🔴‘ଚାଇନା’ରୁ ଚାଲୁଛି ସାଇବର ସାମ୍ରାଜ୍ୟ: ୪୨ ମାସରେ ରାଜ୍ୟରୁ ଠକିନେଲେଣି ୫୦୧ କୋଟି ଟଙ୍କା🔴
ଓଡ଼ିଶାର ଏକାଧିକ ଘଟଣାରେ ଚାଇନ୍ ଲିଙ୍କ୍ର ସୂରାକ୍କୁ ନେଇ ଖୋଳତାଡ ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଚାଇନ୍ ଅପରାଧୀମାନେ ଭାରତୀୟ ଯୁବକଙ୍କୁ ଟାର୍ଗେଟ୍ କରୁଛନ୍ତି। ଭାରତୀୟ ଯୁବକ ସବୁଠାରୁ ଭଲ ଇଂରାଜୀ କହୁନ୍ତି। ତେଣୁ ଆମେରିକା, ବିଟ୍ରେନ୍, ମାଲେସିଆ, ଭିଏତ୍ନାମା ସହ ସମସ୍ତ ଆଫ୍ରିକୀୟ ଦେଶର ଲୋକମାନଙ୍କ ସହ ବାର୍ତ୍ତାଳପ କରି ଫସାଇଥାନ୍ତି। ଚୀନ୍ରେ ରହି ଅପରେଟ୍ କରୁଥିବା ମୁଖିଆ ନିର୍ଦ୍ଦେଶରେ ବିଦେଶୀ ନାଗରିକଙ୍କୁ ଟାର୍ଗେଟ୍ କରି ଶହ ଶହ କୋଟି ଟଙ୍କାର ଚୂନ ଲଗାଇଥାନ୍ତି।ସେମାନଙ୍କ ଠାରୁ ଡଲାରରେ ଟଙ୍କା ଆଣି ହାୱାଲା ଜରିଆରେ ଭାରତୀୟ ମୁଦ୍ରାରେ ବଦଳାଇଥାନ୍ତି।
ସେମାନଙ୍କୁ କାମ୍ବୋଡିଆ, ଥାଇଲ୍ୟାଣ୍ଡ ସହ ଦେଶର ଅନ୍ୟାନ୍ୟ ସ୍ଥାନରେ ନିଯୁକ୍ତି ଦେଇଥା’ନ୍ତି। କଲ୍ ସେଣ୍ଟରରେ କାର୍ଯ୍ୟରତ ଯୁବକ-ଯୁବତୀଙ୍କୁ ମାସକୁ ୩୦ରୁ ୪୦ହଜାର ଟଙ୍କା ଦରମା ମିଳିଥାଏ। ବିଶେଷକରି ହଂକଂ, ଦୁବାଇ ଏବଂ ମାଲେସିଆରୁ ଅପରେଟ୍ କରୁଥିବା ସାଇବର ଅପରାଧୀ ଏହି ଠକେଇର ରଣନୀତି ପ୍ରସ୍ତୁତ କରିଥାଆନ୍ତି। ତେଣୁ ଠକେଇ ଟଙ୍କାକୁ କିଭଳି ବିଦେଶ ପଠାଯିବ, ସେଥିପାଇଁ କ୍ରିପ୍ଟୋ ଏଜେନ୍ସି ସହ ଯୋଗାଯୋଗ କରି ସେମାନଙ୍କୁ ୪/୫ ପ୍ରତିଶତ କମିସନ ହିସାବରେ ଟଙ୍କା ନେଇଥାନ୍ତି। କେବଳ ଭାରତୀୟ ଯୁବକ ନୁହେଁ, ଫିଲିପାଇନ୍ସ, ଇଣ୍ଡୋନେସିଆ ଓ ଥାଇଲ୍ୟାଣ୍ଡ ଯୁବକଙ୍କୁ ବି ଟାର୍ଗେଟ୍ କରି କାର୍ଯ୍ୟରେ ନିୟୋଜିତ କରିଥାନ୍ତି। ଏହି ଦେଶଗୁଡିକର ନାଗରିକ ଭଲ ଇଂରାଜୀ କହୁଥିବାରୁ ସେମାନେ କିଛି ଟଙ୍କା ଲାଗି ମଙ୍ଗ ସମ୍ଭାଳିଥାନ୍ତି।