Odia Books(ଓଡ଼ିଆ ବହି )

@odia_books


ALL ODIA BOOK AVAILABLE......📖📕📖📕📖
ଏହି ଗ୍ରୁପରେ ଓଡ଼ିଆ ପୁସ୍ତକ, ଗ୍ରନ୍ଥାବଳୀ, ଓଷାବ୍ରତ ବହି, ଗଳ୍ପ, ପ୍ରବନ୍ଧ, ମାସିକ ପତ୍ରିକା, ଉପନ୍ୟାସ, କବିତା ଇତ୍ୟାଦି 📖📖

Share 👍join the group 👑📚📚📚📖📕👑

Odia Books(ଓଡ଼ିଆ ବହି )

19 Sep, 08:31


କର୍ମ କହେ👇👇
°°°°°°°°°°°

ପାଟି ମିଛ କହିପାରେ,

ଆଖି ନ ଦେଖି ପାରେ।

ଲୋକମାନେ ଭୁଲି ଯାଇପାରନ୍ତି,

ହେଲେ କରିଥିବା କର୍ମ କେବେ ଭୁଲେନି

ତେଣୁ ନିଜ କର୍ମ କୁ ସତ୍ ମାର୍ଗ ରେ ଲଗାନ୍ତୁ ଦେଖିବେ
କର୍ମ କେବେ ବି ଧୋକା ଦେବନି।

ନିଜ କରିଥିବା କଷ୍ଟ କେବେ ବି ବୃଥା ଯିବନି ।

ବାକି ସବୁ କାଳିଆ ସାଆନ୍ତ ଙ୍କ ଉପରେ ଛାଡ଼ିଦିଅ।


ଜୟ ଜଗନ୍ନାଥ 🙏

Odia Books(ଓଡ଼ିଆ ବହି )

19 Sep, 08:25


ଧନ୍ୟବାଦ ସମସ୍ତଙ୍କୁ 🙂😊

Odia Books(ଓଡ଼ିଆ ବହି )

18 Sep, 01:19


Happy birthday to a self-willed, strong, and beautiful soul. Yes, you got it right! I am turning a year older today. HBD to me!😇

Odia Books(ଓଡ଼ିଆ ବହି )

08 Sep, 03:49


https://youtube.com/shorts/g0YKh6Nr6ZI?si=sN4odYxsK5G_-T1V

Odia Books(ଓଡ଼ିଆ ବହି )

05 Sep, 17:38


https://youtu.be/APUqyEzJBEU?si=feJQKpPY-R3eSmIK

Odia Books(ଓଡ଼ିଆ ବହି )

25 Aug, 07:23


ଯେପରି "ବର୍ଷା" 🌦️ର ଛୋଟଛୋଟ ବୁନ୍ଦା
ଲଗାତାର ବରଷିବା ଫଳରେ ବଡ଼ ନଦୀ 🌊ଟିଏ ହୋଇଯାଏ ।

ଠିକ ସେହିପରି ମଣିଷର ଛୋଟ ଛୋଟ "ପ୍ରୟାସ ' ମଧ୍ଯ ଜୀବନରେ ବଡ଼ ପରିବର୍ତ୍ତନ ଆଣିଦେଇପାରେ. !!


କଠିନ ପରିଶ୍ରମ ବଳରେ ସବୁ କିଛି ସମ୍ଭାବ୍ୟ।

Odia Books(ଓଡ଼ିଆ ବହି )

23 Aug, 16:01


ବର୍ତ୍ତମାନର ସ୍ଥିତିକୁ ଆଧାର କରି କୌଣସି ବ୍ୟକ୍ତିର ଭବିଷ୍ୟତକୁ କେବେ ବି ବିଚାର କରନ୍ତୁ ନାହିଁ,

କାରଣ କଳା କୋଇଲାକୁ ଚକଚକିଆ ହୀରାରେ ପରିବର୍ତ୍ତନ କରିବାର ବେଶୀ ସମୟ ଲାଗିବନି ।

ସମୟ ସର୍ବଦା ପରିବର୍ତ୍ତନଶୀଳ।

Odia Books(ଓଡ଼ିଆ ବହି )

07 Aug, 14:18


ସଂସାର ଆବଶ୍ୟକତା ନିୟମ ଅନୁସାରେ ଚାଲିଥାଏ...😊
ଶୀତଦିନେ ସୂର୍ଯ୍ୟଙ୍କୁ ଅପେକ୍ଷା କରାଯାଇଥାଏ ଏବଂ ଖରାଦିନେ ସେହି ସୂର୍ଯ୍ୟଙ୍କୁ ତିରସ୍କାର ବି କରାଯାଇଥାଏ...
ଆପଣଙ୍କ ମୂଲ୍ୟ ସେତେବେଳେ ହୋଇଥାଏ,ଯେତେବେଳ ଆପଣଙ୍କର ଆବଶ୍ୟକତା ପଡ଼ିଥାଏ ।


ପରିଶ୍ରମ ସତ୍ ପଥ ରେ କରିଚାଲ।

ଜୟ ଜଗନ୍ନାଥ 👏🏾


🦋🦋@Odia_Books🦋🦋

Odia Books(ଓଡ଼ିଆ ବହି )

07 Aug, 14:16


🔰ଉପସର୍ଗ🚀


ଶବ୍ଦ ଓ ଧାତୁ ସହ ପ୍ରତ୍ୟୟ ଯୋଗ କରାଯାଇ ଯୌଗିକ ବା ବ୍ୟୁତ୍ପନ ଶବ୍ଦ ଗଠିତ ହୁଏ । ଶବ୍ଦ ଓ ଧାତୁର ପୂର୍ବରୁ କିମ୍ବା ପରେ ପ୍ରତ୍ୟୟ ଯୋଗ କରାଯାଇଥାଏ ପ୍ରତ୍ୟୟ ଶବ୍ଦର ପୂର୍ବରୁ ଯୋଗ କରାଗଲେ ତାକୁ ପୂର୍ବପ୍ରତ୍ୟୟ କୁହାଯାଏ ଏହାର ଅନ୍ୟନାମ ଉପସର୍ଗ

🟣ଏହାକୁ ତିନିଭାଗରେ ବିଭକ୍ତ କରାଯାଇଅଛି ଯଥା - ସଂସ୍କୃତ, ଓ ବୌଦେଶିକ ପୂର୍ବପ୍ରତ୍ୟୟ କୁହାଯାଏ ।

(କ) ସଂସ୍କୃତ ପୂର୍ବପ୍ରତ୍ୟୟ : ସଂସ୍କୃତରେ “ ପ୍ର, ପରା, ଅପ୍, ସମ ” ଇତ୍ୟାଦି ୨୦ ଗୋଟି ଉପସର୍ଗ ରହିଅଛି ।
ସେଗୁଡିକୁ ନେଇ ଶବ୍ଦରେ କିପରି ପୂର୍ବ ପ୍ରତ୍ୟୟ ଯୋଗ ହେଉଛି ଦେଖାଯାଉ –

(ଖ) ଓଡିଆ ପୂର୍ବ ପ୍ରତ୍ୟୟ :
(ଗ) ବୈଦେଶିକ ପୂର୍ବପ୍ରତ୍ୟୟ :


🟣ପ୍ର-

ପ୍ର + କାର୍ଯ୍ୟ= ପ୍ରକାର୍ଯ୍ୟ
ପ୍ର + କାଶ = ପ୍ରକାଶ
ପ୍ର + ଚଳନ = ପ୍ରଚଳନ
ପ୍ର + ଘଟ = ପ‌୍ରଘଟ
ପ୍ର + ଭାବ = ପ୍ରଭାବ
ପ୍ର + ଧାନ = ପ୍ରଧାନ
ପ୍ର + ଚଣ୍ଡ = ପ୍ରଚଣ୍ଡ
ପ୍ର + ବଚନ = ପ୍ରବଚନ

🔵ପରା-

ପରା + କ୍ରମ = ପରାକ୍ରମ
ପରା + ଜୟ = ପରାଜୟ
ପରା + ଭବ = ପରାଭବ
ପରା + ମର୍ଶ = ପରାମର୍ଶ
ପରା + ପର = ପରାପର

🟢ଅପ-

ଅପ + କର୍ମ = ଅପକର୍ମ
ଅପ + ଚେଷ୍ଟା = ଅପଚେଷ୍ଟା
ଅପ + ବାଦ = ଅପବାଦ
ଅପ + ମାନ = ଅପମାନ
ଅପ + ସଂସ୍କୃତି = ଅପସଂସ୍କୃତି
ଅପ + କାର = ଅପକାର
ଅପ + ନିନ୍ଦା = ଅପନିନ୍ଦା
ଅପ + ଭାଷା = ଅପଭାଷା
ଅପ + ଯଶ = ଅପଯଶ
ଅପ + ହରଣ = ଅପହରଣ

🌺ନି
ନି + ଖୋଜ = ନିଖୋଜ
ନି + ଗ୍ରହ = ନିଗ୍ରୋହ
ନି + ଘଞ୍ଚ = ନିଘଞ୍ଚ
ନି + ଥର = ନିଥର
ନି + ଦାରୁଣ = ନିଦାରୁଣ
ନି + ମଗ୍ନ = ନିମଗ୍ନ
ନି + ରବ = ନିରବ
ନି + ସର୍ତ୍ତ = ନିସର୍ତ୍ତ

🌺ସମ୍-
ସମ୍ + ଆଚାର = ସମାଚାର
ସମ୍ + କର = ସଙ୍କର
ସମ୍ + ଗୀତ = ସଂଗୀତ
ସମ୍ + ଉଚିତ = ସମୁଚିତ
ସମ୍ + ଗତି = ସଂଗଚି
ସମ୍+ ବାଦ = ସଂବାଦ
ସମ୍ + ଭାଷଣ = ସମ୍ଭାଷଣ
ସମ୍ + ଯୋଗ = ସଂଯୋଗ
ସମ୍ + ସାର = ସଂସାର

🌺ସୁ
ସୁ + କେଶୀ = ସୁକେଶୀ
ସୁ + ଗଠିତ = ସୁଗଠିତ
ସୁ + ଗୁଣ = ସୁଗୁଣ
ସୁ + ଧୀର = ସୁଧୀର
ସୁ + ନାମ = ସୁନାମ
ସୁ + ଫଳ = ସୁଫଳ
ସୁ + ବଳ = ସୁବଳ
ସୁ + ବାସ = ସୁବାସ
ସୁ + ଯୋଗ = ସୁଯୋଗ
ସୁ + ଶାନ୍ତ = ସୁଶାନ୍ତ


🌺ଅଧି
ଅଧି + କାର = ଅଧିକାର
ଅଧି + ଦେବ = ଅଧିଦେବ
ଅଧି + ନାୟତ = ଅଧିନାୟକ
ଅଧି + ପତି = ଅଧିପତି
ଅଧି + ବାସ = ଅଧିବାସ
ଅଧି + ମାସ = ଅଧିମାସ
ଅଧି + ରାଜ = ଅଧିରାଜ

🌺ନିର୍
ନିର୍ + ଆଧାର = ନିରାଧାର
ନିର୍ + ଆଶ୍ରୟ = ନିରାଶ୍ରୟ
ନିର୍ + ଈଶ୍ୱର = ନିରୀଶ୍ୱର
ନିର୍ + ଉପମା = ନିରୁପମା
ନିର୍ + ଉପାୟ = ନିରୁପାୟ
ନିର୍ + ଜଳ = ନିର୍ଜଳ
ନିର୍ + ଧୂମ = ନିର୍ଧୂମ
ନିର୍ + ନୟ = ନିର୍ଣ୍ଣୟ
ନିର୍ + ବଂସ = ନିର୍ବଂଶ
ନିର୍ + ମଳ = ନିର୍ମଳ

🌺ଉତ୍
ଉତ୍ + କଳ = ଉତ୍କଳ
ଉତ୍+ ଗମନ = ଉଦ୍ଗମନ
ଉତ୍ + ଛନ୍ନ = ଉଚ୍ଛନ୍ନ
ଉତ୍ + ଚ୍ଛଳ = ଉତ୍ସଳ
ଉତ୍ + ତପ୍ତ = ଉତ୍ତପ୍ତ
ଉତ୍ + ପତି = ଉତ୍ପତ୍ତି
ଉତ୍ + ଭିନ୍ନ = ଉଭ୍ଭିନ୍ନ
ଉତ୍ + କ୍ଷେପଣ = ଉତକ୍ଷେପଣ

🌺ଦୁର୍
ଦୁର୍ + ଆରୋଗ୍ୟ = ଦୁରାରୋଗ୍ୟ
ଦୁର୍ + ଗୁଣ = ଦୁର୍ଗୁଣ
ଦୁର୍ + ଘଟଣା = ଦୁର୍ଘଟଣା
ଦୁର୍ + ଦଶା = ଦୁର୍ଦ୍ଦଶା
ଦୁର୍ + ନାମ = ଦୁର୍ନାମ
ଦୁର୍ + ଭିକ୍ଷ = ଦୁର୍ଭିକ୍ଷ
ଦୁର୍ + ଯୋଗ = ଦୁର୍ଯୋଗ

🌺ଅତି
ଅତି + ଅଧିକ = ଅତ୍ୟଧିକ
ଅତି + ଆଚାର = ଅତ୍ୟାଚାର
ଅତି + ଉକ୍ତି = ଅତ୍ୟୁକ୍ତି
ଅତି + କଥା = ଅତିକଥା
ଅତି + କାୟ = ଅତିକାୟ
ଅତି + ବଡି = ଅତିବଡି
ଅତି + ମାସନ = ଅତିମାସନ
ଅତି + ରଞ୍ଜନ = ଅତିରଞ୍ଜନ
ଅତି + ଶୟ = ଅତିଶୟ

🌺ପ୍ରତି
ପ୍ରତି + କଥା = ପ୍ରତିକଥା
ପ୍ରତି + କାର = ପ୍ରତିକାର
ପ୍ରତି + କ୍ରିୟା = ପ୍ରତିକ୍ରିୟା
ପ୍ରତି + ଦାନ = ପ୍ରତିଦାନ
ପ୍ରତି + ନିଧି = ପ୍ରତିନିଧି
ପ୍ରତି + ପକ୍ଷ = ପ୍ରତିପକ୍ଷ
ପ୍ରତି + ବିଧାନ= ପ୍ରତିବିଧାନ
ପ୍ରତି+ ରକ୍ଷା = ପ୍ରତିରକ୍ଷା
ପ୍ରତି + ଲିପି = ପ୍ରତିଲିପି
ପ୍ରତି + ଶ୍ରୁତି = ପ୍ରତିଶ୍ରୁତି

🌺ପରି
ପରି + ଚୟ = ପରିଚୟ
ପରି + ଜନ = ପରିଜନ
ପରି + ତାପ = ପରିତାପ
ପରି + ପ୍ରକାଶ = ପରିପ୍ରକାଶ
ପରି + ବେଷ୍ଟନ = ପରିବେଷ୍ଟନ
ପରି + ଶ୍ରମ = ପରିଶ୍ରମ
ପରି + ଶେଷ = ପରିଶେଷ
ପରି + ସର = ପରିସର

🌺ଅଭି
ଅଭି + ନନ୍ଦନ = ଅଭିନନ୍ଦନ
ଅଭି + ନବ = ଅଭିନବ
ଅଭି + ନେତା = ଅଭିନେତା
ଅଭି + ପ୍ରାୟ = ଅଭିପ୍ରାୟ
ଅଭି + ବୃଦ୍ଧି = ଅଭିବୃଦ୍ଧି
ଅଭି + ଭାଷଣ = ଅଭିଭାଷଣ
ଅଭି + ଶାପ = ଅଭିଶାପ
ଅଭି + ସାର = ଅଭିସାର

🌺 ବି
ବି + କଳ = ବିକଳ
ବି + କାଶ = ବିକାଶ
ବି + ଖ୍ୟାତ = ବିଖ୍ୟାତ
ବି+ ଗତ = ବିଗତ
ବି + ଚରଣ = ବିଚରଣ
ବି + ଯୋଗ = ବିଯୋଗ
ବି + ରୋଧ = ବିରୋଧ
ବି + ଶେଷ = ବିଶେଷ

କ୍ଲିକ୍ କରନ୍ତୁ -
https://t.me/ODIA_BOOKS

Odia Books(ଓଡ଼ିଆ ବହି )

02 Aug, 08:51


ବିପଦେ ଆପଦେ ସାହା ମୋ ହେଇଛ
ଦେଇ ତୁମ ଭୁଜ ଛାଇ
ଆଉ ମାଗିବାକୁ ଭାଷା ନାହିଁ କିଛି
ଏଇ ମୋ ପାପ ତୁଣ୍ଡରେ ,
ଯେଣିକି ଚାହିଁଛି ଦେଖିଛି ତହିଁକି
ତୁମ କରୁଣାର ଛାଇ
ଭୁଲି ପାରିବିନି ତୁମ ଦାନ କେବେ
ଆହେ ବ୍ରହ୍ମାଣ୍ଡ ଗୋସାଇଁ
ବାଞ୍ଛା କଳ୍ପତରୁ ତୁମରି ଦୟାରୁ
ତୁମ ଦୃଷ୍ଟି ପ୍ରଭୁ ଥାଉ
ଜୀବ ଗଲାବେଳେ ଭଜୁଥିବି ସତେ
*ଜୟ ଜଗନ୍ନାଥ।🙏🙏।*

Odia Books(ଓଡ଼ିଆ ବହି )

23 Jul, 15:23


ଛପନ ଭୋଗ

ପ୍ରଥମେ ଛପନ ପ୍ରକାର ଭୋଗର ବିଧାନ ଥିଲା, କିନ୍ତୁ କାଳକ୍ରମେ ତାହା ବୃଦ୍ଧି ପାଇ ଚଉରାଶି ପ୍ରକାର ହୋଇଛି ଶ୍ରୀଜଗନ୍ନାଥଙ୍କ ନିକଟରେ ଭୋଗ ଲାଗୁଥିବା ଭୋଗଗୁଡିକ ମଧ୍ୟରୁ 'ଛପନ ଭୋଗ' ଭାବେ ପ୍ରସିଦ୍ଧ ଭୋଗଗୁଡ଼ିକ ହେଲା

୧.ଅଟକାଳି
୨.ଅମାଲୁ
୩.ଅଦା ପାଚେଡ଼ି
୪.ଆରିସା
୫.ଏଣ୍ଡୁରି
୬.କଦମ୍ବ
୭.କାକରା
୮.କାନ୍ତି
୯.କୋରା
୧୦.ଖଇର ଚୂଳ
୧୧.ଖଜା
୧୨.ଖିରି
୧୩.ଖୁଆ ମଣ୍ଡା
୧୪.ଖୁରିସା
୧୫.ଖୁରୁମା
୧୬.ଖେଚୁଡ଼ି
୧୭.ଗଇଁଠା
୧୮.ଗଜା
୧୯.ଗୋଟାଳି
୨୦.ଚକଟା
୨୧.ଚକୁଳି
୨୨.ଚିତଉ
୨୩.ଛୁଞ୍ଚିପତ୍ର
୨୪.ଛେନା ତାଡ଼ିଆ
୨୫.ଛେନା ମାଣ୍ଡୁଆ
୨୬.ଜଗନ୍ନାଥ ବଲ୍ଲଭ
୨୭.ଜେନାମଣି
୨୮.ଝିଲି
୨୯.ଡାକୁଆ
୩୦.ଡାଳିମ୍ବ
୩୧.ତ୍ରିପୁରି
୩୨.ଧଉଳା
୩୩.ନାଡ଼ି
୩୪.ପଖାଳ
୩୫.ପଣା
୩୬.ପଣା ସୁଆ
୩୭.ପାଳୁଅ ଖିରି
୩୮.ପିଠା (କାନ୍ତି, ପୋଡ଼, ମହୁବୀର,ସାତପୁରି, ସୁଆର)
୩୯.ପୁରି
୪୦.ଫେଣି
୪୧.ସରପାପୁଡି
୪୨.ସରପୁଳି
୪୩.ସରସ୍ୱତୀଆ
୪୪.ବଡ଼ା
୪୫.ବଳୀ ବାମନ
୪୬.ଭଜା
୪୭.ମନୋହରା
୪୮.ମହାଦେଇ
୪୯.ମୋହନ ଭୋଗ
୫୦.ରସାବଳି
୫୧.ରାଧାବଲ୍ଲଭ
୫୨.ଲଡ଼ୁ
୫୩.ଲହୁଣିଆ
୫୪.ଲକ୍ଷ୍ମୀବିଳାସ
୫୫.ହଂସକେଳି
୫୬.ହଂସ ବଲ୍ଲଭ

Odia Books(ଓଡ଼ିଆ ବହି )

18 Jul, 01:12


ରତ୍ନ ଖୋଜି ଖୋଜି ରତ୍ନ ଭଣ୍ଡାରରେ ।।
ରତ୍ନର ରହସ୍ୟ ଶୁଣି ।।
ରତ୍ନ ଲୋଭେ ପଶି ରତ୍ନ ଲାଭ ଆସେ ।।
ରତ୍ନ ରତ୍ନ ମନେ ଗୁଣି ।।
ରତ୍ନ ଖୋଜୁଛ କି ଜନେ ।।
ଅସଲ ରତ୍ନ ତ କାଳିଆ ରତନ ।।
ବିଜେ ରଥ ସିଂହାସନେ ।।
U

Odia Books(ଓଡ଼ିଆ ବହି )

18 Jul, 01:12


ସୁନା ବେଶ.... ଶୁଣିଲା ବେଳକୁ ହିଁ ଦେହରେ ଗୋଟେ ଅପୂର୍ବ ଶିହରଣ ଖେଳିଯାଏ ନା... ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଝଟକି ଉଠିବ କାଳିଆ ସୁନା। ଆରେ ସେ ତ ସୁନା ହୀରା ଠାରୁ ବି କାହିଁ ଗୁଣେ ଅମୂଲ୍ୟ ତାଙ୍କୁ ବା କି ବେଶ କରିବା? ରଥ ଉପରେ ବଡ଼ ତଢ଼ାଉ ବେଶ ଆରମ୍ଭ କରେଇଥିଲେ ଗଜପତି କପିଳେନ୍ଦ୍ର ଦେବ। ଦାକ୍ଷିଣାତ୍ୟ ବିଜୟ କରି ଷୋହଳ ଟି ହାତୀ ପିଠି ରେ ସୁନା ଆଣିଥିଲେ, କାଳିଆ ସୁନା କୁ ସୁନା ଭେଟି ଦେବା ପାଇଁ। କାହିଁ ଅଛନ୍ତି ଏମିତି ରାଜା? ଯେ ନିଜ ପରିଶ୍ରମ ର ଶ୍ରେୟ ମହାପ୍ରଭୁଙ୍କୁ ସମର୍ପି ଦିଅନ୍ତି.. ଉତ୍କଳର ଏକମାତ୍ର ଛତ୍ରାଧିପତି ସମ୍ରାଟ ଶ୍ରୀ ଜଗନ୍ନାଥ ଙ୍କୁ ରାଜ ରାଜେଶ୍ୱର ବେଶରେ ସଜେଇ ଦେଇ ଏ ଜାତି ଯେଉଁ ଆନନ୍ଦ ପାଏ ତାହା ଅନ୍ୟତ୍ର ନାଁହି। ଏ ଆନନ୍ଦ ଅଦ୍ୱିତୀୟ। ରାଜାଧିରାଜ ମହାପ୍ରଭୁଙ୍କୁ ରଥ ଉପରେ ରାଜ ରାଜେଶ୍ଵର ବେଶରେ ଦେଖି ପେଟ ପୁରିଯାଏ। ଗରିବଙ୍କୁ କୋଟି ନିଧି ମିଳିଯାଏ। ଏହା ହିଁ ଏ ଜାତିର ବୈଶିଷ୍ଟ୍ୟ। ଏ ଜାତିର ଅନାବିଳ ପ୍ରେମ ତା ଇଷ୍ଟ ଙ୍କ ପ୍ରତି। ଜୟ ଜଗନ୍ନାଥ 🙏