

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଦ୍ଵିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ, ଅଭିଯୁକ୍ତ ୫ ସିନିୟର ଛାତ୍ରଙ୍କୁ ୬ ମାସ ପାଇଁ ହଷ୍ଟେଲ ଏବଂ କ୍ୟାମ୍ପସରୁ ବିତାଡିତ ନିଷ୍ପତ୍ତି

ଜଟଣୀରେ ବାଣ ବୋଝେଇ ପଲସର ବାଇକ୍ ଜଳିଗଲା, ଅଳ୍ପକେ ବର୍ତ୍ତିଲେ ଦୁଇ ଆରୋହୀ

ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ହତ୍ୟା କରିଛି ଫାର୍ମାସିଷ୍ଟ ସ୍ୱାମୀ

ଗଂଜାମ ଆସିକାରେ ବାଣ ଭିଡୁଥିବା‌ଳେ ଯୁବକ ଗୁରୁତର, ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର

ରାୟଗଡା ଜିଲ୍ଲା ପୁଟାସିଂ ଅଞ୍ଚଳର କାର୍ଯ୍ୟରତ ଝିଅ ଜସ୍ମୀନ ର ମୃତଦେହ ବାଲେଶ୍ବର ରେଳ ଟ୍ରାକ ନିକଟରୁ ଉଦ୍ଧାର

ସୁନ୍ଦରଗଡରେ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ୩ ବର୍ଷ ଜେଲଦଣ୍ଡ, ୧ ଲକ୍ଷ ଟଙ୍କା ଜରିମାନା

ରାଉରକେଲା ଓ ବଣାଇଁ ଅଂଚଳରେ ନିର୍ମାଣାଧୀନ ସ୍ଥାନର ଲୁହା ଚୋରି କରୁଥିବା ଗ୍ୟାଙ୍ଗ୍‌ର ୧୧ ଜଣଙ୍କୁ ଲହୁଣୀପଡ଼ା ପୁଲିସ ଗିରଫକରି କୋର୍ଟଚାଲାଣ କଲା

ଭୁବନେଶ୍ୱର ଉପକଣ୍ଠରେ ସହର ମୁହାଁ ୧୫ ହାତୀ। ଦାରୁ ଠେଙ୍ଗ,ପଥର ଗାଡିଆରେ ଆତଙ୍କ ଖେଳାଇଛନ୍ତି

ଅଯୋଧ୍ୟାରେ ଦୀପାବଳି, ସରଯୂ ଘାଟ ୨୫ ଲକ୍ଷରୁ ଅଧିକ ଦୀପରେ ଆଲୋକିତ

ଆମେରିକା ନ୍ୟୁୟର୍କରେ ଦୀପାବଳି ପାଇଁ ଘୋଷଣା, ପ୍ରଥମ ଥର ପାଇଁ ସ୍କୁଲ ଛୁଟି।

ମହାକାଶରେ ଥାଇ ସୁନୀତା ଉଇଲିଅମସ ଭିଡିଓ ଜରିଆରେ ଦେଲେ ଦୀପାବଳି ଶୁଭେଚ୍ଛା

ତାଲିବାନର ନୂଆ କଟକଣା: ପାଟି କରି କୁରାନ ପଢ଼ିବେନି ମହିଳା

ବ୍ରିଟେନରେ ଥିବା ବ୍ୟାଙ୍କ ଅଫ୍ ଲଣ୍ଡନରୁ ସୁନା ଫେରାଇ ଆଣିଲା ଭାରତ
=======================
ଆଜି ରାଷ୍ଟ୍ରୀୟ ଏକତା ଦିବସ

ଆଜି ଜନ୍ମଦିନ: ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସି.କେ.ନାଇଡୁ

ଆଜି ତିରୋଧାନ: ଇନ୍ଦିରା ଗାନ୍ଧୀ, ଏସ.ଡ଼ି.ବର୍ମନ, ଅମୃତା ପ୍ରୀତମ

ଇତିହାସରେ ଆଜି: (୧୯୬୦) ବଙ୍ଗୋପସାଗର ରେ ବାତ୍ୟା ଯୋଗୁଁ ୧୦,୦୦୦ ଲୋକ ମୃତ/ (୧୯୬୬) ପାନାମା କେନାଲ ସନ୍ତରଣ କରି ଅତିକ୍ରମ କଲେ ମିହିର ସେନ/ (୧୯୮୪) ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଗୁଳିକରି ହତ୍ୟା
=======================
WhatsApp channel Join

https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

31 Oct, 00:45


ଆମେ ଭାରତୀୟ ଆମ ପରମ୍ପରା ଆମ ସଂସ୍କୃତି ମହାନ । ହିନ୍ଦୁ ଧର୍ମର ମାନ୍ଯତା ଅନୁସାରେ , ଚଉଦ ବର୍ଷ ବନବାସ ପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅଯୋଧ୍ଯା ଆଗମନକୁ ଦୀପାବଳୀ ରୂପେ ପାଳନ କରାଯାଏ । ହେଲେ ବାସ୍ତବରେ ଦୀପାବଳୀ ବାଣ ଫୁଟାଇବାର ବିଷୟ ନୁହେଁ । ଏହା ଏକ ଆଲୋକର ପର୍ବ । ଆଲୋକର ଅର୍ଥ ଏହା ନୁହେଁ, କୌଣସି ଗୃହ କିମ୍ବା କୌଣସି ସହରକୁ ଆଲୋକ କରିବା । ଆଲୋକର ଅର୍ଥ ହେଉଛି ଅଜ୍ଞାନ ଓ ଅନ୍ଧକାରରେ ବ୍ଯତିତ ହେଉଥିବା ଜୀବନକୁ ଜ୍ଞାନଦୀପ ଜାଳି ଆଲୋକିତ କରିବା । ଆପଣଙ୍କ ମତାମତ କଣ ନିଶ୍ଚୟ ଜଣାଇବେ । ଲେଖାରେ କିଛି ତୃଟି ପରିଲକ୍ଷିତ ଥିଲେ କ୍ଷମା ପ୍ରାର୍ଥନା ଚାହୁଁଛି ।
ଜୟ ଶ୍ରୀ ରାମ 🙏🙏🙏

Odia newspaper Samaja

30 Oct, 02:11


*ଖବର ଆଜିର, ୩୦ ଅକ୍ଟୋବର, ବୁଧବାର*
=======================
ଦୀପାବଳି ଗାଇଡ଼ଲାଇନ: ରାତି ୭ରୁ ୯ ମଧ୍ୟରେ ବାଣ ଫୁଟାଇବେ, ୧୨୫ ଡେସିବେଲ୍‌ ଭିତରେ ଶବ୍ଦ ରହିବ, ପାର୍କ ଓ ସାଇଲେନ୍ସ ଜୋନରେ ବାଣ ଫୁଟିବନି। ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ ଓ କୋର୍ଟର ୧୦୦ ମିଟରରେ ବାଣ ମନା

ଦୀପାବଳୀରୁ ଶୀତ ଆରମ୍ଭ, ୨ ଡିଗ୍ରୀ କମିବ ରାତି ତାପମାତ୍ରା

କୋଡିଏ ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ହେବା ସରକାରଙ୍କ ନିଷ୍ପତ୍ତି ହାଇକୋର୍ଟରେ ବଜାୟ ରହିଲା

ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଅକ୍ଟୋବର ୨୯ ତାରିଖ ଠାରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିଛି

ପୁରୀ ସ୍ୱର୍ଗଦ୍ୱାରରେ କାଠ ବଦଳରେ ଗୋବର ଘଷିରେ ହେବ ଶବ ଦାହ

ରାଜ୍ୟରେ ବଦଳିଲେ ୨୨ଜଣ OAS ଅଧିକାରୀ

ଧନତେରାସରେ ଓଡ଼ିଶାରେ ସୁନା ବେପାର ଦିନକରେ ୧୯୦ କୋଟି ଟପିଲା।

ପୁରୀ ଶ୍ରୀମନ୍ଦିର ରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ରାତି ୧୦ ବନ୍ଦ ରହିବ ଦର୍ଶନ

ସରକାର କାଟିବେ ବାଙ୍ଗଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ରାସନ କାର୍ଡ

ରାଉରକେଲା ସ୍ମାର୍ଟ ସିଟି ସ୍ୱପ୍ନ ଅଧାରେ ଝୁଲିଛି, କାର୍ଯ୍ୟକ୍ଷମ ହେଉନି ୧୦୬ କୋଟିର ପ୍ରକଳ୍ପ

ଛାତିଥରା ବାହାଗନା ରେଳ ଦୁର୍ଘଟଣା ମାମଲାରେ ତିନି ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

ଲିଙ୍ଗରାଜ ବେଢ଼ାରେ ଶିଳ୍ପାଙ୍କ ଫୋଟ ବିବାଦ : ସଂପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ମନ୍ଦିର ପ୍ରଶାସନ

କଟକ ନେତାଜୀ ବସ୍ ଟର୍ମିନାଲରେ ଠିଆ ହୋଇଥିବା ମହିଳାଙ୍କ ଉପରେ ମୋ ବସ୍ ଚଢି ଯିବାରୁ ମହିଳାଙ୍କ ମୃତ୍ୟୁ

ବାଲେଶ୍ବର ଜିଲ୍ଲା ସୋରୋ ରେ ପୋଲତଳକୁ ଖସିପଡ଼ିଲେ ବାଇକ ଆରୋହୀ, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

କୋରାପୁଟ ବୈପାରୀ ଗୁଡ଼ାରେ ଶବ ଦାହ ବେଳେ ମହୁମାଛି ଆକ୍ରମଣରେ ୪୦ ଆହତ

ମୟୁରଭଞ୍ଜ ରାଇରଙ୍ଗପୁର ରେ ୪ଲକ୍ଷ ୧୫ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ନବରଙ୍ଗପୁର ଡାବୁଗାଁ ରେ ଗୁଣି ଗାରେଡ଼ି ସନ୍ଦେହରେ ଆଦିବାସୀ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ, ମହିଳା ଗୁରୁତର

ଭୁବନେଶ୍ୱର କଳିଙ୍ଗନଗର ରେ ଲୁଟେରା ସଟର ତାଡି ଲୁଟିନେଲେ ୫ ଲକ୍ଷ ଟଙ୍କା

ବଲାଙ୍ଗିର ଡବଲ ମର୍ଡର ଘଟଣାରେ ୮ଜଣ ଗିରଫ

ବାଲେଶ୍ଵର ଗଉଡୁଣି ପୋଖରୀ ଛକ ନିକଟରେ ସଡ଼କ ଦୁର୍ଘଟଣା, ନାତୁଣୀ ମୃତ, ଅଜା ଗୁରୁତର।

ହାଇଦ୍ରାବାଦ ରେ ମୋମୋ ଖାଇବା ପରେ ଚାଲିଗଲା ୩୧ବର୍ଷୀୟ ମହିଳାଙ୍କ ଜୀବନ, ୧୫ ଅସୁସ୍ଥ

ଆୟୁଷ୍ମାନ ପାର୍ଟ-୨ର କଲେ ଶୁଭାରମ୍ଭ । ପ୍ରଥମ ଥର ଲାଭ ପାଇବେ ଓଡିଶାବାସୀ

ରାଜସ୍ଥାନ ସିକରରେ ବସ ଦୁର୍ଘଟଣା, ୧୦ ମୃତ ଓ ୨୦ ଆହତ

ଅହମଦାବାଦ ମ୍ୟାଚରେ ମନ୍ଧାନା- କୌରଙ୍କ ସଫଳତା, ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିଲା ଭାରତୀୟ ଟିମ୍।

କ୍ୟାନସର ର ତିନୋଟି ଔଷଧ Trastuzumab, Osimertinib ଏବଂ Durvalumab ଉପରେ କଷ୍ଟମ ଡ୍ୟୁଟି ଓ ଜିଏସ୍‌ଟି ରିହାତି, ବିକ୍ରି ଦର କମିବ

ଆମେରିକା ହୁଷ୍ଟନରେ ଅଦିନ ରଥଯାତ୍ରାକୁ ବାରଣ କରି ଚିଠି ଲେଖିଲେ ଗଜପତି, କହିଲେ ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି

ଡେପସାଙ୍ଗ ଓ ଡେମଚୋକରୁ ସଂପୂର୍ଣ୍ଣ ହଟିଲେ ଭାରତ ଓ ଚୀନ ସେନା
=======================
ଆଜି ମିତବ୍ୟାୟିତା (thrift) ଦିବସ

ଆଜି ଜନ୍ମଦିନ: ହୋମି ଜାହାଙ୍ଗୀର ଭାବା, ପ୍ରମୋଦ ମହାଜନ, ଅଭିଜିତ (ଗାୟକ),

ଇତିହାସରେ ଆଜି: (୧୯୪୫) ମିଳିତ ଜାତିସଂଘ ରେ ଯୋଗଦେଲା ଭାରତ/ (୧୯୫୬) ଦେଶର ପ୍ରଥମ ପଞ୍ଚତାରକା ହୋଟେଲ ଅଶୋକା ଖୋଲିଲା/ (୧୯୨୨) ଇତାଳୀରେ କ୍ଷମତା ଦଖଲ କଲେ ମୁସୋଲିନି
=======================
WhatsApp channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

29 Oct, 01:32


Post matric scholarship official Notification

Odia newspaper Samaja

29 Oct, 01:27


*ଖବର ଆଜିର, ୨୯ ଅକ୍ଟୋବର, ମଙ୍ଗଳବାର*
=======================
ରାଜ୍ୟର ମଠ ଓ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଯୋଜନା ଆଣିବେ ରାଜ୍ୟ ସରକାର

୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ

ଦେଶରେ ଜନ ପରିବହନରେ ଶ୍ରେଷ୍ଠ ହେଲା ଓଡ଼ିଶା, ମିଳିଲା ପ୍ରଥମ ପୁରସ୍କାର। ନବୀନଙ୍କ କାର୍ଯ୍ୟକାଳର ସଫଳତା ମିଳିଲା

ସୁଭଦ୍ରା ଟଙ୍କା ମିଳିବା କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଦିଆଯିବା ତାରିଖ ଶୀଘ୍ର ଘୋଷଣା ହେବ, କହିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ରାଜ୍ୟର ୧୬% ଆୟକରଦାତା ମହିଳା, ଜାତୀୟ ସ୍ତରଠୁ ଅଧିକ

ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ସମାଧାନ ପାଇଁ ପ୍ରଥମ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ଓଡ଼ିଶାର ୧୯୯୯ ମହାବାତ୍ୟା କୁ ପୁରିଲା ପଚିଶ ବର୍ଷ। ବିଶ୍ୱର ଦ୍ଵିତୀୟ ସବୁଠାରୁ ଘାତକ ବୋଲି ଧରାଯାଏ

ଏଥର ବେଆଇନ ପାର୍କିଂ କଲେ ସିଧା ଗିରଫ କରିବ ପୋଲିସ, ଆସିଛି ନୂଆ ନିର୍ଦ୍ଦେଶ

ବଦଳି ହେଲେ ଏଗାର ଜଣ ଓଏଏସ ଅଧିକାରୀ

କାଳୀପୂଜା ଦୀପାବଳୀ ଅମାବାସ୍ୟା ପାଳନ ନେଇ ଦ୍ୱନ୍ଦ୍ୱ, ଭିନ୍ନ ପାଞ୍ଜିରେ ଭିନ୍ନ ଦିନ ଧାର୍ଯ୍ୟ, ୩୧ରେ ଘରେ ପୂଜା ଓ ବ୍ୟବସାୟୀମାନେ ୧ରେ ପାଳିବେ

ସମ୍ବଲପୁରରେ ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ, ଅଭିଯୋଗର ଲମ୍ବା ତାଲିକା ଧରି ବସିଛନ୍ତି

ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘ ପକ୍ଷରୁ, ଭଂଜନଗର କାର୍ଯ୍ୟାଳୟ ଠାରେ କର୍ମଚାରୀଙ୍କ ଧାରଣା

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନରସିଂହଗଡ଼ ଗାଁ ରାସ୍ତାରେ ଟାୟାର ଜାଳି ଲୋକେ ରାତିସାରା ବାଘକୁ ଜଗିଲେ। ଘୁମୁସରରୁ ବ୍ରହ୍ମପୁର ବନଖଣ୍ଡ ମୁହାଁ ହୋଇଛି ମହାବଳ

ଶିମିଳିପାଳ ଅଭୟାରଣ୍ୟର ହିଂସ୍ର ବାଘୁଣୀ ଏବେ କାଠ ଚୋରଙ୍କ ପାଇଁ ବଡ଼ ବିପଦ

ଭଦ୍ରକ ଜିଲ୍ଲା ଆରଡ଼ି ରେ ନଦୀ କୂଳରୁ ମଇଁଷିକୁ ଝାମ୍ପି ନେଲା କୁମ୍ଭୀର, ଅଂଚଳର ଲୋକେ ଭୟଭୀତ

କେନ୍ଦୁଝର ଜିଲ୍ଲା କ୍ଷୀରେଇ ଟାଙ୍ଗିରୀରେ ବ୍ୟାଗ ଭିତରୁ ୪ଦିନର ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର

କଟକ ଜିଲ୍ଲା ନରସିଂହପୁର ଜଙ୍ଗଲ ଭିତରେ ବାଇକ ସହ ମିଳିଲା ବାଙ୍କୀର ଯୁବକଙ୍କର ମୃତଦେହ

କଟକରେ ଟ୍ରାଫିକ ପୋଲିସଙ୍କୁ ବନ୍ଧୁକ ଦେଖାଇଲା ବୋଲି ଯୁବକ ଭବାନୀ ମହାନ୍ତିକୁ ଗିରଫ କଲା ଦରଘା ବଜାର ଥାନା ପୋଲିସ

କଟକ ଜିଲ୍ଲା ସାଲେପୁର ଭାତପଡା ଛକରେ ଓଲଟିଲା ମଦ ବୋଝେଇ ପିକ୍‌ଅପ୍‌, ଶହ ଶହ ବୋତଲ ବୋହିନେଲେ ଲୋକେ, ରାସ୍ତା ଜାମ

ମୋହନାରେ ଏକ କୋଟି ଟଙ୍କାର ଲୁଟ, ସୁନା ଓ ରୁପା ଅଳଙ୍କାର ଜବତ, ଦୁଇ ଗିରଫ

ରାଉରକେଲାରେ ସୁନା ସଫେଇ ବିହାରୀ ଠକ ଗ୍ୟାଙ୍ଗ୍ ର ନଅଜଣ ଗିରଫ। ସେମାନଙ୍କ ଘର ବିହାର ଭାଗଲପୁର ଅଞ୍ଚଳରେ

ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ଶିଳ୍ପା ସେଟ୍ଟୀ, ଭିଡିଓ ବି ଭାଇରାଲ୍।

ପୁନେ ଅଗରକର ରିସର୍ଚ୍ଚ ସେଣ୍ଟରର ଆଲଜାଇମର ରୋଗର ଚିକିତ୍ସା ପାଇଁ ନୂଆ ମଲେକ୍ଲ ବା ଅଣୁ ବିକଶିତ ହୋଇଛି

ଆଜିଠାରୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦+, ନୂଆ କାର୍ଡରେ ରହିବ ୨୭ ହଜାର ହସ୍ପିଟାଲର ସୁବିଧା

ଦେଶରେ ୨୦୨୫ରେ ହେବ ଜନଗଣନା, ୮୪୬କୁ ବଢ଼ିବ ଲୋକସଭା ଆସନ, ଓଡ଼ିଶାରେ ଲୋକସଭା ସିଟ ସଂଖ୍ୟା ୨୪ ହେବ

ପାକିସ୍ତାନ ସୀମା ସୁରକ୍ଷା ବାହିନୀ ଚେକପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ
=======================
ଆଜି ଧନତେରାସ
ଆଜି ବିଶ୍ୱ ଘାତ (ଷ୍ଟ୍ରୋକ) ଦିବସ

ଆଜି ଜନ୍ମଦିନ: ବିଜେନ୍ଦ୍ର ସିଂ (ବକ୍ସିଙ୍ଗ), ଚନ୍ଦ୍ରାସ୍ୱାମୀ, ଜୟ ଆଲୁକ୍କାସ (ସୁନା ବ୍ୟବସାୟୀ), ସଂଗ୍ରାମୀ ଜୟୀ ରାଜଗୁରୁ

ଇତିହାସରେ ଆଜି: (୧୯୨୦).ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ସ୍ଥାପିତ/ (୧୯୨୩) ତୁର୍କୀ ରେ ଗଣତନ୍ତ୍ର ସ୍ଥାପନ/ (୧୯୪୫) ବିଶ୍ୱର ପ୍ରଥମ ବଲ ପଏଣ୍ଟ ପେନ ବଜାରକୁ ଆସିଲା/ (୧୯୯୯) ଓଡ଼ିଶାରେ ହେଲା ମହାବାତ୍ୟା/ (୨୦୦୫) ଦିଲ୍ଲୀରେ ସିରିଜ ବୋମା ବିସ୍ଫୋରଣ/ (୨୦୦୮) ଆସାମରେ ବୋମା ବିସ୍ଫୋରଣ
=======================
WhatsApp channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

28 Oct, 14:34


🔴ଗ୍ରାହକ ଚାଲିଯିବା ପରେ ଟେଲିକମ୍‌ କମ୍ପାନୀଙ୍କ ଚିନ୍ତା ବଢ଼ିଲା, କମିପାରେ ମୋବାଇଲ୍ ରିଚାର୍ଜ🔴

ଟେଲିକମ୍‌ କମ୍ପାନୀଗୁଡିକୁ ଟାରିଫ୍‌ ମୂଲ୍ୟ ବଢ଼ାଇବା ପରେ ଦେଶରେ ମୋବାଇଲ ରିଚାର୍ଜ ମହଙ୍ଗା ହୋଇଯାଇଛି। ରିଚାର୍ଜ ଦର ବଢ଼ିବା ପରେ ଅନେକ ଉପଭୋକ୍ତା ରାଷ୍ଟ୍ରାୟତ୍ତ ବିଏସ୍‌ଏନ୍‌ଏଲ୍‌ ମୁହାଁ ହୋଇଥିଲେ। ଯାହାଫଳରେ ହଠାତ୍‌ ଜିଓ ଏବଂ ଏୟାରଟେଲ୍‌ ଭଳି କମ୍ପାନୀଙ୍କ ଗ୍ରାହକ ସଂଖ୍ୟା ହ୍ରାସରେ ହ୍ରାସ ଘଟିଛି, ଯାହା ଏବେ ଟେଲିକମ୍‌ କମ୍ପାନୀଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ହୋଇଛି। ଏବେ ଲାଇସେନ୍ସ ଶୁଳ୍କ ହ୍ରାସ କରିବାକୁ ଜିଓ,ଏୟାରଟେଲ୍‌ ଏବଂ ଭିଆଇ ଭଳି କମ୍ପାନୀ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଯଦି ସରକାର ସୋମନଙ୍କ ଦାବି ମାନି ନିଅନ୍ତି ତେବେ ରିଚାର୍ଜ ପ୍ଲାନ୍ ପୂର୍ବ ପରି ଶସ୍ତା ହୋଇଯିବ।

Odia newspaper Samaja

28 Oct, 08:37


📈 ଆସନ୍ତାବର୍ଷ ହେବ ଜନଗଣନା

-୨୦୨୫ରୁ ୨୦୨୬ ଯାଏ ଚାଲିବ ପ୍ରକ୍ରିୟା
-୨୦୨୧ରେ ହେବାର ଥିଲା ଜନଗଣନା
-କୋଭିଡ୍‌ ମହାମାରୀ ଯୋଗୁଁ ବନ୍ଦ ଥିଲା
-ଜନଗଣନା ପରେ ନିର୍ବାଚନ ମଣ୍ଡଳୀ ପୁନନିର୍ଦ୍ଧାରଣ
-ଚଳିତ ଥର ପରେ ବଦଳିବ ଜନଗଣନା ଚକ୍ର
-୨୦୨୫ ପରେ ୨୦୩୫ରେ ହେବ ଜନଗଣନା

Odia newspaper Samaja

28 Oct, 08:37


ଓଡ଼ିଆ ରେ ଲେଖା ଯାଇଛି " ନବୀକରଣ "। ସେଥିରେ ଅନେକ ଜଣ ପଚାରୁଛନ୍ତି ଭାଇ RENEWAL କେବେ ଆସିବ?

ସରକାରଙ୍କୁ ଅନୁରୋଧ ଓଡ଼ିଆରେ ଆଉ ନୋଟିସ୍ ଦିଅନ୍ତୁ ନାହିଁ। ଯେମିତି ଇଂରାଜୀ ରେ ଦେଉଥିଲେ, ସେମିତି ଦିଅନ୍ତୁ। ଓଡ଼ିଆ ବୁଝି ପାରୁ ନାହାଁନ୍ତି, ଆମ ପିଲା

Odia newspaper Samaja

28 Oct, 08:37


🌸🌸🌸

ଖୁବଶୀଘ୍ର ମିଳିବ ‘ସୁଭଦ୍ରା' ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସୂଚନା । ଏଯାଏଁ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି । ଶେଷ ହିତାଧିକାରୀ ‘ସୁଭଦ୍ରା' ଟଙ୍କା ପାଇବା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ । ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏଯାଏଁ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା' ଟଙ୍କା ପାଇସାରିଲେଣି । ଆହୁରି ୪୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି ।

Odia newspaper Samaja

28 Oct, 08:37


NRTS EXAM UPDATE

Odia newspaper Samaja

28 Oct, 08:37


୭୫% ଉପସ୍ଥାନ ବାଧ୍ୟତାମୂଳକ

Odia newspaper Samaja

28 Oct, 08:37


ବଦଳୁଛି ପିଲାଙ୍କ କ୍ୟାରିୟର ପସନ୍ଦ

Odia newspaper Samaja

28 Oct, 01:24


*ଖବର ଆଜିର*
ତାରିଖ:୨୮/୧୦/୨୪, ସୋମବାର

୧-ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ, ବାତ୍ୟାରେ ୩୬ଲକ୍ଷ ପ୍ରଭାବିତ ,ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସବୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ।

୨-ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା, ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କୁ ମାଗଣାରେ ମିଳିବ ସ୍ବାସ୍ଥ୍ୟ ସେବା।

୩-ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ, ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଲା ସଂଘ।

୪-ଭୁବନେଶ୍ୱର:'ମନ୍ କି ବାତ୍' ରେ କୋଣାର୍କ କଥା କହିଲେ ମୋଦୀ।

୫-ଆଜିଠୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ,ସାଧୁତାର ଶପଥପାଠ କରାଇବେ ମୁଖ୍ୟମନ୍ତ୍ରୀ।

୬-ବାରଙ୍ଗ:୧୫ରୁ 'ଚୁଡଙ୍ଗ ଗଡ଼ ବାରଙ୍ଗ ମହୋତ୍ସବ' ଆରମ୍ଭ ୧୮ରେ ହେବ ଶେଷ।

୭-ବାଲିଅନ୍ତା: ଜେଲ୍ ଗଲେ ୪ ଜୁଆଡି,୨୪ହଜାର ଟଙ୍କା ଓ ତାସ୍ ଜବତ।

୮-ଫୁଲବାଣୀ:ସାରଳା ଦିଗାଲ ମୃତ୍ୟୁ ମାମଲା, ପରକୀୟା ପ୍ରୀତିରୁ ପ୍ରତାରିତ ହେବା ପରେ କରିଥିଲେ ଆତ୍ମହତ୍ୟା, ସ୍ୱାମୀ ଓ ପ୍ରେମିକ ଗିରଫ।

୯-ସାନଖେମୁଣ୍ଡି ବ୍ଲକରେ ବାଘ ଆତଙ୍କ, ସଂଧା ୬ଟାରୁ ସକାଳ ୬ଟା ଯାଏ ଘରେ ରହିବାକୁ ଲୋକଙ୍କୁ ନିବେଦନ।

୧୦-ଭୁବନେଶ୍ୱର:ଲୋକସଭା ବାଚସ୍ପତି ଓମ୍‍ ବିର୍ଲାଙ୍କ ଦ୍ୱାରା କିଟ୍‍ ପବ୍ଲିକ୍‍ ପଲିସି ସ୍କୁଲ୍‍ ଉଦଘାଟିତ।

୧୧-ପାର୍ବଣରେ ତେଲ ବିଗାଡ଼ିଲା ହାଣ୍ଡିଶାଳ ବଜେଟ୍; ମାସକରେ ପାମ୍‌ ଅଏଲ୍ ୩୭% ମହଙ୍ଗା।

୧୨-ଶିମିଳିପାଳରେ ନୂଆ ଅତିଥି, ମହାରାଷ୍ଟ୍ରରୁ ଆସିଲା ଅଢେଇ ବର୍ଷର ବାଘୁଣୀ ।

୧୩-ଅନୁଗୋଳ:ସାଇବର ଠକଙ୍କ ହାବୁଡ଼ରେ ପଡ଼ିଲେ ତହସିଲଦାର ରୋଜାଲିନ ବେହେରା, ଲିଙ୍କ୍ କ୍ଲିକ୍ କରୁ କରୁ କଟିଗଲା ୮୦ ହଜାର ଟଙ୍କା।

୧୪-ରାଜକନିକା,ଖୁଣ୍ଟା ଗାଁ:ଚିଙ୍ଗୁଡି ଘେରିରୁ ୧୪ ଫୁଟିଆ କୁମ୍ଭୀର ଉଦ୍ଧାର, ଭିତରକନିକାରେ ଛାଡିଲା ବନବିଭାଗ।

୧୫-'ଦାନା’କୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା : ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ଗାଁ।

୧୬-ଦୀପାବଳି ଅବସରରେ ଗ୍ରାହକଙ୍କୁ Jioର ଖାସ ଅଫର, ମାତ୍ର ୬୯୯ଟଙ୍କାରେ କିଣିନିଅନ୍ତୁ 4G ଫୋନ।

୧୭-ଦୀପାବଳିରେ ମାଗଣା ବଣ୍ଟାଯିବ LPG ସିଲିଣ୍ଡର,ଉତ୍ତରପ୍ରଦେଶ,ଆନ୍ଧ୍ରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ମାଗଣା ରୋଷେଇ ଗ୍ୟାସ୍ ବାଣ୍ଟିବେ।

୧୮-ମଧ୍ୟପ୍ରଦେଶ:ହୃଦୟ ବିଦାରକ ଦୃଶ୍ୟ, ସାଙ୍ଗମାନଙ୍କ ସହିତ ବସି କଥା ହେଉଥିଲେ, ଟଳିପଡ଼ିଲେ ଯୁବକ।

୧୯-ଅହମ୍ମଦାବାଦ:ପୋଷାକ କାରଖାନାରେ ଗ୍ୟାସ ଲିକ୍‌ରୁ ୨ ମୃତ, ଭେଣ୍ଟିଲେଟରରେ ୭ କର୍ମଚାରୀ।

୨୦-ୟୁକ୍ରେନକୁ ଆମେରିକା ଓ ନାଟୋ ଦେଶ କ୍ଷେପଣାସ୍ତ୍ର ଯୋଗାଇଲେ ରୁଷ କଡ଼ା ଜବାବ ଦେବ: ପୁଟିନ

୨୧-ହଟିଲେ ବାବର୍‌, ରିଜଓ୍ବାନ ହେଲେ ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ।

୨୨-ଆଫଗାନିସ୍ତାନର ନୂଆ କୀର୍ତ୍ତିମାନ, ପ୍ରଥମ ଥର ଜିତିଲା ଏମର୍ଜିଂ ଏସିଆ କପ୍ ୨୦୨୪।

*📌ବି. ଦ୍ର : ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲ ରେ ଯୋଡି ହେବାକୁ ଚାଁହୁଥିଲେ ଏହି https://whatsapp.com/channel/0029VaUgRXG5fM5gVRc7391u ଲିଙ୍କକୁ କ୍ଲିକ କରିକି ଜୋଏନ ହେଇ ପାରିବେ ll*

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ l



*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Odia newspaper Samaja

27 Oct, 03:32


*ଖବର ଆଜିର, ୨୭ ଅକ୍ଟୋବର, ରବିବାର*
=======================
ଆଜିଠାରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗର ସୂଚନା

ଚାଷୀଙ୍କୁ ମିଳିବ ଟଙ୍କା। ଅଧା ହେକ୍ଟର ଚାଷ ଜମି ନଷ୍ଟ ପାଇଁ ୪,୨୦୦, ଅଳ୍ପ କ୍ଷତି ହୋଇଥିଲେ ୧,୦୦୦, ଜଳ ସେଚିତ ଜମିରେ ଫସଲ ନଷ୍ଟ ପାଇଁ ୧,୭୦୦୦, ଛୋଟ ଚାଷୀଙ୍କୁ ସର୍ବନିମ୍ନ ମିଳିବ ୨,୦୦୦ ଟଙ୍କା। ଆଗ୍ରୋ ଫରେଷ୍ଟ, ପ୍ଲାଣ୍ଟେସନ ଚାଷ ନଷ୍ଟ ହେଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା। ଅତି କମ୍‌ରେ ୨୫୦୦ ଟଙ୍କା ରାଜ୍ୟ ସରକାର ଦେବେ

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଘୋଷଣା, ୨୦ ଲକ୍ଷ ଲୋକଙ୍କୁ ଦିଆଯିବ ମାଗଣା ପକ୍କା ଘର

ବାତ୍ୟା ପରେ ବନ୍ୟା ବିତ୍ପାତ ଡର। ଉଛୁଳିଲା ବୁଢ଼ାବଳଙ୍ଗ ନଦୀ, ବିପଦ ସଂକେତ ଉପରେ ସୋରୋ ର କାଂଶବାଂଶ ନଦୀ, ନଦୀକୁଳ ବାସିନ୍ଦା ଭୟଭୀତ

୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ରୋଗୀଙ୍କୁ ଟେକି ଟେକି ଗାଡି ଭିତରକୁ ନେଇ ପ୍ରଶଂସିତ

ବାତ୍ୟାରେ ୪ ଜଣଙ୍କର ମୃତ୍ୟୁ ହୋଇଛି, ସରକାରଙ୍କ ଜିରୋ କାଜୁଆଲିଟି ଦାବୀ ମିଛ ବୋଲି କହିଲେ ଲେଖାଶ୍ରୀ

ମୁଖ୍ୟମନ୍ତ୍ରୀ ମାଝୀଙ୍କ ଦ୍ୱାରା ହେଲିକପ୍ଟର ରେ ବାତ୍ୟା ଅଞ୍ଚଳ ପରିଦର୍ଶନ ବାତିଲ। ପାଗ ସମ୍ପୁର୍ଣ୍ଣ ଶୁଖିଲେ ଯିବେ

ଯାଜପୁର କଳିଙ୍ଗନଗର ରେ ପ୍ରଦୂଷଣ, ଦୁଇ ସପ୍ତାହ ମଧ୍ୟରେ ୭ ଶିଳ୍ପ ସଂସ୍ଥାକୁ ନୋଟିସ

ଭୁବନେଶ୍ୱର ବିମାନବନ୍ଦର ଡ଼ମ୍ପିଙ୍ଗ ୟାର୍ଡ ଭିତରେ କଳରାପତରିଆ ବାଘ ଆତଙ୍କ। କିନ୍ତୁ ଗଧିଆ କିମ୍ବା ବଣ ବିରାଡ଼ି କହିଲେ ସିଟି ଡିଏଫଓ

ମାଲକାନଗିରି ଅଂଚଳରେ ଶହେ ଷାଠିଏ କେଜି ଗଞ୍ଜେଇ ଜବତ

ବଲାଙ୍ଗୀର ଜିଲ୍ଲା ଆଠଗାଁ-ତୁଷୁରା ରାସ୍ତାରେ ପେଟେନେ ଦୁହୁଲା ଜଙ୍ଗଲ ଭିତରେ ଯୁବକଯୁବତୀଙ୍କ ମୃତଶରୀର ଠାବ। ଚାରିଜଣ ଗିରଫ

ନୂଆପଡ଼ା ଜିଲ୍ଲାରେ ଶିକ୍ଷକ ନିଯୁକ୍ତି ଦାବି ନେଇ ସ୍କୁଲ ରେ ତାଲା ପକାଇଲେ ଗ୍ରାମବାସୀ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଦୁଇଟି ସ୍ଥାନରେ ବୋମାମାଡ଼ । ବସ୍‌ଷ୍ଟାଣ୍ଡ ନିକଟରେ ଏକ ଥାର ଗାଡି ଉପରେ ଓ ଆଉଗୋଟିଏ ବାଇକ ଉପ‌ରେ ବୋମା ପଡିଛି, ଜଣେ ଆହତ

କନ୍ଧମାଳ ନୁଆଁପଦର ପଂଚାୟତ ଲତପାଙ୍ଗିଆ ର ସୁନିଆ ମୋତି ଦିଗାଲଙ୍କ ସ୍ବାମୀର ମୃତ୍ୟୁକୁ ୭ ମାସ, ପ୍ରମାଣ ପତ୍ର ପାଇଁ ଦୌଡି ଦୌଡି ନୟାନ୍ତ

କଟକ ସାଲେପୁରରେ ଦୀପାବଳି ପୂର୍ବରୁ ଚଢାଉ, ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ।

ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପକୁଡ଼ି ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି

ଭୁବନେଶ୍ୱରରେ ବାତ୍ୟା ବେଳେ କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ତିନିଜଣ ଆରଆଇ ଓ ଜଣେ ପିଇଓ

ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏମକେସି ହାଇସ୍କୁଲ ଛକ ନିକଟରେ ୨୦ କେଜି ସୁନା ସହ ଗାଡ଼ି ଜବତ, ୨ ଅଟକ।

ସମ୍ବଲପୁରରେ ନାବାଳିକା ନିର୍ଯ୍ୟାତନା ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ଟଙ୍କା ଜରିମାନା।

କର୍ଣ୍ଣାଟକରେ କୃଷକଙ୍କ ୧୨୦୦ ଏକର ଜମି ଉପରେ ଓ୍ବାକଫ ବୋର୍ଡର ମାଲିକାନା ଦାବି

ଜିଓର ମାତ୍ର ୬୯୯ ଟଙ୍କାରେ ଦେବ 'ଜିଓ ଭାରତ' ୪ଜି ଫୋନ୍

ପୁନେ କ୍ରିକେଟ ଟେଷ୍ଟ ଜିତିଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ଭାରତର ସିରିଜ ପରାଜୟ

ଆମେରିକା ହୁଷ୍ଟନରେ ଅବେଳା ଅଦିନିଆ ରଥଯାତ୍ରା ନେଇ ବିବାଦ। ଜଗନ୍ନାଥ ପ୍ରେମୀ ଏହାକୁ ନେଇ ଅସନ୍ତୁଷ୍ଟ

ଅଷ୍ଟ୍ରେଲିଆର ସିଡନୀ ରେ ଦୁଇଟି ବିମାନ ମଧ୍ୟରେ ମଝି ଆକାଶରେ ମୁହାଁମୁହିଁ ଧକ୍କା, ତିନି ମୃତ

ପୃଥିବୀକୁ ଫେରିଲେ ୪ଜଣ ମହାକାଶଚାରୀ । ୨ ମାସ ବିଳମ୍ବରେ ମିଶନ ସଫଳ।

ବେଆଇନ ପ୍ରବାସୀ ଭାରତୀୟଙ୍କୁ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନରେ ଭାରତ ପଠାଉଛି ଆମେରିକା
=======================
ଆଜି ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଐତିହ୍ୟ ଦିବସ (ଅଡିଓ ଭିଜୁଆଲ ହେରିଟେଜ)

ଆଜି ଜନ୍ମଦିନ: ସଂଗ୍ରାମୀ ଯତୀନ୍ଦ୍ରନାଥ ଦାସ, ଅନୁରାଧା ପୋଡ଼ୱାଲ, ପୂଜା ବାତ୍ରା, ଇରଫାନ ପଠାନ

ଆଜି ତିରୋଧାନ: ପ୍ରଦୀପ କୁମାର (ଅଭିନେତା)

ଇତିହାସରେ ଆଜି: (୧୯୧୦) ଋଷିଆ ଓ ଚୀନ ଉପରେ ଜାପାନର ବିଜୟ/ (୨୦୦୮) ଦେଶର ଖବରକାଗଜ ସାମ୍ବାଦିକ ଓ ଅଣ ସାମ୍ବାଦିକ ମାନଙ୍କୁ ସରକାରୀ ଅନ୍ତରୀଣ ଅନୁଦାନ ପାଇଁ ନୋଟିସ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

26 Oct, 02:30


*ଖବର ଆଜିର, ୨୬ ଅକ୍ଟୋବର, ଶନିବାର*
=======================
ପାଣିପାଗ ବିଜ୍ଞାନୀଙ୍କ କହିଲେ, ଦୁଇଟି ଗୁରୁଚାପ ବଳୟ ପ୍ରଭାବରେ ବାତ୍ୟା ‘ଦାନା’ ଅଧିକ ଶକ୍ତିଶାଳୀ ହୋଇପାରିଲା ନାହିଁ। ଲୁଣା ଜଙ୍ଗଲ ବି ଅଟକାଇ ଦେଲା

ମୟୂରଭଂଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ଯାଜପୁରରେ ପ୍ରବଳ ବର୍ଷା, ଆଜି ବି ବନ୍ଦ ରହିବ ସ୍କୁଲ

ରାଜସ୍ୱ ମନ୍ତ୍ରୀ କହିଲେ, ଯାହାର ଘର ଭାଙ୍ଗି ଯାଇଛି, ତାଙ୍କୁ ମାଗଣାରେ ମିଳିବ ନୂଆ ପକ୍କା ଘର

ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଆହୁରି ତିନି ଦିନ ବନ୍ଦ ରହିବ

ଆଜି ହେଲିକପ୍ଟର ରେ ବୁଲିବେ ମୁଖ୍ୟମନ୍ତ୍ରୀ, ସ୍ଥିତି ଅନୁଧ୍ୟାନ କରିବେ

ବାତ୍ୟା ପ୍ରଭାବରେ ଦିନରେ ବି ଶୋଇଲେ ମହାପ୍ରଭୁ।

ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ, ଯାଇପାରିବେ ପୁରୀ ଶ୍ରୀମନ୍ଦିର ଓ କୋଣାର୍କ

କେନ୍ଦ୍ରାପଡା ରାଜନଗର ଆଶା ଦିଦି ଶିବନୀ ପ୍ରଶଂସିତ। ବୃଦ୍ଧାଙ୍କୁ ଦେଢ କିଲୋମିଟର ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଲେ

ଫୁଲୁଛି ବୁଢ଼ାବଳଙ୍ଗ ନଦୀ, ବାତ୍ୟା ପରେ ବନ୍ୟା ଆଶଙ୍କା

ବାତ୍ୟା ସମୟରେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୨ ମହିଳାଙ୍କ ମୃତ୍ୟୁ

ପରଲୋକରେ ଝାରସୁଗୁଡା ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ, ଲଢ଼ିଥିଲେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ

ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଆତଙ୍କ ଖେଳାଇଲା କଏଦୀ, ଜେଲର୍‌ ଓ ଦୁଇ ୱାର୍ଡର୍‌ଙ୍କୁ ଆକ୍ରମଣ

ଆଠଗଡ ଏକଡାଳ ଗ୍ରାମରେ ୧୧ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ସହ ଟ୍ରକ ଜବତ, ଚାଳକ ଗିରଫ

ବାଲେଶ୍ବର ସୋରୋ ରେ କୋକିଶିଳି ଆକ୍ରମଣରେ ୩ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

କନ୍ଧମାଳ ବାଲିଗୁଡ଼ାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ କ୍ୟାଡର୍ ମାଓବାଦୀ ନିହତ

ଢେଙ୍କାନାଳ ରେ ଭାରସାମ୍ୟ ହରାଇ ଓଲଟିଲା XUV କାର୍, ୨ ମୃତ, ଜଣେ ଗୁରୁତର

ରଣଜୀ ଟ୍ରଫି କ୍ରିକେଟରେ ଆଜିଠାରୁ ଓଡ଼ିଶା ଓ ବରୋଦା ମୁକାବିଲା।

ଉତ୍ତରପ୍ରଦେଶର ମିରଟ ଓ ସାହାରନପୁରରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

କେଜ୍ରିଓ୍ବାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ବିଜେପି, କହିଲା ଆମ ଆଦମୀ ପାର୍ଟି

ପୁନେ ରେ ଏପରି ଏକ ଛୋଟିଆ ଗାଡ଼ିରୁ ୧୩୮ କୋଟି ଟଙ୍କା ମୂଲ୍ୟର ସୁନା ମିଳିଛି, ଚାଲିଛି ତଦନ୍ତ

ସର୍ଭେ ହିସାବରେ ଅନେକ ଭିକାରି ମାସକୁ ଏକଲକ୍ଷ ଟଙ୍କା ଅର୍ଥାତ ବର୍ଷକୁ ବାର ଲକ୍ଷ ଟଙ୍କା ଆୟ କରୁଛନ୍ତି

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ସୀମା ବଢିଲା, ବିନା ଗ୍ୟାରେଣ୍ଟିରେ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇପାରିବେ

ଜ୍ଞାନବାପି ମସଜିଦ ମାମଲାରେ ହିନ୍ଦୁ ପକ୍ଷକୁ ଝଟକା, ଏଏସଆଇ ସର୍ଭେ ଆବେଦନ ଖାରଜ

କ୍ରିକେଟ ଦ୍ବିତୀୟ ଟେଷ୍ଟରେ ଭାରତ ୧୫୬ ରନରେ ଅଲଆଉଟ

ଶେୟାର ବଜାର ଝଟକା, ୧୦ ଲକ୍ଷ କୋଟି ହରାଇଲେ ନିବେଶକ
=======================
ଆଜି ଜାମ୍ମୁ କାଶ୍ମୀର ପରିଗ୍ରହଣ ଦିବସ

ଆଜି ଜନ୍ମଦିନ: ପଣ୍ଡିତ ଗୋଦାବରୀଶ ମିଶ୍ର, ଗଣକବି ବୈଷ୍ଣବ ପାଣି, ରବୀନା ଟଣ୍ଡନ, ଆସୀନ, ଅମଲା ପଲ

ଇତିହାସରେ ଆଜି: (୧୯୩୪) ଗାନ୍ଧୀଙ୍କ ଦ୍ୱାରା ଭାରତୀୟ ଗ୍ରାମୀଣ ଶିଳ୍ପ ସଂଘ ଗଠନ/ (୧୯୪୭) ରାଜା ହରି ସିଂ କାଶ୍ମୀରକୁ ଭାରତରେ ଯୋଡିବା ପାଇଁ ରାଜିହେଲେ/ (୧୯୫୦) ମଦର ଟେରେସା ଦ୍ୱାରା କଲିକତାରେ ଚ୍ୟାରିଟି ମିଶନ ସ୍ଥାପନ
=======================
WhatsApp channel Join

https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

25 Oct, 01:27


*ଖବର ଆଜିର, ୨୫ ଅକ୍ଟୋବର, ଶୁକ୍ରବାର*
=======================
ବିଳମ୍ବିତ ରାତିରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍‌ ଆରମ୍ଭ, ହବାଳିଖଟିରେ କେନ୍ଦ୍ରବିନ୍ଦୁ, ଉଗ୍ର ହେଲା ସାମୁଦ୍ରିକ ଜୁଆର, ପବନ ଓ ବର୍ଷା ଜାରି

ଦିନ ଆଠଟା ଭିତରେ ସରିବ ଲ୍ୟାଣ୍ଡଫଲ ପ୍ରକ୍ରିୟା, ଆଗାମୀ ୨୪ ଘଣ୍ଟା ବର୍ଷା ହେବ

ରାଜଧାନୀରେ ଆଜି ସକାଳ ଶୁଖିଲା ଓ ମେଘୁଆ। ବର୍ଷା କି ପବନ ହେଉନାହିଁ

ବାତ୍ୟା ପାଇଁ ପୁରୀ ଶ୍ରୀମନ୍ଦିରରେ ଶୀଘ୍ର ହେଲା ରାତ୍ର ପହୁଡ଼

ଭୁବନେଶ୍ବର ରେ ଅନୁମୋଦିତ ସ୍ତର ଅପେକ୍ଷା ୧୦ ଗୁଣା ପ୍ରଦୂଷିତ। ନନ୍ଦନକାନନ ଯାଏ ବିଏମସି କରିବ ଯାନ୍ତ୍ରିକ ସଫେଇ, ନିର୍ମାଣବର୍ଜ୍ୟକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ

ବାତ୍ୟା ସମ୍ଭାବିତ ଅଞ୍ଚଳରେ ମାତୃ ଗୃହରେ ୪୪୩୧ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୬୦୦ ମହିଳା ସନ୍ତାନ ଜନ୍ମ ଦେଇଛନ୍ତି

ଡିସେମ୍ବର ୨୩ରୁ ଯୁକ୍ତ ଦୁଇ ଇଣ୍ଟରନାଲ୍‌ ପରୀକ୍ଷା, ଜାନୁଆରୀ ୨ରୁ ପ୍ରାକ୍ଟିକାଲ୍

ବାତ୍ୟା ପାଇଁ ୨୭ ତାରିଖକୁ ଘୁଞ୍ଚିଲା ପୁରୀରେ ହେବାକୁ ଥିବା ଅଗ୍ନିପଥ ମହିଳା ନିଯୁକ୍ତି ରାଲି

ବାତ୍ୟା ପାଇଁ ମେଡିକାଲ କାଉନସେଲିଂରେ ୩୦ ତାରିଖ ଯାଏଁ ନାମଲେଖା ରିପୋର୍ଟିଂ ହେବ

ବାତ୍ୟା ପାଇଁ ଦୁଇଦିନ ଶ୍ରୀ ମନ୍ଦିରରେ ହବିଷ୍ୟାଳିଙ୍କ ଦର୍ଶନ ବନ୍ଦ

ଆସନ୍ତା ୨୮ରୁ ନଭେମ୍ବର ୩ ଯାଏଁ ପାଳନ ହେବ ଦୁର୍ନୀତି ନିବାରଣ ସପ୍ତାହ: ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ନେବେ ସାଧୁତାର ଶପଥ।

ବାତ୍ୟା ପାଇଁ ବାଲେଶ୍ୱରରୁ ଗଡ଼ିବନି ଘରୋଇ ବସ୍।

ଆଜି ବି ବାତିଲ ୫୪ ଟ୍ରେନ୍, ବାତ୍ୟା ପ୍ରଭାବିତ ଅଂଚଳରେ ରେଳ ଚଳାଚଳ ବନ୍ଦ

ବାତ୍ୟା ପରିଚାଳନାରେ ଅବହେଳା ଯୋଗୁଁ କେନ୍ଦ୍ରାପଡା ରେ ଦୁଇ ଅଧିକାରୀ ନିଲମ୍ୱନ ହୋଇଛନ୍ତି

ୟୁଟ୍ୟୁବରୁ ଶିଖି ଫ୍ୟାସନ ସୋ’ ରେ ଚମକିଲେ କନ୍ଧମାଳ ବାଲିଗୁଡା ଝିଅ ଆଞ୍ଜେଲ, ପାଇଲେ ପ୍ରଶଂସା

ମୟୂରଭଂଜ ଜିଲ୍ଲା ଦିଘି ପଞ୍ଚାୟତରେ ୧୮ ବର୍ଷ ପୂର୍ବର ଜରିମାନା ଟଙ୍କା ଦେଇ ନଥିବାରୁ ମହିଳାଙ୍କ ଶବସତ୍କାର ଅଟକାଇଲେ ଗ୍ରାମବାସୀ

ଖୋର୍ଦ୍ଧା ମେଣ୍ଢାଶାଳ ରେ ନିଶା ପାଇଁ ଶଳାକୁ ହାଣିଲା ଭିଣେଇ, ୩ ଆହତ।

ଭୁବନେଶ୍ବର ଏବଂ ଝାରସୁଗୁଡା ବିମାନବନ୍ଦରରେ ବୋମା ଆତଙ୍କ, ଯାତ୍ରୀ ଭୟଭୀତ, ମିଛ ପ୍ରମାଣିତ

ଅନଲାଇନରେ ଖାଦ୍ୟ ଅର୍ଡର କରିବା ହେବ ମହଙ୍ଗା। ଜୋମାଟୋ ଏବଂ ସ୍ୱିଗି ପ୍ଲାଟଫର୍ମ ଶୁଳ୍କ ୧୦ ଟଙ୍କାକୁ ବୃଦ୍ଧି କଲେ

ଟ୍ରେନ ଶୌଚାଳୟ ଚଟାଣରେ ପିଆଜ କାଟି ଚଣାମସଲା ପ୍ରସ୍ତୁତ କରୁଛନ୍ତି ବିକ୍ରେତା, ଭିଡିଓ ଭାଇରାଲ

ସମ୍ପତ୍ତି ବିବାଦ ପାଇଁ ମା ଓ ଭଉଣୀଙ୍କ ବିରୋଧରେ କୋର୍ଟକୁ ଗଲେ ଜଗନ ରେଡ୍ଡୀ

ପୁଣେ କ୍ରିକେଟ ଟେଷ୍ଟ ରେ ଓ୍ବାସିଂଟନ ସୁନ୍ଦରଙ୍କୁ ୭ ଓ୍ବିକେଟ୍, ନ୍ୟୁଜିଲାଣ୍ଡ ୨୫୯ ରନରେ ଅଲଆଉଟ୍

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୧ ମୃତ, ୫ ଯବାନ ଆହତ

ସଲମାନଙ୍କୁ ୫ କୋଟି ମାଗିଥିବା ଅଭିଯୁକ୍ତ ଗିରଫ, ଜାମସେଦପୁରରେ ପନିପରିବା ବିକ୍ରି କରେ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା।

କାନାଡ଼ାରେ ଟ୍ରୁଡୋଙ୍କ ଉପରେ ସଙ୍କଟ, ଦଳୀୟ ସାଂସଦ ଇସ୍ତଫା ମାଗିଲେ, ୪ ଦିନର ଡେଡଲାଇନ୍ ଦେଲେ

ଫିଲିପାଇନ୍ସରେ ବାତ୍ୟା ‘ଟ୍ରାମି’ର ତାଣ୍ଡବରେ ୨୬ ମୃତ, ଦେଢ଼ ଲକ୍ଷ ଲୋକ ପ୍ରଭାବିତ
=======================
ଆଜି ବିଶ୍ୱ କଳାକାର ଦିବସ
ବିଶ୍ୱ ପାସ୍ତା ଦିବସ

ଆଜି ଜନ୍ମଦିନ: ଅପର୍ଣ୍ଣା ସେନ, ଉମେଶ ଯାଦବ, ବିଭୁତି ପଟ୍ଟନାୟକ (ଲେଖକ), ଖାରବେଳ ସ୍ବାଇଁ

ଇତିହାସରେ ଆଜି: (୧୯୨୪) ନେତାଜୀ ସୁଭାଷ ଙ୍କୁ ବ୍ରିଟିଶ ଗିରଫ କରି ଦୁଇବର୍ଷ ପାଇଁ ବନ୍ଦୀ କଲା/ (୧୯୫୧) ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ/ (୨୦୦୮) ସିକିମ ମୁଖ୍ୟମନ୍ତ୍ରୀ ନର ବାହାଦୂର ଭଣ୍ଡାରୀ ଙ୍କୁ ଛଅ ମାସ କାରାଦଣ୍ଡ
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

24 Oct, 12:22


ପ୍ରିୟ ମତ୍ସ୍ୟଚାଷୀମାନେ ଧ୍ୟାନ ଦିଅନ୍ତୁ-
ବାତ୍ୟା ପୂର୍ବରୁ ଓ ପରେ ମତ୍ସ୍ୟସମ୍ପଦର ସୁରକ୍ଷା ନିମନ୍ତେ ଆବଶ୍ୟକ ପରାମର୍ଶ ଗ୍ରହଣ କରନ୍ତୁ।

Odia newspaper Samaja

24 Oct, 12:22


Graphic : Hindustan Times

Odia newspaper Samaja

24 Oct, 12:22


ବାତ୍ୟା ଦାନା ସମ୍ପର୍କିତ କୌଣସି ପ୍ରକାରର ଜରୁରୀ ସହାୟତା ପାଇଁ ନିମ୍ନୋକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ।

Odia newspaper Samaja

22 Oct, 02:56


🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸

Odia newspaper Samaja

22 Oct, 02:53


🌸🌸🌸🌸🌸🌸🌸🌸🌸🌸🌸🌸🌸🌸

Odia newspaper Samaja

22 Oct, 01:37


*ଖବର ଆଜିର, ୨୨ ଅକ୍ଟୋବର, ମଙ୍ଗଳବାର*
=======================
ଓଡ଼ିଶା ମୁହାଁ ଭୀଷଣ ବାତ୍ୟା, ପୁରୀ ଓ ସାଗର ଦ୍ବୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ। ଉପକୂଳ ଜିଲ୍ଲା ଗୁଡ଼ିକ ବର୍ଷାରେ ବୁଡିବ

ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ରିଲିଫ କମିଶନର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ୨୩ରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବାର ଥିଲା

ରାଜ୍ୟ ସରକାରଙ୍କ ଦୀପାବଳି ଭେଟି, ସରକାରୀ କର୍ମଚାରୀଙ୍କ ୩% ବଢ଼ିଲା ମହାଙ୍ଗା ଭତ୍ତା

ବାତ୍ୟା ପାଇଁ ଏନଆରଟିଏସ ଓ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ମାଧ୍ୟମିକ ଶିକ୍ଷା ବୋର୍ଡ। ନଭେମ୍ବର ୫ ରୁ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା ଆରମ୍ଭ ହେବ

ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୫ ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ

ଜିଏସଟି ବିଭାଗରୁ ପୁଣି ମିଛ ମାମଲା ଚିଠି ଆତଙ୍କ ଆରମ୍ଭ। ମନଇଚ୍ଛା ଫାଇନ ନୋଟିସ ଯାଉଛି, ଲୋକ ଆଉ ଖାତିର କରୁନାହାନ୍ତି

ରାଜ୍ୟରେ ଖୋଲିବାକୁ ଯାଉଛି ୭ ନୂଆ ନର୍ସିଂ କଲେଜ। ପ୍ରତି କଲେଜ ପିଛା ୧୦କୋଟି ହିସାବରେ ୭୦ କୋଟି ଟଙ୍କାର ବଜେଟ ଅନୁମୋଦନ

ନଭେମ୍ବର ୩ରୁ OJS ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ

ପର୍ଯ୍ୟଟକ ମାନଙ୍କୁ ପୁରୀ ଛାଡ଼ିବାକୁ ପରାମର୍ଶ, ହୋଟେଲ ବୁକିଙ୍ଗ ମନା

୧୪ ବର୍ଷ ପରେ ଫାୟାର୍‌ ଏଏସ୍‌ଓ ପଦୋନ୍ନତି ପରୀକ୍ଷା। ମୋଟାପା ଓ ବଡପେଟ ପାଇଁ କଟିଗଲେ ବହୁତ ଜଣ

କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ଧମକ। ବେପାରୀ କିନ୍ତୁ ଦରଦାମ ବଢ଼ାଇ ଚାଲିଛନ୍ତି

ରାଜଧାନୀ ବାସୀଙ୍କ ବଦଭ୍ୟାସ ଜାରି। ବାତ୍ୟା ନାମ ଶୁଣି ଘରକୁ ବୋହି ନେଉଛନ୍ତି ରାସନ ଓ ପନିପରିବା। ଫାଇଦା ନେଉଛନ୍ତି ବେପାରୀ

ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଅପହରଣକାରୀଙ୍କ କବଳରୁ ଖସି ଆସିଲା ନବମ ଶ୍ରେଣୀର ଛାତ୍ର ଆଦିତ୍ୟନାଥ

ଯାଜପୁର ରାମବାଗ ଛକରେ ଜମି ବିବାଦରୁ ମଣ୍ଡପରେ ବନ୍ଦୀ ଥିବା ମାଆ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜିତ

ପୁରୀ ଜିଲ୍ଲା ଗୋପରେ ମା’ ଦଶମଲ୍ଲୀ ଠାକୁରାଣୀଙ୍କ ମନ୍ଦିରରୁ ସୁନା ଗହଣା ଲୁଟ, ମା’ଙ୍କ ସୁନା ମୁକୁଟ ଓ ଆଖିକୁ ତାଡ଼ି ନେଇଯାଛନ୍ତି

ଭୁବନେଶ୍ୱର ରେ ମାତିଛନ୍ତି ମ୍ୟାରେଜ୍ ରାକେଟ୍ । ବୁଲୁଛନ୍ତି ମିଛ କନିଆଁ । ମିଛ ବାପା ମାଆ ଓ ଭାଇ ଭଉଣୀ

ମାଲକାନଗିରି: ଓଡ଼ିଶାରୁ ଛତିଶଗଡ଼ ଚାଲିଚାଲି ଯାଉଥିବା ଦୁଇ ବ୍ୟକ୍ତିଙ୍କ ଠାରୁ ୨୨ ଲକ୍ଷ ଜବତ

ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଅରିଗାଁ ବାଗଡିଆ ଛକ ନିକଟରେ ଡକାୟତି କରି ପଳାଉଥିବା ସମୟରେ ଦୁଇଜଣ ବ୍ୟକ୍ତିଙ୍କୁ ଧରିଛନ୍ତି ସ୍ଥାନୀୟ ଲୋକେ

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଖଣ୍ଡଯୁଦ୍ଧ, ଫଳକ ଶିଳାନ୍ୟାସକୁ ନେଇ ହାତାହାତି, ମୁଣ୍ଡ ଫଟାଫଟି,ଚେୟାର ଫିଙ୍ଗା ଫୋପଡା, ମୁଥ ମରାମରି

ନୟାଗଡ଼ ଖଣ୍ଡପଡ଼ାରେ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଥାନା ଏସ ଆଇ

ପୁଣେ ମେଟ୍ରୋ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ୱେଲ୍ଡିଂ କାମ ବେଳେ ଲାଗିଲା ନିଆଁ

ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଅଭିଯୋଗ, ସମୟ ପୂର୍ବରୁ ବିଧାନସଭା ନିର୍ବାଚନ କରାଯିବା ବିଜେପିର ଷଡଯନ୍ତ୍ର

ଗୋଟିଏ ମାସ ପର୍ଯ୍ୟନ୍ତ ୯୯୯ ଟଙ୍କାରେ ବିମାନ ଟିକେଟ୍ । ଦୀପାବଳି ପୂର୍ବରୁ ମଧ୍ୟପ୍ରଦେଶ ବାସୀଙ୍କୁ ମିଳିଲା ଭେଟି

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଲେ, ବର୍ତ୍ତମାନ ସମସ୍ତେ ୧୬ ଟି ସନ୍ତାନ ଜନ୍ମ କରିବାର ସମୟ ଆସିଛି

ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

୮୦ ହଜାର ଟପିଲା ସୁନା ଦର,ରୂପା ବଢ଼ିଲା କିଲୋ ୫ ହଜାର

ଋଷ ସେନାରୁ ମୁକ୍ତି ପାଇଲେ ୮୫ ଭାରତୀୟ ଯୁବକ, ଏବେ ବି ଅଛନ୍ତି ୨୦ ଜଣ

ଦେଶର ସବୁ ମଦ୍ରାସାକୁ ସରକାରୀ ଫଣ୍ଡିଂ ଜାରି ରହିବ। ଅଣ ପଞ୍ଜିକୃତ ମଦ୍ରାସା ବି ଲାଭ ପାଇବେ, କହିଲେ ସୁପ୍ରିମକୋର୍ଟ
=======================
ଆଜି ଜନ୍ମଦିନ: ସ୍ୱାମୀ ରାମତୀର୍ଥ, ସଂଗ୍ରାମୀ ଆସଫାକ ଉଲ୍ଲା ଖାନ, କାଦର ଖାନ, ଅମିତ ଶାହ, ପରିଣୀତି ଚୋପ୍ରା, ଜୟନ୍ତ ମହାପାତ୍ର, ତପନ ପ୍ରଧାନ

ଇତିହାସରେ ଆଜି: (୧୯୬୨) ଭାକ୍ରାନଙ୍ଗଲ ନଦୀ ପ୍ରକଳ୍ପ ଉଦଘାଟନ/ (୨୦୦୪) ବୈଦେଶିକ ପୁଞ୍ଜିନିବେଶ ରେ ଭାରତର ସ୍ଥାନ ୧୪/ (୨୦୦୮) ଇସ୍ରୋ ଦ୍ୱାରା ଚନ୍ଦ୍ରାୟଣ-୧ ମିଶନ ଆରମ୍ଭ/ (୨୦୧୬) କବାଡି ବିଶ୍ୱକପ ରେ ଭାରତ ଚାମ୍ପିୟନ
=======================
WhatsApp Channel Join

https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻i

Odia newspaper Samaja

21 Oct, 11:15


ବାତ୍ୟା 'ଦାନା' ପାଇଁ ସତର୍କତା !
ଓଟିଭି ପକ୍ଷରୁ ଜନହିତରେ ଜାରି !!

Odia newspaper Samaja

21 Oct, 11:15


ଦାନା' ସତର୍କତା .. ଓଟିଭି ପକ୍ଷରୁ ଜନହିତରେ ଜାରି ..

Odia newspaper Samaja

21 Oct, 11:15


ବାତ୍ୟା 'ଦାନା' ପାଇଁ ସତର୍କତା !
ଓଟିଭି ପକ୍ଷରୁ ଜନହିତରେ ଜାରି !!

ଦୟାକରି ଓଟିଭି କୁ ଅନୁରୋଧ ଆପଣ ବି ପବନ ଭଳିଆ ଖବର କରି ଲୋକଙ୍କୁ ଭୟଭୀତ କରନ୍ତୁ ନାହିଁ

Odia newspaper Samaja

21 Oct, 03:14


🟪 ବଙ୍ଗୋପସାଗରରେ ବାତ୍ୟା ନେଇ ସ୍ପଷ୍ଟ କଲେ IMD ଡିଜି

-୨୩ ତାରିଖରେ ଘୂର୍ଣ୍ଣିବାତ୍ୟା ହେବ କହିଲେ IMD ଡିଜି

-୨୪ ତାରିଖ ବେଳକୁ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ

- ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ

-ବର୍ତ୍ତମାନ ସୁଦ୍ଧା ସୁପର ସାଇକ୍ଲୋନ ସମ୍ଭାବନା ନାହିଁ

-ଅତିଭୀଷଣ ବାତ୍ୟା ପର୍ଯ୍ୟନ୍ତ ପ୍ରକୋପ ରହିପାରେ

-୨୪ ଓ ୨୫ ତାରିଖ ଗୁରୁତ୍ବପୂର୍ଣ୍ଣ, ସାମୁଦ୍ରିକ ଜୁଆର ଆସିପାରେ

Odia newspaper Samaja

21 Oct, 03:11


*ଖବର ଆଜିର, ୨୧ ଅକ୍ଟୋବର, ସୋମବାର*
=======================
ପାଣିପାଗ: ୨୩ରେ ବାତ୍ୟା ସମ୍ଭାବନା, ୨୪ ଲ୍ୟାଣ୍ଡଫଲ୍ । ୧୦୦ରୁ ୧୨୦ କିମିରେ ପବନ ବହିବା ଆଶଙ୍କା, ୩ ଦିନ ରାଜ୍ୟରେ ଢାଳିବ ପ୍ରବଳ ବର୍ଷା, ଅଶାନ୍ତ ରହିବ ସମୁଦ୍, ମତ୍ସଜୀବୀଙ୍କୁ ସମୁଦ୍ର ଯିବା ମନା

ଓଏଏସ ପରୀକ୍ଷାରେ ମାଲକାନଗିରିର ମହିଳା, ଆଦିମ ବଣ୍ଡା ଜନଜାତିରୁ ପ୍ରଥମ ଓଏଏସ ଅଫିସର ହେବେ ବିନି ମୁଦୁଲି

ରାଜ୍ୟରେ ଜଳ ଜୀବନ ମିଶନର ସଫଳତା। ପାଞ୍ଚ ବର୍ଷରେ ଗ୍ରାମୀଣ ଅଞ୍ଚଳରେ ପାଣି କନେକ୍ସନରେ ପାଞ୍ଚ ଗୁଣା ବୃଦ୍ଧି ହୋଇଛି

ଦିବ୍ୟାଙ୍ଗ ମାନେ କଣ୍ଟ୍ରୋଲ ସାମଗ୍ରୀ ପାଇଁ କାଉଣ୍ଟରକୁ ଯିବା ଦରକାର ନାହିଁ, ତାଙ୍କ ଘରେ ଜିନିଷ ପହଞ୍ଚିବ, କହିଲେ ମନ୍ତ୍ରୀ

ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ୩୦୦୯ ଟି ପୋଷ୍ଟରେ ନିଯୁକ୍ତି ପାଇବେ ଏକ୍ସ ସର୍ଭିସ୍ ମ୍ୟାନ। ସିପାହିରୁ କମାଣ୍ଡାଣ୍ଟ ରାଙ୍କରେ ମିଳିବ ନିଯୁକ୍ତି

ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କଲେ ସରକାର

ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ସର୍ବାଧିକ। ସାତ ମାସରେ ୧୦୦୧ ଜଣ ବିବାହିତା କି‌ଶୋରୀ ଗର୍ଭବତୀ

ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ, ବାତ୍ୟା ଆଶ୍ରୟ ସ୍ଥଳୀ ତିଆରି କରିବ ଜିଲ୍ଲା ପ୍ରଶାସନ

ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ବି ଅଛି, କିନ୍ତୁ ବର୍ଷା ନିଶ୍ଚୟ ହେବ

ସରକାରଙ୍କ ସତର୍କବାଣୀ ଶୁଣିଲେ ନାହିଁ ପରିବା ବ୍ୟବସାୟୀ, ବାତ୍ୟା ଆଳରେ ଦୁଇଗୁଣ ହୋଇଗଲା ପରିବା ଦର

ପାରାଦୀପରେ ଇଣ୍ଡିଆନ ଅଏଲ ର ବେପରୁଆ ବ୍ୟବସ୍ଥା, ପାଇପ ଲାଇନରୁ ହେଉଛି ତେଲ ଲିକ୍, କାଉଡ଼ିଆ ନଦୀରେ ଭାସୁଛି ହଜାର ହଜାର ଲିଟର ତେଲ

ପୁରୀ ଜିଲ୍ଲା ଏରବଙ୍ଗ ଡିହସାହି ଗ୍ରାମରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର ବାଲିଅନ୍ତା ହାଟ ଭିତରେ ଯୁବକ ବିଶ୍ୱନାଥ ରାଉତଙ୍କୁ ବିୟର ବୋତଲରେ ଆକ୍ରମଣକ, ଜଣେ ଅଟକ

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରେ ପୃଥକ୍ ସ୍ଥାନରେ ବଜ୍ରପାତ ଘଟି ଜଣେ ପୁରୁଷ ଓ ଜଣେ ମହିଳାଙ୍କର ମୃତ୍ୟୁ

କାମାକ୍ଷାନଗର ରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ଆଘାତରେ ଗଲା ସ୍ୱାମୀ, ସ୍ତ୍ରୀଙ୍କ ଜୀବନ

ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଯାନ୍ତ୍ରିକ ତ୍ରୁଟି ପାଇଁ ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ଘଣ୍ଟାଏ ପରେ ସମସ୍ତେ ଉଦ୍ଧାର

କଣ୍ଟାବାଞ୍ଜିରେ ଜାତୀୟ ସ୍ତରୀୟ ଖୋଖୋ ପ୍ରତିଯୋଗିତା ରେ ଗୁଜରାଟକୁ ହରାଇ ଓଡ଼ିଶା ଚାମ୍ପିଅନ

ସମ୍ବଲପୁର ରେ ମଲ୍ ଆଗରେ ବୋମା ଗୁଜବ, ଆତଙ୍କ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ଡାକ୍ତର ଓ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା

ବିହାର ଭାଗଲପୁରରେ ରାମ ଜାନକୀ ମନ୍ଦିରରେ ମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା, ପୁଲିସକୁ ଟେକାମାଡ଼

ବେଙ୍ଗାଲୁରୁ କ୍ରିକେଟ ଟେଷ୍ଟ ରେ ୮ ଉଇକେଟରେ ପ୍ରଥମ ଟେଷ୍ଟ ହାରିଲା ଟିମ୍‌ ଇଣ୍ଡିଆ

ମହିଳା ବିଶ୍ୱକପରେ ନ୍ୟୁଜିଲାଣ୍ଡ ଚାମ୍ପିୟନ

ଋଷ ଉପରେ ୟୁକ୍ରେନର ବଡ଼ ଆକ୍ରମଣ; ମସ୍କୋ ଉପରେ ପଡ଼ିଲା ୧୦୦ ରୁ ଅଧିକ ଡ୍ରୋନ୍

ନେତାନ୍ୟାହୁଙ୍କ ଘର ଉପରକୁ ଆକ୍ରମଣର ପ୍ରତିଶୋଧ, ଇସ୍ରାଏଲ ଉଡ଼ାଇଲା ହିଜବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟ

ମହାକାଶରେ ଆବର୍ଜନା ବୋମା, କେବେ ବି ଘଟିପାରେ ବିସ୍ଫୋରଣ
=======================
ଆଜି ଜାତୀୟ ପୋଲିସ ସ୍ମୃତିଚାରଣ ଦିବସ
ଆଜି ବିଶ୍ୱ ଆୟୋଡିନ ଅଭାବ ସଚେତନତା ଦିବସ

ଆଜି ଜନ୍ମଦିନ: ଶମ୍ମୀ କପୁର, ଫାରୁକ ଅବଦୁଲ୍ଲା, କୂଳଭୂଷଣ ଖରବନ୍ଦା, ରୋଶନ ମିଞ୍ଜ (ଓଡିଶା ହକି)

ଆଜି ତିରୋଧାନ: ୟଶରାଜ ଚୋପ୍ରା

ଇତିହାସରେ ଆଜି: (୧୨୯୬) ଆଲ୍ଲାଉଦ୍ଦିନ ଖିଲିଜି ଦ୍ୱାରା ଦିଲ୍ଲୀ ସିଂହାସନ ଆରୋହଣ/ (୧୯୩୪) ଜୟପ୍ରକାଶ ନାରାୟଣ ଗଢିଲେ କଂଗ୍ରେସ ସୋସାଲିଷ୍ଟ ଦଳ/ (୧୯୩୪) ନେତାଜୀ ସୁଭାଷ ବୋଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜ ତିଆରି କଲେ/ (୧୯୫୧) ଭାରତୀୟ ଜନସଂଘ ଦଳ ତିଆରି ହେଲା
=======================

WhatsApp channel Join
https://whatsapp.com/channel/0029VaUgRXG5fM5gVRc7391u

*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

20 Oct, 02:54


*ଖବର ଆଜିର, ୨୦ ଅକ୍ଟୋବର, ରବିବାର*
=======================
ପାଣିପାଗ ଅନୁମାନ ଅନୁସାରେ ୨୩ ତାରିଖ ପର୍ଯ୍ୟନ୍ତ ଲୁଚକାଳି ଖେଳିବ ବର୍ଷା, ତାପରେ ତିନିଦିନ ପ୍ରବଳ ବର୍ଷା। ୨୪ ରାତି କିମ୍ବା ୨୫ ସକାକେ ସ୍ଥଳଭାଗ ଛୁଇଁବ ବାତ୍ୟା

୨୨ ତାରିଖ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ

ଓଏଏସ୍‌ ପରୀକ୍ଷା ଫଳ-୨୦୨୨ ପ୍ରକାଶିତ, ୬୮୩ ଜଣ କୃତକାର୍ଯ୍ୟ

ଜାନୁଆରୀ ୮ ତାରିଖରୁ ଭୁବନେଶ୍ୱର ରେ ହେବ ପ୍ରବାସୀ ଭାରତୀୟ ଦିବସ

କଳାହାଣ୍ଡି ରେ ବୁଢ଼ାରଜା ଦଶହରା ଧୁମଧାମରେ ପାଳିତ

କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡାଙ୍କ ପରଲୋକ । ୬୫ ବର୍ଷ ବୟସରେ ଭୁବନେଶ୍ୱରରେ ଦେହାନ୍ତ ହୋଇଛି।

ବରଗଡ଼ ଧନୁଯାତ୍ରା ଜାନୁଆରି ୩ରୁ ଅନୁଷ୍ଠିତ ହେବ ବୋଲି କମିଟି ବୈଠକରେ ନିଷ୍ପତ୍ତି

ଦୁଇଦିନ ଭିତରେ ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ

ରାଜ୍ୟର ୧୨ ଜିଲ୍ଲାରେ ନାହାଁନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO), ଅନେକ ହସପିଟାଲରେ ଡାକ୍ତର ଅଭାବ

ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରାବାସର ୧୮୭ ରୁମ୍‌ ମଧ୍ୟରୁ ୧୫୬ କବ୍‌ଜା। ରାଜ‌ନୈତିକ ଦଳ କାର୍ଯ୍ୟାଳୟ ବି ଖୋଲିଛି। ରୁମରେ ହିଟର୍‌ ବି ଲାଗିଛି। ବିଦ୍ୟୁତ ଓ ପାଣି ସଂଯୋଗ କଟାହେଲା

ବାଲେଶ୍ବର ଜିଲ୍ଲା ସିମୁଳିଆ ସଂସ୍କୃତ ବିଦ୍ୟାଳୟ ପରିସରରେ ଲକ୍ଷ ଲକ୍ଷ ଟଙ୍କାର କୋଇଲା ଜବତ। ମାଲିକ କିଏ ଜଣାନାହିଁ

ପୁରୀ ର ଶ୍ରୀ ସେତୁ ପାଖରେ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଗିରଫ ହେଲେ ରାଜେଶ ପଣ୍ଡା, ଝରଣା ପଣ୍ଡା, ଦୁର୍ଗା ପଣ୍ଡା

ଭୁବନେଶ୍ବରର ଏକ ହୋଟେଲ ରୁମ୍‌ରୁ ଜଣେ ସମାଜସେବୀଙ୍କ ମୃତଦେହ ଉଦ୍ଧାର। ମୃତ ବ୍ୟକ୍ତି ଢେଙ୍କାନାଳ କାମାକ୍ଷାନଗରର ଦେବୀଦତ୍ତ ମହାପାତ୍ର

ଗଞ୍ଜାମ ଖଲ୍ଲିକୋଟ ଥାନା ଅଞ୍ଚଳରେ ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ହୋଇ ୬ ଜଣ ଗୁରୁତର

ପୁରୀ ଜିଲ୍ଲା ବଳଙ୍ଗାରୁ ୨୦୦ ଲିଟର ଦେଶୀ ମଦ ଜବତ, ଯୁବକ ଗିରଫ

ଭୁବନେଶ୍ୱର ରବି ଟକିଜ ଛକ ସେଲୁନ ଆଣ୍ଡ ସ୍ପା ରେ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗରେ ରାକେଟ ଧାରା ପଡିଛି

ନୂଆପଡ଼ା ଜିଲ୍ଲା ସିନାପାଲିରେ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ, ପ୍ରଶାସନ ନୀରବ, ରାସ୍ତାକୁ ଓହ୍ଲାଇଲେ ମହିଳା

ରାଉରକେଲା ରେ ୯୦ ବସ୍ତା ଭେଜାଲ ସସ୍‌ ଜବତ, ଅଭିଯୁକ୍ତ ବିପିନ ସାହୁ ଅଟକ, ଟାଟା ଏସିଇ ଗାଡି ଜବତ

ମୟୂରଭଂଜ ଜିଲ୍ଲା ସାରସକଣା ନିକଟ ସୁବର୍ଣ୍ଣରେଖା କେନାଲରେ ବାଲଟି ଆଣିବାକୁ ଯାଇ ୩ ଜଣ ନାବାଳକ ପାଣିରେ ବୁଡ଼ି ଯାଇଛନ୍ତି

ରାଉରକେଲାରେ ରେଳବାଇ ଯନ୍ତ୍ରୀଙ୍କ ହାତଗୋଡ ବାନ୍ଧି ସଶସ୍ତ୍ର ଡକାୟତି, ଲୁଟି ନେଲେ ୩୫ଭରିରୁ ଅଧିକ ସୁନା

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୩ ଓ ୨୪ ତାରିଖ ରହିବେ

ଜିଲ୍ଲାପାଳ ରଘୁବର ଦାସଙ୍କ ବୋହୁ ପୂର୍ଣ୍ଣିମା ବିଜେପି ଟିକେଟରେ ଜାମସେଦପୁରରୁ ଲଢ଼ିବେ। ୨୦୧୯ ରେ ରଘୁବର ଏଠାରେ ହାରିଥିଲେ

ଇଣ୍ଡିଆ ମେଣ୍ଟ ସହ ମିଶି ଝାଡ଼ଖଣ୍ଡ ରେ ନିର୍ବାଚନ ଲଢ଼ିବ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା

ବେଙ୍ଗାଲୁରୁ କ୍ରିକେଟ ଟେଷ୍ଟ ରେ ଭାରତ ୪୬୨ରେ ଅଲଆଉଟ୍

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବାସଭବନ ଉପରେ ଡ୍ରୋନ୍‌ ଆକ୍ରମଣ
=======================
ଆଜି ବିଶ୍ୱ ପରିସଂଖ୍ୟାନ ଦିବସ (Statistics)
ଆଜି କରୱା ଚୌଥ

ଆଜି ଜନ୍ମଦିନ: ଵୀରେନ୍ଦ୍ର ସେହ୍ଵାଗ, ନବଜ୍ୟୋତ ସିଂ ସିଦ୍ଧୁ, ମନମୋହନ ଆଚାର୍ଯ୍ୟ (ଓଡ଼ିଆ କବି)

ଇତିହାସରେ ଆଜି: (୧୫୬୮) ଆକବର ର ଚିତୋରଗଡ଼ ଆକ୍ରମଣ/ (୧୭୭୪) କଲିକତା ହେଲା ଭାରତର ରାଜଧାନୀ/ (୧୯୬୨) ଅରୁଣାଚଳ ସୀମାରେ ଚୀନର ଆକ୍ରମଣ/ (୧୯୯୧) ଉତ୍ତରକାଶୀ ରେ ଭୂକମ୍ପ, ୧୦୦୦ ମୃତ/ (୨୦୧୧) ଲିବିୟା ଶାସକ ମହମ୍ମଦ ଗଦ୍ଦାଫି ଙ୍କୁ ଗତ୍ୟା
=======================
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

Odia newspaper Samaja

19 Oct, 02:24


ଓଡିଶାରୁ କେବଳ ୫୦୦ କୋଟି। ଦୋଷ ଆମ ଲୋକଙ୍କର। ରାତି ରେ ହାତୀ ଏ ଆଣିବା ସ୍ବପ୍ନ ଏମାନଙ୍କର । କଷ୍ଟ କରି ରୋଜଗାର କରୁଛି କିଏ। ଗଳାବାଟ ତ ଟେଲିଗ୍ରାମ ରେ। ଯେଉଁମାନଙ୍କର ଯାଇଛି ସେମାନଙ୍କୁ ସମବେଦନା। ଯେଉଁ ମାନଙ୍କର ଯିବା ଯିବା ହେଉଛି ତାଙ୍କ ପାଇଁ ଆଗୁଆ ସମବେଦନା।

ମନେ ରଖନ୍ତୁ ଅର୍ଥ ଯେବେ ଅନୈତିକ ଉପାୟରେ ଆସେ, ଗଲା ବେଳେ ମୂଳ ସହ ଯାଏ।

TELEGRAM ର TRADING/CRYPTO ଇତ୍ୟାଦି GROUP ଠାରୁ ଦୁରେଇ ରୁହନ୍ତୁ.

Odia newspaper Samaja

19 Oct, 02:24


You may order the #Aadhaar #PVC card, which is durable, attractive, and has the latest security features like: Hologram, Guilloche Pattern, etc.

Odia newspaper Samaja

19 Oct, 02:24


🔴‘ଚାଇନା’ରୁ ଚାଲୁଛି ସାଇବର ସାମ୍ରାଜ୍ୟ: ୪୨ ମାସରେ ରାଜ୍ୟରୁ ଠକିନେଲେଣି ୫୦୧ କୋଟି ଟଙ୍କା🔴

ଓଡ଼ିଶାର ଏକାଧିକ ଘଟଣାରେ ଚାଇନ୍‌ ଲିଙ୍କ୍‌ର ସୂରାକ୍‌କୁ ନେଇ ଖୋଳତାଡ ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଚାଇନ୍‌ ଅପରାଧୀମାନେ ଭାରତୀୟ ଯୁବକଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଭାରତୀୟ ଯୁବକ ସବୁଠାରୁ ଭଲ ଇଂରାଜୀ କହୁନ୍ତି। ତେଣୁ ଆମେରିକା, ବିଟ୍ରେନ୍‌, ମାଲେସିଆ, ଭିଏତ୍‌ନାମା ସହ ସମସ୍ତ ଆଫ୍ରିକୀୟ ଦେଶର ଲୋକମାନଙ୍କ ସହ ବାର୍ତ୍ତାଳପ କରି ଫସାଇଥାନ୍ତି। ଚୀନ୍‌ରେ ରହି ଅପରେଟ୍‌ କରୁଥିବା ମୁଖିଆ ନିର୍ଦ୍ଦେଶରେ ବିଦେଶୀ ନାଗରିକଙ୍କୁ ଟାର୍ଗେଟ୍‌ କରି ଶହ ଶହ କୋଟି ଟଙ୍କାର ଚୂନ ଲଗାଇଥାନ୍ତି।ସେମାନଙ୍କ ଠାରୁ ଡଲାରରେ ଟଙ୍କା ଆଣି ହାୱାଲା ଜରିଆରେ ଭାରତୀୟ ମୁଦ୍ରାରେ ବଦଳାଇଥାନ୍ତି।

ସେମାନଙ୍କୁ କାମ୍ବୋଡିଆ, ଥାଇଲ୍ୟାଣ୍ଡ ସହ ଦେଶର ଅନ୍ୟାନ୍ୟ ସ୍ଥାନରେ ନିଯୁକ୍ତି ଦେଇଥା’ନ୍ତି। କଲ୍‌ ସେଣ୍ଟରରେ କାର୍ଯ୍ୟରତ ଯୁବକ-ଯୁବତୀଙ୍କୁ ମାସକୁ ୩୦ରୁ ୪୦ହଜାର ଟଙ୍କା ଦରମା ମିଳିଥାଏ। ବିଶେଷକରି ହଂକଂ, ଦୁବାଇ ଏବଂ ମାଲେସିଆରୁ ଅପରେଟ୍‌ କରୁଥିବା ସାଇବର ଅପରାଧୀ ଏହି ଠକେଇର ରଣନୀତି ପ୍ରସ୍ତୁତ କରିଥାଆନ୍ତି। ତେଣୁ ଠକେଇ ଟଙ୍କାକୁ କିଭଳି ବିଦେଶ ପଠାଯିବ, ସେଥିପାଇଁ କ୍ରିପ୍ଟୋ ଏଜେନ୍ସି ସହ ଯୋଗାଯୋଗ କରି ସେମାନଙ୍କୁ ୪/୫ ପ୍ରତିଶତ କମିସନ ହିସାବରେ ଟଙ୍କା ନେଇଥାନ୍ତି। କେବଳ ଭାରତୀୟ ଯୁବକ ନୁହେଁ, ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ ଯୁବକଙ୍କୁ ବି ଟାର୍ଗେଟ୍‌ କରି କାର୍ଯ୍ୟରେ ନିୟୋଜିତ କରିଥାନ୍ତି। ଏହି ଦେଶଗୁଡିକର ନାଗରିକ ଭଲ ଇଂରାଜୀ କହୁଥିବାରୁ ସେମାନେ କିଛି ଟଙ୍କା ଲାଗି ମଙ୍ଗ ସମ୍ଭାଳିଥାନ୍ତି।

Odia newspaper Samaja

19 Oct, 02:23


OSSSC UPDATE

Odia newspaper Samaja

19 Oct, 02:23


🌸 ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(OSSSC) ଦ୍ବାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା (Computer Based Recruitment Examination) ସମ୍ବନ୍ଧୀୟ ଅଭିଯୋଗ ସମ୍ପର୍କରେ ।